Skip to content
Home » ସୂର୍ଯ୍ୟ ତଳେ ଜୀବନର ସନ୍ତୁଷ୍ଟତା ଅନୁସନ୍ଧାନର ମାୟା

ସୂର୍ଯ୍ୟ ତଳେ ଜୀବନର ସନ୍ତୁଷ୍ଟତା ଅନୁସନ୍ଧାନର ମାୟା

  • by

ମାୟା ସଂସ୍କୃତ ଅର୍ଥରୁ ଆସିଛି ଯାହାର ଅର୍ଥ ‘ଯାହାର ଅସ୍ତିତ୍ଵ ନାହିଁ’ ଏଣୁ ଏହା ‘ଭ୍ରମ’ ଅଟେ । ଅନେକ ସାଧୁ ଏବଂ ବିଦ୍ୱାନ ବ୍ୟକ୍ତିମାନେ ବିଭିନ୍ନ ଉପାୟରେ ମାୟାର ଭ୍ରମକୁ ଜୋର ଦେଇ ସାଧାରଣତଃ ଏହି ଧାରଣାକୁ ପ୍ରକାଶ କରନ୍ତି ଯେ ବସ୍ତୁ ବା ଶାରୀରିକ ବିଷୟ ଆମ ଆତ୍ମାକୁ ବିଭ୍ରାନ୍ତ କରି ଏହାକୁ ବନ୍ଧନରେ ବାନ୍ଧି ରଖିପାରେ। ଆମ ଆତ୍ମା ବସ୍ତୁକୁ ନିୟନ୍ତ୍ରଣ କରି ଉପଭୋଗ କରିବାକୁ ଇଚ୍ଛା କରେ । କିନ୍ତୁ, ଆମେ ଏହିପରି କରିବା ଦ୍ୱାରା କାମୁକତା, ଲୋଭ, ଲୋଭ ଓ  କ୍ରୋଧର ସେବା କରିଥାଉ ।ତା’ପରେ ଆମେ ଆମର ପ୍ରୟାସକୁ ଦ୍ୱିଗୁଣିତ କରିଥାଉ ଓ , ଭୁଲ୍ ପରେ ଭୁଲ୍ କରି, ଭ୍ରମ କିମ୍ବା ମାୟାରେ ହଜିଯାଉ । ଏହିପରି ମାୟା ଏକ ଜଳଭଉଁରୀ ପରି କାର୍ଯ୍ୟ କରେ ଯାହା ବୃଦ୍ଧି ପାଉଥିବା ଶକ୍ତି ସହିତ ଅଧିକରୁ ଅଧିକ ଲୋକମାନଙ୍କୁ ନିରାଶାରେ ଆସକ୍ତ କରାଏ । ମାୟାର ପରିଣାମ ଅସ୍ଥାୟୀ ଓ  ସ୍ଥାୟୀ ମୂଲ୍ୟବୋଧ ନଥାଏ, ଓ ଦୁନିଆରେ ଚିରସ୍ଥାୟୀ ସୁଖ ଖୋଜେ, ଯାହା ଦୁନିଆ ପ୍ରଦାନ କରିପାରିବ ନାହିଁ ।

ଜ୍ଞାନର ଉତ୍କୃଷ୍ଟ ତାମିଲ୍ ପୁସ୍ତକ, ତିରୁକ୍କୁରାଲ୍, ମାୟା ଓ ଆମ ଉପରେ ଏହାର ପ୍ରଭାବକୁ ଏହିପରି ବର୍ଣ୍ଣନା କରେ:

“ଯଦି କେହି ତାଙ୍କ ଆସକ୍ତିଗୁଡ଼ିକୁ ଆଲିଙ୍ଗନ କରେ, ଛାଡିବାକୁ ମନା କରେ, ଦୁଃଖ ତାଙ୍କୁ ପରିତ୍ୟାଗ କରିବ ନାହିଁ।”

ତିରୁକ୍କୁରାଲ୍ 35.347–348

ଏବ୍ରୀୟ ବେଦଗୁଡ଼ିକରେ ତିରୁକ୍କାଲ ଜ୍ଞାନ ପୁସ୍ତକଗୁଡ଼ିକ ପରି ସାମଞ୍ଜସ୍ୟ ଥିବା ଜ୍ଞାନ ପୁସ୍ତକଗୁଡ଼ିକ ଅଛି ଅଛି । ଏହି ଜ୍ଞାନ କବିତାର ଲେଖକ ଶଲୋମନ  ଥିଲେ । ସେ କିପରି ଭାବରେ ମାୟା ଓ  ଏହାର ପ୍ରଭାବକୁ ଅନୁଭବ କରିଥିଲେ, ଯେହେତୁ ସେ ‘ସୂର୍ଯ୍ୟ ତଳେ’ ଜୀବନ ଅତିବାହିତ କରିଥିଲେ- ଅର୍ଥାତ୍ କେବଳ ପଦାର୍ଥର ମୂଲ୍ୟ ଅଛି ବୋଲି ଭାବୁଥିଲେ, ଓ  ସୂର୍ଯ୍ୟ ତଳେ କେବଳ ଏହି ଭୌତିକ ଜଗତରେ ଚିରସ୍ଥାୟୀ ସୁଖ ଖୋଜୁଥିଲେ ।

‘ସୂର୍ଯ୍ୟ ତଳେ’ ଶଲୋମନଙ୍କ ମାୟାର ଅନୁଭୂତି

ରାଜା ଶଲୋମନ ପ୍ରାଚୀନ କାଳରେ  ନିଜର ବୁଦ୍ଧି ପାଇଁ ପ୍ରସିଦ୍ଧ ଥିଲେ, 950 ଖ୍ରୀଷ୍ଟପୂର୍ବରେ ଅନେକ କବିତା ଲେଖିଥିଲେ ଯାହା ବାଇବେଲରେ ପୁରାତନ ନିୟମର ଅଂଶ ଅଟେ। ଉପଦେଶକରେ, ସେ ଜୀବନରେ ସନ୍ତୁଷ୍ଟତା ପାଇବା ପାଇଁ ଯାହା କରିଥିଲେ ତାହା ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି:

ମୁଁ ଆପଣା ମନେ ମନେ କହିଲି, ଆସ, ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ଵାରା ପରୀକ୍ଷା କରିବି; ଏହେତୁ ସୁଖଭୋଗ କର; ଆଉ ଦେଖ, ତାହା ମଧ୍ୟ ଅସାର। ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା; ଆନନ୍ଦ ବିଷୟରେ କହିଲି, ତାହା କଅଣ କରେ? ମୁଁ କିରୂପେ ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ-ସନ୍ତାନଗଣର ଯାବଜ୍ଜୀବନ କଅଣ କରିବା ଭଲ, ଏହା ଜାଣିପାରିବା ପର୍ଯ୍ୟନ୍ତ କିରୂପେ ଅଜ୍ଞାନତା ଅବଲମ୍ଵନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି, ଏହି ସମୟରେ ହେଁ ମୋହର ମନ ଜ୍ଞାନରେ ମୋତେ ପଥପ୍ରଦର୍ଶନ କରୁଥିଲା। ମୁଁ ଆପଣା ନିମନ୍ତେ ମହତ ମହତ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି; ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି; ମୁଁ ବୃକ୍ଷର ଚାରା-ଉତ୍ପାଦକ ବନରେ ଜଳସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି; ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ; ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ-ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପନିୀ ପାଇଲି। ଏହିରୂପେ ମୋʼ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋʼଠାରେ ରହିଲା। ପୁଣି, ମୋʼ ଚକ୍ଷୁ ଯାହା ବାଞ୍ଛା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।

ଉପଦେଶକ 2:1-10

ଧନ, ଖ୍ୟାତି, ଜ୍ଞାନ, ପ୍ରକଳ୍ପ, ମହିଳା, ଆନନ୍ଦ, ରାଜ୍ୟ, ବୃତ୍ତି, ମଦ… ଶଲୋମନଙ୍କର ଏସମସ୍ତ ଥିଲା – ଓ  ଏହା ତାଙ୍କ ସମୟର ଓ ଆମ ସମୟର ଅନ୍ୟମାନଙ୍କ ତୁଳନାରେ ଅଧିକ ମାତ୍ରାରେ ଥିଲା । ଆଇନଷ୍ଟାଇନଙ୍କ ଚତୁରତା, ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପତ୍ତି, ଏକ ବଲିଉଡ ଷ୍ଟାରର ସାମାଜିକ / ଯୌନ ଜୀବନ, ବ୍ରିଟିଶ ରୟାଲ ପରିବାରର ପ୍ରିନ୍ସ ୱିଲିୟମଙ୍କ ପରି ରାଜକୀୟ ପୀଠ – ଏ ସମସ୍ତେ ଗୋଟିଏ ସ୍ଥାନକୁ ଗଲେ । କିଏ ସେହି ସଂଯୋଗ ପରାସ୍ତ କରିପାରିବ? ଆପଣ ଭାବିପାରନ୍ତି ଯେ ସମସ୍ତ ଲୋକଙ୍କ ମଧ୍ୟରୁ ସେ ସନ୍ତୁଷ୍ଟ ହୋଇଥିବେ ।

ଶଲୋମନଙ୍କର ଅନ୍ୟ ଏକ କବିତାରେ, ଉପଦେଶକ , ଯାହା ବାଇବେଲରେ ମଧ୍ୟ ଅଛି, ସେ ତାଙ୍କର ଏକ କାମୋଦ୍ଦୀପକ ସମ୍ବନ୍ଧୀୟ, ରେଡ୍-ହଟ୍ ପ୍ରେମ ସମ୍ପର୍କକୁ ଲିପିବଦ୍ଧ କରନ୍ତି – ଯାହା ସେ ତାଙ୍କୁ ଜୀବନସାରା ସନ୍ତୋଷ ପ୍ରଦାନ କରିବ ବୋଲି ଅଧିକ ପ୍ରତୀତ ହେଉଥିଲା । ସଂପୂର୍ଣ୍ଣ କବିତା ଏଠାରେ ଅଛି । କିନ୍ତୁ ନିମ୍ନରେ ସେ ଏବଂ ତାଙ୍କ ପ୍ରେମିକା ମଧ୍ୟରେ ପ୍ରେମ ବିନିମୟର କବିତାର ଏକ ଅଂଶ ପ୍ରଦାନ କାରାଯାଇଅଛି ।

ଉପଦେଶକର  କ୍ଷୁଦ୍ର ପରିଚ୍ଛେଦ

ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ; ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ଯହିଁ ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏପରି କି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ। ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି। ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ଵାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ଵାରା ପରମେଶ୍ଵର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟ; କ୍ଲେଶଜନକ। ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍-ଧାବନମାତ୍ର। ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେନ୍ତ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ। ମୁଁ ଆପଣା ହୃଦୟରେ ଭାବି କହିଲି, ଦେଖ, ଯିରୂଶାଲମରେ ମୋʼ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାଅନୁଭବୀ ହୋଇଅଛି। ତହୁଁ ମୁଁ ଜ୍ଞାନର ତତ୍ତ୍ଵ, ପୁଣି ବାତୁଳତା ଓ ଅଜ୍ଞାନତାର ତତ୍ତ୍ଵ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି। କାରଣ ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ; ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ। ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ;

ଉପଦେଶକ  1:9 – 2:7

ଏହି କବିତା ପ୍ରାୟ 3000 ବର୍ଷ ପୁରୁଣା, ଏଥିରେ ବଲିଉଡର ପ୍ରେମ ଚଳଚ୍ଚିତ୍ରଗୁଡ଼ିକ ଠାରୁ ଅଧିକ ରୋମାଣ୍ଟିକ୍ ତୀବ୍ରତା ରହିଛି । ବାଇବେଲ ଲିପିବଦ୍ଧ କରେ ଯେ ତାଙ୍କର ଅପାର ଧନ ସହିତ ସେ 700 ରକ୍ଷିତାମାନଙ୍କୁ ପ୍ରାପ୍ତ କରିଥିଲେ! ବଲିଉଡ କିମ୍ବା ଓଲିଉଡର ସବୁଠୁ ଅଧିକ ପ୍ରେମୀ ଯୁଗଳଙ୍କ ତୁଳନାରେ ଏହା ବହୁତ ଅଧିକ ଅଟେ । ତେଣୁ ଆପଣ ଭାବିପାରନ୍ତି ଯେ ସେହି ସମସ୍ତ ପ୍ରେମରେ ସେ ସନ୍ତୁଷ୍ଟ ଥିବେ । କିନ୍ତୁ ସେହି ସମସ୍ତ ପ୍ରେମ, ସମସ୍ତ ଧନ, ସମସ୍ତ ଖ୍ୟାତି ଓ ବୁଦ୍ଧିରେ – ସେ ସମାପ୍ତ କରିଥିଲେ:

ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା। ଉପଦେଶକ କହୁଅଛନ୍ତି, ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର। ମନୁଷ୍ୟ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରା; ହୁଏ, ତାହାର ସେହିସବୁରୁ କି ଲାଭ? ଏକ ପୁରୁଷ ବହିଯାଏ ଓ ଅନ୍ୟ ପୁରୁଷ ଆସେ; କିନ୍ତୁ ପୃଥିବୀ ସଦାକାଳ ଥାଏ। ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ଵର ହୁଏ। ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ; ଆପଣା ପଥରେ ନିତ୍ୟ ନିତ୍ୟ ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ। ନଦୀସବୁ ସମୁଦ୍ରକୁ ବହିଯାʼନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ; ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରି ପାରେ ନାହିଁ; ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ; ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ଯହିଁ ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏପରି କି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ। ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି। ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ଵାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ଵାରା ପରମେଶ୍ଵର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟ; କ୍ଲେଶଜନକ। ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍-ଧାବନମାତ୍ର।

ଉପଦେଶକ  1:1-14

ତହୁଁ ମୋହର ହସ୍ତ ଯେସମସ୍ତ କାର୍ଯ୍ୟ କରିଥିଲା ଓ ଯେ ଯେ ପରିଶ୍ରମରେ ମୁଁ ପରିଶ୍ରା; ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ,ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା। ଅନନ୍ତର ମୁଁ ଜ୍ଞାନ, ଉନ୍ମତ୍ତତା ଓ ଅଜ୍ଞାନତା ଦେଖିବାକୁ ପ୍ରବୃତ୍ତ ହେଲି; କାରଣ ଯେଉଁ ଲୋକ ରାଜାର ଉତ୍ତାରୁ ଆସଇ, ସେ କଅଣ କରିବ? ଯାହା କରାଯାଇଅଛି, ତାହା ହିଁ ମାତ୍ର। ତହୁଁ ମୁଁ ଦେଖିଲି, ଯେପରି ଅନ୍ଧକାର ଅପେକ୍ଷା ଦୀପ୍ତି ଉତ୍ତମ, ସେପରି ଅଜ୍ଞାନତା ଅପେକ୍ଷା ଜ୍ଞାନ ଉତ୍ତମ। ଜ୍ଞାନବାନର ଚକ୍ଷୁ ତାହାର ମସ୍ତକରେ ଥାଏ, ପୁଣି ମୂର୍ଖ ଅନ୍ଧକାରରେ ଭ୍ରମଣ କରଇ, ତଥାପି ସମସ୍ତଙ୍କ ପ୍ରତି ଏକ ଦଶା ଘଟଇ, ଏହା ମୁଁ ଦେଖିଲି। ତହିଁରେ ମୁଁ ଆପଣା ମନେ ମନେ କହିଲି, ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି? ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର। କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଆସନ୍ତା କାଳକୁ ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଆହା ! ମୂର୍ଖ ଯେପରି ମରେ, ଜ୍ଞାନୀ ହିଁ ସେପରି ମରେ। ତହୁଁ ମୁଁ ଜୀବନକୁ ଘୃଣା କଲି; ଯେହେତୁ ସୂର୍ଯ୍ୟ ତଳେ କୃତ କାର୍ଯ୍ୟ ମୋʼ ପ୍ରତି କ୍ଳେଶବୋଧକ ହେଲା; କାରଣ ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର। ପୁଣି, ସୂର୍ଯ୍ୟ ତଳେ ମୁଁ ଯହିଁରେ ପରିଶ୍ରା; ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି; କାରଣ ମୋହର ଉତ୍ତରାଧିକାରୀ ପାଇଁ ତାହାସବୁ ଛାଡ଼ି ଯିବାକୁ ହେବ। ଆଉ, ସେ ଜ୍ଞାନୀ କି ମୂର୍ଖ ହେବ, କିଏ ଜାଣେ? ତଥାପି ମୁଁ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରା; ହୋଇ ଜ୍ଞାନ ପ୍ରକାଶ କଲି, ସେ ମୋହର ସେହି ସକଳ ପରିଶ୍ରମର ଫଳାଧିକାରୀ ହେବ; ଏହା ହିଁ ଅସାର। ଏହେତୁ ସୂର୍ଯ୍ୟ ତଳେ ମୁଁ ଯେ ଯେ ପରିଶ୍ରମରେ ପରିଶ୍ରା; ହେଲି, ସେସକଳ ବିଷୟରେ ଆପଣା ଅନ୍ତଃକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି। କାରଣ ଏକ ବ୍ୟକ୍ତି ଜ୍ଞାନ ଓ ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରଇ; ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ। ଏହା ହିଁ ଅସାର ଓ ଅତି ମନ୍ଦ। ତେବେ ସୂର୍ଯ୍ୟ ତଳେ ମନୁଷ୍ୟ ଯେ ଯେ ପରିଶ୍ରମରେ ଓ ହୃଦୟର ଚିନ୍ତାରେ ପରିଶ୍ରା; ହୁଏ, ସେସବୁରୁ ସେ କʼଣ ପାଏ? କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପଜନକ; ରାତ୍ରିରେ ହିଁ ତାହାର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।

 ଉପଦେଶକ  2:11-23

ଆନନ୍ଦ, ଧନ, କାର୍ଯ୍ୟ, ପ୍ରଗତି, ରୋମାଣ୍ଟିକ୍ ପ୍ରେମର ପ୍ରତିଜ୍ଞାକୁ, ଜୀବନର ଚୂଡ଼ାନ୍ତ ସନ୍ତୁଷ୍ଟ ବୋଲି କହୁଥିବା ସମସ୍ତ ବିଷୟକୁ ସେ ଏକ ଭ୍ରମ ବୋଲି ଦର୍ଶାଇଛନ୍ତି । କିନ୍ତୁ ସେହି ବାର୍ତ୍ତାକୁ, ଏହା ହିଁ ସନ୍ତୁଷ୍ଟର ପଥ ବୋଲି ଆପଣ ଓ ମୁଁ ଭାବିଥାଉ । ଶଲୋମନଙ୍କ କବିତା ଆମକୁ ପ୍ରକାଶ କରେ ଯେ ସେ ଏହି ସମସ୍ତ ବିଷୟରେ ସନ୍ତୁଷ୍ଟତା ପାଇପାରିନଥିଲେ।

ଶଲୋମନ ମୃତ୍ୟୁ ଓ ଜୀବନ ବିଷୟରେ ତାଙ୍କ କବିତାରେ ଆହୁରି ଉଲ୍ଲେଖ କରନ୍ତି:

କାରଣ ମନୁଷ୍ୟ-ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟନା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ କାରଣ ସବୁ ଅସାର। ସମସ୍ତେ ଏକ ସ୍ଥାନକୁ ଯାʼନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି। ମନୁଷ୍ୟର ଆତ୍ମା ଊର୍ଦ୍ଧ୍ଵଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ?

ଉପଦେଶକ  3:19-21

ସବୁ ବିଷୟ ସମସ୍ତଙ୍କ ପ୍ରତି ସମାନ ଘଟଇ; ଧାର୍ମିକ ଓ ଦୁଷ୍ଟ, ସୁଶୀଳ, ପୁଣି ଶୁଚି ଓ ଅଶୁଚି; ଯଜ୍ଞକାରୀ ଓ ଅଯଜ୍ଞକାରୀ, ସମସ୍ତଙ୍କ ପ୍ରତି ଏକ ଘଟନା ହୁଏ; ସୁଶୀଳ ଯେପରି, ପାପୀ ସେପରି; ପୁଣି, ଶପଥକାରୀ ଯେପରି, ଶପଥ ଭୟକାରୀ ସେପରି। ସୂର୍ଯ୍ୟ ତଳେ ଯେତେ କାର୍ଯ୍ୟ କରାଯାଏ, ତହିଁ ମଧ୍ୟରେ ଦୁଃଖର ବିଷୟ ଏହି ଯେ, ସମସ୍ତଙ୍କ ପ୍ରତି ସମାନ ଘଟନା ହୁଏ; ଆହୁରି ମଧ୍ୟ ମନୁଷ୍ୟ-ସନ୍ତାନଗଣର ହୃଦୟ ଦୁଷ୍ଟତାରେ ପରିପୂର୍ଣ୍ଣ ଓ ବଞ୍ଚିଥିବାଯାଏ ସେମାନଙ୍କ ହୃଦୟରେ ଉନ୍ମତ୍ତତା ଥାଏ, ପୁଣି ତହିଁ ଉତ୍ତାରେ ସେମାନେ ମୃତମାନଙ୍କ ନିକଟକୁ ଯାଆନ୍ତି। କାରଣ ଯେଉଁ ଲୋକ ଜୀବିତ ଲୋକସମୂହ ମଧ୍ୟରେ ମିଶ୍ରିତ, ତାହାର ଭରସା ଥାଏ; ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକ୍କୁର ଭଲ। ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାʼନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

ଉପଦେଶକ  9:2-5

କାହିଁକି ବାଇବେଲ, ଏକ ପବିତ୍ର ପୁସ୍ତକ, ସମ୍ପତ୍ତି ଓ ପ୍ରେମ ବିଷୟରେ କବିତାକୁ ଉଲ୍ଲେଖ କରେ – ଯାହା ସାଧାରଣତଃ ଆମେ ପବିତ୍ରତା ସହ ସଂପୃକ୍ତ କରି ନଥାଉ? ଆମମାନଙ୍କ ମଧ୍ୟରୁ ଅଧିକାଂଶ ଆଶା କରୁଯେ  ଯେ ପବିତ୍ର ପୁସ୍ତକଗୁଡ଼ିକ ବୈରାଗ୍ୟ, ଧର୍ମ ଓ  ନୌତିକ ନିୟମ ଅନୁସାରେ ଜୀବନଯାପନ କରିବା ବିଷୟଗୁଡ଼ିକୁ ଉଲ୍ଲେଖ କରେ। ଓ କାହିଁକି ବାଇବେଲରେ ଶଲୋମନ ମୃତ୍ୟୁ ବିଷୟରେ ଏପରି ଅନ୍ତିମ ଓ ନୈରାଶ୍ୟଜନକ ଡ଼ଙ୍ଗରେ ଲେଖନ୍ତି?

ଶଲୋମନଙ୍କ ଦ୍ଵାରା ନିଆଯାଇଥିବା ପଥ, ସାଧାରଣତଃ ସମଗ୍ର ବିଶ୍ୱରେ ଅନୁସରଣ କରାଯାଉଥିଲା, ସେ ତାହା ନିଜ ପାଇଁ କରିଥିଲେ, ତାଙ୍କୁ ଯାହା ଠିକ୍ ଲାଗୁଥିଲା ତାହା ସେ କରୁଥିଲେ  । କିନ୍ତୁ ସେହି ଶେଷ ଶଲୋମନଙ୍କ ପାଇଁ ଭଲ ନଥିଲା – ତାଙ୍କର ସନ୍ତୋଷ ସାମୟିକ ଓ ଭ୍ରମ ଥିଲା । ତାଙ୍କର କବିତାଗୁଡ଼ିକ ଏକ ବଡ଼ ଚେତାବନୀ ସଙ୍କେତ ପରି ବାଇବେଲରେ ଉଲ୍ଲେଖିତ – “ଏଠାକୁ ଯାଅନ୍ତୁ ନାହିଁ – ଏହା ଆପଣଙ୍କକୁ ନିରାଶ କରିବ!” ଯେହେତୁ ପ୍ରାୟ ସମସ୍ତେ ସେହି ପଥକୁ ଯିବାକୁ ଚେଷ୍ଟା କରିବା, ଯେଉଁ ପଥରେ ଶଲୋମନ ଯାଇଥିଲେ, କିନ୍ତୁ ଯଦି ଆମେ ତାଙ୍କ କଥା ଶୁଣିବା ବୁଦ୍ଧିମାନ ହେବା ।

ଶଲୋମନଙ୍କ କବିତାର ଉତ୍ତର – ସୁସମାଚାର

ଯୀଶୁ ଖ୍ରୀଷ୍ଟ (ୟେଶୁ ସତସଙ୍ଗ) ବୋଧହୁଏ ବାଇବେଲରେ ଲିଖିତ ସବୁଠାରୁ ଜଣାଶୁଣା ବ୍ୟକ୍ତି ଅଟନ୍ତି । ସେ ଜୀବନ ବିଷୟରେ ମଧ୍ୟ ଶିକ୍ଷା ଦେଇଥିଲେ। ସେ କହିଲେ

“…ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।”

ଯୋହନ 10:10

ହେ ପରିଶ୍ରା; ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ।

 ମାଥିଉ 11:28-30

ଯେତେବେଳେ ଯୀଶୁ ଏହା କହନ୍ତି ସେତେବେଳେ ଶଲୋମନଙ୍କ ଦ୍ୱାରା ତାଙ୍କ କବିତାରେ ଲେଖାଯାଇଥିବା ଅସାରତା ଓ  ନିରାଶାର ଉତ୍ତର ଦିଅନ୍ତି । ବୋଧହୁଏ, କେବଳ ବୋଧହୁଏ, ଏଠାରେ ଶଲୋମନଙ୍କ ପଥର ଏକ ଉତ୍ତର ଅଛି । ସର୍ବଶେଷରେ, ସୁସମାଚାରର ଅର୍ଥ ହେଉଛି ‘ଉତ୍ତମ ଖବର’ । ସୁସମାଚାର ପ୍ରକୃତରେ ଉତ୍ତମ ଖବର କି? ଏହାର ଉତ୍ତର ଦେବାକୁ ଆମକୁ ସୁସମାଚାର ବିଷୟରେ ଏକ ସୂଚନାକୁ ବୁଝିବା ଆବଶ୍ୟକ । ଆମେ ସୁସମାଚାରର ଦାବିକୁ ପରୀକ୍ଷା କରିବା ଆବଶ୍ୟକ – କେବଳ ମନହୀନ ସମାଲୋଚକ ନ ହୋଇ ସୁସମାଚାର ବିଷୟରେ ସମାଲୋଚିତ କରିବା ମଧ୍ୟ ଆବଶ୍ୟକ  ।

ଯେପରି ମୁଁ ମୋ କାହାଣୀରେ ଅଂଶୀଦାର କରେ, ଏହା ଏକ ଯାତ୍ରା ଯାହା ମୁଁ କରିଥିଲି । ଏହି ୱେବସାଇଟ୍ ରେ ଥିବା ଆର୍ଟିକିଲଗୁଡ଼ିକ ଏଠାରେ ଉପଲବ୍ଧ ତେଣୁ ଆପଣ ମଧ୍ୟ ଅନୁସନ୍ଧାନ ଆରମ୍ଭ କରିପାରିବେ । ଯୀଶୁଙ୍କ ଦେହଧାରଣ ଆରମ୍ଭ କରିବା ପାଇଁ ଏକ ଉତ୍ତମ ବିଷୟ ଅଟେ ।

Leave a Reply

Your email address will not be published. Required fields are marked *