Skip to content
Home » ରାମାୟଣ ଅପେକ୍ଷା ଏକ ପ୍ରେମ କାବ୍ୟ ଉତ୍ତମ ଅଟେ – ଆପଣ ଏଥିରେ ଅଂଶ ହୋଇ ପାରିବେ

ରାମାୟଣ ଅପେକ୍ଷା ଏକ ପ୍ରେମ କାବ୍ୟ ଉତ୍ତମ ଅଟେ – ଆପଣ ଏଥିରେ ଅଂଶ ହୋଇ ପାରିବେ

  • by

ଯେବେ କେହି ସମସ୍ତ ମହାନ କାବ୍ୟ ଏବଂ ପ୍ରେମ କାହାଣୀର ରଚନା ବିଷୟରେ ଅଧ୍ୟୟନ କରେ, ରାମାୟଣ ନିଶ୍ଚିତ ଭାବରେ ତାଲିକାର ପ୍ରଥମରେ ଆସେ । ଏହି ମହାକାବ୍ୟରେ ଅନେକ ଉତ୍ତମ ବିଷୟଗୁଡ଼ିକ ଅଛି:

  • ରାମ ଏବଂ ସୀତାଙ୍କ ମଧ୍ୟରେ ପ୍ରେମ,
  • ସିଂହାସନ ପାଇଁ ଲଢ଼େଇ କରିବା ପରିବର୍ତ୍ତେ ଅରଣ୍ୟ ନିର୍ବାସନ ଚୟନ କରିବାରେ ରାମଙ୍କ ନମ୍ରତା,
  • ରାମଙ୍କର ଉତ୍ତମତା ରାବଣର ମନ୍ଦ ବିରୁଦ୍ଧରେ ଉପସ୍ଥାପନ,
  • ରାବଣର ବନ୍ଦୀ ଅବସ୍ଥାରେ ସୀତାଙ୍କ ପବିତ୍ରତା,
  • ତାଙ୍କୁ ଉଦ୍ଧାର କରିବାରେ ରାମଙ୍କର ବୀରତ୍ଵ
ରାମାୟଣର ଅନେକ ଉପଯୋଗୀ ଅଛି

ମନ୍ଦ ଉପରେ ଭଲର ବିଜୟରେ ପରିଣତ ହୋଇଥିବା ଲମ୍ବା ରାସ୍ତା, ଯେଉଁଥିରେ ଏହାର ନାୟକମାନଙ୍କ ଚରିତ୍ରକୁ ପ୍ରକାଶ କରିଥାଏ, ତାହା ରାମାୟଣକୁ ଏକ କାଳଜୟୀ ଉପନ୍ୟାସ କରିପାରିଛି । ଏହି କାରଣରୁ ଲୋକ ପ୍ରତିବର୍ଷ ରାମଲିଲା ପ୍ରଦର୍ଶନ କରନ୍ତି, ବିଶେଷକରି ବିଜୟଦାସମୀ (ଦୁଷେହରା, ଦଶାରା କିମ୍ବା ଦାଶେନ) ପର୍ବ ସମୟରେ, ପ୍ରାୟତଃ ରାମାୟଣରୁ ଉତ୍ପନ୍ନ ସାହିତ୍ୟ ଉପରେ ଆଧାରିତ, ଯେପରିକି ରାମଚରିତମାନାସ

ଆମେ ରାମାୟଣରେ ଅଂଶ ଗ୍ରହଣ କରି ପାରିବା ନାହିଁ

ରାମାୟଣର ମୁଖ୍ୟ ସମସ୍ୟା ଏହା ଯେ ଆମେ କେବଳ ଏହି ନାଟକ ପାଠ, ଶୁଣିବା କିମ୍ବା ଦେଖିପାରିବା । କେତେକ ଲୋକ ରାମଲିଲାରେ ଅଂଶଗ୍ରହଣ କରିପାରିବେ, କିନ୍ତୁ ରାମଲିଲା ପ୍ରକୃତ କାହାଣୀ ନୁହେଁ । ଯଦି ଆମେ ପ୍ରକୃତରେ ଅଯୋଧ୍ୟା ରାଜ୍ୟରେ ରାଜା ଦଶରଥଙ୍କ ରାମାୟଣ ଦୁନିଆରେ ପ୍ରବେଶ କରି ରାମଙ୍କ ତାଙ୍କ ଦୁଃସାହସିକ କାର୍ଯ୍ୟରେ ସାଥୀ ହୋଇପାରିବା ତେବେ ଏହା କେତେ ଭଲ ହେବ ନାହିଁ କି?

ଯେଉଁ କାବ୍ୟରେ ‘ପ୍ରବେଶ କରିବାକୁ’ ଆମେ ଆମନ୍ତ୍ରିତ

ଯଦିଓ ଏହା ଆମ ପାଇଁ ଉପଲବ୍ଧ ନୁହେଁ, ରାମାୟଣ ପରି ଆଉ ଏକ ମହାକାବ୍ୟ ଅଛି ଯେଉଁଥିରେ ଆମେ ପ୍ରବେଶ କରିବାକୁ ଆମନ୍ତ୍ରିତ ଅଟୁ । ଏହି ମହାକାବ୍ୟର ରାମାୟଣ ସହିତ ଅନେକ ସମାନତା ଅଛି ଯାହାକୁ ଆମେ ଏହି ବାସ୍ତବିକ ଜୀବନର କାବ୍ୟକୁ ବୁଝିବା ପାଇଁ ରାମାୟଣକୁ ଏକ ଢାଞ୍ଚା ଭାବରେ ବ୍ୟବହାର କରିପାରିବା । ଏହି କାବ୍ୟ ପ୍ରାଚୀନ ଏବ୍ରୀ ବେଦ ଗଠନ କରେ, ଯାହା ବର୍ତ୍ତମାନ ବାଇବେଲ ଭାବରେ ପରିଚିତି ।  କିନ୍ତୁ ଏହି କାବ୍ୟ ଆମେ ବାସ କରୁଥିବା ଦୁନିଆରେ ଏକ ନାଟକକୁ ଉପସ୍ଥାପନ କରେ, ଯାହା ଆମକୁ ଏଥିରେ ପ୍ରବେଶ କରିବାକୁ ସୁଯୋଗ ଦେଇଥାଏ । ଯେହେତୁ ଏହା ଆମ ପାଇଁ ନୂଆ ହୋଇପାରେ, ଆମେ ରାମାୟଣର ଦୃଷ୍ଟିକୋଣରୁ ଏହାକୁ ଦେଖି ଏହାର କାହାଣୀ, ଏବଂ ଏଥିରେ ଆମେ ଯେଉଁ ଭୂମିକା ଗ୍ରହଣ କରୁ, ତାହା ବୁଝିପାରିବା ।

ଏବ୍ରୀବେଦ: ରାମାୟଣ ପରି ଏକ ପ୍ରେମ କାବ୍ୟ

ରାମାୟଣ ମୂଳତଃ ରାମ ଏବଂ ସୀତାଙ୍କ ପ୍ରେମ ବିଷୟରେ ଅଟେ।

ଯଦିଓ ଏଥିରେ ଅନେକ ପାର୍ଶ୍ୱ ଘଟଣା ଅଛି, ରାମାୟଣର ନାୟକ ରାମ ଏବଂ ନାୟିକା ସୀତା ଅଟନ୍ତି, ଏହା ରାମ ଏବଂ ସିତାଙ୍କର ପ୍ରେମ କାହାଣୀକୁ ଗଠନ କରେ  । ସେହିପରି, ଯଦିଓ ଏବ୍ରୀୟ ବେଦ ଅନେକ ପାର୍ଶ୍ୱ ଘଟଣାଗୁଡ଼ିକୁ ନେଇ ଏକ ବୃହତ୍ କାବ୍ୟ ସୃଷ୍ଟି କରେ, ବାଇବେଲର ମୂଳ ବିଷୟ ଯୀଶୁ (ନାୟକ) ଏବଂ ଏହି ଦୁନିଆର ଲୋକମାନଙ୍କ ମଧ୍ୟରେ ଏକ ପ୍ରେମ କାହାଣୀ ଅଟେ, ଯେଉଁଲୋକ ତାହାଙ୍କର କନ୍ୟା ଅଟନ୍ତି ଯେପରି ସୀତା ରାମଙ୍କ କନ୍ୟା ହୋଇଥିଲେ ।  ଯେପରି ରାମାୟଣରେ ସୀତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ସେହିପରି ବାଇବେଲ କାହାଣୀରେ ମଧ୍ୟ ଆମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆରମ୍ଭ: ପ୍ରେମ କ୍ଷୟ

କିନ୍ତୁ ସୃଷ୍ଟିରୁ ଆରମ୍ଭ କରିବା । ବାଇବେଲ ପ୍ରକାଶ କରେ ଯେ ଈଶ୍ଵର ମନୁଷ୍ୟକୁ ପୃଥିବୀରୁ ସୃଷ୍ଟି କଲେ, ସେହିପରି ସୀତାଙ୍କ ପୃଥିବୀରୁ ଆସିବା ବିଷୟରେ ଅଧିକାଂଶ ରାମାୟଣ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ଅଛି ।  ଈଶ୍ଵର ଏହା କଲେ କାରଣ ସେ ମନୁଷ୍ୟକୁ ପ୍ରେମ କଲେ, ମନୁଷ୍ୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ ।  ଧ୍ୟାନ ଦିଅନ୍ତୁ ଯେ ପ୍ରାଚୀନ ଏବ୍ରୀୟ ବେଦରେ ଲୋକଙ୍କ ପାଇଁ ଈଶ୍ଵର ନିଜ ଇଚ୍ଛାକୁ କିପରି ବର୍ଣ୍ଣନା କରନ୍ତି ।

ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ତୁମ୍ଭେ ଆମ୍ଭର ଲୋକ ଓ ସେମାନେ କହିବେ, ତୁମ୍ଭେ ଆମ୍ଭର ପରମେଶ୍ଵର।

ହୋଶେୟ 2:23

ନୟିକାକୁ ଖଳନାୟକ ବନ୍ଦୀ କରେ   

ରାବଣ ସୀତାଙ୍କୁ ରାମଙ୍କଠାରୁ ଅଲଗା କରି ଅପହରଣ କରେ

ଯଦିଓ ଈଶ୍ଵର ଏହି ସମ୍ପର୍କ ପାଇଁ ମାନବଜାତିକୁ ସୃଷ୍ଟି କଲେ କିନ୍ତୁ ଜଣେ ଖଳନାୟକ ଏହି ସମ୍ପର୍କକୁ ନଷ୍ଟ କଲା । ଯେପରି ରାବଣ ସୀତାଙ୍କୁ ଅପହରଣ କରି ଲଙ୍କା ରାଜ୍ୟରେ କାରାଗାରରେ ବନ୍ଦିତା କରି ରଖିଥିଲା, ସେପରି ଈଶ୍ଵରଙ୍କ ଶତ୍ରୁ ଶୟତାନ, ସର୍ପ ସଦୃଶ ଅସୁର ଭାବରେ ଚିତ୍ରିତ,  ମାନବଜାତିକୁ ଦାସ୍ଵତ୍ଵରେ ଆବଦ୍ଧ କଲା । ଏହି ଶବ୍ଦରେ ଶୟତାନର ନିୟନ୍ତ୍ରଣରେ ଥିବା ଅବସ୍ଥାକୁ ବାଇବେଲ ବର୍ଣ୍ଣନା କରେ ।

 ଏହି ସଂସାରର ଭାବ ଅନୁସାରେ, ପୁଣି ଆକାଶ-ମଣ୍ତଳ ରାଜ୍ୟର ଅଧିପତି, ଅର୍ଥାତ୍, ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ;

ଏଫିସୀୟ  2:1-3

ଆସୁଥିବା ସଂଘର୍ଷ ପ୍ରତି ପ୍ରସ୍ତୁତ

ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରି ତାର ରାଜ୍ୟରେ କାବୁକରି ରଖିଲା, ରାମ ତାକୁ ଚେତାବନୀ ଦେଇ କହିଥିଲେ ଯେ ସେ ସିତାଙ୍କୁ ଉଦ୍ଧାର କରିବେ ଏବଂ ତାକୁ ବିନାଶ କରିବେ। ଠିକ୍ ସେହିପରି, ଯେତେବେଳେ ଶୟତାନ ଆମକୁ ପାପରେ ଆବଦ୍ଧ କରି ମୃତ୍ୟୁ ନିକଟକୁ ନେଲା, ଈଶ୍ଵର ମାନବ ଇତିହାସର ଆରମ୍ଭରେ ଶୟତାନକୁ ଚେତାବନୀ ଦେଇଥିଲେ ଯେ ସ୍ତ୍ରୀଙ୍କ ବଂଶ ମାଧ୍ୟମରେ ଈଶ୍ଵର ତାକୁ ବିନାଶ କରିବେ – ଏହି ବଂଶ ଏହି ବିପକ୍ଷମାନଙ୍କ ମଧ୍ୟରେ ସଂଘର୍ଷର ଏକ କେନ୍ଦ୍ର ପାଲଟିଗଲା ।

ପ୍ରାଚୀନ କାଳରେ ଏହି ବଂଶର ଆଗମନକୁ ଈଶ୍ଵର ନିଶ୍ଚିତ କରିଛନ୍ତି:

ସେହିପରି ରାମାୟଣ ମଧ୍ୟ ରାବଣ ଏବଂ ରାମ ମଧ୍ୟରେ ସଂଘର୍ଷକୁ ପ୍ରକାଶ କରେ:

  • ଏକ ଅସମ୍ଭବ ଗର୍ଭଧାରଣ (ଦଶରଥଙ୍କ ପତ୍ନୀମାନେ ଈଶ୍ଵଶ୍ୱରୀୟ ହସ୍ତକ୍ଷେପ ବିନା ଗର୍ଭଧାରଣ କରିପାରି ନଥିଲେ),
  • ଏକ ପୁତ୍ରର ତ୍ୟାଗ (ଦଶରଥ ରାମଙ୍କୁ ଅରଣ୍ୟରେ ନିର୍ବାସିତ ହେବାକୁ ପଠେଇଲେ),
  • ଲୋକମାନଙ୍କର ଉଦ୍ଧାର (ଯେପର୍ଯ୍ୟନ୍ତ ରାମ ରାକ୍ଷାସ ସୁବାହୁ ବିନାଶ ନକରନ୍ତି  ସେପର୍ଯ୍ୟନ୍ତ ଅରଣ୍ୟର ମୁନିମାନଙ୍କୁ ଅତ୍ୟାଚାର କରୁଥିଲା, ବିଶେଷକରି ବିଶ୍ୱାମିତ୍ରଙ୍କୁ),
  • ଏକ ରାଜବଂଶର ପ୍ରତିଷ୍ଠା (ରାମ ଶେଷରେ ରାଜା ଭାବରେ ରାଜତ୍ୱ କରିବାକୁ ସମର୍ଥ ହେଲେ) ।

ନାୟକ ତାଙ୍କ ପ୍ରେମକୁ ଉଦ୍ଧାର କରିବାକୁ ଆସନ୍ତି

କୁମାରୀ ସ୍ତ୍ରୀଙ୍କ ମାଧ୍ୟମରେ ଆସିବାକୁ ପ୍ରତିଜ୍ଞା କରିଥିବା ସେହି ବଂଶକୁ ଯୀଶୁଙ୍କୁ ସୁସମାଚାରଗୁଡ଼ିକ ପ୍ରକାଶ କରେ । ରାମ ଯେପରି ରାବଣ କବଳରୁ ସୀତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ମୃତ୍ୟୁ ଓ ପାପରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯୀଶୁ ପୃଥିବୀକୁ ଆସିଥିଲେ। ଯଦିଓ, ରାମାଙ୍କ ପରି ସେ ଈଶ୍ଵରୀୟ ରାଜବଂଶୀୟ ଥିଲେ, ସେ ସ୍ଵେଚ୍ଛାକୃତ ଭାବରେ ନିଜକୁ ଅଧିକାର ଏବଂ ଶକ୍ତିରୁ ଶୂନ୍ୟ କରିଥିଲେ । ବାଇବେଲ ଏହାକୁ ଏହିପରି ବର୍ଣ୍ଣନା କରେ ।

ତୁମ୍ଭମାନଙ୍କର ସେହିପରି ମନ ହେଉ; ସେ ଈଶ୍ଵରରୂପୀ ହେଲେ ହେଁ ଈଶ୍ଵରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।

ଫିଲିପ୍‍ପୀୟ  2:5b-8

ପରାଜୟ ମାଧ୍ୟମରେ ବିଜୟ

ରାମ ଶାରୀରିକ ଯୁଦ୍ଧ ମାଧ୍ୟମରେ ରାବଣକୁ ପରାସ୍ତ କରନ୍ତି

ଏଠାରେ ରାମାୟଣ ଏବଂ ବାଇବେଲ କାବ୍ୟ ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ରହିଅଛି । ରାମାୟଣରେ ରାମ ଶକ୍ତିର ସାମର୍ଥ୍ୟ ଦ୍ୱାରା ରାବଣକୁ ପରାସ୍ତ କରନ୍ତି । ସେ ତାକୁ ଯୁଦ୍ଧରେ ହତ୍ୟା କରନ୍ତି ।

Jesus' sacrifice on the Cross was God's Bhakti to you & me
ଯୀଶୁଙ୍କ ବିଜୟ ଏକ ପ୍ରତୀତ ପରାଜୟରୁ ହେଲା

ଯୀଶୁଙ୍କ ପାଇଁ ବିଜୟର ପଥ ଭିନ୍ନ ଥିଲା; ଏହା ପରାଜୟର ପଥ ଦେଇ ଗମନ କରିଥିଲା। ଶାରୀରିକ ଯୁଦ୍ଧରେ ଜିତିବା ପରିବର୍ତ୍ତେ, ଯେପରି ଭବିଷ୍ୟବାଣୀ କରାଯାଇଥିଲା ସେହି ପରି ଯୀଶୁ ଏକ ଶାରୀରିକ ମୃତ୍ୟୁବରଣ କରିଥିଲେ । ସେ ଏହା କଲେ କାରଣ ଆମର ବନ୍ଦନ ସ୍ଵୟଂ  ମୃତ୍ୟୁ ଥିଲା, ତେଣୁ ସେ ମୃତ୍ୟୁକୁ ପରାସ୍ତ କରିବା ଆବଶ୍ୟକ ଥିଲା । ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇ ଏପରି କରିଥିଲେ, ଯାହାକୁ ଆମେ ଐତିହାସିକ ଭାବରେ ପରୀକ୍ଷା କରିପାରିବା । ଆମ ପାଇଁ ମରିବା ଦ୍ୱାରା ସେ ବାସ୍ତବରେ ଆମ ବଦଳରେ ନିଜକୁ ଦେଇଥିଲେ । ଯେପରି ବାଇବେଲ ଯୀଶୁଙ୍କ ବିଷୟରେ କହେ ।

ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ଉତ୍ତମତାରେ ଉଦ୍ଯୋଗୀ ନିଜସ୍ଵ ଲୋକ ସ୍ଵରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।

ତୀତସ  2:14

ପ୍ରେମିକଙ୍କ ନିମନ୍ତ୍ରଣ…

ରାମାୟଣରେ ରାମ ଏବଂ ସୀତା ରାବଣକୁ ପରାସ୍ତ କରିବା ପରେ ପୁନର୍ବାର ମିଳିତ ହୋଇଥିଲେ। ବାଇବେଲ କାବ୍ୟରେ, ବର୍ତ୍ତମାନ  ଯୀଶୁ ମୃତ୍ୟୁକୁ ପରାସ୍ତ କରିଛନ୍ତି, ସେହିପରି ଯୀଶୁ ମଧ୍ୟ ଆପଣଙ୍କୁ ଏବଂ ମୋତେ ତାଙ୍କର ହେବାକୁ, ଭକ୍ତିରେ ପ୍ରତିକ୍ରିୟା କରିବାକୁ ଆମନ୍ତ୍ରଣ କରିଛନ୍ତି ।  ଯେଉଁମାନେ ଏହାକୁ ବାଛନ୍ତି ସେମାନେ ହେଉଛନ୍ତି ତାଙ୍କର କନ୍ୟା ।

 ହେ ସ୍ଵାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ତଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ; ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ଵାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ତଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।

ଏଫିସୀୟ  5:25-27

ଏହା ଗୋଟିଏ ଅତି ନିଗୂଢ଼ ତତ୍ତ୍ଵ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ତଳୀ ସମ୍ଵନ୍ଧରେ ଏହା କହୁଅଛି।

ଏଫିସୀୟ  5:32

… ସୁନ୍ଦର ଏବଂ ପବିତ୍ର ହେବାକୁ

ରାମ ସୀତାଙ୍କୁ ଭଲ ପାଆନ୍ତି କାରଣ ସେ ସୁନ୍ଦର ଅଟନ୍ତି

ରାମାୟଣରେ ରାମ ସୀତାଙ୍କୁ ଭଲ ପାଉଥିଲେ କାରଣ ସେ ସୁନ୍ଦରୀ ଥିଲେ। ତାଙ୍କର ଏକ ପବିତ୍ର ଚରିତ୍ର ମଧ୍ୟ ଥିଲା । ବାଇବେଲ କାବ୍ୟ ଏହି ଦୁନିଆରେ ଆମପାଇଁ ଉନ୍ମୋଚିତ ହୁଏ, କିନ୍ତୁ ଆମେ ଅପବିତ୍ର ଅଟୁ । କିନ୍ତୁ ଯୀଶୁ ତଥାପି ଯେଉଁମାନେ ତାଙ୍କୁ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରେମ କରନ୍ତି, କାରଣ ସେମାନେ ସୁନ୍ଦର ଏବଂ ପବିତ୍ର ଏହା ନୁହେଁ  କିନ୍ତୁ ସେମାନଙ୍କୁ ସୁନ୍ଦର ଏବଂ ପବିତ୍ର କରିବା ପାଇଁ ପ୍ରେମ କରନ୍ତି, ନିମ୍ନରେ ଦିଆଯାଇଥିବା ଚରିତ୍ର ସହିତ ସମାପ୍ତ ହୁଏ ।

 କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ।

ଗାଲାତୀୟ  5:22-23

… ଅଗ୍ନି ପାରିକ୍ଷା ପରେ

ପରୀକ୍ଷା ମାଧ୍ୟମରେ ଯୀଶୁ ନିଜ କନ୍ୟାକୁ ହୃଦୟରେ ସୁନ୍ଦରୀ କରିବାକୁପ୍ରେମ କରନ୍ତି

ଯଦିଓ ରାବଣର ପରାଜୟ ପରେ ସୀତା ଏବଂ ରାମ ପୁନର୍ବାର ମିଳିତ ହୋଇଥିଲେ, ସୀତାଙ୍କ ପବିତ୍ରତା ବିଷୟରେ ପ୍ରଶ୍ନ ଉଠିଥିଲା । ରାବଣର ଅଧୀନରେ ଥିବାବେଳେ କେହି କେହି ତାଙ୍କୁ ଅପବିତ୍ର ହେଲେ ବୋଲି ଅଭିଯୋଗ କରିଥିଲେ। ତେଣୁ ସୀତାଙ୍କୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଅଗ୍ନି ପାରିକ୍ଷା (ଅଗ୍ନି ପରୀକ୍ଷଣ) କରିବାକୁ ପଡିଲା । ବାଇବେଲ କାବ୍ୟରେ, ପାପ ଏବଂ ମୃତ୍ୟୁ ଉପରେ ତାଙ୍କର ବିଜୟ ପରେ, ଯୀଶୁ ନିଜ ପ୍ରେମ ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱର୍ଗକୁ ଗଲେ, ଯାହାଙ୍କ ପାଇଁ ସେ ଫେରିବେ । ତାଙ୍କଠାରୁ ଅଲଗା ହୋଇଥିବାବେଳେ, ଆମକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାକୁ ବାଇବେଲ ଅଗ୍ନି ସହିତ ତୁଳନା କରେ; ଆମର ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ନୁହେଁ, ବରଂ ତାଙ୍କ ପବିତ୍ର ପ୍ରେମକୁ ଦୂଷିତ କରୁଥିବା ବିଷୟରୁ ନିଜକୁ ଶୁଦ୍ଧ କରିବା ପାଇଁ । ବାଇବେଲ ଏହି ଚିତ୍ରଗୁଡ଼ିକୁ ବ୍ୟବହାର କରେ ।

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ଵାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ଅର୍ଥାତ୍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ଵର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ଵରଙ୍କ ଶକ୍ତିରେ ବିଶ୍ଵାସ ଦ୍ଵାରା ସୁରକ୍ଷିତ ହେଉଅଛ। ଏଥିରେ ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ଵାରା ଦୁଃଖ-ଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ଯେପରି ଅଗ୍ନି ଦ୍ଵାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ଵାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେହେଁ ତାହାଙ୍କଠାରେ ବିଶ୍ଵାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ଵାସର ଲକ୍ଷ୍ୟ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,

1 ପିତର 1:3-9

… ଏକ ମହାନ ବିବାହକୁ

ବାଇବେଲ କାବ୍ୟ ଏକ ବିବାହ ସହିତ ସମାପ୍ତ ହୁଏ

ବାଇବେଲ ଘୋଷଣା କରେ ଯେ ଯୀଶୁ ପୁଣିଥରେ ନିଜ ପ୍ରେମ ପାଇଁ ଫେରିବେ ଏବଂ ଏହା କରିବା ପରେ ତାଙ୍କୁ ତାଙ୍କ କନ୍ୟା କରିବେ । ତେଣୁ, ସମସ୍ତ ମହାନ କାବ୍ୟ ପରି, ବାଇବେଲ ଏକ ବିବାହ ସହିତ ସମାପ୍ତ ହୁଏ । ଯୀଶୁ ଦେଇଥିବା ମୂଲ୍ୟ ଏହି ବିବାହ ପାଇଁ ପଥ ପ୍ରସ୍ତୁତ କରିଛି  ।  ସେହି ବିବାହ ସାଙ୍କେତିକ ନୁହେଁ କିନ୍ତୁ ବାସ୍ତବିକ ଅଟେ, ଏବଂ ଯେଉଁମାନେ ତାଙ୍କର ବିବାହ ନିମନ୍ତ୍ରଣ ଗ୍ରହଣ କରନ୍ତି, ସେମାନଙ୍କୁ ସେ ‘ଖ୍ରୀଷ୍ଟଙ୍କ କନ୍ୟା’ ବୋଲି ଡାକନ୍ତି । ଯେପରି ଏହା କହେ:

 ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।

ପ୍ରକାଶିତ ବାକ୍ୟ 19:7

ଯେଉଁମାନେ ଯୀଶୁଙ୍କ ମୁକ୍ତିର ଉପହାର ଗ୍ରହଣ କରନ୍ତି, ସେମାନେ ତାଙ୍କର ‘କନ୍ୟା’ ହୁଅନ୍ତି । ସେ ଏହି ସ୍ୱର୍ଗୀୟ ବିବାହ ଆମ ସମସ୍ତଙ୍କୁ ପ୍ରଦାନ କରନ୍ତି । ତାଙ୍କ ବିବାହକୁ ଆସିବା ପାଇଁ ବାଇବେଲ ଆପଣଙ୍କୁ ଏବଂ ମୋତେ ଏହି ନିମନ୍ତ୍ରଣ କରି ସମାପ୍ତ କରେ ।

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।

ପ୍ରକାଶିତ ବାକ୍ୟ 22:17

ପ୍ରବେଶ କରନ୍ତୁ: ଗ୍ରହଣ କରି

ଯୀଶୁଙ୍କଠାରେ ଆମକୁ ଦିଆଯାଇଥିବା ସମ୍ପର୍କକୁ ବୁଝିବା ପାଇଁ ରାମାୟଣର ସୀତା ଏବଂ ରାମଙ୍କ ସମ୍ପର୍କ ଏକ ଉଦାହରଣ ଭାବରେ ବ୍ୟବହୃତ କରାଯାଇଅଛି । ଏହା ଆମପାଇଁ ଈଶ୍ଵରଙ୍କ ସ୍ୱର୍ଗୀୟ ପ୍ରେମ ଅଟେ । ଯେଉଁମାନେ ତାଙ୍କର ବିବାହ ପ୍ରସ୍ତାବ ଗ୍ରହଣ କରନ୍ତି, ସେ ସେମାନଙ୍କର ବର ଭାବରେ ସେସମସ୍ତଙ୍କୁ ବିବାହ କରିବେ । ଯେକୌଣସି ବିବାହ ପ୍ରସ୍ତାବ ପରି, ଆପଣ ଏହି ପ୍ରସ୍ତାବ ଗ୍ରହଣ କରିବାକୁ କିମ୍ବା ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇ ପାରିବେ । ପ୍ରସ୍ତାବକୁ ଗ୍ରହଣ କରି ଆପଣ ସେହି କାଳଜୟୀ ମହାକାବ୍ୟରେ ପ୍ରବେଶ କରିବେ ଯାହାକି ରାମାୟଣ ମହାକାବ୍ୟର ମହାନତାକୁ ମଧ୍ୟ ରଦ୍ଦ କରେ ।

Leave a Reply

Your email address will not be published. Required fields are marked *