Skip to content
Home » ଦୁର୍ନୀତିଗ୍ରସ୍ତ (ଭାଗ 2) … ଆମର ଲକ୍ଷ୍ୟକୁ ହରାଇବା

ଦୁର୍ନୀତିଗ୍ରସ୍ତ (ଭାଗ 2) … ଆମର ଲକ୍ଷ୍ୟକୁ ହରାଇବା

  • by

ଆମେମାନେ ଶେଷଥର ଦେଖିଥିଲୁ  ଯେ କିପରି ବେଦ ପୁସ୍ତକମ୍ (ବାଇବଲ) ଆମମାନଙ୍କୁ ଈଶ୍ଵରଙ୍କ ମୂଳ ପ୍ରତିଛବିରୁ  ଯେଉଁଥିରେ ଆମେମାନେ ନିର୍ମିତ, ଭ୍ରଷ୍ଟ ବୋଲି ବର୍ଣ୍ଣନା କରେ । ଅର୍କସ ଓଫ୍ ମିଡ଼ିଲ୍ ଅର୍ତ୍, କରପ୍ଟେଡ଼ ଫ୍ରୋମ୍ ଦି ଏଲ୍ଭିସ୍ , ଏକ ଚିତ୍ର ଯାହା ମୋତେ ଏହାକୁ ଭଲ ଭାବରେ ‘ଦେଖିବା’ ପାଇଁ ସାହାଯ୍ୟ କରିଛି । କିନ୍ତୁ ଏହା କିପରି ଘଟିଲା?

ପାପର ଆରମ୍ଭ

ଏହା ବାଇବଲର ଆଦି ପୁସ୍ତକରେ ଲିପିବଦ୍ଧ ହୋଇଛି । ଈଶ୍ଵରଙ୍କ ପ୍ରତିମୂର୍ତ୍ତୀରେ ସୃଷ୍ଟି ହେବାର ଅଳ୍ପ ସମୟ ପରେ ପ୍ରଥମ ମାନବ ପରୀକ୍ଷା କରାଯାଇଥିଲେ । ବିବରଣୀ ଏହାକୁ ଏକ ‘ସର୍ପ’ ବିନିମୟରେ ଲିପିବଦ୍ଧ କରେ । ସର୍ପ ସର୍ବଦା ସର୍ବସାଧାରଣରେ ଶୟତାନ – ଈଶ୍ଵରଙ୍କ ଆତ୍ମାଙ୍କର ଶତ୍ରୁ ବୋଲି ଖ୍ୟାତ । ବାଇବଲ ମାଧ୍ୟମରେ, ଶୟତାନ ସାଧାରଣତଃ ଅନ୍ୟ ଜଣଙ୍କ ମାଧ୍ୟମରେ କହି ମନ୍ଦତାକୁ ପ୍ରଲୋଭିତ କରେ । ଏହି ପରିପ୍ରେକ୍ଷୀରେ ସେ ଏକ ସର୍ପ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ। ଏହିପରି ଭାବରେ ଏହା ଲିପିବଦ୍ଧ କରାଯାଇଅଛି ।

ସଦାପ୍ରଭୁ ପରମେଶ୍ଵରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳଥିଲା। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି? ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ; କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷରଫଳ ବିଷୟରେ ପରମେଶ୍ଵର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ; ବରଞ୍ଚ ପରମେଶ୍ଵର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ଵାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।

ଆଦିପୁସ୍ତକ 3:1-6

ସେମାନଙ୍କର ପସନ୍ଦର ମୂଳ ଓ  ପ୍ରଲୋଭନ କାରଣ ଏହା ଥିଲା ଯେ  ସେମାନେ ଯେପରି  ‘ଈଶ୍ରଙ୍କ ପରି’ ହୋଇପାରନ୍ତି । ଏ ପର୍ଯ୍ୟନ୍ତ ସେମାନେ ପ୍ରତ୍ୟେକ ବିଷୟରେ ଈଶ୍ଵରଙ୍କ ଉପରେ ଭରସା କରିଥିଲେ ଓ ସମସ୍ତ ବିଷୟରେ ତାଙ୍କୁ ତାଙ୍କ ବାକ୍ୟରେ ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଏହାକୁ ଛାଡି, ‘ଈଶ୍ଵରଙ୍କ ପରି’ ହେବା, ନିଜ ଉପରେ ବିଶ୍ୱାସ କରିବା ଓ  ଅନ୍ୟ ବିଷୟ ପାଇଁ  ପାଇଁ ନିଜର ଶବ୍ଦ ଗ୍ରହଣ କରିବାର ବିକଳ୍ପ ପାଇଲେ । ସେମାନେ ନିଜେ ‘ଦେବତା’ ହୋଇପାରନ୍ତି, ନିଜ ଜାହାଜର ଅଧିନାୟକ, ସେମାନଙ୍କର ଭାଗ୍ୟର ମାଲିକ, ସ୍ୱୟଂଶାସିତ ଓ କେବଳ ନିଜ ପାଇଁ ଉତ୍ତରଦାୟୀ ହୋଇପାରନ୍ତି ।

ଯେବେ ସେମାନେ ଈଶ୍ଵରଙ୍କୁ ବିଦ୍ରୋହ କଲେ ସେତେବେଳେ ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ହେଲା । ଯେପରି ବାକ୍ୟାଂଶ  ବର୍ଣ୍ଣନା, ସେମାନେ ଲଜ୍ଜା ଅନୁଭବ କଲେ ଓ ଘୋଡ଼ାଇବାକୁ ଚେଷ୍ଟା କଲେ । ବାସ୍ତବରେ, ଅଳ୍ପ ସମୟପରେ, ଈଶ୍ଵର ଯେବେ ଆଦମଙ୍କୁ ପ୍ରତିରୋଧ କଲେ, ଆଦମ ହବାଙ୍କୁ (ଓ ଈଶ୍ଵର ଯିଏ ହବାଙ୍କୁ ସୃଷ୍ଟି କରିଥିଲେ) ଦାୟୀ କଲେ । ହବା ମଧ୍ୟ ସର୍ପକୁ ଦାୟୀ କରନ୍ତି। କେହି ଦାୟିତ୍ୱ ଗ୍ରହଣ କରନ୍ତି ନାହିଁ ।

ଆଦମଙ୍କ ବିଦ୍ରୋହର ପରିଣାମ

ସେହି ଦିନ ଯାହା ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି କାରଣ ଆମେ ସେହି ସ୍ୱଭାବର ଉତ୍ତରାଧିକାରୀ ହୋଇଅଛୁ । ତେଣୁକରି ଆମେମାନେ ଆଦମଙ୍କ ପରି ଆଚରଣ କରୁ – କାରଣ ଆମେମାନେ ତାଙ୍କ ପ୍ରକୃତିର ଉତ୍ତରାଧିକାରୀ ହୋଇଅଛୁ । କେତେଲୋକ ବାଇବଲକୁ ଭୁଲ ବୁଝି କହନ୍ତି ଯେ ଆଦମଙ୍କ ବିଦ୍ରୋହ ପାଇଁ ଆମେମାନେ ବର୍ତ୍ତମାନ ଦୋଷୀ । ବାସ୍ତବରେ, କେବଳ ଜଣେ ଦାୟୀ, ସେ ହେଲେ ଆଦମ କିନ୍ତୁ ଆମେମାନେ ସେହି ବିଦ୍ରୋହର ପରିଣାମରେ ବାସ କରୁ । ଆମେମାନେ ଏହାକୁ ସାଧାରଣ ଭାବରେ ବିଚାର କରିପାରିବା । ସନ୍ତାନମାନେ ସେମାନଙ୍କର ପିତାମାତାଙ୍କର ଗୁଣ – ଭଲ ଓ ଖରାପ – ସେମାନଙ୍କର ପିତାମାତାଙ୍କଠାରୁ ପ୍ରାପ୍ତ କରନ୍ତି । ଆମେମାନେ ଆଦମଙ୍କର ଏହି ବିପରୀତ ପ୍ରକୃତିର ଉତ୍ତରାଧିକାରୀ ହୋଇଛୁ ଓ ଏହିପରି ଅନ୍ତର୍ନିହିତ ଭାବରେ, ପ୍ରାୟ ଅଜ୍ଞାତରେ, କିନ୍ତୁ ଇଚ୍ଛାକୃତ ଭାବରେ ସେ ଆରମ୍ଭ କରିଥିବା ବିଦ୍ରୋହକୁ ଜାରି ରଖିଛୁ । ଆମେମାନେ ହୁଏତ ବ୍ରହ୍ମାଣ୍ଡର ଈଶ୍ଵର ହେବାକୁ ଚାହୁଁନାହୁଁ, କିନ୍ତୁ ଆମେମାନେ ସ୍ଵୟଂ ନିଜର ଦେବତା ହେବାକୁ ଚାହୁଁ; ଈଶ୍ଵରଙ୍କଠାରୁ ସ୍ୱୟଂଶାସିତ ।

ବର୍ତ୍ତମାନ ପାପର ପ୍ରଭାବ ଅତି ଦୃଶ୍ୟମାନ

ଏହା ମାନବ ଜୀବନର ଏତେ ବ୍ୟାଖ୍ୟା କରେ ଯାହାକୁ ଆମେମାନେ ଏତେ ଗୁରୁତ୍ଵ ଦେଇ ନ ଥାଉ । ଏହି କାରଣରୁ ସର୍ବତ୍ର ଲୋକମାନେ ନିଜ ନିଜ ଦ୍ୱାରଗୁଡ଼ିକ ପାଇଁ ତାଲା ଆବଶ୍ୟକ କରନ୍ତି, ସେମାନେ ବ୍ୟାଙ୍କ ପାଇଁ ପୋଲିସ୍, ଆଇନଜୀବୀ, ଏନକ୍ରିପସନ୍ ପାସୱାର୍ଡ ଆବଶ୍ୟକ କରନ୍ତି – କାରଣ ଆମମାନଙ୍କର ବର୍ତ୍ତମାନ ସ୍ଥିତିରେ ଆମେମାନେ ପରସ୍ପରଠାରୁ ଚୋରି କରିଥାଉ । ଏହି କାରଣରୁ ସାମ୍ରାଜ୍ୟ ଓ ସମାଜଗୁଡିକ ଶେଷରେ କ୍ଷୟ ଓ ପତନ ହୁଏ – କାରଣ ଏହି ସମସ୍ତ ସାମ୍ରାଜ୍ୟର ନାଗରିକମାନଙ୍କର କ୍ଷୟ ହେବାର ପ୍ରବୃତ୍ତି ଅଛି । ଏହି କାରଣରୁ ସମସ୍ତ ପ୍ରକାରର ସରକାରୀ ଓ ଅର୍ଥନୀତିକ ପ୍ରଣାଳୀ ଚେଷ୍ଟା କରିବା ପରେ, ଓ ଯଦିଓ କେତେକ ଅନ୍ୟମାନଙ୍କ ତୁଳନାରେ ଭଲ କାମ କରନ୍ତି, ପ୍ରତ୍ୟେକ ରାଜନୈତିକ କିମ୍ବା ଅର୍ଥନୀତିକ ବ୍ୟବସ୍ଥା ଶେଷରେ ସ୍ଵୟଂ ନଷ୍ଟ ହୋଇଯିବା ପରି ମନେହୁଏ – କାରଣ ଏହି ଆଦର୍ଶରେ ବାସ କରୁଥିବା ଲୋକଙ୍କ ଏହିପରି  ପ୍ରବୃତ୍ତି ଅଛି ଯାହା ଶେଷରେ ସମଗ୍ର ବ୍ୟବସ୍ଥା ବିନାଶ ନେଇଥାଏ । ଏହି କାରଣରୁ ଯଦିଓ ବର୍ତ୍ତମାନର ପିଢ଼ି ସବୁଠାରୁ ଶିକ୍ଷିତ, ଯାହା ପୂର୍ବରୁ ବିଦ୍ୟମାନ ଅଛି ତଥାପି ଆମମାନଙ୍କର ଏହି ସମସ୍ୟାଗୁଡ଼ିକ ରହିଅଛି, କାରଣ ଏହା ଆମ ଶିକ୍ଷା ସ୍ତରଠାରୁ ବହୁତ ଗଭୀର ଅଟେ । ଏହି କାରଣରୁ ଆମେମାନେ ପ୍ରତୀକ ମନ୍ତ୍ରର ପ୍ରାର୍ଥନା ସହିତ ଏତେ ଭଲ ଭାବରେ ପରିଚିତ – କାରଣ ଏହା ଆମମାନଙ୍କୁ ଅତି ଭଲ ଭାବରେ ବର୍ଣ୍ଣନା କରେ ।

ପାପ – ‘ମିସ୍’ ବା ଲକ୍ଷ୍ୟସାଧନ କରିବାରେ ବିଫଳ ହେବା’

ଏହି କାରଣରୁ କୌଣସି ଧର୍ମ ସମାଜ ପାଇଁ ନିଜର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ଆଣି ନାହାଁ – କିନ୍ତୁ ନାସ୍ତିକବାଦୀକୁ ମଧ୍ୟ ପ୍ରଚାର କରି ନାହାଁନ୍ତି (ଷ୍ଟାଲିନସ୍ ସୋଭିଏତ୍ ୟୁନିଅନ୍, ମାଅସ୍ ଚୀନ୍, ପୋଲ୍ ପଟସ୍ କାମ୍ବୋଡିଆ ବିଷୟରେ ଭାବନ୍ତୁ) – କାରଣ ଆମମାନଙ୍କର ଦର୍ଶନକୁ ସାଧନ କରିବାରେ ବିଫଳ କରିବାକୁ ଆମମାନଙ୍କ ପଥରେ କିଛି ଅଛି । ବାସ୍ତବରେ, ସେହି ଶବ୍ଦ ‘ମିସ୍’ ଆମମାନଙ୍କ ପରିସ୍ଥିତିକୁ ସଂକ୍ଷିପ୍ତ କରେ । ବାଇବଲର ଏକ ପଦ ଏକ ଚିତ୍ର ପ୍ରଦାନ କରେ ଯାହା ଆମମାନଙ୍କୁ ଏହାକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ । ଏହା ଏପରି କହେ

ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନୋହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।

ବିଚାରକର୍ତ୍ତା 20:16

ଏହି ପଦଟି ସୈନିକମାନଙ୍କୁ ବର୍ଣ୍ଣନା କରେ ଯେଉଁମାନେ ନିକ୍ଷେପ କରିବାର ପାରଦର୍ଶୀ ଥିଲେ ଓ  ସେମାନେ କଦାପି ଲକ୍ଷ୍ୟ ସାଧନ କରିବାରେ ବିଫଳ ହୁଅନ୍ତି ନାହିଁ । ଉପରୋକ୍ତ ‘ମିସ୍’ ଅନୁବାଦ ହୋଇଥିବା ମୂଳ ହିବ୍ରୁ ଶବ୍ଦ ହେଉଛି יַחֲטִֽא׃ । ଏହି ହିବ୍ରୁ ଶବ୍ଦ ମଧ୍ୟ ଅଧିକାଂଶ ବାଇବଲରେ ପାପ ଭାବରେ ଅନୁବାଦ କରାଯାଇଛି । ଉଦାହରଣ ସ୍ୱରୂପ, ଏହି ହିବ୍ରୁ ଶବ୍ଦଟି ହେଉଛି ‘ପାପ’ ଯେତେବେଳେ ଯୋଷେଫ ମିଶରର ଦାସ ଭାବରେ ବିକ୍ରୟ କରାଯାନ୍ତି, ସେ ତାଙ୍କ ମାଲିକଙ୍କ ସ୍ତ୍ରୀ ସହିତ ବ୍ୟଭିଚାର କରନ୍ତି ନାହିଁ, ଯଦିଓ ସେ ତାଙ୍କୁ ବ୍ୟଭିଚାର କରିବାକୁ ବାଧ୍ୟ କରିଥିଲେ । ସେ ତାଙ୍କୁ କହିଲେ:

ଏହି ଗୃହରେ ମୋʼଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିପାରେ?

ଆଦିପୁସ୍ତକ 39:9

ଏବଂ ଦଶ ଆଜ୍ଞା ଦେବା ପରେ ଏହା କହେ:

ତହିଁରେ ମୋଶା ଲୋକମାନଙ୍କୁ କହିଲେ, ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ଵର ଆସିଅଛନ୍ତି।

ଯାତ୍ରା ପୁସ୍ତକ 20:20

ଏହି ଉଭୟ ସ୍ଥାନରେ ଏହି ହିବ୍ରୁ ଶବ୍ଦ יַחֲטִֽא׃ ‘ପାପ’ ଅନୁବାଦ କରାଯାଇଅଛି । ସୈନିକମାନେ ଯିଏ ପ୍ରସ୍ତରାଦି ନିକ୍ଷେପ କରିବାର କେବେ ହେଁ ବିଫଳ ହୁଅନ୍ତି ନାହିଁ ସେମାନଙ୍କ ସହିତ ‘ମିସ୍’ ଶବ୍ଦ ବ୍ୟବହାର କାରାଯାଇଅଛି ଯେପରି ଏହି ପଦଗୁଡ଼ିକର ଅର୍ଥ ହେଉଛି ଯେତେବେଳେ ଲୋକମାନେ ପରସ୍ପରର ସହିତ ବ୍ୟବହାର କରନ୍ତି । ଏହା ‘ପାପ’ କ’ଣ ବିଝିବାକୁ ଆମମାନଙ୍କୁ ସାହାଯ୍ୟ କରିବାକୁ ଏକ ଚିତ୍ର ପ୍ରଦାନ କରେ । ସୈନିକମାନେ ଏକ ପଥର ନେଇ ଲକ୍ଷ୍ୟ ସାଧନ କରିବାକୁ ଏହାକୁ ନିକ୍ଷେପ କରିଥାଏ । ଯଦି ଏହା ବିଲକ୍ଷ୍ୟ ସାଧନ କରିବାରେ ବିଫଳ ହୁଏ ତେବେ ଏହା ତାଙ୍କର ଉଦ୍ଦେଶ୍ୟ ବିଫଳ କରିଛି । ଠିକ୍ ସେହିପରି, ତାଙ୍କ ସହିତ ଆମେମାନେ  କିପରି ଜଡିତ ଓ ଅନ୍ୟମାନଙ୍କ ସହିତ ବ୍ୟବହାର କରିବା ବିଷୟରେ ଲକ୍ଷ୍ୟକୁ ସାଧନ କରିବାକୁ  ଆମେମାନେ ଈଶ୍ଵରଙ୍କ ପ୍ରତିମୂର୍ତ୍ତୀରେ ନିର୍ମିତ ହୋଇଥିଲୁ । ‘ପାପ’ କରିବାର ଅର୍ଥ ଏହି ଉଦ୍ଦେଶ୍ୟ, କିମ୍ବା ଲକ୍ଷ୍ୟକୁ ସାଧନ କରିବାରେ ବିଫଳ ହେବା, ଯାହା ଆମମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଓ ଯାହା ଆମେମାନେ ଆମମାନଙ୍କର ବିଭିନ୍ନ ପ୍ରଣାଳୀ, ଧର୍ମ ଏବଂ ଆଦର୍ଶଗୁଡ଼ିକରେ ମଧ୍ୟ ନିଜ ପାଇଁ ଚାହିଁ ଥାଉ ।

‘ପାପ’ର ଖରାପ ଖବର – ସତ୍ୟର ଏକ ସମସ୍ୟା, ପ୍ରାଧାନ୍ୟ ନୁହେଁ

ମାନବଜାତିର ଏହି ଭ୍ରଷ୍ଟ ଓ ଲକ୍ଷ୍ୟ-ସାଧନ କରିବାରେ ବିଫଳ ହୋଇଥିବା ଚିତ୍ରଟି ସୁନ୍ଦର ନୁହେଁ, ଏହା ଏକ ଭଲ ଅନୁଭବ ନୁହେଁ କିମ୍ବା ଆଶାବାଦୀ ନୁହେଁ । ବର୍ଷ ବର୍ଷ ଧରି ମୁଁ ଏହି ନିର୍ଦ୍ଦିଷ୍ଟ ଶିକ୍ଷାଦାନ ବିରୁଦ୍ଧରେ ଲୋକଙ୍କୁ ଦୃଢ଼ ପ୍ରତିକ୍ରିୟା ଦେଇଛି । ମୋର ମନେ ଅଛି, କାନାଡାର ଏକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ମୋତେ କ୍ରୋଧରେ ଅନାଇ କହିଲା, “ମୁଁ ତୁମକୁ ବିଶ୍ଵାସ କରେ ନାହିଁ କାରଣ ତୁମେ ଯାହା କହୁଛ ମୁଁ ତାହା ପସନ୍ଦ କରେ ନାହିଁ” । ବର୍ତ୍ତମାନ ଆମେମାନେ ଏହାକୁ ପସନ୍ଦ କରିନପାରୁ, କିନ୍ତୁ ସେଥିରେ ଧ୍ୟାନ ଦେବା, ଲକ୍ଷ୍ୟକୁ ସାଧନ କରିବାରେ ବିଫଳ ହେବା ଅଟେ । କୌଣସି ବିଷୟକୁ ‘ପସନ୍ଦ କରିବା’ ସହିତ ଏହା ସତ୍ୟ କି ନୁହେଁ ର  କ’ଣ ସମ୍ପର୍କ ଅଛି ? ମୁଁ କର ଆଦାୟ କରିବା, ଯୁଦ୍ଧ, ଏଡସ୍ ଓ ଭୂକମ୍ପ ପସନ୍ଦ କରେ ନାହିଁ – କେହି ପସନ୍ଦ କରନ୍ତି ନାହିଁ – କିନ୍ତୁ ତାହା ସେମାନଙ୍କୁ ଦୂରେଇ ଦିଏ ନାହିଁ କିମ୍ବା ଆମେ ସେମାନଙ୍କ ମଧ୍ୟରୁ କାହାକୁ ଅଣଦେଖା କରିପାରିବା ନାହିଁ ।

ଆଇନ୍, ପୋଲିସ୍, ଲକ୍, ଚାବି, ସୁରକ୍ଷା ଇତ୍ୟାଦି ସମସ୍ତ ପ୍ରଣାଳୀ ଯାହା ଆମେମାନେ ପରସ୍ପରଠାରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ସମାଜରେ ନିର୍ମାଣ କରିଛୁ ତାହା ସୂଚିତ କରେ ଯେ ସେଠାରେ କିଛି ତ୍ରୁଟି ଅଅଛି । କୁମ୍ବମେଳା ଭଳି ପର୍ବଗୁଡ଼ିକ ‘ଆମମାନଙ୍କର ପାପ ଧୋଇବା ପାଇଁ’ ଦଶ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଥିବା ବିଷୟଟି ସୂଚାଇଦିଏ ଯେ ଆମେମାନେ ନିଜେ ସ୍ୱଭାବିକ ଭାବରେ ଜାଣୁ ଯେ କୌଣସି ପ୍ରକାରେ ଆମେମାନେ ଲକ୍ଷ୍ୟକୁ ସାଧନ କରିବାରେ “ବିଫଳ” ହୋଇଅଛୁ । ସ୍ୱର୍ଗର ଆବଶ୍ୟକତା ଭାବରେ ବଳିଦାନର ଧାରଣା ସମସ୍ତ ଧର୍ମରେ ଦେଖିବାକୁ ମିଳେ ଯେ ଆମମାନଙ୍କଠାରେ କିଛି ତ୍ରୁଟି ରହିଛି । ଅନ୍ତତ ଏହି ସିଦ୍ଧାନ୍ତଟି ଉପଯୁକ୍ତ ଭାବରେ ବିଚାର କରିବାକୁ ଯୋଗ୍ୟ ଅଟେ।

କିନ୍ତୁ ସମସ୍ତ ଧର୍ମ, ଭାଷା ଏବଂ ରାଷ୍ଟ୍ରରେ ବିଦ୍ୟମାନ ଥିବା ପାପର ଏହି ସିଦ୍ଧାନ୍ତ – ଆମ ସମସ୍ତଙ୍କୁ ଲକ୍ଷ୍ୟ ସାଧନ କରିବାରେ ‘ବିଫଳ’  କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ । ଈଶ୍ଵର ଏହି ବିଷୟରେ କ’ଣ କରିବାକୁ ଯାଉଥିଲେ? ଆମେମାନେ ଆମର ପରବର୍ତ୍ତୀ ପୋଷ୍ଟରେ ଈଶ୍ଵରଙ୍କ ପ୍ରତିକ୍ରିୟାକୁ ଦେଖିବା – ଯେଉଁଠାରେ ଆମେମାନେ ଆସୁଥିବା ମୁକ୍ତିଦାତାଙ୍କର- ଆମମାନଙ୍କ ପାଇଁ ପଠାଯାଉଥିବା ପୁରୂଷ ବିଷୟରେ ପ୍ରଥମ ପ୍ରତିଜ୍ଞା ଦେଖୁ ।

Leave a Reply

Your email address will not be published. Required fields are marked *