ଦକ୍ଷିଣ ଏସିଆ ମହାଦେଶର ଅନେକ ସ୍ଥାନରେ ଅଶ୍ୱିନ (ଅଶ୍ୱିନ୍) ମାସରେ ଦୁର୍ଗା ପୂଜା (କିମ୍ବା ଦୁର୍ଗାଉତ୍ସବ) 6-10 ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଅସୁର ମହିଷାସୁର ବିରୁଦ୍ଧରେ ତାଙ୍କର ପ୍ରାଚୀନ ଯୁଦ୍ଧରେ ଦେବୀ ଦୁର୍ଗାଙ୍କ ବିଜୟକୁ ସ୍ମରଣ କରିବା ପାଇଁ ଏହା ପାଳନ କରାଯାଇଥାଏ । ଏହା 3500 ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଓ ଏବ୍ରୀୟ ବର୍ଷରେ ସପ୍ତମ ଚନ୍ଦ୍ର ମାସର ଦଶମ ଦିନରେ ପାଳନ କରାଯାଉଥିବା ୟୋମ କିପୁର (କିମ୍ବା ପ୍ରାୟଶ୍ଚିତର ଦିନ) କୁହା ଯାଉଥିବା ପ୍ରାଚୀନ ଉତ୍ସବ ସହିତ ଅଧିକ ମେଳ ଖାଉଛି ବୋଲି ଅନେକ ଭକ୍ତ ଜାଣି ନଥାନ୍ତି । ଏହି ଦୁଇଟି ପର୍ବ ପ୍ରାଚୀନ, ଉଭୟ ଉତ୍ସବକୁ ଗୋଟିଏ ଦିନରେ ପାଳନ କରାଯାଇଥାଏ (ସେମାନଙ୍କର ନିଜ କ୍ୟାଲେଣ୍ଡରଗୁଡ଼ିକ, ହିନ୍ଦୁ ଓ ଏବ୍ରୀୟ କ୍ୟାଲେଣ୍ଡରଗୁଡ଼ିକ ବିଭିନ୍ନ ବର୍ଷରେ ସେମାନଙ୍କର ଅତିରିକ୍ତ ଲିପ୍-ମାସ ଥାଏ, ତେଣୁ ସେମାନେ ପାଶ୍ଚାତ୍ୟ କ୍ୟାଲେଣ୍ଡରରେ ସର୍ବଦା ସମକକ୍ଷ ହୁଅନ୍ତି ନାହିଁ କିନ୍ତୁ ଉଭୟେ ସର୍ବଦା ସେପ୍ଟେମ୍ବର-ଅକ୍ଟୋବର ପାଳନ ହୁଅନ୍ତି), ଉଭୟ ଉତ୍ସବରେ ବଳିଦାନ ହୁଏ, ଓ ଉଭୟ ଉତ୍ସବରେ ମହାନ ବିଜୟକୁ ସ୍ମରଣ କରାଯାଏ । ଦୁର୍ଗା ପୂଜା ଓ ୟୋମ କିପୁର ମଧ୍ୟରେ ସମାନତା ଆଶ୍ଚର୍ଯ୍ୟଜନକ ଅଟେ । ଅଳ୍ପ କିଛି ପାର୍ଥକ୍ୟ ସମାନ ଭାବରେ ଉଲ୍ଲେଖନୀୟ ଅଟେ ।
ପ୍ରାୟଶ୍ଚିତ ଦିନ
ଆମେ ଶ୍ରୀ ମୋଶାଙ୍କୁ ଅନୁସରଣ କରି ଇସ୍ରାଏଲ (ଏବ୍ରୀୟ କିମ୍ବା ଯିହୁଦୀଲୋକ) ଲୋକମାନଙ୍କୁ ଦାସତ୍ୱରୁ ବାହାର କଲୁ ଓ କଳିଯୁଗରେ ଇସ୍ରାଏଲ ଲୋକମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଦଶ ଆଜ୍ଞା ଗ୍ରହଣ କଲୁ । ସେହି ଦଶ ଆଜ୍ଞା ଅତ୍ୟନ୍ତ କଠୋର, ପାପ ଦ୍ୱାରା ପ୍ରଲୋଭିତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ରଖିବା ଅସମ୍ଭବ ଅଟେ । ଏହି ଆଜ୍ଞାଗୁଡ଼ିକୁ ଏକ ସ୍ୱତନ୍ତ୍ର ବାକ୍ସରେ ରଖାଯାଇଥିଲା, ଯାହାକୁ ନିୟମ ସିନ୍ଦୁକ କୁହାଯାଏ । ନିୟମ ସିନ୍ଦୁକ ସବୁଠାରୁ ପବିତ୍ର ସ୍ଥାନ ନାମକ ଏକ ସ୍ୱତନ୍ତ୍ର ମନ୍ଦିରରେ ରଖାଯାଇଥିଲା ।
ମୋଶାଙ୍କ ଭାଇ ହାରୋଣ ଓ ତାଙ୍କର ବଂଶଧରମାନେ ଯାଜକ ଥିଲେ, ଯେଉଁମାନେ ଏହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ କରିବା କିମ୍ବା ଆଚ୍ଛାଦନ କରିବା ପାଇଁ ଏହି ମନ୍ଦିରରେ ବଳି ଉତ୍ସର୍ଗ କରୁଥିଲେ। ୟୋମ କିପୁର – ପ୍ରାୟଶ୍ଚିତ ଦିବସରେ ସ୍ୱତନ୍ତ୍ର ବଳିଦାନ କରାଯାଉଥିଲା । ଆଜି ଏହା ଆମମାନଙ୍କ ପାଇଁ ବହୁମୂଲ୍ୟ ଶିକ୍ଷା ଅଟେ, ଓ ପ୍ରାୟଶ୍ଚିତର ଦିନ (ୟୋମ୍ କିପୁର) କୁ ଦୁର୍ଗା ପୂଜାର ସମାରୋହ ସହିତ ତୁଳନା କରି ଆମେ ଅନେକ କିଛି ଜାଣିପାରିବା ।
ପ୍ରାୟଶ୍ଚିତ ଦିନ ଓ ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ବ୍ୟକ୍ତି
ଏବ୍ରୀୟ ବେଦ ଯଥା ବାଇବେଲ ମୋଶାଙ୍କ ସମୟରୁ ପ୍ରାୟଶ୍ଚିତ ଦିନର ବଳିଦାନ ଓ ରୀତିନୀତି ବିଷୟରେ ସଠିକ୍ ନିର୍ଦ୍ଦେଶ ଦିଏ । ଏହି ନିର୍ଦ୍ଦେଶଗୁଡ଼ିକ କିପରି ଆରମ୍ଭ ହୁଏ ଆମେମାନେ ଦେଖୁ:
ଆଉ, ହାରୋଣଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ମଲା ଉତ୍ତାରେ, ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ; ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।
ଲେବୀୟ ପୁସ୍ତକ 16:1-2
ଯେବେ ମହାଯାଜକ ହାରୋଣଙ୍କର ଦୁଇ ପୁତ୍ର ମହାପବିତ୍ର ସ୍ଥାନରେ ଯେଉଁଠାରେ ଈଶ୍ଵରଙ୍କ ଉପସ୍ଥିତି ଥିଲା ଅସମ୍ମାନ କରି ପ୍ରବେଶ କରନ୍ତି, ସେହି ପବିତ୍ର ଉପସ୍ଥିତିରେ ଈଶ୍ଵରଙ୍କ ଦଶ ଆଜ୍ଞାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାରେ ବିଫଳତା ସେମାନଙ୍କର ମୃତ୍ୟୁ ଘଟାଇଲା ।
ତେଣୁ ପୂରା ବର୍ଷର କେବଳ ଗୋଟିଏ ଦିନ ହିଁ ମହାଯାଜକ ମହାପବିତ୍ର ସ୍ଥାନରେ – ପ୍ରାୟଶ୍ଚିତର ଦିନରେ ପ୍ରବେଶ କରିପାରିବେ ବୋଲି ଆଜ୍ଞା ଦିଆଯାଇଥିଲା । ଯଦି ସେ ଅନ୍ୟ କୌଣସି ଦିନ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ତେବେ ସେ ନିଶ୍ଚୟ ମରିବେ । ତଥାପି କେବଳ ଏହି ଗୋଟିଏ ଦିନ, ମହାଯାଜକ ନିୟମ ସିନ୍ଦୁକର ଉପସ୍ଥିତିରେ ପ୍ରବେଶ କରିବା ପୂର୍ବରୁ, ତାଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକୁ କରିବା ଆବଶ୍ୟକ ଥିଲା:
ହାରୋଣ ପାପାର୍ଥେ ଏକ ଗୋବତ୍ସ ଓ ହୋମାର୍ଥେ ଏକ ମେଷ ସଙ୍ଗେ ନେଇ ଏହିରୂପେ ପବିତ୍ର ସ୍ଥାନରେ ପ୍ରବେଶ କରିବ। ସେ ପବିତ୍ର ଶୁଭ୍ର ଜାମା ପିନ୍ଧିବ ଓ ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ ଓ ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବ ଓ ଶୁଭ୍ର ପାଗରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏହେତୁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ।
ଲେବୀୟ ପୁସ୍ତକ 16:3-4
ଦୁର୍ଗା ପୂଜାର ସପ୍ତମ ଦିନ ଦୁର୍ଗାଙ୍କୁ ପ୍ରଣ ପ୍ରତୀସ୍ଥାନଙ୍କ ଦ୍ୱାରା ମୂର୍ତ୍ତିଗୁଡ଼ିକରେ ଆବାହନ କରାଯାଏ ଓ ମୁର୍ତ୍ତୀକୁ ସ୍ନାନ କରେଇ ପୋଷାକ ପିନ୍ଧାଯାଏ । ୟୋମ କିପୁରରେ ମଧ୍ୟ ସ୍ନାନ କରାଯାଉଥିଲା କିନ୍ତୁ ଏଥିରେ ମହାଯାଜକ ଯିଏକି ସ୍ନାନ କରି ମହାପବିତ୍ର ସ୍ଥାନକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଥିଲେ, ଦେବତା ନୁହେଁ । ପ୍ରଭୁ ଈଶ୍ଵରଙ୍କୁ ଆହ୍ୱାନ କରିବା ଅନାବଶ୍ୟକ ଥିଲା – ତାଙ୍କର ଉପସ୍ଥିତି ବର୍ଷସାରା ମହାପବିତ୍ର ସ୍ଥାନରେ ଥିଲା । ଈଶ୍ଵରଙ୍କୁ ଆହ୍ୱାନ କରିବା ବଦଳରେ ସେମାନେ ତାହାଙ୍କ ଉପସ୍ଥିତିକୁ ଯିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ଥିଲା । ମହାଯାଜକ ସ୍ନାନ କରି ପୋଷାକ ପରିଧାନ କଲାପରେ ବଳିଦାନ କରିବାକୁ ପଶୁ ଆଣନ୍ତି ।
ପୁଣି, ସେ ଇସ୍ରାଏଲ-ସନ୍ତାନଗଣର ମଣ୍ତଳୀରୁ ପାପାର୍ଥେ ଦୁଇ ଛାଗ ଓ ହୋମାର୍ଥେ ଏକ ମେଷ ନେବ।
ଲେବୀୟ ପୁସ୍ତକ 16:5-6
6ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
ହାରୋଣଙ୍କ ନିଜ ପାପର ଆଚ୍ଛାଦନ କରିବାକୁ କିମ୍ବା ପ୍ରାୟଶ୍ଚିତ କରିବାକୁ ଏକ ବାଛୁରୀକୁ ବଳି ଦିଆଯାଉଥିଲା। ଦୁର୍ଗା ପୂଜା ସମୟରେ ବେଳେବେଳେ ବାଛୁରୀ କିମ୍ବା ଛାଗ ବଳି ଦିଆଯାଏ । ଯାଜକଙ୍କ ନିଜ ପାପକୁ ଆଚ୍ଛାଦନ କରିବା ପାଇଁ ୟୋମ କିପୁର ପାଇଁ ବାଛୁରୀର ବଳିଦାନ ଗୋଟିଏ ବିକଳ୍ପ ନଥିଲା। ଯଦି ଯାଜକ ବାଛୁରୀର ବଳିଦାନ ଦ୍ୱାରା ନିଜ ପାପକୁ ଆଚ୍ଛାଦନ ନକରନ୍ତି ତେବେ ସେ ମରିବେ ।
ତେବେ ଯାଜକ ଦୁଇଟି ଛାଗର ଉଲ୍ଲେଖନୀୟ ସମାରୋହ କରିବା ପରେ ତତକ୍ଷଣାତ୍ ।
ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
ଲେବୀୟ ପୁସ୍ତକ 16:7-9
ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି, ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
ନିଜ ପାପ ପାଇଁ ବାଛୁରୀକୁ ବଳି ଦିଆଗଲା ପରେ ଯାଜକ ଦୁଇଟି ଛାଗ ନେଇ ଗୁଲିବାଣ୍ଟ କରନ୍ତି। ଗୋଟିଏ ଛାଗକୁ ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ଛାଗ ବୋଲି ନାମିତ କରନ୍ତି । ଅନ୍ୟ ଛାଗଟିକୁ ପାପର ବଳି ରୂପେ ବଳି ଦିଅନ୍ତି। କାହିଁକି?
ଏଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୌଚ ଓ ସେମାନଙ୍କ ଅଧର୍ମ, ଅର୍ଥାତ୍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରଇ ଯେଉଁ ସମାଗମ-ତମ୍ଵୁ, ତାହା ନିମନ୍ତେ ସେହି ପ୍ରକାର କରିବ।
ଲେବୀୟ ପୁସ୍ତକ 16:15-16
ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ଛାଗ ସହ କ’ଣ ହେଲା?
ଏହି ପ୍ରକାରେ ସେ ପବିତ୍ର ସ୍ଥାନ ଓ ସମାଗମ-ତମ୍ଵୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ; ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ଵୀକାର କରିବ; ଆଉ, ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇ ଦେବ। ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନ୍ୟ ଦେଶକୁ ଆପଣା ଉପରେ ବହି ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
ଲେବୀୟ ପୁସ୍ତକ 16:20-22
ବାଛୁରୀର ବଳିଦାନ ହାରୋଣଙ୍କ ନିଜ ପାପ ପାଇଁ ଥିଲା। ପ୍ରଥମ ଛାଗର ବଳି ଇସ୍ରାଏଲର ଲୋକମାନଙ୍କ ପାପ ପାଇଁ ଥିଲା। ଏହା ପରେ ହାରୋଣ ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ଛାଗର ମୁଣ୍ଡରେ ହାତ ରଖନ୍ତି ଓ – ସାଙ୍କେତିକ ଭାବରେ – ଲୋକମାନଙ୍କର ପାପକୁ ଏହି ଛାଗ ଉପରକୁ ସ୍ଥାନାନ୍ତର କରନ୍ତି । ଏବେ ଲୋକମାନଙ୍କର ପାପ ବର୍ତ୍ତମାନ ଲୋକଙ୍କଠାରୁ ବହୁ ଦୂରରେ ଅଛି ବୋଲି ଛାଗଟି ମରୁଭୂମିରେ ଛାଡି ଦିଆଯାଏ । ଏହି ବଳିଦାନଗୁଡ଼ିକ ଦ୍ୱାରା ସେମାନଙ୍କର ପାପ ପ୍ରାୟଶ୍ଚିତ ହେଉଥିଲା। ଏହା ପ୍ରାୟଶ୍ଚିତର ଦିନ ଓ କେବଳ ସେହି ଦିନ ଏହା ପ୍ରତିବର୍ଷ ପାଳନ କରାଯାଇଥିଲା ।
ପ୍ରାୟଶ୍ଚିତର ଦିନ ଓ ଦୁର୍ଗା ପୂଜା
ଈଶ୍ଵର କାହିଁକି ଏହି ପର୍ବକୁ ପ୍ରତିବର୍ଷ ଏହି ଦିନ ପାଳନ କରିବାକୁ ଆଜ୍ଞା ଦେଇଥିଲେ? ଏହାର ଅର୍ଥ କ’ଣ? ଦୁର୍ଗା ପୂଜା ସେହି ସମୟକୁ ସ୍ମରଣ କରାଇଥାଏ ଯେବେ ଦୁର୍ଗା ବଳଦ ଭୂତ ମହିଷାସୁରକୁ ପରାସ୍ତ କରିଥିଲେ । ଅତୀତରେ ଏହା ଏକ ଘଟଣାକୁ ସ୍ମରଣ କରାଇଥାଏ । ପ୍ରାୟଶ୍ଚିତ ଦିନ ମଧ୍ୟ ବିଜୟକୁ ସ୍ମରଣ କରାଏ କିନ୍ତୁ ଏହା ମନ୍ଦତା ଉପରେ ଭବିଷ୍ୟତର ବିଜୟକୁ ସୂଚାଇବାକୁ ଭବିଷ୍ୟବାଣୀ ଥିଲା । ଯଦିଓ ପ୍ରକୃତ ପଶୁବଳି ଦିଆଯାଉଥିଲା, ସେଗୁଡ଼ିକ ସାଙ୍କେତିକ ମଧ୍ୟ ଥିଲା । ବେଦ ପୁସ୍ତକାନ୍ (ବାଇବେଲ) ତାହା ବ୍ୟାଖ୍ୟା କରେ ।
କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।
ଏବ୍ରୀ 10:4
ପ୍ରାୟଶ୍ଚିତର ଦିନ ବଳିଦାନ ପ୍ରକୃତରେ ଯାଜକ ଓ ଭକ୍ତମାନଙ୍କର ପାପ ଦୂରକରୁ ନଥିଲା, ତେବେ ସେମାନେ ପ୍ରତିବର୍ଷ କାହିଁକି ବଳିଦାନ କରୁଥିଲେ? ବେଦ ପୁସ୍ତକାନ୍ (ବାଇବେଲ) ବ୍ୟାଖ୍ୟା କରେ
କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ଵରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସର୍ବଦା ସେହି ଏକପ୍ରକାର ବଳି ଉତ୍ସର୍ଗ କରିବା ଦ୍ଵାରା ଉପାସକମାନଙ୍କୁ କଦାପି ସିଦ୍ଧ କରି ପାରେ ନାହିଁ। ଯଦି ପାରିଥାଆନ୍ତା, ତେବେ ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇବାରୁ ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା? କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
ଏବ୍ରୀ 10:1-3
ଯଦି ବଳିଦାନଗୁଡ଼ିକ ସମସ୍ତ ପାପକୁ ସିଦ୍ଧ କରେ, ତେବେ ସେମାନଙ୍କୁ ପୁନରାବୃତ୍ତି କରିବାର କୌଣସି ଆବଶ୍ୟକତା ନଥାନ୍ତା । କିନ୍ତୁ ବଳିଦାନଗୁଡ଼ିକ ପ୍ରଭାବଶାଳୀ ନଥିଲା ତେଣୁ ସେଗୁଡ଼ିକୁ ବର୍ଷକୁ ବର୍ଷ ପୁନରାବୃତ୍ତି କରାଯାଉଥିଲା ।
କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ (ୟେଶୁ ସତସଙ୍ଗ) ନିଜକୁ ବଳି ରୂପେ ଉତ୍ସର୍ଗ କଲେ, ସେସବୁ ବଦଳିଗଲା ।
ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ; ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, ହେ ଈଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।
ଏବ୍ରୀ 10:5-7
ସେ ନିଜକୁ ବଳି ରୂପେ ଉତ୍ସର୍ଗ କରିବାକୁ ଆସିଥିଲେ। ଓ ଯେତେବେଳେ ସେ ନିଜକୁ ଉତ୍ସର୍ଗୀକୃତ କଲେ ।
ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ଵାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।
ଏବ୍ରୀ 10:10
ଦୁଇଟି ଛାଗର ବଳିଦାନ ପ୍ରତୀକାତ୍ମକ ଭାବରେ ଯୀଶୁଙ୍କ ଭବିଷ୍ୟତର ବଳିଦାନ ଓ ବିଜୟକୁ ସୂଚାଏ । ସେ ବଳି ଦିଆଯିବା ଛାଗ ଥିଲେ କାରଣ ସେ ଉତ୍ସର୍ଗୀକୃତ ହୋଇଥିଲେ । ସେ ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ବ୍ୟକ୍ତି ଥିଲେ, ଯେହେତୁ ସେ ପୃଥିବୀର ସମସ୍ତ ସମ୍ପ୍ରଦାୟର ସମସ୍ତ ପାପ ନେଇଥିଲେ ଓ ସମସ୍ତ ପାପକୁ ଆମଠାରୁ ଦୂର କଲେ ଯାହା ଫଳରେ ଆମେ ସିଦ୍ଧ ହୋଇପାରିବା ।
କ’ଣ ପ୍ରାୟଶ୍ଚିତର ଦିନ ଦୁର୍ଗା ପୂଜାକୁ ସୃଷ୍ଟି କରିଥିଲା କି?
ଇସ୍ରାଏଲର ଇତିହାସରେ ଆମେ ଲକ୍ଷ୍ୟ କରୁ ଯେ ଇସ୍ରାଏଲରୁ ନିର୍ବାସିତ ଲୋକମାନେ ପ୍ରାୟ 700 ଖ୍ରୀଷ୍ଟପୂର୍ବରେ ଭାରତରେ ପହଞ୍ଚି ଥିଲେ ଓ ଭାରତର ଶିକ୍ଷା ତଥା ଧର୍ମରେ ଅନେକ ଅବଦାନ ରଖିଥିଲେ। ଏହି ଇସ୍ରାଏଲୀୟମାନେ ପ୍ରତିବର୍ଷ ସପ୍ତମ ମାସର ଦଶମ ଦିନରେ ପ୍ରାୟଶ୍ଚିତର ଦିବସ ପାଳନ କରନ୍ତି । ସମ୍ଭବତଃ, ଯେପରି ସେମାନେ ଭାରତର ଅନେକ ଭାଷାରେ ଯୋଗଦାନ କରିଥିଲେ, ସେମାନେ ମଧ୍ୟ ସେମାନଙ୍କର ପ୍ରାୟଶ୍ଚିତର ଦିବସରେ ଯୋଗଦାନ କରିଥିଲେ ଯାହାକି ଦୁର୍ଗ ପୂଜା, ମନ୍ଦତା ଉପରେ ଏକ ବଡ଼ ବିଜୟରେ ପରିଣତ ହେଲା । ଏହା ଦୁର୍ଗା ପୂଜା ବିଷୟରେ ଆମର ଐତିହାସିକ ଜ୍ଞାନ ସହ ମେଳ ଖାଏ, ଯାହା ପ୍ରାୟ 600 ଖ୍ରୀଷ୍ଟପୂର୍ବରୁ ଲୋକେ ପାଳନ କରିବା ଆରମ୍ଭ କଲେ ।
ଯେବେ ପ୍ରାୟଶ୍ଚିତର ଦିନରେ ବଳିଦାନ କରିବା ସମାପ୍ତ ହେଲା
ଆମ ତରଫରୁ ଯୀଶୁ (ୟେଶୁ ସତସଙ୍ଗ) ଙ୍କ ବଳିଦାନ ପ୍ରଭାବଶାଳୀ ଓ ଯଥେଷ୍ଟ ଥିଲା । କ୍ରୁଶରେ (33 ଖ୍ରୀଷ୍ଟାବ୍ଦ) ଯୀଶୁଙ୍କ ବଳିଦାନର କିଛି ବର୍ଷ ପରେ, ରୋମୀୟମାନେ 70 ଖ୍ରୀଷ୍ଟାବ୍ଦରେ ମନ୍ଦିର ଓ ମହାପବିତ୍ର ସ୍ଥାନକୁ ବିନାଶ କରିଥିଲେ । ସେବେଠାରୁ ଯିହୂଦୀମାନେ ଆଉ କେବେ ହେଁ ପ୍ରାୟଶ୍ଚିତ ଦିନ କୌଣସି ବଳିଦାନ ଉତ୍ସର୍ଗ କଲେ ନାହିଁ । ଆଜି, ଯିହୁଦୀମାନେ ଉପବାସର କିଛି ଦିନ ପାଳନ କରି ଏହି ପର୍ବ ପାଳନ କରନ୍ତି । ଯେପରି ବାଇବେଲ ବ୍ୟାଖ୍ୟା କରେ, ପ୍ରଭାବଶାଳୀ ବଳି ପରେ ବାର୍ଷିକ ବଳିଦାନର ଆଉ କୌଣସି ଆବଶ୍ୟକତା ନଥିଲା । ତେଣୁ ଈଶ୍ଵଶ୍ୱର ଏହାକୁ ବନ୍ଦ କଲେ
ଦୁର୍ଗା ପୂଜାରେ ଓ ପ୍ରାୟଶ୍ଚିତ ଦିନର ଚିତ୍ର
ଦୁର୍ଗା ପୂଜାରେ ଦୁର୍ଗାଙ୍କର ଏକ ପ୍ରତିମୂର୍ତ୍ତୀକୁ ଆହ୍ୱାନ କରାଯାଏ ଯାହା ଦ୍ଵାରା ଦେବୀ ମୂର୍ତ୍ତୀରେ ରହିବେ। ପ୍ରାୟଶ୍ଚିତର ଦିନ ଆସୁଥିବା ବଳିଦାନର ଭବିଷ୍ୟବାଣୀ ଥିଲା ଓ କୌଣସି ପ୍ରତିମୂର୍ତ୍ତିକୁ ଆହ୍ୱାନ କରିବା ନଥିଲା । ମହାପବିତ୍ର ସ୍ଥାନରେ ଈଶ୍ଵର ଅଦୃଶ୍ୟ ଥିଲେ ତେଣୁ ସେଠାରେ କୌଣସି ପ୍ରତିଛବି ନଥିଲା ।
କିନ୍ତୁ ପ୍ରଭାବଶାଳୀ ବଳିଦାନରେ, ଯାହା ଶହ ଶହ ବର୍ଷ ପୂର୍ବରୁ ଅନେକ ଦିନର ପ୍ରାୟଶ୍ଚିତକୁ ସୂଚାଉଥିଲା, ସେଠାରେ ଏକ ପ୍ରତିଛବିକୁ ଆହ୍ୱାନ କରାଯାଉଥିଲା । ଯେପରି ବେଦ ପୁସ୍ତକାନ୍ (ବାଇବେଲ) ବ୍ୟାଖ୍ୟା କରେ ।
ସେ ଅଦୃଶ୍ୟ ଈଶ୍ଵରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ,
କଲସୀୟ 1:15
ପ୍ରଭାବଶାଳୀ ବଳିଦାନରେ, ଅଦୃଶ୍ୟ ଈଶ୍ଵରଙ୍କ ପ୍ରତିମୂର୍ତ୍ତୀ ଆହ୍ୱାନ କରାଗଲା ଓ ସେହି ବ୍ୟକ୍ତି ଯୀଶୁ ଭାବରେ ପ୍ରକଶିତ ହେଲେ ।
ଷ୍ଟକ୍ ନେବା
ଆମେ ବେଦ ପୁସ୍ତାହାକାନ୍ (ବାଇବେଲ)କୁ ଅଧ୍ୟୟନ କରୁଛୁ । ଆମେ ଦେଖିଛୁ ଯେ ଈଶ୍ଵର କିପରି ତାଙ୍କ ଯୋଜନା ପ୍ରକାଶ କରିବାକୁ ଅନେକ ସଙ୍କେତଗୁଡ଼ିକୁ ପ୍ରକାଶ କରିଛନ୍ତି । ଆରମ୍ଭରେ ସେ ଆସୁଥିବା ‘ସେ’ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଏହା ପରେ ଶ୍ରୀ ଅବ୍ରହାମଙ୍କ ବଳିଦାନ, ନିସ୍ତାରପର୍ବର ବଳିଦାନ ଓ ପ୍ରାୟଶ୍ଚିତ ଦିନ ମଧ୍ୟ କରାଯାଇଥିଲା । ଏହା ଇସ୍ରାଏଲୀୟମାନଙ୍କ ଉପରେ ମୋଶାଙ୍କର ଆଶୀର୍ବାଦ ଏବଂ ଅଭିଶାପ କୁ ମଧ୍ୟ ପ୍ରକାଶ କରେ । ଏହା ସେମାନଙ୍କ ଇତିହାସ ଯଥା, ଇସ୍ରାଏଲୀୟମାନଙ୍କୁ ସମଗ୍ର ବିଶ୍ୱରେ ବିଛାଇ ଦେବ, ଏପରିକି ଭାରତରେ ମଧ୍ୟ ଯେପରି ଏଠାରେ ବର୍ଣ୍ଣନା କରାଯାଇଛି ।