Skip to content
Home » ବ୍ରହ୍ମା ଏବଂ ଆତ୍ମାଙ୍କୁ ବୁଝିବା ପାଇଁ ବାକ୍ୟର ଅବତାର

ବ୍ରହ୍ମା ଏବଂ ଆତ୍ମାଙ୍କୁ ବୁଝିବା ପାଇଁ ବାକ୍ୟର ଅବତାର

  • by

ଭଗବାନ ବ୍ରହ୍ମାଙ୍କୁ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବୋଲି ଲୋକେ ବିଶ୍ଵାସ କରନ୍ତି । ପ୍ରାଚୀନ ୠଗ୍ ବେଦରେ (1500 ଖ୍ରୀଷ୍ଟପୂର୍ବ) ପ୍ରଜାପତି ସାଧାରଣତଃ ସୃଷ୍ଟିକର୍ତ୍ତାଙ୍କ ପାଇଁ ବ୍ୟବହୃତ ହୋଇଥିଲା କିନ୍ତୁ ପୁରାଣରେ ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି ବର୍ଣ୍ଣନା କରାଯାଏ। ଆଜିର ବ୍ୟବହାରରେ ଭଗବାନ ବ୍ରହ୍ମା, ସୃଷ୍ଟିକର୍ତ୍ତା ଭାବରେ ବିଷ୍ଣୁ, (ସଂରକ୍ଷଣକାରୀ) ଏବଂ ଶିବ (ବିନାଶକାରୀ) ଙ୍କ ସହିତ ଈଶ୍ଵରୀୟ ତ୍ରିମୂର୍ତ୍ତି (ଟ୍ରାଇ-ୟୁନ୍ ଭଗବାନ) ର ତିନୋଟି ଦିଗ ମଧ୍ୟରୁ ଅନ୍ୟତମ । ଈଶ୍ଵର (ଈଶ୍ୱରା) ବ୍ରହ୍ମାଙ୍କ ସମକକ୍ଷ କାରଣ ଏହା ସୃଷ୍ଟି କରିଥିବା ମହାଆତ୍ମାଙ୍କୁ ମଧ୍ୟ ସୂଚାଏ।

ଯଦିଓ ବ୍ରହ୍ମାଙ୍କୁ ବୁଝିବା ଏକ ମୂଳ ଲକ୍ଷ୍ୟ ଅଟେ, ଏହା ସହଜରେ ବୁଝିବା କଷ୍ଟକର ଅଟେ । ଭକ୍ତି ଓ ପୂଜା ଦୃଷ୍ଟିରୁ ଶିବ ଏବଂ ବିଷ୍ଣୁ, ନିଜ ସ୍ତ୍ରୀ ଏବଂ ଅବତାରମାନଙ୍କ ସହ ଭଗବାନ ବ୍ରହ୍ମାଙ୍କ ଅପେକ୍ଷା ଅଧିକ ଧ୍ୟାନ ଆକର୍ଷଣ କରନ୍ତି । ଶିବ ଏବଂ ବିଷ୍ଣୁଙ୍କ ପାଇଁ ଆମେ ଅବତାର ଏବଂ ପତ୍ନୀଙ୍କ ନାମ କହିପାରିବା, କିନ୍ତୁ ଆମେ ଏତେ ସହଜରେ ବ୍ରହ୍ମାଙ୍କ ନାମ କହିପାରିବା ନାହିଁ ।

କାହିଁକି? 

ବ୍ରହ୍ମା, ବ୍ରାହ୍ମଣ କିମ୍ବା ଈଶ୍ଵଭରା, ଯଦିଓ ସୃଷ୍ଟିକର୍ତ୍ତା, ପାପ, ଅନ୍ଧକାର ଏବଂ ଅସ୍ଥାୟୀ ସହ ସଂଲଗ୍ନ ଥାଇ ସଂଘର୍ଷ କରୁଥିବା ଆମଠାରୁ ବହୁ ଦୂରରେ ଏବଂ ଅଗମ୍ୟ ଅଟନ୍ତି। ଯଦିଓ ବ୍ରହ୍ମା ସମସ୍ତ ବିଷୟର ଉତ୍ସ, ଏବଂ ଆମକୁ ଏହି ଉତ୍ସକୁ ଫେରିବା ଆବଶ୍ୟକ, ଏହି ଈଶ୍ୱରୀୟ ନୀତିକୁ ବୁଝିବା ପାଇଁ ଆମର କ୍ଷମତା ଅପହଞ୍ଚ ମନେହୁଏ । ତେଣୁ ଆମେ ସାଧାରଣତଃ ସେହି ଦେବତାମାନଙ୍କ ଉପରେ ଆମର ଭକ୍ତି ପ୍ରକାଶ କରିଥାଉ ଯେଉଁମାନେ ଅଧିକ ମାନବୀୟ, ଆମର ନିକଟତର, ଏବଂ ଆମକୁ ପ୍ରତିକ୍ରିୟା କରିପାରନ୍ତି । ଆମେ ଦୂରରୁ ବ୍ରହ୍ମାଙ୍କର ସ୍ୱଭାବ ବିଷୟରେ ଅନୁମାନ କରୁ । ପ୍ରକୃତରେ ବ୍ରହ୍ମା ଏକ ଅଜ୍ଞାତ ଭଗବାନ ଅଟନ୍ତି ଯାହାର ମୂର୍ତ୍ତିଗୁଡ଼ିକ ଅପେକ୍ଷାକୃତ ବିରଳ ଅଟେ ।

ସେହି କଳ୍ପନାଜଳ୍ପନର ଏକ ଅଂଶ (ଈଶ୍ୱରୀୟ (ବ୍ରହ୍ମା) ସହିତ ପ୍ରାଣ (ଆତ୍ମା) ର ସମ୍ପର୍କକୁ ଆବର୍ତ୍ତନ କରିଥାଏ। ବିଭିନ୍ନ ସାଧକମାନେ ଏହି ପ୍ରଶ୍ନ ଉପରେ ବିଭିନ୍ନ ଚିନ୍ତାଧାରାର ବିଦ୍ୟାଳୟ ନିର୍ମାଣ କରିଛନ୍ତି । ଏହି ଅର୍ଥରେ, ମନୋବିଜ୍ଞାନର ଅଧ୍ୟୟନ, ଆମର ପ୍ରାଣ ବା ଆତ୍ମା, ଧର୍ମଶାସ୍ତ୍ର, ଈଶ୍ଵର କିମ୍ବା ବ୍ରହ୍ମାଙ୍କ ଅଧ୍ୟୟନ ସହ ସମ୍ପୃକ୍ତ ଅଟେ । ଯଦିଓ ବିବିଧ ଚିନ୍ତାଧାରା ବିଦ୍ୟମାନ ଅଛି, କାରଣ ଆମେ ଈଶ୍ଵରଙ୍କୁ ବିଜ୍ଞାନିକ ଶୈଳୀରେ ପରୀକ୍ଷା କରିପାରିବା ନାହିଁ, ଏବଂ ଈଶ୍ଵର ଅଗମ୍ୟ ହୋଇଥିବାରୁ ଦର୍ଶନଶାସ୍ତ୍ରର ଜ୍ଞାନୀମାନେ ଅଧିକାଂଶ ସମୟରେ କେବଳ ଅନୁମାନ କରିଥାନ୍ତି।

ଅଗମ୍ୟ  ଈଶ୍ୱର ସୃଷ୍ଟିକର୍ତ୍ତାଙ୍କ ସହ ସମ୍ପୃକ୍ତ ହେବା ପାଇଁ ଏହି ଅକ୍ଷମତା ବ୍ୟାପକ ପ୍ରାଚୀନ ଦୁନିଆରେ ସ୍ୱୀକୃତିପ୍ରାପ୍ତ । ପ୍ରାଚୀନ ଗ୍ରୀକ୍‍ମାନେ ଲୋଗୋସ୍ (ବାକ୍ୟ)  ଶବ୍ଦ ବ୍ୟବହାର କରିଥିଲେ ଯାହା ଦ୍ଵାରା ବିଶ୍ଵର ନୀତି ବା କାରଣ ବର୍ଣ୍ଣନା କରାଯାଇଥିଲା ଏବଂ ସେମାନଙ୍କର ଲେଖାଗୁଡ଼ିକ ଲୋଗୋସ୍ (ବାକ୍ୟ)  ଉପରେ ଆଲୋଚନା କରିଥିଲା । ଲଜିକ୍ ଶବ୍ଦ ଲୋଗୋସ୍‍ରୁ ଉତ୍ପନ୍ନ, ଏବଂ –logy ପ୍ରତ୍ୟୟ (ସଫିକ୍ସ) ସହ ଅଧ୍ୟୟନର ସମସ୍ତ ଶାଖା (ଉଦାହରଣ ସ୍ୱରୂପ ଥିଓଲୋଜି, ସାଇକୋଲୋଜି, ବାୟୋଲୋଜି ଇତ୍ୟାଦି) ଲୋଗୋରୁ ଉତ୍ପନ୍ନ । ଲୋଗୋସ୍ ବ୍ରହ୍ମା କିମ୍ବା ବ୍ରାହ୍ମଣ ସହ ସମାନ ଅଟେ ।

ଏବ୍ରୀୟ ବେଦଗୁଡ଼ିକ ଏବ୍ରୀୟ (କିମ୍ବା ଯିହୁଦୀ) ଙ୍କ ସହିତ ସୃଷ୍ଟିକର୍ତ୍ତାଙ୍କ ସମ୍ପୃକ୍ତକୁ ବର୍ଣ୍ଣନା କରେ, ଯାହା ସେମାନଙ୍କ ଜାତିର ବଂଶଧର ଶ୍ରୀ ଅବ୍ରହାମଙ୍କଠାରୁ ଆରମ୍ଭ କରି ଶ୍ରୀ ମୋଶାଙ୍କ ଦଶ ଆଜ୍ଞା ଗ୍ରହଣ କରିବା ପର୍ଯ୍ୟନ୍ତ ଅଟେ । ସେମାନଙ୍କ ଇତିହାସରେ, ଆମ ପରି, ଏବ୍ରୀୟମାନେ ଅନୁଭବ କଲେ ଯେ ସୃଷ୍ଟିକର୍ତ୍ତା ସେମାନଙ୍କଠାରୁ ବହୁ ଦୂରରେ ଅଛନ୍ତି, ଏବଂ ସେମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରିବାକୁ ଆକର୍ଷିତ ହୋଇଥିଲେ ଯୁଉଁମାନେ ସେମାନଙ୍କ ନିକଟତର ଏବଂ ଅଧିକ ବ୍ୟକ୍ତିଗତ ମନେ ହେଉଥିଲେ । ତେଣୁ ଏହି ଅନ୍ୟ ଦେବତାମାନଙ୍କଠାରୁ ଅଲଗା କରିବା ପାଇଁ ଏବ୍ରୀୟ ବେଦ ଅନେକ ସମୟରେ ସୃଷ୍ଟିକର୍ତ୍ତାଙ୍କୁ ସର୍ବୋପରିସ୍ଥ ପରମେଶ୍ୱର ବୋଲି ସମ୍ଭୋଧନ କରିଥିଲେ । ଆମେ ଅନୁମାନ କରୁ ଯେ 700 ଖ୍ରୀଷ୍ଟପୂର୍ବରେ ଭାରତକୁ ନିର୍ବାସିତ ହୋଇ ଆସିଥିବା  ଇସ୍ରାଏଲୀୟମାନେ ପ୍ରଜାପତିରୁ ବ୍ରହ୍ମାକୁ ସ୍ଥାନାନ୍ତର କରିଥିଲେ, କାରଣ ଏହି ଈଶ୍ୱର ସେମାନଙ୍କ ପୂର୍ବଜ ଅବ୍ରହାମଙ୍କ ଦ୍ୱାରା ପରିଚିତ ହୋଇଥିଲେ ଏବଂ ତାଙ୍କ ସହ ଜଡିତ ଦେବତା (ଅ) ବ୍ରହାମ ହୋଇଥିଲେ।

ଯେହେତୁ ଆମେ ଆମର ଇନ୍ଦ୍ରିୟ ଦ୍ଵାରା ବ୍ରାହ୍ମଣଙ୍କୁ ଦେଖିପାରୁ ନାହୁଁ କିମ୍ବା ଆମର ଆତ୍ମାର ସ୍ୱଭାବ ବିଷୟରେ ଜାଣିପାରୁ ନାହୁଁ, ଈଶ୍ଵର ବ୍ରହ୍ମାଙ୍କୁ ଆମ ମନରେ ରଖିବା ହି ଜ୍ଞାନ ଆହରଣ କରିବାର ଏକମାତ୍ର ଉପାୟ ଯେଉଁଥିରେ ବ୍ରହ୍ମା ଆମକୁ ନିଜକୁ ପ୍ରକାଶ କରିବେ ।

ସୁସମାଚାରଗୁଡ଼ିକ ଯୀଶୁଙ୍କୁ (ୟେଶୁ ସତସଙ୍ଗ) ସୃଷ୍ଟିକର୍ତ୍ତା, କିମ୍ବା ସର୍ବୋପରିସ୍ଥ ଈଶ୍ଵର, ବ୍ରହ୍ମା କିମ୍ବା ଲୋଗୋସ୍ (ବାକ୍ୟ) ଭାବରେ ଉପସ୍ଥାପନ କରେ । ସମୟ ଏବଂ ସଂସ୍କୃତି ମାଧ୍ୟମରେ ସମସ୍ତ ଲୋକ ଅନୁଭବ କରୁଥିବା ଏହି ସୀମାବଦ୍ଧତା ହେତୁ ସେ ଆମ ଦୁନିଆକୁ ସଠିକ୍ ଭାବରେ ଆସିଥିଲେ । ଯୋହନଙ୍କ ସୁସମାଚାରରେ ଯୀଶୁଙ୍କୁ ପରିଚିତ କରାଉଥିବା ଲୋଗସ୍ ଶବ୍ଦ ମୂଳ ଗ୍ରୀକ୍ ପାଠ୍ୟରୁ ଅନୁବାଦିତ ଅଟେ । ଏଠାରେ ଲୋଗୋସ୍ ଶବ୍ଦ ବ୍ୟବହୃତ ହୋଇଛି ଯାହା ଦ୍ଵାରା ଲୋକମାନେ ଜାଣିବେ ଯେ ଏଠାରେ ଏକ ଜାତୀୟ ଦେବତା ବିଷୟରେ ଆଲୋଚନା କରାଯାଉନାହିଁ କିନ୍ତୁ ନୀତି ବା କାରଣ ଯେଉଁଥିରୁ ସମସ୍ତେ ଉତ୍ପନ୍ନ ହୋଇଛନ୍ତି ସେ ବିଷୟରେ ଆଲୋଚନା କରାଯାଉଛି ବୋଲି ଜାଣି ପାରିବେ। ଯେଉଁଠାରେ ଲୋଗୋସ୍ ଶବ୍ଦ ବ୍ୟବହୃତ ସେଠାରେ ସେହି ଶବ୍ଦ ବଲ୍; ବଦଳରେ ଆପଣ ବ୍ରହ୍ମା  ଶବ୍ଦକୁ ବ୍ୟବହାର କଲେ ମଧ୍ୟ ଏହି ପାଠ୍ୟର ଅର୍ଥ ପରିବର୍ତ୍ତନ ହେବ ନାହିଁ ।

ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ଵରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ଵର ଥିଲେ। ସେ ଆଦ୍ୟରେ ଈଶ୍ଵରଙ୍କ ସହିତ ଥିଲେ। ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହେଲା; ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ। ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ଵଲ୍ୟମାନ ହୋଇ-ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। ଈଶ୍ଵରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ। ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ଵାରା ସମସ୍ତେ ବିଶ୍ଵାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ଵରଙ୍କଠାରୁ ଜାତ ହେଲେ। ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ଵିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ । ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚ ସ୍ଵରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ଵାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଉପସ୍ଥିତ ହେଲା।କେହି କେବେ ଈଶ୍ଵରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ଵିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।

ଯୋହନ। 1:1-18

ଯୀଶୁ କିଏ, ତାଙ୍କର ଉଦେଶ୍ୟ କ’ଣ ଏବଂ ଆମ ପାଇଁ ଏହା କିପରି ପ୍ରଯୁଜ୍ୟ ସେହି ବିଷୟରେ ସୁସମାଚାରଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରେ(‘ଯୋହନ’ ଏଠାରେ ବ୍ୟାଖ୍ୟା କରାଯାଇଛି।) ଯେହେତୁ ସୁସମାଚାର ଯୀଶୁଙ୍କୁ ଈଶ୍ଵରଙ୍କ ଲୋଗୋସ (ବାକ୍ୟ) ଭାବରେ ପରିଚିତ କରାଏ ଆମେ ଜାଣୁ ଏହା କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ନୁହେଁ ବରଂ ଈଶ୍ଵର କିମ୍ବା ବ୍ରହ୍ମାଙ୍କୁ ଅଧିକ ସ୍ପଷ୍ଟ ଭାବରେ ବୁଝିବାକୁ ଚାହୁଁଥିବା ସମସ୍ତ ଲୋକମାନଙ୍କ ପାଇଁ ଲେଖାଯାଇଛି । ଯେହେତୁ ଲୋଗୋସ୍ ଧର୍ମଶାସ୍ତ୍ର ଏବଂ ମନୋବିଜ୍ଞାନ ଶବ୍ଦରେ ସନ୍ନିବେଶିତ ହୋଇରହିଛି ଏବଂ ଯେହେତୁ ‘କେହି ଈଶ୍ଵରଙ୍କୁ କେବେ ଦେଖି ନାହାଁନ୍ତି’, ତେଣୁ ଯୀଶୁଙ୍କ ବ୍ୟକ୍ତିତ୍ୱକୁ ବିଚାର କରିବାବେଳେ ଆମର ଆତ୍ମା (ପରମାତ୍ମା) ଏବଂ ଈଶ୍ଵର (ବ୍ରହ୍ମା) କୁ ବୁଝିବା ପାଇଁ କେତେ ସାହାଯ୍ୟକାରୀ ହୋଇପାରେ?  ସେ ପ୍ରମାଣିକ ଇତିହାସରେ ଜୀବିତ ଥିଲେ ଏବଂ ଅନେକ ଲୋକମାନଙ୍କୁ ଶିକ୍ଷା ଦେଇଥିଲେ । ଆମେ ସୁସମାଚାରରେ ଲିପିବଦ୍ଧ ହୋଇଥିବା ଘଟଣା ତାଙ୍କ ଜନ୍ମରୁ ଆରମ୍ଭ କରୁ ଯାହା ଦ୍ଵାରା  ‘ବାକ୍ୟ ଦେହବନ୍ତ ହେଲା’ ।

Leave a Reply

Your email address will not be published. Required fields are marked *