ରୀତିନୀତି ଅନୁଯାୟୀ ଶୁଦ୍ଧି ହେବା କେତେ ଗୁରୁତ୍ୱପୂର୍ଣ୍ଣ? ଶୁଦ୍ଧତା ବଜାୟ ରଖିବା ଏବଂ ଅଶୁଦ୍ଧତାକୁ ଏଡାଇବା ପାଇଁ? ଆମମାନଙ୍କ ମଧ୍ୟରୁ ଅନେକ ଅଶୁଦ୍ଧତାକୁ ଏଡାଇବା କିମ୍ବା କମ୍ କରିବା ପାଇଁ କଠିନ ପରିଶ୍ରମ କରନ୍ତି, ଯେପରି ଛୁଆଁଛୁଇଁ, ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସ୍ପର୍ଶ ଯାହା ପରସ୍ପରଠାରୁ ଅପରିଷ୍କାରତାକୁ ଛାଡ଼ିଥାଏ । ଅନେକ ଲୋକ ଇଟୋକୁ ମଧ୍ୟ ଏଡାନ୍ତି, ଏହା ଅଶୁଦ୍ଧତାର ଅନ୍ୟ ଏକ ରୂପ କାରଣ ଯଦି ଜଣେ ଅଶୁଦ୍ଧ ବ୍ୟକ୍ତି ଆମେ ଖାଉଥିବା ଖାଦ୍ୟ ପ୍ରସ୍ତୁତ କରିନ୍ତି ତେବେ ଖାଦ୍ୟ ମଧ୍ୟ ଅଶୁଦ୍ଧ ହୁଏ ।
ଧର୍ମ ଶୁଦ୍ଧତାକୁ ବଜାୟ ରଖେ
ଯେବେ ଆପଣ ଏଥିରେ ପ୍ରତିଫଳିତ କରନ୍ତି, ଆମେ ନିର୍ଦ୍ଦେଶଗୁଡ଼ିକୁ ସଠିକ୍ ଭାବରେ ଅନୁସରଣ କରିବାକୁ ବହୁତ କଠିନ ଚେଷ୍ଟା କରିପାରିବା । ଶିଶୁର ଜନ୍ମ ପରେ, ମାତା ସୂତାକର ନିର୍ଦ୍ଦିଷ୍ଟ ନିୟମ ମାନିବା ଉଚିତ୍, ଯେଉଁଥିରେ ଦୀର୍ଘ ସମୟ ଧରି ସାମାଜିକ ଦୂରତା ଅନ୍ତର୍ଭୁକ୍ତ । କେତେକ ପରମ୍ପରାରେ ଜଛ (ନୂତନ ମା) ସନ୍ତାନ ପ୍ରସବ ପରେ ଏକ ମାସରୁ ଅଧିକ ସମୟ ଧରି ଅଶୁଦ୍ଧ ବୋଲି ବିବେଚନା କରାଯାଏ । କେବଳ ସ୍ନାନ ଏବଂ ମାଲିସ କରିବା ଦ୍ଵାରା ଶୁଦ୍ଧିକରଣ ପ୍ରକ୍ରିୟା (ସୋର୍) ମାଧ୍ୟମରେ, ମାତା ପୁନର୍ବାର ଶୁଦ୍ଧ ବୋଲି ବିବେଚିତ ହେବେ । ସନ୍ତାନ ପ୍ରସବ ବ୍ୟତୀତ, ଜଣେ ମହିଳାଙ୍କର ମାସିକ ରଜଃସ୍ରାବ ସାଧାରଣତଃ ତାଙ୍କୁ ଅଶୁଦ୍ଧ ବୋଲି ଦେଖାଏ, ତେଣୁ ସେ ମଧ୍ୟ ରୀତିନୀତି ଅନୁଯାୟୀ ଶୁଦ୍ଧତା ହାସଲ କରିବା ଆବଶ୍ୟକ ଥାଏ । ବିବାହ ପୂର୍ବରୁ କିମ୍ବା ଅଗ୍ନି ନୈବେଦ୍ୟ (ହୋମ କିମ୍ବା ଯଙ୍ଗ୍ୟ ) ପୂର୍ବରୁ, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଅନେକ ଲୋକ ପୁଣ୍ୟବାଚନମ୍ ନାମକ ରୀତିନୀତି ଅନୁଯାୟୀ ଶୁଦ୍ଧତା କରନ୍ତି, ଯେଉଁଠାରେ ମନ୍ତ୍ର ଜପ କରାଯାଏ ଏବଂ ଲୋକମାନେ ପାଣିରେ ସିଞ୍ଚନ କରନ୍ତି ।
ଆମେ ଖାଉଥିବା ଖାଦ୍ୟ ହେଉ, କିମ୍ବା ଆମେ ସ୍ପର୍ଶ କରୁଥିବା ଲୋକ ଏବଂ ଜିନିଷ, କିମ୍ବା ଆମର ଶାରୀରିକ କାର୍ଯ୍ୟ, ସେଥିରେ ଆମର ଅଶୁଚି ହେବାର ଅନେକ ଉପାୟ ଅଛି । ତେଣୁ ଅନେକେ ଶୁଦ୍ଧତା ବଜାୟ ରଖିବା ପାଇଁ ଅନେକ କଠିନ ପରିଶ୍ରମ କରନ୍ତି । ଏହି କାରଣରୁ ସମସ୍କାର (କିମ୍ବା ସଂସ୍କାର) ସୁଦ୍ଧତାରେ ଜୀବନଯାପନ କରିବାକୁ ଏହି ତିନୀତି ପ୍ରଥା ଦିଆଯାଇଥିଲା।
ଗୌତମ ଧର୍ମ ସୂତ୍ର
ଗୌତମ ଧର୍ମସୂତ୍ର ସର୍ବ ପୁରାତନ ସଂସ୍କୃତ ଧର୍ମସୂତ୍ର ମଧ୍ୟରୁ ଅନ୍ୟତମ ଅଟେ । ଏଥିରେ 40 ଟି ବାହ୍ୟ ସମସ୍କାର ତାଲିକାଭୁକ୍ତ ହୋଇଛି (ଯେପରି ପ୍ରସବ ପରେ ରୀତିମତ ପରିଷ୍କାର ହେବା) କିନ୍ତୁ ଆଠଟି ଭିତର ସମସ୍କାର ମଧ୍ୟ ଶୁଦ୍ଧତା ବଜାୟ ରଖିବା ପାଇଁ ଆମେବ୍ ଅଭ୍ୟାସ କରିବା ଆବଶ୍ୟକ । ସେଗୁଡ଼ିକ:
ସମସ୍ତ ପ୍ରାଣୀ ପ୍ରତି ଦୟା, ଧୈର୍ଯ୍ୟ, ଈର୍ଷା ମନୋଭାବ ଦୂର କରିବା, ଶୁଦ୍ଧତା, ଶାନ୍ତି, ଏକ ସକରାତ୍ମକ ମନୋଭାବ, ଉଦାରତା ଏବଂ ଅଧିକାର ମନୋଭାବ ଦୂର କରିବା ।
ଗୌତମ ଧର୍ମସୂତ୍ର 8:23
ଶୁଦ୍ଧତା ଏବଂ ଅଶୁଦ୍ଧତା ବିଷୟରେ ଯୀଶୁ
ଆମେ ଦେଖିଲେ ଯେ ଯୀଶୁଙ୍କ ବାକ୍ୟଗୁଡ଼ିକ କିପରି ଅଧିକାର ସହିତ ଶିକ୍ଷା ଦେବାକୁ, ଲୋକଙ୍କୁ ସୁସ୍ଥ କରିବାକୁ ଏବଂ ପ୍ରକୃତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଅଧିକାର ଅଛି । କେବଳ ବାହ୍ୟ ସୁଦ୍ଧତା ନୁହେଁ ଆମର ହୃଦୟର ଶୁଦ୍ଧତା ବିଷୟରେ ମଧ୍ୟ ଚିନ୍ତା କରିବାକୁ ଯୀଶୁ କହିଥିଲେ। ଯଦିଓ ଆମେ କେବଳ ଅନ୍ୟ ଲୋକଙ୍କ ବାହ୍ୟ ପରିଷ୍କାରତା ଦେଖିପାରୁ କିନ୍ତୁ ଈଶ୍ଵର ଉଭୟ ଦେଖନ୍ତି । ଯେତେବେଳେ ଇସ୍ରାଏଲର ଜଣେ ରାଜା ବାହ୍ୟ ଶୁଦ୍ଧତା ବଜାୟ ରଖିଥିଲେ, କିନ୍ତୁ ତାଙ୍କ ହୃଦୟକୁ ସଫା ରଖିନଥିଲେ, ସେତେବେଳେ ତାଙ୍କ ଗୁରୁ ଦେହିଥିବା ବାର୍ତ୍ତା ବାଇବେଲରେ ଲିପିବଦ୍ଧ ହୋଇଅଛି:
କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ
ଦ୍ଵିତୀୟ ବଂଶାବଳୀ 16:9a
ଅନ୍ତରର ପରିଷ୍କାର ପରିଚ୍ଛନ୍ନତା ଆପଣ ଭାବୁଥିବା, ଅନୁଭବ କରୁଥିବା, ନିଷ୍ପତ୍ତି ନେଉଥିବା, ଅବମାନନା କରୁଥିବା କିମ୍ବା ଜିଭକୁ ନିୟନ୍ତ୍ରଣ କରୁଥିବା ଆମର ‘ହୃଦୟ’ ସହିତ ଜଡିତ । ଆମର ସମସ୍କାର କେବଳ ଅନ୍ତରର ଶୁଦ୍ଧତାରେ ପ୍ରଭାବଶାଳୀ ହେବ । ତେଣୁ ଯୀଶୁ ଏହାକୁ ନିଜ ଶିକ୍ଷାରେ ବାହ୍ୟ ସ୍ୱଚ୍ଛତା ସହିତ ତୁଳନା କରି ଗୁରୁତ୍ୱାରୋପ କରିଥିଲେ । ଅନ୍ତରର ଶୁଦ୍ଧତା ବିଷୟରେ ଯୀଶୁଙ୍କ ଶିକ୍ଷା ବିଷୟରେ ସୁସମାଚାର ଏପରି ଉଲ୍ଲେଖ କରେ:
ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ସ୍ନାନ କରି ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ। ସେଥିରେ ପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତର ଲୁଣ୍ଠନକର୍ମ ଓ ଦୁଷ୍ଟତାରେ ପରିପୂର୍ଣ୍ଣ। ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ? ବରଞ୍ଚ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ। କିନ୍ତୁ ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟ ବିଚାର ଓ ଈଶ୍ଵରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ। ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ। ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଅଦୃଶ୍ୟ ସମାଧି ତୁଲ୍ୟ; ତାହା ଉପରେ ଗତାୟାତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।
ଲୂକ11:37-44
ହାୟ, ଦଣ୍ତର ପାତ୍ର ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର କଞ୍ଚି ହରଣ କଲ; ତୁମ୍ଭେମାନେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ବାଧା ଦେଲ।
ଲୂକ11:52
(ସ୍ଵାମୀ କିମ୍ବା ପଣ୍ଡିତଙ୍କ ପରି ‘ଫାରୂଶୀମାନେ’ ଯିହୁଦୀ ଶିକ୍ଷକ ଥିଲେ । ଯୀଶୁ ଈଶ୍ଵରଙ୍କୁ ଏକ ଦଶମାଂଶ ଦେବା ବିଷୟରେ ଉଲ୍ଲେଖ କରିଛନ୍ତି ଏହା ଧାର୍ମିକ ଦାନ ବିଷୟରେ ଥିଲା)
ଏକ ମୃତ ଶରୀରକୁ ଛୁଇଁବା ଯିହୁଦୀ ନିୟମରେ ଅଶୁଦ୍ଧ ଥିଲା । ଯେତେବେଳେ ଯୀଶୁ କହିଥିଲେ ଯେ ସେମାନେ ‘ସମାଧି ଗତାୟାତକାରୀ’, ସେତେବେଳେ ତାଙ୍କ କହିବାର ଅର୍ଥ ଥିଲେ ସେମାନେ ସେମାନେ ଅଶୁଚି, ଏପରିକି ସେମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଅନ୍ତରର ସ୍ୱଚ୍ଛତାକୁ ଅବହେଳା କରୁଛନ୍ତି । ଯେପରି ଏକ ମୃତ ଶରୀରକୁ ଛୁଇଁବା ଅଶୁଦ୍ଧ କରେ ସେପରି ଅନ୍ତରର ଶୁଦ୍ଧତାକୁ ଅବହେଳା କରିବା ଆମକୁ ଅଶୁଦ୍ଧ କରିଥାଏ ।
ଧାର୍ମିକ ରୀତିରେ ଶୁଦ୍ଧି ବ୍ୟକ୍ତିଙ୍କୁ ହୃଦୟ ଅପବିତ୍ର କରେ
ନିମ୍ନଲିଖିତ ଶିକ୍ଷାରେ, ଯୀଶୁ ଖ୍ରୀଷ୍ଟ ଭବିଷ୍ୟଦ୍ବକ୍ତା ଯିଶାଇୟ ଯିଏ 750 ଖ୍ରୀଷ୍ଟପୂର୍ବରେ ଜିବତ ଥିଲେ ତାଙ୍କ ଉକ୍ତି ଉଦ୍ଧୃତ କରିଥିଲେ।
ଭବିଷ୍ୟଦ୍ବକ୍ତା ଯିଶାଇୟ ଏବଂ ଅନ୍ୟାନ୍ୟ ଏବ୍ରିୟ ଭବିଷ୍ୟଦ୍ବକ୍ତା ଐତିହାସିକ ସମୟସୀମା ମଧ୍ୟରେ
ସେହି ସମୟରେ ଯିରୂଶାଲମରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ। ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ଵରଙ୍କ ଆଜ୍ଞା ଲଙ୍ଘନ କର? ଈଶ୍ଵର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେକେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ତ ଭୋଗ କରିବ। କିନ୍ତୁ ତୁମ୍ଭେମାନେ କହୁଥାଅ, ଯେକେହି ପିତା କି ମାତାଙ୍କୁ କହେ, ମୋʼଠାରୁ ଯାହା ଦ୍ଵାରା ତୁମ୍ଭର ଉପକାର ହୋଇ-ଥାଆନ୍ତା, ତାହା ମାନତ୍ ହୋଇଅଛି, ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହିରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ଵରଙ୍କ ବାକ୍ୟ ବ୍ୟର୍ଥ କରିଅଛ। ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ଆଉ, ଯୀଶୁ ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ; ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ବିଘ୍ନ ପାଇଅଛନ୍ତି, ଆପଣ କଅଣ ଏହା ଜାଣନ୍ତି? କିନ୍ତୁ ସେ ଉତ୍ତର ଦେଲେ, ମୋହର ସ୍ଵର୍ଗସ୍ଥ ପିତା ଯେଉଁସବୁ ବୃକ୍ଷ ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ। ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ, ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟେ ଖାତରେ ପଡ଼ିବେ। ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ। ଯୀଶୁ କହିଲେ, ତୁମ୍ଭେମାନେ ମଧ୍ୟ କଅଣ ଏପର୍ଯ୍ୟନ୍ତ ଅବୋଧ? ଯାହା କିଛି ମୁଖରେ ପ୍ରବେଶ କରେ, ତାହା ଉଦରକୁ ଯାଇ ବାହ୍ୟସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ? କିନ୍ତୁ ମୁଖରୁ ଯାହାସବୁ ନିର୍ଗତ ହୁଏ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ; ଏହିସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ।
ମାଥିଉ 15:1-20
ଆମ ହୃଦୟରୁ ଯାହା ବାହାରିଥାଏ ତାହା ଆମକୁ ଅଶୁଚି କରିଥାଏ । ଅଶୁଦ୍ଧ ଚିନ୍ତାଧାରର ଯୀଶୁଙ୍କ ତାଲିକା ଗୌତମ ଧର୍ମସୂତ୍ରରେ ତାଲିକାଭୁକ୍ତ ଶୁଚି ଚିନ୍ତାଧାରା ତାଲିକାର ସମ୍ପୂର୍ଣ୍ଣ ବିପରୀତ ଅଟେ । ଏହିପରି ସେମାନେ ସମାନ ଶିକ୍ଷା ଦିଅନ୍ତି ।
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ଵାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ। ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ। ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ। ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଶୁକ୍ଳୀକୃତ ସମାଧି ସ୍ଵରୂପ। ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ।
ମାଥିଉ 23: 23-28
ଆପଣ ଯେଉଁ କପ୍ ପିଅନ୍ତି, ଆପଣ ସେହି କପ୍ କେବଳ ବାହ୍ୟ ନୁହେଁ ଭିତର ମଧ୍ୟ ପରିଷ୍କାର କରିବାକୁ ଚାହାଁନ୍ତି । ଆମେ ଏହି ଦୃଷ୍ଟାନ୍ତରେ କପ୍ ଅଟୁ । ଆମେ କେବଳ ବାହ୍ୟ ନୁହେଁ ଅନ୍ତରରେ ମଧ୍ୟ ପରିଷ୍କାର ହେଉ ବୋଲି ଈଶ୍ଵର ମଧ୍ୟ ଚାହାଁନ୍ତି ।
ଆମେ ସମସ୍ତେ ଯାହା ଦେଖିଛୁ ତାହା ଯୀଶୁ କହୁଛନ୍ତି । ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ଏକ ସାଧାରଣ କଥା ହୋଇପାରେ, କିନ୍ତୁ ସେମାନେ ଧାର୍ମିକ ଭାବରେ ମହତ୍ଵପୂର୍ଣ ଅଟନ୍ତି ତଥାପି ସେମାନେ ଅନ୍ତରରେ ଲୋଭରେ ପରିପୂର୍ଣ୍ଣ ଅଟନ୍ତି । ଅନ୍ତରର ସ୍ୱଚ୍ଛତା ହାସଲ କରିବା ଜରୁରୀ – କିନ୍ତୁ ଏହା ବହୁତ କଠିନ ଅଟେ ।
ଯୀଶୁ ଗୌତମ ଧର୍ମସୂତ୍ର ପରି ସମାନ ଶିକ୍ଷା ଦେଇଥିଲେ, ଯାହା ଆଠଟି ଅନ୍ତରର ସଂସ୍କାର ତାଲିକାଭୁକ୍ତ କରିବା ପରେ ଦର୍ଶାଏ:
ଜଣେ ବ୍ୟକ୍ତି ଯିଏ ଚାଳିଶଟି ସଂସ୍କାର କରିଛନ୍ତି କିନ୍ତୁ ଏହି ଆଠଟି ଗୁଣର ଅଭାବ ସେ ବ୍ରହ୍ମଙ୍କୁ ପ୍ରାପ୍ତ କରନ୍ତି ନାହିଁ । (8.24) ଜଣେ ବ୍ୟକ୍ତି ଯିଏକି ଚାଳିଶଟି ସଂସ୍କାର ମଧ୍ୟରୁ କେବଳ କିଛି କରିଥିବେ କିନ୍ତୁ ଏହି ଆଠଟି ଗୁଣର ଅଧିକାରୀ ହୁଅନ୍ତି, ବ୍ରହ୍ମଙ୍କୁ ପ୍ରାପ୍ତ କରନ୍ତି । (8.25)
ତେଣୁ ଏହି ପ୍ରସଙ୍ଗ ଉଠେ। ଆମେ କିପରି ଆମର ହୃଦୟକୁ ଶୁଚି କରିବୁ ଯାହା ଦ୍ଵାରା ଆମେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବା – ବ୍ରହ୍ମଙ୍କୁ ପ୍ରାପ୍ତ କରିବା? ବିଜୟ ବିଷୟରେ ଜାଣିବା ପାଇଁ ଆମେ ସୁସମାଚାରର ଅଧ୍ୟୟାନ ଜାରି ରଖିବା ।