Skip to content
Home » ସାଧାରଣ ପ୍ରଶ୍ନଗୁଡିକ (FAQs)

ସାଧାରଣ ପ୍ରଶ୍ନଗୁଡିକ (FAQs)

କିପରି ଭାବରେ ତୁଳସୀ ବିବାହ ସୁସମାଚାର କାହାଣୀରେ ପ୍ରତିବିମ୍ବିତ ହୋଇଅଛି?

  • by

ତୁଳସୀ ବିବାହ ପର୍ବ ତୁଳସୀ ଗଛର ରୂପରେ ପ୍ରେମର ସ୍ମରଣ କରିବା ଦ୍ଵାରା ଶାଲିଗ୍ରାମ (ବିଷ୍ଣୁ) ଏବଂ ଲକ୍ଷ୍ମୀଙ୍କ ମଧ୍ୟରେ ବିବାହ ପାଳନ କରାଯାଏ । ତେବେ ତୁଳସୀ ବିବାହ, ବିବାହ, ତୁଳସୀ ଉଦ୍ଭିଦ… Read More »କିପରି ଭାବରେ ତୁଳସୀ ବିବାହ ସୁସମାଚାର କାହାଣୀରେ ପ୍ରତିବିମ୍ବିତ ହୋଇଅଛି?

ପ୍ରଥମେ ମୋର ପରିଚୟ । ମୋର ନାମ ରାଗନାର । ମୁଁ ସୁଇଡେନ୍ ଦେଶୀୟ ଲୋକ କିନ୍ତୁ ମୁଁ କାନାଡାରେ ରହେ । ମୁଁ ବିବାହିତ ଏବଂ ଆମର ଏକ ପୁଅ ଅଛି ।

Hi! This is me in beautiful Canadian summer
ହାଏ! ସୁନ୍ଦର କାନାଡିୟ ଗ୍ରୀଷ୍ମ ସମୟରେ ମୁଁ ଏହା |

ମୁଁ ଏକ ଉଚ୍ଚ ମଧ୍ୟବିତ୍ତ ବୃତ୍ତିଗତ ପରିବାରରେ ବଡ଼ିଥିଲି । ଯେତେବେଳେ ଛୋଟ ଥିଲି, ମୂଳତ ସୁଇଡେନରୁ ସେତେବେଳେ ଆମେ କାନାଡାକୁ ଯାଇଥିଲୁ ଏବଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଯାଇଥିଲୁ – ଆଲଜେରିଆ, ଜର୍ମାନୀ ଏବଂ କାମେରୁନରେ ବିଦେଶରେ ବାସ କରି ଶେଷରେ ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ କାନାଡାକୁ ଫେରିଥିଲୁ । ମୋ ମା ଭାରତରେ ଜନ୍ମ ହୋଇଥିଲେ, ସେଠାରେ ବଡ଼ିଥିଲେ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି । ମୁଁ ବଡ ହେବା ପରେ ସେ ମୋତେ ବିଭିନ୍ନ ହିନ୍ଦୁ ଦେବତା ଏବଂ ଦେବୀଙ୍କ ବିଷୟରେ କହିବା ଆରମ୍ଭେ କଲେ ଏବଂ ସେ ପୁସ୍ତକଗୁଡ଼ିକରୁ ସଂଗ୍ରହ କରିଥିବା ଚିତ୍ରଗୁଡ଼ିକୁ ମୋତେ ଦେଖାଇଲେ । ତେଣୁ ଯଦିଓ ପାଶ୍ଚାତ୍ୟ ଦେଶ ତଥା ଏକ ମୁସଲମାନ ଦେଶରେ ମୁଁ ବଡ଼ିଥିଲି, ତଥାପି ମୁଁ ମୋ ପରିବାର ମାଧ୍ୟମରେ ହିନ୍ଦୁ ଧର୍ମ ବିଷୟରେରେ ଜାଣିବାକୁ ପାଇଥିଲି। ଏହା ମାଧ୍ୟମରେ, ଅନ୍ୟ ସମସ୍ତଙ୍କ ପରି ମୁଁ ଏକ ପୂର୍ଣ୍ଣ ଜୀବନ – ସନ୍ତୁଷ୍ଟତା, ଶାନ୍ତି, ଅର୍ଥ ଏବଂ ଉଦ୍ଦେଶ୍ୟ – ଅନ୍ୟ ଲୋକଙ୍କ ସହିତ ଏକ ସଂଯୋଗକୁ ଅନୁଭବ କରିବାକୁ ଚାହୁଁଥିଲି (ଏବଂ ତଥାପି ଚାହେଁ)  ।

 ‘ସତ୍ୟ’ କ’ଣ ଏବଂ ପୂର୍ଣ୍ଣ ଜୀବନ କ’ଣ ଏ ବିଷୟରେ ମୁଁ ବିଭିନ୍ନ ଦୃଷ୍ଟିକୋଣ ଶିଖିଲି । ମୁଁ ଯାହା ଦେଖିଲି ତାହା ଏହା ଯେ ଯଦିଓ ଆମର ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅଦୃଶ୍ୟ ଧନ, ପ୍ରଯୁକ୍ତିବିଦ୍ୟା ଏବଂ ସୁଯୋଗ ଥିଲା କିନ୍ତୁ ‘ପୂର୍ଣ୍ଣ ଜୀବନ’ ଅବହେଳିତ ମନେ ହେଉଥିଲା । ମୁଁ ଲକ୍ଷ୍ୟ କଲି ଯେ ପୂର୍ବ ପିଢ଼ି ତୁଳନାରେ ସମ୍ପର୍କ ଅଧିକ ଅସ୍ଥାୟୀ ଅଟେ । ମୁଁ ଜାଣିବାକୁ ପାଇଲି ଯେ ଯଦି ଆମେ କେବଳ ‘ଟିକିଏ ଅଧିକ’ ପାଇପାରିବା ତେବେ ଆମେ ପହଞ୍ଚିଯିବା । କିନ୍ତୁ କେତେ? ଏବଂ କ’ଣ ଅଧିକ? ଅର୍ଥ? ବିଜ୍ଞାନିକ ଜ୍ଞାନ? କୌଶଳ ବିଦ୍ୟା? ସନ୍ତୋଷ?

ଶଲୋମନଙ୍କର ଜ୍ଞାନ

ଏହି ବର୍ଷଗୁଡ଼ିକରେ, ମୋର ଏହି ଅସ୍ଥିରତା ହେତୁ, ଶଲୋମନଙ୍କ ଲେଖା ମୋ ଉପରେ ଗଭୀର ପ୍ରଭାବ ପକାଇଲା  ପ୍ରାଚୀନ ଇସ୍ରାଏଲର ରାଜା ଶଲୋମନ ନିଜର ଜ୍ଞାନ ପାଇଁ ପ୍ରସିଦ୍ଧ, ବାଇବେଲ (ବେଦ ପୁସ୍ତକମ୍) ରେ ଅନେକ ପୁସ୍ତକ ଲେଖିଥିଲେ ଯେଉଁଠାରେ ସେ ମୁଁ ପଚାରୁଥିବା ପ୍ରଶ୍ନଗୁଡ଼ିକୁ ବର୍ଣ୍ଣନା କରିଥିଲେ। ସେ ଲେଖିଛନ୍ତି:

ମୁଁ ଆପଣା ମନେ ମନେ କହିଲି, ଆସ, ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ଵାରା ପରୀକ୍ଷା କରିବି; ଏହେତୁ ସୁଖଭୋଗ କର; ଆଉ ଦେଖ, ତାହା ମଧ୍ୟ ଅସାର। ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା; ଆନନ୍ଦ ବିଷୟରେ କହିଲି, ତାହା କଅଣ କରେ? ମୁଁ କିରୂପେ ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ-ସନ୍ତାନଗଣର ଯାବଜ୍ଜୀବନ କଅଣ କରିବା ଭଲ, ଏହା ଜାଣିପାରିବା ପର୍ଯ୍ୟନ୍ତ କିରୂପେ ଅଜ୍ଞାନତା ଅବଲମ୍ଵନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି, ଏହି ସମୟରେ ହେଁ ମୋହର ମନ ଜ୍ଞାନରେ ମୋତେ ପଥପ୍ରଦର୍ଶନ କରୁଥିଲା। ମୁଁ ଆପଣା ନିମନ୍ତେ ମହତ ମହତ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି; ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି; ମୁଁ ବୃକ୍ଷର ଚାରା-ଉତ୍ପାଦକ ବନରେ ଜଳସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି; ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ; ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ-ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପନିୀ ପାଇଲି। ଏହିରୂପେ ମୋʼ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋʼଠାରେ ରହିଲା। ପୁଣି, ମୋʼ ଚକ୍ଷୁ ଯାହା ବାଞ୍ଛା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।

 ଉପଦେଶକ 2:1-10

ଧନ, ଖ୍ୟାତି, ଜ୍ଞାନ, ପ୍ରକଳ୍ପ, ମହିଳା, ଆନନ୍ଦ, ରାଜ୍ୟ, ବୃତ୍ତି, ମଦ… ଶଲୋମନଙ୍କର ଏସମସ୍ତ ଥିଲା – ଏବଂ ଏହା ତାଙ୍କ ସମୟର ଅନ୍ୟମାନଙ୍କ ତୁଳନାରେ ଅଧିକ ଥିଲା । ଆଇନଷ୍ଟାଇନଙ୍କ ଜ୍ଞାନ, ବିଲ ଗେଟ୍ସର ଧନ, ବଲିଉଡ ଷ୍ଟାରର ସାମାଜିକ / ଯୈନ ଜୀବନ, ବ୍ରିଟିଶ ରୟାଲ ପରିବାରରେ ପ୍ରିନ୍ସ ୱିଲିୟମଙ୍କ ପରି ରାଜକୀୟ ପୀଠ – ଏସମସ୍ତ ଠାରୁ ଅଧିକ ଥିଲା । କିଏ ଏହି ମିଶ୍ରଣକୁ ପରାସ୍ତ କରିପାରିବ? ଆପଣ ଭାବୁଥିବେ ଯେ ସେ ସମସ୍ତ ଲୋକଙ୍କ ମଧ୍ୟରୁ ସନ୍ତୁଷ୍ଟ ହୋଇଥିବେ । କିନ୍ତୁ ସେ ଏହିପାରି ଶେଷ କରନ୍ତି:

 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ଯେଉଁ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ, ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।

 ଉପଦେଶକ 2:11

ସେ ଆନନ୍ଦ, ଧନ, କାର୍ଯ୍ୟ, ପ୍ରଗତି, ରୋମାଣ୍ଟିକ୍ ପ୍ରେମ ଶେଷରେ ସନ୍ତୁଷ୍ଟ କରିବାକୁ ମାୟା ଥିଲା ବୋଲି ଉଲ୍ଲେଖ କରନ୍ତି, ଏଠାରେ ଅଧିକ ବିବରଣୀ ଦିଆଯାଇଅଛି ।

ବର୍ତ୍ତମାନ ମୁଁ ମୋର ବନ୍ଧୁ ଏବଂ ସମାଜରେ ଦେଖିଲି, ଏହା ଲାଗୁଥିଲା ଯେ ଶଲୋମନଙ୍କର ସମ୍ପୂର୍ଣ୍ଣ ଜୀବନ, ସବୁଠାରେ ଦିଆଯାଉଥିଲା ଏବଂ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ମୋତେ ପୂର୍ବରୁ କହି ସାରିଥିଲେ ଯେ ସେ ସେହି ପଥରେ ଏହା ପାଇପାରିଲେ ନାହିଁ । ତେଣୁ ମୁଁ ଜାଣିଥିଲି ଯେ ମୁଁ ଏହାକୁ ସେଠାରେ ପାଇବି ନାହିଁ ଏବଂ ମୋତେ ଏହାକୁ ଅନ୍ୟତ୍ର ଦେଖିବା ଆବଶ୍ୟକ ଅଟେ ।

ମୋତେ ଅନ୍ୟ କେତେକ ବିଷୟ ବ୍ୟଥିତ କରୁଥିଲା । ଏହା ଶଲୋମନଙ୍କୁ ମଧ୍ୟ କଷ୍ଟ ଦେଇଥିଲା।

କାରଣ ମନୁଷ୍ୟ-ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ; କାରଣ ସବୁ ଅସାର। ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।  ମନୁଷ୍ୟର ଆତ୍ମା ଊର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ?

  ଉପଦେଶକ 3:19-21

ସବୁ ବିଷୟ ସମସ୍ତଙ୍କ ପ୍ରତି ସମାନ ଘଟଇ; ଧାର୍ମିକ ଓ ଦୁଷ୍ଟ, ସୁଶୀଳ, ପୁଣି ଶୁଚି ଓ ଅଶୁଚି; ଯଜ୍ଞକାରୀ ଓ ଅଯଜ୍ଞକାରୀ, ସମସ୍ତଙ୍କ ପ୍ରତି ଏକ ଘଟନା ହୁଏ; ସୁଶୀଳ ଯେପରି, ପାପୀ ସେପରି; ପୁଣି, ଶପଥକାରୀ ଯେପରି, ଶପଥ ଭୟକାରୀ ସେପରି। ସୂର୍ଯ୍ୟ ତଳେ ଯେତେ କାର୍ଯ୍ୟ କରାଯାଏ, ତହିଁ ମଧ୍ୟରେ ଦୁଃଖର ବିଷୟ ଏହି ଯେ, ସମସ୍ତଙ୍କ ପ୍ରତି ସମାନ ଘଟନା ହୁଏ; ଆହୁରି ମଧ୍ୟ ମନୁଷ୍ୟ-ସନ୍ତାନଗଣର ହୃଦୟ ଦୁଷ୍ଟତାରେ ପରିପୂର୍ଣ୍ଣ ଓ ବଞ୍ଚିଥିବାଯାଏ ସେମାନଙ୍କ ହୃଦୟରେ ଉନ୍ମତ୍ତତା ଥାଏ, ପୁଣି ତହିଁ ଉତ୍ତାରେ ସେମାନେ ମୃତମାନଙ୍କ ନିକଟକୁ ଯାଆନ୍ତି। କାରଣ ଯେଉଁ ଲୋକ ଜୀବିତ ଲୋକସମୂହ ମଧ୍ୟରେ ମିଶ୍ରିତ, ତାହାର ଭରସା ଥାଏ; ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକ୍କୁର ଭଲ। ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାʼନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

 ଉପଦେଶକ 9:2-5

ଶଲୋମନଙ୍କ ଲେଖାଗୁଡ଼ିକ ମୋ ପାଇଁ ତର୍କଯୁକ୍ତ ଥିଲା, ଯାହା ମୋତେ ଉତ୍ତର ଖୋଜିବାକୁ ପ୍ରେରଣ କଲା । ଜୀବନ, ମୃତ୍ୟୁ, ଅମରତା ଏବଂ ଅର୍ଥ ବିଷୟରେ ପ୍ରଶ୍ନଗୁଡ଼ିକ ମୋ ଭିତରେ ଉଙ୍କି ମାରୁଥିଲା ।

ଗୁରୁ ସାଇ ବାବାଙ୍କ ଜ୍ଞାନ

ବିଶ୍ୱବିଦ୍ୟାଳୟରେ ମୋର ଜଣେ ଇଞ୍ଜିନିୟରିଂ ପ୍ରଫେସର ଶ୍ରୀ ସାଇ ବାବାଙ୍କର ଜଣେ ଭକ୍ତ ଥିଲେ ଏବଂ ମୋତେ ତାଙ୍କର ଅନେକ ପୁସ୍ତକଗୁଡ଼ିକ ଦେଇଥିଲେ, ଯାହା ମୁଁ ଅତି ଉତ୍ସାହର ସହିତ ପାଠ କରିଥିଲି ।  ଏଠାରେ ଏକ ଉଦ୍ଧୃତାଂଶ ଯାହା ମୁଁ ନିଜ ପାଇଁ ନକଲ କରିଥିଲି ।

  “ତୁମର କର୍ତ୍ତବ୍ୟ ପ୍ରକୃତରେ କ’ଣ? …

ପ୍ରଥମେ ତୁମ ତୁମର ପିତାମାତାଙ୍କୁ ପ୍ରେମ ଏବଂ ସମ୍ମାନ ଏବଂ କୃତଜ୍ଞତା ସହିତ ଯତ୍ନରଖ ।

ଦ୍ୱିତୀୟରେ, ସତ୍ୟ କୁହ ଏବଂ ଧାର୍ମିକ ଜୀବନଯାପନ କର ।

ତୃତୀୟତରେ ଯେବେ ତୁମେ ଅଳ୍ପ କ୍ଷଣ ପାଅ, ତୁମର ମନରେ ପ୍ରଭୁଙ୍କ ନାମ ଜପ କର ।

ଚତୁର୍ଥରେ, ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବାରେ ନିଜକୁ କେବେ ହେଁ ବ୍ୟସ୍ତ କର ନାହିଁ କିମ୍ବା ଅନ୍ୟମାନଙ୍କରେ ତ୍ରୁଟି ଦେଖିବାକୁ ଚେଷ୍ଟାକର ନାହିଁ ।

ଏବଂ ଶେଷରେ, ଅନ୍ୟମାନଙ୍କୁ କୌଣସି ପ୍ରକାରେ ଯନ୍ତ୍ରଣା ଦିଅ ନାହିଁ ”ସତ୍ୟ ସାଇ ସ୍ପିକ୍ 4, pp.348-349 ।

ଏହି ହିନ୍ଦୁ ସାଧୁ ଯାହା ଶିକ୍ଷା ଦେଇଛନ୍ତି ତାହା ପ୍ରକୃତରେ ଭଲ କି ନାହିଁ ଦେଖିବା ପାଇଁ ମୁଁ ସାଇ ବାବାଙ୍କ ଲେଖା ଅଧ୍ୟୟନ କଲି। ମୁଁ ଦେଖିଲି ଯେ ଏହି ଲେଖାଗୁଡ଼ିକ ପ୍ରକୃତରେ ଭଲ ଥିଲା । ଏ ଶିକ୍ଷାଗୁଡ଼ିକ ସେହି ଶିକ୍ଷାଅଟେ ଯାହା ମୁଁ ପାଳନ କରି ଜୀବନଯାପନ କରିବା ଉଚିତ । କିନ୍ତୁ ସେହିଠାରେ ମୁଁ ଏକ ବଡ ସମସ୍ୟାର ସାମ୍ନା କରିଥିଲି । ସମସ୍ୟାଟି ଶିକ୍ଷାଗୁଡ଼ିକରେ ନଥିଲା, କିନ୍ତୁ ମୋ ଭିତରେ ଥିଲା କାରଣ ମୁଁ ସେଶିକ୍ଷାଗୁଡ଼ିକୁ ଯେତେ ପ୍ରୟୋଗ କରିବାକୁ ଚେଷ୍ଟା କଲେ ହେଁ ମୁଁ ଏହି ଶିକ୍ଷାଗୁଡ଼ିକୁ ଯେତେ ପ୍ରଶଂସା କଲେ ହେଁ ଏବଂ ସେଗୁଡ଼ିକ ଦ୍ୱାରା ବଞ୍ଚିବାକୁ ଚେଷ୍ଟା କେଲେ ହେଁ, ମୁଁ କ୍ରମାଗତ ଭାବରେ ସେଶିକ୍ଷାଗୁଡ଼ିକୁ ପାଳନ କରି ପାରୁ ନଥିଲି ଏବଂ ମୁଁ କ୍ରମାଗତ ଭାବରେ ଏହି ଉତ୍ତମ ଆଦର୍ଶଗୁଡ଼ିକରୁ ଦୂରେଇ ଯାଉଥିଲି ।

ଏହା ମୋତେ ଏପରି ପ୍ରତୀତ ହେଇଥିଲା ଯେପରି ମୋତେ ଦୁଇଟି ପଥ ବାଛିବା ଆବଶ୍ୟକ । ଶଲୋମନଙ୍କ ଦ୍ଵାରା ଆବିର୍ଭୂତ ହୋଇଥିବା ପଥ, ଯାହା ସାଧାରଣତଃ ସମଗ୍ର ବିଶ୍ୱରେ ଲୋକେ ଅନୁସରଣ କରୁଥିଲେ, ଯାହା ନିଜ ଇଚ୍ଚାନୁସାରେ ଜୀବନଯାପନ କରିବା ଥିଲା ।. କିନ୍ତୁ ମୁଁ ଜାଣିଥିଲି ଶଲୋମନଙ୍କ ପାଇଁ ଶେଷ ସମୟ ଭଲ ନଥିଲା – ଏବଂ ମୁଁ ଅନେକ ଲୋକମାନଙ୍କୁ ସେହି ପଥରେ ଯିବାକୁ ଦେଖିଥିଲି । ତୃପ୍ତି ଅସ୍ଥାୟୀ ଏବଂ ଭ୍ରମ ଥିଲା । ସାଇ ବାବାଙ୍କ ଦ୍ୱାରା ଆବିର୍ଭୂତ ହୋଇଥିବା ପଥ  ଅସମ୍ଭବ ଥିଲା, ବୋଧହୁଏ ତାଙ୍କ ପରି ଗୁରୁଙ୍କ ପାଇଁ ନୁହେଁ, କିନ୍ତୁ ମୋ ଭଳି ଜଣେ ‘ସାଧାରଣ’ ବ୍ୟକ୍ତିଙ୍କ ପାଇଁ ଥିଲା । ଏହି ଅପ୍ରାପ୍ୟ ଆଦର୍ଶଗୁଡ଼ିକୁ ବଜାୟ ରଖିବା ପାଇଁ ନିରନ୍ତର ଚେଷ୍ଟା କରିବା ସ୍ୱାଧୀନତା ନଥିଲା – ଏହା ଦାସତ୍ୱ ଥିଲା ।

ସୁସମାଚାର – ଏହାକୁ ବିଚାର କରିବାକୁ ପ୍ରସ୍ତୁତ

ମୋର ସନ୍ଧାନରେ ମୁଁ ବାଇବେଲ ସୁସମାଚାର (ବେଦ ପୁସ୍ତକମ୍) ରେ ଲିପିବଦ୍ଧ ହୋଇଥିବା ଯୀଶୁ (ୟେଶୁ ସତସଙ୍ଗ) ଙ୍କ ବକ୍ତବ୍ୟ ଏବଂ ଶିକ୍ଷା ପାଠ କରିଥିଲି । ଯୀଶୁଙ୍କ ଏଭଳି ବିବୃତ୍ତି ମୋତେ ଆକୃଷ୍ଟ କଲା ।

“… ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।”

ଯୋହନ 10:10

ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ।

   ମାଥିଉ 11:28-30

. ମୁଁ ହୃଦୟଙ୍ଗମ କଲି, ବୋଧହୁଏ, ଏହା ବୋଧହୁଏ, ଏଠାରେ ଏକ ଉତ୍ତର ଥିଲା ଯାହା ଅନ୍ୟ ପଥଗୁଡ଼ିକର ବୃଥଥାକୁ ସମାଧାନ କରିଥିଲା । ସର୍ବଶେଷରେ, ସୁସମାଚାରର ଅର୍ଥ ‘ଉତ୍ତମ ବାର୍ତ୍ତା’ ଅଟେ । ସୁସମାଚାର ପ୍ରକୃତରେ ଉତ୍ତମ ଖବର ଥିଲା କି? ଏହାର ଉତ୍ତର ପାଇବାକୁ ମୁଁ ସୁସମାଚାର ବିଷୟରେ ଏକ ସୂଚନାପୂର୍ଣ୍ଣ ଅନୁସନ୍ଧାନ ବିକାଶ କରିବା ଆରମ୍ଭ କଲି । ମୁଁ କେବଳ ଏକ ବୁଦ୍ଧିହୀନ ସମାଲୋଚକ ନ ହୋଇ ସୁସମାଚାର ବିଷୟରେ ସମାଲୋଚନାମୂଳକ ଭାବରେ ଚିନ୍ତା କରିବା ଆରମ୍ଭ କଲି।

ଯଦି କେହି ଏହି ପଥରେ ଯାତ୍ରା କରେ ସେ କେବେ ହେଁ ସଂପୂର୍ଣ୍ଣ ଭାବେ ପହଞ୍ଚେ ନାହିଁ, କିନ୍ତୁ ମୁଁ ଶିଖିଲି ଯେ ସୁସମାଚାର ଏହି ସମସ୍ୟାର ଉତ୍ତର ପ୍ରଦାନ କରେ । ଏହାର ସମ୍ପୂର୍ଣ୍ଣ ବିଷୟ ସେଗୁଡ଼ିକୁ ଯଥା ଏକ ସମ୍ପୂର୍ଣ୍ଣ ଜୀବନ, ମୃତ୍ୟୁ, ଅନନ୍ତତା, ଏବଂ ଆମର ପାରିବାରିକ ସମ୍ପର୍କରେ ପ୍ରେମ, ଦୋଷ, ଭୟ ଏବଂ କ୍ଷମା ଭଳି ବ୍ୟବହାରିକ ଚିନ୍ତାଧାରାକୁ ସମାଧାନ କରିବା ଅଟେ । ସୁସମାଚାରର ଦାବି କରେ ଯେ ଏହା ଏକ ମୂଳଦୁଆ ଅଟେ ଯାହା ଉପରେ ଆମେ ଆମର ଜୀବନ ଗଠନ କରିପାରିବା । ହୁଏତ ଜଣେ ବ୍ୟକ୍ତି ସୁସମାଚାର ଦ୍ଵାରା ପ୍ରଦାନ କରାଯାଇଥିବା ଉତ୍ତରଗୁଡ଼ିକୁ ପସନ୍ଦ କରି ନପାରେ,  ହୁଏତ ଜଣେ ବ୍ୟକ୍ତି ସେଗୁଡ଼ିକ ସହ ସହମତ ହୋଇ ନପାରେ କିମ୍ବା ବିଶ୍ଵାସ କରି ନପାରେ, କିନ୍ତୁ ପ୍ରଦାନ କରାଯାଇଥାଥିବା ଏହି ବିଷୟଗୁଡ଼ିକ ମାନବୀୟ ପ୍ରଶ୍ନଗୁଡ଼ିକର ସମାଧାନ ଅଟେ, ସେଗୁଡ଼ିକ ବିଷୟରେ ଅବଗତ ନହେବା ମୂର୍ଖାମୀ ଅଟେ  ।

ମୁଁ ଏହା ମଧ୍ୟ ଜାଣିଲି ଯେ ସୁସମାଚାର ବେଳେବେଳେ ମୋତେ ବହୁତ ଅସହଜ କରିଥାଏ କାରଣ ଏହା  ଏକ ସମୟରେ ଆମକୁ ଆରାମରେ ଜୀବନଯାପନ କରିବାକୁ ପ୍ରଲୋଭିତ କରେ କିନ୍ତୁ ସୁସମାଚାର ମୋ ହୃଦୟ, ମନ, ପ୍ରାଣ ଏବଂ ଶକ୍ତିକୁ ଆହ୍ୱାନ କଲା ଯେ ଯଦିଓ ଏହା ଜୀବନ ପ୍ରଦାନ କରେ, ତଥାପି ଏହା ଏକ ସହଜ ଉପାୟ ପ୍ରଦାନ କରେ ନାହିଁ ।

ଯେବେଠୁ ମୁଁ ସୁସମାଚାର ଅନୁସରଣ କରି ମୋର ଯାତ୍ରା ଆରମ୍ଭ କଲି, ମୁଁ ଭାରତରେ କାମ କରିବା ଏବଂ ଯାତ୍ରା କରିବା ଏବଂ ନେପାଳ ପରିଦର୍ଶନ କରିବାକୁ ଏକ ସୁଯୋଗ ପାଇଲି । ମୋର ବନ ଇଞ୍ଜିନିୟରିଂ ମୋତେ ମୋର ସହକର୍ମୀମାନଙ୍କ ସହିତ ଅନେକ ସ୍ଥାନକୁ ଯିବାକୁ ସାହାଯ୍ୟ କଲା ।ଏହି ପରିପ୍ରେକ୍ଷୀରେ, ମୁଁ ବାର୍ତ୍ତାଳାପ କରିବାକୁ ସକ୍ଷମ ହୋଇଥିଲି ଏବଂ ଏକ ବୈଦିକ ପ୍ରସଙ୍ଗରେ ସୁସମାଚାର କିପରି ପ୍ରାସଙ୍ଗିକ, ସତ୍ୟ ଏବଂ ଅର୍ଥପୂର୍ଣ୍ଣ ତାହା ବିଷୟରେ ଅଧିକ ଜ୍ଞାନ ହାସଲ କରିବାକୁ ସକ୍ଷମ ହେଲି । ମୁଁ ଆଶା କରେ ଆପଣ ମଧ୍ୟ ସୁସମାଚାରକୁ ସେହିପରି ପ୍ରାପ୍ତ କରିବେ ।

ଯଦି ଏଗୁଡ଼ିକର ପାର୍ଥକ୍ୟ ବୁଝିବା ସହଜ ନହୁଏ ତେବେ ସଂପୃକ୍ତ ଧାରଣାଗୁଡ଼ିକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ଦକ୍ଷିଣ ଏସୀୟ ଭାଷାଗୁଡ଼ିକ ଏହାର ଏକ ଉତ୍ତମ ଉଦାହରଣ ପ୍ରଦାନ କରେ ।

ଅନେକ ପାଶ୍ଚାତ୍ୟ ଲୋକ ହିନ୍ଦୀ (ଭାଷା) ଏବଂ ହିନ୍ଦୁ (ଧର୍ମ ବା ଜୀବନଯାପନ କରିବାର ଧାର୍ମିକ ପଥ) ମଧ୍ୟରେ ପାର୍ଥକ୍ୟ କରନ୍ତି ନାହିଁ । ଏହି ଶବ୍ଦଗୁଡ଼ିକ ଏତେ ସମାନ ଲାଗେ, ଯେହେତୁ ସେଗୁଡ଼ିକ ‘ଉଭୟ ଭାରତରୁ ଆସିଛି’ ସେମାନେ ଏହି ଶବ୍ଦଗୁଡ଼ିକୁ ସମାନ ବୋଲି ଭାବନ୍ତି । ଆପଣ ଏହି ଶବ୍ଦଗୁଡ଼ିକୁ ଭୁଲ ବ୍ୟବହାର “ସେ ହିନ୍ଦୁ କହନ୍ତି’ ଏବଂ ‘ସେ ଜଣେ ହିନ୍ଦୀ’ ବୋଲି କହିବା ଲୋକମାନଙ୍କୁ ଶୁଣିଥିବେ ।

କେତେକ ପାଶ୍ଚାତ୍ୟ ଲୋକ ଏହା ମଧ୍ୟ ଅନୁଭବ କରନ୍ତି ନାହିଁ ଯେ ଦକ୍ଷିଣ ଏସିଆରେ ଅନେକ ଭାଷାବିଶିଷ୍ଟ ଲୋକ ବାସ କରନ୍ତି ।  ପ୍ରାୟତଃ ଅନୁମାନ କରାଯାଏ ଯେ ସମସ୍ତେ ‘ସେଠାରେ’ ହିନ୍ଦୀ (କିମ୍ବା ହିନ୍ଦୁ) ଭାଷା କହନ୍ତି । ସେମାନେ ସେଠାରେ ଲକ୍ଷ ଲକ୍ଷ ଲୋକ ମାଲାୟାଲମ୍, ତାମିଲ୍, ତେଲିଗୁ, ଓଡିଆ, ମରାଠୀ, ବଙ୍ଗାଳୀ, ଗୁଜୁରାତି, କନ୍ନଡ, ପଞ୍ଜାବୀ, ନେପାଳୀ ଇତ୍ୟାଦି ବିଭିନ୍ନ ଭାଷା କୁହନ୍ତି ବୋଲି ପ୍ରଶଂସା କରନ୍ତି ନାହିଁ ।

ଅବଶ୍ୟ ହିନ୍ଦୁ ଧର୍ମ ଦ୍ୱାରା ହିନ୍ଦୀ ଭାଷା ପ୍ରଭାବିତ ହୋଇଅଛି ଏବଂ ହିନ୍ଦୁ ଧର୍ମ ବିଚାରଧାରାଗୁଡ଼ିକ ପ୍ରାୟତଃ  ହିନ୍ଦୀ ଭାଷାରେ ପ୍ରକାଶ କରାଯାଇଥାଏ । ତଥାପି, ସେଠାରେ ଅନେକ ହିନ୍ଦୀ ଭାଷାବାଦୀ ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ନୁହଁନ୍ତି । ସେହିଭଳି ହିନ୍ଦୁ ଭକ୍ତମାନେ ଅନ୍ୟ ଭାଷାରେ ମଧ୍ୟ ପ୍ରାର୍ଥନା ଏବଂ ପୂଜା କରନ୍ତି (ତାମିଲ, ମାଲାୟାଲମ୍, ଇତ୍ୟାଦି) । ସେଗୁଡ଼ିକ ଆଂଶିକ ସମାନ – କିନ୍ତୁ ସମାନ ନୁହଁନ୍ତି ।

ଦକ୍ଷିଣ ଏସୀୟ ଭାଷା ଲିପି

ଏହି ଭାଷାଗୁଡ଼ିକ, ଯଦିଓ ବିବିଧ, ସେଗୁଡ଼ିକର ଇତିହାସ ଦ୍ୱାରା ଏକତ୍ରିତ ଅଟେ । ଦକ୍ଷିଣ ଏସିଆର ସମସ୍ତ ଲେଖନ ପ୍ରଣାଳୀ ବ୍ରାହ୍ମୀ ଲିପିରୁ ଆସିଛି । ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ର ବର୍ଷର ମଧ୍ୟଭାଗରେ ଏହା ପ୍ରାଚୀନ ଫୋନିସିଆନ୍ (= ପାଲିଓ-ଏବ୍ରୀ) ରୁ ଉତ୍ପନ୍ନ ହୋଇଥିଲା ।

This image has an empty alt attribute; its file name is Paleo-Hebrew_seal.jpg
ଫୋନିସିଆନ୍ ଲିପିରେ ଲିଖିତ ପ୍ରାଚୀନ ମୁଦ୍ରା (= ପାଲିଓ-ଏବ୍ରୀ)

ଏହି ଲିପି କିପରି ଦକ୍ଷିଣ ଏସିଆକୁ ଆସିଲା ତାହା ସ୍ପଷ୍ଟ ନୁହେଁ, ଯଦିଓ ଏସିଆର ଗୁପ୍ତ ଷଡଯନ୍ତ୍ରରେ ଏବ୍ରୀ ନିର୍ବାସନ ଉପରେ ଆଧାରିତ ଏକ ଅଗ୍ରଣୀ ସିଦ୍ଧାନ୍ତ ଅଟେ । ବ୍ରାହ୍ମୀ ଲିପି ଦୁଇଟି ମୁଖ୍ୟ ଗୋଷ୍ଠୀରେ: ଉତ୍ତର ଏବଂ ଦକ୍ଷିଣ ବ୍ରାହ୍ମୀ ଲିପି, ଶାଖାରେ ବିଭାଜିତ । ଉତ୍ତର ବ୍ରାହ୍ମୀ ଲିପି ଦେବନାଗରୀ ଏବଂ ନନ୍ଦିନଗରୀରେ ବିକଶିତ ହେଲା ଯାହା ସଂସ୍କୃତ ଏବଂ ଉତ୍ତର ଭାରତର ଭାଷା (ହିନ୍ଦୀ, ମରାଠୀ, ଗୁଜୁରାତୀ, ବଙ୍ଗାଳୀ, ନେପାଳୀ, ପଞ୍ଜାବୀ) ହେଲା । ଦ୍ରାବିଡ଼ ଭାଷାଗୁଡ଼ିକ ଦକ୍ଷିଣ ବ୍ରାହ୍ମୀ ଲିପିକୁ ଗ୍ରହଣ କରିଥିଲେ, ମୁଖ୍ୟତଃ ଆଜି ତାମିଲ, ତେଲେଗୁ, କନ୍ନଡ ଏବଂ ମାଲାୟାଲାମ ଭାବରେ ପରିଚିତ ।

ଖ୍ରୀଷ୍ଟଧର୍ମ ଏବଂ ସୁସମାଚାର ମଧ୍ୟ ସମାନ ନୁହେଁ

ଯେପରି ହିନ୍ଦୀ ଏବଂ ହିନ୍ଦୁ ପରସ୍ପରକୁ ପ୍ରଭାବିତ କରେ, କିନ୍ତୁ ସମାନ ନୁହେଁ, ସେହିପରି ସୁସମାଚାର ଏବଂ ଖ୍ରୀଷ୍ଟଧର୍ମ ସମାନ ନୁହେଁ । ଖ୍ରୀଷ୍ଟଧର୍ମ ଏକ ବାର୍ତ୍ତା ପ୍ରତି ସାଂସ୍କୃତିକ ପ୍ରତିକ୍ରିୟା ଅଟେ । ତେଣୁ ଖ୍ରୀଷ୍ଟଧର୍ମରେ ରୀତିନୀତି, ବିଶ୍ୱାସ ଏବଂ ଅଭ୍ୟାସଗୁଡ଼ିକ ଅଛି କିନ୍ତୁ ସୁସମାଚାରରେ ନାହିଁ । ଉଦାହରଣ ସ୍ୱରୂପ, ଇଷ୍ଟର୍ ଏବଂ ଖ୍ରୀଷ୍ଟମାସ ଭୋଳି ପ୍ରସିଦ୍ଧ ପର୍ବଗୁଡ଼ିକୁ ନିଅନ୍ତୁ, ବୋଧହୁଏ ଏଗୁଡ଼ିକ ଖ୍ରୀଷ୍ଟଧର୍ମର ସବୁଠାରୁ ପ୍ରସିଦ୍ଧ ଉପସ୍ଥାପିତ ପର୍ବଗୁଡ଼ିକ ଅଟେ  । ଏହି ପର୍ବଗୁଡ଼ିକ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ମୃତ୍ୟୁ ଏବଂ ପୁନରୁତ୍ଥାନକୁ, ସୁସମାଚାରରେ ଈଶ୍ଵରଙ୍କ ପ୍ରକାଶନକୁ ସ୍ମରଣ କରେ  । କିନ୍ତୁ ସୁସମାଚାର ବାର୍ତ୍ତା, କିମ୍ବା ବେଦ ପୁସ୍ତକମ୍ (ବାଇବେଲ)ର କୌଣସି ସ୍ଥାନରେ ଏହି ପର୍ବଗୁଡ଼ିକ ବିଷୟରେ ଉଲ୍ଲେଖ କିମ୍ବା ନିର୍ଦ୍ଦେଶ ନାହିଁ । ସୁସମାଚାର ଏବଂ ଖ୍ରୀଷ୍ଟଧର୍ମ ମଧ୍ୟରେ ଆଂଶିକ ସମାନତା ଅଛି କିନ୍ତୁ ସେଗୁଡ଼ିକ ସମାନ ନୁହଁନ୍ତି । ବାସ୍ତବରେ, ପୁରା ବାଇବେଲ (ବେଦ ପୁସ୍ତକାନ୍) ରେ ଖ୍ରୀଷ୍ଟିୟାନ ଶବ୍ଦକୁ କେବେଳ ତିନିଥର ଉଲ୍ଲେଖ କରେ ।

ଯେପରି ଦକ୍ଷିଣ ଏସୀୟ ଭାଷାଗୁଡ଼ିକର ଲିପିର ବିକାଶରେ ଏକ ଦୀର୍ଘ ଏବଂ ଜଟିଳ ଇତିହାସ ରହିଛି, ସେହିପରି ସୁସମାଚାର ମଧ୍ୟ ଖ୍ରୀଷ୍ଟଧର୍ମଠାରୁ ବହୁ ପୁରାତନ ଅଟେ । ମାନବ ଇତିହାସର ପ୍ରାରମ୍ଭରେ ପ୍ରଥମେ ସୁସମାଚାର ବାର୍ତ୍ତା ଘୋଷଣା କରାଯାଇଥିଲା, ତେଣୁ ଏହା  ୠଗ୍ ବେଦର ପୁରାତନ ଅଂଶରେ ଦେଖିବାକୁ ମିଳେ । ଅବ୍ରହାମ ଏହାକୁ 4000 ବର୍ଷ ପୂର୍ବେ ପ୍ରଚଳିତ କରିଥିଲେ, ଯାହାର ବଂଶଧରମାନେ (ଅ) ବ୍ରହାମିକ ଲିପିକୁ ଦକ୍ଷିଣ ଏସିଆକୁ ଆଣିଥିଲେ । ଦକ୍ଷିଣ ଏସୀୟ ଭାଷାଗୁଡ଼ିକ ପରି, ସୁସମାଚାର ବିଭିନ୍ନ ଲିପିଗୁଡିକରେ ବିସ୍ତାର କରିଛି ଯାହା ଆସିଛି ଏବଂ ଯାଇଛି, ଏବଂ ସାମ୍ରାଜ୍ୟଗୁଡ଼ିକ ଉଠିଛି ଏବଂ ପତନ ହୋଇଛି । କିନ୍ତୁ ଆରମ୍ଭରୁ ଏହାର ଉଦ୍ଦେଶ୍ୟ ସେମାନଙ୍କର ସଂସ୍କୃତି, ଭାଷା, ଲିଙ୍ଗ, ଜାତି କିମ୍ବା ସାମାଜିକ ସ୍ଥିତି ନିର୍ବିଶେଷରେ ସବୁ ଜାତିର ଲୋକଙ୍କ ପାଇଁ ଥିଲା  । ସୁସମାଚାର ଏକ ପ୍ରେମ କାହାଣୀ ଅଟେ ଯାହା ଏକ ବିବାହ ସହିତ ସମାପ୍ତ ହୁଏ ।

ସୁସମାଚାର କେଉଁ ବିଷୟରେ ଅଟେ?

ଏହି ୱେବସାଇଟ୍ ସୁସମାଚାର ବିଷୟରେ ଅଟେ ଖ୍ରୀଷ୍ଟଧର୍ମ ବିଷୟରେ ନୁହେଁ, ।  ସୁସମାଚାରକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ଶବ୍ଦଗୁଡ଼ିକ ହେଉଛି ଏକମାତ୍ର ପଥ ଏବଂ ଧାର୍ମିକ ପଥ (ଧର୍ମ ଭାବନ୍ତୁ) । ଯେଉଁମାନେ ସୁସମାଚାର ଅନୁସରଣକାରୀଙ୍କୁ ଅନୁସରଣ କରନ୍ତି ସେମାନଙ୍କୁ ବିଶ୍ଵାସୀ, ଶିଷ୍ୟ କୁହାଯାଏ (ଭକ୍ତମାନଙ୍କୁ ଭାବନ୍ତୁ) । ସୁସମାଚାରର କେନ୍ଦ୍ରୀୟ ବିଚାରଧାରା ଜଣେ ବ୍ୟକ୍ତି, ନାଜରିତର ଯୀଶୁ, ଈଶ୍ଵରଙ୍କ ପ୍ରତିମୁର୍ତ୍ତି, ଗୁରୁ ଅଟନ୍ତି ଯିଏ ଆପଣଙ୍କୁ ଏବଂ ମୋତେ ଭକ୍ତି ପ୍ରଦର୍ଶନ କରିଥିଲେ । ତାଙ୍କ ଆଗମନ ସମୟ ଆରମ୍ଭରୁ ଯୋଜନା କରାଯାଇଥିଲା। ଜଣେ ବ୍ୟକ୍ତି  ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ଅନ୍ୟ ଧର୍ମର – କିମ୍ବା ଅନ୍ୟ କେହି ହେଉନା କାହିଁକି ସେ ଯୀଶୁଙ୍କ ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ ।

ଯଦି ଆପଣ ଜୀବନ, ପାପ ଏବଂ ମୃତ୍ୟୁରୁ ମୁକ୍ତି ଏବଂ ଈଶ୍ଵରଙ୍କ ସହ ସମ୍ପର୍କ, ସୁସମାଚାରର ବିଷୟବସ୍ତୁ ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଏହି ୱେବସାଇଟ୍ ଆପଣଙ୍କ ପାଇଁ ଅଟେ । ଖ୍ରୀଷ୍ଟଧର୍ମର ସଂସ୍କୃତିକୁ ଛାଡି, ଆପଣ ସୁସମାଚାରକୁ ଯଥେଷ୍ଟ ରୋମାଞ୍ଚକ ଏବଂ ସନ୍ତୋଷଜନକ ବୋଲି ଜାଣିବାକୁ ପାଇବେ ।  ଆପଣ ଏହାକୁ ନିମ୍ନକ୍ତ ଦକ୍ଷିଣ ଏସୀୟ ଭାଷାରେ ଅନୁସନ୍ଧାନ କରିପାରିବେ: ଇଂରାଜୀ, ହିନ୍ଦୀ, ରୋମାନାଗ୍ରି, ବଙ୍ଗାଳୀ, ମରାଠୀ, ଗୁଜୁରାତୀ, ପଞ୍ଜାବୀ, ନେପାଳୀ, କାନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ।

ସାରା ବିଶ୍ଵର ସମସ୍ତ ସଂସ୍କୃତିରେ ବିବାହକୁ କାହିଁକି ଐଶ୍ୱରିକ ବୋଲି ବିଶ୍ଵାସ କରାଯାଏ? ବିବାହକୁ ପବିତ୍ର ସମାରୋହ ବୋଲି କାହିଁକି ବିବେଚନା କରାଯାଏ? ବୋଧହୁଏ ଈଶ୍ଵର ଯିଏ ଆମକୁ ଏହି ବିବାହକୁ ଆମନ୍ତ୍ରଣ କରିଛନ୍ତି,  ବିବାହ ସୃଷ୍ଟି କରିଛନ୍ତି ଏବଂ ଏହା ଏକ ଗଭୀର ବାସ୍ତବତାକୁ ସୂଚିତ କରିବା ପାଇଁ, ଆମ ପାଇଁ ଏକ ଚିତ୍ର ଭାବରେ ଚିହ୍ନିତ କରଛନ୍ତି,  ଏହା ଦେଖିବା କଷ୍ଟକର କିନ୍ତୁ – ଆପଣ ଏଥିରେ ପ୍ରବେଶ କରି ପାରିବେ ।

ୠଗ୍ ବେଦ, ସର୍ବପ୍ରଥମ ପବିତ୍ର ଦକ୍ଷିଣ ଏସୀୟ ପାଠ ଅଟେ, ଏହାକୁ 2000 – 1000 ଖ୍ରୀଷ୍ଟପୂର୍ବ ମଧ୍ୟରେ ଲେଖାଯାଇଥିଲା । ବୈଦିକ ପରମ୍ପରାରେ ଲୋକମାନଙ୍କର ଏକ ପବିତ୍ର ମିଳନ ଭାବରେ ବିବାହର ଏହି ଧାରଣା ପାଇଁ ଏହା ବିବାହ (Vivaah) ବ୍ୟବହାର କରେ । ତେଣୁ ଏହି ବେଦଗୁଡ଼ିକରେ ବିବାହ ବିଶ୍ୱସମ୍ବନ୍ଧୀୟ ନିୟମ ଉପରେ ଆଧାରିତ ଅଟେ। ଏହା ବିଶ୍ୱ ଦ୍ୱାରା ପରିକଳ୍ପିତ ଏବଂ ଏକ “ପବିତ୍ର ଏକତା ଯାହା ଅଗ୍ନିର ସାକ୍ଷୀରେ ସ୍ଥାପିତ ହୁଏ” ବୋଲି ବିବେଚନା କରାଯାଏ ।

ଏବ୍ରୀୟ ବେଦ, ପ୍ରାୟ ସେହି ସମୟରୁ, ସାଧୁମାନଙ୍କ ପୁସ୍ତକ ଥିଲା ଯେଉଁମାନେ ଈଶ୍ଵରଙ୍କଠାରୁ ପ୍ରକାଶନ ପାଇଥିଲେ । ଆଜି ଆମେ ଏହି ପୁସ୍ତକଗୁଡ଼ିକୁ ବାଇବେଲର ପୁରାତନ ନିୟମ ଭାବରେ ଜାଣୁ । ଈଶ୍ଵର କ’ଣ କରିବାକୁ ଯାଉଛନ୍ତି ତାହା ଚିତ୍ର କରିବା ପାଇଁ ଏହି ପୁସ୍ତକଗୁଡ଼ିକ ନିୟମିତ ଭାବରେ ‘ବିବାହ’ ଏବଂ ‘ବିବାହୋତ୍ସବ ଶବ୍ଦଗୁଡ଼ିକୁ ବ୍ୟବହାର କରୁଥିଲେ । ଏହି ପୁସ୍ତକଗୁଡ଼ିକ କେହି ଜଣେ ଆସିବାକୁ ଥିବା ବ୍ୟକ୍ତିର ଆଶା ବିଷୟରେ ଉଲ୍ଲେଖ କରେ ଯିଏ ବିବାହ ସହିତ ଚିତ୍ରିତ ଲୋକମାନଙ୍କ ସହିତ ଏକ ଅନନ୍ତ କାଳିନ ବନ୍ଧନ ଆରମ୍ଭ କରିବେ । ନୂତନ ନିୟମ କିମ୍ବା ସୁସମାଚାର ଘୋଷଣା କରେ ଯେ ଏହି କେହି ଜଣେ ଯୀଶୁ – ୟେଶୁ ସତସଙ୍ଗ ଅଟନ୍ତି ।

ଏହି ୱେବସାଇଟର ବିଷୟ ଏହା ଯେ ପ୍ରାଚୀନ ସଂସ୍କୃତ ଏବଂ ଏବ୍ରୀୟ ବେଦ ମଧ୍ୟ ସେହି ବ୍ୟକ୍ତିର ଆଗମନକୁ ଆଶା କରୁଥିଲେ । ଏହା ଆହୁରି ବ୍ୟାଖ୍ୟା କରେ, କିନ୍ତୁ ବିବାହ କ୍ଷେତ୍ରରେ ମଧ୍ୟ ଯୀଶୁଙ୍କ ନିମନ୍ତ୍ରଣର ସୁସମାଚାର ଚିତ୍ର ଏବଂ ବିବାହ ମଧ୍ୟରେ ସମାନତା ଆକର୍ଷଣୀୟ ଅଟେ ।

ସପ୍ତପଡ଼ି: ସାତୋଟି ବିବାହ ସୋପାନ

ବିବାହ ସମାରୋହର କେନ୍ଦ୍ରୀୟ ଅଂଶ ସାତଟି ସୋପାନ, କିମ୍ବା ସପ୍ତପଡି ସାତ ଫେର ଅଟେ:

ଯେତେବେଳେ ବର ଏବଂ କନ୍ୟା ସାତୋଟି ଫେର ଏବଂ ଶପଥ ନିଅନ୍ତି । ବୈଦିକ ପରମ୍ପରାରେ, ସପ୍ତପଡି ପବିତ୍ର ଅଗ୍ନି (ଅଗ୍ନି) ଚାରିପାଖରେ କରାଯାଇଥାଏ, ଯାହାକି ଅଗ୍ନି ଦେବ (ଈଶ୍ୱରୀୟ ଅଗ୍ନି) ଦ୍ୱାରା ସାକ୍ଷୀ ହୁଏ ।

ବାଇବେଲ ମଧ୍ୟ ଈଶ୍ଵରଙ୍କୁ ଅଗ୍ନି ଭାବେ ଚିତ୍ରିତ କରେ

ଈଶ୍ଵର ଏକ ଗ୍ରାସକାରୀ ଅଗ୍ନି ସ୍ଵରୂପ ଅଟନ୍ତି ।

କାରଣ ଆମ୍ଭମାନଙ୍କର ଈଶ୍ଵର ଗ୍ରାସକାରୀ ଅଗ୍ନି ସ୍ଵରୂପ।

ଏବ୍ରୀ 12:29

ଏବଂ

 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଗ୍ରାସକାରୀ ଅଗ୍ନି, ସ୍ଵଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟନ୍ତି।

ଦ୍ଵିତୀୟ ବିବରଣ 4:24

ବାଇବେଲର ଶେଷ ପୁସ୍ତକ ବିଶ୍ଵ ପୂର୍ବରୁ କରାଯାଇଥିବା ଏକ ବିବାହରେ ଏହି ଈଶ୍ୱରୀୟ ବିବାହ ନିମନ୍ତ୍ରଣର ସମାପ୍ତି ବିଷୟରେ ପୂର୍ବାନୁମାନ କରିଛି । ଏହି ବିବାହକୁ ମଧ୍ୟ ସାତଟି ସୋପାନ ଆଗେଇ ନିଏ । ଏହି ପୁସ୍ତକ ସେଗୁଡ଼ିକୁ ଏହି ଶବ୍ଦଗୁଡ଼ିକ ସହିତ ‘ମୁଦ୍ରା’ ଭାବରେ ବର୍ଣ୍ଣନା କରେ:

ତତ୍ପରେ ମୁଁ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ଵରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚ ସ୍ଵରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ଵର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।

ପ୍ରକାଶିତ ବାକ୍ୟ 5:1-5[Ma1] 

ବିବାହ ଉତ୍ସବ ପାଳନ

ସାତଟି ସପ୍ତପଡିର ପ୍ରତ୍ୟେକ ସୋପାନ ପରି, ଯେତେବେଳେ ବର ଏବଂ କନ୍ୟା ପବିତ୍ର ଶପଥ ବିନିମୟ କରନ୍ତି, ଏହି ପୁସ୍ତକ ତା’ପରେ ପ୍ରତ୍ୟେକ ମୁଦ୍ରା ଖୋଲିବାକୁ ବର୍ଣ୍ଣନା କରେ । ସପ୍ତମ ମୁଦ୍ରା ଖୋଲିବା ପରେ ହିଁ ବିବାହ ଘୋଷଣା କରାଯାଏ:

ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।

ପ୍ରକାଶିତ ବାକ୍ୟ 19:7[Ma2] 

ବାରାତ୍, ବିବାହ ଯାତ୍ରା

ଏହି ବିବାହ ସମ୍ଭବ କାରଣ ବର, ସେହି ଗ୍ରାସକାରି ଅଗ୍ନି ଉପସ୍ଥିତିରେ କନ୍ୟାର ମୂଲ୍ୟ ଦେଇଛନ୍ତି, ଏବଂ ତାଙ୍କ ଘୋଡା ଚଢ଼ି, ଆଜିର ବିବାହ ପରି ଏକ ବାରାତ୍, ତାଙ୍କ କନ୍ୟା ଦାବି କରିବାକୁ, ଏକ ସ୍ୱର୍ଗୀୟ ଯାତ୍ରାକୁ ଆଗେଇ ନିଅନ୍ତି ।

କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ଵର ଓ ଈଶ୍ଵରଙ୍କ ତୂରୀବାଦ୍ୟ ସହିତ ସ୍ଵର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ତଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ।

1 ଥେସଲନୀକୀୟ  4:16-17

କନ୍ୟାର ମୂଲ୍ୟ କିମ୍ବା ଯୌତୁକ

ଆଜିର ବିବାହରେ ପ୍ରାୟତଃ କନ୍ୟାର ମୂଲ୍ୟ କିମ୍ବା ଯୌତୁକ ଯଥା କନ୍ୟାଦାନ,  ବର ଏବଂ ତାର ପରିବାରକୁ ଦେବା ବିଷୟରେ ଅନେକ ସମୟରେ ଆଲୋଚନା ଏବଂ ବିବାଦ ଲାଗି ରହିଥାଏ । ଏହି ଆଗାମୀ ସ୍ୱର୍ଗୀୟ ବିବାହରେ, ବର କନ୍ୟା ପାଇଁ ମୂଲ୍ୟ ଦେଇଥିବାରୁ ସେ ହିଁ କନ୍ୟା ପାଇଁ ଏକ ମୁକ୍ତ ଉପହାର ଆଣନ୍ତି ।

ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ଵାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ଵରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ,

ପ୍ରକାଶିତ ବାକ୍ୟ 5:9[Ma3] 

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।

ପ୍ରକାଶିତ ବାକ୍ୟ  22:17[Ma4] 

ବିବାହ ଯୋଜନା

ଆଜି, ପିତାମାତାମାନେ ବିବାହର ବ୍ୟବସ୍ଥା କରନ୍ତି (ବ୍ୟବସ୍ଥା ବିବାହ) କିମ୍ବା ଦମ୍ପତି ନିଜ ପାରସ୍ପରିକ ପ୍ରେମ (ପ୍ରେମ-ବିବାହ) ରୁ ବିବାହ କରନ୍ତି । ଉଭୟ କ୍ଷେତ୍ରରେ, ଆପଣ ଆପଣଙ୍କ ହେବାକୁ ଥିବା ଜୀବନସାଥୀଙ୍କ ସହ ଆପଣଙ୍କ ବିବାହ ବ୍ୟବସ୍ଥା ବିଷୟରେ ବିଚାରଧାରା କିମ୍ବା ବୁଝାମଣା ବିନିଯୋଗ କରିବେ । ଯେତେବେଳେ ବିବାହ ପ୍ରସ୍ତାବ ଦିଆଯାଏ ସେତେବେଳେ ବିବାହ ବିଷୟରେ ଅବଗତ ନହେବା ବୁଦ୍ଧିମାନ ନୁହେଁ ।

ଏହି ଆସୁଥିବା ବିବାହ, ଏବଂ ଏଥିପାଇଁ ଆପଣଙ୍କ ନିମନ୍ତ୍ରଣ ବିଷୟରେ ମଧ୍ୟ ଏହା ସତ୍ୟ । ଏହି କାରଣରୁ ଆମେ ଏହି ୱେବସାଇଟ୍ ତିଆରି କରିଅଛୁ ଯାହା ଦ୍ଵାରା ଆପଣ ଈଶ୍ଵରଙ୍କ ବିଷୟରେ ଜାଣିବେ ଏବଂ ବୁଝିବାର ସୁଯୋଗ ପାଇବେ ଯିଏ ଆପଣଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିଛନ୍ତି । ଏହି ବିବାହ ଏକ ନିର୍ଦ୍ଦିଷ୍ଟ ସଂସ୍କୃତି, ଶ୍ରେଣୀ କିମ୍ବା ଲୋକମାନଙ୍କ ପାଇଁ ନୁହେଁ । ବାଇବେଲ କହେ:

ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;

ପ୍ରକାଶିତ ବାକ୍ୟ 7:9[Ma5] 

ୠଗ୍ ବେଦରୁ ଆରମ୍ଭ କରି ସଂସ୍କୃତ ଏବଂ ଏବ୍ରୀୟ ବେଦଗୁଡ଼ିକର ସମନ୍ୱୟକୁ ଦେଖିବା ଏବଂ ଆଗାମୀ ବିବାହକୁ ବୁଝିବା ପାଇଁ ଆମେ ଏହି ଯାତ୍ରା ଆରମ୍ଭ କରିଛୁ, । ବର କିଏ, ତାଙ୍କ ନାମ, ତାଙ୍କ ଆସିବାର ସମୟ (ପବିତ୍ର ସାତରେ ମଧ୍ୟ) ଏବଂ ସେ କିପରି କନ୍ୟାର ମୂଲ୍ୟ ଦେବେ ସେ ସମ୍ବନ୍ଧରେ ଈଶ୍ଵର ଏବ୍ରୀୟ ବେଦରେ ସବିଶେଷ ତଥ୍ୟ ଏବଂ ଯୋଜନା ପ୍ରକାଶ କରିଥିଲେ । ଆମେ ବରର ଆଗମନକୁ, ତାଙ୍କ ଜନ୍ମ ଠାରୁ ଆରମ୍ଭ କରି ତାଙ୍କର କେତେକ ଚିନ୍ତାଧାରା, ବରଯାତ୍ରୀ ଦେୟ, କନ୍ୟା ପ୍ରତି ତାଙ୍କ ପ୍ରେମ, ଏବଂ ତାଙ୍କ ଆମନ୍ତ୍ରଣକୁ ଅନୁସରଣ କରୁ ।

ବିବାହରେ ଆପଣଙ୍କୁ ଦେଖିବାକୁ ଆଶା କରୁ ।

ଯୀଶୁଙ୍କ ପୁନରୁତ୍ଥାନ: ପୁରାଣ କିମ୍ବା ଇତିହାସ?

  • by

ପୁରାଣ, ରାମାୟଣ, ଏବଂ ମହାଭାରତ ସମୟର ଶେଷ ପର୍ଯ୍ୟନ୍ତ ବଞ୍ଚିବାକୁ ଖ୍ୟାତି ଅର୍ଜନ କରିଥିବା ଚିରଞ୍ଜୀବୀମାନଙ୍କୁ ବର୍ଣ୍ଣନା କରେ । ଯଦି ଏହି ପୁରାଣଗୁଡିକ ଐତିହାସିକ ତେବେ ଏହି ଚିରଞ୍ଜୀବୀମାନେ ଆଜି ପୃଥିବୀରେ ବାସ… Read More »ଯୀଶୁଙ୍କ ପୁନରୁତ୍ଥାନ: ପୁରାଣ କିମ୍ବା ଇତିହାସ?

କୁରୁକ୍ଷେତ୍ର ଯୁଦ୍ଧ ପରି: ଭବିଷ୍ୟବାଣୀ ଅନୁସାରେ ଆସୁଥିବା ‘ଅଭିଷିକ୍ତ’ ଶାସକ

  • by

ଭଗବତ୍ ଗୀତା ମହାଭାରତ ଉପନ୍ୟାସର ଜ୍ଞାନ କେନ୍ଦ୍ର ଅଟେ। ଯଦିଓ ବର୍ତ୍ତମାନ ଏହାକୁ ଗୀତା (ଗୀତ) ଭାବରେ ଲେଖାଯାଏ । କୁରୁକ୍ଷେତ୍ରରେ ମହାନ ଯୁଦ୍ଧ ପୂର୍ବରୁ – ରାଜ ପରିବାରର ଦୁଇ କୁଳ ମଧ୍ୟରେ… Read More »କୁରୁକ୍ଷେତ୍ର ଯୁଦ୍ଧ ପରି: ଭବିଷ୍ୟବାଣୀ ଅନୁସାରେ ଆସୁଥିବା ‘ଅଭିଷିକ୍ତ’ ଶାସକ

ରାଜ ପରି: ଯୀଶୁ ଖ୍ରୀଷ୍ଟଙ୍କ ‘ଖ୍ରୀଷ୍ଟ’ ଅର୍ଥ କ’ଣ?

  • by

ମୁଁ ବେଳେବେଳେ ଲୋକମାନଙ୍କୁ ଯୀଶୁଙ୍କର ସାଙ୍ଗିଆ ପଚାରିଥାଏ ? ସାଧାରଣତଃ ସେମାନେ ଏହିପରି ଉତ୍ତର ଦେଇଥାନ୍ତି, “ବଧହୁଏ ତାହାଙ୍କର ସାଙ୍ଗିଆ ‘ଖ୍ରୀଷ୍ଟ’ ଥିଲା କିନ୍ତୁ ମୁଁ ନିଶ୍ଚିତ ନୁହେଁ” ତା’ପରେ ମୁଁ ପଚାରେ, “ତେବେ… Read More »ରାଜ ପରି: ଯୀଶୁ ଖ୍ରୀଷ୍ଟଙ୍କ ‘ଖ୍ରୀଷ୍ଟ’ ଅର୍ଥ କ’ଣ?

ସମଗ୍ର ଭାରତ ଏବଂ ସାରା ବିଶ୍ୱରେ ଯିହୁଦୀମାନଙ୍କର ଇତିହାସ

  • by

ଭାରତରେ ଯିହୁଦୀମାନଙ୍କର ଏକ ଲମ୍ବା ଇତିହାସ ରହିଛି, ଏଠାରେ ହଜାରେ ବର୍ଷ ଧରି ରହି ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଏକ ଛୋଟ ମୋଜାଇକ୍ ସମ୍ପ୍ରଦାୟ ଗଠନ କରିଥିଲେ । ଯିହୁଦୀମାନେ ଅନ୍ୟ ସଂଖ୍ୟାଲଘୁମାନଙ୍କ ତୁଳନାରେ… Read More »ସମଗ୍ର ଭାରତ ଏବଂ ସାରା ବିଶ୍ୱରେ ଯିହୁଦୀମାନଙ୍କର ଇତିହାସ