ମୁକ୍ତି ହାସଲ କରିବା ପାଇଁ ଅବ୍ରହାମଙ୍କର ସରଳ ପଥ

  • by

ବର୍ତ୍ତମାନ ସମଗ୍ର ବିଶ୍ୱର ଧ୍ୟାନ FIFA ବିଶ୍ୱକପ ଡ୍ର ଉପରେ ଅଛି। ଏହି FIFA ବିଶ୍ୱକପ ଡ୍ରର ଅନେକ ପ୍ରଶଂସକମାନେ ମଧ୍ୟ ଅଛନ୍ତି । ଦୁନିଆର ବାକି ଲୋକେ ଥାଇଲ୍ୟାଣ୍ଡ ଓ ୟୁକ୍ରେନରେ ହେଉଥିବା ଦଙ୍ଗା ଓ  ଅଶାନ୍ତି ଉପରେ, ତା’ପରେ ସିରିଆରେ ସର୍ବଦା ଚାଲିଥିବା ଗୃହଯୁଦ୍ଧରେ ଧ୍ୟାନ ଦିଅନ୍ତି । ଓ ଏଥିମଧ୍ୟରେ… ନେଲସନ ମଣ୍ଡେଲାଙ୍କ ଦେହାନ୍ତ ହୋଇଅଛି ।

କିନ୍ତୁ ଯେବେ ଆପଣ ଏହି ଆର୍ଟିକିଲକୁ ପଢିବେ ସେତେବେଳକୁ ହୁଏତ ଏହି ଘଟଣାଗୁଡ଼ିକ ପ୍ରାୟ ଲୋକମାନେ ଭୁଲିଯାଇଥିବେ । ଯେବେ ଆମେମାନେ ଅନ୍ୟ ମନୋରଞ୍ଜନ, କ୍ରୀଡା ଚାମ୍ପିଅନସିପ୍ କିମ୍ବା ରାଜନୈତିକ ବିଷୟରେ ରୁଚି ରଖୁ ସେତେବେଳେ ଦୁନିଆ ଲୋକମାନେ ଆଗ୍ରହ ଦେଖାଉଥିବା ସମସ୍ତ ବିଷୟ ଶୀଘ୍ର ଭୁଲିଯିବେ । ସେମାନେ ଗୋଟିଏ ଦିନରେ  ଧ୍ୟାନ ଦେଇ ପରଦିନ ଇତିହାସକୁ  ଭୁଲିଯିବେ ।

ଆମେମାନେ ପୂର୍ବରୁ ଦେଖିଲେ ପ୍ରାଚୀନ କାଳରେ ଅବ୍ରହାମଙ୍କ ସମୟରେ ମଧ୍ୟ ଏହା ସତ୍ୟ ଥିଲା । ଗୁରୁତ୍ୱପୂର୍ଣ୍ଣ ଏବଂ ମନୋହର ପ୍ରତିଯୋଗିତା, ସଫଳତା ଓ  ଜନରବ ଯାହା 4000 ବର୍ଷ ପୂର୍ବେ ବାସ କରୁଥିବା ଲୋକଙ୍କ କଥା ଥିଲା, ତାହା ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଲୋକମାନେ ଭୁଲିଯାଇଛନ୍ତି, କିନ୍ତୁ ଏକ ବ୍ୟକ୍ତିବିଶେଷଙ୍କ ସହିତ ଗୋପନରେ ପ୍ରତିଜ୍ଞା କରାଯାଇଥିବା ବିଷୟ, ଯଦିଓ ସେତେବେଳେ ଲୋକେ ଏହି ପ୍ରତିଜ୍ଞା ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ, ତାହା ବର୍ତ୍ତମାନ ଆମମାନଙ୍କ ସମ୍ମୁଖରେ ସ୍ପଷ୍ଟହେବାକୁ ଲାଗିଛି । ଏହି ପ୍ରତିଜ୍ଞାକୁ ସେତେବଲେ ଅଣଦେଖା କରାଯାଇଥିଲା, କିନ୍ତୁ ବାସ୍ତବିକତା ଏହା ଯେ ପ୍ରାୟ 4000 ବର୍ଷ ପୂର୍ବେ ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞା ଆକ୍ଷରିକ, ଐତିହାସିକ ଓ ପରୀକ୍ଷା ସତ୍ୟ ବୋଲି ସିଦ୍ଧ ହୋଇଅଛି । ଏହି ବିଷୟ ଏହା ସୂଚିତ କରେ ଯେ ଈଶ୍ଵର ଯେପରି ବାଇବେଲ (ବେଦ ପୁସ୍ତକାନ୍) ରେ ପ୍ରକାଶିତ କରିଛନ୍ତି ଓ ତାଙ୍କର ପ୍ରତିଜ୍ଞା ପୂରଣ ହେବ ଦେଖିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହା କେବଳ କିମ୍ବଦନ୍ତୀ କିମ୍ବା କିଛି ବିସ୍ତୃତ ରୂପାୟନ ନୁହେଁ ।

ଅବ୍ରହାମଙ୍କ କାହାଣୀ ଏହି ପ୍ରତିଜ୍ଞାକାରୀ ଈଶ୍ଵରଙ୍କ ସମ୍ମୁଖରେ ଆଉ ଦୁଇଟି ପ୍ରମୁଖ ସାକ୍ଷାତକାର ସହିତ ଜାରି ରହେ । ଅବ୍ରହାମ (ଓ  ଆମେମାନେ ଯିଏ ତାଙ୍କ ଯାତ୍ରା ଅନୁସରଣ କରୁ) ଅନେକ ବିଷୟ ଶିଖିଥିଲେ – ଏପରିକି ଇତିହାସରୁ ମୁକ୍ତି ହାସଲ କରିବା ପର୍ଯ୍ୟନ୍ତ, କିନ୍ତୁ ଏକ ଭିନ୍ନ ଉପାୟରେ – ଏକ ସରଳ ଉପାୟରେ – ଯାହା ଆମେମାନେ ଆଶା କରିପାରୁ । ଆଜିର କ୍ରୀଡା କାର୍ଯ୍ୟକ୍ରମଗୁଡ଼ିକ ପରି ଅବ୍ରହାମଙ୍କ କାହାଣୀକୁ ଲୋକମାନେ ଏତେଶୀଘ୍ର ଭୁଲନ୍ତି ନାହିଁ; ଏହା ଏକ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, ଯିଏ ଅନନ୍ତକାଳକୁ ପ୍ରାପ୍ତ କରିବାର ଉପାୟକୁ ବୁଝିଥିଲେ ତେଣୁ ଏଥିରୁ ଶିଖିବା, ଆମମାନଙ୍କ ପାଇଁ ବୁଦ୍ଧିମାନର ବିଷୟ ହେବ ।

ମହାଭାରତ ସନ୍ତାନହୀନ ରାଜା ପାଣ୍ଡୁଙ୍କ ସମ୍ମୁଖୀନ ହୋଇଥିବା ସଂଘର୍ଷ ବିଷୟରେ ବର୍ଣ୍ଣନା କରେ ଯାହାର କିଏ ଉତ୍ତରାଧିକାରୀ ନଥିଲେ । ୠଷି କିନ୍ଦମା ଓ ରାଜା ପାଣ୍ଡୁଙ୍କ ପତ୍ନୀ ପୃଥକ ହୋଇ ଏକାନ୍ତରେ ପ୍ରେମ କରିବାକୁ ହରିଣର ରୂପ ନେଇଥିଲେ । ଦୁର୍ଭାଗ୍ୟର କଥା ଯେ ଠିକ୍ ସେହି ସମୟରେ ରାଜା ପାଣ୍ଡୁ ଶିକାର କରୁଥିଲେ ଓ  ଆକସ୍ମିକ ଭାବାରେ ସେମାନଙ୍କୁ ନିକ୍ଷେପ କରିଥିଲେ। ଏଥିରେ କ୍ରୋଧିତ ହୋଇ ୠଷି କିନ୍ଦମା ପରବର୍ତ୍ତୀ ସମୟରେ ଯେବେ ରାଜା ନିଜ ପତ୍ନୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବେ ସେତେବେଳେ ସେ ମୃତ୍ୟୁବରଣ କରୁ ବୋଲି ରାଜା ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ। ଏହିପରି ରାଜା ପାଣ୍ଡୁଙ୍କୁ ତାଙ୍କ ସିଂହାସନରେ ଶାସନ କରିବାକୁ ତାଙ୍କର କୌଣସି ସନ୍ତାନ ବା ଉତ୍ତରାଧିକାରୀ ଜନ୍ମ କରିବାକୁ ବାରଣ କରାଯାଇଥିଲା। ରାଜାଙ୍କ ରାଜବଂଶ ପ୍ରତି ଏହି ବିପଦ ବା ଆଶଙ୍କାକୁ କିପରି ଦୂର କରାଯିବ?

ପୂର୍ବ ପିଢିର ସମାନ ସମସ୍ୟାର ସମାଧାନ ପାଇଁ ରାଜା ପାଣ୍ଡୁଙ୍କ ଜନ୍ମ  ମଧ୍ୟ ନିରାଶାଜନକ ଥିଲା । ପୂର୍ବତନ ରାଜା ବିଚିତ୍ରଭିର୍ୟ ସନ୍ତାନହୀନ ହୋଇ ମୃତ୍ୟୁବରଣ କରିଥିଲେ ତେଣୁ ଏକ ଉତ୍ତରାଧିକାରୀଙ୍କର ନିତାନ୍ତ ଆବଶ୍ୟକତା ଥିଲା। ବିଚିତ୍ରଭିର୍ୟଙ୍କ ମାତା ସତ୍ୟବତୀ ବିଚିତ୍ରଭିର୍ୟଙ୍କ ପିତା ରାଜା ଶାନ୍ତନୁଙ୍କ ସହ ବିବାହ କରିବା ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ କରିଥିଲେ। ଏହି ପୁତ୍ର ଭିୟାସଙ୍କୁ ବିଚିତ୍ରଭିର୍ୟଙ୍କ ବିଧବା ଅମ୍ବିକା ଓ  ଅମ୍ବଲିକାଙ୍କୁ ଗର୍ଭଧାରଣ କରାଇବାକୁ ନିମନ୍ତ୍ରଣ କରାଯାଇଥିଲା। ପାଣ୍ଡୁ ଭିୟାସ ଓ ଅମ୍ବାଲିକାଙ୍କ ମିଳନରୁ ଜନ୍ମ ହୋଇଥିଲେ । ଏହିପରି ଭାବରେ (ଅର୍ଥାତ ଯେଉଁଠାରେ ସ୍ୱାମୀଙ୍କ ମୃତ୍ୟୁବରଣ ହୁଏ ସେଠାରେ ଅନ୍ୟ ଏକ ବ୍ୟକ୍ତି ଦ୍ଵାରା ସନ୍ତାନମାନକୁ ପାଳନପଷଣ) ନିୟୋଗା ମାଧ୍ୟମରେ ପୂର୍ବତନ ରାଜା ବିଚିତ୍ରଭିର୍ୟଙ୍କ ଉତ୍ତରାଧିକାରୀ ହେବାକୁ ରାଜା ପାଣ୍ଡୁ ଭିୟାସଙ୍କ ପୁତ୍ର ହୋଇଥିଲେ । ଏହି ଆବଶ୍ୟକତା ହିଁ ଏହି ନିରାଶାଜନକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲା ।

ଏବେ ରାଜା ପାଣ୍ଡୁଙ୍କୁ, କିନ୍ଦମା ଅଭିଶାପ ଦେଇଥିବରୁ ବର୍ତ୍ତମାନ ରାଜା ପାଣ୍ଡୁ ମଧ୍ୟ ସେହି ସମସ୍ୟାର ସମ୍ମୁଖୀନ ହୁଅନ୍ତି। କ ‘ଣ କରିବା? ପୁନର୍ବାର, ସେହି ନିରାଶାଜନକ କାର୍ଯ୍ୟର  ଆବଶ୍ୟକ ଥିଲା । ପାଣ୍ଡୁଙ୍କର ପତ୍ନୀମାନଙ୍କ ମଧ୍ୟରୁ ରାଣୀ କୁନ୍ତୀ (କିମ୍ବା ପ୍ରଥା) ଏକ ଗୁପ୍ତ ମନ୍ତ୍ର ଜାଣିଥିଲେ (ତାଙ୍କ ପିଲାବେଳେ ବ୍ରାହ୍ମଣ ଦୁର୍ୟାସ ତାଙ୍କୁ ପ୍ରକାଶ କରିଥିଲେ) ତାଙ୍କୁ ଏକ ଦେବତା ଦ୍ୱାରା ଗର୍ଭଧାରଣ କରିଥିଲେ। ତେଣୁ ରାଣୀ କୁନ୍ତୀ ଏହି ଗୁପ୍ତ ମନ୍ତ୍ର ବ୍ୟବହାର କରି ତିନି ପାଣ୍ଡବ ବଡ଼ ଭାଇମାନଙ୍କୁ ଯଥା ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଗର୍ଭଧାରଣ କରିଥିଲେ। ରାଣୀ କୁନ୍ତୀଙ୍କ ସହ-ପତ୍ନୀ ରାଣୀ କୁନ୍ତୀଙ୍କଠାରୁ ଏହି ମନ୍ତ୍ର ପ୍ରାପ୍ତ କରିଥିଲେ ଓ ସେ ସାନ ପାଣ୍ଡବ ଭାଇ ନକୁଳ ଓ ସହଦେବଙ୍କୁ ମଧ୍ୟ ଜନ୍ମ ଦେଇଥିଲେ।

ସନ୍ତାନହୀନତା ଦମ୍ପତିମାନଙ୍କ ପାଇଁ ସନ୍ତାନହୀନତା ବହୁତ ଦୁଃଖଦାୟକ ଅଟେ । ଯେତେବେଳେ ଗୋଟିଏ ଦେଶର ଉତ୍ତରାଧିକାରୀ ବିପଦରେ ପଡ଼ନ୍ତି ସେତେବେଳେ ଏହା ସହିବା ଅତି କଷ୍ଟକର ହୋଇଯାଏ। ସରୋଗେଟ୍ ପାର୍ଟନର ଖୋଜିବା କିମ୍ବା ଦେବମାନଙ୍କୁ କାର୍ଯ୍ୟ କରେଇବାକୁ ଗୁପ୍ତ ମନ୍ତ୍ରର ଉଚାରଣ କରିବା, ଏଭଳି ପରିସ୍ଥିତିରେ ନିଷ୍କ୍ରିୟ ରହିବା ହୁଏତ ଏକ ବିକଳ୍ପ ହେଇପାରେ ।

4000 ବର୍ଷ ପୂର୍ବେ ୠଷି ଅବ୍ରହାମ ମଧ୍ୟ ଏହିପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ସେ କିପରି ଭାବରେ ଏହି ସମସ୍ୟାର ସମାଧାନ କଲେ ବେଦ ପୁସ୍ତକାନ୍ (ବାଇବେଲ) ଦ୍ୱାରା ଏକ ଆଦର୍ଶ ଭାବରେ ବ୍ୟବହାର କରାଯାଏ ତେଣୁ ଆମେମାନେ ଏଥିରୁ ଶିଖିବା ବୁଦ୍ଧିମାନର ବିଷୟ ହେବ ।

ଅବ୍ରହାମଙ୍କର ଅଭିଯୋଗ

ଆଦିପୁସ୍ତକ 12 ରେ ଲିପିବଦ୍ଧ ହୋଇଥିବା ପ୍ରତିଜ୍ଞା ଅବ୍ରହାମଙ୍କୁ ଦେବାପରେ ତାଙ୍କ ଜୀବନରେ ଅନେକ ବର୍ଷ ଅତିବାହିତ ହୁଏ । ଅବ୍ରହାମ ସେହି ପ୍ରତିଜ୍ଞାକୁ ପାଳନ କରି ପ୍ରତିଜ୍ଞା କରାଯାଇଥିବା ଦେଶକୁ ପ୍ରସ୍ଥାନ କରନ୍ତି, ସେହି ସ୍ଥାନ ବର୍ତ୍ତମାନ ଇସ୍ରାଏଲ ନାମରେ ଖ୍ୟାତ । ତା’ପରେ ତାଙ୍କ ଜୀବନରେ ଅନ୍ୟାନ୍ୟ ଘଟଣା ଘଟିଥିଲା ଯାହାକୁ ସେ ଆଶା କରିଥିଲେ – ପୁଅର ଜନ୍ମ ଯାହାଙ୍କ ମାଧ୍ୟମରେ ଏହି ପ୍ରତିଜ୍ଞା ପୂରଣ ହେବ, ତାହା ବ୍ୟତିତ । ତେଣୁ ଆମେମାନେ ଅବ୍ରହାମଙ୍କ ଅଭିଯୋଗ ସହ ବିବରଣକୁ  ଜାରି ରଖିବା:

 ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ ଓ ମହାପୁରସ୍କାରସ୍ଵରୂପ। ତହିଁରେ ଅବ୍ରାମ ଉତ୍ତର କଲେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ। ପୁଣି ଅବ୍ରାମ କହିଲେ, ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।

ଆଦି ପୁସ୍ତକ 15:1-3

ଈଶ୍ଵରଙ୍କ ପ୍ରତିଜ୍ଞା

ଅବ୍ରହାମ ତାଙ୍କୁ ପ୍ରତିଜ୍ଞା ଦିଆଯାଇଥିବା ‘ମହାନ ରାଷ୍ଟ୍ର’ ର ଆରମ୍ଭକୁ ଅପେକ୍ଷା କରି ଏହି ଦେଶରେ ଛାଉଣିକରି ବାସ କରୁଥିଲେ। କିନ୍ତୁ ତାଙ୍କର କୌଣସି ପୁତ୍ର ନଥିଲେ ଓ ଏହି ସମୟରେ ତାଙ୍କୁ ପ୍ରାୟ 85 ବର୍ଷ ହୋଇଥିଲା, ଯାହା ତାଙ୍କ ଅଭିଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା:

ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ। ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ। ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ।।

ଆଦି ପୁସ୍ତକ 15:4-5

ସେମାନଙ୍କ ବିନିମୟରେ ଈଶ୍ଵର ତାଙ୍କ ପ୍ରତିଜ୍ଞାକୁ ନବୀକରଣ କରି ଘୋଷଣା କଲେ ଯେ ଅବ୍ରହାମ ଶୀଘ୍ର ଏକ ପୁତ୍ର ସନ୍ତାନ ପାଇବେ ଯାହାର ବଂଶଧରମାନେ ଆକାଶର ତାରାଗଣ ପରି ଅସଂଖ୍ୟ ହେବେ – ଅନେକ ନିଶ୍ଚିତ, କିନ୍ତୁ ସଂଖ୍ୟା କରିବା କଷ୍ଟକର ।

ଅବ୍ରହାମଙ୍କ ପ୍ରତିକ୍ରିୟା: ସ୍ଥାୟୀ ପ୍ରଭାବ ସହ ଏକ ପୂଜା ପରି

ଏବେ ବଲଟି ଅବ୍ରହାମଙ୍କ ହାତରେ ଥିଲା। ସେ ଏହି ନବୀକରଣ ହୋଇଥିବା ପ୍ରତିଜ୍ଞାକୁ ସେ କି ପ୍ରତିକ୍ରିୟା ଦେବେ? ଯାହା ଏହାପରେ ଘଟେ ତାହା ବାଇବେଲ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଭାବରେ ଗ୍ରହଣ କରେ । ଏହା ଏକ ଅନନ୍ତ ସତ୍ୟତାକୁ ବୁଝିବା ପାଇଁ ଏକ ମୂଳଦୁଆ ସ୍ଥାପନ କରିଥାଏ । ଏହା କହେ:

ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।

ଆଦି ପୁସ୍ତକ 15:6

ଯଦି ଆମେମାନେ ସର୍ବନାମଗୁଡ଼ିକୁ ସଂଜ୍ଞାଗୁଡ଼ିକ ସହ ବଦଳାଇ ପଢିବା ତେବେ ଏହି ବାକ୍ୟକୁ ବୁଝିବା ସହଜ ହେବ:

ଅବ୍ରହାମ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସଦାପ୍ରଭୁ ତାଙ୍କ ପକ୍ଷରେ ଅବ୍ରହାମଙ୍କୁ ଧାର୍ମିକତା ବୋଲି ଗଣନା କଲେ।

ଆଦି ପୁସ୍ତକ 15:6

ଏହା ଏକ ଛୋଟ ଓ  ଅସ୍ପଷ୍ଟ ବାକ୍ୟ ଅଟେ। ଏହା ବିନା ସମ୍ବାଦ ମୁଖ୍ୟ ଖବରରେ ଆସେ ଓ ଯାଏ, ତେଣୁ ଆମେ ଏହାକୁ ହୁଏତ ହରାଇ ଦେବା । କିନ୍ତୁ ବାସ୍ତବରେ ଏହା ମହତ୍ଵପୂର୍ଣ୍ଣ ଅଟେ । କାହିଁକି? କାରଣ ଏହି ଛୋଟ ବାକ୍ୟରେ ଅବ୍ରହାମଙ୍କୁ “ଧାର୍ମିକତା” ବୋଲି ଗଣନା କରାଯାଏ । ଏହା ଏକ ପୂଜାରୁ ପ୍ରାପ୍ତ କରିବା ଗୁଣ ସମାନ, ଯାହାର କେବେ ମାନହାନି ହୁଏ ନାହିଁ କିମ୍ବା ହଜେ ନାହିଁ । ଧାର୍ମିକତା ଏକମାତ୍ର ଗୁଣ ଅଟେ ଯାହା ଆମମାନଙ୍କୁ ଈଶ୍ଵରଙ୍କ ସମ୍ମୁଖରେ ଠିଆ ହେବାକୁ ଅଧିକାର ପ୍ରଦାନ କରେ ।

ଆମମାନଙ୍କର ସମସ୍ୟାର- ଭ୍ରଷ୍ଟତାର ସମୀକ୍ଷା:

ଈଶ୍ଵରଙ୍କ ଦୃଷ୍ଟିକୋଣରୁ, ଯଦିଓ ଆମେମାନେ ଈଶ୍ଵରଙ୍କ ପ୍ରତିମୂର୍ତ୍ତୀରେ ନିର୍ମିତ ହୋଇଥିଲୁ, ଏପରି କିଛି ଘଟିଲା ଯାହା ସେହି ପ୍ରତିଛବିକୁ ଭ୍ରଷ୍ଟ କଲା । ବର୍ତ୍ତମାନ ନିଷ୍ପତ୍ତି ଏହି ଯେ

ବିବେଚକ ଓ ପରମେଶ୍ଵରଙ୍କ ଅନ୍ଵେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ଵର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ। ସେସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।

ଗୀତସଂହିତା 14:2-3

ସହଜରେ ଆମେମାନେ ଏହି ଭ୍ରଷ୍ଟତାକୁ ଅନୁଭବ କରିଥାଉ । ଏହି କାରଣରୁ କୁମ୍ବମେଳା ପର୍ବ ପରି ପର୍ବଗୁଡ଼ିକରେ ଲୋକମାନେ ଏତେ ମାତ୍ରାରେ ଯୋଗ ଦେଇଥା’ନ୍ତି କାରଣ ସେମାନେ ନିଜର ପାପ ଓ ପବିତ୍ରତାର ଆବଶ୍ୟକତା ଅନୁଭବ କରନ୍ତି । ପ୍ରଥା ସ୍ନାନ (କିମ୍ବା ପ୍ରତାସ୍ନା) ମନ୍ତ୍ର ମଧ୍ୟ ଏହି ଦୃଷ୍ଟିକଣକୁ ପ୍ରକାଶ କରେ ଯାହା ଆମେମାନେ ପୂର୍ବରୁ ଜାଣିଛେ:

ମୁଁ ଜଣେ ପାପୀ ମୁଁ ପାପର ଫଳାଫଳ । ମୁଁ ପାପରେ ଜନ୍ମ ହୋଇଛି। ମୋର ଆତ୍ମା ପାପରେ ଅଛି। ମୁଁ ପାପୀମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ଅଟେ। ହେ ପ୍ରଭୁ, ଯାହାର ସୁନ୍ଦର ଆଖି ଅଛି, ମୋତେ ଉଦ୍ଧାର କର, ହେ ବଳିର ପ୍ରଭୁ।

ଆମମାନଙ୍କର ଭ୍ରଷ୍ଟତାର ପରିଣାମ ଏହା ଯେ ଆମେମାନେ ନିଜକୁ ଧାର୍ମିକ ଈଶ୍ଵରଙ୍କଠାରୁ ପୃଥକ ହୋଇଥିବା ଦେଖୁ କାରଣ ଆମମାନଙ୍କର କୌଣସି ଧାର୍ମିକତା ନାହିଁ । ଆମମାନଙ୍କର ଭ୍ରଷ୍ଟତା ଆମମାନଙ୍କର ନକାରାତ୍ମକ କର୍ମ ଦେଖିଛି – ବୃଥା ଓ ମୃତ୍ୟୁ ମଧ୍ୟ ଦେଖିଛି । ଯଦି ଆପଣ ଏହି ବିଷୟରେ ସନ୍ଦେହ କରନ୍ତି ତେବେ କେବଳ କିଛି ଖବରକାଗଜ ପଢି ଦେଖନ୍ତୁ ଗତ 24 ଘଣ୍ଟା ମଧ୍ୟରେ ଲୋକମାନେ କେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି? ଆମେମାନେ ଜୀବନ ନିର୍ମାତାଙ୍କଠାରୁ ଅଲଗା ହୋଇଅଛୁ ଓ ତେଣୁ ବେଦ ପୁସ୍ତକାନ୍ (ବାଇବେଲ) ର ୠଷି ଯିଶାଇୟଙ୍କ କଥା ସଫଳ ହୁଏ ।

କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।

ଯିଶାଇୟ 64:6

ଅବ୍ରହାମ ଓ ଧାର୍ମିକତା

କିନ୍ତୁ ଏଠାରେ ଅବ୍ରହାମ ଓ ଈଶ୍ଵରଙ୍କ ମଧ୍ୟରେ ଆମେମାନେ ଦେଖୋବାକୁ ପାଇଲୁ ଯେ ଈଶ୍ଵର ଅବ୍ରହାମଙ୍କୁ ‘ଧାର୍ମିକତା’  ଗଣିତ କରିଥିଲେ ଯେଉଁଥିରେ ଈଶ୍ଵର ତାହାଙ୍କୁ ଗ୍ରହଣ କରନ୍ତି । ତେବେ ଏହି ଧାର୍ମିକତା ପାଇବା ପାଇଁ ଅବ୍ରହାମ କ’ଣ ‘କଲେ’? ପୁଣିଥରେ, ଆମେମାନେ ମୁଖ୍ୟ ବିନ୍ଦୁକୁ ଅଣଦେଖା କରୁଛେ, ଏହା କେବଳ ଅବ୍ରହାମଙ୍କ ବିଷୟରେ କହିଥାଏ ଯେ ସେ ‘ବିଶ୍ୱାସ କରିଥିଲେ’ ଓ  ଏହା ଅଟେ?! ପାପ ଏବଂ ଭ୍ରଷ୍ଟତାରେ ଆମମାନଙ୍କର ଏହି ଅବିସ୍ମରଣୀୟ ସମସ୍ୟା ରହିଅଛି ଓ  ଯୁଗ ଯୁଗ ଧରି ଆମମାନଙ୍କର ପ୍ରାକୃତିକ ପ୍ରବୃତ୍ତି ହେଉଛି ଅତ୍ୟାଧୁନିକ ତଥା କଠିନ ଧର୍ମ, ପ୍ରୟାସ, ପୂଜା, ନୌତିକତା, ତତ୍ପରତା, ଶିକ୍ଷା ଇତ୍ୟାଦିରେ – ଧାର୍ମିକତା ହାସଲ କରିବା । କିନ୍ତୁ ଏହି ବ୍ୟକ୍ତି ଅବ୍ରହାମ କେବଳ “ବିଶ୍ୱାସ” ଦ୍ୱାରା ସେହି ମୂଲ୍ୟବାନ ଧାର୍ମିକତା ହାସଲ କଲେ । ଏହା ଏତେ ସରଳ ଥିଲା ଯେ ଆମେମାନେ ଏହାକୁ ପ୍ରାୟ ଅଣଦେଖା କରିଥାଉ ।

ଅବ୍ରହାମ ଧାର୍ମିକତା ଉପାର୍ଜନ କରିନଥିଲେ; ଏହା ତାଙ୍କୁ ‘ଶ୍ରେୟ’ ଦିଆଯାଇଥିଲା । ତେବେ ପାର୍ଥକ୍ୟ କ’ଣ? ଠିକ୍, ଯଦି କିଛି ‘ଉପାର୍ଜନ’ କରିଛ ତେବେ ଆପଣ ଏହା ପ୍ରାପ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି – ଆପଣ ଏହା ପାଇବାକୁ ଯୋଗ୍ୟ ଅଟନ୍ତି । ଏହା ଆପଣ କରିଥିବା କାର୍ଯ୍ୟ ପାଇଁ ମଜୁରୀ ପାଇବା ପରି ଅଟେ । କିନ୍ତୁ ଯେତେବେଳେ ଆପଣଙ୍କୁ କିଛି ଶ୍ରେୟ ଦିଆଯାଏ, ତାହା ଆପଣଙ୍କୁ ଦିଆଯାଏ । ମୁକ୍ତିରେ ଦିଆଯାଇଥିବା  କୌଣସି ଉପହାର ପରି ଏହା ଉପାର୍ଜନ କିମ୍ବା ଯୋଗ୍ୟ ନୁହେଁ, କିନ୍ତୁ କେବଳ ଗ୍ରହଣ କରାଯାଇଅଛି ।

ଆମେମାନେ ଭାବିଥାଉ ଯେ ଧାର୍ମିକତା ଈଶ୍ଵରଙ୍କ ଅସ୍ତିତ୍ୱରେ ବିଶ୍ଵାସ କରିବା ଦ୍ଵାରା ଆସିଥାଏ, କିମ୍ବା ଯଥେଷ୍ଟ ଉତ୍ତମ କିମ୍ବା ଧାର୍ମିକ କାର୍ଯ୍ୟକଳାପ ଦ୍ୱାରା ଧାର୍ମିକତା ପ୍ରାପ୍ତ ହୁଏ ସେହି ସାଧାରଣ ବିଶ୍ଵାସକୁ  ଅବ୍ରହାମଙ୍କର ଏହି ବିବରଣ ଅଗ୍ରାହ୍ୟ କରେ । ଅବ୍ରହାମ ଏହିପରି ପ୍ରାପ୍ତ କରିନଥିଲେ। ସେ କେବଳ ତାଙ୍କ ଦିଆଯାଇଥିବା ପ୍ରତିଜ୍ଞାକୁ ବିଶ୍ଵାସ କରିବାକୁ ମନୋନୀତ କଲେ, ଓ ତା’ପରେ ତାଙ୍କୁ ଧାର୍ମିକତା ଦିଆଗଲା ।

ବାଇବେଲ ଏହି ମୁକାବିଲାକୁ ଆମମାନଙ୍କ ପାଇଁ ଏକ ସଙ୍କେତ ଭାବରେ ପ୍ରକାଶ କରେ । ଈଶ୍ଵରଙ୍କ ପ୍ରତିଜ୍ଞା ଉପରେ ଅବ୍ରହାମଙ୍କ ବିଶ୍ଵାସ, ଓ ଧାର୍ମିକତାର ଫଳାଫଳ, ଅନୁସରଣ କରିବା ପାଇଁ ଆମମାନଙ୍କ ନିମନ୍ତେ ଏକ ଆଦର୍ଶ  ଅଟେ । ଈଶ୍ଵର ଆମ ସମସ୍ତଙ୍କୁ ଦେଇଥିବା ପ୍ରତିଜ୍ଞା ଉପରେ ସମ୍ପୂର୍ଣ୍ଣ ସୁସମାଚାର ସ୍ଥାପିତ ।

କିନ୍ତୁ ତା’ପରେ କିଏ ଧାର୍ମିକତା ପାଇଁ ଦେୟ ଦିଏ  ବା ଉପାର୍ଜନ କରେ? ଆମେ ଏହାକୁ ପରବର୍ତ୍ତୀ ସମୟରେ ଦେଖିବା।

Leave a Reply

Your email address will not be published. Required fields are marked *