ସ୍ୱର୍ଗ ଲୋକ: ଅନେକ ନିମନ୍ତ୍ରିତ କିନ୍ତୁ…

  • by

ସ୍ୱର୍ଗର ନାଗରିକମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ୍ ତାହା ଯୀଶୁ, ଯୀଶୁ ସତସଙ୍ଗ ଦେଖାଇଲେ । ସେ ‘ସ୍ୱର୍ଗରାଜ୍ୟ’ କୁ ପୂର୍ବାନୁଭବ କରି ଲୋକମାନଙ୍କୁ ରୋଗ ଏବଂ ମନ୍ଦ ଆତ୍ମାମାନଙ୍କଠାରୁ ମଧ୍ୟ ସୁସ୍ଥ କରୁଥିଲେ। ସେ ତାଙ୍କ ରାଜ୍ୟର ସ୍ୱଭାବ ଦେଖାଇବା ପାଇଁ ନିଜ ବାକ୍ୟରେ ପ୍ରାକୃତୀଙ୍କୁ ଆଜ୍ଞା ଦେଉଥିଲେ।

ଏହି ରାଜ୍ୟକୁ ଚିହ୍ନିବା ପାଇଁ ଆମେ ବିଭିନ୍ନ ଶବ୍ଦ ବ୍ୟବହାର କରୁ ଯେପରି ସ୍ୱର୍ଗ କିମ୍ବା ସ୍ୱର୍ଗ ଲୋକ । ଅନ୍ୟ ଶବ୍ଦଗୁଡ଼ିକବ ବୈକୁଣ୍ଠ, ଦେବଲୋକ, ବ୍ରହ୍ମଲୋକ, ସତ୍ୟଲୋକ, କୈଳାସା, ବ୍ରହ୍ମପୁର, ସତ୍ୟ ବଗିଚା, ବୈକୁଣ୍ଠ ଲୋକ, ବିଷ୍ଣୁଲୋକ, ପାରମ ପଦ୍ମ, ନିତ୍ୟ ବିଭୁତି, ଥିରୁପ୍ପରମ୍ପଦାମ କିମ୍ବା ବୈକୁଣ୍ଠ ସାଗର । ବିଭିନ୍ନ ଦେବତାମାନଙ୍କ ସହ ସଂଯୋଗକୁ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ପରମ୍ପରା ବିଭିନ୍ନ ଶବ୍ଦ ବ୍ୟବହାର କରେ, କିନ୍ତୁ ଏହି ପାର୍ଥକ୍ୟଗୁଡ଼ିକ ପ୍ରଧାନ ନୁହେଁ । କିନ୍ତୁ ମୂଳ ବିଷୟ ଏହି ଯେ ସ୍ୱର୍ଗ ଏକ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ, ଏଠାରେ ଜୀବନ ଦୁଃଖ ଏବଂ ଅଜ୍ଞତାରୁ ମୁକ୍ତ ଏବଂ ସେଠାରେ ଈଶ୍ଵରଙ୍କ ଉପସ୍ଥିତିକୁ ହୃଦୟଙ୍ଗମ କରି ହୁଏ । ବାଇବେଲ ସ୍ୱର୍ଗର ମୌଳିକ ନୀତିଗୁଡ଼ିକୁ ନିମ୍ନଲିଖିତ ଭାବରେ ସଂକ୍ଷିପ୍ତ କରେ:

ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି।

ପ୍ରକାଶିତ ବାକ୍ୟ 21:4

ଯୀଶୁ ନିଜେ ମଧ୍ୟ ସ୍ୱର୍ଗ ପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିଥିଲେ । ସେ ପ୍ରାୟତ ଲୋକ ଅପେକ୍ଷା ‘ରାଜ୍ୟ’ ସହ ସ୍ୱର୍ଗର ପରିଚୟ ଦେଇଥିଲେ, (‘ଲୋକ’ ଅପେକ୍ଷା ‘ରାଜ’ର ନିକଟତର) । ସେ ସ୍ୱର୍ଗରାଜ୍ୟର ସମକକ୍ଷ ଭାବରେ ‘ସ୍ୱର୍ଗ’ ଏବଂ ‘ଈଶ୍ଵରଙ୍କ ରାଜ୍ୟ’ ମଧ୍ୟ ବ୍ୟବହାର କରିଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ସ୍ୱର୍ଗରାଜ୍ୟ ବିଷୟରେ ଆମକୁ ବୁଝାଇବା ପାଇଁ ସାଧାରଣ, ଦୈନନ୍ଦିନ କାହାଣୀଗୁଡ଼ିକ ମଧ୍ୟ ବ୍ୟବହାର କରିଥିଲେ । ସ୍ୱର୍ଗକୁ ବୁଝାଇବା ପାଇଁ ସେ ବ୍ୟବହାର କରୁଥିବା ଏକ ଅନନ୍ୟ ଦୃଷ୍ଟାନ୍ତ ହେଉଛି ଏକ ବଡ଼ ଭୋଜି ବା ପାର୍ଟି । ତାଙ୍କ କାହାଣୀରେ, ସେ ପ୍ରସିଦ୍ଧ ବାକ୍ୟାଂଶ ‘ଅତିଥି ଈଶ୍ଵର ଅଟନ୍ତି’ (ଅତିଥି ଦେବୋ ଭୋଭ) କୁ ‘ଆମେ ଈଶ୍ଵରଙ୍କ ଅତିଥି’ ରେ ସଂଶୋଧନ କରିଥିଲେ ।

ସ୍ର୍ଗର ମହାନ ଭୋଜିର କାହାଣୀ

ସ୍ୱର୍ଗରେ ପ୍ରବେଶ ନିମନ୍ତ୍ରଣ ସମସ୍ତଙ୍କ ପାଇଁ ବୋଲି ଦର୍ଶାଇବାକୁ ଯୀଶୁ ଏକ ମହାନ ଭୋଜି (ବଡ଼ ଧରଣର ଭୋଜି) ବିଷୟରେ ଶିକ୍ଷା ଦେଲେ । କିନ୍ତୁ କାହାଣୀ ଆମେ ଆଶା କରୁଥିବା ବିଷୟ ପରି ନୁହେଁ । ସୁସମାଚାର ବର୍ଣ୍ଣନା କରେ:

ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ଵରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ। କିନ୍ତୁ ସେ ତାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ; ଆଉ, ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି। କିନ୍ତୁ ସମସ୍ତେ ଏକମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲା, ମୁଁ ଖଣ୍ତେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର। ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର। ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ। ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା କ୍ରୋଧାନ୍ଵିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ତ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ଘେନିଆସ। ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞାନୁସାରେ କରାଯାଇଛି, ତଥାପି ଆହୁରି ସ୍ଥାନ ଅଛି। ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ତ ଓ ଗଛମୂଳକୁ ଯାଇ, ମୋର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ। ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋର ଭୋଜର ଆସ୍ଵାଦ ପାଇବ ନାହିଁ।

ଲୂକ14:15-24

ଏହି କାହାଣୀ ଆମେ ଆଶା କରିଥିବା ବିଷୟଠାରୁ ବିପରୀତ ଅଟେ । ପ୍ରଥମେ, ଆମେ ଅନୁମାନ କରୁ ଯେ ଈଶ୍ଵର ସମସ୍ତ ଲୋକମାନଙ୍କୁ ସ୍ୱର୍ଗକୁ (ଭୋଜି) ନିମନ୍ତ୍ରଣ କରନ୍ତି ନାହିଁ କାରଣ ସେ କେବଳ ଯୋଗ୍ୟ ଲୋକମାନଙ୍କୁ ନିମନ୍ତ୍ରଣ କରନ୍ତି, କିନ୍ତୁ ତାହା ଭୁଲ ଅଟେ । ଭୋଜିରେ ଅନେକ, ଅନେକ ଲୋକମାନେ ନିମନ୍ତ୍ରିତ ଥିଲେ । ସ୍ଵାମୀ (ଈଶ୍ଵର) ଚାହାଁନ୍ତି ଯେ ଭୋଜିରେ ଅନେକ ଅନେକ ଲୋକେ ଆସନ୍ତୁ ।

କିନ୍ତୁ ସେଠାରେ ଏକ ଅପ୍ରତ୍ୟାଶିତ ମୋଡ଼ ଆସେ । ପ୍ରକୃତରେ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ବହୁତ କମ୍ ଲୋକେ ଭୋଜିକୁ ଆସିବାକୁ ଚାହାଁନ୍ତି ତେଣୁ  ସେମାନେ ନ ଆସିବାକୁ ବାହାନା କରନ୍ତି! ଏବଂ ସେହି ବାହାନାଗୁଡ଼ିକୁକେତେ ଅନୁଚିତ । ଗୃହପାଳିତ ପଶୁଗୁଡ଼ିକୁ କିଣିବା ପୂର୍ବରୁ ପ୍ରଥମେ ପରୀକ୍ଷା ନକରି କିଏ କିଣିବ? କିମ୍ବା ପ୍ରଥମେ କ୍ଷେତ୍ରକୁ ନ ଦେଖି କିଏ ଏହା କିଣିବ? ନା, ଏହି ବାହାନା ଆମନ୍ତ୍ରିତ ଅତିଥିମାନଙ୍କ ହୃଦୟର ପ୍ରକୃତ ଉଦ୍ଦେଶ୍ୟକୁ ପ୍ରକାଶ କଲା – ସେମାନେ ସ୍ୱର୍ଗ ପ୍ରତି ଆଗ୍ରହୀ ନଥିଲେ, କିନ୍ତୁ ଅନ୍ୟ ବିଷୟରେ ଆଗ୍ରହ ରଖିଥିଲେ ।

ଏହା ଦେଖି ଆମେ ଭାବୁ ଯେ ବୋଧହୁଏ ଭୋଜିରେ ଏତେ କମ୍ ଲୋକ ଆସିବା ଦେଖି ଭୋଜିର ସ୍ଵାମୀ ନିରାଶ ହେବେ । ଯେଉଁମାନେ ରାସ୍ତା ପାର୍ଶ୍ଵରେ, ଗ୍ରାମାଞ୍ଚଳରେ ବାସ କରନ୍ତି  କିମ୍ବା ଗରିବ, ପଙ୍ଗୁ, ଅନ୍ଧ ଏବଂ ଛୋଟା ଲୋକମାନଙ୍କୁ ଆମେ ଉତ୍ସବଗୁଡ଼ିକରେ ନିମନ୍ତ୍ରଣ କରି ନଥାଉ । ଆମେ ପ୍ରାୟତଃ ଏଥିରୁ ଦୂରେଇ ରହିଥାଉ – କିନ୍ତୁ ଏଠାରେ ସେମାନେ ଏକ ଭୋଜି ପାଇଁ ନିମନ୍ତ୍ରଣ ପାଆନ୍ତି  । ଆମର କଳ୍ପନା ବାହାରେ ଏହି ଭୋଜି ପାଇଁ ଆହୁରି ଅନେକ ଲୋକ ନିମନ୍ତ୍ରିତ ହୁଅନ୍ତି । ଭୋଜିର ସ୍ଵାମୀ ତାଙ୍କ ଭୋଜିରେ ଯେଉଁ  ଲୋକମାନଙ୍କୁ ଚାହାଁନ୍ତି, ସେହିମାନଙ୍କୁ ଆମନ୍ତ୍ରଣ କରନ୍ତି ଯେଉଁମାନଙ୍କୁ ଆମେ ସାଧାରଣତଃ ନିଜ ଘରକୁ ନିମନ୍ତ୍ରଣ କରିବାକୁ ପସନ୍ଦ କରି ନଥାଉ ।

ଏବଂ ଏହି ଲୋକମାନେ ଆସନ୍ତି! ସେମାନଙ୍କର ପ୍ରେମକୁ ବିଭ୍ରାନ୍ତ କରିବା ପାଇଁ କ୍ଷେତ୍ର କିମ୍ବା ଗୃହପାଳିତ ପଶୁଗୁଡ଼ିକ ପରି ସେମାନଙ୍କର ଅନ୍ୟ  କୌଣସି ପରୀକ୍ଷା ନାହିଁ, ତେଣୁ ସେମାନେ ଭୋଜିରେ ଆସନ୍ତି । ସ୍ୱର୍ଗ ପୂର୍ଣ୍ଣ ହୁଏ ଏବଂ ଭୋଜିର ସ୍ଵାମୀଙ୍କ ଇଚ୍ଛା ପୂରଣ ହୁଏ!

ଆମକୁ ଏକ ପ୍ରଶ୍ନ ପଚାରିବା ପାଇଁ ଯୀଶୁ ଏହି କାହାଣୀକୁ କହିଥିଲେ: ଯଦି ମୁଁ ସ୍ୱର୍ଗର ଏକ ନିମନ୍ତ୍ରଣ ପାଏ ତେବେ ମୁଁ ଏହାକୁ ଗ୍ରହଣ କରିବି କି? କିମ୍ବା ମୁଁ ଏହାକୁ ଆଗ୍ରହ୍ୟ କରି ଏକ ବାହାନା ସୃଷ୍ଟି କରି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବ? ପ୍ରକୃତ ଆପଣ ଏବଂ ମୁଁ ସ୍ୱର୍ଗର ଏହି ଭୋଜିରେ ନିମନ୍ତ୍ରିତ ହୋଇଅଛେ, କିନ୍ତୁ ବାସ୍ତବିକତା ଏହା ଯେ  ଆମ ମଧ୍ୟରୁ ଅଧିକାଂଶ ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବେ । ଆମେ କୌଣସି ବିଷୟକୁ ସିଧାସଳଖ ‘ନା’ କହି ନଥାଉ ତେଣୁ ଆମେ ଆମର ପ୍ରତ୍ୟାଖ୍ୟାନକୁ ଲୁଚାଇବା ପାଇଁ ବାହାନା କରିଥାଉ କାରଣ ଆମର ପ୍ରତ୍ୟାଖ୍ୟାନର ମୂଳ କାରଣ ଆମର ଈଶ୍ଵରଙ୍କ ବିଷୟ ପରିବର୍ତ୍ତେ ଅନ୍ୟା ବିଷୟରେ ଆସକ୍ତି ଅଟେ । ଏହି କାହାଣୀରେ, ପ୍ରତ୍ୟାଖ୍ୟାନର ମୂଳ କାରଣ ଅନ୍ୟ ବିଷୟଗୁଡ଼ିକୁ ପ୍ରେମ କରିବା ଥିଲା । ଯେଉଁମାନେ ପ୍ରଥମେ ଆମନ୍ତ୍ରିତ ହୋଇଥିଲେ ସେମାନେ ଏହି ଜଗତର ଅସ୍ଥାୟୀ ବିଷୟଗୁଡ଼ିକୁ (‘କ୍ଷେତ୍ର’, ‘ଗୃହପାଳିତ ପଶୁ’ ‘ଏବଂ’ ବିବାହ’) ସ୍ୱର୍ଗ ଏବଂ ଈଶ୍ଵରଙ୍କ ଅପେକ୍ଷା ଅଧିକ ଭଲ ପାଉଥିଲେ ।

ଅନ୍ୟାୟ ଆଚାର୍ଯ୍ୟଙ୍କ କାହାଣୀ

ଆମମାନଙ୍କ ମଧ୍ୟରୁ କେତେକ ସ୍ୱର୍ଗ ଅପେକ୍ଷା ଏହି ଜଗତକୁ ଅଧିକ ଭଲ ପାଉ ଏବଂ ତେଣୁ ଆମେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରୁ  ଏବଂ ଅନ୍ୟମାନେ ନିଜର ଉତ୍ତମ ଗୁଣ ଉପରେ ନିର୍ଭର କରନ୍ତି କିମ୍ବା ଭଲ ପାଆନ୍ତି । ଜଣେ ସମ୍ମାନିତ ନେତାଙ୍କୁ ଉଦାହରଣ ଭାବରେ ବ୍ୟବହାର କରି ଯୀଶୁ ଅନ୍ୟ ଏକ କାହାଣୀରେ ଏ ବିଷୟରେ ଶିକ୍ଷା ଦେଲେ:

ଆପଣା ଆପଣାକୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛଜ୍ଞାନ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ, ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ। ଫାରୂଶୀ ଦଣ୍ତାୟମାନ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା, ହେ ଈଶ୍ଵର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ଵା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ; ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆୟର ଦଶମାଂଶ ଦାନ କରିଥାଏ। କିନ୍ତୁକରଗ୍ରାହୀ ଦୂରରେ ଠିଆ ହୋଇ ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରିବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ଆପଣା ଛାତିରେ ମାରିହୋଇ କହିବାକୁ ଲାଗିଲା, ହେ ଈଶ୍ଵର, ମୁଁ ପାପୀ, ମୋତେ ଦୟା କର। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ ଏହି ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା; କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।

ଲୂକ 18: 9-14

ଏଠାରେ ଜଣେ ଫାରୂଶୀ (ଆଚାର୍ଯ୍ୟଙ୍କ ପରି ଜଣେ ଧାର୍ମିକ ନେତା) ତାଙ୍କର ଧାର୍ମିକ ପ୍ରୟାସ ଏବଂ ସାମର୍ଥ୍ୟରେ ସିଦ୍ଧ ପ୍ରତୀତ ହୁଅନ୍ତି । ତାଙ୍କର ଉପବାସ ଏବଂ ପୂଜା ଉପଯୁକ୍ତ ଏବଂ ଆବଶ୍ୟକତାଠାରୁ ଅଧିକ ଥିଲା । କିନ୍ତୁ ଏହି ଆଚାର୍ଯ୍ୟ ତାଙ୍କ ଦକ୍ଷତା ଉପରେ ନିର୍ଭର କରୁଥିଲେ। ଶ୍ରୀ ଅବ୍ରହାମ ପୂର୍ବରୁ ଦେଖେଇ ନଥିଲେ ଯେତେବେଳେ ସେ କେବଳ ଈଶ୍ଵରଙ୍କ ପ୍ରତିଜ୍ଞା ଉପରେ ନମ୍ର ବିଶ୍ୱାସ ଦ୍ୱାରା ଧାର୍ମିକତା ହାସଲ କରିଥିଲେ । ପ୍ରକୃତରେ କର ସଂଗ୍ରହକାରୀ (ସେହି ସଂସ୍କୃତିର ଏକ ନୀତିହୀନ ବୃତ୍ତି) ଭଦ୍ର ଭାବରେ ଦୟା ମାଗିଥିଲେ ଏବଂ ଦୟା ପ୍ରଦାନ କରାଯାଇଥିବାର ବିଶ୍ୱାସ କରି ସେ – ଈଶ୍ଵରଙ୍କ ନିକଟରେ ‘ଉପଯୁକ୍ତ ବିବେଚିତ ହୋଇ’ ଘରକୁ ଗଲେ-କିନ୍ତୁ ଫାରୂଶୀ (ଶିକ୍ଷକ), ଯାହାକୁ ଆମେ ବିଶ୍ଵାସ କରୁ ଯେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି କିନ୍ତୁ ତଥାପି  ତାଙ୍କର ପାପଗୁଡ଼ିକ ତାଙ୍କ ବିରୁଦ୍ଧରେ ଗଣାଯାଉଛି।

ତେଣୁ ଯୀଶୁ ଆପଣଙ୍କୁ ଏବଂ ମୋତେ ପଚାରନ୍ତି ଯେ ଆମେ ପ୍ରକୃତରେ ସ୍ୱର୍ଗରାଜ୍ୟ ଚାହୁଁ ନା ନାହିଁ, କିମ୍ବା ଏହା ଆମର ଅନ୍ୟାନ୍ୟ ଆଗ୍ରହ ମଧ୍ୟରେ ଏକ ଆଗ୍ରହ କେବଳ ଅଟେ । ସେ ଆମକୁ ଏହା ମଧ୍ୟ ପଚାରନ୍ତି ଯେ ଆମେ କାହା ଉପରେ ଭରସା କରୁ – ଆମର ଯୋଗ୍ୟତା ଉପରେ କିମ୍ବା ଈଶ୍ଵରଙ୍କ ଦୟା ଏବଂ ପ୍ରେମ ଉପରେ ଭରସା କରୁ  ।

ନିଜକୁ ଏହି ପ୍ରଶ୍ନଗୁଡ଼ିକ ସଚ୍ଚୋଟ ଭାବରେ ପଚାରିବା ଜରୁରୀ କାରଣ ଅନ୍ୟଥା, ଆମେ ସେଗୁଡ଼ିକର ପରବର୍ତ୍ତୀ ଶିକ୍ଷା- ଆମ ହୃଦୟର ସ୍ୱଚ୍ଛତା ଆବଶ୍ୟକକୁ ବୁଝିପାରିବା ନାହିଁ ।

Leave a Reply

Your email address will not be published. Required fields are marked *