Skip to content
Home » ସଂସ୍କୃତ ଏବଂ ଏବ୍ରିୟ ବେଦଗୁଡ଼ିକ କାହିଁକି ଏକ କେନ୍ଦ୍ରାଭିମୁଖୀ?

ସଂସ୍କୃତ ଏବଂ ଏବ୍ରିୟ ବେଦଗୁଡ଼ିକ କାହିଁକି ଏକ କେନ୍ଦ୍ରାଭିମୁଖୀ?

  • by

ଆମେମାନେ ସଂସ୍କୃତ ବେଦଗୁଡ଼ିକରେ ମନୁଙ୍କ ବିବରଣ ଓ  ଏବ୍ରିୟ ବେଦରେ ନୋହଙ୍କ ବିବରଣ ମଧ୍ୟରେ ଥିବା ସମାନତାକୁ ଦେଖିଲେ। ଏହି ସମାନତାଗୁଡ଼ିକ ଜଳପ୍ଲାବନର ବିବରଣରୁ ବ୍ୟତିତ ଆହୁରି ଅନେକ ବିଷୟକୁଗୁଡ଼ିକୁ ପ୍ରକାଶ କରେ ।  ସେଥିରେ ପୁରୂଷାଙ୍କର ବଳିଦାନର ପ୍ରତିଜ୍ଞା ଓ  ଯିହୂଦୀ ପୁସ୍ତକ ଆଦି ପୁସ୍ତକରେ ସନ୍ତାନମାନଙ୍କ ଦିଆଯାଇଥିବା ପ୍ରତିଜ୍ଞା ସହିତ ମଧ୍ୟ ସମାନତା ଅଛି । ତେବେ ଆମେମାନେ କାହିଁକି ଏହି ସମାନତା, ଆକସ୍ମିକ ସଂଘଟନଗୁଡ଼ିକୁ ଏଥିରେ ଦେଖିଥାଉ? ସମକକ୍ଷ? କ’ଣ ଗୋଟିଏ ବିବରଣ ଅନ୍ୟା ବିବରଣଠାରୁ ଏଗୁଡ଼ିକୁ ଚୋରି କରିଛି କି? ଏଠାରେ ଏକ ପରାମର୍ଶ ଦିଆଯାଇଅଛି ।

ଜଳପ୍ଲାବନ ପରେ – ବାବିଲ ଗଡ଼

ନୋହଙ୍କ ବିବରଣକୁ  ଅନୁସରଣ କରି ବେଦ ପୁସ୍ତକମ୍ (ବାଇବେଲ) ତାଙ୍କର ତିନି ପୁତ୍ରଙ୍କ ବଂଶଧରମାନଙ୍କ ପ୍ରକାଶ କରେ ଯେ “ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ ।” (ଆଦିପୁସ୍ତକ 10:32) । ସଂସ୍କୃତ ବେଦ ମଧ୍ୟ ପ୍ରକାଶ କରେ ଯେ ମନୁଙ୍କର ତିନି ପୁତ୍ର ଥିଲେ ଯେଉଁମାନଙ୍କର ସମସ୍ତ ମାନବଜାତିର ଉତ୍ପନ ହେଲା । କିନ୍ତୁ ଏହି ‘ ବିଭକ୍ତ’ ଘଟଣା କିପରି ଘଟିଲା?

ପ୍ରାଚୀନ ଏବ୍ରିୟ ବେଦ ନୋହଙ୍କ ଏହି ତିନି ପୁତ୍ରଙ୍କ ବଂଶଧରଙ୍କ ନାମ ତାଲିକାଭୁକ୍ତ କରେ – ଏଠାରେ ସମ୍ପୂର୍ଣ୍ଣ ତାଲିକା ଉପଲବ୍ଧ । ଏହି ବିବରଣ ନୋହଙ୍କର ବଂଶଧରମାନେ କିପରି ଈଶ୍ଵର (ପ୍ରଜାପତି) – ସୃଷ୍ଟିକର୍ତ୍ତାଙ୍କର ଆଜ୍ଞାକୁ କିପରି ଅବମାନନା କଲେ, ଯିଏ ସେମାନଙ୍କୁ “ବହୁବଂଶ ହୋଇ ପୃଥିବୀକି ପରିପୂର୍ଣ୍ଣ କର” ବୋଲି ଆଜ୍ଞା ଦେଇଥିଲେ (ଆଦିପୁସ୍ତକ 9: 1) । ଏହା ବଦଳରେ ଏହି ଲୋକମାନେ ଏକ ଗଡ଼ ନିର୍ମାଣ କରିବା ପାଇଁ ଏକାଠି ରହିଲେ । ଆପଣ ତାହା ଏଠାରେ ପଢି ପାରିବେ । ଏହି ଗଡ଼ ‘ଗଗନସ୍ପର୍ଶୀ’ ଥିଲା (ଆଦିପୁସ୍ତକ 11: 4) ଯାହାର ଅର୍ଥ ନୋହଙ୍କର ଏହି ବଂଶଧରମାନେ ସୃଷ୍ଟିକର୍ତ୍ତାଙ୍କ ବଦଳରେ ତାରା ଓ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଇତ୍ୟାଦି ଉପାସନା କରିବା ଉଦ୍ଦେଶ୍ୟରେ ଏହି  ଉଚ୍ଚ ଗଡ଼ ନିର୍ମାଣ କରୁଥିଲେ । ଏହା ସମସ୍ତେ ଜାଣନ୍ତି ଯେ ତାରାସମୂହକୁ  ଉପାସନା କରିବା ମେସୋପୋଟାମିୟାରେ ଉତ୍ପନ୍ନ ହୋଇଥିଲା (ଯେଉଁସ୍ଥାନରେ ନୋହଙ୍କର ଏହି ବଂଶଧରମାନେ ବାସ କରୁଥିଲେ) ଓ ତା’ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା ।

ତେଣୁ ସୃଷ୍ଟିକର୍ତ୍ତାଙ୍କୁ ଉପାସନା କରିବା ପରିବର୍ତ୍ତେ, ଆମମାନଙ୍କର ପୂର୍ବପୁରୁଷମାନେ ତାରାଗଣକୁ ଉପାସନା କରୁଥିଲେ । ବିବରଣ  ପ୍ରକାଶ କରେ ଯେ ଏହି ଅଭ୍ୟାସକୁ ନିରାଶ କରିବାକୁ, ଯାହା ଦ୍ଵାରା ଉପାସନର ଭ୍ରଷ୍ଟତା ଯେପରି ପ୍ରତ୍ୟାବର୍ତ୍ତନ ନ ହେବ, ସୃଷ୍ଟିକର୍ତ୍ତା ଏହିପରି ନିଷ୍ପତ୍ତି ନେଲେ  

ଏଣୁକରି ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ସେ ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ।

ଆଦି ପୁସ୍ତକ 11:7

ଏହାର ଫଳ ସ୍ୱରୂପ, ନୋହଙ୍କର ଏହି ପ୍ରଥମ ବଂଶଧରମାନେ ପରସ୍ପର ଭାଷା ବୁଝି ପାରିଲେ ନାହିଁ ଓ  ଏହିପରି ଭାବରେ ସୃଷ୍ଟିକର୍ତ୍ତା

ସେସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ;

ଆଦି ପୁସ୍ତକ 11:8

ଯେତେବେଳେ ଏହି ଲୋକମାନେ ପରସ୍ପର ଭାଷା ବୁଝି ନ ପାରିଲେ, ସେମାନେ ପରସ୍ପରଠାରୁ ସେମାନଙ୍କର ନୂତନ ଭାବରେ ଗଠିତ ଭାଷାଭିତ୍ତିକ ଗୋଷ୍ଠୀ ସହିତ ଦୂରେଇ ଯଇଥିଲେ, ଓ ଏହିପରି ଭାବରେ ସେମାନେ ପୃଥିବୀର ସବୁଆଡ଼େ “ଛିନ୍ନଭିନ୍ନ” ହେଲେ । ଏହା ବିବରଣ ପ୍ରକାଶ କରେ ଯେ କାହିଁକି ଆଜି ବିଶ୍ଵରେ ବିଭିନ୍ନ ଲୋକ ଗୋଷ୍ଠୀ ଅନେକ ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି, ଯେହେତୁ ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ମୂଳ କେନ୍ଦ୍ରରୁ ଅର୍ଥାତ ମେସୋପୋଟାମିୟାରୁ  (ଅନେକ ପିଢି ମଧ୍ୟରେ) ଆଜି ସେମାନେ ଯେଉଁଠାରେ ଅଛନ୍ତି ସେହି ସ୍ଥାନକୁ ଯାଇଥିଲେ । ଏହିପରି, ସେମାନଙ୍କର ସମ୍ପୃକ୍ତ ଇତିହାସ ଏହି ସ୍ଥାନରୁ ଅଲଗା ହୋଇଯାଏ । କିନ୍ତୁ ପ୍ରତ୍ୟେକ ଭାଷା ଗୋଷ୍ଠୀ (ଯାହା ପ୍ରଥମେ ଏହି ରାଷ୍ଟ୍ରକୁ ଗଠନ କରିଥିଲା)ର ଏପର୍ଯ୍ୟନ୍ତ ଗୋଟିଏ ହିଁ ଇତିହାସ ଥିଲା । ଏହି ଇତିହାସ ପୁରୁଷଙ୍କ ବଳିଦାନରେ ମୁକ୍ତିର ପ୍ରତିଜ୍ଞା ଓ ମନୁ (ନୋହ) ଙ୍କ ଜଳପ୍ଲାବନର ବିବରଣ ଅନ୍ତର୍ଭୁକ୍ତ କରେ । ସଂସ୍କୃତ ୠଷିଗଣ ଏହି ଘଟଣାଗୁଡ଼ିକୁ ସେମାନଙ୍କର ବେଦ ମାଧ୍ୟମରେ ସ୍ମରଣ କରୁଥିଲେ ଓ ଏବ୍ରୀୟମାନେ ସେମାନଙ୍କର ବେଦ (ୠଷି ମୋଶାଙ୍କ ତୋରାହ) ମାଧ୍ୟମରେ ଏହି ଘଟଣାଗୁଡ଼ିକୁ ସ୍ମରଣ କରୁଥିଲେ ।

ସମଗ୍ର ବିଶ୍ୱରୁ ବିଭିନ୍ନ ଜଳପ୍ଲାବନ ବିବରଣର ସାକ୍ଷ୍ୟ

ହୃଦୟଗ୍ରାହୀ ବିଷୟ ଏହା ଯେ, ଜଳପ୍ଲାବନ କେବଳ ପ୍ରାଚୀନ ଏବ୍ରିୟ ଏବଂ ସଂସ୍କୃତ ବେଦରେ ସ୍ମରଣୀୟ ନୁହେଁ। ପୃଥିବୀର ବିଭିନ୍ନ ଲୋକଗୋଷ୍ଠୀ ନିଜ ନିଜ ଇତିହାସରେ ଏକ ବଡ଼ ଜଳପ୍ଲାବନକୁ ସ୍ମରଣ କରନ୍ତି । ନିମ୍ନଲିଖିତ ଚାର୍ଟ ଏହି ଜଳପ୍ଲାବନକୁ ବର୍ଣ୍ଣନା କରେ ।

Flood accounts from cultures around the world compared to the flood account in the Bible
ବାଇବେଲରେ ଜଳପ୍ଲାବନ ସହ ବିଶ୍ଵର ବିଭିନ୍ନ ସଂସ୍କୃତିରୁ ଜଳପ୍ଲାବନ ଗୁଡ଼ିକୁ ତୁଳନା କରାଯାଇଛି ।

ଶୀର୍ଷରେ ଏହା ସମଗ୍ର ବିଶ୍ୱରେ – ପ୍ରତ୍ୟେକ ସ୍ଥାନରେ ବାସ କରୁଥିବା ବିଭିନ୍ନ ଭାଷା ଗୋଷ୍ଠୀକୁ ଦର୍ଶାଏ । ଚାର୍ଟରେ ଥିବା କକ୍ଷଗୁଡ଼ିକ ସୂଚିତ କରେ ଯେ ଏବ୍ରୀୟ ବନ୍ୟା ବିବରଣର ନିର୍ଦ୍ଦିଷ୍ଟ ବିବରଣୀ (ଚାର୍ଟର ବାମରେ ତାଲିକାଭୁକ୍ତ) ମଧ୍ୟ ସେମାନଙ୍କର ନିଜସ୍ୱ ବନ୍ୟା ବିବରଣ ଅଛି କି ନାହିଁ । କଳା କୋଷଗୁଡିକ ସୂଚାଇଥାଏ ଯେ ଏହି ସବିଶେଷ ତଥ୍ୟ ସେମାନଙ୍କ ବନ୍ୟା ଆକାଉଣ୍ଟରେ ଅଛି, ଯେତେବେଳେ ଖାଲି କକ୍ଷଗୁଡ଼ିକ ସୂଚିତ କରେ ଯେ ଏହି ବିବରଣ ସେମାନଙ୍କ ସ୍ଥାନୀୟ ବନ୍ୟା ବିବରଣରେ ନାହିଁ । ଆପଣ ଦେଖିପାରୁଥିବେ ଯେ ପ୍ରାୟ ସମସ୍ତ ଗୋଷ୍ଠୀର ଲୋକେ ଅନ୍ତତ ପକ୍ଷେ ‘ସ୍ମରଣ କରନ୍ତି’ ଥିଲା ଯେ ଜଳପ୍ଲାବନ ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ଏକ ବିଚାର ଥିଲା କିନ୍ତୁ କିଛି ଲୋକେ ଏକ ବିରାଟ ଜାହଜରେ ଉଦ୍ଧାର କରାଯାଇଥିଲେ । ଅନ୍ୟ ଅର୍ଥରେ, ଏହି ବନ୍ୟାର ସ୍ମୃତି କେବଳ ସଂସ୍କୃତ ଓ ଏବ୍ରିୟ ବେଦଗୁଡ଼ିକରେ ନୁହେଁ, ବରଂ ବିଶ୍ଵର ତଥା ମାଳଦ୍ୱୀପରେ ଥିବା ଅନ୍ୟ ସାଂସ୍କୃତିକ ଇତିହାସରେ ମଧ୍ୟ ଦେଖିବାକୁ ମିଳେ । ଏହା ଆମର ଦୂର ଅତୀତରେ ଘଟିଥିବା ଏହି ଘଟଣାକୁ ସୂଚିତ କରେ ।

ହିନ୍ଦୀ କ୍ୟାଲେଣ୍ଡରର ସାକ୍ଷ୍ୟ

hindu-calendar-panchang
ହିନ୍ଦୀ କ୍ୟାଲେଣ୍ଡର – ମାସର ଦିନଗୁଡ଼ିକ ଉପରୁ ତଳକୁ ଯାଏ, କିନ୍ତୁ ସେଠାରେ ସପ୍ତାହରେ 7 ଦିନ ଅଛି

ପାଶ୍ଚାତ୍ୟ କ୍ୟାଲେଣ୍ଡର ସହିତ ହିନ୍ଦୀ କ୍ୟାଲେଣ୍ଡରର ପାର୍ଥକ୍ୟ ଓ  ସମାନତା ମଧ୍ୟ ଦୂର ଅତୀତର ଏହି ଅଂଶୀଦାର ସ୍ମୃତିର ପ୍ରମାଣ ଅଟେ। ଅଧିକାଂଶ ହିନ୍ଦୀ କ୍ୟାଲେଣ୍ଡରଗୁଡ଼ିକ ଏପରି ନିର୍ମାଣ କରାଯାଇଛି ଯାହା ଦ୍ଵାରା ଦିନଗୁଡ଼ିକ ଧାଡି (ବାମରୁ ଡାହାଣ) ପରିବର୍ତ୍ତେ ସ୍ତମ୍ଭ (ଉପରୁ ତଳ) କୁ ଯିବ, ଯାହା ପାଶ୍ଚାତ୍ୟର କ୍ୟାଲେଣ୍ଡରଗୁଡ଼ିକ ପାଇଁ ବ୍ୟାପକ ଗଠନ ଅଟେ । ଭାରତର କେତେକ କ୍ୟାଲେଣ୍ଡର ସଂଖ୍ୟା ପାଇଁ ହିନ୍ଦୀ ଲିପି ବ୍ୟବହାର କରନ୍ତି (१, २, ३ …)।  ଓ  କେତେକ ପାଶ୍ଚାତ୍ୟ ସଂଖ୍ୟା ବ୍ୟବହାର କରନ୍ତି (1, 2, 3 …) କ୍ୟାଲେଣ୍ଡର ସୂଚାଇବା ପାଇଁ କୌଣସି ‘ସଠିକ୍’ ଉପାୟ ନାହିଁ ତେଣୁ ଏହି ପାର୍ଥକ୍ୟ ଆଶା କରାଯାଇ ପାରେ । କିନ୍ତୁ ସମସ୍ତ କ୍ୟାଲେଣ୍ଡରଗୁଡ଼ିକର କେନ୍ଦ୍ରୀୟ ସମାନତା ରହିଛି । ପାଶ୍ଚାତ୍ୟ କ୍ୟାଲେଣ୍ଡର ପରି ହିନ୍ଦୀ କ୍ୟାଲେଣ୍ଡର ମଧ୍ୟ ସପ୍ତାହରେ 7 ଦିନ ବ୍ୟବହାର କରେ । ଏହା ଏପରି କାହିଁକି? କ୍ୟାଲେଣ୍ଡଗୁଡ଼ିକ ପାଶ୍ଚାତ୍ୟ କ୍ୟାଲେଣ୍ଡଗୁଡ଼କ ପରି ବର୍ଷ ଓ ମାସରେ ବିଭକ୍ତ କରାଯାଇଅଛି ତାହା ଆମେମାନେ ବୁଝିପାରିବା କାରଣ ଏହା ପୃଥିବୀରେ ସୂର୍ଯ୍ୟ ଓ ଚନ୍ଦ୍ରର ପୃଥିବୀର ଚାରିପଟେ ଘୂରିବା ଉପରେ ଆଧାରିତ ଅଟେ – ଏହିପରି ସମସ୍ତ ଲୋକଙ୍କ ପାଇଁ ଜ୍ୟୋତିର୍ବିଜ୍ଞାନ ସାଧାରଣ ମୂଳଦୁଆ ହୋଇଥାଏ । କିନ୍ତୁ ସପ୍ତାହର 7 ଦିନ ପାଇଁ କୌଣସି ଜ୍ୟୋତିର୍ବିଜ୍ଞାନ ସମୟ ଆଧାର ନାହିଁ । ଏହା ରୀତିନୀତି ଓ  ପରମ୍ପରାରୁ ଆସିଅଛି ଯାହା ଇତିହାସରେ ବହୁ ପଛକୁ କେନ୍ଦ୍ରିତ କରିଥାଏ (କେତେ ଦୂର ପଛକୁ କେହି ଜାଣି ନାହାନ୍ତି) ।

… ଓ  ବୌଦ୍ଧ ଥାଇ କ୍ୟାଲେଣ୍ଡର

thai_lunar_calendar
ଥାଇ କ୍ୟାଲେଣ୍ଡର ବାମରୁ ଡାହାଣକୁ ଯାଏ, କିନ୍ତୁ ପାଶ୍ଚାତ୍ୟ ତୁଳନାରେ ଏଥିରେ ଭିନ୍ନ ଏକ ବର୍ଷ ଅଛି – କିନ୍ତୁ ତଥାପି ସପ୍ତାହରେ ସେହି 7 ଦିନକୁ ହିଁ ବ୍ୟବହାର କରେ ।

ଏକ ବୌଦ୍ଧଧର୍ମାବଲମ୍ବୀ ଦେଶ, ସେମାନଙ୍କ ବର୍ଷକୁ ବୁଦ୍ଧଙ୍କ ଜୀବନ ସହିତ ଚିହ୍ନିତ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କର ବର୍ଷ ସବୁବେଳେ ପାଶ୍ଚାତ୍ୟ ଦେଶ ତୁଳନାରେ 543 ବର୍ଷ ଅଧିକ ହୋଇଥାଏ (ଅର୍ଥାତ୍ 2019 CE–  2562 ଅଟେ ବୌଦ୍ଧରେ – ଥାଇ କ୍ୟାଲେଣ୍ଡରରେ) । କିନ୍ତୁ ପୁନର୍ବାର ସେମାନେ ସପ୍ତାହରେ 7 ଦିନର ବ୍ୟବହାର କରନ୍ତି । ସେମାନେ ଏହା କେଉଁଠାରୁ ପ୍ରାପ୍ତ କଲେ? 7 ଦିନର ସପ୍ତାହ ଉପରେ ଆଧାରରେ କ୍ୟାଲେଣ୍ଡରଗୁଡ଼ିକ କାହିଁକି ବିଭିନ୍ନ ଦେଶରେ ବିଭିନ୍ନ ଉପାୟରେ ଭିନ୍ନ ଅଟେ ଯେବେ ଏଥିରେ ସମୟ ୟୁନିଟ୍ ପାଇଁ ବାସ୍ତବରେ କୌଣସି ଜ୍ୟୋତିର୍ବିଜ୍ଞାନ ଭିତ୍ତି ନାହିଁ?

ସପ୍ତାହରେ ପ୍ରାଚୀନ ଗ୍ରୀକମାନନଙ୍କର ସାକ୍ଷ୍ୟ

ପ୍ରାଚୀନ ଗ୍ରୀକମାନେ ମଧ୍ୟ ସେମାନଙ୍କ କ୍ୟାଲେଣ୍ଡରରେ ସପ୍ତାହରେ 7 ଦିନ ବ୍ୟବହାର କରୁଥିଲେ

ପ୍ରାଚୀନ ଗ୍ରୀକ୍ ଚିକିତ୍ସକ ହିପୋକ୍ରାଟସ୍, ଯିଏ ପ୍ରାୟ 400 ଖ୍ରୀଷ୍ଟପୂର୍ବରେ ଜୀବିତ ଥିଲେ, ସେ ଆଧୁନିକ ଚିକିତ୍ସାଶାସ୍ତ୍ରର ପିତା ଭାବରେ ଗଣିତ ହୋଇଥିଲେ ଓ ସେ ପୁସ୍ତକଗୁଡ଼ିକ ଲେଖିଥିଲେ, ଯାହା ଆଜି ପର୍ଯ୍ୟନ୍ତ ସଂରକ୍ଷିତ ରହିଛି, ତାଙ୍କର ଚିକିତ୍ସା ନିରୀକ୍ଷଣ ଲିପିବଦ୍ଧ କରାଯାଇଛି । ଏହି ପୁସ୍ତକଗୁଡ଼ିକ ଲେଖିବା ସମୟରେ ସେ ‘ସପ୍ତାହ’ କୁ ଏକ ସମୟ ୟୁନିଟ୍ ଭାବରେ ବ୍ୟବହାର କରିଥିଲେ। ଏକ ନିର୍ଦ୍ଦିଷ୍ଟ ରୋଗର ବଢ଼ୁଥିବା ଲକ୍ଷଣଗୁଡ଼ିକୁ ବିଷୟରେ ଲେଖିବା ସମୟରେ ସେ ଏପରି କହିଥିଲେ:

ଚତୁର୍ଥ ଦିନ ସପ୍ତମ ସୂଚକ ଅଟେ; ଅଷ୍ଟମ ହେଉଛି ଦ୍ୱିତୀୟ ସପ୍ତାହର ଆରମ୍ଭ; ଓ  ତେଣୁ, ଏକାଦଶ ଦ୍ୱିତୀୟ ସପ୍ତାହର ଚତୁର୍ଥ ହେବା ମଧ୍ୟ ସୂଚକ ଅଟେ; ଓ ପୁନର୍ବାର, ସପ୍ତଦଶ, ଚତୁର୍ଥ ଚତୁର୍ଦ୍ଦଶର ଓ ଏକାଦଶର ସପ୍ତମ ସୂଚକ ଅଟେ (ହିପୋକ୍ରାଟସ୍, ଆପୋରିଜିମ୍। # 24)

ଆରିଷ୍ଟୋଟଲ୍, ଖ୍ରୀଷ୍ଟପୂର୍ବ 350 ରେ ଲେଖିବା ସମୟକୁ ଚିହ୍ନିବା ପାଇଁ ନିୟମିତ ଭାବରେ ‘ସପ୍ତାହ’ ର  ବ୍ୟବହାର କରନ୍ତି । ଗୋଟିଏ ଉଦାହରଣ ଦେବାକୁ ସେ ଲେଖନ୍ତି:

ଅଧିକାଂଶ ଶିଶୁମାନଙ୍କର ମୃତ୍ୟୁ ଗୋଟିଏ ସପ୍ତାହ ହେବା ପୂର୍ବରୁ ହୋଇଥାଏ, ତେଣୁ ସେହି ବୟସରେ ଶିଶୁର ନାମ ରଖିବା ଏକ ପ୍ରଥା ଅଟେ, କାରଣ ସେହି ସମୟରେ ନାମ ରଖିଲେ ଶିଶୁଟି ପାଇଁ ବଞ୍ଚିବାର ସମ୍ଭାବନା ଅଧିକ ଅଛି ବୋଲି ବିଶ୍ଵାସ କରାଯାଏ । (ଆରିଷ୍ଟୋଟଲ୍, ପଶୁମାନଙ୍କର ଇତିହାସ, ଭାଗ 12,  350 ଖ୍ରୀଷ୍ଟପୂର୍ବ)

ତେବେ ଭାରତ  ଓ ଥାଇଲ୍ୟାଣ୍ଡଠାରୁ ବହୁ ଦୂରରେ ଥିବା ଏହି ପ୍ରାଚୀନ ଗ୍ରୀକ୍ ଲେଖକମାନେ “ସପ୍ତାହ”ର ଏହି ଧାରଣା କିପରି ପାଇଲେ ଯେ ସେମାନେ ଗ୍ରୀକ୍ ପାଠକମାନଙ୍କ ପାଇଁ “ସପ୍ତାହ” ବିଷୟରେ ବିସ୍ତୃତ ବିବରଣ ଲେଖିଥାନ୍ତେ? ସମ୍ଭବତଃ ସେଠାରେ ଏକ ଐତିହାସିକ ଘଟଣା ଥିଲା ଯାହା ଅତୀତରେ ଏହି ସବୁ ସଂସ୍କୃତିରେ ସପ୍ତାହରେ 7 ଦିନର ପ୍ରତିଷ୍ଠା କରିଥିଲା (ଯଦିଓ ସେମାନେ ଏହି ଘଟଣାଗୁଡ଼ିକୁ ଭୁଲି ଯାଇଥିବେ)?

ଏବ୍ରିୟ ବେଦ କେବଳ ଏଭଳି ଘଟଣାକୁ – ଜଗତର ପ୍ରାରମ୍ଭିକ ସୃଷ୍ଟିକୁ ବର୍ଣ୍ଣନା କରେ । ସେହି ବିସ୍ତୃତ ଓ  ପ୍ରାରମ୍ଭିକ ବିବରଣରେ 7 ଦିନରେ (7 ଦିନରେ ବିଶ୍ରାମ ସହିତ 6 ଦିନ)  ସୃଷ୍ଟିକର୍ତ୍ତା ଜଗତ ଓ ସୃଷ୍ଟିର ପ୍ରଥମ ଲୋକମାନଙ୍କୁ ରୂପାୟିତ କରନ୍ତି । ସେହି କାରଣରୁ, ପ୍ରଥମ ମଣିଷମାନେ ସେମାନଙ୍କ କ୍ୟାଲେଣ୍ଡରରେ 7 ଦିନର ସପ୍ତାହ ୟୁନିଟ୍ ବ୍ୟବହାର କଲେ । ଯେତେବେଳେ ଭାଷାର ଦ୍ୱନ୍ଦ୍ୱ ହେତୁ ଲୋକମାନେ ଛିନ୍ନଭିନ୍ନ ହେଲେ, ଏହି ‘ ଛିନ୍ନଭିନ୍ନ ‘ ପୂର୍ବରୁ ଏହି ପ୍ରମୁଖ ଘଟଣାଗୁଡ଼ିକ, ଏମିତିକି ଆଗାମୀ ବଳିଦାନର ପ୍ରତିଶୃତି,  ମହାପ୍ଳାବନ ବିପର୍ଯ୍ୟୟର ବିବରଣ, ଓ ସପ୍ତାହରେ 7 ଦିନ, ବିଭିନ୍ନ ଭାଷା ଗୋଷ୍ଠୀ ଦ୍ୱାରା ସ୍ମରଣ କରାଯାଉଥିଲା, ଏହି ସ୍ମୃତିଗୁଡ଼ିକ ପ୍ରାଚୀନ ମାନବଜାତିର ଜୀବନ୍ତ କଳାକୃତି ଓ ଏହି ବେଦଗୁଡ଼ିକରେ ଲିପିବଦ୍ଧ ହୋଇଥିବା ଘଟଣାଗୁଡ଼ିକର ଇତିହାସର ଏକ ପ୍ରମାଣ ଅଟେ । ଏବ୍ରିୟ ଓ ସଂସ୍କୃତ ବେଦ ମଧ୍ୟରେ ସମାନତାକୁ ବୁଝିବାକୁ ଏହି ବ୍ୟାଖ୍ୟା ନିଶ୍ଚିତ ଭାବରେ ସବୁଠାରୁ ସରଳ ମାଧ୍ୟମ ଅଟେ । ବର୍ତ୍ତମାନ କିଛି ଲୋକ ଏହି ପ୍ରାଚୀନ ଲେଖାଗୁଡ଼ିକୁ କେବଳ ଅନ୍ଧବିଶ୍ୱାସୀ ପୁରାଣ ବୋଲି ଖଣ୍ଡନ କରନ୍ତି କିନ୍ତୁ ସେମଗୁଡ଼ିକର ସମାନତା ଆମମାନଙ୍କୁ ସେଗୁଡ଼ିକୁ ଗମ୍ଭୀରତାର ସହ ବିଚାର କରିବାକୁ କାରଣ ଦେବା ଉଚିତ ।

ପ୍ରାରମ୍ଭିକ ମାନବଜାତିର ଏକ ସାଧାରଣ ଇତିହାସ ଥିଲା ଯାହାକି ସୃଷ୍ଟିକର୍ତ୍ତାଙ୍କଠାରୁ ମୁକ୍ତିର ପ୍ରତିଜ୍ଞାକୁ ଅନ୍ତର୍ଭୁକ୍ତ କରେ । କିନ୍ତୁ ଏହି ପ୍ରତିଜ୍ଞା କିପରି ପୂରଣ ହେବ? ଆମେମାନେ ଜଣେ ପବିତ୍ର ବ୍ୟକ୍ତିଙ୍କ ବିବରଣ ସହିତ ଜାରି ରଖିବା ଯିଏ ଭାଷାର ଦ୍ୱନ୍ଦ୍ୱ ହେତୁ ଲୋକମାନେ ଛିନ୍ନଭିନ୍ନ ହେଲାପରେ ଜୀବିତ ଥିଲେ। ଆମେମାନେ ଏହାକୁ ପରବର୍ତ୍ତୀ ସମୟରେ ଅଧ୍ୟୟନ  କରିବା ।

[ପ୍ରାଚୀନ ସ୍ମୃତିଗୁଡ଼ିକ ଯାହା ସମାନ ପ୍ରକାରର ସମ୍ମିଶ୍ରଣ ଦେଖାଏ ସେବିଷୟରେ ଅଧିକ ଜାଣିବା ପାଇଁ – କିନ୍ତୁ ବର୍ତ୍ତମାନ ଚାଇନିଜ୍ ଭାଷାରେ କଲିଗ୍ରାଫି ମାଧ୍ୟମରେ ଏଠାରେ ଦେଖନ୍ତୁ]

Leave a Reply

Your email address will not be published. Required fields are marked *