Skip to content
Home » ଆଗାମୀ ସମ୍ଭ୍ରାନ୍ତ ରାଜା: ଶହ ଶହ ବର୍ଷ ପୂର୍ବରୁ ନାମିତ

ଆଗାମୀ ସମ୍ଭ୍ରାନ୍ତ ରାଜା: ଶହ ଶହ ବର୍ଷ ପୂର୍ବରୁ ନାମିତ

  • by

ବିଷ୍ଣୁ ପୁରାଣ ରାଜା ଭେନାଙ୍କ ବିଷୟରେ ଉଲ୍ଲେଖ କରେ । ଯଦିଓ ଭେନା ଜଣେ ଉତ୍ତମ ରାଜା ଭାବରେ ରାଜତ୍ଵ ଆରମ୍ଭ କରିଥିଲେ, ଭ୍ରଷ୍ଟଗ୍ରସ୍ତ ହେବାରୁ ସେ ଏତେ ମନ୍ଦତାରେ ଲିପ୍ତହେଲେ ଯେ ସେ ବଳିଦାନ ଏବଂ ପ୍ରାର୍ଥନାକୁ ନିଷିଦ୍ଧ କଲେ । ଏପରିକି ସେ ବିଷ୍ଣୁଙ୍କଠାରୁ ଶ୍ରେଷ୍ଠ ବୋଲି ନିଜକୁ ଦାବି କଲେ । ମୁନିୠଷି, ସାଧୁସନ୍ଥ ଏବଂ ବ୍ରାହ୍ମଣ / ପୁରୋହିତମାନେ ତାଙ୍କ ସହ ଯୁକ୍ତି କରିବାକୁ ଚେଷ୍ଟା କରି କହିଥିଲେ ଯେ ରାଜା ଭାବରେ ସେ ପ୍ରଜାମାନଙ୍କର ମଙ୍ଗଳ ପାଇଁ ସେମାନଙ୍କୁ ଶିକ୍ଷା ଦେଇ ସେମାନଙ୍କ ପାଇଁ ଉପଯୁକ୍ତ ଧାର୍ମିକ ଉଦାହରଣ ସୃଷ୍ଟି କରିବା ଉଚିତ୍ । କିନ୍ତୁ ରାଜା ଭେନା ସେସବୁକୁ ଅଗ୍ରାହ୍ୟ କଲେ । ତେଣୁ ଯେବେ ପୁରୋହିତମାନେ ତାଙ୍କୁ ଅନୁତାପ କରିବାକୁ ହୃଦ୍‌ବୋଧ କରାଇବାରେ ବିଫଳ ହୋଇ ନିରାଶ ହେଲେ ସେତେବେଳେ ସେମାନେ ଧର୍ମର ପୁନରୁଦ୍ଧାର ପାଇଁ ଏବଂ ସେହି ମନ୍ଦ ରାଜ୍ୟରୁ ନିଜକୁ ମୁକ୍ତ କରିବା ପାଇଁ ତାଙ୍କୁ ହତ୍ୟା କଲେ।

ଯାହା ଫଳରେ ସେହି ରାଜ୍ୟ ରାଜାବିହୀନ ହୋଇ ରହିଲା। ତେଣୁ ପୁରୋହିତମାନେ ରାଜାଙ୍କ ଡାହାଣ ହାତକୁ ଘଷିଲେ ଏବଂ ପ୍ରୀତୁ / ପ୍ରୁଥୁ ନାମକ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଉତ୍ପନ୍ନ ହେଲେ । ପ୍ରିଥୁଙ୍କୁ ଭେନାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରାଯାଇଥିଲା। ସମସ୍ତଲୋକ ଆନନ୍ଦିତ ଥିଲେ କାରଣ ଏହିପରି ଜଣେନୌତିକ ବ୍ୟକ୍ତି ରାଜା ହେବା ଯାଉଥିଲେ ଏବଂ ବ୍ରହ୍ମା ମଧ୍ୟ ପ୍ରୀତୁଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ପ୍ରୀତୁଙ୍କ ଶାସନ କାଳରେ ସେହି ରାଜ୍ୟ ଏକ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିଥିଲା ।

ଏହା ଏବ୍ରୀୟ ୠଷି ଯିଶାଇୟ ଏବଂ ଯିରିମିୟ ସମ୍ମୁଖୀନ ହୋଇଥିବା ସମାନ ସଂକଟକୁ ବର୍ଣ୍ଣନା କରେ । ସେମାନେ ଇସ୍ରାଏଲର ରାଜାମାନଙ୍କୁ ଦେଖିଥିଲେ, ପ୍ରାରମ୍ଭରେ ସମ୍ଭ୍ରାନ୍ତ ଏବଂ ଦଶ ଆଜ୍ଞାଗୁଡ଼ିକୁ ଧର୍ମିକତା ସହ ଅନୁସରଣ କରି ଭ୍ରଷ୍ଟଗ୍ରସ୍ତ ହୋଇଥିଲେ। ସେମାନେ ଭବିଷ୍ୟବାଣୀ କଲେ ଯେ, ବୃକ୍ଷ କାଟାଯିବା ପରି ରାଜବଂଶ ପତିତ ହେବ । କିନ୍ତୁ ସେମାନେ ଭବିଷ୍ୟତର ସମ୍ଭ୍ରାନ୍ତ ରାଜାଙ୍କ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ, ଯେଉଁ ଶାଖା ଏକ ପତିତ ବୃକ୍ଷ ମୂଳରୁ ଉତ୍ପନ୍ନ ହେବ ।

ଭେନାଙ୍କର କାହାଣୀ ପୁରୋହିତ ଏବଂ ରାଜାମାନଙ୍କ ମଧ୍ୟରେ ଭୂମିକାର ସ୍ପଷ୍ଟ ପୃଥକତାକୁ ମଧ୍ୟ ବର୍ଣ୍ଣନା କରେ । ଯେତେବେଳେ ରାଜା ଭେନାଙ୍କୁ ପୁରୋହିତମାନଙ୍କ ରାଜପଦରୁ ଅପସାରିତ କରିଥିଲେ ସେମାନେ ଶାସନ ଗ୍ରହଣ କରିପାରିନଥିଲେ କାରଣ ଏହା ସେମାନଙ୍କର ଅଧିକାର ନଥିଲା। ଯିଶାଇୟ ଏବଂ ଯିରିମିୟଙ୍କ ସମୟରେ ରାଜା ଏବଂ ପୁରୋହିତମାନଙ୍କ ମଧ୍ୟରେ ମଧ୍ୟ ଏହି ସମାନ ପୃଥକତା ବଳବତ୍ତର ଥିଲା । ଏହି କାହାଣୀଗୁଡ଼ିକର ପାର୍ଥକ୍ୟ ଏହାଯେ ପ୍ରୀଥୁଙ୍କ ଜନ୍ମ ପରେ ତାଙ୍କ ନାମକରଣ କରାଯାଇଥିଲା, କିନ୍ତୁ ଆମେ ଦେଖି ଯେ ଏବ୍ରୀୟ ୠଷିମାନେ ଆଗାମୀ ସମ୍ଭ୍ରାନ୍ତ ରାଜାଙ୍କ ଜନ୍ମର ଶହ ଶହ ବର୍ଷ ପୂର୍ବରୁ ତାଙ୍କୁ ନାମକରଣ କରିଥିଲେ ।

ଯିଶାଇୟ ପ୍ରଥମେ ଆସୁଥିବା ଶାଖା ବିଷୟରେ ଲେଖିଥିଲେ । ଦାଉଦଙ୍କ ପତନ ହୋଇଥିବା ରାଜବଂଶର ଜଣେ ‘ସେ’, ଜ୍ଞାନ ଏବଂ ଅଧିକାର ଧାରଣ କରି ଆସୁଥିଲେ । ଯିରିମିୟ କହିଥିଲେ ଯେ ଏହି ଶାଖା ସଦାପ୍ରଭୁ – ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ଏବ୍ରୀୟ ନାମ, ବୋଲି ଖ୍ୟାତ ହେବେ  ଏବଂ ଆମର ଧାର୍ମିକତା ହେବେ ।

ଯିଖରୀୟ ଶାଖା ବିଷୟରେ ଉଲ୍ଲେଖ କରିବା ଜାରୀ ରଖନ୍ତି  

ଯିଖରୀୟ ମନ୍ଦିରର ପୁନଃନିର୍ମାଣ ପାଇଁ ବାବିଲରେ ନିର୍ବାସିତ ହେବା ପରେ ଫେରି ଆସିଲେ

ୠଷି ଯିଖରୀୟ 520 ଖ୍ରୀଷ୍ଟପୂର୍ବରେ ଜୀବିତ ଥିଲେ, ଯେତେବେଳେ ଯିହୁଦୀମାନେ ପ୍ରଥମ ନିର୍ବାସନରୁ ଯିରୂଶାଲମକୁ ଫେରିବା ଆରମ୍ଭ କଲେ । ସେମାନେ ଫେରିବା ପରେ ସେମାନେ ସେମାନଙ୍କର ବିନାଶ ହୋଇଥିବା ମନ୍ଦିରର ପୁନଃନିର୍ମାଣ ଆରମ୍ଭ କଲେ। ସେହି ସମୟରେ ଯିହୋଶୂୟ ନାମକ ମହାଯାଜକ ଥିଲେ ଏବଂ ସେ ମନ୍ଦିର ଯାଜକମାନଙ୍କ କାର୍ଯ୍ୟ ଆରମ୍ଭ କରୁଥିଲେ। ରିଷି- ଯିଖରୀୟ ଭବିଷ୍ୟ‌ଦ୍‌ବକ୍ତା, ମହାଯାଜକ ଯିହୋଶୂୟଙ୍କ ସହ ମିଶି ଫେରି ଆସିଥିବା ଯିହୁଦୀ ଲୋକଙ୍କୁ ଆଗେଇ ନେଇଥିଲେ। ଈଶ୍ଵର- ଯିଖରୀୟଙ୍କ ମାଧ୍ୟମରେ – ଏହି ଯିହୋଶୂୟଙ୍କ ବିଷୟରେ ଏହିପରି କହିଥିଲେ:

 ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ; କାରଣ ସେମାନେ ଚିହ୍ନ ସ୍ଵରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା। କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ; ଏକ ପ୍ରସ୍ତରର ଉପରେ ସାତ ଚକ୍ଷୁ ଅଛି; ଦେଖ, ତହିଁର ମୁଦ୍ରା ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା।

ଯିଖରୀୟ 3:8-9

ଶାଖା! ଯିଶାଇୟଙ୍କ ଦ୍ଵାରା 200 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯିରିମିୟଙ୍କ ଦ୍ଵାରା 60 ବର୍ଷ ପୂର୍ବେ ଜାରି ରଖାଯାଇଥିଲା, ଯିଖରୀୟ  ‘ଶାଖା’ ସହିତ ଜାରି ରଖନ୍ତି  ଯଦିଓ ବର୍ତ୍ତମାନ ରାଜବଂଶ ଶାସନରେ ନାହିଁ । ବରଗଛ ପରି, ଏହି ଶାଖା ଏକ ମୃତବୃକ୍ଷରୁ ମୂଳ ବିସ୍ତାର କରିବାକୁ ଲାଗିଲା । ଶାଖାକୁ ବର୍ତ୍ତମାନ ‘ମୋର ସେବକ’ – ଈଶ୍ଵରଙ୍କ ସେବକ କୁହାଯାଏ । 520 ଖ୍ରୀଷ୍ଟପୂର୍ବେ ଯିରୂଶାଲମରେ ଯିଖରୀୟଙ୍କ ସହଯୋଗୀ ମହାଯାଜକ ଯିହୋଶୂୟ ଏହି ଆସୁଥିବା ଶାଖାର ପ୍ରତୀକ ଥିଲେ ।

କିନ୍ତୁ କିପରି?

ସଦାପ୍ରଭୁ କିପରି ଗୋଟିଏ ଦିନରେ ପାପ ଦୂର କରିବେ?

ଶାଖା: ସଂଯୁକ୍ତ ଯାଜକ ଏବଂ ରାଜା

ଏହା ବୁଝିବା ପାଇଁ ଆମକୁ ଜାଣିବା ଆବଶ୍ୟକ ଯେ ଏବ୍ରୀୟ ବେଦରେ ଯାଜକ ଏବଂ ରାଜାଙ୍କ ଭୂମିକା କଠୋର ଭାବରେ ପୃଥକ କରାଯାଇଥିଲା । କୌଣସି ରାଜା କେବେ ହେଁ ଯାଜକ ହୋଇପାରିବେ ନାହିଁ ଏବଂ କୌଣସି ଯାଜକ କେବେ ହେଁ ରାଜା ହୋଇପାରିବେ ନାହିଁ। ଯାଜକଙ୍କ ଭୂମିକା ଈଶ୍ଵର ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥତା କରି ଈଶ୍ଵରଙ୍କୁ ବଳି ଉତ୍ସର୍ଗ କରିବା ଥିଲା ଏବଂ ସିଂହାସନରୁ ନ୍ୟାୟ ସହିତ ଶାସନ କରିବା ରାଜାଙ୍କର ଦାୟିତ୍ଵ ଥିଲା । ଉଭୟ ଗୁରୁତ୍ୱପୂର୍ଣ୍ଣ ଥିଲେ; ଉଭୟ ଭିନ୍ନ ଥିଲେ। ତଥାପି ଯିଖରୀୟ ତାହା ଭବିଷ୍ୟତରେ ଲେଖିଥିଲେ:

 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ହଁ, ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ମସ୍ତକରେ ଦିଅ; ପୁଣି, ତାଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ; ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେଣ; ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ଵ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ମନ୍ତ୍ରଣା ହେବ।

ଯିଖରୀୟ 6:9, 11-13

ପୂର୍ବ ଉଦାହରଣର ବିପରୀତରେ, ଯିଖରୀୟଙ୍କ ସମୟରେ ମହାଯାଜକ (ଯିହୋଶୂୟ) ଶାଖା ଆକାରରେ ରାଜାଙ୍କ ମୁକୁଟ ସାଙ୍କେତିକ ଭାବରେ ବହନ କରିବା ଉଚିତ୍ ଥିଲା । (ମନେରଖନ୍ତୁ ଯେ ଯିହୋଶୂୟ ‘ଭବିଷ୍ୟତର ପ୍ରତୀକ’ଥିଲେ) । ମହାଯାଜକ ଯିହୋଶୂୟ ରାଜକୀୟ ମୁକୁଟ ଗ୍ରହଣ କରିବା ସମୟରେ ରାଜା ଓ ଯାଜକଙ୍କୁ ଭବିଷ୍ୟତରେ ଏକ ବ୍ୟକ୍ତି  – ଜଣେ ଯାଜକ, ରାଜାଙ୍କ ସିଂହାସନରେ ବିରାଜମାନ ଥିବା ଦେଖିଲେ। ଏହା ସହିତ, ଯିଖରୀୟ ଲେଖିଥିଲେ ଯେ ‘ଯିହୋଶୂୟ’ ଶାଖାର ନାମ ଥିଲା । ଏହାର ଅର୍ଥ କ’ଣ?

ଯିହୋଶୂୟଏବଂଯୀଶୁନାମଗୁଡ଼ିକ

ବାଇବେଲ ଅନୁବାଦର ଇତିହାସକୁ ଆମେ ଜାଣିବା ଆବଶ୍ୟକ । ମୂଳ ଏବ୍ରୀୟ ବେଦଗୁଡ଼ିକୁ ଖ୍ରୀଷ୍ଟପୂର୍ବ 250 ରେ ଗ୍ରୀକ୍ ଭାଷାରେ ଅନୁବାଦ କରାଯାଇଥିଲା ଏବଂ ଏହାକୁ ସେପ୍ଟୁଏଜେଣ୍ଟ କିମ୍ବା LXX କୁହାଯାଉଥିଲା । ତଥାପି ବହୁଳ ଭାବରେ ଅଧ୍ୟୟନ କରାଯାଉଥିଲା, ଆମେ ଦେଖିଲୁ LXX ରେ ପ୍ରଥମେ ‘ଖ୍ରୀଷ୍ଟ’ କିପରି ବ୍ୟବହୃତ ହୋଇଥିଲା ଏବଂ ଏଠାରେ ଆମେ ‘ଯିହୋଶୂୟ’ ପାଇଁ ସେହି ବିଶ୍ଳେଷଣକୁ ବ୍ୟବହାର କରୁ ।

ଯିହୋଶୂୟ‘ = ‘ଯୀଶୁ ଉଭୟ ଏବ୍ରୀୟ ନାମ  ୟହଶୁହା (Yhowshuwa)ରୁ ଆସିଛି

ଯିହୋଶୂୟ ମୂଳ ଏବ୍ରୀୟ ନାମ ‘ୟହଶୁହା (Yhowshuwa)ର ଓଡିଆ ଲିପ୍ୟନ୍ତରଣ ଅଟେ  । ଚତୁର୍ଥାଂଶ # 1 ଦର୍ଶାଏ ଯେ ଖ୍ରୀଷ୍ଟପୂର୍ବ 520 ରେ ଯିଖରୀୟ କିପରି ଏବ୍ରୀୟ ଭାଷାରେ ‘ଯିହୋଶୂୟ’ ଲେଖିଥିଲେ। ଏହା [ଓଡିଆରେ] ‘ୟହଶୁହା (Yhowshuwa) (# 1 => # 3) ରେ ଲିପିବଦ୍ଧ ହୋଇଛି । ଏବ୍ରୀୟ ଭାଷାରେ ‘ୟହଶୁହା (Yhowshuwa)ର ଅର୍ଥ ଓଡିଆରେ ଯିହୋଶୂୟଙ୍କ ଅର୍ଥ ସହ ସମାନ ଅଟେ । ଯେତେବେଳେ ଖ୍ରୀଷ୍ଟପୂର୍ବ 250 ରେ LXX ଏବ୍ରୀରୁ ଗ୍ରୀକ୍‍କୁ ଅନୁବାଦ କରାଯାଇଥିଲା, ‘ୟହଶୁହା (Yhowshuwa) କୁ ଈସୋସ୍ (Iesous) ରେ ଲିପ୍ୟନ୍ତରଣ କରାଯାଇଥିଲା (# 1 => # 2) କୁ ଅନୁବାଦ କରାଯାଇଥିଲା । ଏବ୍ରୀୟ  ‘ୟହଶୁହା (Yhowshuwa) ର ଅର୍ଥ ଗ୍ରୀକ୍ ଭାଷାରେ ଈସୋସ୍ (Iesous) ରଅର୍ଥ ସହ ସମାନ ଅଟେ । ଯେତେବେଳେ ଗ୍ରୀକ୍ [ଓଡିଆ ଭାଷା] କୁ ଅନୁବାଦ କରାଯାଇଥିଲା, ଈସୋସ୍ (Iesous) କୁ ‘ଯୀଶୁ’ ବୋଲି ଲିପ୍ୟନ୍ତରଣ କରାଯାଇଥିଲା (# 2 => # 3) । ଗ୍ରୀକ୍ ଈସୋସ୍ (Iesous) ର [ଓଡିଆ ଭାଷାରେ] ଯୀଶୁଙ୍କ ଅର୍ଥ ସହ ସମାନ ଅଟେ ।

ଏବ୍ରୀୟ ଭାଷାରେ ଯୀଶୁଙ୍କୁ ‘ୟହଶୁହା (Yhowshuwa) କୁହାଯାଉଥିଲା, କିନ୍ତୁ ଗ୍ରୀକ୍ ନୂତନ ନିୟମରେ ତାଙ୍କ ନାମ ଈସୋସ୍ (Iesous)  ଲେଖାଯାଇଥିଲା – ଯେପରି ଗ୍ରୀକ୍ ପୁରାତନ ନିୟମ lxx ସେହି ନାମକୁ ଉଲ୍ଲେଖ କରିଥିଲା ​​। ନୂତନ ନିୟମ ଗ୍ରୀକ୍ ରୁ [ଓଡିଆ ଭାଷା] କୁ ଅନୁବାଦ କରାଯାଇଛି (# 2 => # 3), ଈସୋସ୍ (Iesous) ପରିଚିତ ନାମ ‘ଯୀଶୁ’ ବୋଲି ଲିପ୍ୟନ୍ତରଣ କରାଯାଇଛି । ତେଣୁ ଯୀଶୁ‘ = ‘ଯିହୋଶୂୟନାମ ‘ଯୀଶୁ’ ସହ ଏକ ମଧ୍ୟବର୍ତ୍ତୀ ଗ୍ରୀକ୍ ପର୍ଯ୍ୟାୟ ଦେଇ ଗତି କରେ ଏବଂ ‘ଯିହୋଶୂୟ’ ସିଧାସଳଖ ଏବ୍ରୀୟ ଭାଷାରୁ ଆସିଛି ।

ସଂକ୍ଷେପରେ, ଉଭୟ ନାଜରିତର ଯୀଶୁ ଏବଂ ଖ୍ରୀଷ୍ଟପୂର୍ବ 520 ର ମହାଯାଜକ ଯିହୋଶୂୟଙ୍କର ସମାନ ନାମ ଥିଲା, ଯାହାକୁ ମୂଳ ଏବ୍ରୀୟ ଭାଷାରେ ‘ୟହଶୁହା (Yhowshuwa) କୁହାଯାଉଥିଲା । ଗ୍ରୀକ୍ ଭାଷାରେ ଉଭୟଙ୍କୁ ‘ଈସୋସ୍ (Iesous) କୁହାଯାଉଥିଲା ।

ନାଜରିତର ଯୀଶୁ ଶାଖା ଅଟନ୍ତି

ବର୍ତ୍ତମାନ ଯିଖରୀୟଙ୍କ ଭବିଷ୍ୟବାଣୀ ଅର୍ଥପୂର୍ଣ୍ଣ ଅଟେ । ଖ୍ରୀଷ୍ଟପୂର୍ବ 520 ରେ ହୋଇଥିବା ଭବିଷ୍ୟବାଣୀ, ଆସୁଥିବା ଶାଖାର ନାମଯୀଶୁ ହେବ, ଯାହା ସିଧାସଳଖ ନାଜରିତର ଯୀଶୁଙ୍କୁ ସୂଚାଇବ ।

ଯୀଶୁ ‘ ଯିଶୀର ବଂଶରୁ’ ଆସନ୍ତି କାରଣ ଯିଶୀ ଏବଂ ଦାଉଦ ତାଙ୍କର ପୂର୍ବଜ ଥିଲେ । ଯୀଶୁ ଜ୍ଞାନୀ ଏବଂ ବୁଦ୍ଧିମାନରେ ଥିଲେ ଯାହା ତାଙ୍କୁ ପୃଥକ କରେ ​​। ତାଙ୍କର ଚତୁରତା, ମନୋବଳ ଏବଂ ଅନ୍ତର୍ଦୃଷ୍ଟି ଉଭୟ ସମାଲୋଚକ ଏବଂ ଅନୁସରଣକାରୀଙ୍କୁ ପ୍ରଭାବିତ କରେ । ସୁସମାଚାରରେ ଚମତ୍କାର ମାଧ୍ୟମରେ ତାଙ୍କର ଶକ୍ତି ଅସ୍ୱୀକାରଯୋଗ୍ୟ ଅଟେ । ହୁଏତ କେହି ସେଗୁଡ଼ିକୁ ବିଶ୍ୱାସ ନକରେ; କିନ୍ତୁ କେହି ସେଗୁଡ଼ିକୁ ଅଣଦେଖା କରିପାରିବ ନାହିଁ । ଯୀଶୁ ଅସାଧାରଣ ଜ୍ଞାନ ଏବଂ ଶକ୍ତି ଧାରଣ କରିବାର ଗୁଣରେ ଉପଯୁକ୍ତ ଅଟନ୍ତି ଯାହା ଯିଶାଇୟ ଭବିଷ୍ୟବାଣୀ କରିଥିଲେ ଦିନେ ଏହି ଶାଖାରୁ ଆସିବ ।

ବର୍ତ୍ତମାନ ନାଜରିତର ଯୀଶୁଙ୍କ ଜୀବନ ବିଷୟରେ ଚିନ୍ତା କରନ୍ତୁ । ସେ ନିଶ୍ଚିତ ଭାବରେ ଜଣେ ରାଜା – ପ୍ରକୃତରେ ଜଣେ ରାଜା ବୋଲି ଦାବି କରିଥିଲେ । ‘ଖ୍ରୀଷ୍ଟ’ ର ଅର୍ଥ ତାହା ହିଁ ଅଟେ । କିନ୍ତୁ ସେ ପୃଥିବୀରେ ଥିବାବେଳେ ଯାହା କରିଥିଲେ ତାହା ପ୍ରକୃତରେ ଯାଜକୀୟ ଥିଲା । ଯାଜକ ଲୋକମାନଙ୍କ ପାଇଁ ଗ୍ରହଣୀୟ ବଳିଦାନ ଉତ୍ସର୍ଗ କଲେ। ଯୀଶୁଙ୍କ ମୃତ୍ୟୁ ଅର୍ଥପୂର୍ଣ୍ଣ ଥିଲା ଏବଂ  ଏହା  ଆମ ବଦଳରେ ଈଶ୍ଵରଙ୍କ ନିକଟରେ ଏକ ବଳିଦାନ ଥିଲା । ତାଙ୍କର ମୃତ୍ୟୁ ଯେକୌଣସି ବ୍ୟକ୍ତିର ପାପ ଏବଂ ଦୋଷକୁ ପ୍ରାୟଶ୍ଚିତ କରେ । ଯେପରି ଯିଖରୀୟ ଭବିଷ୍ୟବାଣୀ କରିଥିଲେ – ସେହିପରି ପୃଥିବୀର ସମସ୍ତ ପାପ ପ୍ରକୃତରେ ଗୋଟିଏ ଦିନରେ ଦୂର ହୋଇଗଲା – ଯେଉଁ ଦିନ ଯୀଶୁ ମୃତ୍ୟୁ ବରଣ କଲେ ଏବଂ ସମସ୍ତ ପାପର ଦେୟ ଦିଲେ । ତାଙ୍କ ମୃତ୍ୟୁରେ ସେ ଯାଜକ ଭାବରେ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ, ଏପରିକି ତାଙ୍କୁ ପ୍ରାୟତ ” ଖ୍ରୀଷ୍ଟ ‘/ ରାଜା ବୋଲି କୁହାଯାଉଥିଲା । ପୁନରୁତ୍ଥାନରେ, ସେ ମୃତ୍ୟୁ ଉପରେ ନିଜର ଶକ୍ତି ଏବଂ ଅଧିକାର ଦେଖାଇଲେ । ସେ ଉଭୟ ଭୂମିକାକୁ ଏକାଠି ନିଭାଇଥିଲେ । ଶାଖା, ଯାହାକୁ ଦାଉଦ ବହୁ ପୂର୍ବରୁ ‘ଖ୍ରୀଷ୍ଟ’ ବୋଲି କହିଥିଲେ, ସେ ହେଉଛନ୍ତି ଯାଜକ-ରାଜା । ଏବଂ ତାଙ୍କ ଜନ୍ମର 500 ବର୍ଷ ପୂର୍ବରୁ ତାଙ୍କ ନାମ ଯିଖରିୟ ପୂର୍ବାନୁମାନ କରିଥିଲେ ।

ଭବିଷ୍ୟତ୍‌ବାଣୀ ପ୍ରମାଣ

ତାଙ୍କ ସମୟରେ, ଆଜି ପରି, ଯୀଶୁଙ୍କ ସମାଲୋଚକମାନେ ତାଙ୍କ ଅଧିକାର ଉପରେ ପ୍ରଶ୍ନ କରୁଥିଲେ। ତାଙ୍କ ଉତ୍ତର ସେ ଭବିଷ୍ୟତ୍‌ବାଣୀଗୁଡ଼ିକୁ ସୂଚାଉ ଥିଲେ,  ଯେଉଁମାନେ ତାଙ୍କ ଜୀବନ ବିଷୟରେ ଭବିଷ୍ୟବାଣୀ କରିଥିଲେ। ଏଠାରେ ଗୋଟିଏ ଉଦାହରଣ ଅଛି ଯେଉଁଠାରେ ଯୀଶୁ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ କହିଥିଲେ:

… ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। …

ଯୋହନ 5:39

ଅନ୍ୟ ଅର୍ଥରେ, ଯୀଶୁ ଦାବି କରିଥିଲେ ଯେ ଏବ୍ରୀୟ ବେଦରେ  ତାଙ୍କ ଜୀବନ ଶହ ଶହ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା। ଯେହେତୁ ମନୁଷ୍ୟର ଜ୍ଞାନ ଭବିଷ୍ୟତରେ ଶହ ଶହ ବର୍ଷର ଭବିଷ୍ୟବାଣୀ କରିପାରିବ ନାହିଁ, ତେଣୁ ଯୀଶୁ କହିଥିଲେ ଯେ ସେ ପ୍ରକୃତରେ ମାନବଜାତି ପାଇଁ ଈଶ୍ଵରଙ୍କ ଯୋଜନା ଭାବରେ ଆସିଛନ୍ତି । ବ୍ୟକ୍ତିଗତ ଭାବରେ ଏହାକୁ ଯାଞ୍ଚ କରିବା ପାଇଁ ଆଜି ଏବ୍ରିୟ ବେଦ ଆମ ପାଇଁ ଉପଲବ୍ଧ ଅଟେ ।

ଏବ୍ରୀୟ ଭବିଷ୍ୟ‌ଦ୍‌ବକ୍ତାମାନେ କରିଥିବା ଭବିଷ୍ୟ‌ଦ୍‌ବାଣୀକୁ ଆସନ୍ତୁ ସଂକ୍ଷିପ୍ତରେ ବୁଝିବା । ମାନବ ଇତିହାସର ଆରମ୍ଭରେ ଯୀଶୁଙ୍କ ଆଗମନ ବିଷୟରେ ସୂଚିତ କରାଯାଇଥିଲା । ଏହା ପରେ ଅବ୍ରହାମ ସେହି ସ୍ଥାନ ବିଷୟରେ ଭବିଷ୍ୟବାଣୀ କରିଥିଲେ ଯେଉଁ ସ୍ଥାନରେ ଯୀଶୁଙ୍କର ବଳିଦାନ ହେବାର ଥିଲା ଯଦିଓ ନିସ୍ତାରପର୍ବ ବର୍ଷର ଦିନ ବିଷୟରେ ଭବିଷ୍ୟବାଣୀ କରିଥିଲା । ଆମେ ଦେଖିଲୁ ଯେ ଗୀତସଂହିତା 2 ଯେଉଁଠାରେ ଆସୁଥିବା ରାଜାଙ୍କ ବିଷୟରେ ଭବିଷ୍ୟ‌ଦ୍‌ବାଣୀକରିବା ପାଇଁ ‘ଖ୍ରୀଷ୍ଟ’ ଆଖ୍ୟା ବ୍ୟବହାର କରାଯାଇଥିଲା । ଆମେ ବର୍ତ୍ତମାନ ଦେଖିଲେ ଯେ ତାଙ୍କର ବଂଶ, ଯାଜକୀୟ ବୃତ୍ତି ଏବଂ ନାମ ପୂର୍ବରୁ ଭବିଷ୍ୟ‌ଦ୍‌ବାଣୀ କରାଯାଇଥିଲା । ଆପଣ ଇତିହାସର ଅନ୍ୟ କାହା ବିଷୟରେ ଭାବି ପାରିବ, ଯାହାର ଜୀବନ ଏତେ ପୂର୍ବରୁ ନାଜରିତର ଯୀଶୁଙ୍କ ଭଳି  ଭବିଷ୍ୟବାଣୀ କରାଯାଇଥିଲା?

ଉପସଂହାର: ସମସ୍ତଙ୍କୁ ଜୀବନ ବୃକ୍ଷ ପ୍ରଦାନ କରାଯାଇଛି

ଏକ ବରବୃକ୍ଷ ପରି ଏକ ଅମର ତଥା ସ୍ଥାୟୀ ବୃକ୍ଷର ପ୍ରତିଛବି ବାଇବେଲର ଶେଷ ଅଧ୍ୟାୟରେ ଅଛି, ଯାହା ଭବିଷ୍ୟତ, ପରବର୍ତ୍ତୀ ବ୍ରହ୍ମାଣ୍ଡ ସହିତ, ‘ଜୀବନଦାୟକ ଜଳର ନଦୀ’ କୁ ପ୍ରକାଶ କରେ ।

 ସେହି ନଦୀର ଉଭୟ ପାର୍ଶ୍ଵରେ ଦ୍ଵାଦଶ ଥର ଫଳଦାୟକ ଜୀବନବୃକ୍ଷ ଅଛି, ସେଥିରେ ପ୍ରତି ମାସରେ ଫଳ ଫଳେ, ପୁଣି ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ।

ପ୍ରକାଶିତ ବାକ୍ୟ 22:2

ସମସ୍ତ ଜାତିର ଲୋକମାନେ – ଆପଣଙ୍କ ସମେତ – ମୃତ୍ୟୁରୁ ମୁକ୍ତି ଏବଂ ଜୀବନ ବୃକ୍ଷ – ଏକ ପ୍ରକୃତ ଅମର ବରଗଛର ସମୃଦ୍ଧତାକୁ ଅନୁଭବ କରିବାକୁ ଆମନ୍ତ୍ରିତ । କିନ୍ତୁ ଏବ୍ରୀୟ ଭବିଷ୍ୟ‌ଦ୍‌ବକ୍ତାମାନେ ଭବିଷ୍ୟବାଣୀ କରନ୍ତି ଯେ ଏହା କିପରି ପ୍ରଥମେ ଶାଖାକୁ ‘କାଟି’ ବା ଆବଶ୍ୟକ, ଯେପରି ଆମେ ପରବର୍ତ୍ତୀ ସମୟରେ ଦେଖିବା

Leave a Reply

Your email address will not be published. Required fields are marked *