ମାନବଜାତି କିପରି ଅଗ୍ରସର ହେଲା – ମନୁ (ନୋହ) ଙ୍କ ବିବରଣରୁ ଶିକ୍ଷା

  • by

ପୂର୍ବରୁ ଆମେମାନେ ମାନବ ଇତିହାସର ପ୍ରାରମ୍ଭରେ ଦିଆଯାଇଥିବା ମୁକ୍ତିର ପ୍ରତିଜ୍ଞାକୁ ଦେଖିଲୁ । ଏହା ମଧ୍ୟ ଆମେମାନେ ଦେଖିଲୁ ଯେ ଆମମାନଙ୍କ ମଧ୍ୟରେ ଏପରି କିଛି ବିଷୟ ଅଛି ଯାହା ଆମମାନଙ୍କୁ ପାପ କରାଇ ଥାଏ, ଯାହା ଆମମାନଙ୍କ କାର୍ଯ୍ୟରେ ଉଦ୍ଦିଷ୍ଟ ନୌତିକ ଆଚରଣର ଲକ୍ଷ୍ୟ ସାଧନ କରିବାରେ ବିଫଳ କରାଇଥାଏ ଓ  ଆମମାନଙ୍କର ସ୍ୱଭାବକୁ ମଧ୍ୟ ପ୍ରଭାବିତ କରିଥାଏ । ଆମମାନଙ୍କର ମୂଳ ପ୍ରତିଛବି ଯାହା ଈଶ୍ଵର (ପ୍ରଜାପତି) ଦ୍ୱାରା ନିର୍ମିତ ହୋଇଥିଲା ତାହା ବିକୃତ କରାଯାଇଅଛି । ଯଦିଓ ଆମେମାନେ ଅନେକ ରୀତିନୀତି, ସ୍ନାନ ଓ ପ୍ରାର୍ଥନା ସହିତ କଠିନ ପରିଶ୍ରମ କରିଥାଉ, ଆମମାନଙ୍କ ପାପୀ ସ୍ଵଭାବ ଆମମାନଙ୍କୁ ପବିତ୍ରତାର  ଆବଶ୍ୟକତାକୁ ଅନୁଭବ କରାଇଥାଏ ଯାହାକୁ ଆମେ ସୁଚାରୁରୂପେ ହାସଲ କରିବାକୁ ବିଫଳ ହେଇଥାଉ । ଅଧିକାଂଶ ସମୟରେ ସଂପୂର୍ଣ୍ଣ ସଚ୍ଚୋଟତାରେ ବଞ୍ଚିବାକୁ ଆମେମାନେ ଚେଷ୍ଟା କରିବାର ଏହି ‘ଉପର’ ସଂଗ୍ରାମରେ ଆମେମାନେ କ୍ରମାଗତ ଭାବରେ ସଂଘର୍ଷ କରି କ୍ଳାନ୍ତ ହୋଇଥାଉ ।

ଯଦି ଏହି ପାପ ନୌତିକ ପ୍ରତିବନ୍ଧକ ବିନା ବୃଦ୍ଧି ପାଏ ତେବେ ସମସ୍ତ ବିଷୟ ଶୀଘ୍ର ଅପଜାତ ହୋଇପାରେ । ଏହା ମାନବ ଇତିହାସରେ ପ୍ରାରମ୍ଭରେ ଘଟିଥିଲା । ବାଇବେଲ (ବେଦ ପୁସ୍ତକମ୍)ର ପ୍ରାରମ୍ଭିକ ଅଧ୍ୟାୟଗୁଡ଼ିକ ଆମମାନଙ୍କୁ ଏହା କିପରି ଘଟିଲା ତାହା ପ୍ରକାଶ କରିଥାଏ । ଏହି ବିବରଣ ଶତପଥ ବ୍ରାହ୍ମଣର  ସମରୂପତା ଅଟେ ଯାହା ମାନବଜାତିର ପୂର୍ବଜ – ମନୁ ନାମରେ ଜଣାଶୁଣା – ମାନବଜାତିର ଭ୍ରଷ୍ଟତା ହେତୁ ଆସିଥିବା ଜଳପ୍ଳାବନ ପରି ଏକ ମହାନ ଦଣ୍ଡରୁ କିପରି ରକ୍ଷାପାଇଥିଲେ ଓ ଏକ ବିଶାଳ ଜାହାଜରେ କିପରି ଆଶ୍ରୟ ନେଲେ ତାହା ବର୍ଣ୍ଣନା କରେ । ଉଭୟ ବାଇବେଲ (ବେଦ ପୁସ୍ତକମ୍) ଓ ସଂସ୍କୃତ ବେଦଗୁଡ଼ିକ ଆମମାନଙ୍କୁ ଅବଗତ କରାନ୍ତି ଯେ ବର୍ତ୍ତମାନ ଜୀବିତ ଥିବା ସମସ୍ତ ମାନବଜାତି ନୋହଙ୍କର ବଂଶଧର ଅଟନ୍ତି ।

ପୂର୍ବଜ ମନୁ – ଇଂରାଜୀ ଶବ୍ଦ ‘ମନୁଷ୍ୟ ବା ମନୁଷ୍ୟଜାତି’ ଆମେମାନେ କେଉଁଠାରେ ପାଇଥାଉ

ଇଂରାଜୀ ଶବ୍ଦ ‘ମନୁଷ୍ୟ’ ପ୍ରାରମ୍ଭିକ ଜର୍ମାନିକ୍ ଲୋକମାନଙ୍କର ଆଦିମ ଭାଷାରୁ ଆସିଛି । ଯୀଶୁ ଖ୍ରୀଷ୍ଟ (ୟେଶୁ ସତସଙ୍ଗ) ଙ୍କ ସମୟରେ ଜୀବିତ ଥିବା ଜଣେ  ରୋମୀୟ ଐତିହାସିକ ଟାକ୍ଟିୟସ୍, ଜର୍ମାନିୟା ନାମକ ଜର୍ମାନ ଲୋକମାନଙ୍କର ଇତିହାସ ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଏଥିରେ ସେ କୁହନ୍ତି

ସେମାନଙ୍କର ପ୍ରାଚୀନ ବାଲାଡରେ (ଯାହା ସେମାନଙ୍କର ଇତିହାସ ଅଟେ) ସେମାନେ ଟୁଇଷ୍ଟୋ, ପୃଥିବୀରୁ ଉତ୍ପନ୍ନ ଏକ ଈଶ୍ଵର ଓ  ତାଙ୍କ ପୁତ୍ର ମନ୍ନୁସଙ୍କୁ ଜାତିର ପିତା ତଥା ପ୍ରତିଷ୍ଠାତା ଭାବରେ ପାଳନ କରନ୍ତି । ମାନ୍ନୁସଙ୍କୁ ସେମାନେ ତିନୋଟି ପୁତ୍ର ନିଯୁକ୍ତ କରନ୍ତି, ଯାହାଙ୍କ ନାମ ପରେ ଏତେ ସଂଖ୍ୟକ ଲୋକମାନଙ୍କର ଉତ୍ପତି ହୁଏ (ଟାକ୍ଟିୟସ୍ ଜର୍ମାନିଆ ପୃ 2, 100 ଖ୍ରୀଷ୍ଟପୂର୍ବରେ ଲିଖିତ)

ଜ୍ଞାନୀମାନେ କହନ୍ତି ଯେ ଏହି ପ୍ରାଚୀନ ଜର୍ମାନିକ୍ ଶବ୍ଦ ‘ମାନ୍ନୁସ’ ପ୍ରୋଟୋ-ଇଣ୍ଡୋ-ୟୁରୋପୀୟ “ମନୁହୁ” ରୁ ଆସିଛି (ସଂସ୍କୃତ ମନୁହୁ, ଆବେଷ୍ଟାନ୍ ମନୁ-, ପୃଷ୍ଠା) ତେଣୁ, ଇଂରାଜୀ ଶବ୍ଦ ‘ମନୁଷ୍ୟ’ ମନୁଙ୍କଠାରୁ ଆସିଛି ଯାହାକୁ ଉଭୟ ବାଇବଲ (ବେଦ ପୁସ୍ତକାନ୍) ଓ  ଶତପଥ ବ୍ରାହ୍ମଣ ଆମମାନଙ୍କର ପୂର୍ବଜ ବୋଲି ପ୍ରକାଶ କରନ୍ତି! ଆସନ୍ତୁ ଶତପଥ ବ୍ରାହ୍ମଣରୁ ସଂକ୍ଷେପରେ ଏହି ବ୍ୟକ୍ତିଙ୍କୁ ଦେଖିବା । ଏଠାରେ କିଛି ବ୍ୟାଖ୍ୟା ଅଛି ଯାହାର ବିବରଣ ସାମାନ୍ୟ ଭିନ୍ନ ଅଟେ, ତେଣୁ ମୁଁ ସାଧାରଣ ବିଷୟଗୁଡ଼ିକୁ ବର୍ଣ୍ଣନା କରିବି ।

ସଂସ୍କୃତ ବେଦରେ ମନୁଙ୍କର ବିବରଣ

ବେଦଗୁଡ଼ିକରେ ମନୁ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ଯିଏ ସତ୍ୟକୁ ଅନୁସନ୍ଧାନ କରୁଥିଲେ। କାରଣ ମନୁ ସଂପୂର୍ଣ୍ଣ ସଚ୍ଚୋଟ ଥିଲେ, ସେ ପ୍ରଥମେ ସତ୍ୟବ୍ରତ (“ସତ୍ୟର ଶପଥ ସହିତ”) ଭାବରେ ପ୍ରସିଦ୍ଧ ଥିଲେ ।

ଶତପଥ ବ୍ରାହ୍ମଣ  ଅନୁସାରେ (ଶତପଥ ବ୍ରାହ୍ମଣକୁ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ) ଜଣେ ଅବତାର ମନୁଙ୍କୁ ଆସୁଥିବା ଜଳପ୍ଲାବନ ବିଷୟରେ ସତର୍କ କରିଥିଲେ । ପ୍ରାରମ୍ଭରେ ଯେତେବେଳେ ମନୁ ଗୋଟିଏ ନଦୀରେ ହାତ ଧୋଉଥିଲେ ଅବତାର ଶଫାରି (ଏକ ଛୋଟ ମାଛ) ଭାବରେ ତାଙ୍କୁ ଦେଖାଦେଇଥିଲେ । ଛୋଟ ମାଛଟି  ମନୁଙ୍କୁ ତାକୁ ବଞ୍ଚାଇବାକୁ କହିଲା ଓ ମନୁ ଦୟାରେ ବିଗଳିତ ହୋଇ ମାଛକୁ ଏକ ପାତ୍ରରେ ରଖିଲେ । ମନୁ ସେହି ମାଛକୁ ରଖିଥିବା ଏକ ବଡ଼ ପାତ୍ରରୁ ବାହାର କରି ଏକ କୂଅରେ ଛାଡ଼ିବା ପର୍ଯ୍ୟନ୍ତ ସେହି ମାଛଟି ବଡ଼ ହେବାକୁ ଲାଗିଲା । ଯେତେବେଳେ କୂଅରେ ମଧ୍ୟ ସେହି ମାଛକୁ ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ମିଳିଲା ନାହିଁ, ମନୁ ସେହି ମାଛଟିକୁ  ଏକ ଟାଙ୍କି (ଜଳଭଣ୍ଡାର)ରେ ରଖିଲେ, ଯାହାର ଦୁଇ ୟୋଜନା (25 କିଲୋମିଟର) ଭୂମି ଉପରେ ଉଚ୍ଚତା, ଲମ୍ବ ଓ ଏକ ୟୋଜନା (13 କି.ମି) ପ୍ରସ୍ଥର ଥିଲା । ଯେମିତି ମାଛ ଆହୁରି ଆହରି  ବଡ଼ ହେବାକୁ ଲାଗିଲା ମନୁ ସେହି ମାଛକୁ ଏକ ନଦୀରେ ଛାଡ଼ିବାକୁ ବାଧ୍ୟ ହେଲେ, ଓ ଯେତେବେଳେ ନଦୀରେ ମଧ୍ୟ ସ୍ଥାନ ଅପର୍ଯ୍ୟାପ୍ତ ହେଲା ସେତେବେଳେ ସେ ଏହାକୁ ସମୁଦ୍ରରେ ଛାଡ଼ିଲେ, ଯାହା ପରେ ସେହି ମାଛ ମହାସାଗରର ବିସ୍ତୃତ ସ୍ଥାନକୁ ପ୍ରାୟ ପୂର୍ଣ୍ଣ କଲା ।

ସେତେବେଳେ ଅବତାର ମନୁଙ୍କୁ ଏକ ବିନାଶକାରୀ ଜଳପ୍ଲାବନ ବିଷୟରେ ସୂଚନା ଦେଇଥିଲା ଯାହା ଖୁବ ଶୀଘ୍ର ଆସିବାକୁ ଯାଉଥିଲା । ତେଣୁ ମନୁ ଏକ ବିରାଟ ଜାହାଜ ନିର୍ମାଣ କରିଥିଲେ ଯାହାକି ତାଙ୍କ ପରିବାର, ବିଭିନ୍ନ ପ୍ରକାରର ବୀଜ ଓ ଜୀବଜନ୍ତୁକୁ ପୃଥିବୀରେ ପୁଣିଥରେ ବସବାସ କରିବା ପାଇଁ ରଖିଥିଲେ, କାରଣ ଜଳପ୍ଲାବନ ହ୍ରାସ ହେବା ପରେ, ସମୁଦ୍ରଗୁଡ଼ିକରୁ ଜଳ ହ୍ରାସ ପାଇବ ଓ ପୃଥିବୀରେ ଲୋକ ଓ ଜୀବଜନ୍ତୁକୁ  ପୁଣିଥରେ ବସବାସ କରିବେ। ଜଳପ୍ଲାବନ ସମୟରେ ମନୁ ଜାହାଜକୁ ଏକ ମାଛର ଶିଙ୍ଗରେ ବାନ୍ଧି ରଖିଥିଲେ ଯାହା ମଧ୍ୟ ଅବତାର ଥିଲା । ପୃଥିବୀରୁ ଜଳ ବହିଯାଇ ହ୍ରାସ ହେଲାପରେ ଜାହାଜ ପର୍ବତ ଶିଖରରେ ଲାଗି ରହିଲା। ତା’ପରେ ସେ ପର୍ବତରୁ ତଳକୁ ଆସି  ଉଦ୍ଧାର ପାଇଁ ବଳି ଉତ୍ସର୍ଗ କଲେ। ଆଜି ପୃଥିବୀର ସମସ୍ତ ଲୋକ ତାହାଙ୍କର ବଂଶଧର ଅଟନ୍ତି ।

ବାଇବେଲ (ବେଦ ପୁସ୍ତକମ୍)ରେ ନୋହଙ୍କର  ବିବରଣ

ବାଇବେଲ (ବେଦ ପୁସ୍ତକମ୍) ରେ ଥିବା ବିବରଣ ସେହି ସମାନ ବିଷୟକୁ ବର୍ଣ୍ଣନା କରେ, କିନ୍ତୁ ଏହି ବିବରଣରେ ମନୁଙ୍କୁ ‘ନୋହ’ ବୋଲି ଉଲ୍ଲେଖ କରାଯାଇଅଛି । ବାଇବେଲରୁ ନୋହ ଓ ବିଶ୍ଵର ଜଳପ୍ଲାବନର ବିବରଣକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ । ସଂସ୍କୃତ ବେଦ ଓ ବାଇବଲ ବ୍ୟତିତ ଏହି ଘଟଣାବଳୀର ସ୍ମୃତି ବିଭିନ୍ନ ସଂସ୍କୃତି, ଧର୍ମ ଓ  ଇତିହାସରୁ ଅନେକ ଇତିହାସରେ ସଂରକ୍ଷିତ ହୋଇ ରହିଛି । ପୃଥିବୀ ପଙ୍କ ପଥରରେ ଆଚ୍ଛାଦିତ ଅଟେ, ଯାହା ବନ୍ୟା ସମୟରେ ସୃଷ୍ଟି ହୁଏ ତେଣୁ ଏହି ବନ୍ୟାର ଶାରୀରିକ ପ୍ରମାଣ ଓ  ନୃତତ୍ତ୍ୱିକ ପ୍ରମାଣ ମଧ୍ୟ ଆମମାନଙ୍କଠାରେ ଅଛି । କିନ୍ତୁ ଆଜି ଆମମାନେ ଏହି ବିବରଣରୁ କେଉଁ ବିଷୟ ଉପରେ ଧ୍ୟାନ ଦେବା ଉଚିତ୍?

ଲକ୍ଷ୍ୟ ସାଧନ କରିବାରେ ବିଫଳ ବନାମ ଅନୁଗ୍ରହ ପ୍ରାପ୍ତ କରିବା

ଯେତେବେଳେ ଆମେମାନେ ପ୍ରଶ୍ନ କରିଥାଉ ଯେ ଈଶ୍ଵର ଭ୍ରଷ୍ଟତା (ପାପ) ର ବିଚାର କରନ୍ତି କି ନାହିଁ ଓ  ବିଶେଷ ଭାବରେ ଆମମାନଙ୍କର ନିଜ ପାପର ବିଚାର କରାଯିବ କି ନାହିଁ, ପ୍ରତିକ୍ରିୟା ପ୍ରାୟତ ଏହିପରି ଥାଏ, “ମୁଁ ବିଚାର ବିଷୟରେ ଅଧିକ ଚିନ୍ତିତ ନୁହେଁ କାରଣ ଈଶ୍ଵର ଅତି ଦୟାଳୁ ଅଟନ୍ତି ଓ ମୋତେ ଲାଗୁନାହିଁ ଯେ ସେ ପ୍ରକୃତରେ ମୋର ବିଚାର କରିବେ ”। ନୋହ (କିମ୍ବା ମନୁ) ଙ୍କର ଏହି ବିବରଣରୁ  ଆମମାନେ ଏହି ବିଷୟରେ ପୁନର୍ବାର ବିଚାର କରିବା ଉଚିତ୍ । ସେହି ବିଚାରରେ ସମଗ୍ର ପୃଥିବୀ (ନୋହ ଓ ତାଙ୍କ ପରିବାର ବ୍ୟତୀତ) ବିନାଶ ହୋଇଗଲା । ତେବେ ସେତେବେଳେ ତାଙ୍କର ଦୟା କେଉଁଠାରେ ଥିଲା? ଏହା ଜାହାଜରେ ଯୋଗାଇ ଦିଆଯାଇଥିଲା ।

ଈଶ୍ଵର ଆପଣା ଦୟାରେ ଗୋଟିଏ ଜାହାଜ ଯୋଗାଇଦେଇଥୁଲେ ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ ଥିଲା । ଯେକେହି ସେହି ଜାହାଜରେ ପ୍ରବେଶ କରି ଆସୁଥିବା ବନ୍ୟାରୁ ଦୟା ଓ  ନିରାପତ୍ତା ହାସଲ କରିପାରିଥାନ୍ତେ । କିନ୍ତୁ ସେଠାରେ ସମସ୍ୟା ଏହା ଥିଲା ଯେ ସେଠି ପ୍ରାୟ ସମସ୍ତ ଲୋକ ଆସୁଥିବା ବନ୍ୟାକୁ ଅବିଶ୍ୱାସ କରିଥିଲେ। ସେମାନେ ନୋହଙ୍କୁ ପରିହାସ କରିଥିଲେ ଓ  ଆଗାମୀ ବିଚାର ପ୍ରକୃତରେ ଘଟିବ ବୋଲି ବିଶ୍ୱାସ କଲେ ନାହିଁ । ତେଣୁ ସେମାନେ ଜଳପ୍ଲାବନରେ ପ୍ରାଣ ହରାଇଲେ। ତଥାପି ସେମାନେ ଯଦି କେବଳ ଜାହାଜରେ ପ୍ରବେଶ କରିଥା’ନ୍ତେ ତେବେ  ସେମାନେ ବିଚାରରୁ ବା ସେହି ଜଳପ୍ଲାବନରୁ ରକ୍ଷା ପାଇ ପାରିଥାନ୍ତେ ।

ସେହି ସମୟରେ ଯେଉଁ ଲୋକେ ଜୀବିତ ଥିଲେ, ବୋଧହୁଏ ଭାବିଥିବେ ଯେ ସେମାନେ ଏକ ଉଚ୍ଚ ପାହାଡ ଉପରକୁ ଚଢ଼ିବେ କିମ୍ବା ଏକ ବଡ଼ ଭେଳା ନିର୍ମାଣ କରି ବନ୍ୟା ପରିସ୍ଥିତିକୁ ଏଡାଇ ପାରିବେ । କିନ୍ତୁ ସେମାନେ ବିଚାରର ଆକାର ଓ  ଶକ୍ତିକୁ ସମ୍ପୂର୍ଣ୍ଣରୂପେ ହେୟଜ୍ଞାନ କରିଥିଲେ । ଏହି ‘ଉତ୍ତମ ଧାରଣା’ ସେହି ବିଚାରଦିନ ପାଇଁ ଯଥେଷ୍ଟ ନ ଥିଲା; ସେମାନଙ୍କୁ ଏପରି କିଛି – ଜାହାଜ ଆବଶ୍ୟକ ଥିଲା ଯାହା ସେମାନଙ୍କୁ ଅଧିକ ଭଲ ଭାବରେ ଆଚ୍ଛାଦନ କରି ପାରିଥା’ନ୍ତା । ସେମାନେ ସମସ୍ତେ ଜାହାଜଟି ନିର୍ମାଣ ହେଉଥିବା ଦେଖୁଥିଲେ ଏହା ଉଭୟ ଆସୁଥିବା ବିଚାର ଏବଂ ଉପଲବ୍ଧ ଥିବା ଦୟାର ଏକ ସ୍ପଷ୍ଟ ସଙ୍କେତ ଥିଲା । ଓ ନୋହ (ମନୁ) ଙ୍କ ଉଦାହରଣ ପ୍ରତି ଧ୍ୟାନ ଦେଲେ ଏହା ଆଜି ଆମମାନଙ୍କୁ ଦର୍ଶା ବର୍ତ୍ତମାନ ସେହି ଯେ ଦୟା ଆମମାନଙ୍କର ଉତ୍ତମ ଧାରଣାଗୁଡ଼ିକ ଦ୍ୱାରା ନୁହେଁ, କିନ୍ତୁ ଈଶ୍ଵରର ପ୍ରତିଷ୍ଠା କରିଥିବା ବ୍ୟବସ୍ଥା ଦ୍ୱାରା ପ୍ରାପ୍ତ ହୁଏ ।

ତେବେ ନୋହ କାହିଁକି ଈଶ୍ଵରଙ୍କ ଦୟା ପାଇଲେ? ଆପଣ ଧ୍ୟାନ ଦିଅନ୍ତୁ ଯେ ବାଇବେଲ ଏହି ବାକ୍ୟାଂଶକୁ ଅନେକ ଥର ପୁନରାବୃତ୍ତି କରେ ।

    ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।

ମୁଁ ଜାଣେ ଯେ ମୁଁ ଯାହା ବୁଝେ, କିମ୍ବା ମୁଁ ଯାହା ପସନ୍ଦ କରେ, କିମ୍ବା ମୁଁ ଯେଉଁଥିରେ ସହମତ ତାହା ତାହା କରିବାକୁ ଇଚ୍ଛା କରେ । ମୁଁ ନିଶ୍ଚିତ ଯେ ନୋହ ନିଶ୍ଚିତ ଭାବରେ ତାଙ୍କ ମନରେ ଆସୁଥିବା ଜଳପ୍ଲାବନର ପରିସ୍ଥିତି ବିଷୟରେ ଚେତାବନୀ ଓ  ସ୍ଥଳଭାଗରେ ଏତେ ବଡ଼ ଜାହାଜ ନିର୍ମାଣ କରିବାର ନିର୍ଦ୍ଦେଶ ବିଷୟରେ ଅନେକ ପ୍ରଶ୍ନ କରିଥିବେ । ମୁଁ ନିଶ୍ଚିତ ଯେ ସେ ନିଜ ମନରେ ଯୁକ୍ତି କରିଥାଇ ପାରନ୍ତି ଯେହେତୁ ସେ ଜଣେ ଧାର୍ମିକ ଓ ସତ୍ୟବାଦୀ ବ୍ୟକ୍ତି ଥିଲେ ତେଣୁ ତାଙ୍କୁ ଏହି ଜାହାଜ ନିର୍ମାଣରେ ଧ୍ୟାନ ଦେବା ଆବଶ୍ୟକ ନ ଥିଲା । କିନ୍ତୁ ସେ ନିର୍ଦ୍ଦେଶିତ ‘ସମସ୍ତ’ ବିଷୟକୁ କରିଥିଲେ – କେବଳ ସେ ଯାହା ବୁଝିପାରିଥିଲେ ତାହା ନୁହେଁ, ସେ ଯେଉଁଥିରେ ଖୁସି ଥିଲେ ତାହା ନୁହେଁ ଓ ଏମିତିକି ତାଙ୍କ ପାଇଁ ଯାହା ଅର୍ଥପୂର୍ଣ୍ଣ ମଧ୍ୟ ନୁହେଁ । ଅନୁସରଣ କରିବାକୁ ଏହା  ଆମମାନଙ୍କ ପାଇଁ ଏକ ଉତ୍ତମ ଉଦାହରଣ ଅଟେ ।

ମୁକ୍ତିର ଦ୍ୱାର

ବାଇବଲ ଆମମାନଙ୍କୁ କହେ ଯେନୋହ, ତାଙ୍କ ପରିବାର ଓ  ଜୀବଜନ୍ତୁମାନଙ୍କୁ ଜାହାଜରେ ପ୍ରବେଶ କରେଇବା ପରେ

  ତହୁଁ ସଦାପ୍ରଭୁ ତାହାର ପାର୍ଶ୍ଵ-ଦ୍ଵାର ବନ୍ଦ କଲେ।

ଆଦିପୁସ୍ତକ 7:16

ଈଶ୍ଵର ହିଁ ଜାହାଜରେ ଗୋଟିଏ ଦ୍ୱାରକୁ ନିୟନ୍ତ୍ରଣ ଓ ପରିଚାଳନା କରିଥିଲେ – ନୋହ ନୁହେଁ । ଯେତେବେଳେ ବିଚାର ଆସିଲା ଓ  ଜଳପ୍ଲାବନ ହେଲା, ବାହାରେ ଥିବା ଲୋକମାନେ ନେହାଙ୍କୁ ଦ୍ୱାର ଖୋଲିବାକୁ ବାଧ୍ୟ କରିପାରି ନ ଥିଲେ କାରଣ ଈଶ୍ଵର ସେହି ଗୋଟିଏ ଦ୍ୱାରକୁ ନିୟନ୍ତ୍ରଣ କରୁଥିଲେ । କିନ୍ତୁ ସେହି ସମୟରେ ଭିତର ଥିବା ଲୋକମାନେ ଆତ୍ମବିଶ୍ୱାସରେ ବିଶ୍ରାମ ନେଇପାରନ୍ତି ଯେହେତୁ ଈଶ୍ଵର ଦ୍ୱାରକୁ ନିୟନ୍ତ୍ରଣ କରନ୍ତି ତେଣୁ ଯେ ପବନ କିମ୍ବା ତରଙ୍ଗ ଏହାକୁ ଖୋଲି ପାରିବ ନାହିଁ । ସେମାନେ ଈଶ୍ଵରଙ୍କ ଦୟାର ଦ୍ୱାରରେ ସୁରକ୍ଷିତ ଥିଲେ ।

ଯେହେତୁ ଈଶ୍ଵର ନିଜକୁ ବଦଳାନ୍ତି ନାହିଁ ଏହା ଆଜି ମଧ୍ୟ ଆମମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ । ବାଇବେଲ ଆସୁଥିବା ଆଉ ଏକ ବିଚାର ବିଷୟରେ ଚେତାବନୀ ଦିଏ – ଏହା ଅଗ୍ନି ଦ୍ୱାରା ହେବ – କିନ୍ତୁ ନୋହଙ୍କ ଚିହ୍ନଗୁଡ଼ିକ ଆମମାନଙ୍କୁ ନିଶ୍ଚିତ କରାଏ ଯେ ତାଙ୍କ ବିଚାର ସହିତ ସେ ଦୟା ମଧ୍ୟ ପ୍ରଦାନ କରନ୍ତି । ଆମମାନଙ୍କୁ ସେହି ଗୋଟିଏ ଦ୍ୱାର ଥିବା ‘ଜାହାଜ’ କୁ  ଖୋଜିବା ଉଚିତ୍ ଯାହା ଆମମାନଙ୍କର ଆବଶ୍ୟକତାକୁ ଆଚ୍ଛାଦନ କରିବ ଓ ଆମମାନଙ୍କୁ ଦୟା ପ୍ରଦାନ କରିବ ।

ପୁନର୍ବାର ହୋମବଳି ଉତ୍ସର୍ଗ

ବାଇବେଲ ଆମମାନଙ୍କୁ ଏହା ମଧ୍ୟ କହେ ଯେ ନୋହ:

ଅନନ୍ତର ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ।

ଆଦିପୁସ୍ତକ 8:20

ଏହା ପୁରୁଷସୁକ୍ତାର ବଳିଦାନର ନମୁନା ସହିତ ମେଳ ଖାଏ । ଏହା ସତେ ଯେପରି ନୋହ (ମନୁ) ଜାଣିଥିଲେ ଯେ ପୁରୁଷ ବଳି ଦିଆଯିବ ତେଣୁ ସେ ଆସୁଥିବା ବଳିଦାନର ଚିତ୍ର ଦର୍ଶାଇବାକୁ, ଈଶ୍ଵର ଏହିପରି  କରିବେ ବୋଲି ବିଶ୍ଵାସ କରି ଏକ ପଶୁ ବଳି ଉତ୍ସର୍ଗ କରିଥିଲେ । ବାସ୍ତବରେ ବାଇବେଲ କହେ ଯେ ଏହି ବଳି ଉତ୍ସର୍ଗ ପରେ ଈଶ୍ଵର ‘ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କଲେ’ (ଆଦିପୁସ୍ତକ 9:1) ଓ  ‘ନୋହଙ୍କ ସହିତ ଚୁକ୍ତି କଲେ’ (ଆଦିପୁସ୍ତକ 9:8) ଯେ ସେ ସମସ୍ତ ଲୋକଙ୍କୁ ପୁଣିଥରେ ବନ୍ୟା ଦ୍ଵାରା ବିଚାର କରିବେ ନାହିଁ । ତେଣୁ ନୋହଙ୍କ ଦ୍ୱାରା ଏକ ପଶୁର ବଳି ଉତ୍ସର୍ଗ ତାଙ୍କ ହୋମବଳିରେଗୁରୁତ୍ୱପୂର୍ଣ୍ଣ ଥିଲା ।

ବ୍ୟବସ୍ଥା ମାଧ୍ୟମରେ – ପୁନର୍ଜୀବନ କିମ୍ବା…

ବୌଦିକ ପରମ୍ପରାରେ ମନୁ ମନୁସ୍ମୃତିର ଉତ୍ସ ଅଟନ୍ତି ଯାହାକି ଏକ ବ୍ୟକ୍ତିର ଜୀବନରେ ତାହାର ବର୍ଣ୍ଣ / ଜାତିକୁ ନିର୍ଦ୍ଧାରିତ କରିଥାଏ ଓ  ପରାମର୍ଶ ଦେଇଥାଏ । ୟଜୁର୍ବେଦ ବ୍ୟକ୍ତ କରେ ଯେ ଜନ୍ମ ସମୟରେ ସମସ୍ତ ମନୁଷ୍ୟ ଶୁଦ୍ର ବା ସେବକ ଭାବରେ ଜନ୍ମ ହୁଅନ୍ତି, କିନ୍ତୁ ଏହି ବନ୍ଧନରୁ ରକ୍ଷା ପାଇବା ପାଇଁ ଆମମାନଙ୍କୁ ଦ୍ିତୀୟ କିମ୍ବା ନୂତନ ଜନ୍ମ ଆବଶ୍ୟକ । ମନୁସ୍ମୃତି  ବିବାଦୀୟ ଓ ସ୍ମୃତି ବିଷୟରେ ଏଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ କରାଯାଇଅଛି । ଏହି ସମସ୍ତ ବିବରଣୀର ବିଶ୍ଳେଷଣ କରିବା ଆମମାନଙ୍କର ବୁଝିବାର ପରିସର ବାହାରେ ଅଟେ । ତଥାପି, ଅନୁସନ୍ଧାନର କରିବାର ଲାଭ ଏହି ଯେ, ବାଇବେଲରେ, ନୋହ / ମନୁଙ୍କଠାରୁ ଆସିଥିବା ଜଣେ ହିବ୍ରୁ ଲୋକ ମଧ୍ୟ ଶୁଦ୍ଧତା ଏବଂ ପରିଷ୍କାରତା ପାଇବା ପାଇଁ ଦୁଇଟି ଉପାୟ ଗ୍ରହଣ କରିଥିଲେ । ଗୋଟିଏ ଉପାୟ ଏହା ଥିଲା  ଏକ ବ୍ୟବସ୍ଥା ମାଧ୍ୟମରେ ଯେଉଁଥିରେ ପରିଷ୍କାରତା, ରୀତିନୀତି ଅନୁସାରେ ଶୁଦ୍ଧତା ଓ  ବଳି ଉତ୍ସର୍ଗ ଅନ୍ତର୍ଭୁକ୍ତ ଥିଲା – ଏହା  ମନୁସ୍ମୃତି  ସଦୃଶ ଅଟେ । ଅନ୍ୟ ଉପାୟଟି ଅଧିକ ରହସ୍ୟମୟ ଥିଲା ଓ  ପୁନର୍ଜନ୍ମ ହାସଲ କରିବା ପୂର୍ବରୁ ଏହା ଏକ ମୃତ୍ୟୁ ସହିତ ଜଡିତ ଥିଲା । ଯୀଶୁ ମଧ୍ୟ ଏହି ବିଷୟରେ ଶିକ୍ଷା ଦେଇଥିଲେ । ସେ ତାଙ୍କ ସମୟରେ ଜଣେ ଶିକ୍ଷିତ ପଣ୍ଡିତଙ୍କୁ କହିଥିଲେ

ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟ ଦେଖି ପାରେ ନାହିଁ।

ଯୋହନ 3:3

ପରବର୍ତ୍ତୀ ପ୍ରବନ୍ଧଗୁଡ଼ିକରେ ଆମେମାନେ ଏହା ଉପରେ ଅଧିକ ଦେଖିବା । କିନ୍ତୁ ପରବର୍ତ୍ତୀ ସମୟରେ ଆମେମାନେ ବାଇବେଲ ଓ  ସଂସ୍କୃତ ବେଦଗୁଡ଼ିକରେ କାହିଁକି ଏତେ ସମାନତା ଅଛି ତାହା ଅନୁସନ୍ଧାନ କରିବା ।

Leave a Reply

Your email address will not be published. Required fields are marked *