Skip to content
Home » ଦିପାବଳୀ ଓ ପ୍ରଭୁ ଯୀଶୁ

ଦିପାବଳୀ ଓ ପ୍ରଭୁ ଯୀଶୁ

  • by
Diwali lamps

ଯେତେବେଳେ ମୁଁ ଭାରତରେ କାମ କରୁଥିଲି, ପ୍ରଥମ ଥର ମୁଁ ଦିପାବଳୀ ‘ଅତି ନିକଟରୁ’ ଅନୁଭବ କରିଥିଲି | ମୁଁ ସେଠାରେ ଏକ ମାସ ରହିବାକୁ ଆସିଥିଲି ଓ ମୋର ସେଠି ରହିବାର ଆରମ୍ଭରେ ଦିପାବଳୀ ପର୍ବ ସେଠାରେ ପାଳନ କରାଯାଇଥିଲା | ଦିପାବଳୀ ପର୍ବରେ ଫୁଟା ଯାଇଥିବା ବିସ୍ପୋରକ ପଦାର୍ଥ ମୁଁ ଅଧିକ ସ୍ମରଣ କରେ – କାରଣ ବିସ୍ପୋରକ ପଦାର୍ଥର ଧୂଆଁରୁ ମୋ ଆଖି କିଛି ମାତ୍ରରେ ଜଳିଥିଲା | ତେଣୁ ମୋ ଚାରିପାଖରେ ଚାଲିଥିବା ସେହି ସମସ୍ତ ଉତ୍ସାହ ସହିତ ମୁଁ ଦିପାବଳୀ ବିଷୟରେ ଜାଣିବାକୁ ଚାହୁଁଥିଲି, ଏହା କ’ଣ ଏବଂ ଏହାର ଅର୍ଥ କ’ଣ | ଓ ମୁଁ ଏହି ପର୍ବ ପାଳନକୁ ଭଲପାଇ ବସିଲି |

‘ଆଲୋକର ପର୍ବ’ ମୋତେ ପ୍ରେରଣା ଦେଲା କାରଣ ମୁଁ ଜଣେ ବିଶ୍ୱାସୀ ଓ ଯିଶୁ ସତ୍ସଙ୍ଗର ଅନୁଗାମୀ ଅଟେ ଯିଏ ପ୍ରଭୁ ଯୀଶୁ ଭାବରେ ମଧ୍ୟ ଜଣାଶୁଣା | ଏବଂ ତାଙ୍କ ଶିକ୍ଷାର ମୁଖ୍ୟ ବାର୍ତ୍ତା ଏହା ଥିଲା ଯେ ତାଙ୍କ ଆଲୋକ ଆମମାନଙ୍କ ଭିତରେ ଥିବା ଅନ୍ଧକାରକୁ ଦୂର କରିବ | ତେଣୁ ଦିପାବଳୀ ପ୍ରଭୁ ଯୀଶୁଙ୍କ ସହିତ ସମ୍ପର୍କିତ ଅଟେ |

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ହୃଦୟଙ୍ଗମ କରନ୍ତି ଯେ ଆମମାନଙ୍କ ଭିତରେ ଥିବା ଅନ୍ଧକାର ସହିତ ଆମର ଏକ ସମସ୍ୟା ରଅଛି | ଏହି କାରଣରୁ କୁମ୍ଭ ମେଲା ମହୋତ୍ସବରେ ବହୁ ସଂଖ୍ୟକ ଲୋକେ ଅଂଶଗ୍ରହଣ କରନ୍ତି – କାରଣ ଆମମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକେ ଜାଣନ୍ତି ଯେ ଆମମାନଙ୍କର ପାପ ଅଛି ଓ ଆମେମାନେ ଆମ ନିଜ ନିଜର ପାପ ଧୋଇ ନିଜ ନିଜକୁ ପବିତ୍ର  କରିବା ଆବଶ୍ୟକ | ତେଣୁ, ଅତି ଜଣାଶୁଣା ପ୍ରାଚୀନ ପ୍ରାର୍ଥନା ପ୍ରର୍ଥା ସ୍ନାନା (କିମ୍ବା ପ୍ରେତାସ୍ନା) ମନ୍ତ୍ରର ଆମମାନଙ୍କ ଭିତରେ ଥିବା ଏହି ପାପ ବା ଅନ୍ଧକାରକୁ ସ୍ୱୀକାର କରେ |

ମୁଁ ଜଣେ ପାପୀ ମୁଁ ପାପର ପରିଣାମ ଅଟେ | ମୁଁ ପାପରେ ଜନ୍ମ ହୋଇଛି। ମୋର ଆତ୍ମା ପାପରେ ଅଛି। ମୁଁ ପାପୀମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ଅଟେ। ହେ ପ୍ରଭୁ, ଯାହାର ସୁନ୍ଦର ଆଖି ଅଛି, ମୋତେ ଉଦ୍ଧାର କର, ହେ ବଳିଦାନର ପ୍ରଭୁ।

କିନ୍ତୁ ଅନ୍ଧକାର ବା ପାପର ଏହି ସମସ୍ତ ଚିନ୍ତାଧାରା ଆମମାନଙ୍କ ଭିତରେ ଉତ୍ସାହଜନକ ବିଷୟ ନୁହେଁ | ବାସ୍ତବରେ ଆମେମାନେ ବେଳେବେଳେ ଏହାକୁ ‘ଖରାପ ଖବର’ ବୋଲି ମୋନେ କରିଥାଉ | ଏହି କାରଣରୁ ଅନ୍ଧକାରକୁ ଦୂର କରିବା ପାଇଁ ଆଲୋକର ଚିନ୍ତା ଆମମାନଙ୍କୁ ଅଧିକ ଆଶା ଏବଂ ଉତ୍ସବ ଦେଇଥାଏ | ଓ ତେଣୁ, ମହମବତୀ, ମିଠା ଓ ବିସ୍ପୋରକ ପଦାର୍ଥ ସହ ଦିପାବଳୀ ଏହି ଆଶା ପ୍ରକାଶ କରେ  ଯେ ଆଲୋକ ଅନ୍ଧକାରକୁ ଦୂର କରିବ |

ପ୍ରଭୁ ଯୀଶୁ – ଜଗତରେ ଆଲୋକ

ପ୍ରଭୁ ଯୀଶୁ ଠିକ୍ ଏହିପରି କରିଅଛନ୍ତି। ବେଦ ପୁସ୍ତକ (କିମ୍ବା ବାଇବଲ) ରେ ଥିବା ସୁସମାଚାର ଯୀଶୁଙ୍କୁ ନିମ୍ନଲିଖିତ ଭାବରେ ବର୍ଣ୍ଣନା କରେ:

ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ। ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ। ସେ ଓ ଈଶ୍ୱର ଏକ ଥିଲେ। 2 ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ। 3 ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ। 4 ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି। 5 ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ।

John1:1-5

ତେବେ ଆପଣ ଦେଖୁଥିବା, ଏହି ‘ବାକ୍ୟ’ ହେଉଛି ଦିପାବଳୀ ପ୍ରକାଶ କରୁଥିବା ଆଶାର ପୂରଣ | ଓ ଏହି ଆଶା ଈଶ୍ଵରଙ୍କଠାରୁ ଏହି ‘ବାକ୍ୟ’ରେ ଆସେ, ଯାହା ପରେ ଯୋହନ ପ୍ରଭୁ ଯୀଶୁ ବୋଲି ପ୍ରକାଶ କରନ୍ତି | ଏହା ସୁସମାଚାର ସର୍ବଦା ପ୍ରକାଶ କରେ |

 ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ- ତାହା ହିଁ ପ୍ରକୃତ ଜ୍ୟୋତି। 10 ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ।  11 ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ।  12 କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।  13 ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।

 John1:9-13

ପ୍ରଭୁ ଯୀଶୁ କିପରି “ସମସ୍ତ ଲୋକଙ୍କୁ ଆଲୋକ ଦେବା” ପାଇଁ ଆସିଥିଲେ ଏହା ତାହା ବ୍ୟାଖ୍ୟା କରେ | କେତେକ ଭାବନ୍ତି ଯେ ଏହା କେବଳ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଅଟେ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏହି ସୁବିଧା ‘ଦୁନିଆ’ ର  ‘ପ୍ରତ୍ୟେକ ମନୁଷ୍ୟ’‘ ଈଶ୍ଵରଙ୍କ ସନ୍ତାନ’ ହେବା ପାଇଁ ଅଟେ | ଏହି ସୁବିଧା କେବଳ ଗୋଟିଏ, ଅନ୍ତତ ଯେଉଁମାନେ ଆଗ୍ରହୀ, ଦୀପାବଳି ଆଲୋକ ସେମାନଙ୍କ ଭିତରେ ଥିବା ଅନ୍ଧକାରକୁ ଦୂର କରେ |

ପ୍ରଭୁ ଯୀଶୁଙ୍କ ଜୀବନ ଶହ ଶହ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇଥିଲା

ପ୍ରଭୁ ଯୀଶୁଙ୍କ ବିଷୟରେ ଅସାଧାରଣ ବିଷୟ ଏହା ଯେ ତାଙ୍କର ମାନବ ଶରୀର ଧାରଣ କରିବା ବିଷୟରେ  ଭବିଷ୍ୟବାଣୀ କରାଯାଇଥିଲା ଏବଂ ମାନବ ଇତିହାସରୁ ବିଭିନ୍ନ ଉପାୟ ଏବଂ ଉଦାହରଣରେ ଭବିଷ୍ୟବାଣୀ କରାଯାଇଥିଲା ଓ ସେଗୁଡ଼ିକ ଏବ୍ରୀୟ ବେଦରେ ଲିପିବଦ୍ଧ ହୋଇଥିଲା | ତେଣୁ ସେ ଏହି ପୃଥିବୀକୁ ମାନବ ଶରୀର ଧାରଣ କରି ଆସିବା ପୂର୍ବରୁ ହିଁ ଲେଖାଯାଇଥିଲେ । ଓ ତାଙ୍କର ମାନବ ଶରୀର ଧାରଣ କରିବା ବିଷୟରେ କେତେକ ଭବିଷ୍ୟବାଣୀ ୠଗ୍ ବେଦର ବହୁ ପୁରାତନ ଭଜନରେ ମଧ୍ୟ ସ୍ମରଣ କରାଯାଇଥାଏ, ଯାହା ପୁରୁସଙ୍କର ଆଗମନକୁ ପ୍ରଶଂସା କରେ ଓ ମାନବଜାତିର କେତେକ ପ୍ରାରମ୍ଭିକ ଘଟଣାକୁ ଲିପିବଦ୍ଧ କରେ, ଯେପରିକି ମନୁଙ୍କ ବନ୍ୟା ପରି, ସେହି ବ୍ୟକ୍ତି ଯାହାଙ୍କୁ ବାଇବଲ ଅର୍ଥାତ – ବେଦ ପୁସ୍ତକ – ‘ନୋହ’ ବୋଲି ବ୍ୟକ୍ତ କରେ | ଏହି ପୁରାତନ ଘଟଣାଗୁଡ଼ିକ ଲୋକମାନଙ୍କର ପାପର ଅନ୍ଧକାରକୁ ଚିତ୍ରଣ କରିଥାଏ, ଓ ଆଗମନ ପୁରୁସ ତଥା ପ୍ରଭୁ ଯୀଶୁଙ୍କ ଆଶା ପ୍ରଦାନ କରେ |

ୠଗ୍ ବେଦର ଭବିଷ୍ୟବାଣୀରେ, ପୁରସ, ଈଶ୍ଵରଙ୍କ ଅବତାର ଓ ସିଦ୍ଧ ବ୍ୟକ୍ତିକୁ ବଳି ଦିଆଯାଉଥିଲା | ଏହି ବଳିଦାନ ଆମମାନଙ୍କ ପାପର କର୍ମ ପାଇଁ ଦେୟ ଦେବା ପାଇଁ ଓ ଆମମାନଙ୍କ ଅନ୍ତରଗୁଡ଼ିକୁ ପବିତ୍ର କରିବା ପାଇଁ ଯଥେଷ୍ଟ ଥିଲା | ପରିଷ୍କାର ହେବା ଓ ପୂଜାଗୁଡ଼ିକ ଭଲ, କିନ୍ତୁ ସେଗୁଡ଼ିକ ଆମମାନଙ୍କ ବାହ୍ୟ ପାର୍ଶ୍ଵରେ ସୀମିତ | ଆମମାନଙ୍କ ଅନ୍ତରଗୁଡ଼ିକୁ ପବିତ୍ର କରିବା ପାଇଁ ଆମମାନଙ୍କୁ ଏକ ଉତ୍ତମ ବଳିଦାନ ଆବଶ୍ୟକ |

ପ୍ରଭୁ ଯୀଶୁ ଏବ୍ରୀୟ ବେଦରେ ଭବିଷ୍ୟବାଣୀ କରାଯାଇଥୁଲେ

ୠଗ୍ ବେଦରେ ଏହି ଭଜନ ସହିତ, ଏବ୍ରୀୟ ବେଦଗୁଡ଼ିକ ଏହି ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ | ଏବ୍ରୀୟ ବେଦରେ ରୂଷୀ ଯିଶାଇୟ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ (ଯିଏ ପ୍ରାୟ ଖ୍ରୀଷ୍ଟପୂର୍ବ ପାଖାପାଖି 750 ବର୍ଷ ବଞ୍ଚିଥିଲେ, ଅନ୍ୟ ଶବ୍ଦରେ ପ୍ରଭୁ ଯୀଶୁ ଏହି ପୃଥିବୀକୁ ଆସିବା ପୂର୍ବରୁ 750 ବର୍ଷ ବଞ୍ଚିଥିଲେ) । ଏହି ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ତାଙ୍କର ଅନେକ ଜ୍ଞାନ ଥିଲା | ଯେତେବେଳେ ସେ ପ୍ରଭୁ ଯୀଶୁଙ୍କ ବିଷୟରେ ଘୋଷଣା କରନ୍ତି ସେତେବେଳେ ସେ ଦିପାବଳୀକୁ ଆଶା କରନ୍ତି:

 ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି।

Isaiah9:2

ଏହା ଏହିପରି କାହିଁକି ହେବ? ସେ ଜାରି ରଖନ୍ତି

 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।

Isaiah9:6

କିନ୍ତୁ ଯଦିଓ ସେ ମାନବ ଶରୀର ଧାରଣ କରିଥିଲେ, ଆମମାନଙ୍କର ଅନ୍ଧକାରମୟ ଆବଶ୍ୟକତାଗୁଡ଼ିରେ ଆମମାନଙ୍କୁ ସାହାଯ୍ୟ କରିବାକୁ ସେ ଆମମାନଙ୍କ ପାଇଁ ଜଣେ ସେବକ ହେଲେ |

ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ଵରଙ୍କ ଦ୍ଵାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। 5 ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।  6 ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।

Isaiah53:4-6

ଯିଶାଇୟ ପ୍ରଭୁ ଯୀଶୁଙ୍କ କ୍ରୁଶବିଦ୍ଧକୁ ବର୍ଣ୍ଣନା କରନ୍ତି | ଏହା ଘଟିବାର 750 ବର୍ଷ ପୂର୍ବରୁ ସେ ଏପରି କରନ୍ତି, ଓ ସେ କ୍ରୁଶବିଦ୍ଧକୁ ବଳିଦାନ ଭାବରେ ବର୍ଣ୍ଣନା କରନ୍ତି ଯାହା ଆମକୁ ସୁସ୍ଥ କରେ | ଓ ସେବକ କରୁଥିବା ଏହି କାର୍ଯ୍ୟ ଏପରି ହେବ ଯେ ଈଶ୍ଵର ତାଙ୍କୁ କହିବେ |

ଏଣୁ ସେ କହନ୍ତି, ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ଵରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ଵରୂପ ମଧ୍ୟ କରିବା।  7 ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ଵରୂପ ସଦାପ୍ରଭୁ ଏହି କଥା କହନ୍ତି, ବିଶ୍ଵାସନୀୟ ଓ ଇସ୍ରାଏଲର ଧର୍ମସ୍ଵରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।

 Isaiah49:6-7  

ତେଣୁ ଆପଣ ଧ୍ୟାନ ଦିଅନ୍ତୁ! ଏହା ମୋ ପାଇଁ ଓ ଏହା ତୁମ ପାଇଁ | ଏହା ସମସ୍ତଙ୍କ ପାଇଁ ଅଟେ |

ପାଉଲଙ୍କ ଉଦାହରଣ

ପ୍ରକୃତରେ, ଜଣେ ବ୍ୟକ୍ତି ଯିଏ ପ୍ରଭୁ ଯୀଶୁଙ୍କ ବଳିଦାନ ତାଙ୍କ ପାଇଁ ଥିଲା ବୋଲି ନିଶ୍ଚିତ ଭାବରେ ଭାବିନଥିଲେ, ସେ ହେଉଛନ୍ତି ପାଉଲ, ଯିଏ ଯୀଶୁଙ୍କ ନାମକୁ ବିରୋଧ କରିଥିଲେ | କିନ୍ତୁ ପ୍ରଭୁ ଯୀଶୁଙ୍କ ସହିତ ତାଙ୍କର ଏକ ସାକ୍ଷାତ ହୋଇଥିଲା ଯାହା ତାଙ୍କୁ ପରେ ଯୀଶୁଙ୍କ ବିଷୟରେ ଲେଖିବାକୁ ଉତ୍ସାହିତ କରିଥିଲା |

ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ଵର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ଵରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।

2 କରିନ୍ଥୀୟ4:6

ପ୍ରଭୁ ଯୀଶୁଙ୍କ ସହିତ ପାଉଲଙ୍କର ବ୍ୟକ୍ତିଗତ ସାକ୍ଷାତ ହୋଇଥିଲା ଯାହା ‘ତାଙ୍କ ହୃଦୟରେ ଆଲୋକ ସୃଷ୍ଟି କରିଥିଲା’ |

ଆପଣଙ୍କ ପାଇଁ ଯୀଶୁଙ୍କ ଏହି ଆଲୋକ ଅନୁଭବ କରିବା

ତେବେ ଏହି ‘ପରିତ୍ରାଣ’ ଅନ୍ଧକାର ଓ ପାପରୁ ଆଲୋକ ପାଇବା ପାଇଁ ଆମେ କ’ଣ କରିବା ଉଚିତ ଯାହା ଯିଶାଇୟ ଭବିଷ୍ୟବାଣୀ କରିଥିଲେ, ଯାହା ପ୍ରଭୁ ଯୀଶୁ ପାଇଛନ୍ତି ଓ ପାଉଲ ଅନୁଭବ କରିଛନ୍ତି? ପାଉଲ ଏହି ପ୍ରଶ୍ନର ଅନ୍ୟ ଏକ ଚିଠିରେ ଉତ୍ତର ଦିଅନ୍ତି ଯେଉଁଠାରେ ସେ ଲେଖନ୍ତି |

କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।

Romans 6:23

ଧ୍ୟାନ ଦିଅନ୍ତୁ ଯେ ସେ କିପରି ଏହା ଏକ ‘ଉପହାର’ ବୋଲି କହନ୍ତି | ପରିଭାଷା ଅନୁଯାୟୀ ଏକ ଉପହାର ଅର୍ଜନ କରାଯାଇପାରିବ ନାହିଁ | କେହି ଜଣେ ଆପଣଙ୍କୁ କେବଳ ଏକ ଉପହାର ଦିଅନ୍ତି ଯାହା ଆପଣ ରୋଜଗାର ବିନା କିମ୍ବା ଆପଣ ଏହା ପାଇବାକୁ କୌଣସି ଉପଯୁକ୍ତ କାର୍ଯ୍ୟ କରି ନାହାନ୍ତି | କିନ୍ତୁ ଉପହାର ଆପଣଙ୍କୁ କଦାପି ଲାଭ ଦେବ ନାହିଁ, ଯଦି ଆପଣ ଏହାକୁ ଗ୍ରହଣ ନକରନ୍ତି ତେବେ କଦାପି ଆପଣଙ୍କ ଅଧୀନରେ ରହିବ ନାହିଁ | ଏହା ଏଠାରେ ଅଧିକ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଛି, କିନ୍ତୁ ସେଥିପାଇଁ ଯୋହନ, ପୂର୍ବରୁ ଲେଖିଛନ୍ତି |

ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;

John1:12

ତେଣୁ ଆପଣ ତାଙ୍କୁ କେବଳ ଗ୍ରହଣ କରନ୍ତୁ | ବିନ୍ୟା ମୂଲ୍ୟରେ ଦିଆଯାଇଥିବା ଏହି ଉପହାର ପାଇଁ ତାଙ୍କୁ ଆପଣ ପଚାରି ଏହା କରିପାରିବେ | ଆପଣ ତାଙ୍କୁ ପଚାରିବାର କାରଣ, ସେ ଜୀବିତ ଅଟନ୍ତି | ହଁ, ସେ ଆମମାନଙ୍କର ପାପ ପାଇଁ ବଳିଦାନ ଦେଇଥିଲେ, କିନ୍ତୁ ତିନି ଦିନ ପରେ ପୁନର୍ବାର ଜୀବିତ ହେଲେ, ଯେପରି ଯିଶାଇୟ ରୁଷୀ ଶହ ଶହ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେତେବେଳେ ସେ ଦୁଃଖଭୋଗ କରୁଥିବା ସେବକ ବିଷୟରେ ଲେଖିଥିଲେ |

ସେ ଆପଣା ପ୍ରାଣ-ବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ଵାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ।

Isaiah53:11

ତେଣୁ ପ୍ରଭୁ ଯୀଶୁ ଜୀବିତ ଅଛନ୍ତି ଓ ଯେତେବେଳେ ଆପଣ ତାଙ୍କୁ ଡାକିବେ ସେତେବେଳେ ସେ ଆପଣଙ୍କ କଥା ଶୁଣିବେ | ଆପଣ ତାଙ୍କ ନିକଟରେ ପ୍ରର୍ଥାସ୍ନା (କିମ୍ବା ପ୍ରତାସନା) ମନ୍ତ୍ର ପ୍ରାର୍ଥନା କରିପାରିବେ ଓ ସେ ଶୁଣିବେ ଓ ବଞ୍ଚାଇବେ କାରଣ ସେ ଆପଣଙ୍କ ପାଇଁ ନିଜକୁ ବଳିଦାନ ଦେଇଛନ୍ତି ଓ ବର୍ତ୍ତମାନ ତାଙ୍କର ସମସ୍ତ ଅଧିକାର ଅଛି | ଏଠାରେ ପୁଣି ସେହି ପ୍ରାର୍ଥନା, ଆପଣ ତାଙ୍କ ନିକଟରେ କ୍ରନ୍ଦନ କରିପାରିବେ:

ମୁଁ ଜଣେ ପାପୀ ମୁଁ ପାପର ଫଳାଫଳ | ମୁଁ ପାପରେ ଜନ୍ମ ହୋଇଛି। ମୋର ଆତ୍ମା ପାପରେ ଅଛି। ମୁଁ ପାପୀମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ଅଟେ। ହେ ପ୍ରଭୁ, ଯାହାର ସୁନ୍ଦର ଆଖି ଅଛି, ମୋତେ ଉଦ୍ଧାର କର, ହେ ବଳିଦାନର ପ୍ରଭୁ।

ଦୟାକରି ଏଠାରେ ଅନ୍ୟାନ୍ୟ ପ୍ରବନ୍ଧ ବ୍ରାଉଜ୍ କରନ୍ତୁ | ସେଗୁଡ଼ିକ ମାନବ ଇତିହାସର ପ୍ରାରମ୍ଭରୁ ଆରମ୍ଭ କରନ୍ତି ଓ ସଂସ୍କୃତ ଓ ଏବ୍ରୀୟ ବେଦରୁ ଆମକୁ ଅନ୍ଧକାରରୁ ରକ୍ଷା କରି, ଆଲୋକକୁ ଆଣିବା ପାଇଁ ଈଶ୍ଵରଙ୍କ ଏହି ଯୋଜନା ଦେଖାନ୍ତି, ଯାହା ଆମକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା |

ଏହି ଦୀପାବଳୀରେ, ଯେପରି ଆପଣ ଦୀପ ଜାଳନ୍ତି ଓ ପରସ୍ପର ମଧ୍ୟରେ ଉପହାର ଅଦଳ ବଦଳ କରନ୍ତି, ଆପଣ ପ୍ରଭୁ ଯୀଶୁଙ୍କଠାରୁ  ଆଲୋକର ଏହି ଉପହାରକୁ ଅନୁଭବ କରିପାରନ୍ତି ଯେପରି ପାଉଲ ଅନୁଭବ କରିଥିଲେ ଓ ବହୁ ବର୍ଷ ପୂର୍ବେ ପରିବର୍ତ୍ତିତ ହୋଇଥିଲେ ଓ  ଯାହା ଆପଣଙ୍କୁ ମଧ୍ୟ ପ୍ରଦାନ କରାଯାଅଛି | ଶୁଭ ଦିପାବଳୀ |

Leave a Reply

Your email address will not be published. Required fields are marked *