ଯୀଶୁଙ୍କ ପୁନରୁତ୍ଥାନ: ପୁରାଣ କିମ୍ବା ଇତିହାସ?

  • by

ପୁରାଣ, ରାମାୟଣ, ଏବଂ ମହାଭାରତ ସମୟର ଶେଷ ପର୍ଯ୍ୟନ୍ତ ବଞ୍ଚିବାକୁ ଖ୍ୟାତି ଅର୍ଜନ କରିଥିବା ଚିରଞ୍ଜୀବୀମାନଙ୍କୁ ବର୍ଣ୍ଣନା କରେ । ଯଦି ଏହି ପୁରାଣଗୁଡିକ ଐତିହାସିକ ତେବେ ଏହି ଚିରଞ୍ଜୀବୀମାନେ ଆଜି ପୃଥିବୀରେ ବାସ କରୁଛନ୍ତି, ଆହୁରି ହଜାରେ ବର୍ଷ ପର୍ଯ୍ୟନ୍ତ ଏହା ଜାରି ରଖିବେ ।

ଏହି ଚିରଞ୍ଜୀବୀମାନେ ହେଲେ:

  • ମହାଭାରତ ରଚନା କରିଥିବା ବେଦ ବ୍ୟାସ, ତ୍ରେତ ଯୁଗର ଶେଷ ଭାଗରେ ଜନ୍ମ ହୋଇଥିଲେ ।
  • ବ୍ରହ୍ମଚାରିମାନଙ୍କ ମଧ୍ୟରୁ ହନୁମାନ ରାମାୟଣରେ ଯେପରି ବର୍ଣ୍ଣନା କରାଯାଇଅଛି ସେହିପରି ରାମଙ୍କର ସେବା କରିଥିଲେ।
  • ପର୍ଶୁରାମ, ଯୋଦ୍ଧା- ପୁରୋହିତ ତଥା ବିଷ୍ଣୁଙ୍କ ଷଷ୍ଠ ଅବତାର ଯିଏ ସମସ୍ତ ଯୁଦ୍ଧରେ ପାରଙ୍ଗମ ଅଟନ୍ତି ।
  • ରାବଣର ଭାଇ ବିଭିଷଣ ରାମଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ରାବଣକୁ ହତ୍ୟା କରିବା ପରେ ରାମ ଲଙ୍କାର ରାଜା ବିଭିଷଣଙ୍କୁ ମୁକୁଟ ପିନ୍ଧେଇ ଥିଲେ। ତାଙ୍କର ଦୀର୍ଘାୟୁତା ଏହି ମହା ଯୁଗର ଶେଷ ପର୍ଯ୍ୟନ୍ତ ରହିବ ।
  • ଅଶ୍ତଥମା ଏବଂ କ୍ରିପା କେବଳ କୁରୁକ୍ଷେତ୍ର ଯୁଦ୍ଧରେ ଜୀବିତ ଥିଲେ। ଅଶ୍ୱତଥମା ଅନ୍ୟାୟ ଭାବେ କେତେକ ଲୋକମାନଙ୍କୁ ହତ୍ୟା କରିଥିଲେ ତେଣୁ କୃଷ୍ଣ ତାଙ୍କୁ ଅସୁସ୍ଥ ଘା ସହ ପୃଥିବୀରେ ବୁଲିବା ପାଇଁ ଅଭିଶାପ ଦେଇଥିଲେ।
  • ମହାବାଲି, (ରାଜା ବାଲି ଚକ୍ରବର୍ତ୍ତୀ) କେରଳର କୌଣସି ଏକ ସ୍ଥାନର ଭୂତ-ରାଜା ଥିଲେ। ସେ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତାମାନେ ତାଙ୍କ ଦ୍ୱାରା ବିପଦ ଅନୁଭବ କରିଥିଲେ। ତେଣୁ ବିଷ୍ଣୁଙ୍କର ବାମନ ଅବତାର ତାଙ୍କୁ ଭ୍ରାନ୍ତ କରି ପାତାଳପୁରୀକୁ ପଠାଇଲେ ।
  • ମହାଭାରତ ରାଜକୁମାରଙ୍କ ଗୁରୁ,  କ୍ରିପା କୁରୁକ୍ଷେତ୍ର ଯୁଦ୍ଧରେ ଜୀବିତ ଥିବା ତିନି କୌରବଙ୍କ ମଧ୍ୟରୁ ଜଣେ ଥିଲେ । ଏପରି ଅଦ୍ଭୁତ ଗୁରୁ ହୋଇ ଥିବାରୁ  କୃଷ୍ଣ ତାଙ୍କୁ ଅମରତା ପ୍ରଦାନ କରିଥିଲେ ଏବଂ ସେ ଆଜି ଜୀବିତ ଅଛନ୍ତି।
  • ମାର୍କାଣ୍ଡେୟା ଜଣେ ପ୍ରାଚୀନ ୠଷି ଅଟନ୍ତି, ଯାହାଙ୍କ ବିଷୟରେ ମହାଭାରତରେ ଉଲ୍ଲେଖ କରାଯାଇଅଛି, ଯାହାଙ୍କୁ ଶିବ ତାଙ୍କ ପ୍ରତି ଭକ୍ତି ଥିବାରୁ ଅମରତା ପ୍ରଦାନ କରିଥିଲେ ।

ଚିରଞ୍ଜୀବୀଗଣ ଐତିହାସିକ ଅଟନ୍ତି କି?

ଯଦିଓ ଏମାନେ ପ୍ରେରଣାଦାୟକ ଭାବରେ ସମ୍ମାନିତ ଅଟନ୍ତି, ଇତିହାସରେ ଚିରଞ୍ଜୀବୀମାନଙ୍କ ଗ୍ରହଣୀୟତା ଅସମର୍ଥିତ ଅଟେ  ।  ଇତିହାସର କୌଣସି ଲେଖକ ସେମାନଙ୍କ ସହିତ ପ୍ରତ୍ୟକ୍ଷଦର୍ଶୀ ସାକ୍ଷାତକାର ବିଷୟରେ ଉଲ୍ଲେଖ କରିନାହାଁନ୍ତି । ପୁରାଣରେ ଉଲ୍ଲେଖ କରାଯାଇଥିବା ଅନେକ ସ୍ଥାନ ଭୌଗୋଳିକ ଭାବରେ ଚିହ୍ନଟ ହୋଇପାରିବ ନାହିଁ । ମହାଭାରତ, ରାମାୟଣ ଏବଂ ପୁରାଣ ପରି ଲିଖିତ ଉତ୍ସଗୁଡ଼ିକ ଐତିହାସିକଭାବରେ ପ୍ରମାଣ କରିବା କଷ୍ଟକର ଅଟେ ।  ଉଦାହରଣ ସ୍ୱରୂପ, ପଣ୍ଡିତମାନେ ଆକଳନ କରନ୍ତି ଯେ ରାମାୟଣ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଲେଖାଯାଇଥିଲା । କିନ୍ତୁ 870000 ବର୍ଷ ପୂର୍ବେ ତ୍ରେତ ଯୁଗରେ ସମୟ ଅଛି, ଏହି ଘଟଣାଗୁଡ଼ିକ ପାଇଁ ଏହା ଏହାକୁ କ୍ୱଚିତ ଏକ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଉତ୍ସ ଭାବରେ ପରିଣତ କରେ । ସେହିଭଳି ମହାଭାରତ ଖ୍ରୀଷ୍ଟପୂର୍ବ ତୃତୀୟରୁ ତୃତୀୟ ଶତାବ୍ଦୀ ମଧ୍ୟରେ ରଚନା କରାଯାଇଥିଲାବେଳେ, ଏହାର ଘଟଣାଗୁଡ଼ିକୁ ଖ୍ରୀଷ୍ଟପୂର୍ବ 8-9 ଶତାବ୍ଦୀରେ ବର୍ଣ୍ଣନା କରେ । ଏହି ଘଟଣାଗୁଡ଼ିକ ଶହ ଶହ ବର୍ଷ ପୂର୍ବେ ଘଟିଥିବାରୁ ଲେଖକମାନେ ବର୍ଣ୍ଣନା କରିଥିବା ଘଟଣାଗୁଡ଼ିକର ସାକ୍ଷୀ ନଥିଲେ ।

ଯୀଶୁଙ୍କ ପୁନରୁତ୍ଥାନ ଐତିହାସିକ ଭାବରେ ପ୍ରମାଣିତ

ଯୀଶୁଙ୍କ ପୁନରୁତ୍ଥାନ ଏବଂ ନୂତନ ଜୀବନ ବିଷୟରେ ବାଇବେଲର ଦାବି କ’ଣ ବାସ୍ତବିକ? ଯୀଶୁଙ୍କ ପୁନରୁତ୍ଥାନ ଚିରଞ୍ଜୀବମାନଙ୍କ ପରି ପୌରାଣିକ ନା ଏହା ଐତିହାସିକ ଭାବରେ ପ୍ରମାଣିତ?

ଏହି ପ୍ରଶ୍ନ ଆମକୁ ସିଧାସଳଖ ପ୍ରଭାବିତ କରୁଥିବାରୁ ଏହି ପ୍ରଶ୍ନର ସତ୍ୟଘଟଣାବଳୀକୁ ଅନୁସନ୍ଧାନ କରିବା ନିହାତି ଆବଶ୍ୟକ ଅଟେ । ଆମେ ଯେତେ ଅର୍ଥ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଲକ୍ଷ୍ୟ ହାସଲ କଲେ ମଧ୍ୟ ଆମେ ସମସ୍ତେ ମୃତ୍ୟୁବରଣ କରିବା । ଯଦି ଯୀଶୁ ମୃତ୍ୟୁକୁ ପରାସ୍ତ କରିଛନ୍ତି ତେବେ ଏହା ଆମର ନିକଟତର ମୃତ୍ୟୁ ସାମ୍ନାରେ ଆଶାକୁ ପ୍ରଦାନ କରିଥାଏ । ଏଠାରେ ଆମେ ତାଙ୍କ ପୁନରୁତ୍ଥାନକୁ ସମର୍ଥନ କରୁଥିବା କେତେକ ଐତିହାସିକ ତଥ୍ୟଗୁଡ଼ିକୁ ଦେଖିବା ।

ଯୀଶୁଙ୍କ ଐତିହାସିକ ପୃଷ୍ଠଭୂମି

ଯୀଶୁ ଇତିହାସରେ ବିଦ୍ୟମାନ ଥିଲେ ଏବଂ ଇତିହାସର ଗତି ବଦଳାଇ ଜନସାଧାରଣ ସମ୍ମୁଖରେ ମୃତ୍ୟୁବରଣ କରିଥିଲେ ଏବଂ ଏହା ଐତିହାସିକ ଭାବରେ ପ୍ରମାଣିତ ଅଟେ । ଧର୍ମନିରପେକ୍ଷ ଇତିହାସ ଯୀଶୁଙ୍କ ବିଷୟରେ ଅନେକ ବିଷୟ ଏବଂ ତାଙ୍କ ସମୟରେ ଜଗତ ଉପରେ ତାଙ୍କର ପ୍ରଭାବକୁ ଉଲ୍ଲେଖ କରେ । ଆସନ୍ତୁ ଦୁଇଟି ବିଷୟଦେଖିବା ।

ଟାସିୟସ୍ (Tacitus)

ରୋମୀୟ ଗଭର୍ଣ୍ଣର-ଇତିହାସ ଲେଖକ ଟାସିୟସ୍ ରୋମ୍ୟ ସମ୍ରାଟ ନେରୋ କିପରି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ (CE 65 ରେ) ହତ୍ୟା କରିଥିଲେ ତାହା ଉଲ୍ଲେଖ କରିବା ସମୟରେ ଯୀଶୁଙ୍କ ବିଷୟରେ ଏକ ଆକର୍ଷଣୀୟ ବିଷୟ ଉଲ୍ଲେଖ କରିଥିଲେ।

ଟାସିୟସ୍ ଯାହା ଉଲ୍ଲେଖ କରିଥିଲେ ତାହା ଏଠାରେ ଉଲ୍ଲେଖ କରାଯାଇଅଛି ।

 ‘ନେରୋ… ଖ୍ରୀଷ୍ଟିୟାନ ଲୋକମାନଙ୍କୁ ସେମାନଙ୍କର ବିଶାଳତା ପାଇଁ ଘୃଣା କରି ଅତି ନିର୍ଯାତନା ଦେଇ ଦଣ୍ଡ ଦେଉଥିଲେ । ଏହି ନାମର ପ୍ରତିଷ୍ଠାତା ଖ୍ରୀଷ୍ଟସଙ୍କୁ ତିବିରୀୟାଙ୍କ ଶାସନ କାଳରେ ଯିହୁଦାର କ୍ଷମତାପ୍ରାପ୍ତ ପନ୍ତିୟ ପୀଲାତ ହତ୍ୟା କରିଥିଲେ; କିନ୍ତୁ ଧ୍ୱଂସାତ୍ମକ ଅନ୍ଧବିଶ୍ୱାସ, କିଛି ସମୟ ପାଇଁ ଦମନ କରାଯାଇଥିଲା, କେବଳ ଯିହୁଦାରେ ନୁହେଁ, କିନ୍ତୁ ରୋମୀୟ ସହରରେ ମଧ୍ୟ,  ଯେଉଁଠାରେ ଏହା ଆରମ୍ଭ ହୋଇଥିଲା ’

ଟାସିଟସ୍. ଅନ୍ନାଲାସ୍  XV. 44. 112CE

ଟାସିୟସ୍ ନିଶ୍ଚିତ କରନ୍ତି ଯେ ଯୀଶୁ:

  1. ଜଣେ ଐତିହାସିକ ବ୍ୟକ୍ତି ଥିଲେ;
  2. ପନ୍ତିୟ ପୀଲାତ ଦ୍ବାରା ମୃତ୍ୟୁ ଦଣ୍ଡ ଦିଆଯାଇଥିଲେ;
  3. ଯିହୁଦା/ଯିରୂଶାଲମରେ
  4. 65 ଖ୍ରୀଷ୍ଟାବ୍ଦରେ, ଯୀଶୁଙ୍କ ଉପରେ ବିଶ୍ଵାସ ଭୂମଧ୍ୟସାଗରୀୟ ଅଞ୍ଚଳରୁ ରୋମୀୟକୁ ଏପରି ବ୍ୟାପିଗଲା ଯେ ରୋମ୍ୟ ସମ୍ରାଟ ଏହାର ମୁକାବିଲା କରିବାକୁ ବାଧ୍ୟ ହୋଇଥିଲେ ।

ଧ୍ୟାନ ଦିଅନ୍ତୁ ଯେ ଟାସିୟସ୍ ଏହି ସମସ୍ତ ଘଟଣାକୁ ବିପକ୍ଷ ସାକ୍ଷୀ ଭାବରେ ଉଲ୍ଲେଖ କରନ୍ତି ଯେହେତୁ ଯୀଶୁ ଆରମ୍ଭ କରିଥିବା ଗତିବିଧିକୁ ସେ ‘ଦୁଷ୍ଟ ଅନ୍ଧବିଶ୍ୱାସ’ ବୋଲି ବିଚାର କରନ୍ତି । ସେ ଏହାକୁ ବିରୋଧ କରନ୍ତି, କିନ୍ତୁ ଏହାର ଐତିହାସିକତାକୁ ଅସ୍ୱୀକାର କରନ୍ତି ନାହିଁ।

ଜୋସେଫସ୍

ପ୍ରଥମ ଶତାବ୍ଦୀରେ ଯିହୁଦୀ ସାମରିକ ନେତା / ଇତିହାସ ଲେଖକ ଜୋସେଫସ୍ ଯିହୁଦୀ ଇତିହାସକୁ ଆରମ୍ଭରୁ ତାଙ୍କ ସମୟ ପର୍ଯ୍ୟନ୍ତ ସଂକ୍ଷିପ୍ତରେ ଉଲ୍ଲେଖ କରିଥିଲେ। ଏପରି କରିବା ଦ୍ୱାରା ସେ ଯୀଶୁଙ୍କ ସମୟ ଏବଂ ଜୀବନକୁ ଏହି ଶବ୍ଦଗୁଡ଼ିକରେ ଉଲ୍ଲେଖ କରିଥିଲେ:

 ‘ଏହି ସମୟରେ ଯୀଶୁ ଜଣେ ଜ୍ଞାନୀ… … ଉତ୍ତମ, ଏବଂ… ଧାର୍ମିକ ବ୍ୟକ୍ତି ଥିଲେ । ଯିହୁଦୀ ଏବଂ ଅନେକ ଦେଶର ଅନେକ ଲୋକ ତାହାଙ୍କର ଶିଷ୍ୟ ହେଲେ। ପୀଲାତ ତାଙ୍କୁ କ୍ରୁଶରେ ଚଢ଼଼ାଇ ମୃତ୍ୟୁଦଣ୍ଡ ଦେବାକୁ ଆଦେଶ କଲେ। ଏବଂ ଯେଉଁମାନେ ତାହାଙ୍କର ଶିଷ୍ୟ ହୋଇଥିଲେ, ସେମାନେ ତାଙ୍କ ଶିଷ୍ୟତ୍ୱକୁ ତ୍ୟାଗ କଲେ ନାହିଁ । କ୍ରୁଶବିଦ୍ଧ ହେବାର ତୃତୀୟ ଦିନରେ ସେ ସେମାନଙ୍କୁ ଦର୍ଶନ ଦେଇଥିଲେ ଏବଂ ସେ ଜୀବିତ ଥିଲେ।‘

ଜୋସେଫସ୍. 90 CE. Antiquities xviii. 33

ଜୋସେଫସ୍ ନିଶ୍ଚିତ କରନ୍ତି ଯେ:

  1. ଯୀଶୁ ବିଦ୍ୟମାନ ଥିଲେ,
  2. ସେ ଜଣେ ଧାର୍ମିକ ଗୁରୁ ଥିଲେ,
  3. ତାଙ୍କ ଶିଷ୍ୟମାନେ ଜନସାଧାରଣରେ ଯୀଶୁଙ୍କ ମୃତ୍ୟୁରୂ ପୁନରୁତ୍ଥାନ ବିଷୟରେ ଘୋଷଣା କଲେ ।

ଏହି ଐତିହାସିକ ଆଭାସଗୁଡ଼ିକ ଦର୍ଶାଏ ଯେ ଖ୍ରୀଷ୍ଟଙ୍କ ମୃତ୍ୟୁ ଏକ ସୁପରିଚିତ ଘଟଣା ଥିଲା ଏବଂ ତାଙ୍କ ଶିଷ୍ୟମାନେ ତାଙ୍କ ପୁନରୁତ୍ଥାନ ପ୍ରସଙ୍ଗକୁ ଗ୍ରୀକ୍-ରୋମାନ୍ ଜଗତରେ ପ୍ରଭାବ ପକେଇଥିଲେ ।

ଜୋସେଫସ୍ ଏବଂ ଟାସିୟସ୍ ନିଶ୍ଚିତ କରିନ୍ତି ଯେ ଯୀଶୁଙ୍କ ଆନ୍ଦୋଳନ ଯିହୁଦାରେ ଆରମ୍ଭ ହୋଇଥିଲା କିନ୍ତୁ ଖୁବ୍ ଶୀଘ୍ର ରୋମରେ ମଧ୍ୟ ପ୍ରଭାବ ପକେଇଥିଲା।

ବାଇବେଲରୁ ଐତିହାସିକ ପୃଷ୍ଠଭୂମି

ପ୍ରାଚୀନ ଜଗତରେ ଏହି ବିଶ୍ୱାସ କିପରି ଅଗ୍ରଗତି କଲା, ଜଣେ ଇତିହାସର ଲେଖକ ଲୂକ ଆହୁରି ଏବିଷୟରେ ବର୍ଣ୍ଣନା କରନ୍ତି । ବାଇବେଲର ପ୍ରେରିତ ପୁସ୍ତକରୁ ତାଙ୍କର ଉଦ୍ଧୃତି ଏଠାରେ ଦିଆଯାଇଅଛି:

(ca 63 CE) ସେମାନେ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିରର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ। ପୁଣି, ସେମାନେ ସେମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା। ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ଵାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ସହସ୍ର ହେଲା। ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମରେ ଏକତ୍ରିତ ହେଲେ; ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ତର, ପୁଣି ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ମଧ୍ୟସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ? ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି, ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ଵର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ଵାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି। ଗୃହନିର୍ମାଣକାରୀ ଯେ ଆପଣମାନେ, ଆପଣ-ମାନଙ୍କ ଦ୍ଵାରା ଯେଉଁ ପ୍ରସ୍ତର ଅବଜ୍ଞାତ ହୋଇଥିଲା, କିନ୍ତୁ ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର। ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଚମତ୍କୃତ ହେଲେ, ପୁଣି ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, ଆଉ ସେହି ସୁସ୍ଥ ହୋଇଥିବା ଲୋକଟିକି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ବିରୁଦ୍ଧରେ କିଛି କହି ପାରିଲେ ନାହିଁ। ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ, ଏ ଲୋକଗୁଡ଼ାକ ପ୍ରତି କଅଣ କରିବା? କାରଣ ଏମାନଙ୍କ ଦ୍ଵାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି, ଏହା ଯିରୂଶାଲମ ନିବାସୀସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ଵୀକାର କରି ନ ପାରୁ; କିନ୍ତୁ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା।

ପ୍ରେରିତ 4:1-17

ଆଧିକାରୀମାନଙ୍କଠାରୁ ପରବର୍ତ୍ତୀ ବିରୋଧ

ପରେ ମହାଯାଜକ ଓ ତାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ଜ୍ଵଳିତ ହୋଇ ଉଠିଲେ

ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ। କିନ୍ତୁ ପ୍ରଭୁଙ୍କର ଜଣେ ଦୂତ, ରାତ୍ରିକାଳରେ କାରାଗାରର ଦ୍ଵାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ଵନ୍ଧୀୟ ସମସ୍ତ କଥା କୁହ। ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ। କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରି ଆସି କହିଲେ, ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ ରୂପେ ରୁଦ୍ଧ ହୋଇଅଛି ଓ ଦ୍ଵାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ଵାର ଫିଟାନ୍ତେ, ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ। ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ହତବୁଦ୍ଧି ହେବାକୁ ଲାଗିଲେ। ଏପରି ସମୟରେ ଜଣେ ଲୋକ ଆସି ସେମାନଙ୍କୁ ସମ୍ଵାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି। ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ।

ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୂଶାଲମ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ। କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ। ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ତାହାଙ୍କୁ ଉଠାଇଅଛନ୍ତି। ପୁଣି, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପକ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ଵର ଆପଣା ଦକ୍ଷିଣ ହସ୍ତ ଦ୍ଵାରା ତାହାଙ୍କୁ ଅଧିପତି ଓ ତ୍ରାଣକର୍ତ୍ତା ସ୍ଵରୂପେ ଉନ୍ନତ କରିଅଛନ୍ତି। ପୁଣି, ଆମ୍ଭେମାନେ ଏହିସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ଵର ଆପଣା ଆଜ୍ଞା-ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ। ଏହି କଥା ଶୁଣି ସେମାନେ ମର୍ମାହତ ହେଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କରିବାକୁ ଲାଗିଲେ। କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥା-ଅଧ୍ୟାପକ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ, ପୁଣି ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କʼଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେ ବିଷୟରେ ସାବଧାନ ହେଉନ୍ତୁ। କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରିଶହ ଲୋକ ତାʼ ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି ଯେତେ ଲୋକ ତାʼର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହେଲେ ଓ ଅକୃତକାର୍ଯ୍ୟ ହେଲେ। ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାʼର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ। ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାʼହେଲେ ତାହା ଉଚ୍ଛିନ୍ନ ହୋଇଯିବ; କିନ୍ତୁ ଯଦି ତାହା ଈଶ୍ଵରଙ୍କଠାରୁ ହୋଇଥାଏ, ତାʼହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ଵରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ। ସେମାନେ ତାଙ୍କ କଥାରେ ସମ୍ମତ ହେଲେ, ପୁଣି ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ। ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;

ପ୍ରେରିତ 5:17-41

ଏହି ନୂତନ ବିଶ୍ଵାସକୁ ବନ୍ଦ କରିବା ପାଇଁ ଯିହୁଦୀ ନେତାମାନେ କିପରି ବହୁସଂଖ୍ୟାରେ ଗଲେ ଦେଖନ୍ତୁ । ଏହି ପ୍ରାରମ୍ଭିକ ବିବାଦଗୁଡ଼ିକ ଯିରୂଶାଲମରେ ଘଟିଥିଲା, ସେହି ସହର ଯେଉଁଠାରେ କେତେକ ସପ୍ତାହ ପୂର୍ବରୁ ସେମାନେ ଯୀଶୁଙ୍କୁ ଜନସାଧାରଣରେ ମୃତ୍ୟୁଦଣ୍ଡ ଦେଇଥିଲେ ।

ଏହି ଐତିହାସିକ ତଥ୍ୟରୁ ଆମେ ବିକଳ୍ପଗୁଡ଼ିକୁ ନିରୀକ୍ଷଣ କରି ପୁନରୁତ୍ଥାନ ବିଷୟରେ ଅନୁସନ୍ଧାନ କରିପାରିବା ।

ଯୀଶୁଙ୍କ ଶରୀର ଏବଂ କବର

ମୃତ ଖ୍ରୀଷ୍ଟଙ୍କ କବର ବିଷୟରେ କେବଳ ଦୁଇଟି ବିକଳ୍ପ ବିଦ୍ୟମାନ ଅଛି । ସେହି ଇଷ୍ଟର ରବିବାର ସକାଳେ କବରଟି ଖାଲି ଥିଲା କିମ୍ବା ଏଥିରେ ତାଙ୍କ ଶରୀର ରହିଥିଲା । ଅନ୍ୟ କୌଣସି ବିକଳ୍ପ ନାହିଁ ।

ପୁନରୁତ୍ଥାନର ବାର୍ତ୍ତାକୁ ବିରୋଧ କରୁଥିବା ଯିହୁଦୀ ନେତାମାନେ ଏହାକୁ ଏକ ଶରୀର ସହିତ ଯୁକ୍ତିଦ୍ୱାରା ବିରୋଧ କଲେ ନାହିଁ

ଯେଉଁ କବରରେ ଯୀଶୁଙ୍କ ଶବ ଥିଲା ତାହା ସେହି ମନ୍ଦିରଠାରୁ ଅଳ୍ପ ଦୂରରେ ଥିଲା ଯେଉଁଠାରେ ଶିଷ୍ୟମାନେ ଲୋକମାନଙ୍କୁ ଉଚ୍ଚ ସ୍ଵର କରି କହିଥିଲେ ଯେ ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି।  ଯିହୁଦୀ ନେତାମାନଙ୍କ ପାଇଁ କବରରେ ଶବ ଦେଖାଇ ସେମାନଙ୍କ ପୁନରୁତ୍ଥାନ ବାର୍ତ୍ତାକୁ ଖଣ୍ଡନ କରିବା ସହଜ ହେବା ଉଚିତ ଥିଲା ।  ଇତିହାସ ଦର୍ଶାଏ ଯେ ପୁନରୁତ୍ଥାନ ବାର୍ତ୍ତା (ଯାହାକି କବରରେ ଥିବା ଶରୀର ସହିତ ପ୍ରମାଣିତ ନୁହେଁ) ସେହି କବର ନିକଟରେ ଆରମ୍ଭ ହୋଇଥିଲା, ଯେଉଁଠାରେ ପ୍ରମାଣ ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ ଥିଲା । ଯେହେତୁ ଯିହୁଦୀ ନେତାମାନେ ଏକ ଶବ ଦେଖାଇ ସେମାନଙ୍କ ବାର୍ତ୍ତାକୁ ଖଣ୍ଡନ କରିନଥିଲେ, କାରଣ କବରରେ ଦେଖାଇବାକୁ କୌଣସି ଶରୀର ନଥିଲା ।

ଯିରୂଶାଲମରେ ହଜାର ହଜାର ଲୋକ ପୁନରୁତ୍ଥାନର ବାର୍ତ୍ତା ବିଶ୍ାସ କଲେ

ହଜାର ହଜାର ଲୋକ ଏହି ସମୟରେ ଯିରୂଶାଲମରେ ଯୀଶୁଙ୍କ ଶାରୀରିକ ପୁନରୁତ୍ଥାନରେ ବିଶ୍ୱାସ କରି ନିଜ ଧର୍ମକୁ ପରିବର୍ତ୍ତନ କଲେ । ଯଦି ଆପଣ ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଥାନ୍ତେ, ତାଙ୍କ ବାର୍ତ୍ତା ସତ କି ନାହିଁ ବୋଲି ଜାଣିବାକୁ ଆଗ୍ରହୀ ହୁଅନ୍ତେ, କବରକୁ ଯାଇ ସେଠାରେ ଶରୀର ଅଛି କି ନାହିଁ ତାହା ଦେଖିବା ପାଇଁ ଆପଣ ଅତି କମରେ ମଧ୍ୟାହ୍ନ ଭୋଜନ ବିରତି ନେଇ ନଥାନ୍ତେ କି? ଯଦି ଯୀଶୁଙ୍କ ଶରୀର କବରରେ ଥାଆନ୍ତା ତେବେ ପ୍ରେରିତମାନଙ୍କ ବାର୍ତ୍ତା କେହି ବିଶ୍ୱାସ କରି ନଥାନ୍ତେ । କିନ୍ତୁ ଇତିହାସ ଉଲ୍ଲେଖ କରେ ଯେ ସେମାନେ ଯିରୂଶାଲମରୁ ଆରମ୍ଭ କରି ହଜାର ହଜାର ଅନୁଗାମୀ ଲାଭ କଲେ । ଯିଦି ରୂଶାଲମରେ ଶରୀର ଥାଆନ୍ତା ତେବେ ଏହା ଅସମ୍ଭବ ହୋଇଥାନ୍ତା । କବରରେ ଥିବା ଯୀଶୁଙ୍କ ଶରୀର ଅବିଶ୍ୱାସର କାରଣ ହୋଇଥାଆନ୍ତା ।  ଏହାର କୌଣସି ଅର୍ଥ ନଥାନ୍ତା ।

ଗୁଗୁଲ୍ ମାନଚିତ୍ର ଯିରୂଶାଲମ ଲେଆଉଟ୍ ଯୀଶୁଙ୍କ କବର ପାଇଁ ଦୁଇଟି ସମ୍ଭାବ୍ୟ ସ୍ଥାନ (କିମ୍ବା ବିନା ଶରୀରରେ) ଏହା ଯିରୂଶାଲମ ମନ୍ଦିରଠାରୁ ଅଳ୍ପ ଦୂରରେ ଥିଲା ଯେଉଁଠାରେ ଅଧିକାରୀ ପ୍ରେରିତମାନଙ୍କ ବାର୍ତ୍ତା ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।

ଶିଷ୍ୟମାନେ ଶରୀର ଚୋରି କଲେ କି?

ତେବେ ଶରୀରରେ କ’ଣ ହେଲା? ସବୁଠାରୁ ଚିନ୍ତିତ ବ୍ୟାଖ୍ୟା ଏହା ଯେ ଶିଷ୍ୟମାନେ କବରରୁ ଶରୀରକୁ ଚୋରି କରି ନେଇଛନ୍ତି, ତା’ପରେ ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବାରେ ଏହାକୁ କୌଣସି ଏକ ସ୍ଥାନରେ ଲୁଚାଇ ରଖିଛନ୍ତି   ମନେକର ଯେ ସେମାନେ ସଫଳତାର ସହିତ ଏହାକୁ ପରିଚାଳନା କଲେ ଏବଂ ତା’ପରେ ସେମାନେ ସେମାନଙ୍କର ପ୍ରତାରଣା ଉପରେ ଆଧାର କରି ଏକ ଧାର୍ମିକ ବିଶ୍ୱାସ ଆରମ୍ଭ କଲେ । କିନ୍ତୁ ଉଭୟ ପ୍ରେରିତ ଏବଂ ଯୋସେଫଙ୍କ ବିବରଣୀକୁ ଦେଖିବା ପରେ ଆମେ ଜାଣୁ ଯେ ଏହି ବିବାଦ “ପ୍ରେରିତମାନେ ଯୀଶୁଙ୍କ ମୃତମାନଙ୍କଠାରୁ ପୁନରୁତ୍ଥାନ ବିଷୟରେ ଘୋଷଣା କରି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ” ଥିଲା । ଏହି ବିଷୟ ସେମାନଙ୍କ ଲେଖାରେ ସର୍ବତ୍ର ଉଲ୍ଲେଖ ଅଛି । ଧ୍ୟାନ ଦିଅନ୍ତୁ ଯେ ପାଉଲ ପ୍ରେରିତ, ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ମହତ୍ତ୍ୱକୁ କିପରି ମୂଲ୍ୟାଙ୍କନ କରନ୍ତି:

 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; ସେ କେଫାଙ୍କୁ, ଆଉ, ତାହାପରେ ଦ୍ଵାଦଶଙ୍କୁ ଦର୍ଶନ ଦେଲେ; ଏଉତ୍ତାରେ ଏକାଥରେ ପାଞ୍ଚ ଶହଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତଣଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରା-ପ୍ରାପ୍ତ ହୋଇଅଛନ୍ତି। ତତ୍ପରେ ଯେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତଙ୍କୁ ଦର୍ଶନ ଦେଲେ; ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ। କାରଣ ଈଶ୍ଵରଙ୍କ ମଣ୍ତଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ। କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ଵରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ଵରଙ୍କ ଅନୁଗ୍ରହ ତାହା କରିଅଛି। ଅତଏବ ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହି ପ୍ରକାରେ ଆମ୍ଭେମାନେ ପ୍ରଚାର କରୁଥାଉ, ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ଵାସୀ ହୋଇଅଛ। ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି? ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି; ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମ୍ଭମାନଙ୍କ ବିଶ୍ଵାସ ମଧ୍ୟ ବୃଥା, ପୁଣି, ଆମ୍ଭେମାନେ ଈଶ୍ଵରଙ୍କ ସମ୍ଵନ୍ଧରେ ଯେ ମିଥ୍ୟାସାକ୍ଷୀ, ଏହା ପ୍ରକାଶ ପାଏ। କାରଣ ଆମ୍ଭେମାନେ ଈଶ୍ଵରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥାଆନ୍ତୁ ଯେ, ସେ ଖ୍ରୀଷ୍ଟଙ୍କୁ ଉଠାଇ ଅଛନ୍ତି; ମାତ୍ର ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ସେ ତାହାଙ୍କୁ ଉଠାଇ ନାହାନ୍ତି; ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି; ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ଵାସ ନିଷ୍ଫଳ, ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ। ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇଅଛନ୍ତି। ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୁର୍ଭାଗ୍ୟ।

1 କରିନ୍ଥୀୟ 15:3-19 (57 CE)

ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ତରେ ବିପଦର ସମ୍ମୁଖୀନ ହେଉ? ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି। ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ‘ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବାʼ।

1 କରିନ୍ଥୀୟ 15:30-32

ଆପଣ ଯାହା ମିଛ ବୋଲି ଜାଣିଛନ୍ତି ସେଥିପାଇଁ କାହିଁକି ଜୀବନ ଦେବେ?

ସ୍ପଷ୍ଟଭାବେ ଆପଣ ଦେଖି ପାରିବେ, ଶିଷ୍ୟମାନେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସେମାନଙ୍କ ବାର୍ତ୍ତାର କେନ୍ଦ୍ରରେ ରଖିଥିଲେ ।  ମନେକରନ୍ତୁ ଯେ ଏହା ପ୍ରକୃତରେ ମିଥ୍ୟା ଅଟେ – ଏହି ଶିଷ୍ୟମାନେ ପ୍ରକୃତରେ ଶରୀରକୁ ଚୋରି କରିଥିଲେ ତେଣୁ ସେମାନଙ୍କ ସନ୍ଦେଶର ପ୍ରତିବାଦ ପ୍ରମାଣ ସେମାନଙ୍କୁ ପ୍ରକାଶ କରିପାରିବ ନାହିଁ । ସେମାନେ ହୁଏତ ସଫଳତାର ସହ ସମଗ୍ର ବିଶ୍ଵକୁ ବୋକା ବନେଇଥିବେ, କିନ୍ତୁ ସେମାନେ ନିଜେ ଜାଣିଥିବେ ଯେ ସେମାନେ ଯାହା ପ୍ରଚାର କରୁଛନ୍ତି, ଲେଖୁଛନ୍ତି ଏବଂ ବିପୁଳ ପରିବର୍ତ୍ତନ କରୁଛନ୍ତି ତାହା ଏକ ମିଥ୍ୟା ଅଟେ । ତଥାପି ସେମାନେ ଏହି ମିଶନ ପାଇଁ ସେମାନଙ୍କର ଜୀବନ(ପ୍ରକୃତରେ ଭାବରେ)  ଦେଇଥିଲେ । ସେମାନେ ଏହା କାହିଁକି କରିବେ – ଯଦି ସେମାନେ ଏହା ମିଥ୍ୟା ବୋଲି ଜାଣିଥିବେ?

ଲୋକମାନେ କୌଣସି ଉଦ୍ଦେଶ୍ୟ ପାଇଁ ନିଜ ଜୀବନ ଦିଅନ୍ତି କାରଣ ସେମାନେ ଯେଉଁ ଉଦ୍ଦେଶ୍ୟ ପାଇଁ ଲଢ଼େଇ କରନ୍ତି, ସେଥିରୁ କିଛି ଲାଭ ପାଇବେ ବୋଲି ଆଶା କରନ୍ତି । ଯଦି ଶିଷ୍ୟମାନେ ଶରୀରକୁ ଚୋରି କରି ଲୁଚାଇ ରଖିଥାନ୍ତେ, ତେବେ ସମସ୍ତ ଲୋକ ଜାଣିପାରିଥାନ୍ତେ ଯେ ପୁନରୁତ୍ଥାନ ସତ୍ୟ ନୁହେଁ । ଶିଷ୍ୟମାନେ ସେମାନଙ୍କ ବାର୍ତ୍ତା ବିସ୍ତାର ପାଇଁ କେତେ ମୂଲ୍ୟ ଦେଇଛନ୍ତି ସେମାନଙ୍କ ନିଜ ଶବ୍ଦରୁ ବିଚାର କରନ୍ତୁ । ନିଜକୁ ପଚାରନ୍ତୁ ଯେ ଆପଣ ମିଥ୍ୟା ବୋଲି ଜାଣିଥିବା ବିଷୟ ପାଇଁ ଆପଣ ଏପରି ବ୍ୟକ୍ତିଗତ ମୂଲ୍ୟ ଦେଇପାରିବେ କି:

ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ;

2 କରିନ୍ଥୀୟ 4:8-9

ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ, ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,

2 କରିନ୍ଥୀୟ 6:4-5

ମୁଁ ଯିହୁଦୀମାନଙ୍କଠାରୁ ପାଞ୍ଚ ଥର ଊଣଚାଳିଶ ପ୍ରହାର ପାଇଅଛି, ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ଵଜାତିଠାରୁ ବିପଦରେ, ବିଜାତିମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ତ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ।

2 କରିନ୍ଥୀୟ 11:24-27

ପ୍ରେରିତମାନଙ୍କ ସ୍ଥିର ସାହସ

ଯଦି ଆପଣ ସେମାନଙ୍କ ଜୀବନର ଦୃଢ଼ ବୀରତ୍ୱକୁ ବିବେଚନା କରବେ, ଅଧିକ ଅବିଶ୍ୱସନୀୟ ମନେହୁଏ ଯେ ସେମାନେ ନିଜ ନିଜ ବାର୍ତ୍ତାକୁ ଆନ୍ତରିକତାର ସହ ବିଶ୍ଵାସ କରି ନ ଥିଲେ । କିନ୍ତୁ ଯଦି ସେମାନେ ଏହା ବିଶ୍ଵାସ କଲେ ତେବେ ସେମାନେ ନିଶ୍ଚିତ ଭାବରେ ଖ୍ରୀଷ୍ଟଙ୍କ ଶରୀରକୁ ଚୋରି କରି ନଥିଲେ । ଦାରିଦ୍ର୍ୟର ଅସୀମ ଦିନ, ପ୍ରହାର, କାରାଗାର, ଶକ୍ତିଶାଳୀ ବିରୋଧ ଏବଂ ଶେଷରେ ନିର୍ଯାତନା (ଯୋହନଙ୍କ ବ୍ୟତୀତ ସମସ୍ତ ପ୍ରେରିତମାନେ ଶେଷରେ ସେମାନଙ୍କ ବାର୍ତ୍ତା ପାଇଁ ମୃତ୍ୟୁଦଣ୍ଡ ପାଇଥିଲେ) ସେମାନଙ୍କ ଉଦ୍ଦେଶ୍ୟ ସମୀକ୍ଷା କରିବା ପାଇଁ ଦୈନିକ ସୁଯୋଗ ପ୍ରଦାନ କରିଥିଲା । ତଥାପି ପ୍ରେରିତମାନଙ୍କ ମଧ୍ୟରୁ କେହି ଯୀଶୁଙ୍କୁ ପୁନରୁ‌ତ୍‌ଥିତ ହୋଇଥିବା ଦେଖିଥିବା ବିଷୟକୁ ପରିତ୍ୟାଗ କଲେ ନାହିଁ। ସେମାନେ ସମସ୍ତ ବିରୋଧକୁ ସାମ୍ନା କଲେ।

ଏହା ସେମାନଙ୍କର ଶତ୍ରୁମାନଙ୍କର – ଯିହୁଦୀ ଏବଂ ରୋମୀୟ ନୀରବତାର ଭିନ୍ନ ଅଟେ । ଏହି ବିରୋଧୀ ସାକ୍ଷୀମାନେ କେବେ ହେଁ ‘ପ୍ରକୃତ’ କାହାଣୀ କହିବାକୁ କିମ୍ବା ଶିଷ୍ୟମାନେ ବୋଲି ଭୁଲ୍ ଦେଖାଇବାକୁ ଚେଷ୍ଟା କଲେ ନାହିଁ । ପ୍ରେରିତମାନେ ସର୍ବସାଧାରଣରେ ଏବଂ ସମାଜଗୃହରେ ବିରୋଧର ସାମ୍ନା କରି ସେମାନଙ୍କ ସାକ୍ଷ୍ୟ ଦେଇଥିଲେ, ଯଦି ବିରୋଧ କରୁଥିବା ଲୋକମାନଙ୍କଠାରେ କୌଣସି ନିର୍ଦ୍ଦିଷ୍ଟ  ପ୍ରମାଣ ଥାଆନ୍ତା ସେମାନେ ସେମାନଙ୍କ ବାର୍ତ୍ତାକୁ ଖଣ୍ଡନ କରିଥାନ୍ତେ ।

ଗାର୍ଡେନ୍ କବରରେ ଶୂନ୍ୟ କବର
ଗାର୍ଡେନ୍ କବର ବାହାରେ

ଗାର୍ଡେନ୍ କବର: ପ୍ରାୟ 130 ବର୍ଷ ପୂର୍ବେ ଧ୍ଂସାବଶେଷରୁ ଆବିଷ୍କୃତ ଯାହା ସମ୍ଭବତଃ ଯୀଶୁଙ୍କ କବର ଅଟେ 

ଶିଷ୍ୟମାନଙ୍କର ଦୃଢ଼ ସାହସ ଏବଂ ଶତ୍ରୁ ଆଧିକାରୀମାନଙ୍କ ନିରବତା ଏକ ଶକ୍ତିଶାଳୀ ମାମଲା ସୃଷ୍ଟି କରେ ଯାହା ଯୀଶୁ ପ୍ରକୃତରେ ଇତିହାସରେ ଜୀବିତ ଉଠିଥିଲେ ବୋଲି ପ୍ରମାଣ କରେ । ତାଙ୍କ ପୁନରୁତ୍ଥାନରେ ଆମେ ବିଶ୍ୱାସ କରିପାରିବା

Leave a Reply

Your email address will not be published. Required fields are marked *