Skip to content
Home » ରାଜ ପରି: ଯୀଶୁ ଖ୍ରୀଷ୍ଟଙ୍କ ‘ଖ୍ରୀଷ୍ଟ’ ଅର୍ଥ କ’ଣ?

ରାଜ ପରି: ଯୀଶୁ ଖ୍ରୀଷ୍ଟଙ୍କ ‘ଖ୍ରୀଷ୍ଟ’ ଅର୍ଥ କ’ଣ?

  • by

ମୁଁ ବେଳେବେଳେ ଲୋକମାନଙ୍କୁ ଯୀଶୁଙ୍କର ସାଙ୍ଗିଆ ପଚାରିଥାଏ ? ସାଧାରଣତଃ ସେମାନେ ଏହିପରି ଉତ୍ତର ଦେଇଥାନ୍ତି,

“ବଧହୁଏ ତାହାଙ୍କର ସାଙ୍ଗିଆ ‘ଖ୍ରୀଷ୍ଟ’ ଥିଲା କିନ୍ତୁ ମୁଁ ନିଶ୍ଚିତ ନୁହେଁ”

ତା’ପରେ ମୁଁ ପଚାରେ,

“ତେବେ ଯେତେବେଳେ ଯୀଶୁ ବାଳକ ଥିଲେ, ଯୋଷେଫ ଖ୍ରୀଷ୍ଟ ଏବଂ ମରିୟମ ଖ୍ରୀଷ୍ଟ ଛୋଟ ଯୀଶୁ ଖ୍ରୀଷ୍ଟଙ୍କୁ ବଜାରକୁ ନେଉଥିଲେ କି?”

ସେତେବେଳେ, ସେମାନେ ବୁଝି ପାରନ୍ତି ଯେ ‘ଖ୍ରୀଷ୍ଟ’ ଯୀଶୁଙ୍କ ପରିବାର ନାମ ନୁହେଁ । ତେବେ, ‘ଖ୍ରୀଷ୍ଟ’ କ’ଣ? ଏହା କେଉଁଠାରୁ ଆସିଛି? ଏହାର ଅର୍ଥ କ ‘ଣ? ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ, ‘ଖ୍ରୀଷ୍ଟ’ ଏକ ଆଖ୍ୟା ଅଟେ ଯାହାର ଅର୍ଥ ‘ଶାସକ’ ବା ‘ଶାସନ’ । ସ୍ୱାଧୀନତା ପୂର୍ବରୁ ଭାରତକୁ ଶାସନ କରୁଥିବା ବ୍ରିଟିଶ ରାଜ ପରି ଏହା ‘ରାଜ’ ଆଖ୍ୟାଠାରୁ ଭିନ୍ନ ନୁହେଁ।

ଅନୁବାଦ ବନା. ଲିପ୍ୟନ୍ତରଣ

ଆମେ ଅନୁବାଦର କେତେକ ମୌଳିକ ବିଷୟଗୁଡ଼ିକୁ ପ୍ରଥମେ ବୁଝିବା ଆବଶ୍ୟକ । ବେଳେବେଳେ ଅନୁବାଦକମାନେ ଅର୍ଥ ପରିବର୍ତ୍ତେ ସମାନ ଧ୍ନି  ଥିବା ବିଷୟଗୁଡ଼ିକୁ ଅନୁବାଦ କରିଥାନ୍ତି, ବିଶେଷ ଭାବରେ  ନାମ ଏବଂ ଆଖ୍ୟାଗୁଡ଼ିକୁ । ଏହି ଅନୁବାଦକୁ ଲିପ୍ୟନ୍ତରଣ କୁହାଯାଏ  । ଉଦାହରଣ, ଯେପରି  “Kumbh Mela” ହିନ୍ଦୀ कुंभ मेला ର ଏକ ଇଂରାଜୀ ଅନୁବାଦ । ଯଦିଓ मेला ର ଅର୍ଥ ‘fair’ ବା ‘festival’ (ମେଳା ବା ଉତ୍ସବ) ଅଟେ,  ଏହା Kumbh Fair  ପରିବର୍ତ୍ତେ Kumbh Mela ସହିତ ସମାନ ଧ୍ୱନି ଥିବା ଶବ୍ଦଗୁଡ଼ିକୁ ଇଂରାଜୀରେ ବ୍ୟବହାର କରାଯାଇଛି । ଯେପରି ହିନ୍ଦୀ ଭାଷାରୁ “राज” ଶବ୍ଦକୁ ଇଂରାଜୀରେ  “Raj” ଲିପ୍ୟନ୍ତରଣ କରାଯାଇଛି । ଯଦିଓ राज ର ଅର୍ଥ ‘ଶାସନ’ ଏହାକୁ ” British Rule ” ପରିବର୍ତ୍ତେ ” British Raj ” ବୋଲି ଇଂରାଜୀରେ ଲିପ୍ୟନ୍ତରଣ କରାଯାଇଛି । ବେଦ ପୁସ୍ତକାନ୍ (ବାଇବେଲ) ର ଅନୁବାଦକମାନେ କେଉଁ ନାମ ଏବଂ ଆଖ୍ୟାଗୁଡ଼ିକ ଅନୁବାଦ କରିବେ (ଅର୍ଥ ଅନୁଯାୟୀ) ଏବଂ କେଉଁଟି ଲିପ୍ୟନ୍ତରଣ କରିବେ (ଧ୍ୱନି ଦ୍ୱାରା) ତାହା ସ୍ଥିର କରିଥିଲେ । ଏଥିପାଇଁ  କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

ସେପ୍ଟୁଆଜେଣ୍ଟ୍ (ଓଲ୍‌ଡ୍ ଟେଷ୍ଟାମେଣ୍ଟ (ବାଇବେଲ୍)ର ପ୍ରାଚୀନ ଗ୍ରୀକ୍ ଅନୁବାଦ)

ବାଇବେଲକୁ ଖ୍ରୀଷ୍ଟପୂର୍ବ 250 ମସିହାରେ ପ୍ରଥମେ ଅନୁବାଦ କରାଯାଇଥିଲା ଯେତେବେଳେ ଏବ୍ରୀୟ ବେଦ (ପୁରାତନ ନିୟମ) ଗ୍ରୀକ୍ ଭାଷା –  ସେହି ସମୟର ଆନ୍ତର୍ଜାତୀୟ ଭାଷାରେ ଅନୁବାଦ କରାଯାଇଥିଲା । ଏହି ଅନୁବାଦକୁ ସେପ୍ଟୁଆଜେଣ୍ଟ୍ (କିମ୍ବା LXX) କୁହାଯାଏ ଏବଂ ଏହା ସେ ସମୟରେ ବହୁତ ପ୍ରଭାବଶାଳୀ ଥିଲା । ଯେହେତୁ ନୂତନ ନିୟମ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା ତେଣୁ ଏଥିରେ ପୁରାତନ ନିୟମର ଅନେକ ଉଦ୍ଧୃତିକୁ ସେପ୍ଟୁଆଜେଣ୍ଟରୁ ନିଆଯାଇଥିଲା ।

ସେପ୍ଟୁଆଜେଣ୍ଟରେ ଅନୁବାଦ ଏବଂ ଲିପ୍ୟନ୍ତରଣ

ନିମ୍ନରେ ଥିବା ଚିତ୍ର ଏହି ପ୍ରକ୍ରିୟା ଏବଂ ଏହା ଆଧୁନିକ ବାଇବେଲଗୁଡ଼ିକୁ କିପରି ପ୍ରଭାବିତ କରେ ତାହା ଦର୍ଶାଏ ।

ମୂଳ ଭାଷାଗୁଡ଼ିକରୁ ଆଧୁନିକ ବାଇବେଲକୁ ଅନୁବାଦ ହୁଏ

ମୂଳ ଏବ୍ରୀୟ ପୁରାତନ ନିୟମ (ଖ୍ରୀଷ୍ଟପୂର୍ବ 1500 – 400 ରେ ଲିଖିତ) ଚତୁର୍ଥାଂଶ # 1 ରେ ଦର୍ଶାଯାଇଛି । କାରଣ ସେପ୍ଟୁଆଜେଣ୍ଟ ଖ୍ରୀଷ୍ଟପୂର୍ବ 250 ଏବ୍ରୀୟ -> ଏକ ଗ୍ରୀକ୍ ଅନୁବାଦ ଥିଲା,  ଏହା ଚତୁର୍ଥାଂଶ # 1 ରୁ # 2 କୁ ଯାଉଥିବା ତୀରରେ ଦର୍ଶାଯାଇଛି । ନୂତନ ନିୟମ ଗ୍ରୀକ୍ (50–90 ଖ୍ରୀଷ୍ଟାବ୍ଦ), ଭାଷାରେ ଲେଖାଯାଇଥିଲା ତେଣୁ # 2 ଉଭୟ ପୁରାତନ ଏବଂ ନୂତନ ନିୟମକୁ ଅନ୍ତର୍ଭୁକ୍ତ କରେ । ନିମ୍ନ ଭାଗରେ (# 3) ବାଇବେଲର ଆଧୁନିକ ଭାଷାରେ ଅନୁବାଦ ଅଟେ । ପୁରାତନ ନିୟମ (ଏବ୍ରୀୟ ବେଦ) ମୂଳ ଏବ୍ରୀ (1 -> 3) ରୁ ଅନୁବାଦ କରାଯାଇଛି ଏବଂ ନୂତନ ନିୟମ ଗ୍ରୀକ୍ ଭାଷାରୁ ଅନୁବାଦ କରାଯାଇଛି (2 -> 3) । ଯେପରି ପୂର୍ବରୁ ବ୍ୟାଖ୍ୟା କରାଗଲା ଯେ ନାମ ଓ ଶିରୋନାମାଗୁଡ଼ିକୁ କିପରି ଅନୁବାଦ କାରଯିବ ତାହା  ଅନୁବାଦକମାନେ ନିଷ୍ପତ୍ତି ନେବା ଉଚିତ  । ଲିପ୍ୟନ୍ତରଣ ଏବଂ ଅନୁବାଦ  ନୀଳ ତୀରରେ ଏହା ଦର୍ଶାଯାଇଛି, ଅନୁବାଦକମାନେ ଯେକୌଣସି ଉପାୟ ଅବଲମ୍ବନ କରିପାରିବେ ।

ଖ୍ରୀଷ୍ଟ’ ର ଉତ୍ପତ୍ତି

ବର୍ତ୍ତମାନ ‘ଖ୍ରୀଷ୍ଟ’ ଶବ୍ଦ ଉପରେ ଧ୍ୟାନ ଦେଇ ଉପରୋକ୍ତ ପ୍ରକ୍ରିୟା ଅନୁସରଣ କରନ୍ତୁ ।

ବାଇବେଲରେ ‘ଖ୍ରୀଷ୍ଟ’ଶବ୍ଦ କେଉଁଠାରୁ ଆସିଛି?

ଏବ୍ରୀୟ ପୁରାତନ ନିୟମରେ ଏହି ଶୀର୍ଷକ ‘מָשִׁיחַ’ (ମାଶୀୟାକ୍) ଯାହାର ଅର୍ଥ ଜଣେ “ଅଭିଷିକ୍ତ ବା ପବିତ୍ର ବ୍ୟକ୍ତି” ଯେପରିକି ଏକ ରାଜା ବା ଶାସକ । ସେହି ସମୟର ଏବ୍ରୀୟ ରାଜାମାନଙ୍କୁ ସେମାନେ ରାଜା ହେବା ପୂର୍ବରୁ (ଆନୁଷ୍ଠାନିକ ଭାବରେ ତେଲରେ ଅଭିଷେକ କରାଯାଉଥିଲା), ତେଣୁ ସେମାନେ ଅଭିଷିକ୍ତ ବା  ମାଶୀୟାକ୍ ଥିଲେ । ତା’ପରେ ସେମାନେ ଶାସକ ହେଉଥିଲେ, କିନ୍ତୁ ସେମାନଙ୍କର ଶାସନ ଈଶ୍ଵରଙ୍କ ବ୍ୟବସ୍ଥା ଅନୁସାରେ ତାଙ୍କ ସ୍ୱର୍ଗୀୟ ଶାସନର ଅଧୀନ ହେବା ଉଚିତ ଥିଲା  । ସେହି ଦୃଷ୍ଟିରୁ ପୁରାତନ ନିୟମରେ ଏବ୍ରୀୟ ରାଜାଗଣ ରାଜ ପରି ଥିଲେ । ରାଜ ଦକ୍ଷିଣ ଏସିଆର ବ୍ରିଟିଶ ଅଞ୍ଚଳକୁ ଶାସନ କରିଥିଲେ, କିନ୍ତୁ ବ୍ରିଟେନର ସରକାରଙ୍କ ନିୟମ ଅନୁସାରେ ତାଙ୍କର ଅଧୀନରେ  ।

ପୁରାତନ ନିୟମ ଏକ ବିଶେଷ  ମାଶୀୟାକ୍ (ଏକ ନିର୍ଦ୍ଦିଷ୍ଟ ଆର୍ଟିକିଲ୍ ’the’ସହିତ) ଆସିବା ବିଷୟରେ ଭବିଷ୍ୟବାଣୀ କରିଥିଲା ଯିଏ ଏକ ଏକମାତ୍ର ରାଜା ହେବେ । ଯେବେ ଖ୍ରୀଷ୍ଟପୂର୍ବ 250 ରେ ସେପ୍ଟୁଆଜେଣ୍ଟ ଅନୁବାଦ କରାଯାଇଥିଲା, ଅନୁବାଦକମାନେ ଗ୍ରୀକ୍‍‍ରେ ଏକ ଶବ୍ଦ ବାଛିଥିଲେ, ଯାହା chrio ଉପରେ ଆଧାରିତ, ଅର୍ଥାତ୍ Χριστός (ଖ୍ରୀଷ୍ଟୋସ୍ ପରି ଶବ୍ଦ ଥିଲା), ଯାହାର ଅର୍ଥ ତେଲରେ ଆନୁଷ୍ଠାନିକ ଭାବରେ ଅଭିଷେକ କରିବା । ତେଣୁ ଏବ୍ରୀୟ  ଶବ୍ଦ ‘ମାଶୀୟାକ୍’ ର ଅର୍ଥ ଗ୍ରୀକ୍ ସେପ୍ଟୁଆଜେଣ୍ଟରେ Χριστός ଅନୁବାଦ କରାଯାଇଥିଲା (ଶବ୍ଦକୁ ଲିପ୍ୟନ୍ତରଣ କରାଯାଇନଥିଲା) । ନୂତନ ନିୟମର ଲେଖକମାନେ ଖ୍ରୀଷ୍ଟୋସ୍ ଶବ୍ଦ ବ୍ୟବହାର କରି ଯୀଶୁଙ୍କୁ ଭବିଷ୍ୟବାଣୀ କରାଯାଇଥିବା ‘ମାଶୀୟାକ୍’ ଭାବରେ ପରିଚିତ କରାଇଲେ ।

ୟୁରୋପୀୟ ଭାଷାଗୁଡ଼ିକରେ, ସମାନ ଅର୍ଥ ଥିବା କୌଣସି ସ୍ପଷ୍ଟ ଶବ୍ଦ ନଥିଲା ତେଣୁ ନୂତନ ନିୟମରେ ଗ୍ରୀକ୍ ‘ଖ୍ରୀଷ୍ଟୋସ୍’ ‘କ୍ରାଇଷ୍ଟ୍’ରେ  ଲିପ୍ୟନ୍ତରଣ କରାଯାଇଥିଲା । ଏବ୍ରୀୟ ଭାଷାରୁ  ଗ୍ରୀକ୍ ଭାଷାରେ ଅନୁବାଦ  ରେ ଏବଂ ତାପରେ ଗ୍ରୀକ୍ ରୁ ଆଧୁନିକ ଭାଷାକୁ ଲିପ୍ୟନ୍ତରଣରେ, ପୁରାତନ ନିୟମର ମୂଳ ସହ ‘କ୍ରାଇଷ୍ଟ୍’ଶବ୍ଦ ଏକ ନିର୍ଦ୍ଦିଷ୍ଟ ଆଖ୍ୟା ଅଟେ । ପୁରାତନ ନିୟମକୁ ଏବ୍ରୀୟ ଭାଷାରୁ ଆଧୁନିକ ଭାଷାକୁ ସିଧାସଳଖ ଅନୁବାଦ କରାଯାଇଛି ଏବଂ ଅନୁବାଦକମାନେ ମୂଳ ଏବ୍ରିୟ ଶବ୍ଦ ‘ମାଶୀୟାକ୍’’ ପାଇଁ ଭିନ୍ନ ଭିନ୍ନ ଉପାୟଗୁଡ଼ିକୁ ଗ୍ରହଣ କରନ୍ତି । କେତେକ ବାଇବେଲ ‘ମାଶୀୟାକ୍’’ କୁ ‘ମସିହା’ର ବିବିଧତାକୁ ଲିପ୍ୟନ୍ତରଣ କରନ୍ତି, ଆଉ କେତେକ‘ ଅଭିଷିକ୍ତ’ ଅର୍ଥକୁ ଅନୁବାଦ କରନ୍ତି । ଖ୍ରୀଷ୍ଟ (मसीह) ପାଇଁ ଗୋଟିଏ ହିନ୍ଦୀ ଶବ୍ଦ ଆରବୀ ଭାଷାରୁ ଲିପ୍ୟନ୍ତରଣ ହୋଇଛି, ଯାହା ମୂଳ ଏବ୍ରୀୟ ଭାଷାରୁ ଲିପ୍ୟନ୍ତରଣ କରାଯାଇଥିଲା । ତେଣୁ ଏହାର ଉଚ୍ଚାରଣ ‘ମୋଶୀ’ ମୂଳ ଏବ୍ରୀୟ ଭାଷା ସହ ନିକଟତର ଅଟେ, ଏବଂ  ଅନ୍ୟ ଏକ ଶବ୍ଦ क्राइस्ट ଇଂରାଜୀ ଭାଷା ‘କ୍ରାଇଷ୍ଟ’ ରୁ ଲିପ୍ୟନ୍ତରଣ ହୋଇଛି ଏବଂ ଏହା ‘କ୍ରାଇଷ୍ଟ’ ଉଚ୍ଚାରଣ ହୁଏ । ‘କ୍ରାଇଷ୍ଟ’ (ଖ୍ରୀଷ୍ଟ) ପାଇଁ ଓଡିଆ ଶବ୍ଦ ଗ୍ରୀକ୍ ଖ୍ରୀଷ୍ଟୋସ୍ ରୁ ଲିପ୍ୟନ୍ତରଣ ହୋଇଛି ଏବଂ ଏହାକୁ ଖ୍ରୀଷ୍ଟ କୁହାଯାଏ ।

କାରଣ ଆମେ ସାଧାରଣତଃ ପୁରାତନ ନିୟମରେ ‘ଖ୍ରୀଷ୍ଟ’ ଶବ୍ଦ ଦେଖି ନଥାଉ, ପୁରାତନ ନିୟମରେ ଏହାର ସଂଯୋଗ ସର୍ବଦା ସ୍ପଷ୍ଟ ନୁହେଁ । କିନ୍ତୁ ଏହି ଅଧ୍ୟୟନରୁ ଆମେ ଜାଣୁ ଯେ ‘କ୍ରାଇଷ୍ଟ= ‘ଖ୍ରୀଷ୍ଟ’ = ‘ଅଭିଷିକ୍ତ’ ଏବଂ ଏହା ଏକ ନିର୍ଦ୍ଦିଷ୍ଟ ଆଖ୍ୟା ଥିଲା ।

ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟଙ୍କୁ ଅପେକ୍ଷା କରାଯାଇଥିଲା

ବର୍ତ୍ତମାନ ଆସନ୍ତୁ ସୁସମାଚାରରୁ କେତେକ ବିଷୟକୁ ଦେଖିବା । ଯେତେବେଳେ ପଣ୍ତିତଗଣ  ଯିହୁଦୀମାନଙ୍କର ରାଜାଙ୍କୁ ଖୋଜିବାକୁ ଆସିଲେ, ସେତେବେଳେ ହେରୋଦଙ୍କ ପ୍ରତିକ୍ରିୟାକୁ ଆମେ ନିମ୍ନରେ କ୍ରିସମାସ୍ କାହାଣୀର ଦେଖିବା । ଧ୍ୟାନ ଦିଅନ୍ତୁ, ଖ୍ରୀଷ୍ଟଙ୍କ ଆଗରେ ‘ଦି’ ଅଛି, ଯଦିଓ ଏହା ବିଶେଷ ଭାବରେ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରୁନାହିଁ ।

ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ।

ମାଥିଉ 2:3-4

ଆପଣ ଏବେ ଦେଖନ୍ତୁ ଯେ ହେରୋଦ ଏବଂ ତାଙ୍କ ପରାମର୍ଶଦାତାମାନଙ୍କ ମଧ୍ୟରେ ‘ଖ୍ରୀଷ୍ଟ’ ଙ୍କର ଧାରଣା ଭଲ ଭାବରେ ସ୍ପଷ୍ଟ ଅଟେ – ଏବଂ ଏଠାରେ ବିଶେଷ ଭାବରେ ଯୀଶୁଙ୍କ ବିଷୟରେ ଉଲ୍ଲେଖ ହୋଇନାହିଁ । ଏହା ଦର୍ଶାଏ ଯେ ‘ଖ୍ରୀଷ୍ଟ’ ପୁରାତନ ନିୟମରୁ ଆସିଛି, ସାଧାରଣତଃ  ପ୍ରଥମ ଶତାବ୍ଦୀର ଲୋକମାନେ (ହେରୋଦ ଏବଂ ତାଙ୍କ ପରାମର୍ଶଦାତାଙ୍କ ପରି ଲୋକେ) ଗ୍ରୀକ୍ ସେପ୍ଟୁଆଜେଣ୍ଟକୁ ପାଠ କରୁଥିଲେ। ‘ଖ୍ରୀଷ୍ଟ’ ଏକ ଆଖ୍ୟା ଥିଲା (ଏବଂ ଅଛି), ଏବଂ ଏହା ଏକ ଶାସକ କିମ୍ବା ରାଜାଙ୍କୁ ସୂଚିତ କରୁଥିବା ନାମ ନୁହେଁ । ଏହି କାରଣରୁ ହେରୋଦ ଅନ୍ୟ ଜଣେ ରାଜାଙ୍କ ସମ୍ଭାବନାକୁ ନେଇ ବିପଦ ଅନୁଭବ କରୁଥିବାରୁ ‘ବିବ୍ରତ’ ହୋଇଥିଲେ। ଆମେ ଏହି ଧାରଣାକୁ ଖାରଜ କରିପାରିବା ଯେ ‘ଖ୍ରୀଷ୍ଟ’ ଶବ୍ଦଟି ଏକ ଖ୍ରୀଷ୍ଟିଆନ ଉଦ୍ଭାବନ ଥିଲା । ପୃଥିବୀରେ କୌଣସି ଖ୍ରୀଷ୍ଟିୟାନ ରହିବାର ଶହ ଶହ ବର୍ଷ ପୂର୍ବରୁ ଏହି ଆଖ୍ୟା ବ୍ୟବହାର ହେଇଥିଲା ।

ଖ୍ରୀଷ୍ଟଙ୍କ ଅଧିକାରର ବିରୋଧାଭାସ

ଯୀଶୁଙ୍କ ପ୍ରାରମ୍ଭିକ ଅନୁଗାମୀମାନେ ନିଶ୍ଚିତ ଥିଲେ ଯେ ଯୀଶୁ ହିଁ ସେହି ଖ୍ରୀଷ୍ଟ ଯାହାଙ୍କ ବିଷୟରେ ଏବ୍ରୀୟ ବେଦରେ ଭବିଷ୍ୟବାଣୀ କରାଯାଇଥିଲା, ଯଦିଓ ଅନ୍ୟମାନେ ଏହି ବିଶ୍ୱାସକୁ ବିରୋଧ କରିଥିଲେ ।

କାହିଁକି?

ପ୍ରେମ ବା ଶକ୍ତି ଉପରେ ଆଧାରିତ ଏକ ନିୟମ, ମତବିରୁଦ୍ଧ ବ୍ୟକ୍ତିର ହୃଦୟକୁ ଉତ୍ତର ଯାଏ ବ୍ରିଟିଶ ଶାସନ ଅଧିନରେ ଭାରତ ଉପରେ ଶାସନ କରିବାର ଅଧିକାର ରାଜଙ୍କର ଥିଲା। କିନ୍ତୁ ସେମାନେ ଭାରତରେ ଶାସନ କରିବାର ଅଧିକାର ହାସଲ କରିଥିଲା କାରଣ ରାଜ ପ୍ରଥମେ ସାମରିକ ଶକ୍ତିରେ ଆସିଥିଲେ ଏବଂ ନିଜର ଶକ୍ତି ମାଧ୍ୟମରେ ବାହ୍ୟ ଉପସ୍ଥାପନାକୁ କାର୍ଯ୍ୟକାରୀ କରିଥିଲେ। ଲୋକମାନେ ରାଜକୁ ଭଲ ପାଉ ନଥିଲେ ଏବଂ ଗାନ୍ଧୀଙ୍କ ପରି ନେତାଙ୍କ ମାଧ୍ୟମରେ ଶେଷରେ ରାଜକୁ ବନ୍ଦ କରିଦିଆଗଲା।

ଯୀଶୁ ଖ୍ରୀଷ୍ଟ ଭାବରେ ଲୋକମାନଙ୍କୁ ବଶୀଭୂତ କରିବାକୁ ଆସି ନଥିଲେ, ଯଦିଓ ତାଙ୍କର ଅଧିକାର ଥିଲା । ସେ ପ୍ରେମ ବା ଭକ୍ତି ଉପରେ ଆଧାରିତ ଏକ ଅନନ୍ତ ରାଜ୍ୟ ପ୍ରତିଷ୍ଠା କରିବାକୁ ଆସିଥିଲେ ଏବଂ ଏଥିପାଇଁ ଗୋଟିଏ ପଟେ ଶକ୍ତି ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ପ୍ରେମର ଆବଶ୍ୟକତା ଥିଲା । ଏବ୍ରୀୟ ୠଷିମାନେ ଏହି ବିରୋଧାଭାସକୁ ଅନୁସନ୍ଧାନ କରି ଆମକୁ ‘ଖ୍ରୀଷ୍ଟ’ ଙ୍କର ଆଗମନକୁ ବୁଝିବାକୁ ସାହାଯ୍ୟ କଲେ । ଏବ୍ରୀୟ ରାଜା ଦାଉଦଙ୍କଠାରୁ ପ୍ରାୟ 1000 ଖ୍ରୀଷ୍ଟପୂର୍ବରୁ  ଆସୁଥିବା ଏବ୍ରୀୟ ବେଦରେ ‘ଖ୍ରୀଷ୍ଟ ଙ୍କର ପ୍ରଥମ ଆବିର୍ଭାବକୁ ଆମେ ସେମାନଙ୍କର ଅନ୍ତର୍ଦୃଷ୍ଟିରୁ ଅନୁସରଣ କରିଥାଓ ।

Leave a Reply

Your email address will not be published. Required fields are marked *