Skip to content
Home » ଯୀଶୁ କିପରି ଆଶ୍ରମ ଗ୍ରହଣ କଲେ

ଯୀଶୁ କିପରି ଆଶ୍ରମ ଗ୍ରହଣ କଲେ

  • by

ଏକ ଧାର୍ମିକ ଜୀବନ ଚାରୋଟି ଆସ୍ରମ (ଆଶ୍ରମ) ରେ ବିଭକ୍ତ | ଜୀବନର ଗୋଟିଏ ଯୁକ୍ତିଯୁକ୍ତ ପର୍ଯ୍ୟାୟ ପାଇଁ ଆସ୍ରମ / ଆଶ୍ରମ ଲକ୍ଷ୍ୟ, ଅବଦାନ ଏବଂ କାର୍ଯ୍ୟକଳାପ ଅଟେ | ଜୀବନର ଏହି ବିଭାଜନଗୁଡ଼ିକ, ଆଶ୍ରମ ଧର୍ମ, ଚାରୋଟି ପ୍ରଗତିଶୀଳ ପର୍ଯ୍ୟାୟ ଦେଇ ଗତି କରୁଥିବା ଶରୀର, ପ୍ରାଣ ଏବଂ ଭାବନା ସହ ମେଳ ଖାଏ | ଏହା ସହସ୍ର ବର୍ଷ ପୂର୍ବରୁ ବିକଶିତ ହୋଇଥିଲା ଏବଂ ଧର୍ମ ଶାସ୍ତ୍ର ନାମରେ ଜଣାଶୁଣା ଶାସ୍ତ୍ରରେ ବିସ୍ତୃତ ଭାବରେ ଦର୍ଶାଯାଇଥିଲା ଯେ ଆମର ଯୁବା ବୟସରୁ  ପ୍ରାପ୍ତ ବୟସ୍କ ଏବଂ  ବୃଦ୍ଧାବସ୍ଥା ପର୍ଯ୍ୟନ୍ତ କର୍ତ୍ତବ୍ୟ ଭିନ୍ନ ଭିନ୍ନ ହୋଇଥାଏ |

ଯୀଶୁ, ସର୍ବୋପରିସ୍ଥ ଈଶ୍ଵରଙ୍କ ପ୍ରତିମୁର୍ତ୍ତୀରେ, ତାଙ୍କ ଜନ୍ମର କିଛି ସମୟ ପରେ, ସେ ଆଶ୍ରମ ଧର୍ମ ଆରମ୍ଭ କଲେ | ସେ କିପରି କରିଥିଲେ ତାହା ଶିକ୍ଷଣୀୟ ଅଟେ, ଯେହେତୁ ଆମେ ଆମର ଆସ୍ରମ ପାଇଁ ଉପଯୁକ୍ତ ଭାବରେ ବଞ୍ଚିବାକୁ ଚେଷ୍ଟା କରୁ ତେଣୁ ସେ ଅନୁସରଣ କରିବାକୁ ଆମ ପାଇଁ ଏକ ଉଦାହରଣ ପ୍ରଦାନ କରନ୍ତି | ଆମେ ବ୍ରହ୍ମଚାର୍ଯ୍ୟାଠାରୁ ଆରମ୍ଭ କରୁ, ଯେଉଁଠାରେ ଆମେ ଉପନୟନା ଏବଂ ବିଦ୍ୟାରମ୍ବମ୍ ଭଳି ଜୀବନର ବିଶିଷ୍ଟ ଘଟଣାଗୁଡ଼ିକୁ ପାଇଥାଉ |

ଯୀଶୁ ବ୍ରହ୍ମାଚାର୍ଯ୍ୟ ଭାବରେ

ବ୍ରହ୍ମଚାର୍ଯ୍ୟ ଛାତ୍ର ଆସ୍ରମ ପ୍ରଥମେ ଆସେ | ପରବର୍ତ୍ତୀ ସମୟରେ ଆସ୍ରମର ଆବଶ୍ୟକତା ଅନୁସାରେ ଏହି ଅବଧିରେ ଛାତ୍ର ଭବିଷ୍ୟତ ସେବା ପାଇଁ ନିଜକୁ ପ୍ରଶିକ୍ଷଣ ଏବଂ  ପ୍ରସ୍ତୁତ କରିବା ପାଇଁ ଅବିବାହିତ ଅବସ୍ଥାରେ ରୁହନ୍ତି | ଯୀଶୁ ଆଜିର ଉପନୟାନା ପରି ଏକ ଏବ୍ରୀୟ ପ୍ରଥମ ସମାରୋହ ମାଧ୍ୟମରେ ବ୍ରହ୍ମଚାର୍ଯ୍ୟରେ ପ୍ରବେଶ କରିଥିଲେ, ଯଦିଓ ଏହା କେତେ ମାତ୍ରାରେ ଭିନ୍ନ ଅଟେ | ସୁସମାଚାରଗୁଡ଼ିକ ତାଙ୍କର ଉପନୟନାଗୁଡ଼ିକୁ ଏହିପରି ଲିପିବଦ୍ଧ କରନ୍ତି |

ଯୀଶୁ’ ଉପନୟନା

ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଶୁଚି ହେବା ସମୟ ପୂର୍ଣ୍ଣ ହେଲା,

ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବ, ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଉଲ୍ଲିଖିତ ଉକ୍ତି ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ଘେନିଗଲେ। ଆଉ ଦେଖ, ଯିରୂଶାଲମରେ ଶିମୀୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ। ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ଵାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। ସେ ଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,

ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ଵରଙ୍କ ସ୍ତବ କରି କହିଲେ, ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ; କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି, ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି, ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ଵରୂପ କରିଅଛ। ତାହାଙ୍କ ସମ୍ଵନ୍ଧୀୟ କଥିତ ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ। ଆଉ, ଶିମୀୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବ ପ୍ରକାଶିତ ହୁଏ, ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍‍ଗ ବିଦ୍ଧ କରିବ। ଆଉ, ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର୍ ବଂଶଜ ଫିନୂୟେଲଙ୍କ କନ୍ୟା। ତାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ଵାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ। ସେହି ଦଣ୍ତରେ ସେ ଉପସ୍ଥିତ ହୋଇ ଈଶ୍ଵରଙ୍କର ସ୍ତୁତିବାଦ କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲିଲୀକି, ନିଜ ନଗର ନାଜରିତକୁ ବାହୁଡ଼ିଗଲେ। ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।

ଲୂକ 2: 22-40[Ma1] 

ବର୍ତ୍ତମାନ କେତେକ ଉପନୟନା ସମାରୋହରେ ମନ୍ଦିରଗୁଡ଼ିକରେ ଛାଗ ଅର୍ପଣ କରାଯାଏ | ଏପରି ଅର୍ପଣଗୁଡ଼ିକ ଏବ୍ରୀୟ ଉପନୟନା ସମାରୋହରେ ମଧ୍ୟ ସ୍ୱାଭାବିକ ଥିଲା, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଗରିବ ପରିବାରମାନଙ୍କୁ ଛାଗ ବଦଳରେ କପୋତ ଅର୍ପଣ କରିବାକୁ ଅନୁମତି ଦେଇଥିଲା | ଆମେ ଦେଖୁ ଯେ ଯୀଶୁ ନମ୍ର ଭାବରେ ଜୀବନଯାପନ କରିଥିଲେ  କାରଣ ତାଙ୍କ ପିତାମାତା ଗୋଟିଏ ଛାଗ ଅର୍ପଣ କରିପାରିନଥିଲେ, ବରଂ ଛାଗ ବଦଳରେ କପୋତ ଅର୍ପଣ କରିଥିଲେ |

ଜଣେ ପବିତ୍ର ସାଧୁ ଶିମୀୟୋନ ଭବିଷ୍ୟବାଣୀ କରିଥିଲେ ଯେ ଯୀଶୁ “ସମସ୍ତ ଲୋକଙ୍କ” ପାଇଁ “ପରିତ୍ରାଣ” ଏବଂ “ଜ୍ୟୋତିଃ” ଅର୍ଥାତ୍ ସମସ୍ତ ଭାଷା ଗୋଷ୍ଠୀ ପାଇଁ ହେବେ। ତେଣୁ ଯୀଶୁ ଏକ “ଜ୍ୟୋତିଃ” ଆପଣ ଏବଂ ମୋ ପାଇଁ “ପରିତ୍ରାଣ” ଆଣନ୍ତି ଯେହେତୁ ଆମେ ଦୁନିଆର ଏକ ଭାଷା ଗୋଷ୍ଠୀରେ ସମ୍ପୃକ୍ତ ଅଟୁ | ଯୀଶୁ ଏହା କିପରି କରନ୍ତି ତାହା ଆମେ ପରେ ଦେଖିବା |

କିନ୍ତୁ ଏହି ଭୂମିକା ପୂରଣ କରିବା ପାଇଁ ଯୀଶୁଙ୍କୁ ଜ୍ଞାନ ଏବଂ ଅକ୍ଷରରେ ଆରମ୍ଭ ହେବା ଆବଶ୍ୟକ ଥିଲା | ଠିକ୍ କେବେ ଏହି ବିଦ୍ୟାରମ୍ବମ୍ ଆରମ୍ଭ ତାଙ୍କ ଜୀବନରେ ଘଟିଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ | କିନ୍ତୁ ତାଙ୍କ ପରିବାର ଜ୍ଞାନ, ଅକ୍ଷର ଏବଂ ଶିକ୍ଷଣର ମୂଲ୍ୟବୋଧ ଜାଣି, ଗୁରୁତ୍ୱ ଦେଲେ ଏବଂ  ତାହା ସ୍ପଷ୍ଟ ଅଟେ କାରଣ 12 ବର୍ଷ ବୟସ୍କ ଭାବରେ ତାଙ୍କ ଜ୍ଞାନର ଏକ ସ୍ନାପସଟ୍ ବା ଆଲୋକଚିତ୍ର ଦିଆଯାଇଛି | ଏଠାରେ ବିବରଣୀ ଦିଆଯାଇଛି:

ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ। ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।

କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ଵେଷଣ କରିବାକୁ ଲାଗିଲେ, ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମକୁ ଲେଉଟିଗଲେ। ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ତିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଵିତ ହେଉଥିଲେ। ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ।

ଲୂକ 2: 41-51

ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ? କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହିସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।

ଏବ୍ରୀୟ ବେଦଗୁଡ଼ିକର ପୂରଣ

ଯୀଶୁଙ୍କ ପିଲାଦିନ ଏବଂ ବୃଦ୍ଧି, ତାଙ୍କର ପରବର୍ତ୍ତୀ ସେବା ପାଇଁ ପ୍ରସ୍ତୁତିକୁ ସାଧୁ ଯିଶାଇୟ ଭବିଷ୍ୟବାଣୀ କରି ଲେଖିଥିଲେ:

https://en.satyavedapusthakan.net/wp-content/uploads/sites/3/2017/10/isaiah-sign-of-the-branch-timeline--1024x576.jpg

ଐତିହାସିକ ସମୟସୀମା ସାରଣୀରେ ଯିଶାଇୟ ଏବଂ ଅନ୍ୟ ଏବ୍ରୀ ୠଷି (ଭବିଷ୍ୟ‌ଦ୍‌ବକ୍ତା)

ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ତିମିରାବୃତ ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ସବୂଲୂନ୍ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।

ଯିଶାଇୟ 9:1, 6[Ma2] 

ଯୀଶୁଙ୍କ ସ୍ନାନ

ବ୍ରହ୍ମଚାର୍ଯ୍ୟ ସମାପ୍ତି ପ୍ରାୟତଃ ସ୍ନାନ କିମ୍ବା ସମଭର୍ତନ ଦ୍ୱାରା ପାଳନ କରାଯାଏ | ଏହା ସାଧାରଣତଃ ଶିକ୍ଷକ ଏବଂ ଅତିଥିମାନଙ୍କ ଉପସ୍ଥିତିରେ ଏକ ରୀତିମତ ସ୍ନାନ କରି ପାଳନ କରାଯାଇଥାଏ | ଯୀଶୁ ବାପ୍ତିଜକ ଯୋହନଙ୍କ ମାଧ୍ୟମରେ ସମଭର୍ତନ ପାଳନ କଲେ, ଯିଏ ପ୍ରଥା ଅନୁଯାୟୀ ନଦୀରେ ଲୋକମାନଙ୍କୁ ସ୍ନାନ କରାଉଥିଲେ ଯଥା ବାପ୍ତିସ୍ମ ଦେଉଥିଲେ | ମାର୍କଙ୍କ ସୁସମାଚାର (ବାଇବେଲର ଚାରୋଟି ସୁସମାଚାର ମଧ୍ୟରୁ ଗୋଟିଏ) ଯୀଶୁଙ୍କ ସ୍ନାନରୁ ଆରମ୍ଭ ହୁଏ:

ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ। ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ; ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ତ ସଳଖ କର, ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପକ୍ଷମା ନିମନ୍ତେ ମନପରିବର୍ତ୍ତନରବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। ସେଥିରେ ସମଗ୍ର ଯିହୁଦା ପ୍ରଦେଶ ଓ ସମସ୍ତ ଯିରୂଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। ଯୋହନ ଓଟଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ପଙ୍ଗପାଳ ଓ ବନମଧୁ ଖାଉଥିଲେ। ସେ ଘୋଷଣା କରି କହିବାକୁ ଲାଗିଲେ, ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ। ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନରେ ଯୋହନଙ୍କ ଦ୍ଵାରା ବାପ୍ତିଜିତ।। ହେଲେ। ଆଉ, ତତ୍କ୍ଷଣାତ୍ ସେ ଜଳରୁ ଉଠିଆସିବା ସମୟରେ ଆକାଶ ବିଦୀର୍ଣ୍ଣ ହେବା ଓ ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଅବତରଣ କରିବା ଦେଖିଲେ ।

ମାର୍କ  1: 1-10

ଯୀଶୁ ଗ୍ରିହାସ୍ଥା ଭାବରେ

ସାଧାରଣତଃ ଗ୍ରୀହାସ୍ଥା, କିମ୍ବା ଗୃହକର୍ତ୍ତା, ଆସ୍ରମ ବ୍ରହ୍ମଚାର୍ଯ୍ୟ ଆସ୍ରମକୁ ଅନୁସରଣ କରନ୍ତି, ଯଦିଓ କେତେକ ସନ୍ନ୍ୟାସୀ ଗ୍ରୀହାସ୍ଥା ଆସ୍ରମକୁ ଛାଡି ସିଧାସଳଖ ସନ୍ନ୍ୟାସ (ସଂସାର ତ୍ୟାଗ) ହେବାକୁକୁ ଯାଆନ୍ତି | ଯୀଶୁ ସେପରି କରିନଥିଲେ। ତାଙ୍କର ଅନନ୍ୟ ମିଶନ ଯଥା ଉଦ୍ଦେଶ୍ୟ ହେତୁ ସେ ଗ୍ରୀହାସ୍ଥାକୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ | ପରବର୍ତ୍ତୀ ସମୟରେ ଗ୍ରୀହାସ୍ଥା ଆଶ୍ରମରେ ସେ କନ୍ୟା ଏବଂ ପିଲାମାନଙ୍କୁ ନେଇଯିବେ, କିନ୍ତୁ ଏକ ଭିନ୍ନ ସ୍ୱଭାବରେ | ଶାରୀରିକ ବିବାହ ଏବଂ ସନ୍ତାନ ତାଙ୍କର ରହସ୍ୟମୟ ବିବାହ ଏବଂ ପରିବାରର ପ୍ରତୀକ ଅଟେ | ଯେପରି ବାଇବେଲ ତାଙ୍କ କନ୍ୟା ବିଷୟରେ ବର୍ଣ୍ଣନା କରେ:

ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।

ପ୍ରକାଶିତ ବାକ୍ୟ  19:7 [Ma3] 

ଅବ୍ରହାମ ଏବଂ ମୋଶାଙ୍କ ସହିତ ଯୀଶୁଙ୍କୁ ମେଷଶାବକ କୁହାଯାଇଥିଲା | ଏହି ମେଷଶାବକ ଏକ କନ୍ୟାକୁ ବିବାହ କରିବେ, କିନ୍ତୁ ସେ ବ୍ରହ୍ମଚାର୍ଯ୍ୟ ସମାପ୍ତ କଲାବେଳେ କନ୍ୟା ପ୍ରସ୍ତୁତ ନଥିଲେ | ବାସ୍ତବରେ, ତାଙ୍କ ଜୀବନର ମିଶନ ତଥା ଲକ୍ଷ୍ୟ କନ୍ୟାଙ୍କୁ ପ୍ରସ୍ତୁତ କରିବା ଥିଲା | କେତେକ ଅନୁମାନ କରନ୍ତି ଯେ ଯୀଶୁ ଗ୍ରିହସ୍ଥାକୁ ସ୍ଥଗିତ ରଖିଥିବାରୁ ସେ ବିବାହ ବିରୁଦ୍ଧରେ ଥିଲେ। କିନ୍ତୁ ପ୍ରଥମ କାର୍ଯ୍ୟକଳାପରେ ସନ୍ୟାସନ ଭାବରେ ସେ ଅଂଶଗ୍ରହଣ କରିଥିବା ଏକ ବିବାହ ଥିଲା |

ଯୀଶୁ ଭନପ୍ରସ୍ଥ ଭାବରେ

ସନ୍ତାନମାନଙ୍କୁ ଗୌରବରେ ପ୍ରବେଶ କରାଇବା ପାଇଁ ତାଙ୍କୁ ପ୍ରଥମେ କରିବାକୁ:

କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ଵାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା।

ଏବ୍ରୀ 2:10 [Ma4] 

‘ସେମାନଙ୍କ ପରିତ୍ରାଣର କର୍ତ୍ତା’ ଯୀଶୁଙ୍କୁ ସୂଚାଏ, ଏବଂ ସନ୍ତାନମାନଙ୍କ ପୂର୍ବରୁ ତାଙ୍କୁ ପ୍ରଥମେ “ଦୁଃଖ” ଭୋଗ କରିବାକୁ ପଡିଲା | ତେଣୁ, ତାଙ୍କ ବାପ୍ତିସ୍ମର ସ୍ନାନ ପରେ ସେ ସିଧାସଳଖ ଭନପ୍ରସ୍ଥ (ଜଙ୍ଗଲ ନିବାସୀ) କୁ ଗଲେ ଯେଉଁଠାରେ ସେ ନିର୍ଜନ ସ୍ଥାନରେ ପ୍ରଲୋଭିତ ହେଇଥିଲେ, ଏଠାରେ ବିସ୍ତୃତ ବିବରଣୀ |

ଯୀଶୁ ସନ୍ୟାସ ଭାବରେ

ନିର୍ଜନ ସ୍ଥାନରେ ଭନପ୍ରସ୍ଥ ପରେ, ଯୀଶୁ ସମସ୍ତ ଶାରୀରିକ ସମ୍ପର୍କ ତ୍ୟାଗ କରି ଜଣେ ଭ୍ରମଣକାରୀ ଶିକ୍ଷକ ଭାବରେ ଜୀବନ ଆରମ୍ଭ କଲେ | ଯୀଶୁଙ୍କ ସନ୍ନ୍ୟାସ ଆସ୍ରମ ସବୁଠାରୁ ଅଧିକ ଜଣାଶୁଣା | ସୁସମାଚାର ତାଙ୍କର ସନ୍ନ୍ୟାସକୁ ଏହିପରି ବର୍ଣ୍ଣନା କରେ:

ପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିଏସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁଲାଗିଲେ,

ମାଥିଉ  4: 23

ଏହି ସମୟ ମଧ୍ୟରେ ସେ ପ୍ରାୟତଃ ପ୍ରତ୍ୟେକ ଗାଁକୁ, ଏମତିକି ସେ  ନିଜ ଏବ୍ରୀ / ଯିହୁଦୀ ଲୋକମାନଙ୍କ ସ୍ଥାନ ବାହାରକୁ ଭ୍ରମଣ କରିଥିଲେ| ସେ ତାଙ୍କର ସନ୍ନ୍ୟାସ ଜୀବନକୁ ଏପରି ବର୍ଣ୍ଣନା କରିଥିଲେ:

ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକି ଯିବା ପାଇଁ ଆଜ୍ଞା ଦେଲେ। ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି। ସେଥିରେ ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ତ ଗୁଞ୍ଜିବାର ସ୍ଥାନ ନାହିଁ।

ମାଥିଉ 8:18-20

ସେ, ମନୁଷ୍ୟପୁତ୍ରଙ୍କର ବାସ କରିବାର ସ୍ଥାନ ନାହିଁ ଏବଂ ଯେଉଁମାନେ ତାହାଙ୍କୁ ଅନୁସରଣ କରିଥିଲେ, ସେମାନେ ମଧ୍ୟ ସେହିଭଳି ଆଶା କରିବା ଉଚିତ୍ | ସନ୍ୟାସ ଅବସ୍ଥାରେ ତାଙ୍କୁ କିପରି ଆର୍ଥିକ ସହାୟତା କରାଯାଇଥିଲା, ତାହା ମଧ୍ୟ ସୁସମାଚାର ବର୍ଣ୍ଣନା କରେ |

ଥିର ଅଳ୍ପ ସମୟ ପରେ ସେ ଆପେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଭ୍ରମଣ କରିବାକୁ ଲାଗିଲେ, ଆଉ ଦ୍ଵାଦଶ ତାହାଙ୍କ ସାଙ୍ଗରେ ଥିଲେ, ପୁଣି ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍, ମଗ୍ଦଲିନୀ ନାମ୍ନୀ ମରୀୟମ, ଯାହାଙ୍କଠାରୁ ସାତ ଭୂତ ବାହାରି ଯାଇଥିଲେ, ହେରୋଦଙ୍କ ବେବର୍ତ୍ତା ଖୂଜାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ।

ଲୂକ 8: 1-3

ସନ୍ୟାସ ସାଧାରଣତଃ କେବଳ ଗୋଟିଏ ଯଷ୍ଟିଧରି ବୁଲିବାକୁ ବୁଝାଏ | ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାହାଙ୍କୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ଏହି ଶିଖାଦେଲେ | ଏଗୁଡ଼ିକ ତାଙ୍କର ଶିକ୍ଷା ଥିଲା:

ପୁଣି, ସେ ସେମାନଙ୍କ ଅବିଶ୍ଵାସ ହେତୁ ଚମତ୍କୃତ ହେଲେ। ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ଦ୍ଵାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ, ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ତେ ବାଡ଼ି ବିନା ରୋଟୀ କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ; କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ। ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।

ମାର୍କ 6: 6-10

ଯୀଶୁଙ୍କ ସନ୍ନ୍ୟାସ ଆସ୍ରମ ଇତିହାସର ଏକ ପରିବର୍ତ୍ତନଶୀଳ ସ୍ଥାନ ଥିଲା | ଏହି ସମୟରେ ସେ ଜଣେ ଗୁରୁ ହେଲେ ଯାହାର ଶିକ୍ଷା ଜଗତକୁ ତଥା ଜଗତର ଅନେକ ଶକ୍ତିଶାଳୀ ବ୍ୟକ୍ତିମାନଙ୍କୁ (ମହାତ୍ମା ଗାନ୍ଧୀଙ୍କ ପରି) ପ୍ରଭାବିତ କଲା, ଏବଂ ଆପଣଙ୍କୁ ଏବଂ ମୋତେ ସମସ୍ତ ଲୋକଙ୍କୁ ସ୍ପଷ୍ଟୀକରଣ ପ୍ରଦାନ କରୁଥିବା ଅନ୍ତର୍ନିହିତ ସୂଚନା ମଧ୍ୟ ଦେଲା | ପରବର୍ତ୍ତୀ ସମୟରେ ସେ ତାଙ୍କ ସନ୍ନ୍ୟାସ ଆଶ୍ରମ ସମୟରେ ସମସ୍ତଙ୍କୁ ଦେଇଥିବା ଜୀବନର ମାର୍ଗଦର୍ଶନ, ଶିକ୍ଷାଦାନ ଏବଂ ଉପହାର ଆମେ ଦେଖୁ, କିନ୍ତୁ ପ୍ରଥମେ ଆମେ ଯୋହୋନ (ଯିଏ ସ୍ନାନ ପରିଚାଳନା କରୁଥିଲେ) ଙ୍କ ଶିକ୍ଷାକୁ ଦେଖୁ |

Leave a Reply

Your email address will not be published. Required fields are marked *