Skip to content
Home » ବେଦ ପୁସ୍ତକରେ ସ୍ଵାଗତ: ଆପଣଙ୍କ ଅନ୍ୟ ବିବାହ ନିମନ୍ତ୍ରଣ ବୁଝବା ପାଇଁ

ବେଦ ପୁସ୍ତକରେ ସ୍ଵାଗତ: ଆପଣଙ୍କ ଅନ୍ୟ ବିବାହ ନିମନ୍ତ୍ରଣ ବୁଝବା ପାଇଁ

ସାରା ବିଶ୍ଵର ସମସ୍ତ ସଂସ୍କୃତିରେ ବିବାହକୁ କାହିଁକି ଐଶ୍ୱରିକ ବୋଲି ବିଶ୍ଵାସ କରାଯାଏ? ବିବାହକୁ ପବିତ୍ର ସମାରୋହ ବୋଲି କାହିଁକି ବିବେଚନା କରାଯାଏ? ବୋଧହୁଏ ଈଶ୍ଵର ଯିଏ ଆମକୁ ଏହି ବିବାହକୁ ଆମନ୍ତ୍ରଣ କରିଛନ୍ତି,  ବିବାହ ସୃଷ୍ଟି କରିଛନ୍ତି ଏବଂ ଏହା ଏକ ଗଭୀର ବାସ୍ତବତାକୁ ସୂଚିତ କରିବା ପାଇଁ, ଆମ ପାଇଁ ଏକ ଚିତ୍ର ଭାବରେ ଚିହ୍ନିତ କରଛନ୍ତି,  ଏହା ଦେଖିବା କଷ୍ଟକର କିନ୍ତୁ – ଆପଣ ଏଥିରେ ପ୍ରବେଶ କରି ପାରିବେ ।

ୠଗ୍ ବେଦ, ସର୍ବପ୍ରଥମ ପବିତ୍ର ଦକ୍ଷିଣ ଏସୀୟ ପାଠ ଅଟେ, ଏହାକୁ 2000 – 1000 ଖ୍ରୀଷ୍ଟପୂର୍ବ ମଧ୍ୟରେ ଲେଖାଯାଇଥିଲା । ବୈଦିକ ପରମ୍ପରାରେ ଲୋକମାନଙ୍କର ଏକ ପବିତ୍ର ମିଳନ ଭାବରେ ବିବାହର ଏହି ଧାରଣା ପାଇଁ ଏହା ବିବାହ (Vivaah) ବ୍ୟବହାର କରେ । ତେଣୁ ଏହି ବେଦଗୁଡ଼ିକରେ ବିବାହ ବିଶ୍ୱସମ୍ବନ୍ଧୀୟ ନିୟମ ଉପରେ ଆଧାରିତ ଅଟେ। ଏହା ବିଶ୍ୱ ଦ୍ୱାରା ପରିକଳ୍ପିତ ଏବଂ ଏକ “ପବିତ୍ର ଏକତା ଯାହା ଅଗ୍ନିର ସାକ୍ଷୀରେ ସ୍ଥାପିତ ହୁଏ” ବୋଲି ବିବେଚନା କରାଯାଏ ।

ଏବ୍ରୀୟ ବେଦ, ପ୍ରାୟ ସେହି ସମୟରୁ, ସାଧୁମାନଙ୍କ ପୁସ୍ତକ ଥିଲା ଯେଉଁମାନେ ଈଶ୍ଵରଙ୍କଠାରୁ ପ୍ରକାଶନ ପାଇଥିଲେ । ଆଜି ଆମେ ଏହି ପୁସ୍ତକଗୁଡ଼ିକୁ ବାଇବେଲର ପୁରାତନ ନିୟମ ଭାବରେ ଜାଣୁ । ଈଶ୍ଵର କ’ଣ କରିବାକୁ ଯାଉଛନ୍ତି ତାହା ଚିତ୍ର କରିବା ପାଇଁ ଏହି ପୁସ୍ତକଗୁଡ଼ିକ ନିୟମିତ ଭାବରେ ‘ବିବାହ’ ଏବଂ ‘ବିବାହୋତ୍ସବ ଶବ୍ଦଗୁଡ଼ିକୁ ବ୍ୟବହାର କରୁଥିଲେ । ଏହି ପୁସ୍ତକଗୁଡ଼ିକ କେହି ଜଣେ ଆସିବାକୁ ଥିବା ବ୍ୟକ୍ତିର ଆଶା ବିଷୟରେ ଉଲ୍ଲେଖ କରେ ଯିଏ ବିବାହ ସହିତ ଚିତ୍ରିତ ଲୋକମାନଙ୍କ ସହିତ ଏକ ଅନନ୍ତ କାଳିନ ବନ୍ଧନ ଆରମ୍ଭ କରିବେ । ନୂତନ ନିୟମ କିମ୍ବା ସୁସମାଚାର ଘୋଷଣା କରେ ଯେ ଏହି କେହି ଜଣେ ଯୀଶୁ – ୟେଶୁ ସତସଙ୍ଗ ଅଟନ୍ତି ।

ଏହି ୱେବସାଇଟର ବିଷୟ ଏହା ଯେ ପ୍ରାଚୀନ ସଂସ୍କୃତ ଏବଂ ଏବ୍ରୀୟ ବେଦ ମଧ୍ୟ ସେହି ବ୍ୟକ୍ତିର ଆଗମନକୁ ଆଶା କରୁଥିଲେ । ଏହା ଆହୁରି ବ୍ୟାଖ୍ୟା କରେ, କିନ୍ତୁ ବିବାହ କ୍ଷେତ୍ରରେ ମଧ୍ୟ ଯୀଶୁଙ୍କ ନିମନ୍ତ୍ରଣର ସୁସମାଚାର ଚିତ୍ର ଏବଂ ବିବାହ ମଧ୍ୟରେ ସମାନତା ଆକର୍ଷଣୀୟ ଅଟେ ।

ସପ୍ତପଡ଼ି: ସାତୋଟି ବିବାହ ସୋପାନ

ବିବାହ ସମାରୋହର କେନ୍ଦ୍ରୀୟ ଅଂଶ ସାତଟି ସୋପାନ, କିମ୍ବା ସପ୍ତପଡି ସାତ ଫେର ଅଟେ:

ଯେତେବେଳେ ବର ଏବଂ କନ୍ୟା ସାତୋଟି ଫେର ଏବଂ ଶପଥ ନିଅନ୍ତି । ବୈଦିକ ପରମ୍ପରାରେ, ସପ୍ତପଡି ପବିତ୍ର ଅଗ୍ନି (ଅଗ୍ନି) ଚାରିପାଖରେ କରାଯାଇଥାଏ, ଯାହାକି ଅଗ୍ନି ଦେବ (ଈଶ୍ୱରୀୟ ଅଗ୍ନି) ଦ୍ୱାରା ସାକ୍ଷୀ ହୁଏ ।

ବାଇବେଲ ମଧ୍ୟ ଈଶ୍ଵରଙ୍କୁ ଅଗ୍ନି ଭାବେ ଚିତ୍ରିତ କରେ

ଈଶ୍ଵର ଏକ ଗ୍ରାସକାରୀ ଅଗ୍ନି ସ୍ଵରୂପ ଅଟନ୍ତି ।

କାରଣ ଆମ୍ଭମାନଙ୍କର ଈଶ୍ଵର ଗ୍ରାସକାରୀ ଅଗ୍ନି ସ୍ଵରୂପ।

ଏବ୍ରୀ 12:29

ଏବଂ

 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଗ୍ରାସକାରୀ ଅଗ୍ନି, ସ୍ଵଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟନ୍ତି।

ଦ୍ଵିତୀୟ ବିବରଣ 4:24

ବାଇବେଲର ଶେଷ ପୁସ୍ତକ ବିଶ୍ଵ ପୂର୍ବରୁ କରାଯାଇଥିବା ଏକ ବିବାହରେ ଏହି ଈଶ୍ୱରୀୟ ବିବାହ ନିମନ୍ତ୍ରଣର ସମାପ୍ତି ବିଷୟରେ ପୂର୍ବାନୁମାନ କରିଛି । ଏହି ବିବାହକୁ ମଧ୍ୟ ସାତଟି ସୋପାନ ଆଗେଇ ନିଏ । ଏହି ପୁସ୍ତକ ସେଗୁଡ଼ିକୁ ଏହି ଶବ୍ଦଗୁଡ଼ିକ ସହିତ ‘ମୁଦ୍ରା’ ଭାବରେ ବର୍ଣ୍ଣନା କରେ:

ତତ୍ପରେ ମୁଁ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ଵରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚ ସ୍ଵରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ଵର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।

ପ୍ରକାଶିତ ବାକ୍ୟ 5:1-5[Ma1] 

ବିବାହ ଉତ୍ସବ ପାଳନ

ସାତଟି ସପ୍ତପଡିର ପ୍ରତ୍ୟେକ ସୋପାନ ପରି, ଯେତେବେଳେ ବର ଏବଂ କନ୍ୟା ପବିତ୍ର ଶପଥ ବିନିମୟ କରନ୍ତି, ଏହି ପୁସ୍ତକ ତା’ପରେ ପ୍ରତ୍ୟେକ ମୁଦ୍ରା ଖୋଲିବାକୁ ବର୍ଣ୍ଣନା କରେ । ସପ୍ତମ ମୁଦ୍ରା ଖୋଲିବା ପରେ ହିଁ ବିବାହ ଘୋଷଣା କରାଯାଏ:

ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।

ପ୍ରକାଶିତ ବାକ୍ୟ 19:7[Ma2] 

ବାରାତ୍, ବିବାହ ଯାତ୍ରା

ଏହି ବିବାହ ସମ୍ଭବ କାରଣ ବର, ସେହି ଗ୍ରାସକାରି ଅଗ୍ନି ଉପସ୍ଥିତିରେ କନ୍ୟାର ମୂଲ୍ୟ ଦେଇଛନ୍ତି, ଏବଂ ତାଙ୍କ ଘୋଡା ଚଢ଼ି, ଆଜିର ବିବାହ ପରି ଏକ ବାରାତ୍, ତାଙ୍କ କନ୍ୟା ଦାବି କରିବାକୁ, ଏକ ସ୍ୱର୍ଗୀୟ ଯାତ୍ରାକୁ ଆଗେଇ ନିଅନ୍ତି ।

କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ଵର ଓ ଈଶ୍ଵରଙ୍କ ତୂରୀବାଦ୍ୟ ସହିତ ସ୍ଵର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ତଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ।

1 ଥେସଲନୀକୀୟ  4:16-17

କନ୍ୟାର ମୂଲ୍ୟ କିମ୍ବା ଯୌତୁକ

ଆଜିର ବିବାହରେ ପ୍ରାୟତଃ କନ୍ୟାର ମୂଲ୍ୟ କିମ୍ବା ଯୌତୁକ ଯଥା କନ୍ୟାଦାନ,  ବର ଏବଂ ତାର ପରିବାରକୁ ଦେବା ବିଷୟରେ ଅନେକ ସମୟରେ ଆଲୋଚନା ଏବଂ ବିବାଦ ଲାଗି ରହିଥାଏ । ଏହି ଆଗାମୀ ସ୍ୱର୍ଗୀୟ ବିବାହରେ, ବର କନ୍ୟା ପାଇଁ ମୂଲ୍ୟ ଦେଇଥିବାରୁ ସେ ହିଁ କନ୍ୟା ପାଇଁ ଏକ ମୁକ୍ତ ଉପହାର ଆଣନ୍ତି ।

ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ଵାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ଵରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ,

ପ୍ରକାଶିତ ବାକ୍ୟ 5:9[Ma3] 

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।

ପ୍ରକାଶିତ ବାକ୍ୟ  22:17[Ma4] 

ବିବାହ ଯୋଜନା

ଆଜି, ପିତାମାତାମାନେ ବିବାହର ବ୍ୟବସ୍ଥା କରନ୍ତି (ବ୍ୟବସ୍ଥା ବିବାହ) କିମ୍ବା ଦମ୍ପତି ନିଜ ପାରସ୍ପରିକ ପ୍ରେମ (ପ୍ରେମ-ବିବାହ) ରୁ ବିବାହ କରନ୍ତି । ଉଭୟ କ୍ଷେତ୍ରରେ, ଆପଣ ଆପଣଙ୍କ ହେବାକୁ ଥିବା ଜୀବନସାଥୀଙ୍କ ସହ ଆପଣଙ୍କ ବିବାହ ବ୍ୟବସ୍ଥା ବିଷୟରେ ବିଚାରଧାରା କିମ୍ବା ବୁଝାମଣା ବିନିଯୋଗ କରିବେ । ଯେତେବେଳେ ବିବାହ ପ୍ରସ୍ତାବ ଦିଆଯାଏ ସେତେବେଳେ ବିବାହ ବିଷୟରେ ଅବଗତ ନହେବା ବୁଦ୍ଧିମାନ ନୁହେଁ ।

ଏହି ଆସୁଥିବା ବିବାହ, ଏବଂ ଏଥିପାଇଁ ଆପଣଙ୍କ ନିମନ୍ତ୍ରଣ ବିଷୟରେ ମଧ୍ୟ ଏହା ସତ୍ୟ । ଏହି କାରଣରୁ ଆମେ ଏହି ୱେବସାଇଟ୍ ତିଆରି କରିଅଛୁ ଯାହା ଦ୍ଵାରା ଆପଣ ଈଶ୍ଵରଙ୍କ ବିଷୟରେ ଜାଣିବେ ଏବଂ ବୁଝିବାର ସୁଯୋଗ ପାଇବେ ଯିଏ ଆପଣଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିଛନ୍ତି । ଏହି ବିବାହ ଏକ ନିର୍ଦ୍ଦିଷ୍ଟ ସଂସ୍କୃତି, ଶ୍ରେଣୀ କିମ୍ବା ଲୋକମାନଙ୍କ ପାଇଁ ନୁହେଁ । ବାଇବେଲ କହେ:

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;

ପ୍ରକାଶିତ ବାକ୍ୟ 7:9[Ma5] 

ୠଗ୍ ବେଦରୁ ଆରମ୍ଭ କରି ସଂସ୍କୃତ ଏବଂ ଏବ୍ରୀୟ ବେଦଗୁଡ଼ିକର ସମନ୍ୱୟକୁ ଦେଖିବା ଏବଂ ଆଗାମୀ ବିବାହକୁ ବୁଝିବା ପାଇଁ ଆମେ ଏହି ଯାତ୍ରା ଆରମ୍ଭ କରିଛୁ, । ବର କିଏ, ତାଙ୍କ ନାମ, ତାଙ୍କ ଆସିବାର ସମୟ (ପବିତ୍ର ସାତରେ ମଧ୍ୟ) ଏବଂ ସେ କିପରି କନ୍ୟାର ମୂଲ୍ୟ ଦେବେ ସେ ସମ୍ବନ୍ଧରେ ଈଶ୍ଵର ଏବ୍ରୀୟ ବେଦରେ ସବିଶେଷ ତଥ୍ୟ ଏବଂ ଯୋଜନା ପ୍ରକାଶ କରିଥିଲେ । ଆମେ ବରର ଆଗମନକୁ, ତାଙ୍କ ଜନ୍ମ ଠାରୁ ଆରମ୍ଭ କରି ତାଙ୍କର କେତେକ ଚିନ୍ତାଧାରା, ବରଯାତ୍ରୀ ଦେୟ, କନ୍ୟା ପ୍ରତି ତାଙ୍କ ପ୍ରେମ, ଏବଂ ତାଙ୍କ ଆମନ୍ତ୍ରଣକୁ ଅନୁସରଣ କରୁ ।

ବିବାହରେ ଆପଣଙ୍କୁ ଦେଖିବାକୁ ଆଶା କରୁ ।