ଷଷ୍ଠଦିନ: ଯୀଶୁଙ୍କର ଶୁଭ ଶୁକ୍ରବାର- ମହା ଶିବରାତ୍ରୀ

  • by

ମହା ଶିବରାତ୍ରୀ (ଶିବଙ୍କର ମହାରାତ୍ରୀ) ଏହି ଉତ୍ସବ ଫାଲଗୁଣର (ଫେବୃଆରୀ / ମାର୍ଚ୍ଚ) 13 ତମ ସନ୍ଧ୍ୟାରୁ ଆରମ୍ଭ ହୋଇ 14 ତାରିଖ ପର୍ଯ୍ୟନ୍ତ ଚାଲେ । ଏହି ପର୍ବଟି ଅନ୍ୟ ପର୍ବଗୁଡ଼ିକଠାରୁ ଭିନ୍ନ ଅଟେ କାରଣ ଏହା ସୂର୍ଯ୍ୟାସ୍ତ ପରେ ଆରମ୍ଭ ହୋଇ ପରଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ପର୍ବ ଅନ୍ୟ ଉତ୍ସବ ଭଳି ମଜା ଓ ଆନନ୍ଦଦାୟକ ନୁହେଁ ବରଂ ଏହାକୁ ଉପବାସ, ଅନ୍ତର୍ଦୃଷ୍ଟି ଏବଂ ସତର୍କତାରେ ପାଳନ କରାଯାଏ । ମହା ଶିବରାତ୍ରୀ ଜୀବନ ଏବଂ ଦୁନିଆର “ଅନ୍ଧକାର ଏବଂ ଅଜ୍ଞତାକୁ ଦୂର କରିବାର ଏକ ସ୍ମରଣୀୟ ସ୍ମୁତିକୁ ଦର୍ଶାଏ । ଏହି ରାତ୍ରୀରେ ଉତ୍ସାହୀ ଭକ୍ତମାନେ ରାତ୍ରୀସାରା ଉଜାଗରରେ ରହନ୍ତି ।

ମହା ଶିବରାତ୍ରୀ ଏବଂ ସମୁଦ୍ରର ତୀବ୍ର ଆଲୋଡ଼ନ

ମହା ଶିବରାତ୍ରୀ ବିଷୟରେ ପୁରାଣ ଅନେକ ତଥ୍ୟ ପ୍ରଦାନ କରେ । ଯେମିତି କେତେକ କହନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଦିନ ସମୁଦ୍ର ମନ୍ଥନ (ସମୁଦ୍ରର ତୀବ୍ର ଆଲୋଡ଼ନ )ଦ୍ୱାରା  ଉତ୍ପାନ୍ନ ହୋଇଥିବା ହଳାହଳ ବିଷକୁ ଭଗବାନ ଶିବ ଏକାବେଳକେ ଗିଳି ଦେଇ ବେକରେ ଧାରଣ କରିଥିଲେ । ଯାହା ଦ୍ୱାରା  ତାହାଙ୍କ କଣ୍ଟରେ ଆଘାତ ଦ୍ୱାରା ଏହା ନୀଳ ରଂଙ୍ଗର ହୋଇଯାଈ ଥିଲା ଯାହା ଫଳରେ ତାଙ୍କୁ ନୀଳ କଣ୍ଟେଶ୍ୱର ବୋଲି ମଧ୍ୟ ଡକାଯାଏ । ଅମର ଅମୃତ ରସ ଉତ୍ପତ୍ତି କାହାଣୀ ବିଷୟରେ ଭଗବତ ପୁରାଣ, ମହାଭାରତ ଏବଂ ବିଷ୍ଣୁ ପୁରାଣ ଅମ୍ରିତାକୁ ବର୍ଣ୍ଣନା କରି ଏହାର ଉତ୍ପନ ଏବଂ ଅମରତାକୁ ଉଲ୍ଲେଖ କରେ  । କାହାଣୀଟି ଏହିପରି ଆରମ୍ଭ ହୁଏ ଯେ  ଅମରତାର ଏହି ଅମୃତରସକୁ ପୁନରୁଦ୍ଧାର କରିବା ପାଇଁ ଦେବ ଏବଂ ଅସୁରମାନେ ଏକ ସହଯୋଗର ମୈତ୍ରୀବନ୍ଧନ କରି ସମୁଦ୍ର ମନ୍ଥନ କଲେ । ସମୁଦ୍ର ମନ୍ଥନ କରିବା ପାଇଁ ମାଣ୍ଡାରା ପର୍ବତକୁ ସେମାନେ ଏକ ବାଡ଼ି ଭାବରେ ଏବଂ ଶିବଙ୍କ କଣ୍ଟରେ ରହୁଥିବା ନାଗରାଜ ସର୍ପ ଭାସୁକିକୁ ଦଉଡି ଭାବରେ ବ୍ୟବହାର କଲେ।

ସମଦ୍ର ମନ୍ଥନ ଅନେକ ଚିତ୍ରକଳା ଉତ୍ପନ କରିଛି

ସମଦ୍ର ମନ୍ଥନ କରିବାସମୟରେ, ସର୍ପ ଭାସୁକି ଏତେ ସାଂଘାତିକ ବିଷ ଛାଡିଥିଲେ ଯେ ଏହି ଶକ୍ତିଶାଳୀ ବିଷ ସମୁଦ୍ର ମନ୍ତ୍ରନ କରୁଥିବା ଲୋକଙ୍କୁ ହିଁ ନୁହେଁ ବୋରଂ ସମଗ୍ର ଜଗତକୁ ଧ୍ୱଂସ କରି ଦେଇଥାନ୍ତା । ସେସମସ୍ତଙ୍କୁ ବଞ୍ଚାଇବାକୁ ଯାଇ ଶିବ ନିଗ୍ରତ ବିଷକୁ ପାଟିରେ ଧାରଣ କଲେ ଏବଂ ଏହା ତାହାଙ୍କ କଣ୍ଟକୁ ନୀଳ ରଂଙ୍ଗର ପରିବର୍ତ୍ତନ କରିଦେଇଥିଲା। କେତେକ ସଂସ୍କରଣ ବର୍ଣ୍ଣନା କରେ ଯେ ନିଗ୍ରତ ବିଷକୁ ଭଗବାନ ଶିବ ଗିଳି ଦେଇଥିବାରୁ ସେ ପ୍ରଚଣ୍ଡ ଯନ୍ତ୍ରଣାକୁ ଭୋଗ କରିଥିଲେ । ଏହି କାରଣରୁ, ଭକ୍ତମାନେ ଉପବାସ, ଶାନ୍ତ ଏବଂ ଆନ୍ତରିକତା ସହିତ ଏହି ଉତ୍ସବକୁ ପାଳନ କରନ୍ତି ।

ଶିବ ସର୍ପ ବିଷକୁ ପୁନର୍ବାର ନେଉଛନ୍ତି

ସମୁଦ୍ର ମନ୍ଥନର କାହାଣୀ ଏବଂ ଏହା ପାଳନ କରୁଥିବା ମହା ଶିବରାତ୍ରୀରପ୍ରସଙ୍ଗ ଦୁଃଖଭୋଗ ସପ୍ତାହର ଷଷ୍ଠ ଦିନରେ କ୍ରୁଶବିଦ୍ଧ ଯୀଶୁଙ୍କର ଯନ୍ତ୍ରଣାକୁ ସୂଚିତ କରେ, ତେଣୁ ଆମ୍ଭେମାନେ ଏହାର ଅର୍ଥକୁ ପ୍ରଶଂସା କରିବା ଉଚିତ ।

ଯୀଶୁ ଏବଂ ସମୁଦ୍ର ମନ୍ଥନ ଆଳଙ୍କାରିକ ଅର୍ଥ

ପ୍ରଥମ ଦିନରେ ଯେତେବେଳେ ଯିରୂଶାଲମ ସହରକୁ ଯୀଶୁ ପ୍ରବେଶ କଲେ, ସେ ମୋରୀୟା ପର୍ବତ ଉପରକୁ ଯାଇ ଠିଆହେଲେ, ଯେଉଁଠାରେ ଅବ୍ରହାମ 2000 ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ଏକ ମହାନ ବଳିଦାନ (ଭବିଷ୍ୟତରେ) ପ୍ରଦାନ କରାଯିବ । ତା’ପରେ ଯୀଶୁ ଘୋଷଣା କଲେ:

ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ।

ଯୋହନ 12:31
କ୍ରୁଶରେ ସର୍ପକୁ ସମ୍ମୁଖୀନ କରିବା ପାଇଁ ଅନେକ କଳାକୃତି ମିଳିଅଛି

‘ଜଗତ’ ସେହି ପର୍ବତ ଉପରେ ତାଙ୍କ ଏବଂ ଶୟତାନ ଏହି ଜଗତର ରାଜକୁମାର ଯାହାକୁ ପ୍ରାୟତଃ ସର୍ବ ବୋଲି ଉଲ୍ଲେଖ କରାଯାଏ ମଧ୍ୟରେ ହୋଇଥିବା ବିବାଦ ମଧ୍ୟରେ ଘୂରେ । ସାଙ୍କେତିକ ଭାବରେ କହିବାକୁ ଗଲେ, ମୋରୀୟା ପର୍ବତ, ମାଣ୍ଡାରା ପର୍ବତ ଥିଲା, ଯାହାକି ଆଗାମୀ ଯୁଦ୍ଧରେ ସମଗ୍ର ଜଗତରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବ ।

5 ଦିନରେ ଖ୍ରୀଷ୍ଟଙ୍କୁ ଆକ୍ରମଣ କରିବା ପାଇଁ ଯିହୁଦା ଠାରେ ସର୍ପ (ନାଗରାଜ) ଶୟତାନ ପ୍ରବେଶ କରିଥିଲା ​​। ଭାସୁକି ଯେପରି ଘୂର୍ଣ୍ଣନ ଦଉଡିରେ ପରିଣତ ହେଲା, ଆଳଙ୍କାରିକ ଭାବରେ, ଶୟତାନ ମୋରୀୟା ପର୍ବତର ଚାରିପାଖରେ ଘୂର୍ଣ୍ଣନ ଦଉଡିରେ ପରିଣତ ହେବ, ଯେପରି ଏହି ଦୁଇ ଦଳ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିବାକୁ ଆସିଲାଣି ।

ରାତ୍ରୀ ଭୋଜନ

ପରଦିନ ସନ୍ଧ୍ୟାରେ ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଶେଷ ଭୋଜନ କଲେ। ଏହା ମାସର 13 ତମ ସନ୍ଧ୍ୟା ଥିଲା, ଯେପରି ମାସର 13 ତାରିଖରୁ ମହାଶିବରାତ୍ରୀ ଆରମ୍ଭ ହୁଏ । ସେହି ଭୋଜନରେ, ଯୀଶୁ ପିଇବାକୁ ଯାଉଥିବା ‘ ଯନ୍ତ୍ରଣାର ପନପାତ୍ର’ ବିଷୟରେ ବର୍ଣ୍ଣନା କରିଥିଲେ, ଠିକ୍ ସେହିପରି ଯେପରି ଶିବ ଭାସୁକି ସର୍ପର ବିଷକୁ ପିଇଥିଲେ। ଏଠାରେ ସେହି ବିବରଣୀ ଦିଆଯାଇଅଛି ।

ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ।

ମାଥିଉ 26: 27-28

ତା’ପରେ ସେ ପରସ୍ପରକୁ ପ୍ରେମ କରିବାଏବଂ ଈଶ୍ୱରଙ୍କ ମହାନ ପ୍ରେମ ବିଷୟରେ ଦୃଷ୍ଟାନ୍ତ ଦେଇ ସେମାନଙ୍କୁ ଶିକ୍ଷା ଦେଲେ, ଏଠାରେ ସୁସମାଚାରେ ଲିପିବଦ୍ଧ ହୋଇଥିବା ବିବରଣୀ ଉପଲବ୍ଧ ଅଛି । ଏହାପରେ, ସେ ସମସ୍ତ ବିଶ୍ୱାସୀମାନଙ୍କ ପାଇଁ ପ୍ରାର୍ଥନା କଲେ (ଏଠାରେ ପଢନ୍ତୁ) ।

ଗେଥ୍ସମନିର ଉଦ୍ୟାନରେ

ପୁଣି, ମହାଶିବରାତ୍ରୀ ପରି ହିଁ, ସେ ଉଦ୍ୟାନରେ ରାତିସାରା ଉଜାଗରରେ ଥିଲେ ।

ଏଥିଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ। ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ଘେନି ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ। ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟ; ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋʼ ସାଙ୍ଗରେ ଜାଗିଥାଅ। ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା। ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋʼ ସାଙ୍ଗରେ ଦଣ୍ତେ ହେଲେ ଜାଗି ପାରିଲ ନାହିଁ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ପୁନର୍ବାର ସେ ଦ୍ଵିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ। ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା। ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁନର୍ବାର ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ। ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପକ୍ଷଣ ଶୟନ କରି ବିଶ୍ରାମ କର, ଦେଖ,ସେହି ସମୟ ସନ୍ନିକଟ ହେଲାଣି, ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।

ମାଥିଉ 26:36-46

ଶିଷ୍ୟମାନେ ଉଜାଗର ରହିପାରିଲେ ଯେଉଁ ଉଜାଗର ଆରମ୍ଭ ମାତ୍ର ହୋଇଥିଲା! ଯିହୂଦା କିପରି ତାହାଙ୍କୁ ବିଶ୍ୱାସଘାତକତା କଲା ତାହା ସୁସମାଚାର ବର୍ଣ୍ଣନା କରେ ।

ଉଦ୍ୟାନରେ ଗିରଫ

ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହିସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେସ୍ଥାନକୁ ଯାଉଥିଲେ। ଅତଏବ, ଯିହୂଦା ସୈନ୍ୟଦଳ ପୁଣି ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା। ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, ମୁଁ ସେହି। ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ। ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ? ସେମାନେ କହିଲେ, ନାଜରିତୀୟ ଯୀଶୁକୁ। ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ। ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ। ଶିମୋନ ପିତରଙ୍କ ପାଖରେ ଖଣ୍ତା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍ଖ। ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ତା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ? ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ଵଶୁର ଥିଲେ।

ଯୋହନ 18:2-13

ଯୀଶୁଙ୍କ ଗିରଫ: ଚଳଚ୍ଚିତ୍ର ଦୃଶ୍ୟ

ଯୀଶୁ ପ୍ରାର୍ଥନା କରିବାକୁ ଉଦ୍ୟାନକୁ ଯାଇଥିଲେ। ସେଥିରେ ଯିହୂଦା ତାହାଙ୍କୁ ଗିରିଫ କରିବା ନିମନ୍ତେ ସୈନିକମାନଙ୍କୁ ସେଠାକୁ ଆଣିଲା। ଯଦି ଗିରଫ କରିବା ଆମକୁ ଭୟଭିତ କରେ ତେବେ ଆମେମାନେ ଯୁଦ୍ଧ କରିବାକୁ, ଦଉଡ଼ିବାକୁ କିମ୍ବା ଲୁଚିବାକୁ ଚେଷ୍ଟା କରୂ । କିନ୍ତୁ ଯୀଶୁ ଏହିପରି କିଛି କଲେ ନାହିଁ । ସେ ସ୍ୱୀକାର କଲେ ଯେ ସେ ହିଁ ସେହି ବ୍ୟକ୍ତି ଯାହାକୁ ସେମାନେ ଖୋଜୁଛନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କଲେ ଯେ (“ମୁଁ ହିଁ ସେ”) ଏହା ଶୁଣି ସୈନିକମାନେ ଆଶ୍ଚର୍ଯ୍ୟ ହେଲେ ପୁଣି ତାହାଙ୍କ ଶିଷ୍ୟମାନେ ପଳାଇ ଗଲେ। ଯୀଶୁ ଗିରଫ ହେଲେ ଏବଂ ତାଙ୍କୁ ଜେରା କରିବା ପାଇଁ ନିଆଗଲେ।

ପ୍ରଥମ ଜେରା

ସେମାନେ କିପରି ତାହାଙ୍କୁ ଜେରା କଲେ ସୁସମାଚାର ସେସମସ୍ତ ବିଷୟକୁ ଲିପିବଦ୍ଧ କରେ:

 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ଵନ୍ଧରେ ପଚାରିଲେ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ। ମୋତେ କାହିଁକି ପଚାରୁ ଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି। ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ? ଯୀଶୁ ତାକୁ ଉତ୍ତର ଦେଲେ, ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ? ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।

ଯୋହନ 18:19-24

ତେଣୁ ସେମାନେ ଯୀଶୁଙ୍କୁ ଦ୍ୱିତୀୟ ଜେରା ପାଇଁ ମହାଯାଜକଙ୍କ ନିକଟକୁ ପଠାଇଲେ ।

ଦ୍ିତୀୟ ଜେରା

ସେଠାରେ ସେମାନେ ସମସ୍ତ ନେତାଙ୍କ ଆଗରେ ତାଙ୍କୁ ଜେରା କଲେ । ଏହି ଦ୍ୱିତୀୟ ଜେରାକୁ ସୁସମାଚାର ଲିପିବଦ୍ଧ କରେ:

ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ। ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ପୁଆଁଉଥିଲେ। ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ଵେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି। କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିର କିଛି ଉତ୍ତର ଦେଉ ନାହଁ? କିନ୍ତୁ ସେ ମୌନ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ? ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆପଣମାନେ ତ ଈଶ୍ଵରନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣ୍ତଦଣ୍ତର ଯୋଗ୍ୟ ବୋଲି ମତ ଦେଲେ। ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ ! ପ୍ରମାଣ ଦେ। ଆଉ, ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।

ମାର୍କ 14:53-65

ଯିହୁଦୀ ନେତାମାନେ ଯୀଶୁଙ୍କୁ ମୃତ୍ୟୁ ଦଣ୍ଡ ଦେଲେ। ଯେହେତୁ ସେଠାରେ ରୋମୀୟ ସମ୍ରାଟଙ୍କ ଦ୍ୱାରା ଶାସିତ ହେଉଥିଲେ, ସେଇଥି ପାଇଁ କେବଳ ରୋମୀୟ ସମ୍ରାଟ ହିଁ ଏହି ନିଷ୍ପତ୍ତିକୁ ସଂପାଦନ କରିପାରିବେ। ତେଣୁ ସେମାନେ ଯୀଶୁଙ୍କୁ ରୋମୀୟ  ସମ୍ରାଟ ପନ୍ତିୟ ପିଲାତଙ୍କ ନିକଟକୁ ନେଇଗଲେ। ଯୀଶୁଙ୍କ ବିଶ୍ୱାସଘାତକ ଯିହୂଦା ଇଷକୋରିୟଥ୍ ସହିତ ଯାହା ଘଟିଲା ସେହି ବିଷୟରେ ସୁସମାଚାରରେ ଲିପିବଦ୍ଧ କରେ ।

ବିଶ୍ୱାସଘାତକ ଯିହୂଦା ସହିତ କ’ଣ ହେଲା?

ପ୍ରଭାତ ହୁଅନ୍ତେ, ସମସ୍ତ ପ୍ରଧାନଯାଜକ, ପୁଣି ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ, ଆଉ ସେମାନେ ତାହାଙ୍କୁ ବାନ୍ଧି ଘେନିଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ। ସେତେବେଳେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣକାରୀ ଯିହୁଦା, ସେ ପ୍ରାଣଦଣ୍ତାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା, ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି ଯାଇ ଆପଣାକୁ ଫାଶୀ ଦେଲା।

ମାଥିଉ 27:1-5

ରୋମ୍ୟ ସମ୍ରାଟଙ୍କ ଦ୍ୱାରା ଯୀଶୁଙ୍କର ଜେରା

ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜାଣ? ଯୀଶୁ କହିଲେ, ଆପଣ କହୁଅଛନ୍ତି। ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ, ସେ କୌଣସି ଉତ୍ତର ଦେଲେ ନାହିଁ। ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟ; ଚମତ୍କୃତ ହେଲେ। କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକି ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନ-କର୍ତ୍ତାଙ୍କର ରୀତି ଥିଲା। ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା। ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ? କାରଣ ସେମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ। ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ଵପ୍ନରେ ବହୁତ କଷ୍ଟ ଭୋଗିଅଛି। ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକ-ସମୂହକୁ ମଣାଇଲେ। ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କର ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ। ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି ଆମ୍ଭେ କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ। ସେଥିରେ ସେ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟ; ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ। ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାନ୍ତି, ବରଞ୍ଚ ଆହୁରି ଗଣ୍ତଗୋଳ ହେଉଅଛି, ସେତେବେଳେ ସେ ଜଳ ଘେନି ଲୋକସମୂହ ସାକ୍ଷାତରେ ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ। ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।

ମାଥିଉ 27:11-26

ଯୀଶୁଙ୍କର କ୍ରୁଶବିଦ୍ଧ, ମୃତ୍ୟୁ ଏବଂ ସମାଧି

ଯୀଶୁଙ୍କ କ୍ରୁଶବିଦ୍ଧର ବିବରଣୀ ସୁସମାଚାରରେ ଲିପିବଦ୍ଧ କରେ

ଏଥିଉତ୍ତାରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ। ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ତିଏ ନଳ ଦେଲେ, ପୁଣି ତାହାଙ୍କ ସମ୍ମୁଖରେ ଜାନୁ ପାତି, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ। ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ଘେନି ତାହାଙ୍କ ମୁଣ୍ତରେ ମାରିବାକୁ ଲାଗିଲେ। ପୁଣି, ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାଙ୍କୁ ବାଧ୍ୟ କଲେ। ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍, ଯାହାକୁ କପାଳ ସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ, ତାହାଙ୍କୁ ପିତ୍ତମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ଵାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ଵାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, ପୁଣି ସେଠାରେ ବସି ତାହାଙ୍କୁ ଜଗି ରହିଲେ। ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ଵରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଜଣେ ଓ ବାମ ପାର୍ଶ୍ଵରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ତ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ଵାସ କରିବା। ସେ ଈଶ୍ଵରଙ୍କ ଉପରେ ନିର୍ଭର କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାଙ୍କୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ଵରଙ୍କ ପୁତ୍ର। ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। ଆଉ, ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍ଥାନୀ? ଅର୍ଥାତ୍, ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି। ଆଉ, ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ୍ ଘେନି ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ତିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। କିନ୍ତୁଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ଵରରେ ଡାକି ପ୍ରାଣତ୍ୟାଗ କଲେ। ପୁଣି ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, ପୁଣି ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। ଶତସେନାପତି ଓ ତାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟନା ଦେଖି ଅତ୍ୟ; ଭୀତ ହୋଇ କହିଲେ, ସତ୍ୟ, ଏ ଈଶ୍ଵରଙ୍କ ପୁତ୍ର ଥିଲେ।

ମାଥିଉ 27:27-54
ଯୀଶୁ କ୍ରୁଶବିଦ୍ଧ ହେଲେ: ତାଙ୍କ ଜୀବନର ସବୁଠାରୁ ଚିତ୍ରିତ ଦୃଶ୍ୟ

ତାହାଙ୍କ ପାର୍ଶ୍ରେ ‘ବିଦ୍ଧ’

ଯୋହନଙ୍କ ସୁସମାଚାରରେ କ୍ରୁଶବିଦ୍ଧର ଏକ ଆକର୍ଷଣୀୟ ବିବରଣୀ ଲିପିବଦ୍ଧ କରେ । ଏଥିରେ କୁହାଯାଇଛି:

 ଈଶ୍ଵର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ , ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ଵରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାʼର କଥା ଶୁଣନ୍ତି। କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କେବେହେଲେ ଶୁଣାଯାଇ ନ ଥିଲା। ଏ ଈଶ୍ଵରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ। ସେମାନେ ତାକୁ ଉତ୍ତର ଦେଲେ, ତୁଉଟା ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାକୁ ବାହାର କରିଦେଲେ। ସେମାନେ ଯେ ତାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାʼର ଦେଖା ପାଇ କହିଲେ, ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ଵାସ କରୁଅଛ?

ଯୋହନ19:31-35

ଯୋହନ ଦେଖିଲେ ଯେ ରୋମୀୟ ସୈନିକମାନେ ବର୍ଚ୍ଛାରେ ଯୀଶୁଙ୍କ ପାର୍ଶ୍ୱକୁ ବିଦ୍ଧ କରୁଛନ୍ତି। ବାହାରକୁ ଆସିଥିବା ରକ୍ତ ଓ ଜଳ ଅଲଗା ହୋଇଥିଲା ଏବଂ ଏହା  ସୂଚାଏ ଯେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।

ଯୀଶୁଙ୍କ ପାର୍ଶ୍ୱକୁ ବିଦ୍ଧ

ଅନେକେ ଲୋକ ମଧ୍ୟ ମହା ଶିବରାତ୍ରୀ ପାଳନ କରନ୍ତି କାରଣ ସେମାନେ ଏହାକୁ ସେହିଦିନ ବୋଲି ଭାବନ୍ତି ଯେଉଁଦିନ ଶିବ ପାର୍ବତୀଙ୍କୁ ବିବାହ କରିଥିଲେ । ଶୁଭ ଶୁକ୍ରବାରର ସମାନତା ମହା ଶିବରାତ୍ରୀ ସହ ଅଛି, ସେହି ଦିନ ଯୀଶୁ ମଧ୍ୟ ତାଙ୍କର ରହସ୍ୟମୟ କନ୍ୟାକୁ ଜିତିଥିଲେ, ତାଙ୍କ ପାର୍ଶ୍ୱରେ ବର୍ଚ୍ଛା ଦ୍ୱାରା ବିଦ୍ଧ କରାଯାଇଥିଲା, ଏଠାରେ ଅଧିକ ବ୍ୟାଖ୍ୟା କରାଯାଇଅଛି ।

ଯୀଶୁଙ୍କ ସମାଧି

ସୁସମାଚାର ସେଦିନର ଅନ୍ତିମ ଘଟଣା – ତାଙ୍କର ସମାଧି ବିଷରେ ଉଲ୍ଲେଖ କରେ ।

ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ। ଯୋଷେଫ ଶରୀରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି-ଦ୍ଵାରରେ ଖଣ୍ତିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ। ମଗ୍ଦଲିନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।

ମାଥିଉ 27:57-61

ଷଷ୍ଠଦିନଶୁଭ ଶୁକ୍ରବାର

ଯିହୁଦୀ କ୍ୟାଲେଣ୍ଡରରେ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟରୁ ଆରମ୍ଭ ହୁଏ । ତେଣୁ ଷଷ୍ଠ ଦିନ ଯୀଶୁଙ୍କ ଶିଷ୍ୟମାନଙ୍କ ସହିତ ତାଙ୍କର ଶେଷ ଭୋଜନ ପରେ ଆରମ୍ଭ ହୁଏ । ସେହି ଦିନ ଶେଷ ସୁଦ୍ଧା ତାଙ୍କୁ ଗିରଫ କରାଯାଇଥିଲା, ରାତିସାରା ଅନେକ ଥର ବିଚାର କରାଯାଇଥିଲା, କ୍ରୁଶବିଦ୍ଧ, ବର୍ଚ୍ଛା ଦ୍ୱାରା ବିଦ୍ଧ କରି କବର ଦିଆଯାଇଥିଲା। ଏହା ପ୍ରକୃତରେ ‘ଯୀଶୁଙ୍କ ମହାନ ରାତ୍ରୀ’ ଥିଲା । ଯନ୍ତ୍ରଣା, ଦୁଃଖ, ଅପମାନ ଏବଂ ମୃତ୍ୟୁ ଏହି ଦିନକୁ ଚିହ୍ନିତ କରେ ଏବଂ ତେଣୁ ଲୋକମାନେ ଏହାକୁ ମହାନ ଶିବରାତ୍ରୀ ଭଳି ସ୍ମରଣୀୟ ଭାବନାରେ ପାଳନ କରନ୍ତି । କିନ୍ତୁ ଏହି ଦିନକୁ ‘ଶୁଭ ଶୁକ୍ରବାର’ କୁହାଯାଏ । କିନ୍ତୁ ବିଶ୍ୱାସଘାତକତା, ନିର୍ଯାତନା ଏବଂ ମୃତ୍ୟୁର ଦିନକୁ କିପରି ‘ଶୁଭ’ କୁହାଯାଇପାରିବ?

ଶୁଭ ଶୁକ୍ରବାର କାହିଁକି ଏବଂ ‘ଅଶୁଭ ଶୁକ୍ରବାର’ ନୁହେଁ?

ଯେପରି ଶିବଙ୍କ ସର୍ପର ବିଷ ଗିଳି ଜଗତକୁ ବଞ୍ଚାଇଲା, ସେହିପରି ଯୀଶୁଙ୍କ ପାନପାତ୍ର ପିଇବା ଜଗତକୁ ଉଦ୍ଧାର କଲା । ଏହା ନିସାନ 14 ରେ ପଡିଥିଲା, ସେହି ନିସ୍ତାରପର୍ବ ଦିନ ଯେତେବେଳେ ବଳି ଦିଆଯାଇଥିବା ମେଷଶାବକମାନେ 1500 ବର୍ଷ ପୂର୍ବେ ମୃତ୍ୟୁରୁ ରକ୍ଷା କରାଯାଇଥିଲେ, ଏହା ଏହି ଯୋଜନାକୁ ଦର୍ଶାଏ ।

ଦିନ 6 – ଶୁକ୍ରବାର, ଏବ୍ରୀୟ ବେଦ ନିୟମାବଳୀ ତୁଳନାରେ

ମନୁଷ୍ୟଜାତିର ବିବରଣୀ ସେମାନଙ୍କ ମୃତ୍ୟୁ ସହିତ ସମାପ୍ତ ହୁଏ, କିନ୍ତୁ ଯୀଶୁଙ୍କର ନୁହେଁ । ଏହା ପରେ ବିଶ୍ରାମବା – ଦିନ 7 ଆସେ।

Leave a Reply

Your email address will not be published. Required fields are marked *