ଭାଟ୍-ବୃକ୍ଷ, ବରଗଚ୍ଛ କିମ୍ବା ବାନିଆନ୍ ଗଛ ଦକ୍ଷିଣ ଏସୀୟ ଆଧ୍ୟାତ୍ମିକତାର କେନ୍ଦ୍ର ଅଟେ ଏବଂ ଏହା ଭାରତର ଜାତୀୟ ବୃକ୍ଷ ମଧ୍ୟ ଅଟେ । ଏହା ମୃତ୍ୟୁର ଭଗବାନ ଯମ ସହିତ ଜଡିତ, ତେଣୁ ଶବଦାହ କରାଯାଉଥିବା ସ୍ଥାନ ନିକଟରେ ଲଗାଯାଏ । ପୁନଃ ଅଙ୍କୁରିବା କ୍ଷମତା ହେତୁ ଏହାର ବହୁତ ଦୀର୍ଘାୟୁତା ଅଛି ଏବଂ ଏହା ଅମରତାର ପ୍ରତୀକ । ଏକ ବାନିୟାନ ଗଛ ଯେଉଁଠାରେ ସାବିତ୍ରୀ ତାଙ୍କ ମୃତ ସ୍ୱାମୀ ତଥା ରାଜା ସତ୍ୟଭାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଯମଙ୍କ ସହ ବିନତି କରିଥିଲେ ଯାହା ଦ୍ଵାରା ସେ ଏକ ପୁତ୍ର ସନ୍ତାନ ପାଇ ପାରିବେ – ଭାଟ ପୂର୍ଣ୍ଣିମା ଏବଂ ଭାଟ ସାବିତ୍ରୀଙ୍କ ବାର୍ଷିକ ଉତ୍ସବରେ ସ୍ମରଣ କରିବେ।
ସେହିଭଳି ଏକ ବିବରଣ ଏବ୍ରୀୟ ବେଦ (ବାଇବେଲ) ରେ ଦେଖିବାକୁ ମିଳିଥାଏ । ସେଠାରେ ଏକ ମୃତ ବୃକ୍ଷ ଅଛି … ଜୀବନ ଅଛି … ରାଜାମାନଙ୍କର ଏକ ମୃତ ବଂଶରୁ ଏକ ନୂତନ ପୁତ୍ରକୁ ପ୍ରତିନିଧିତ୍ୱ କରୁଛି । ମୁଖ୍ୟ ପାର୍ଥକ୍ୟ ଏହା ଯେ ଏହି ବିବରଣ ଭବିଷ୍ୟତ-ଭବିଷ୍ୟବାଣୀ ଅଟେ ଏବଂ ଶହ ଶହ ବର୍ଷ ମଧ୍ୟରେ ବିଭିନ୍ନ ଭବିଷ୍ୟଦ୍ବକ୍ତା (ବହୁଦର୍ଶୀ) ଙ୍କ ଦ୍ୱାରା ବିକଶିତ ହୋଇଥିଲା । ସେମାନଙ୍କର ମିଶ୍ରିତ କାହାଣୀ ପୂର୍ବାନୁମାନ କରିଥିଲା ଯେ କେହି ଆସୁଛନ୍ତି । ଯିଶାଇୟ (ଖ୍ରୀଷ୍ଟପୂର୍ବ 750) ଏହି କାହାଣୀ ଆରମ୍ଭ କରିଥିଲେ ଯାହା ପରେ ବହୁଦର୍ଶୀ-ଭବିଷ୍ୟଦ୍ବକ୍ତାମାନେ – ମୃତ ଗଛରୁ ଶାଖାରୁ ଆହୁରି ବିକଶିତ କରିଥିଲେ ।
ଯିଶାଇୟ ଏବଂ ଶାଖା
ଯିଶାଇୟ ଐତିହାସିକ ଯାଞ୍ଚଯୋଗ୍ୟ ସମୟରେ ବାସ କରିଥିଲେ, ଯିହୁଦୀମାନଙ୍କ ଇତିହାସରୁ ନିଆଯାଇଥିବା ସମୟସୀମା ମଧ୍ୟରେ ଦେଖାଯାଇଥିଲେ ।
ଯିଶାଇୟ ଇସ୍ରାଏଲର ଦାଉଦଙ୍କ ରାଜତ୍ଵ ସମୟରେ ବାସ କରୁଥିବା ଐତିହାସିକ ସମୟସୀମାରେ ଦର୍ଶାଯାଇଛି ।
ରାଜା ଦାଉଦଙ୍କ ରାଜକୀୟ ରାଜବଂଶ (ଖ୍ରୀଷ୍ଟପୂର୍ବ 1000 – 600) ଯିରୂଶାଲମରୁ ଶାସନ କରୁଥିବା ସମୟରେ ଯିଶାଇୟ ଲେଖିଥିଲେ । ଯିଶାଇୟଙ୍କ ସମୟରେ (ଖ୍ରୀଷ୍ଟପୂର୍ବ 750) ରାଜବଂଶ ଏବଂ ଶାସନ ଦୁର୍ନୀତିଗ୍ରସ୍ତ ଥିଲା। ଯିଶାଇୟ ରାଜାମାନଙ୍କୁ ଈଶ୍ଵରଙ୍କ ନିକଟକୁ ଫେରିବା ଏବଂ ମୋଶାଙ୍କ ଦଶ ଆଜ୍ଞା ପାଳନ କରିବାକୁ ନିବେଦନ କରିଥିଲେ । କିନ୍ତୁ ଯିଶାଇୟ ଜାଣିଥିଲେ ଯେ ଇସ୍ରାଏଲ ଅନୁତାପ କରିବେ ନାହିଁ, ତେଣୁ ସେ ଭବିଷ୍ୟବାଣୀ କଲେ ଯେ ରାଜ୍ୟ ଧ୍ୱଂସ ହେବ ଏବଂ ରାଜାମାନେ ଶାସନରୁ ବିଲୋପ ହେବେ।
ସେ ରାଜବଂଶ ପାଇଁ ଏକ ପ୍ରତିଛବି ବ୍ୟବହାର କରିଥିଲେ, ଏହାକୁ ଏକ ବିଶାଳ ବରଗଛ ପରି ଚିତ୍ରିତ କରିଥିଲେ । ଏହି ଗଛର ମୂଳରେ ରାଜା ଦାଉଦଙ୍କ ପିତାମହ ଯିଶୀ ଥିଲେ। ଯିଶୀ ଉପରେ ରାଜାମାନଙ୍କର ରାଜବଂଶ ଦାଉଦଙ୍କ ସହିତ ଆରମ୍ଭ ହେଲା ଏବଂ ତାଙ୍କ ଉତ୍ତରାଧିକାରୀ ରାଜା ଶଲୋମନଙ୍କ ସହିତ ଚାଲିଲା। ଯେପରି ନିମ୍ନରେ ବୃକ୍ଷ ବର୍ଣ୍ଣିତ, ରାଜବଂଶର ପରବର୍ତ୍ତୀ ପୁତ୍ର ଶାସନ ସମୟରେ ରାଜ୍ୟ ବଢ଼ି, ବୃଦ୍ଧି ପାଇବାକୁ ଲାଗିଲା ।
ଯିଶାଇୟ ରାଜବଂଶର ପ୍ରତିଛବିକୁ ଏକ ବିଶାଳ ବରଗଛ ଭାବରେ ବ୍ୟବହାର କରିଥିଲେ,ଯେଉଁଥିରେ ରାଜାମାନେ ପ୍ରତିଷ୍ଠାତା – ଯିଶୀଙ୍କ ମୂଳର ବୃକ୍ଷକୁ ବିସ୍ତାର କରିଥିଲେ ।
ପ୍ରଥମେ ବୃକ୍ଷ… ତା’ପରେ ବୃକ୍ଷର ମୂଳ… ତା’ପରେ ବୃକ୍ଷର ଶାଖା
ଯିଶାଇୟ ଚେତାବନୀ ଦେଲେ ଯେ ଏହି ‘ବୃକ୍ଷ’ ରାଜବଂଶକୁ ଶୀଘ୍ର କାଟି ଦିଆଯିବ ଏବଂ ଏହାକୁ ଏକ ମୃତ ମୂଳରେ ପରିଣତ କରାଯିବ । ସେ କିପରି ଭାବରେ ଏହି ବାକ୍ୟକୁ ବୃକ୍ଷର ମୂଳ ଏବଂ ଶାଖାର ପ୍ରହେଳିକା ଭାବରେ ଉଲ୍ଲେଖ କରିଥିଲେ:
ଅନନ୍ତର ଯିଶୟର ଗଣ୍ତିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ।; ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;
ଯିଶାଇୟ 11:1-2
ଯିଶାଇୟଙ୍କ ପ୍ରାୟ 150 ବର୍ଷ ପରେ, ପ୍ରାୟ 600 ଖ୍ରୀଷ୍ଟପୂର୍ବରେ ବୃକ୍ଷଟି ବିନାଶ ହୋଇଥିଲା, ଯେତେବେଳେ ବାବିଲୀୟମାନେ ଯିରୂଶାଲମକୁ ପରାସ୍ତ କଲେ, ରାଜାମାନଙ୍କ ରାଜବଂଶକୁ ସମ୍ପୂର୍ଣ୍ଣ ଭାଙ୍ଗି ଧ୍ୱଂସ କଲେ ଏବଂ ଇସ୍ରାଏଲୀୟମାନଙ୍କୁ ବାବିଲକୁ ନିର୍ବାସିତ କଲେ (ସମୟସୀମାର ଲାଲ ଅବଧି) । ଏହା ପ୍ରଥମ ଯିହୁଦୀ ନିର୍ବାସନ ଥିଲା – ସେମାନଙ୍କ ମଧ୍ୟରୁ କେତେକ ଭାରତକୁ ଆସିଥିଲେ। ସାବିତ୍ରୀ ଏବଂ ସତ୍ୟଭାନର କାହାଣୀରେ ଜଣେ ମୃତ ରାଜାଙ୍କ ପୁତ୍ର ଥିଲେ – ସତ୍ୟଭାନ । ବୃକ୍ଷ ମୂଳର ଭବିଷ୍ୟବାଣୀରେ ରାଜାମାନେ ସମାପ୍ତ ହେବ ଏବଂ ରାଜବଂଶ ବିଲୋପ ହେବ ।
ଶାଖା: ଦାଉଦଙ୍କଠାରୁ ଆସୁଥିବା ‘ତାଙ୍କ’ ଜ୍ଞାନ
କିନ୍ତୁ ଭବିଷ୍ୟଦ୍ବକ୍ତାମାନେ କେବଳ ରାଜାମାନଙ୍କର ପୋତନ ଅପେକ୍ଷା ଭବିଷ୍ୟତର ଅଧିକଦୂରକୁ ଦୃଷ୍ଟି ଦେଇଥିଲେ। ସେମାନେ ବରଗଛର ଏକ ସାଧାରଣ ଅଂଶକୁ ବ୍ୟବହାର କରି ଏହା କଲେ । ଯେତେବେଳେ ବରଗଛ ମଞ୍ଜି ଅଙ୍କୁରିତ ହୁଏ ସେଗୁଡ଼ିକ ପ୍ରାୟତ ଅନ୍ୟ ଗଛର ଡାଳରେ ଅଙ୍କୁରିତ ହୁଅନ୍ତି । ଏହି ବୃକ୍ଷମୂଳ ଅଙ୍କୁରିତ ବିହନ ମଞ୍ଜି ପାଇଁ ମୂଖ୍ୟ ଭାବରେ କାର୍ଯ୍ୟ କରିଥାଏ । ବିହନ ସ୍ଥାପିତ ହେବା ପରେ ଏହା ମୂଳରୁ ବୃଦ୍ଧି ହୋଇ ବିସ୍ତାର ହୁଏ । ଯିଶାଇୟଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିବା ଏହି ବିଷୟଟି ଏକ ବରଗଛ ପରି ହେବ କାରଣ ନୂତନ ଶଖାଟି ଏହି ବୃକ୍ଷ ମୂଳରୁ ଉତ୍ପନ ହେବ ।
ଯିଶାଇୟ ଏହି ଚିତ୍ରକୁ ବ୍ୟବହାର କରି, ଭବିଷ୍ୟବାଣୀ କରିଥିଲେ ଯେ ଭବିଷ୍ୟତରେ ଶାଖା ନାମରେ ପରିଚିତ ଏକ ମୃତ୍ୟୁ ବୃକ୍ଷମୂଳରୁ ଉତ୍ପନ୍ନ ହେବ, ଯେପରି ବରଗଛରୁ ଶାଖାଗୁଡ଼ିକ ଉତ୍ପନ୍ନ ହୋଇଛି । ଯିଶାଇୟ ଏହି ଶାଖାକୁ “ତାଙ୍କୁ” ବୋଲି ଉଲ୍ଲେଖ କରନ୍ତି ତେଣୁ ଯିଶାଇୟ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ ବ୍ୟକ୍ତ କରୁଛନ୍ତି, ଯିଏ ରାଜବଂଶ ରପତନ ପରେ ଦାଉଦଙ୍କ ବଂଶରୁ ଆସିବେ । ଏହି ବ୍ୟକ୍ତିଙ୍କର ଜ୍ଞାନ, ଶକ୍ତି ଏବଂ ବୁଦ୍ଧିରେ ନିପୁଣ ହେବେ ଏହା ସତେ ଯେପରି ଈଶ୍ଵରଙ୍କ ଆତ୍ମା ତାଙ୍କ ଉପରେ ଥିବା ପରି ହେବ ।
ଅନେକ ପୁରାଣ ଶାସ୍ତ୍ରତତ୍ତ୍ୱରେ ବରଗଛକୁ ଅମରତାର ପ୍ରତୀକ ଭାବରେ ଉଲ୍ଲେଖ କରାଯାଇଛି । ଏହାର ବାୟବୀୟ ମୂଳ ମାଟିରେ ବଢ଼ି ଗଛର ଅତିରିକ୍ତ ଗଣ୍ଡି ଗଠନ କରିଥାଏ । ଏହା ଈଶ୍ଵଶ୍ୱରୀୟ ସୃଷ୍ଟିକର୍ତ୍ତାଙ୍କୁ ପ୍ରତିନିଧିତ୍ୱ କରି ଦୀର୍ଘାୟୁ ପ୍ରତୀକକୁ ସୂଚାଏ । ଖ୍ରୀଷ୍ଟପୂର୍ବ 750 ମସିହାରେ ଯିଶାଇୟଙ୍କ ଦ୍ଵାରା ପୂର୍ବାନୁମାନ କରାଯାଇଥିବା ଏହି ଶାଖାରେ ଅନେକ ଈଶ୍ଵଶ୍ୱରୀୟ ଗୁଣର ସାମଞ୍ଜସ୍ୟ ରହିବ ଏବଂ ରାଜବଂଶର “ମୂଳ” ପୋତନ ହେବାପରେ ବହୁ ଦିନ ପର୍ଯ୍ୟନ୍ତ ରହିବ ।
ଯିରିମିୟ ଏବଂ ଶାଖା
ବହୁଦର୍ଶୀ-ଭବିଷ୍ୟଦ୍ବକ୍ତା ଯିଶାଇୟ ଏକ ଦିଗନିର୍ଦ୍ଦେଶକ ଖୁଣ୍ଟ ସ୍ଥାପନ କରିଥିଲେ ଯାହା ଦ୍ଵାରା ଲୋକମାନେ ଭବିଷ୍ୟତର ଘଟଣାଗୁଡ଼ିକୁ ଜାଣିପାରିବେ । କିନ୍ତୁ ଏହା ଅନେକ ଚିହ୍ନ ମଧ୍ୟରୁ ତାଙ୍କର ପ୍ରଥମ ଚିହ୍ନ ଥିଲା । ଯିଶାଇୟଙ୍କ ପ୍ରାୟ 150 ବର୍ଷ ପରେ ଯିରିମୀୟ, ଖ୍ରୀଷ୍ଟପୂର୍ବ 600 ମସିହାରେ ଯେତେବେଳେ ଦାଉଦଙ୍କ ରାଜବଂଶ ତାଙ୍କ ଆଖି ଆଗରେ ପୋତନ ହୋଇଥିଲା, ସେ ଲେଖିଥିଲେ:
ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ଵ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ। ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।
ଯିରିମୀୟ 23:5-6
ଯିରିମୀୟ ଦାଉଦଙ୍କ ରାଜବଂଶର ଯିଶାଇୟଙ୍କ ଶାଖା ପ୍ରତିଛବି ଉପରେ ବିସ୍ତାର କରିଥିଲେ । ଶାଖା ମଧ୍ୟ ଜଣେ ରାଜା ହେବ । କିନ୍ତୁ ଦାଉଦଙ୍କ ପୂର୍ବ ରାଜାମାନଙ୍କ ପରି ଜଣେ ରାଜା ନୁହଁ ଯିଏ ଏକ ମୃତ ମୂଳରେ ପରିଣତ ହୋଇଥିଲେ ।
ଶାଖା: ସଦାପ୍ରଭୁ ଆମର ଧାର୍ମିକତା
ଶାଖା ସହିତ ତାଙ୍କ ନାମରେ ଭିନ୍ନତା ଦେଖାଯାଏ । ସେ ଈଶ୍ଵରଙ୍କ ନାମ ବହନ କରିବେ (‘ସଦାପ୍ରଭୁ’ – ଈଶ୍ଵରଙ୍କର ଏବ୍ରୀୟ ନାମ), ତେଣୁ ଏକ ବରଗଛ ପରି ଏହି ଶାଖା ଈଶ୍ୱରଙ୍କ ପ୍ରତିମୂର୍ତ୍ତି ହେବ । ସେ ମଧ୍ୟ ‘ଆମର’ (ଆମ ମନୁଷ୍ୟ) ଧାର୍ମିକତା ହେବେ ।
ଯେତେବେଳେ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟଭାନଙ୍କ ଶରୀର ପାଇଁ ଯମଙ୍କ ସହ ବିବାଦ କଲେ, ସେତେବେଳେ ତାଙ୍କର ଧାର୍ମିକତା ହିଁ ତାଙ୍କୁ ମୃତ୍ୟୁ (ଯମ) ର ସମ୍ମୁଖୀନ ହେବାକୁ ଶକ୍ତି ଦେଇଥିଲା। ଯେପରି କୁମ୍ଭମେଳା ବିଷୟରେ ଆମେ ପୂର୍ବରୁ ଅଲୋଚନା କରିଛେ, ଆମର ସମସ୍ୟା ଆମର ଭ୍ରଷ୍ଟତା କିମ୍ବା ପାପ ଅଟେ, ତେଣୁ ଆମର ‘ଧାର୍ମିକତା’ ନଥାଏ । ବାଇବେଲ କହେ ଯେ, ତେଣୁ, ମୃତ୍ୟୁକୁ ସାମ୍ନା କରିବାର ଆମର ଶକ୍ତି ନାହିଁ । ବାସ୍ତବରେ, ଆମେ ଏହା ବିରୁଦ୍ଧରେ ଅସହାୟ ବୋଲି ବାଇବେଲ ବ୍ୟକ୍ତ କରେ:
ଯେପରି ମୃତ୍ୟୁ ଦ୍ଵାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରନ୍ତି, ପୁଣି ମୃତ୍ୟୁର ଭୟରେ ଯେଉଁମାନେ ଯାବଜ୍ଜୀବନ ଦାସତ୍ଵର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି।
ଏବ୍ରୀ 2:14b-15
ବାଇବେଲରେ ଶୟତାନ ଯମଙ୍କ ପରି, ଯେହେତୁ ତାହାଙ୍କଠାରେ ଆମ ବିରୁଦ୍ଧରେ ମୃତ୍ୟୁର ଶକ୍ତି ଅଛି । ବାସ୍ତବରେ, ଯମ ଯେପରି ସତ୍ୟଭାନଙ୍କ ଶରୀର ପାଇଁ ବିତର୍କ କରିଥିଲେ, ବାଇବେଲ ମଧ୍ୟ ଶୟତାନ ଏକ ସମୟରେ ଏକ ଶରୀର ଉପରେ ବିବାଦ କରିଥିଲା, ଯେବେ
କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ହୋଇ ନ ଥିଲେ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
ଯିହୂଦା 1:9
ଯେହେତୁ ସାବିତ୍ରୀ ଏବଂ ସତ୍ୟବାନଙ୍କ କାହାଣୀରେ ଯମଙ୍କ ପରି ଶୟତାନର, ମୋଶାଙ୍କ ପରି ଜଣେ ମହାନ୍ ଭବିଷ୍ୟଦ୍ବକ୍ତାଙ୍କ ଶରୀର ଉପରେ ବିବାଦ କରିବାକୁ ଶକ୍ତି ଅଛି, ତେଣୁ ନିଶ୍ଚିତ ଭାବରେ ଆମ ମୃତ୍ୟୁ ଉପରେ ତାର କ୍ଷମତା ଅଛି – ଆମେ ପାପୀ ଏବଂ ଭ୍ରଷ୍ଟ । ଏପରିକି ସ୍ୱର୍ଗଦୂତମାନେ ମଧ୍ୟ ସ୍ୱୀକାର କରନ୍ତି ଯେ କେବଳ ପ୍ରଭୁ – ସୃଷ୍ଟିକର୍ତ୍ତା ଈଶ୍ଵରଙ୍କର – ମୃତ୍ୟୁରେ ଶୟତାନକୁ ଭର୍ତ୍ସନା କରିବାକୁ ଅଧିକାର ଅଛି ।
ଏଠାରେ, ‘ଶାଖା’ ଏକ ପ୍ରତିଜ୍ଞା ଅଟେ ଯେ ଭବିଷ୍ୟତରେ ସଦାପ୍ରଭୁ ଆମକୁ ‘ଧାର୍ମିକତା‘ ପ୍ରଦାନ କରିବେ ଯାହା ଦ୍ଵାରା ଆମେ ମୃତ୍ୟୁକୁ ଜୟ କରିପାରିବା।
କିପରି?
ଜିଖରିୟ ଏହି ବିଷୟବସ୍ତୁକୁ ବିକଶିତ କରିବା ସହିତ ଅଧିକ ବିବରଣୀରେ ପୁରଣ କରନ୍ତି, ଆଗାମୀ ଶାଖାର ନାମ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରନ୍ତି ଯାହାକି ସାବିତ୍ରୀ ଏବଂ ସତ୍ୟଭାନଙ୍କ ମୃତ୍ୟୁକୁ (ଯମ) କାହାଣୀ ସହିତ ମେଳ ଖାଏ, ଯାହାକୁ ଆମେ ପରବର୍ତ୍ତୀ ସମୟରେ ଦେଖିବା ।