Skip to content
Home » ଦଶ ଆଜ୍ଞା: କଳିଯୁଗରେ କରୋନାଭାଇରସ୍ ପରୀକ୍ଷା ପରି

ଦଶ ଆଜ୍ଞା: କଳିଯୁଗରେ କରୋନାଭାଇରସ୍ ପରୀକ୍ଷା ପରି

  • by

ଆମେ କଳିଯୁଗ କିମ୍ବା କଳିର ଯୁଗରେ ବାସ କରୁଅଛୁ ଏହି କଥା ସାଧାରଣତଃ ସମସ୍ତେ ଗ୍ରହଣ କରନ୍ତି | ସତ୍ୟ ଯୁଗ, ତ୍ରେତୟା ଯୁଗ ଓ  ଦ୍ୱାପରା ଯୁଗଠାରୁ ଆରମ୍ଭ କରି ଏହି ଚାରିଟି ଯୁଗର ଶେଷ ଯୁଗ ଅଟେ | ଏହି ଚାରୋଟି ଯୁଗ ମଧ୍ୟରେ ଗୋଟିଏ ସମାନତା ରହିଛି, ଯାହା ସତ୍ୟର ପ୍ରଥମ ଯୁଗ ଅର୍ଥାତ (ସତ୍ୟ ଯୁଗ) ଠାରୁ ଆରମ୍ଭ କରି ଆମର ବର୍ତ୍ତମାନର କଳିଯୁଗ ପର୍ଯ୍ୟନ୍ତ ଏକ ସ୍ଥିର ନୌତିକତା ଏବଂ ସାମାଜିକତାର ନିରନ୍ତର କ୍ଷୟହେବା|

ମହାଭାରତରେ ମାର୍କାଣ୍ଡେୟା କଳିଯୁଗରେ ମାନବ ଆଚରଣକୁ ଏହିପରି ବର୍ଣ୍ଣନା କରନ୍ତି:

କ୍ରୋଧ, ରୋଷ ଓ ଅଜ୍ଞତା ବୃଦ୍ଧି ପାଇବ

ଧର୍ମ, ସତ୍ୟତା, ପବିତ୍ରତା, ସହନଶୀଳତା, ଦୟା, ଶାରୀରିକ ଶକ୍ତି ଓ  ସ୍ମୃତି ଦିନକୁ ଦିନ କମିଯିବ

ଲୋକମାନେ ନ୍ୟାୟସଂଗତ ନହୋଇ ହତ୍ୟା ମୋନଭାବ ରଖିବେ ଓ ଏହା ସେମାନଙ୍କ ଦୃଷ୍ଟିରେ ନ୍ୟାୟସଂଗତ ହେବ |

ସମ୍ଭୋଗ ଇଚ୍ଛା ସାମାଜିକସ୍ଥରରେ ମାନ୍ୟତା ପାଇବ ଓ  ଯୌନମିଳନ ବା ସମ୍ପର୍କକୁ  ଜୀବନର କେନ୍ଦ୍ରୀୟ ଆବଶ୍ୟକତା ବୋଲି ଗ୍ରହଣ କରାଯିବ |

ପାପ ଦ୍ରୁତ ଗତିରେ ବୃଦ୍ଧି ପାଇବ ସେତେବେଳେ ପବିତ୍ରତା କ୍ରମାଗତ ଭାବରେ ହ୍ରାସ ପାଇବ |

ଲୋକମାନେ ମଦ୍ୟପାନ  ଓ ଡ୍ରଗ୍ସରେ ଆସକ୍ତ ରହିବେ |

ଗୁରୁମାନଙ୍କୁ ଆଉ ସମ୍ମାନ ଦିଆଯିବ ନାହିଁ ଓ  ସେମାନଙ୍କର ଛାତ୍ରମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବେ | ସେମାନଙ୍କର ଶିକ୍ଷା ଅପମାନିତ ହେବ ଓ  କାମାର ଅନୁଗାମୀମାନେ ସମସ୍ତ ମାନବଜାତିକୁ ନିୟନ୍ତ୍ରଣ କରିବେ।

ସମସ୍ତ ମନୁଷ୍ୟ ନିଜକୁ ଦେବତା କିମ୍ବା ଦେବତାମାନଙ୍କଠାରୁ ଅନୁଗ୍ରହପ୍ରାପ୍ତ ବୋଲି ଘୋଷିତ କରିବେ ଓ  ଶିକ୍ଷା ପରିବର୍ତ୍ତେ ଏହାକୁ ଏକ ବ୍ୟବସାୟ ଭାବରେ ପରିଣତ କରିବେ |

ଲୋକମାନେ ଆଉ ବିବାହ କରିବେ ନାହିଁ ଓ  କେବଳ ଯୌନମିଳନ ବା ଆନନ୍ଦ ପାଇଁ ପରସ୍ପର ଏକ ମିଛ ସଂପର୍କରେ ରହିବେ |

ମୋଶା ଏବଂ ଦଶ ଆଜ୍ଞା

ଏବ୍ରୀୟ ବେଦ ଆମ ବର୍ତ୍ତମାନର ଯୁଗକୁ ସେହିପରି ବର୍ଣ୍ଣନା କରେ | ଆମର ପାପ କରିବାର ପ୍ରବୃତ୍ତି ହେତୁ, ସେମାନେ ନିସ୍ତାରପର୍ବରେ ମିସରରୁ ପଳାୟନ କରିବାର କିଛି ସମୟ ପରେ ଈଶ୍ଵର ମୋଶାଙ୍କୁ ଦଶ ଆଜ୍ଞା ଦେଲେ | ମୋଶାଙ୍କର ଲକ୍ଷ୍ୟ କେବଳ ଇସ୍ରାଏଲୀୟମାନଙ୍କୁ ମିସରରୁ ବାହାର କରିବା ନଥିଲା, ମାତ୍ର ସେମାନଙ୍କୁ ଏକ ନୂତନ ଜୀବନର ପଥରେ ମାର୍ଗଦର୍ଶନ କରିବା ମଧ୍ୟ ଥିଲା। ତେଣୁ ନିସ୍ତାରପର୍ବର ପଚାଶ ଦିନ ପରେ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କଲେ, ମୋଶା ସେମାନଙ୍କୁ ସିନୟ ପର୍ବତକୁ (ହୋରେବ ପର୍ବତ ମଧ୍ୟ କୁହାଯାଏ) ନେଇଗଲେ  ଯେଉଁଠାରେ ସେମାନେ ଈଶ୍ଵରଙ୍କଠାରୁ ବ୍ୟବସ୍ଥା ଗ୍ରହଣ କରିଥିଲେ | କଳିଯୁଗରେ ଥିବା ସମସ୍ୟାକୁ ପ୍ରକାଶ କରିବା ପାଇଁ ଏହି ବ୍ୟବସ୍ଥା କଳିଯୁଗରେ ଗ୍ରହଣ କରାଯାଇଥିଲା |

ମୋଶା କେଉଁ ଆଜ୍ଞାଗୁଡ଼ିକୁ ପାଇଲେ? ଯଦିଓ ସମ୍ପୂର୍ଣ୍ଣ ବ୍ୟବସ୍ଥାଟି ବହୁତ ଲମ୍ବା ଥିଲା, ମୋଶା ପ୍ରଥମେ ଈଶ୍ଵରଙ୍କ ଦ୍ୱାରା ପଥର ଫଳକ ଉପରେ ଲିଖିତ ନିର୍ଦ୍ଦିଷ୍ଟ ନୌତିକ ଆଜ୍ଞାଗୁଡ଼ିକୁ ପାଇଥିଲେ, ଯାହା ଦଶ ଆଜ୍ଞା (କିମ୍ବା ଖ୍ରୀଷ୍ଟ ଧର୍ମର ଦଶଆଜ୍ଞା) ଭାବରେ ଖ୍ୟାତି | ଏହି ଦଶଟି ଆଜ୍ଞାଗୁଡ଼ିକର ସାରାଂଶ – ଛୋଟ ଛୋଟ ବିବରଣୀ ପୂର୍ବରୁ ନୌତିକ ଧର୍ମ – ଓ ସେଗୁଡ଼ିକ ଏବେ କଳିଯୁଗର ମନ୍ଦତା କିମ୍ବା ପାପରୁ ଆମକୁ ଅନୁତାପ କରେଇବାକୁ ଈଶ୍ଵରଙ୍କ ସକ୍ରିୟ ଶକ୍ତି  |

ଦଶ ଆଜ୍ଞା

ପଥର ଉପରେ ଈଶ୍ଵରଙ୍କ ଦ୍ୱାରା ଲିଖିତ, ପରେ ମୋଶାଙ୍କ ଦ୍ୱାରା ଏବ୍ରୀୟ ବେଦଗୁଡ଼ିକରେ ଲିଖିତ ଦଶ ଆଜ୍ଞାଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ଏଠାରେ ଅଛି |

 ଅନନ୍ତର ସଦାପ୍ରଭୁ ଏହିସବୁ କଥା କହିଲେ, ଯଥା- ଯେ ତୁମ୍ଭକୁ ଦାସଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ଵର ଆମ୍ଭେ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟୁ, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ; ତ ହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ଵାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ତଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ। ତୁମ୍ଭେ ନରହତ୍ୟା କରିବ ନାହିଁ। ତୁମ୍ଭେ ବ୍ୟଭିଚାର କରିବ ନାହିଁ। ତୁମ୍ଭେ ଚୋରି କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ। ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ଵନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।

ଯାତ୍ରା ପୁସ୍ତକ20:1-18

ଦଶ ଆଜ୍ଞାଗୁଡ଼ିକର ମାନଦଣ୍ଡ

ବର୍ତ୍ତମାନ ଆମେ ବେଳେବେଳେ ଭୁଲିଯାଉ ଯେ ସେଗୁଡ଼ିକ ଈଶ୍ଵରଙ୍କ ଆଜ୍ଞା ଥିଲା | ସେଗୁଡ଼ିକ ଈଶ୍ଵରଙ୍କ ପରାମର୍ଶ ନଥିଲା କିମ୍ବା ସେଗୁଡ଼ିକ ଈଶ୍ଵରଙ୍କ ସୁପାରିଶ ମଧ୍ୟ ନଥିଲା କିନ୍ତୁ ଆମେ କେତେ ପରିମାଣରେ ଏହି ଆଜ୍ଞାଗୁଡ଼ିକୁ ପାଳନ କରିବା ଉଚିତ ? ଦଶଟି ଆଜ୍ଞା ଦେବା ପୂର୍ବରୁ ନିମ୍ନଲିଖିତ ବିଷୟଗୁଡ଼ିକ ଆସେ |

 ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ। ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର।

ଯାତ୍ରା ପୁସ୍ତକ19:3,5

ଏହା ଦଶ ଆଜ୍ଞା ଦେବାପରେ ଦିଆଯାଇଥିଲା |

 ପୁଣି ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।

ଯାତ୍ରା ପୁସ୍ତକ24:7

ବେଳେବେଳେ ବିଦ୍ୟାଳୟ ପରୀକ୍ଷାରେ ଶିକ୍ଷକ ଏକାଧିକ ପ୍ରଶ୍ନ ଦିଅନ୍ତି (ଉଦାହରଣ ସ୍ୱରୂପେ 20) କିନ୍ତୁ ତା’ପରେ କେବଳ କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ | ହୁଏତ, ଆମେ ଉଦାହରଣ ସ୍ୱରୂପେ 20 ଟି ପ୍ରଶ୍ନରୁ  15 ଟି ପ୍ରଶ୍ନର ଉତ୍ତର ଦେଇଥାଉ | ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍ତର ଦେବା ପାଇଁ 15 ଟି ସହଜ ପ୍ରଶ୍ନ ବାଛିବେ | ଏହିପରି ଶିକ୍ଷକ ପରୀକ୍ଷାକୁ ସହଜ କରିଥା’ନ୍ତି |

ଦଶ ଆଜ୍ଞା ବିଷୟରେ ଅଧିକାଂଶ ଲୋକ ଏହିପରି ଭାବନ୍ତି | ସେମାନେ ଭାବନ୍ତି ଯେ ଈଶ୍ଵର, ଦଶ ଆଜ୍ଞା ଦେବା ପରେ, “ଏହି ଦଶଟି ଆଜ୍ଞା ମଧ୍ୟରୁ ତୁମ୍ଭେମାନେ କେବଳ କୌଣସି ଛଅଟି ଆଜ୍ଞା ପାଳନ କରିବାକୁ ଚେଷ୍ଟା କର” ବୋଲି କହିଛନ୍ତି ବୋଲି ମନେକରନ୍ତି | ଆମେ ଏହିପରି ଭାବୁ କାରଣ ଆମେ କଳ୍ପନା କରୁ ଯେ ଈଶ୍ଵର ଆମର ‘ମନ୍ଦ କାର୍ଯ୍ୟ’ ବିରୁଦ୍ଧରେ ଆମର ‘ଉତ୍ତମ କାର୍ଯ୍ୟ’କୁ ସନ୍ତୁଳିତ କରନ୍ତି | ଯଦି ଆମର ଉତ୍ତମ କର୍ମ ଆମର ଖରାପ ଦୋଷଦୁଷ୍ଟତାଗୁଡ଼ିକୁ ବାତିଲ କରେ ତେବେ ଆମେ ମନେକରୁ ଯେ ଏହା ଈଶ୍ଵରଙ୍କ ପାଇବା ପାଇଁ ଯଥେଷ୍ଟ ଅଟେ |

ତଥାପି, ଦଶ ଆଜ୍ଞାଗୁଡ଼ିକର ଏକ ସଚ୍ଚୋଟ ଅଧ୍ୟୟନ ଏହା  ଦର୍ଶାଏ ଯେ ଏହି ଆଜ୍ଞାଗୁଡ଼ିକୁ ସେହି ଉଦ୍ଦେଶ୍ୟରେ ଦିଆଯାଇ ନଥିଲା | ଲୋକମାନେ ସେ ସମସ୍ତ ଆଜ୍ଞାକୁ ସର୍ବଦା ପାଳନ କରିବା ଉଚିତ | ଏହାର ଅତ୍ୟଧିକ ଅସୁବିଧା ଅନେକ ଲୋକଙ୍କୁ ଦଶ ଆଜ୍ଞାଗୁଡ଼ିକୁକୁ ଅନାଆଜ୍ଞାକାରି କରିଦେଇଛି | କିନ୍ତୁ କଳିଯୁଗ ଆଣୁଥିବା ପରିସ୍ଥିତି ପାଇଁ ସେହି ଆଜ୍ଞାଗୁଡ଼ିକୁ କଳିଯୁଗରେ ଦିଆଯାଇଥିଲା |

ଦଶ ଆଜ୍ଞା ଓ  କରୋନାଭାଇରସ୍ ପରୀକ୍ଷା

2020 ରେ ସାରା ବିଶ୍ୱରେ ପ୍ରବାହିତ ହେଉଥିବା କରୋନାଭାଇରସ୍ ମହାମାରୀ ସହିତ ଦଶ ଆଜ୍ଞାଗୁଡ଼ିକୁ ତୁଳନା କରି ବୋଧହୁଏ ଆମେ କକଳିଯୁଗରେ ଥିବା କଠୋର ଦଶ ଆଜ୍ଞାଗୁଡ଼ିକର ଉଦ୍ଦେଶ୍ୟକୁ ଉତ୍ତମ ଭାବରେ ବୁଝିପାରିବା | COVID-19 ଜ୍ୱର, କାଶ ଓ ନିଶ୍ୱାସ ପ୍ରଶ୍ୱାସରେ ହେଉଥିବା ଅସୁବିଧାର ଲକ୍ଷଣ ଥିବା ଏକ ରୋଗ ଅଟେ ଯାହା ଦ୍ଵାରା କରୋନାଭାଇରସ୍- ଯାହା ଏତେ ଛୋଟ ଆମେ ଏହାକୁ ଦେଖିପାରି ନଥାଉ|

ଧରାଯାଉ କେହି ଜ୍ୱର ଅନୁଭବ କରୁଛନ୍ତି ଓ କାଶୁଛନ୍ତି | ସମସ୍ୟାଟି କ’ଣ ବୋଲି ସେହି ବ୍ୟକ୍ତି ପ୍ରଶ୍ନ କରନ୍ତି | ତାଙ୍କର ସାଧାରଣ ଜ୍ୱର ଅଛି ନା ସେମାନେ କରୋନାଭାଇରସର ସଂକ୍ରମିତ ହୋଇଛନ୍ତି? ଯଦି ହୋଇଛନ୍ତି ତେବେ ତାହା ଏକ ଗମ୍ଭୀର ସମସ୍ୟା ଅଟେ- ଏପରିକି ଜୀବନ ପ୍ରତି ବିପଦ ଅଛି | ଯେହେତୁ କରୋନାଭାଇରସ୍ ବହୁତ ଶୀଘ୍ର ବ୍ୟାପିଥାଏ ଓ ସମସ୍ତେ ସଂକ୍ରମିତ ହୋଇଥାନ୍ତି, ଏହା ଏକ ପ୍ରକୃତ ସମ୍ଭାବନା | ସେମାନଙ୍କ ଶରୀରରେ କରୋନାଭାଇରସ୍ ଅଛି କି ନାହିଁ ତାହା ଜାଣିବା ପାଇଁ ସେମାନେ ଏକ ସ୍ୱତନ୍ତ୍ର ପରୀକ୍ଷା ନିଅନ୍ତି ଯାହା ନିର୍ଣ୍ଣୟ କରେ ଯେ ସେମାନେ କରୋନାଭାଇରସ୍‍‍ରେ ସଂକ୍ରମିତ ହୋଇଛନ୍ତି କି ନାହିଁ | କରୋନାଭାଇରସ୍ ପରୀକ୍ଷା ସେମାନଙ୍କୁ ସେମାନଙ୍କର ରୋଗରୁ ଆରୋଗ୍ୟ କରେ ନାହିଁ, ଏହା କେବଳ ସେମାନଙ୍କୁ ନିଶ୍ଚିତ କରି କହିଥାଏ ଯେ  ଯଦି ସେମାନଙ୍କର କରୋନାଭାଇରସ୍ ଥାଏ ଯାହାକି COVID-19 ରେ ପରିଣତ ହେବ, କିମ୍ବା ସେମାନଙ୍କୁ କେବଳ ସାଧାରଣ ଜ୍ୱର ହେବ |

ଦଶ ଆଜ୍ଞା ମଧ୍ୟ ସେହିପରି ଅଟେ | କଳିଯୁଗରେ ନୌତିକତା ଲୋପ ହୁଏ  ଯେପରି 2020 ରେ କରୋନାଭାଇରସ୍ ପ୍ରଚଳିତ ଥିଲା। ନୌତିକତା ଲୋପ ପାଉଥିବା ଏହି ଯୁଗରେ, ଆମେ ଜାଣିବାକୁ ଚାହିଁବୁ ଯେ ଆମେ ନିଜେ ଧାର୍ମିକ ନା ପାପରେ କଳଙ୍କିତ? ଦଶଆଜ୍ଞା ଦିଆଯାଇଥିଲା ତେଣୁ ସେଗୁଡ଼ିକ ଦ୍ଵାରା ଆମେ ଆମର ଜୀବନକୁ ପରୀକ୍ଷା କରି ଆମେ ନିଜେ ଜାଣିପାରିବା ଯେ  ଆମେ ପାପରୁ ମୁକ୍ତ ନା ଏହା ସହିତ ଆସୁଥିବା କର୍ମ ବା ପାପ ଆମ ଉପରେ ନିୟତ୍ରଣ କରୁଛି| ଦଶ ଆଜ୍ଞା  ଠିକ୍ କରୋନାଭାଇରସ୍ ପରୀକ୍ଷା ପରି କାର୍ଯ୍ୟ କରେ – ତେଣୁ ଆପଣ ଜାଣି ପାରନ୍ତି ଯେ ଆପଣ  ରୋଗ (ପାପ)ରୁ ମୁକ୍ତ କି ନୁହଁ ?

ପାପର ପ୍ରକୃତ ଅର୍ଥ ଲକ୍ଷ୍ୟକୁ ‘ହରାଇବା’ ଅର୍ଥାତ ଆମେ ଅନ୍ୟମାନଙ୍କୁ, ନିଜକୁ ଓ  ଈଶ୍ଵରଙ୍କ ପ୍ରତି କିପରି ବ୍ୟବହାର କରୁ, ଈଶ୍ଵର ଆମଠାରୁ ଆଶା କରୁଥିବା ଲକ୍ଷ୍ୟକୁ ‘ହରାଇବା’ | କିନ୍ତୁ ଆମର ସମସ୍ୟାକୁ ଚିହ୍ନିବା ପରିବର୍ତ୍ତେ ଆମେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିଥାଉ (ନିଜକୁ ଭୁଲଲୋକମାନଙ୍କ ବିରୁଦ୍ଧରେ ତୁଳନା କରିବା), ଧାର୍ମିକ ଯୋଗ୍ୟତା ହାସଲ କରିବାକୁ ଅଧିକ ଚେଷ୍ଟା କରିବା, କିମ୍ବା ତ୍ୟାଗ କରିବା ଓ  କେବଳ ଆନନ୍ଦ ପାଇଁ ବଞ୍ଚିବା | ତେଣୁ, ଈଶ୍ୱର ଦଶ ଆଜ୍ଞା ଦେଲେ, ଯେପରି:

କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ଵାରା ପାପର ଜ୍ଞାନ ଜନ୍ମେ।

ରୋମୀୟ 3:20

ଯଦି ଆମେ ଦଶ ଆଜ୍ଞାର ବିରୁଦ୍ଧରେ ଆମର ଜୀବନକୁ ପରୀକ୍ଷା କରୁ, ତେବେ ଏହା କରୋନାଭାଇରସ୍ ପରୀକ୍ଷା ପରି ଆମ ଭିତରେ ଥିବା ସମସ୍ୟାଗୁଡ଼ିକୁ ଦେଖାଏ | ଦଶ ଆଜ୍ଞା ଆମର ସମସ୍ୟାକୁ ‘ଠିକ୍’ କରେ ନାହିଁ, କିନ୍ତୁ ସମସ୍ୟାକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ ଯାହାଫଳରେ ଈଶ୍ଵର ଦେଇଥିବା ପ୍ରତିକାରକୁ ଆମେ ଗ୍ରହଣ କରିବା | ଆତ୍ମ-ପ୍ରତାରଣା ଜାରି ରଖିବା ପରିବର୍ତ୍ତେ, ବ୍ୟବସ୍ଥା ଆମକୁ ସଠିକ୍ ଭାବରେ ଦେଖିବାକୁ ସାହାଯ୍ୟ କରେ |

ଅନୁତାପରେ ଦିଆଯାଇଥିବା ଈଶ୍ରଙ୍କ ଉପହାର

ଈଶ୍ଵର ପ୍ରଦାନ କରିଥିବା ପ୍ରତିକାର ହେଉଛି ଯୀଶୁ ଖ୍ରୀଷ୍ଟଙ୍କ — ୟେଶୁ ସତସଙ୍ଗ ମୃତ୍ୟୁ ଓ  ପୁନରୁତ୍ଥାନ ଦ୍ୱାରା ପାପ କ୍ଷମା କରିବାର ଉପହାର | ଯଦି ଆମେ ଯୀଶୁଙ୍କ କାର୍ଯ୍ୟରେ ବିଶ୍ୱାସ କରୁ, ଜୀବନର ଏହି ଉପହାର କେବଳ ଆମକୁ ବିନା ମୂଲ୍ୟରେ ଦିଆଯାଇଅଛି |

ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିଅଛୁ, ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେଉ; କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।

ଗାଲାତୀୟ 2:16

ଯେପରି ଶ୍ରୀ ଅବ୍ରହାମ ଈଶ୍ଵରଙ୍କ ନିକଟରେ ଧାର୍ମିକ ଗୋଣିତ ହେଲେ ସେହିପରି ଆମେ ମଧ୍ୟ ଈଶ୍ଵରଙ୍କଠାରେ  ଧାର୍ମିକ ହୋଇପାରିବା | କିନ୍ତୁ ଏହା ଆମର ଅନୁତାପ ଆବଶ୍ୟକ କରେ | ଅନୁତାପ ଅର୍ଥକୁ ପ୍ରାୟ ଲୋକେ ଭୁଲ୍ ଭୁଝିଥାନ୍ତି, କିନ୍ତୁ ଅନୁତାପର ଅର୍ଥ ପାପରୁ ଦୂରେଇ ରହିବା ଓ  ଈଶ୍ଵରଙ୍କ ଆଡକୁ ଫେରିବା ଓ  ସେ ପ୍ରଦାନ କରୁଥିବା ଉପହାର ସହିତ ‘ଆମର ମନ ପରିବର୍ତ୍ତନ କରିବା’ | ଯେପରି ବେଦ ପୁସ୍ତକାନ୍ (ବାଇବେଲ) ବ୍ୟାଖ୍ୟା କରେ:

 ଅତଏବ, ଯେପରି ଆପଣମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ,

 ପ୍ରେରିତ 3:19

ଆପଣ ଓ  ମୋ ପାଇଁ ପ୍ରତିଜ୍ଞା ହେଉଛି ଯଦି ଆମେ ଅନୁତାପ କରି ଈଶ୍ଵରଙ୍କ ନିକଟକୁ ଫେରିଯିବା, ତେବେ ଆମର ପାପ ଗଣନା କରାଯିବ ନାହିଁ ଓ ଆମେ ଜୀବନ ପାଇବା | ଈଶ୍ଵର, ତାଙ୍କର ମହାନ ଦୟାରେ, ଆମକୁ କଳିଯୁଗରେ ପାପ ପାଇଁ ଏକ ପରୀକ୍ଷା ଓ  ଟିକା ଦେଇଛନ୍ତି |

Leave a Reply

Your email address will not be published. Required fields are marked *