ମୋ ବିଷୟରେ: ମୁଁ ଅପବିତ୍ର … ଏବଂ ପବିତ୍ର ଲୋକଙ୍କଠାରୁ ଜ୍ଞାନ ପାଇଲି

ପ୍ରଥମେ ମୋର ପରିଚୟ । ମୋର ନାମ ରାଗନାର । ମୁଁ ସୁଇଡେନ୍ ଦେଶୀୟ ଲୋକ କିନ୍ତୁ ମୁଁ କାନାଡାରେ ରହେ । ମୁଁ ବିବାହିତ ଏବଂ ଆମର ଏକ ପୁଅ ଅଛି ।

Hi! This is me in beautiful Canadian summer
ହାଏ! ସୁନ୍ଦର କାନାଡିୟ ଗ୍ରୀଷ୍ମ ସମୟରେ ମୁଁ ଏହା |

ମୁଁ ଏକ ଉଚ୍ଚ ମଧ୍ୟବିତ୍ତ ବୃତ୍ତିଗତ ପରିବାରରେ ବଡ଼ିଥିଲି । ଯେତେବେଳେ ଛୋଟ ଥିଲି, ମୂଳତ ସୁଇଡେନରୁ ସେତେବେଳେ ଆମେ କାନାଡାକୁ ଯାଇଥିଲୁ ଏବଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଯାଇଥିଲୁ – ଆଲଜେରିଆ, ଜର୍ମାନୀ ଏବଂ କାମେରୁନରେ ବିଦେଶରେ ବାସ କରି ଶେଷରେ ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ କାନାଡାକୁ ଫେରିଥିଲୁ । ମୋ ମା ଭାରତରେ ଜନ୍ମ ହୋଇଥିଲେ, ସେଠାରେ ବଡ଼ିଥିଲେ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି । ମୁଁ ବଡ ହେବା ପରେ ସେ ମୋତେ ବିଭିନ୍ନ ହିନ୍ଦୁ ଦେବତା ଏବଂ ଦେବୀଙ୍କ ବିଷୟରେ କହିବା ଆରମ୍ଭେ କଲେ ଏବଂ ସେ ପୁସ୍ତକଗୁଡ଼ିକରୁ ସଂଗ୍ରହ କରିଥିବା ଚିତ୍ରଗୁଡ଼ିକୁ ମୋତେ ଦେଖାଇଲେ । ତେଣୁ ଯଦିଓ ପାଶ୍ଚାତ୍ୟ ଦେଶ ତଥା ଏକ ମୁସଲମାନ ଦେଶରେ ମୁଁ ବଡ଼ିଥିଲି, ତଥାପି ମୁଁ ମୋ ପରିବାର ମାଧ୍ୟମରେ ହିନ୍ଦୁ ଧର୍ମ ବିଷୟରେରେ ଜାଣିବାକୁ ପାଇଥିଲି। ଏହା ମାଧ୍ୟମରେ, ଅନ୍ୟ ସମସ୍ତଙ୍କ ପରି ମୁଁ ଏକ ପୂର୍ଣ୍ଣ ଜୀବନ – ସନ୍ତୁଷ୍ଟତା, ଶାନ୍ତି, ଅର୍ଥ ଏବଂ ଉଦ୍ଦେଶ୍ୟ – ଅନ୍ୟ ଲୋକଙ୍କ ସହିତ ଏକ ସଂଯୋଗକୁ ଅନୁଭବ କରିବାକୁ ଚାହୁଁଥିଲି (ଏବଂ ତଥାପି ଚାହେଁ)  ।

 ‘ସତ୍ୟ’ କ’ଣ ଏବଂ ପୂର୍ଣ୍ଣ ଜୀବନ କ’ଣ ଏ ବିଷୟରେ ମୁଁ ବିଭିନ୍ନ ଦୃଷ୍ଟିକୋଣ ଶିଖିଲି । ମୁଁ ଯାହା ଦେଖିଲି ତାହା ଏହା ଯେ ଯଦିଓ ଆମର ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅଦୃଶ୍ୟ ଧନ, ପ୍ରଯୁକ୍ତିବିଦ୍ୟା ଏବଂ ସୁଯୋଗ ଥିଲା କିନ୍ତୁ ‘ପୂର୍ଣ୍ଣ ଜୀବନ’ ଅବହେଳିତ ମନେ ହେଉଥିଲା । ମୁଁ ଲକ୍ଷ୍ୟ କଲି ଯେ ପୂର୍ବ ପିଢ଼ି ତୁଳନାରେ ସମ୍ପର୍କ ଅଧିକ ଅସ୍ଥାୟୀ ଅଟେ । ମୁଁ ଜାଣିବାକୁ ପାଇଲି ଯେ ଯଦି ଆମେ କେବଳ ‘ଟିକିଏ ଅଧିକ’ ପାଇପାରିବା ତେବେ ଆମେ ପହଞ୍ଚିଯିବା । କିନ୍ତୁ କେତେ? ଏବଂ କ’ଣ ଅଧିକ? ଅର୍ଥ? ବିଜ୍ଞାନିକ ଜ୍ଞାନ? କୌଶଳ ବିଦ୍ୟା? ସନ୍ତୋଷ?

ଶଲୋମନଙ୍କର ଜ୍ଞାନ

ଏହି ବର୍ଷଗୁଡ଼ିକରେ, ମୋର ଏହି ଅସ୍ଥିରତା ହେତୁ, ଶଲୋମନଙ୍କ ଲେଖା ମୋ ଉପରେ ଗଭୀର ପ୍ରଭାବ ପକାଇଲା  ପ୍ରାଚୀନ ଇସ୍ରାଏଲର ରାଜା ଶଲୋମନ ନିଜର ଜ୍ଞାନ ପାଇଁ ପ୍ରସିଦ୍ଧ, ବାଇବେଲ (ବେଦ ପୁସ୍ତକମ୍) ରେ ଅନେକ ପୁସ୍ତକ ଲେଖିଥିଲେ ଯେଉଁଠାରେ ସେ ମୁଁ ପଚାରୁଥିବା ପ୍ରଶ୍ନଗୁଡ଼ିକୁ ବର୍ଣ୍ଣନା କରିଥିଲେ। ସେ ଲେଖିଛନ୍ତି:

ମୁଁ ଆପଣା ମନେ ମନେ କହିଲି, ଆସ, ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ଵାରା ପରୀକ୍ଷା କରିବି; ଏହେତୁ ସୁଖଭୋଗ କର; ଆଉ ଦେଖ, ତାହା ମଧ୍ୟ ଅସାର। ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା; ଆନନ୍ଦ ବିଷୟରେ କହିଲି, ତାହା କଅଣ କରେ? ମୁଁ କିରୂପେ ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ-ସନ୍ତାନଗଣର ଯାବଜ୍ଜୀବନ କଅଣ କରିବା ଭଲ, ଏହା ଜାଣିପାରିବା ପର୍ଯ୍ୟନ୍ତ କିରୂପେ ଅଜ୍ଞାନତା ଅବଲମ୍ଵନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି, ଏହି ସମୟରେ ହେଁ ମୋହର ମନ ଜ୍ଞାନରେ ମୋତେ ପଥପ୍ରଦର୍ଶନ କରୁଥିଲା। ମୁଁ ଆପଣା ନିମନ୍ତେ ମହତ ମହତ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି; ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି; ମୁଁ ବୃକ୍ଷର ଚାରା-ଉତ୍ପାଦକ ବନରେ ଜଳସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି; ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ; ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ-ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପନିୀ ପାଇଲି। ଏହିରୂପେ ମୋʼ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋʼଠାରେ ରହିଲା। ପୁଣି, ମୋʼ ଚକ୍ଷୁ ଯାହା ବାଞ୍ଛା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।

 ଉପଦେଶକ 2:1-10

ଧନ, ଖ୍ୟାତି, ଜ୍ଞାନ, ପ୍ରକଳ୍ପ, ମହିଳା, ଆନନ୍ଦ, ରାଜ୍ୟ, ବୃତ୍ତି, ମଦ… ଶଲୋମନଙ୍କର ଏସମସ୍ତ ଥିଲା – ଏବଂ ଏହା ତାଙ୍କ ସମୟର ଅନ୍ୟମାନଙ୍କ ତୁଳନାରେ ଅଧିକ ଥିଲା । ଆଇନଷ୍ଟାଇନଙ୍କ ଜ୍ଞାନ, ବିଲ ଗେଟ୍ସର ଧନ, ବଲିଉଡ ଷ୍ଟାରର ସାମାଜିକ / ଯୈନ ଜୀବନ, ବ୍ରିଟିଶ ରୟାଲ ପରିବାରରେ ପ୍ରିନ୍ସ ୱିଲିୟମଙ୍କ ପରି ରାଜକୀୟ ପୀଠ – ଏସମସ୍ତ ଠାରୁ ଅଧିକ ଥିଲା । କିଏ ଏହି ମିଶ୍ରଣକୁ ପରାସ୍ତ କରିପାରିବ? ଆପଣ ଭାବୁଥିବେ ଯେ ସେ ସମସ୍ତ ଲୋକଙ୍କ ମଧ୍ୟରୁ ସନ୍ତୁଷ୍ଟ ହୋଇଥିବେ । କିନ୍ତୁ ସେ ଏହିପାରି ଶେଷ କରନ୍ତି:

 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ଯେଉଁ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ, ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।

 ଉପଦେଶକ 2:11

ସେ ଆନନ୍ଦ, ଧନ, କାର୍ଯ୍ୟ, ପ୍ରଗତି, ରୋମାଣ୍ଟିକ୍ ପ୍ରେମ ଶେଷରେ ସନ୍ତୁଷ୍ଟ କରିବାକୁ ମାୟା ଥିଲା ବୋଲି ଉଲ୍ଲେଖ କରନ୍ତି, ଏଠାରେ ଅଧିକ ବିବରଣୀ ଦିଆଯାଇଅଛି ।

ବର୍ତ୍ତମାନ ମୁଁ ମୋର ବନ୍ଧୁ ଏବଂ ସମାଜରେ ଦେଖିଲି, ଏହା ଲାଗୁଥିଲା ଯେ ଶଲୋମନଙ୍କର ସମ୍ପୂର୍ଣ୍ଣ ଜୀବନ, ସବୁଠାରେ ଦିଆଯାଉଥିଲା ଏବଂ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ମୋତେ ପୂର୍ବରୁ କହି ସାରିଥିଲେ ଯେ ସେ ସେହି ପଥରେ ଏହା ପାଇପାରିଲେ ନାହିଁ । ତେଣୁ ମୁଁ ଜାଣିଥିଲି ଯେ ମୁଁ ଏହାକୁ ସେଠାରେ ପାଇବି ନାହିଁ ଏବଂ ମୋତେ ଏହାକୁ ଅନ୍ୟତ୍ର ଦେଖିବା ଆବଶ୍ୟକ ଅଟେ ।

ମୋତେ ଅନ୍ୟ କେତେକ ବିଷୟ ବ୍ୟଥିତ କରୁଥିଲା । ଏହା ଶଲୋମନଙ୍କୁ ମଧ୍ୟ କଷ୍ଟ ଦେଇଥିଲା।

କାରଣ ମନୁଷ୍ୟ-ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ; କାରଣ ସବୁ ଅସାର। ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।  ମନୁଷ୍ୟର ଆତ୍ମା ଊର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ?

  ଉପଦେଶକ 3:19-21

ସବୁ ବିଷୟ ସମସ୍ତଙ୍କ ପ୍ରତି ସମାନ ଘଟଇ; ଧାର୍ମିକ ଓ ଦୁଷ୍ଟ, ସୁଶୀଳ, ପୁଣି ଶୁଚି ଓ ଅଶୁଚି; ଯଜ୍ଞକାରୀ ଓ ଅଯଜ୍ଞକାରୀ, ସମସ୍ତଙ୍କ ପ୍ରତି ଏକ ଘଟନା ହୁଏ; ସୁଶୀଳ ଯେପରି, ପାପୀ ସେପରି; ପୁଣି, ଶପଥକାରୀ ଯେପରି, ଶପଥ ଭୟକାରୀ ସେପରି। ସୂର୍ଯ୍ୟ ତଳେ ଯେତେ କାର୍ଯ୍ୟ କରାଯାଏ, ତହିଁ ମଧ୍ୟରେ ଦୁଃଖର ବିଷୟ ଏହି ଯେ, ସମସ୍ତଙ୍କ ପ୍ରତି ସମାନ ଘଟନା ହୁଏ; ଆହୁରି ମଧ୍ୟ ମନୁଷ୍ୟ-ସନ୍ତାନଗଣର ହୃଦୟ ଦୁଷ୍ଟତାରେ ପରିପୂର୍ଣ୍ଣ ଓ ବଞ୍ଚିଥିବାଯାଏ ସେମାନଙ୍କ ହୃଦୟରେ ଉନ୍ମତ୍ତତା ଥାଏ, ପୁଣି ତହିଁ ଉତ୍ତାରେ ସେମାନେ ମୃତମାନଙ୍କ ନିକଟକୁ ଯାଆନ୍ତି। କାରଣ ଯେଉଁ ଲୋକ ଜୀବିତ ଲୋକସମୂହ ମଧ୍ୟରେ ମିଶ୍ରିତ, ତାହାର ଭରସା ଥାଏ; ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକ୍କୁର ଭଲ। ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାʼନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

 ଉପଦେଶକ 9:2-5

ଶଲୋମନଙ୍କ ଲେଖାଗୁଡ଼ିକ ମୋ ପାଇଁ ତର୍କଯୁକ୍ତ ଥିଲା, ଯାହା ମୋତେ ଉତ୍ତର ଖୋଜିବାକୁ ପ୍ରେରଣ କଲା । ଜୀବନ, ମୃତ୍ୟୁ, ଅମରତା ଏବଂ ଅର୍ଥ ବିଷୟରେ ପ୍ରଶ୍ନଗୁଡ଼ିକ ମୋ ଭିତରେ ଉଙ୍କି ମାରୁଥିଲା ।

ଗୁରୁ ସାଇ ବାବାଙ୍କ ଜ୍ଞାନ

ବିଶ୍ୱବିଦ୍ୟାଳୟରେ ମୋର ଜଣେ ଇଞ୍ଜିନିୟରିଂ ପ୍ରଫେସର ଶ୍ରୀ ସାଇ ବାବାଙ୍କର ଜଣେ ଭକ୍ତ ଥିଲେ ଏବଂ ମୋତେ ତାଙ୍କର ଅନେକ ପୁସ୍ତକଗୁଡ଼ିକ ଦେଇଥିଲେ, ଯାହା ମୁଁ ଅତି ଉତ୍ସାହର ସହିତ ପାଠ କରିଥିଲି ।  ଏଠାରେ ଏକ ଉଦ୍ଧୃତାଂଶ ଯାହା ମୁଁ ନିଜ ପାଇଁ ନକଲ କରିଥିଲି ।

  “ତୁମର କର୍ତ୍ତବ୍ୟ ପ୍ରକୃତରେ କ’ଣ? …

ପ୍ରଥମେ ତୁମ ତୁମର ପିତାମାତାଙ୍କୁ ପ୍ରେମ ଏବଂ ସମ୍ମାନ ଏବଂ କୃତଜ୍ଞତା ସହିତ ଯତ୍ନରଖ ।

ଦ୍ୱିତୀୟରେ, ସତ୍ୟ କୁହ ଏବଂ ଧାର୍ମିକ ଜୀବନଯାପନ କର ।

ତୃତୀୟତରେ ଯେବେ ତୁମେ ଅଳ୍ପ କ୍ଷଣ ପାଅ, ତୁମର ମନରେ ପ୍ରଭୁଙ୍କ ନାମ ଜପ କର ।

ଚତୁର୍ଥରେ, ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବାରେ ନିଜକୁ କେବେ ହେଁ ବ୍ୟସ୍ତ କର ନାହିଁ କିମ୍ବା ଅନ୍ୟମାନଙ୍କରେ ତ୍ରୁଟି ଦେଖିବାକୁ ଚେଷ୍ଟାକର ନାହିଁ ।

ଏବଂ ଶେଷରେ, ଅନ୍ୟମାନଙ୍କୁ କୌଣସି ପ୍ରକାରେ ଯନ୍ତ୍ରଣା ଦିଅ ନାହିଁ ”ସତ୍ୟ ସାଇ ସ୍ପିକ୍ 4, pp.348-349 ।

ଏହି ହିନ୍ଦୁ ସାଧୁ ଯାହା ଶିକ୍ଷା ଦେଇଛନ୍ତି ତାହା ପ୍ରକୃତରେ ଭଲ କି ନାହିଁ ଦେଖିବା ପାଇଁ ମୁଁ ସାଇ ବାବାଙ୍କ ଲେଖା ଅଧ୍ୟୟନ କଲି। ମୁଁ ଦେଖିଲି ଯେ ଏହି ଲେଖାଗୁଡ଼ିକ ପ୍ରକୃତରେ ଭଲ ଥିଲା । ଏ ଶିକ୍ଷାଗୁଡ଼ିକ ସେହି ଶିକ୍ଷାଅଟେ ଯାହା ମୁଁ ପାଳନ କରି ଜୀବନଯାପନ କରିବା ଉଚିତ । କିନ୍ତୁ ସେହିଠାରେ ମୁଁ ଏକ ବଡ ସମସ୍ୟାର ସାମ୍ନା କରିଥିଲି । ସମସ୍ୟାଟି ଶିକ୍ଷାଗୁଡ଼ିକରେ ନଥିଲା, କିନ୍ତୁ ମୋ ଭିତରେ ଥିଲା କାରଣ ମୁଁ ସେଶିକ୍ଷାଗୁଡ଼ିକୁ ଯେତେ ପ୍ରୟୋଗ କରିବାକୁ ଚେଷ୍ଟା କଲେ ହେଁ ମୁଁ ଏହି ଶିକ୍ଷାଗୁଡ଼ିକୁ ଯେତେ ପ୍ରଶଂସା କଲେ ହେଁ ଏବଂ ସେଗୁଡ଼ିକ ଦ୍ୱାରା ବଞ୍ଚିବାକୁ ଚେଷ୍ଟା କେଲେ ହେଁ, ମୁଁ କ୍ରମାଗତ ଭାବରେ ସେଶିକ୍ଷାଗୁଡ଼ିକୁ ପାଳନ କରି ପାରୁ ନଥିଲି ଏବଂ ମୁଁ କ୍ରମାଗତ ଭାବରେ ଏହି ଉତ୍ତମ ଆଦର୍ଶଗୁଡ଼ିକରୁ ଦୂରେଇ ଯାଉଥିଲି ।

ଏହା ମୋତେ ଏପରି ପ୍ରତୀତ ହେଇଥିଲା ଯେପରି ମୋତେ ଦୁଇଟି ପଥ ବାଛିବା ଆବଶ୍ୟକ । ଶଲୋମନଙ୍କ ଦ୍ଵାରା ଆବିର୍ଭୂତ ହୋଇଥିବା ପଥ, ଯାହା ସାଧାରଣତଃ ସମଗ୍ର ବିଶ୍ୱରେ ଲୋକେ ଅନୁସରଣ କରୁଥିଲେ, ଯାହା ନିଜ ଇଚ୍ଚାନୁସାରେ ଜୀବନଯାପନ କରିବା ଥିଲା ।. କିନ୍ତୁ ମୁଁ ଜାଣିଥିଲି ଶଲୋମନଙ୍କ ପାଇଁ ଶେଷ ସମୟ ଭଲ ନଥିଲା – ଏବଂ ମୁଁ ଅନେକ ଲୋକମାନଙ୍କୁ ସେହି ପଥରେ ଯିବାକୁ ଦେଖିଥିଲି । ତୃପ୍ତି ଅସ୍ଥାୟୀ ଏବଂ ଭ୍ରମ ଥିଲା । ସାଇ ବାବାଙ୍କ ଦ୍ୱାରା ଆବିର୍ଭୂତ ହୋଇଥିବା ପଥ  ଅସମ୍ଭବ ଥିଲା, ବୋଧହୁଏ ତାଙ୍କ ପରି ଗୁରୁଙ୍କ ପାଇଁ ନୁହେଁ, କିନ୍ତୁ ମୋ ଭଳି ଜଣେ ‘ସାଧାରଣ’ ବ୍ୟକ୍ତିଙ୍କ ପାଇଁ ଥିଲା । ଏହି ଅପ୍ରାପ୍ୟ ଆଦର୍ଶଗୁଡ଼ିକୁ ବଜାୟ ରଖିବା ପାଇଁ ନିରନ୍ତର ଚେଷ୍ଟା କରିବା ସ୍ୱାଧୀନତା ନଥିଲା – ଏହା ଦାସତ୍ୱ ଥିଲା ।

ସୁସମାଚାର – ଏହାକୁ ବିଚାର କରିବାକୁ ପ୍ରସ୍ତୁତ

ମୋର ସନ୍ଧାନରେ ମୁଁ ବାଇବେଲ ସୁସମାଚାର (ବେଦ ପୁସ୍ତକମ୍) ରେ ଲିପିବଦ୍ଧ ହୋଇଥିବା ଯୀଶୁ (ୟେଶୁ ସତସଙ୍ଗ) ଙ୍କ ବକ୍ତବ୍ୟ ଏବଂ ଶିକ୍ଷା ପାଠ କରିଥିଲି । ଯୀଶୁଙ୍କ ଏଭଳି ବିବୃତ୍ତି ମୋତେ ଆକୃଷ୍ଟ କଲା ।

“… ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।”

ଯୋହନ 10:10

ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ।

   ମାଥିଉ 11:28-30

. ମୁଁ ହୃଦୟଙ୍ଗମ କଲି, ବୋଧହୁଏ, ଏହା ବୋଧହୁଏ, ଏଠାରେ ଏକ ଉତ୍ତର ଥିଲା ଯାହା ଅନ୍ୟ ପଥଗୁଡ଼ିକର ବୃଥଥାକୁ ସମାଧାନ କରିଥିଲା । ସର୍ବଶେଷରେ, ସୁସମାଚାରର ଅର୍ଥ ‘ଉତ୍ତମ ବାର୍ତ୍ତା’ ଅଟେ । ସୁସମାଚାର ପ୍ରକୃତରେ ଉତ୍ତମ ଖବର ଥିଲା କି? ଏହାର ଉତ୍ତର ପାଇବାକୁ ମୁଁ ସୁସମାଚାର ବିଷୟରେ ଏକ ସୂଚନାପୂର୍ଣ୍ଣ ଅନୁସନ୍ଧାନ ବିକାଶ କରିବା ଆରମ୍ଭ କଲି । ମୁଁ କେବଳ ଏକ ବୁଦ୍ଧିହୀନ ସମାଲୋଚକ ନ ହୋଇ ସୁସମାଚାର ବିଷୟରେ ସମାଲୋଚନାମୂଳକ ଭାବରେ ଚିନ୍ତା କରିବା ଆରମ୍ଭ କଲି।

ଯଦି କେହି ଏହି ପଥରେ ଯାତ୍ରା କରେ ସେ କେବେ ହେଁ ସଂପୂର୍ଣ୍ଣ ଭାବେ ପହଞ୍ଚେ ନାହିଁ, କିନ୍ତୁ ମୁଁ ଶିଖିଲି ଯେ ସୁସମାଚାର ଏହି ସମସ୍ୟାର ଉତ୍ତର ପ୍ରଦାନ କରେ । ଏହାର ସମ୍ପୂର୍ଣ୍ଣ ବିଷୟ ସେଗୁଡ଼ିକୁ ଯଥା ଏକ ସମ୍ପୂର୍ଣ୍ଣ ଜୀବନ, ମୃତ୍ୟୁ, ଅନନ୍ତତା, ଏବଂ ଆମର ପାରିବାରିକ ସମ୍ପର୍କରେ ପ୍ରେମ, ଦୋଷ, ଭୟ ଏବଂ କ୍ଷମା ଭଳି ବ୍ୟବହାରିକ ଚିନ୍ତାଧାରାକୁ ସମାଧାନ କରିବା ଅଟେ । ସୁସମାଚାରର ଦାବି କରେ ଯେ ଏହା ଏକ ମୂଳଦୁଆ ଅଟେ ଯାହା ଉପରେ ଆମେ ଆମର ଜୀବନ ଗଠନ କରିପାରିବା । ହୁଏତ ଜଣେ ବ୍ୟକ୍ତି ସୁସମାଚାର ଦ୍ଵାରା ପ୍ରଦାନ କରାଯାଇଥିବା ଉତ୍ତରଗୁଡ଼ିକୁ ପସନ୍ଦ କରି ନପାରେ,  ହୁଏତ ଜଣେ ବ୍ୟକ୍ତି ସେଗୁଡ଼ିକ ସହ ସହମତ ହୋଇ ନପାରେ କିମ୍ବା ବିଶ୍ଵାସ କରି ନପାରେ, କିନ୍ତୁ ପ୍ରଦାନ କରାଯାଇଥାଥିବା ଏହି ବିଷୟଗୁଡ଼ିକ ମାନବୀୟ ପ୍ରଶ୍ନଗୁଡ଼ିକର ସମାଧାନ ଅଟେ, ସେଗୁଡ଼ିକ ବିଷୟରେ ଅବଗତ ନହେବା ମୂର୍ଖାମୀ ଅଟେ  ।

ମୁଁ ଏହା ମଧ୍ୟ ଜାଣିଲି ଯେ ସୁସମାଚାର ବେଳେବେଳେ ମୋତେ ବହୁତ ଅସହଜ କରିଥାଏ କାରଣ ଏହା  ଏକ ସମୟରେ ଆମକୁ ଆରାମରେ ଜୀବନଯାପନ କରିବାକୁ ପ୍ରଲୋଭିତ କରେ କିନ୍ତୁ ସୁସମାଚାର ମୋ ହୃଦୟ, ମନ, ପ୍ରାଣ ଏବଂ ଶକ୍ତିକୁ ଆହ୍ୱାନ କଲା ଯେ ଯଦିଓ ଏହା ଜୀବନ ପ୍ରଦାନ କରେ, ତଥାପି ଏହା ଏକ ସହଜ ଉପାୟ ପ୍ରଦାନ କରେ ନାହିଁ ।

ଯେବେଠୁ ମୁଁ ସୁସମାଚାର ଅନୁସରଣ କରି ମୋର ଯାତ୍ରା ଆରମ୍ଭ କଲି, ମୁଁ ଭାରତରେ କାମ କରିବା ଏବଂ ଯାତ୍ରା କରିବା ଏବଂ ନେପାଳ ପରିଦର୍ଶନ କରିବାକୁ ଏକ ସୁଯୋଗ ପାଇଲି । ମୋର ବନ ଇଞ୍ଜିନିୟରିଂ ମୋତେ ମୋର ସହକର୍ମୀମାନଙ୍କ ସହିତ ଅନେକ ସ୍ଥାନକୁ ଯିବାକୁ ସାହାଯ୍ୟ କଲା ।ଏହି ପରିପ୍ରେକ୍ଷୀରେ, ମୁଁ ବାର୍ତ୍ତାଳାପ କରିବାକୁ ସକ୍ଷମ ହୋଇଥିଲି ଏବଂ ଏକ ବୈଦିକ ପ୍ରସଙ୍ଗରେ ସୁସମାଚାର କିପରି ପ୍ରାସଙ୍ଗିକ, ସତ୍ୟ ଏବଂ ଅର୍ଥପୂର୍ଣ୍ଣ ତାହା ବିଷୟରେ ଅଧିକ ଜ୍ଞାନ ହାସଲ କରିବାକୁ ସକ୍ଷମ ହେଲି । ମୁଁ ଆଶା କରେ ଆପଣ ମଧ୍ୟ ସୁସମାଚାରକୁ ସେହିପରି ପ୍ରାପ୍ତ କରିବେ ।