Skip to content
Home » ପ୍ରାଚୀନ ରାଶିର ତୁମର ଧନୁ ରାଶି |

ପ୍ରାଚୀନ ରାଶିର ତୁମର ଧନୁ ରାଶି |

  • by

ଧନୁ କିମ୍ବା ଧନୁ ରାଶି,  ରାଶିର ଚତୁର୍ଥ ନକ୍ଷତ୍ରପୁଞ୍ଜ ଅଟେ ଏବଂ ଏହା ଏକ ଅଶ୍ୱାରୋହୀ ଧନୁର୍ଦ୍ଧରର ଚିହ୍ନ ଅଟେ । ଲାଟିନ୍ ଭାଷାରେ ଧନୁ ରାଶିର ଅର୍ଥ ‘ଧନୁର୍ଦ୍ଧର’ ଅଟେ। ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ରର ଆଜିର ରାଶିଫଳରେ, ଆପଣ ଆପଣଙ୍କ ବ୍ୟକ୍ତିତ୍ୱରେ ପ୍ରେମ, ଶୁଭଫଳ, ସ୍ୱାସ୍ଥ୍ୟ ଏବଂ ଅନ୍ତର୍ଦୃଷ୍ଟି ପାଇବାକୁ ଧନୁ ରାଶି ପାଇଁ ରାଶିଫଳର ପରାମର୍ଶକୁ ଅନୁସରଣ କରନ୍ତି ।

କିନ୍ତୁ ଆରମ୍ଭରେ ଏହାକୁ ଏହି ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା କି?

ସାବଧାନ! ଆପଣ ଆପଣଙ୍କର ଜାତକ ମିଳାଉ ଥିବା ସମୟରେ ଯେପରି ଇଚ୍ଛା କରିଥିଲେ  ସେହିପରି ଏହାର ଉତ୍ତର ଆପଣଙ୍କର ରାଶିଫଳ ଏକ ଅପ୍ରତ୍ୟାଶିତ ଉପାୟରେ ପ୍ରକାଶ କରିବ ଯାହା ଆପଣଙ୍କୁ ଏକ ଭିନ୍ନ ଯାତ୍ରାରେ ପ୍ରେବଶ କରାଇବ….

ଆମେ ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନ କଲୁ ଏବଂ କନ୍ୟାଠାରୁ ବିଛା ପର୍ଯ୍ୟନ୍ତ ପ୍ରାଚୀନ ଜାତକଗୁଡ଼ିକୁ ପରୀକ୍ଷା କରିବା ପରେ ଆମେ ଧନୁ ରାଶି ସହିତ ଜାରିରଖିଛୁ ।

ନକ୍ଷତ୍ରପୁଞ୍ଜ ଧନୁ ରାଶିର ଉତ୍ପତ୍ତି

ଧନୁ ରାଶି ଏକ ତାରକା ନକ୍ଷତ୍ରପୁଞ୍ଜ ଅଟେ ଯାହାକି ଏକ ଅଶ୍ୱାରୋହୀ ଧନୁର୍ଦ୍ଧର ଚିହ୍ନର ପ୍ରତିଛବି ସୃଷ୍ଟି କରେ, ଯାହା ପ୍ରାୟତଃ ମନୁଷ୍ୟର ମୁଖ ଓ ବାହୁ ଏବଂ ଅଶ୍ୱର ଦେହ ବିଶିଷ୍ଟ ସହ ଚିତ୍ରିତ ହୋଇଥାଏ । ଧନୁ ରାଶି ଗଠନ କରୁଥିବା ତାରାଗଣ ଏଠାରେ । ଏହି ତାରାଗଣର ଫଟୋରେ ଆପଣ ଗୋଟିଏ ଘୋଡା କିମ୍ବା ଧନୁର୍ଦ୍ଧର ଭଳି କିଛି ଦେଖିପାରୁଛନ୍ତି କି?

            ତାରକା ନକ୍ଷତ୍ରପୁଞ୍ଜ ଫଟୋ

ଯଦିଓ ଆମେ ‘ଧନୁ ରାଶି’ରେ ରେଖା ସହିତ ତାରାଗୁଡ଼ିକୁ ସଂଯୋଗ କରୁ, ଅଶ୍ୱାରୋହୀ ଧନୁର୍ଦ୍ଧରକୁ ‘ଦେଖିବା’ କଷ୍ଟକର ଅଟେ ।

କିନ୍ତୁ ଏହି ଚିହ୍ନଟି ମାନବ ଇତିହାସରେ ପ୍ରାରମ୍ଭକୁ ସୂଚାଏ ।

ରେଖା ଦ୍ୱାରା ସଂଯୁକ୍ତ ଧନୁ ନକ୍ଷତ୍ରପୁଞ୍ଜ

2000 ରୁ ଅଧିକ ପୁରୁଣା ମିସରର ଡେଣ୍ଡେରା ମନ୍ଦିରରେ ଏହି ରାଶି ଅଛି, ସେଠାରେ ଧନୁ ରାଶିରେ ଲାଲ ରଙ୍ଗର ବୃତ୍ତାକାର ମଧ୍ୟରେ ଦେଖିବାକୁ ମିଳେ ।

ମିସରର ପ୍ରାଚୀନ ଡେଣ୍ଡେରା ରାଶିରେ ଧନୁ ରାଶି

ଜାତୀୟ ଭୌଗୋଳିକ ରାଶି ଚିତ୍ରରରେ ଦକ୍ଷିଣ ଗୋଲାର୍ଦ୍ଧରେ ଧନୁ ରାଶିକୁ ଦର୍ଶାଯାଇଛି । ଧନୁ ରାଶିଗୁଡ଼ିକୁ ରେଖା ସହିତ ସଂଯୋଗ କରିବା ପରେ ମଧ୍ୟ ଏହି ନକ୍ଷତ୍ରପୁଞ୍ଜରେ ଜଣେ ଆରୋହୀ କିମ୍ବା ଘୋଡାକୁ ଦେଖିବା କଷ୍ଟକର ଅଟେ ।

ଜାତୀୟ ଭୌଗୋଳିକ ନକ୍ଷତ୍ରପୁଞ୍ଜ ମାନଚିତ୍ରରେ ଧନୁ ରାଶି

ପୂର୍ବ ନକ୍ଷତ୍ରପୁଞ୍ଜଗୁଡ଼ିକ ପରି, ଧନୁର୍ଦ୍ଧରର ପ୍ରତିଛବି ସ୍ଵୟଂ ନକ୍ଷତ୍ରପୁଞ୍ଜରୁ ଆସିନାହିଁ । ବରଂ, ଆଦ୍ୟ ଜ୍ୟୋତିଷଗଣ ଅଶ୍ୱାରୋହୀ ଧନୁର୍ଦ୍ଧରକୁ ତାରାଗଣ ବ୍ୟତୀତ ଅନ୍ୟ କିଛି ବୋଲି ଭାବିଥିଲେ । ତା’ପରେ ସେମାନେ ଏହି ପ୍ରତିଛବିକୁ ଏକ ଚିହ୍ନ ଭାବରେ ନକ୍ଷତ୍ରପୁଞ୍ଜରେ ସ୍ଥାପିତ କରିଥିଲେ । ନିମ୍ନରେ ଏକ ନିର୍ଦ୍ଦିଷ୍ଟ ଧନୁ ରାଶି ପ୍ରତିଛବି ଦିଆଯାଇଛି । କିନ୍ତୁ ଯେତେବେଳେ ଆମେ ଚାରିପାଖର ନକ୍ଷତ୍ରପୁଞ୍ଜ ସହିତ ଧନୁ ରାଶିକୁ ଦେଖୁ, ସେତେବେଳେ ଆମେ ଏହାର ଅର୍ଥ ଜାଣିବାକୁ ପାଉ ।

ନିର୍ଦ୍ଦିଷ୍ଟ ଧନୁ ରାଶି ଜ୍ୟୋତିଷ ନକ୍ଷତ୍ରପୁଞ୍ଜର ପ୍ରତିଛବି

ରାଶିର ମୂଳ କାହାଣୀ

ଆପଣଙ୍କ ଜନ୍ମ ସମୟ ଏବଂ ଗ୍ରହମାନଙ୍କର ଗତିବିଧି ଉପରେ ଆଧାର କରି ଆପଣଙ୍କ ଦୈନନ୍ଦିନ ନିଷ୍ପତ୍ତି ଶୁଭ, ସ୍ୱାସ୍ଥ୍ୟ, ପ୍ରେମ ଏବଂ ଭାଗ୍ୟ ଦିଗରେ ମାର୍ଗଦର୍ଶନ କରିବା ପାଇଁ ମୂଳ ରାଶି ଏକ ରାଶିଫଳ ନଥିଲା । ଆଦି ମାନବମାନେ ଏହି ଯୋଜନାକୁ ତାରାଗୁଡ଼ିକରେ 12 ଟି ରାଶି ଚିହ୍ନ ସହ ଚିହ୍ନିତ କରି ସ୍ମରଣ କରୁଥିଲେ । ଆମେ ପ୍ରତ୍ୟେକ ରାତ୍ରିରେ ଏହି ନକ୍ଷତ୍ରପୁଞ୍ଜଗୁଡ଼ିକୁ ଦେଖି ପ୍ରତିଜ୍ଞାଗୁଡ଼ିକୁ ସ୍ମରଣ କରୁ ବୋଲି ଆମର ପିତୃପୁରୁଷମାନେ ଚାହୁଁଥିଲେ ।ମୂଳତଃ, ଜ୍ୟୋତିଷ ଶାସ୍ତ୍ରରେ ତାରାଗୁଡ଼ିକରେ ଏହି କାହାଣୀର ଅଧ୍ୟୟନ ଏବଂ ଜ୍ଞାନ ପ୍ରାପ୍ତ କରିବା ଥିଲା।

ଏହି କାହାଣୀ କନ୍ୟାରାଶିରେ କୁମାରୀଙ୍କ ବଂଶରୁ ଆରମ୍ଭ ହୋଇଥିଲା । ଏହା ତୁଳାରାଶିର  ଓଜନ ମାନକ ସହ ଜାରି ରହିଲା, ଯାହା ଏକ ସ୍ମାରକ ଅଟେ ଯାହା  ଆମର କାର୍ଯ୍ୟର ସନ୍ତୁଳନ ଅତ୍ୟଧିକ ଗୁରୁତ୍ଵହୀନ, ଆମର ଗୁରୁତ୍ଵହୀନ କାର୍ଯ୍ୟଗୁଡ଼ିକୁ ମୁକ୍ତ କରିବା ପାଇଁ ପେୟ ଆବଶ୍ୟକ କରେ । ବିଛାରାଶି କନ୍ୟର ବଂଶ ଏବଂ ବିଛା ମଧ୍ୟରେ ଜବରଦସ୍ତ ବିବାଦ ପ୍ରକାଶ କଲା । ଶାସନ କରିବାକୁ ଅଧିକାର ବିଷୟୟରେ ଏକ ସଂଗ୍ରାମ ସେଠାରେ ଅଛି ।

ରାଶିର କାହାଣୀରେ ଧନୁ ରାଶି

ଏହି ବିବାଦ କିପରି ଶେଷ ହେବ ବୋଲି ଧନୁ ରାଶି ପୂର୍ବାନୁମାନ କରେ । ଯେତେବେଳେ ଆମେ ଚତୁର୍ପାର୍ଶ୍ୱର ନକ୍ଷତ୍ରପୁଞ୍ଜ ସହ ଧନୁ ରାଶି ଦେଖିବା ସେତେବେଳେ ଆମେ ବୁଝିପାରିବା । ଏହା ଜ୍ୟୋତିଷ ଶାସ୍ତ୍ରର ଏକ ସନ୍ଦର୍ଭ ଅଟେ ଯାହା ଧନୁ ରାଶିର ଅର୍ଥ ପ୍ରକାଶ କରେ ।

ଧନୁ ରାଶିରେ – ବିଛାର ସମ୍ପୂର୍ଣ୍ଣ ପରାଜୟ

ଧନୁ ରାଶିରେ ଟଣାଯାଇଥିବା ତୀର ସିଧାସଳଖ ବିଛାର ହୃଦୟକୁ ନିକ୍ଷେପ କରେ । ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଅଶ୍ୱାରୋହୀ ଧନୁର୍ଦ୍ଧର ତାର ମରଣଶୀଳ ଶତ୍ରୁକୁ ବିନାଶ କରୁଛି । ପ୍ରାଚୀନ ରାଶିରେ ଧନୁ ରାଶିର ଅର୍ଥ ଏହା ଥିଲା ।

ଧନୁ ରାଶିର ଆଉ ଏକ ରାଶି ଚିତ୍ର । ତାର ତୀର ସିଧା ବିଛା ଆଡକୁ ଲକ୍ଷ୍ୟ ଭେଦ

ଲିଖିତ କାହାଣୀରେ ଧନୁ ରାଶି ଅଧ୍ୟାୟ ।

ତାଙ୍କ ଶତ୍ରୁ ଉପରେ କୁମାରୀଙ୍କ ବଂଶ, ଯୀଶୁଙ୍କ ଶେଷ ବିଜୟ ଧନୁ ରାଶିରେ ଚିତ୍ରିତ ଥିବା ବିଷୟ ବାଇବେଲରେ ଭବିଷ୍ୟବାଣୀ କରାଯାଇଛି ।  ଏହି ବିଜୟର ଲିଖିତ ଭବିଷ୍ୟବାଣୀ ଏଠାରେ `ଦିଆଯାଇଛି ।

ତତ୍ପରେ ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ଵ; ତାହାର ଆରୋହୀଙ୍କ ନାମ ବିଶ୍ଵସ୍ତ ଓ ସତ୍ୟ ; ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି। ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ। ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ଵରଙ୍କ ବାକ୍ୟ। ସ୍ଵର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ଵେତବର୍ଣ୍ଣ ଅଶ୍ଵମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍ଗମନ କଲେ। ତାହାଙ୍କ ମୁଖରୁ ତୀକ୍ଷ୍ମ ଖଡ଼୍‍ଗ ନିର୍ଗତ ହୁଏ, ତଦ୍ଦ୍ଵାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହଦଣ୍ତରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ଵରଙ୍କ ପ୍ରଚଣ୍ତ କ୍ରୋଧରୂପ ଦ୍ରାକ୍ଷାକୁଣ୍ତ ଦଳନ କରିବେ,। ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ତାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କି ଉଚ୍ଚ ସ୍ଵରରେ ଡାକି କହିଲେ, ଆସ, ଈଶ୍ଵରଙ୍କ ମହାଭୋଜରେ ଏକତ୍ର ହୁଅ, ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତି-ମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ଵ ଓ ଅଶ୍ଵାରୋହୀ-ମାନଙ୍କର, ସ୍ଵାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭକ୍ଷଣ କରିବ। ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକି, ସେହି ଅଶ୍ଵାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି। ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ତ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ଦ୍ଵାରା ପଶୁର ମୁଦ୍ରାଙ୍କପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ନିକ୍ଷିପ୍ତ ହେଲେ। ଅବଶିଷ୍ଟ ଲୋକେ ସେହି ଅଶ୍ଵାରୋହୀଙ୍କ ମୁଖ ନିର୍ଗତ ଖଡ଼୍‍ଗ ଦ୍ଵାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ।

ପ୍ରକାଶିତ ବାକ୍ୟ 19: 11-21

ପରେ ମୁଁ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳ- କୁଣ୍ତର ଚାବି ଓ ଗୋଟିଏ ବୃହତ୍ ଶୃଙ୍ଖଳ ଥିଲା। ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍, ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, ପୁଣି ତାହାକୁ ପାତାଳକୁଣ୍ତରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁସ; ଏହା ପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ।

ପ୍ରକାଶିତ ବାକ୍ୟ 20:1-3

ସେହି ସହସ୍ର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ; ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍, ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗୋଗ୍ ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ। ସେମାନେ ପୃଥିବୀର ପ୍ରସ୍ଥରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ଵର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା। ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ତ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ।

ପ୍ରକାଶିତ ବାକ୍ୟ 20:7-10

ପ୍ରାଚୀନ ରାଶିର ଏହି ପ୍ରଥମ ଚାରୋଟି ଚିହ୍ନ: କନ୍ୟା, ତୁଳା, ବିଛା ଏବଂ ଧନୁର ଦ୍ୱାଦଶ ଅଧ୍ୟାୟ ମଧ୍ୟରେ ଏକ ଜ୍ୟୋତିଷ ଶାସ୍ତ୍ର ଗଠନ କରେ ଯାହା ଆଗାମୀ ଶାସକ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରେ ଧ୍ୟାନ କେନ୍ଦ୍ରିତ କରେ । କନ୍ୟା କୁମାରୀଙ୍କ ବଂଶରୁ ତାଙ୍କ ଆଗମନକୁ ଭବିଷ୍ୟବାଣୀ କରିଥିଲା। ଆମର ଅପର୍ଯ୍ୟାପ୍ତ ଯୋଗ୍ୟତା ପାଇଁ ଏକ ମୂଲ୍ୟ ପ୍ରଦାନ କରାଯିବା ଆବଶ୍ୟକ ବୋଲି ତୁଳା ପୂର୍ବାନୁମାନ କରିଥିଲା  । ବିଛା ସେହି ମୂଲ୍ୟର ସ୍ୱଭାବ ପୂର୍ବାନୁମାନ କରିଥିଲା ​​। ଧନୁର୍ଦ୍ଧର ତୀରରେ ବିଛା ହୃଦୟରେ ସିଧାସଳଖ ଲକ୍ଷ୍ୟ ଭେଦ ସହ ଧନୁ ରାଶି ତାଙ୍କର ଶେଷ ବିଜୟର ଭବିଷ୍ୟବାଣୀ କରିଥିଲା।

ଏହି ରାଶିର ଚିହ୍ନଗୁଡ଼ିକ କେବଳ ନକ୍ଷତ୍ରପୁଞ୍ଜ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ନ ଥିଲା କିନ୍ତୁ ସମସ୍ତଙ୍କ ପାଇଁ ଥିଲା । ନଭେମ୍ବର 23 ରୁ ଡିସେମ୍ବର 21 ମଧ୍ୟରେ ଜନ୍ମି ନଥିଲେ ମଧ୍ୟ ଧନୁ ରାଶି ଆପଣଙ୍କ ପାଇଁ ଅଟେ । ମନୁ / ଆଦମଙ୍କ ସନ୍ତାନମାନେ ସେଗୁଡ଼ିକୁ ତାରାଗଣ ଉପରେ ରଖିଥିଲେ ଯାହା ଦ୍ଵାରା ଆମେ ଶତ୍ରୁ ଉପରେ ଚରମ ବିଜୟ ଜାଣିପାରିବା ଏବଂ ତାହା ଅନୁଯାୟୀ ଆମର ଆନୁଗତ୍ୟ ବାଛି ପାରିବା । ଯୀଶୁଙ୍କ ପ୍ରଥମ ଆଗମନ କନ୍ୟା, ତୁଳା ଏବଂ ବିଛା ପୂରଣ କଲା । ଧନୁ ରାଶିର ପୂରଣ ଏହାର ଦ୍ୱିତୀୟ ଆଗମନକୁ ଅପେକ୍ଷା କରିଛି । କିନ୍ତୁ ପ୍ରଥମ ତିନୋଟି ରାଶିଫଳର ପୂରଣତା ସହ, ଆମର ବିଶ୍ୱାସ କରିବାର ଏକ କାରଣ ଅଛି ଯେ ଧନୁ ରାଶି ମଧ୍ୟ ଏହାର ପୂରଣତା ପ୍ରାପ୍ତ କରିବ ।

ପ୍ରାଚୀନ ଧନୁ ରାଶିଫଳ

ରାଶିଫଳ ଗ୍ରୀକ୍ ‘ହୋରୋ’ (ଘଣ୍ଟା) ରୁ ଆସିଛି ଏବଂ ବାଇବେଲ ଆମ ପାଇଁ ଏହି ଘଣ୍ଟା ଚିହ୍ନିତ କରେ, ଯେଉଁଥିରେ ଧନୁ ରାଶି ‘ଘଣ୍ଟା’ ଅନ୍ତର୍ଭୁକ୍ତ ଅଟେ। ଧନୁ ‘ହୋରୋ’ ପଠନ

କିନ୍ତୁ ସେହି ଦିନ ଓ ଦଣ୍ତ ବିଷୟ କେହି ଜାଣନ୍ତି ନାହିଁ, ସ୍ଵର୍ଗର ଦୂତମାନେ କିମ୍ଵା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି। ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ତରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ତରେ ମନୁଷ୍ୟପୁତ୍ର ଆସିବେ।

ମାଥିଉ 24:36, 44

ଯୀଶୁ ଆମକୁ କହନ୍ତି ଯେ ଈଶ୍ଵରଙ୍କ ବ୍ୟତୀତ ତାଙ୍କ ପ୍ରତ୍ୟାବର୍ତ୍ତନ (ହୋରା) ଏବଂ ତାଙ୍କ ଶତ୍ରୁର ସମ୍ପୂର୍ଣ୍ଣ ପରାଜୟର ପ୍ରକୃତ ସମୟ କେହି ଜାଣନ୍ତି ନାହିଁ । ତଥାପି, ସେହି ସମୟର ସମୀପବର୍ତ୍ତୀକୁ ସୂଚାଉଥିବା ଚିହ୍ନଗୁଡ଼ିକ ଅଛି । ଏହା ପ୍ରକାଶ କରେ ଯେ ଆମେ ଏଥି ପ୍ରତି ପ୍ରସ୍ତୁତ ହେବାକୁ ଯାଉନାହୁଁ।

ଆପଣଙ୍କ ଧନୁ ରାଶି ପଠନ

ଆପଣ ଏବଂ ମୁଁ ଆଜି ଧନୁ ରାଶିଫଳ ପଠନ ପାଇଁ ନିମ୍ନଲିଖିତ ନିର୍ଦ୍ଦେଶନାମା ଅନୁସରଣ କରିପାରିବା ।

ଧନୁ ରାଶି ଆମକୁ କହେ ଯେ ଖ୍ରୀଷ୍ଟଙ୍କ ଫେରିବା ପୂର୍ବରୁ ଏବଂ ଶୟତାନର ସମ୍ପୂର୍ଣ୍ଣ ପରାଜୟ ପୂର୍ବରୁ ଆପଣ ଅନେକ ବିଭ୍ରାଟର ସମ୍ମୁଖୀନ ହେବବେ । ବାସ୍ତବରେ, ଯଦି ଆପଣ ଏହାକୁ ପ୍ରତିଦିନ ନବୀକରଣ କରି ନିଜ ମନ ପରିବର୍ତ୍ତନ କରନ୍ତି ନାହିଁ, ତେବେ ଆପଣ ଏହି ଜଗତର ମାନକ ସହିତ ଅନୁରୂପ ହେବେ । ତା’ପରେ ସେହି ସମୟ ଅପ୍ରତ୍ୟାଶିତ ଭାବରେ ଆପଣଙ୍କ ଉପରେ ଆସିବ ଏବଂ ଏହା ପ୍ରକାଶହେବାବେଳେ ଆପଣ ଏହା ସହ ସୁସଙ୍ଗତ ହେବେ ନାହିଁ । ତେଣୁ ଯଦି ଆପଣ ସେହି ସମୟ ହରାଇ ସମସ୍ତ ଭୟଙ୍କର ପରିଣାମ ଅମଳ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ନିଜକୁ ପ୍ରସ୍ତୁତ କରିବା ପାଇଁ ପ୍ରତିଦିନ ଏକ ଆତ୍ମଜ୍ଞାନସମ୍ପନ୍ନ ନିଷ୍ପତ୍ତି ନେବାକୁ ପଡିବ । ଆପଣ ପ୍ରସିଦ୍ଧ ବ୍ୟକ୍ତି କୌତୂହଳ ଏବଂ ପାରିବାରିକ କାହାଣୀ ସମ୍ବଳିତ ଧାରାବାହିକ ନାଟକ ପ୍ରଭୃତିର ଗୁଜବ ଏବଂ ଷଡଯନ୍ତ୍ର ଅନୁସରଣ କରୁଛନ୍ତି କି ନାହିଁ ତାହା ପରୀକ୍ଷା କରନ୍ତୁ । ଯଦି ଏହା ହୁଏ ତେବେ ଏହା ଆପଣଙ୍କ ମନର ଦାସତ୍ୱ, ଆଉ ଘନିଷ୍ଠ ସମ୍ପର୍କ ହରାଇବ ଏବଂ ଅନ୍ୟାନ୍ୟ ଲୋକଙ୍କମାନ ସହ ଫେରିବା ସମୟ ହରାଇବା ଭଳି ଲକ୍ଷଣ ସୃଷ୍ଟି କରିବ ।

ଆପଣଙ୍କ ବ୍ୟକ୍ତିତ୍ୱରେ ଉଭୟ ଶକ୍ତି ଏବଂ ଦୁର୍ବଳତା ଅଛି, କିନ୍ତୁ ଶତ୍ରୁ, ଯିଏ ଆପଣଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛି, ଆପଣଙ୍କ ଦୁର୍ବଳ ବୈଶିଷ୍ଟ୍ୟ ଉପରେ ଆକ୍ରମଣ କରେ । ଏହା ନିଷ୍କ୍ରିୟ ଗପସପ, ଅଶ୍ଳୀଳତା, ଲୋଭ ହେଉ କିମ୍ବା ସୋସିଆଲ ମିଡିଆରେ ସମୟ ନଷ୍ଟ କରିବା ହେଉ, ସେ ଜାଣେ ଯେ ଆପଣଙ୍କୁ କେଉଁ ପ୍ରଲୋଭନ ଦେଖାଇବ। ତେଣୁ ସାହାଯ୍ୟ ଏବଂ ମାର୍ଗଦର୍ଶନ ପାଇଁ ପ୍ରାର୍ଥନା କରନ୍ତୁ ଯାହା ଦ୍ଵାରା ଆପଣ ସିଧା ଏବଂ ସଂକୀର୍ଣ୍ଣ ପଥରେ ଯାଇପାରିବେ ଏବଂ ସେହି ସମୟ  ପାଇଁ ପ୍ରସ୍ତୁତ ହୋଇପାରିବେ । ଅନ୍ୟ କେତେ ଲୋକମାନଙ୍କୁ ଖୋଜନ୍ତୁ, ଯେଉଁମାନେ ସେହି ସମୟକୁ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ ଏବଂ ଏକତ୍ର ଆପଣମାନେ ପ୍ରତିଦିନ ପରସ୍ପରକୁ ସାହାଯ୍ୟ କରିପାରିବେ ଯାହା ଦ୍ଵାରା ଏହା ଆପଣଙ୍କ ଉପରେ ଅପ୍ରତ୍ୟାଶିତ ଭାବରେ ଆସିବ ନାହିଁ ।

ରାଶିର କାହାଣୀ ସହ ଧନୁ ରାଶିର ଗଭୀରତା

ପରବର୍ତ୍ତୀ ଚାରୋଟି ରାଶି ଚିହ୍ନ ମଧ୍ୟ ଏକ ଜ୍ୟୋତିଷ ଶାସ୍ତ୍ର ଗଠନ କରେ ଯାହା ମକର ରାଶି ଠାରୁ ଆରମ୍ଭ କରି ଆସୁଥିବା ଜଣକ ଆମକୁ କିପରି ପ୍ରଭାବିତ କରେ ତାହା ବର୍ଣ୍ଣନା କରେ । କନ୍ୟା ସହ କାହାଣୀ ଆରମ୍ଭ କରନ୍ତୁ, କିମ୍ବା ଏହାର ଭିତ୍ତି ଏଠାରେ ଶିଖନ୍ତୁ ।

ଧନୁ ରାଶିର ଲିଖିତ ତଥ୍ୟର ଗଭୀରତା ଜାଣିବାକୁ ଦେଖନ୍ତୁ

Leave a Reply

Your email address will not be published. Required fields are marked *