Skip to content
Home » ଯୀଶୁଙ୍କ ବଳିଦାନରୁ ଶୁଚି କରୁଥିବା ଉପହାର କିପରି ପାଇବେ?

ଯୀଶୁଙ୍କ ବଳିଦାନରୁ ଶୁଚି କରୁଥିବା ଉପହାର କିପରି ପାଇବେ?

  • by

ଯୀଶୁ ସମସ୍ତ ଲୋକଙ୍କ ନିମନ୍ତେ ନିଜକୁ ବଳିଦାନ ଦେବାକୁ ଆସିଥିଲେ। ଏହି ବାର୍ତ୍ତା ପ୍ରାଚୀନ ୠଗ୍ ବେଦ ଓ ପ୍ରାଚୀନ ହିବ୍ରୁ ବେଦଗୁଡ଼ିକର ପ୍ରତିଜ୍ଞା ଏବଂ ଉତ୍ସବ ଗୁଡ଼ିକରେ ସୂଚିତତ ହୋଇଅଛି | ପ୍ରତ୍ୟେକ ଥର ଆମେମାନେ ଯେବେ ପ୍ରଥାସ୍ନା (କିମ୍ବା ପ୍ରତାସନା) ମନ୍ତ୍ରର ଆବୃତ୍ତି କରୁ, ସେ ସମୟରେ ଆମେ ଯେଉଁ ପ୍ରଶ୍ନ କରିଥାଉ, ସେହି ପ୍ରଶ୍ନର ଉତ୍ତର ଯୀଶୁ ଅଟନ୍ତି | ଏହା କିପରି? ବାଇବଲ (ବେଦ ପୁସ୍ତକ) ଏକ କର୍ମ ନିୟମ ବ୍ୟକ୍ତ କରେ ଯାହା ଆମ ସମସ୍ତଙ୍କୁ ପ୍ରଭାବିତ କରେ:

କାରଣ ପାପର ବେତନ ମୃତ୍ୟୁ …

ରୋମୀୟ: 6: 23

ନିମ୍ନରେ ମୁଁ ଏକ ଦୃଷ୍ଟାନ୍ତ ମାଧ୍ୟମରେ ଏହି କର୍ମ ନିୟମକୁ ଦର୍ଶାଉଅଛି | “ମୃତ୍ୟୁ” ର ଅର୍ଥ ଅଲଗା ହେବା | ଯେତେବେଳେ ଆମର ଆତ୍ମା ଆମ ଶରୀରରୁ ଅଲଗା ହୁଏ ଆମେ ଶାରୀରିକ ଭାବରେ ମରିଯାଇଥାଉ | ସେହିଭଳି ଆମେ ଆଧ୍ୟାତ୍ମିକ ଭାବରେ ଈଶ୍ଵରରଙ୍କଠାରୁ ଅଲଗା ହୋଇଅଛୁ | ଏହା ସତ୍ୟ କାରଣ ଈଶ୍ଵର ପବିତ୍ର ଅଟନ୍ତି (ପାପହୀନ) |

ଏହି ଦୁଇ ଶିଖରର ମଧ୍ୟରେ ଥିବା ଫାଟ ସାମନ ଆମେମାନେ ଆମମାନଙ୍କ ପାପ ଦ୍ୱାରା ଈଶ୍ଵରରଙ୍କଠାରୁ ପୃର୍ଥକ ହୋଇଅଛୁ |

ଆମେ ନିଜକୁ ଏକ ଶିଖରରେ ଏବଂ ଈଶ୍ଵରଙ୍କୁ ଅନ୍ୟ ଏକ ଶିଖରରେ ରଖି କଳ୍ପନା କରିପାରିବା ଯେ ପାପର ଏହି ଅତଳସ୍ପର୍ଶୀ ଫାଟ ଦ୍ୱାରା ଆମେ ଅଲଗା ହୋଇଅଛୁ |

ଏହି ପୃଥକତା ଦୋଷ ଏବଂ ଭୟ ସୃଷ୍ଟି କରେ | ତେଣୁ ଆମେ ସ୍ୱାଭାବିକ ଭାବରେ ଏକ ସେତୁ ତିଆରି କରୁ ଯାହା ଆମକୁ ଆମ ପକ୍ଷରୁ (ମୃତ୍ୟୁରୁ) ଈଶ୍ଵରଙ୍କ ନିକଟକୁ ନେଇଯିବ | ଆମେମାନେ ବଳିଦାନ ଦେଇଥାଉ, ପୂଜା କରିଥାଉ, ସନ୍ନ୍ୟାସବ୍ରତ ଅଭ୍ୟାସ କରିଥାଉ, ପର୍ବଗୁଡ଼ିକରେରେ ଅଂଶଗ୍ରହଣ କରିଥାଉ, ମନ୍ଦିରକୁ ଯାଉ, ଅନେକଥର ପ୍ରାର୍ଥନା କରିଥାଉ ଏମିତିକି ଆମେ ଆମର ପାପକୁ ହ୍ରାସ କରିବାକୁ କିମ୍ବା ବନ୍ଦ କରିବାକୁ ଚେଷ୍ଟା କରୁ | ଯୋଗ୍ୟତା ହାସଲ କରିବାକୁ ଏହି କାର୍ଯ୍ୟ ତାଲିକା ଆମମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ ବହୁତ ଲମ୍ବା ହୋଇପାରେ | କିନ୍ତୁ ସମସ୍ୟାଟି ହେଉଛି ଆମମାନଙ୍କର ପ୍ରୟାସ, ଯୋଗ୍ୟତା, ଓ ବଳିଦାନ ସନ୍ନ୍ୟାସବ୍ରତ ଅଭ୍ୟାସ ଇତ୍ୟାଦି ଯଦିଓ ଏହା ମନ୍ଦ ନୁହେଁ, କିନ୍ତୁ ଯଥେଷ୍ଟ ନୁହେଁ କାରଣ ଆମମାନଙ୍କ ପାପର ପାରିଣାମ (‘ବେତନ’) ହେଉଛି ‘ମୃତ୍ୟୁ’ | ପରବର୍ତ୍ତୀ ଚିତ୍ରରେ ଏହା ବର୍ଣ୍ଣିତ |

ଧାର୍ମିକ ଯୋଗ୍ୟତା – ଯଦିଓ ଏହା ଭଲ – ଈଶ୍ଵର ଓ ଆମମାନଙ୍କ ମଧ୍ୟରେ ଥିବା ପୃଥକତାକୁ ଦୂର କରିପାରିବ ନାହିଁ |

ଆମମାନଙ୍କର ଧାର୍ମିକ ପ୍ରୟାସ ମାଧ୍ୟମରେ ଆମେମାନେ ନିଜକୁ ଈଶ୍ଵରଙ୍କଠାରୁ ପୃଥକ କରି ପୃଥକତାକୁ ଅତିକ୍ରମ କରିବାକୁ ଏକ “ସେତୁ” ନିର୍ମାଣ କରିବାକୁ ଚେଷ୍ଟା କରୁ | ଯଦିଓ ଏହା ମନ୍ଦ ନୁହେଁ, ଏହା ଆମର ସମସ୍ୟାକୁ ସମାଧାନ କରି ପାରିବ ନାହିଁ କାରଣ ଏହା ସେପଟ ଶିଖରକୁ ସଂପୂର୍ଣ୍ଣରୂପେ ଯିବାରେ ଅସଫଳ | ଆମମାନଙ୍କର ପ୍ରୟାସ ଯଥେଷ୍ଟ ନୁହେଁ | ଏହା କେବଳ ଶାକାହାରୀ ହୋଇ କର୍କଟ ରୋଗକୁ ସୁସ୍ଥ କରିବାକୁ ଚେଷ୍ଟା କରିବା ପରି (ଯାହା ମୃତ୍ୟୁରେ ପରିଣତ ହୁଏ) |  ନିରାମିଷାଶୀ ହେବା ବହୁତ ଭଲ – କିନ୍ତୁ ଏହା କର୍କଟ ରୋଗକୁ ଆରୋଗ୍ୟ କରିବ ନାହିଁ | ଆରୋଗ୍ୟ ହେବା ପାଇଁ ତୁମକୁ ସମ୍ପୂର୍ଣ୍ଣ ଭିନ୍ନ ଚିକିତ୍ସାର ଆବଶ୍ୟକ ଅଟେ | ଧାର୍ମିକ ଯୋଗ୍ୟତାର ଏକ “ସେତୁ” ସହିତ ଆମେ ଏହି ପ୍ରୟାସଗୁଡ଼ିକୁ ବର୍ଣ୍ଣନା କରିପାରିବା ଯାହା କେବଳ ଫାଟ ପାର୍ଶ୍ୱରେ ଚାଲିଥାଏ – ତଥାପି ଏହା ଆମମାନଙ୍କୁ ଈଶ୍ଵରଙ୍କଠାରୁ ପୃର୍ଥକ କରେ |

କର୍ମ ନିୟମ ଖରାପ ଖବର ଅଟେ – ଏହା ଏତେ ଖରାପ ଯେ ଆମେ ପ୍ରାୟତ ଏହା ଶୁଣିବାକୁ ମଧ୍ୟ ପସନ୍ଦ କରି ନ ଥାଉ ଓ ଆମମାନଙ୍କର ପରିସ୍ଥିତିର ଶକ୍ତି ଯେଉଁ ପର୍ଯ୍ୟନ୍ତ ଆମମାନଙ୍କର ଆତ୍ମାକୁ ଦବେଇଦିଏ ସେ’ପର୍ଯ୍ୟନ୍ତ ଏହି ନିୟମ ଦୂର ହେବ ବୋଲି ଅଶା କରି ପ୍ରାୟତ ଆମେମାନେ ଆମ ଜୀବନକୁ କାର୍ଯ୍ୟକଳାପ ଓ ଅନ୍ୟ ବିଷୟରେ ବ୍ୟସ୍ତ ରଖିଥାଉ | କିନ୍ତୁ ବାଇବଲ ଏହି କର୍ମ ନିୟମରେ ସମାପ୍ତ ହୁଏ ନାହିଁ |

କାରଣ ପାପର ବେତନ ମୃତ୍ୟୁ କିନ୍ତୁ

ରୋମୀୟ 6:23

ଛୋଟ ଶବ୍ଦ ‘କିନ୍ତୁ’ ଦର୍ଶାଏ ଯେ ନିୟମର ଦିଗ ବର୍ତ୍ତମାନ ଅନ୍ୟ ପଥକୁ ଅର୍ଥାତ ଭଲ ଖବର – ସୁସମାଚାରକୁ ଯିବାକୁ ଯାଉଛି, | ଏହା ହେଉଛି କର୍ମ ନିୟମ ଯାହାକି ଏକ ମୋକ୍ଷ ଏବଂ ଜ୍ଞାନଦୟକୁ ପ୍ରତ୍ୟାବର୍ତ୍ତନ କରିଛି | ତେବେ ମୋକ୍ଷର ଏହି ସୁସମାଚାର କ’ଣ?

କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅନନ୍ତ ଜୀବନ ଅଟେ ।

ରୋମୀୟ: 6:23

ସୁସମାଚାରର ଭଲ ଖବର ଏହା ଅଟେ ଯେ ଯୀଶୁଙ୍କ ମୃତ୍ୟୁର ବଳିଦାନ ଆମମାନଙ୍କ ଓ ଈଶ୍ଵରଙ୍କ ମଧ୍ୟରେ ଥିବା ଏହି ପୃଥକତାକୁ ଦୂର କରିବା ପାଇଁ ଯଥେଷ୍ଟ | ଆମେମାନେ ଏହା ଜାଣୁ  ଯୀଶୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ଯୀଶୁ ଶାରୀରିକ ଭାବରେ ପୁନରୁତ୍ଥାନ ହୋଇଥିଲେ | ଯଦିଓ ବର୍ତ୍ତମାନ କିଛି ଲୋକ ଯୀଶୁଙ୍କ ପୁନରୁତ୍ଥାନକୁ ଅବିଶ୍ୱାସ କରନ୍ତି, ଏକ ବିଶ୍ୱବିଦ୍ୟାଳୟରେ ଏହି ସର୍ବସାଧାରଣ ବକ୍ତୃତାରେ ( ଏଠାରେ ଭିଡିଓ ଲିଙ୍କ୍) ଦର୍ଶାଯାଇଥିବା ଏହି ବିଷୟକୁ ଏକ ଦୃଡ ମାମଲା ଭାବରେ ବିଚାର କରାଯାଇପାରେ |

ଯୀଶୁ ସେହି ପୁରୁଷ ଅଟନ୍ତି ଯିଏ ସମ୍ପୂର୍ଣ୍ଣ ବଳିଦାନ ଦେଉଛନ୍ତି | ଯେହେତୁ ସେ ଜଣେ ମଣିଷ ଥିଲେ ତେଣୁ ସେ ଏକ ସେତୁ ହୋଇ ପାରିଲେ ଯାହା ଫାଟକୁ ବିସ୍ତାର କରେ ଏବଂ ମାନବ ପାର୍ଶ୍ୱକୁ ସ୍ପର୍ଶ କରେ ଓ ସେ ସିଦ୍ଧ ଥିବାରୁ ସେ ଈଶ୍ଵରଙ୍କ ପାର୍ଶ୍ୱକୁ ମଧ୍ୟ ସ୍ପର୍ଶ କରନ୍ତି | ସେ ଜୀବନର ସେତୁ ଅଟନ୍ତି ଓ ଏହାକୁ ନିମ୍ନରେ ବର୍ଣ୍ଣନା କରାଯାଇପାରିବ |

ଯୀଶୁ ସେ ସେତୁ ଅଟନ୍ତି ଯାହା ଫାଟକୁ ମନୁଷ୍ୟ ଓ ଈଶ୍ଵରଙ୍କ ମଧ୍ୟରେ ବିସ୍ତାର କରେ  | ଯୀଶୁଙ୍କର ବଳିଦାନ ଆମ ପାପର  ପରିଶୋଧ କରେ |

ଯୀଶୁଙ୍କ ଏହି ବଳିଦାନ ଆମମାନଙ୍କୁ କିପରି ଦିଆଯାଏ, ଧ୍ୟାନ ଦିଅନ୍ତୁ | ଏହା ଏକ… ‘ଉପହାର ଭାବରେ ଦିଆଯାଏ | ଉପହାର ଗୁଡ଼ିକ ବିଷୟରେ ଚିନ୍ତା କର | ଉପହାରଟି ଯାହା ହେଉନା କାହିଁକି, ଯଦି ଏହା ପ୍ରକୃତରେ ଏକ ଉପହାର ଅଟେ ତେବେ ଏହା ଏପରି କିଛି ଯେଉଁଥି ପାଇଁ ଆପଣ ପରିଶ୍ରମ କରନ୍ତି ନାହିଁ ଓ ଆପଣ ଏହା ଯୋଗ୍ୟତା ଅନୁଯାୟୀ ପ୍ରାପ୍ତ କରନ୍ତି ନାହିଁ | ଯଦି ଆପଣ ଏହାକୁ ପ୍ରାପ୍ତ କରିଛନ୍ତି ତେବେ ଉପହାର ଆଉ ଉପହାର ବୋଲି ମାନ୍ୟ ହେବ ନାହିଁ! ସେହିପରି ଆପଣ ଯୀଶୁଙ୍କ ବଳିଦାନକୁ ଆପଣଙ୍କ ଯୋଗ୍ୟତା ଦ୍ଵାରା ପ୍ରାପ୍ତ କରିପାରିବେ ନାହିଁ | ଏହା ଆପଣଙ୍କଙ୍କୁ ଉପହାର ରୂପେ ଦିଆଯାଇଅଛି |

ଓ ଉପହାର କ’ଣ? ଏହା ‘ଅନନ୍ତ ଜୀବନ ଅଟେ | ଏହାର ଅର୍ଥ, ଯେଉଁ ପାପ ଆପଣଙ୍କ ପାଇଁ ମୃତ୍ୟୁ ଆଣିଲା, ସେହି ପାପ ବର୍ତ୍ତମାନ ବାତିଲ ହୋଇଅଛି | ଯୀଶୁଙ୍କ ବଳିଦାନ ଏକ ସେତୁ ଅଟେ ଯାହା ଦ୍ଵାରା ଆପଣ ଈଶ୍ଵରଙ୍କ ନିକଟକୁ ପହଞ୍ଚି ପାରିବେ ଓ  ଜୀବନ ଗ୍ରହଣ କରିପାରିବ – ଯାହା ଚିରସ୍ଥାୟୀ ଅଟେ | ଏହି ଉପହାର ଯୀଶୁଙ୍କ ଦ୍ଵାରା ଦିଆଯାଇଅଛି, ଯିଏ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇ ନିଜକୁ ‘ପ୍ରଭୁ’ ବୋଲି ପ୍ରକାଶ କଲେ |

ତେବେ ଆପଣ ଓ ମୁଁ କିପରି ଏହି ଜୀବନର ସେତୁ ଉପରେ ‘ଅତିକ୍ରମ କରିବା ଯାହା ଯୀଶୁ ଆମମାନଙ୍କୁ ଉପହାର ସ୍ୱରୂପ ଦେଉଅଛନ୍ତି? ପୁଣିଥରେ, ଉପହାର ଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ | ଯଦି କେହି ଆସି ଆପଣଙ୍କୁ ଉପହାରଟିଏ ଦିଅନ୍ତି ତେବେ ଆପଣ ଏହି ଉପହାର ପାଇଁ କିଛି ପରିଶ୍ରମ କରିନାହାନ୍ତି | କିନ୍ତୁ ସେହି ଉପହାରରୁ ଯେକୌଣସି ଲାଭ ପାଇବାକୁ ହେଲେ ଆପଣଙ୍କୁ  ଏହା ‘ଗ୍ରହଣ’ କରିବା ନିହାତି ଆବଶ୍ୟକ ଅଟେ | ଉପହାର ଦେବାର ଦୁଇଟି ବିକଳ୍ପ ଅଛି | ଅଥବା ଉପହାରଟି ପ୍ରତ୍ୟାଖ୍ୟାନ ହୋଇଛି (“ନା ଧନ୍ୟବାଦ”) କିମ୍ବା ଏହା ଗ୍ରହଣ କରାଯାଇଛି (“ଆପଣଙ୍କ ଉପହାର ପାଇଁ ଧନ୍ୟବାଦ। ମୁଁ ଏହା ଗ୍ରହଣ କରିବି”) | ତେଣୁ ଯୀଶୁ ପ୍ରଦାନ କରୁଥିବା ଏହି ଉପହାର ନିଶ୍ଚିତ ଭାବରେ ଗ୍ରହଣ କରାଯିବା ଉଚିତ୍ | ଏହାକୁ କେବଳ ସାଧାରଣ ଭାବରେ ‘ବିଶ୍ୱାସ’, ‘ଅଧ୍ୟୟନ’, କିମ୍ବା ‘ବୋଧ’ କରାଯାଇପାରିବ ନାହିଁ | ପରବର୍ତ୍ତୀ ଚିତ୍ରରେ ଏହା ବର୍ଣ୍ଣିତ ହୋଇଛି ଯେଉଁଠାରେ ଆମେମାନେ ଈଶ୍ଵରଙ୍କ ନିକଟକୁ ଫେରି ସେ ଆମକୁ ଦେଇଥିବା ଉପହାର ଗ୍ରହଣ କରି ସେତୁ ଉପରେ ‘ଚାଲିବା’ |

ଯୀଶୁଙ୍କ ବଳିଦାନ ହେଉଛି ଏକ ଉପହାର ଯାହା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗ୍ରହଣ କରିବା ନିହାତି ଆବଶ୍ୟକ ଅଟେ |

ତେବେ ଆମେମାନେ ଏହି ଉପହାର କିପରି ଗ୍ରହଣ କରିବା? ବାଇବଲ ଏହିପରି କହେ

କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।

ରୋମୀୟ 10: 11

ଧ୍ୟାନ ଦିଅନ୍ତୁ ଯେ ଏହି ପ୍ରତିଜ୍ଞା ଏକ ନିର୍ଦ୍ଦିଷ୍ଟ ଧର୍ମ, ଜାତି କିମ୍ବା ଦେଶ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଅଟେ | ଯେହେତୁ ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ, ଯୀଶୁ ବର୍ତ୍ତମାନ ମଧ୍ୟ ଜୀବିତ ଓ ସେ ‘ପ୍ରଭୁ’ ଅଟନ୍ତି | ତେଣୁ ଯଦି ଆପଣ ତାଙ୍କୁ ଡାକିବେ, ସେ ଆପଣଙ୍କର ଡାକ ଶୁଣିବେ ଓ ତାହାଙ୍କ ଜୀବନର ଉପହାର ଆପଣଙ୍କୁ ଦେବେ | ଆପଣ ତାହାଙ୍କ ସହିତ ବର୍ତ୍ତାଳାପ କରି ତାଙ୍କୁ ଡାକନ୍ତୁ ଓ ତାଙ୍କୁ ପଚାରନ୍ତୁ  | ବୋଧହୁଏ ଆପଣ ଏହିପରି କେବେ କରିନାହାଁନ୍ତି | ଏଠାରେ ଏକ ମାର୍ଗଦର୍ଶିକା ଅଛି ଯାହା ତାଙ୍କ ସହିତ ଏହି ବାର୍ତ୍ତାଳାପ ଏବଂ ପ୍ରାର୍ଥନା କରିବାରେ ଆପଣଙ୍କୁ ସାହାଯ୍ୟ କରିବ | ଏହା ଏକ ଯାଦୁ ପ୍ରବୃତ୍ତି ନୁହେଁ | ଏହା କିଛି ନିର୍ଦ୍ଦିଷ୍ଟ ଶବ୍ଦସମୂହ  ନୁହେଁ ଯାହା ଶକ୍ତି ପ୍ରଦାନ କରେ | ଏହା ତାଙ୍କ ଦକ୍ଷତା ଓ ଆମମାନଙ୍କୁ ଏହି ଉପହାର ଦେବାକୁ ତାଙ୍କ ଇଚ୍ଛାରେ ଆମମାନଙ୍କର ବିଶ୍ୱାସ ଅଟେ | ଯେହେତୁ ଆମେ ତାଙ୍କୁଠାରେ ବିଶ୍ଵାସ କରୁ ସେ ଆମମାନଙ୍କର ପ୍ରାର୍ଥନା ଶୁଣିବେ ଓ ଉତ୍ତର ଦେବେ | ତେଣୁ ଆପଣ ଏହି ମାର୍ଗଦର୍ଶିକା ଅନୁସରଣ କରନ୍ତୁ ଯେଦିଓ  ଆପଣ ଉଚ୍ଚ ସ୍ୱରରେ କିମ୍ବା ଆପଣଙ୍କ ଆତ୍ମାରେ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଓ ତାଙ୍କ ଉପହାର ଗ୍ରହଣ କରନ୍ତୁ |

ପ୍ରିୟ ପ୍ରଭୁ ଯୀଶୁ | ମୁଁ ବୁଝିପାରୁଛି ଯେ ମୋ ଜୀବନର ପାପ ହେତୁ ମୁଁ ଈଶ୍ଵରଙ୍କଠାରୁ ପୃର୍ଥକ ହୋଇଅଛି | ଯଦିଓ ମୁଁ କଠିନ ଚେଷ୍ଟା କରିବି, ତଥାପି ମୋ’ର କୌଣସି ପ୍ରୟାସ ଓ ବଳିଦାନ ଏହି ପୃଥକତାକୁ ଦୂର କରି ପାରିବ ନାହିଁ | କିନ୍ତୁ ମୁଁ ବୁଝିପାରିଲି  ଯେ ଆପଣଙ୍କ ମୃତ୍ୟୁ ସମସ୍ତ ମାନବ ଜାତିର ପାପ – ଏପରିକି ମୋର ପାପ ଧୋଇବା ପାଇଁ ଏକ ବଳିଦାନ ଥିଲା | ମୁଁ ବିଶ୍ୱାସ କରେ ଯେ ଆପଣଙ୍କର ବଳିଦାନ ପରେ ଆପଣ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ ତେଣୁ ମୁଁ ଜାଣିପାରେ ଯେ ଆପଣଙ୍କର  ବଳିଦାନ ଯଥେଷ୍ଟ ଥିଲା ବୋଲି | ମୁଁ ଆପଣଙ୍କୁ ଅନୁରୋଧ କରେ ଯେ ଆପଣ ଦୟାକରି ମୋର ସମସ୍ତ ପାପକୁ ଧଇଦେଇ, ମୋତେ ଈଶ୍ଵରଙ୍କ ନିକଟକୁ ନେଇଯାଅନ୍ତୁ, ଯାହାଫଳରେ ମୁଁ ଅନନ୍ତ ଜୀବନ ପାଇ ପାରିବି | ମୁଁ ପାପର ଦାସତ୍ୱରେ ଜୀବନଯାପନ କରିବାକୁ ଚାହେଁ ନାହିଁ ତେଣୁ ଦୟାକରି ମୋତେ ଏହି ପାପରୁ ମୁକ୍ତ କରନ୍ତୁ ଯାହା ମୋତେ କର୍ମର ଦାସତ୍ଵରେ ଧରି ରଖିଅଛି | ପ୍ରଭୁ ଯୀଶୁ, ଧନ୍ୟବାଦ, ମୋ ପାଇଁ ଏହି ସବୁ କରିଥିବାରୁ ଆପଣ ବର୍ତ୍ତମାନ ମୋ ଜୀବନରେ ମୋତେ ମାର୍ଗଦର୍ଶନ ସଦାସର୍ବଦା କରନ୍ତୁ ଯାହାଫଳରେ ମୁଁ ମୋର ପ୍ରଭୁ ଭାବରେ ଆପଣଙ୍କୁ ଅନୁସରଣ କରିପାରିବି |

Leave a Reply

Your email address will not be published. Required fields are marked *