Skip to content
Home » ଈଶ୍ଵଙ୍କ ବ୍ରହ୍ମାଣ୍ଡ ନୃତ୍ୟ – ସୃଷ୍ଟିରୁ କ୍ରୁଶ ପର୍ଯ୍ୟନ୍ତ ଛନ୍ଦଯୁକ୍ତ

ଈଶ୍ଵଙ୍କ ବ୍ରହ୍ମାଣ୍ଡ ନୃତ୍ୟ – ସୃଷ୍ଟିରୁ କ୍ରୁଶ ପର୍ଯ୍ୟନ୍ତ ଛନ୍ଦଯୁକ୍ତ

  • by

ନୃତ୍ୟ କ’ଣ? ନାଟକୀୟ ନୃତ୍ୟ ଛନ୍ଦଯୁକ୍ତ ଚଳନକ୍ଷମକୁ ଅନ୍ତର୍ଭୁକ୍ତ କରେ, ଯାହା ଦର୍ଶକମାନଙ୍କ ଦ୍ୱାରା ଦେଖାଯିବା ଏବଂ ଏକ କାହାଣୀ କହିବାକୁ ଦର୍ଶାଏ । ନୃତ୍ୟଶିଳ୍ପୀମାନେ ନିଜ ଶରୀରର ବିଭିନ୍ନ ଅଙ୍ଗବିଶେଷକୁ ବ୍ୟବହାର କରି ଅନ୍ୟ ନୃତ୍ୟଶିଳ୍ପୀମାନଙ୍କ ସହିତ ସେମାନଙ୍କର ଅଙ୍ଗବିଶେଷକୁ ସଂଯୋଜନା କରନ୍ତି, ଯାହା ଦ୍ଵାରା ସେମାନଙ୍କର ନୃତ୍ୟ ଦେଖିବାକୁ ପ୍ରୀତିକର ଲାଗେ ଏବଂ ଏହାକୁ ସେମାନେ ପୁନରାବୃତ୍ତି ସମୟ ବ୍ୟବଧାନରେ ପରିବେଷଣ କରନ୍ତି, ଯାହାକୁ ମିଟର କୁହାଯାଏ ।

ନାଟ୍ୟ ଶାସ୍ତ୍ର  ଶିକ୍ଷା ଦିଏ ଯେ ମନୋରଞ୍ଜନ କେବଳ ନୃତ୍ୟର ପାର୍ଶ୍ୱ ପ୍ରତିକ୍ରିୟା ହେବା ଉଚିତ କିନ୍ତୁ ଏହାର ମୂଳ ଲକ୍ଷ୍ୟ ହେବା ନୁହେଁ। ସଂଗୀତ ଏବଂ ନୃତ୍ୟର ଲକ୍ଷ୍ୟ ହେଉଛି ରସ ଯାହା ଦର୍ଶକମାନଙ୍କୁ ଗଭୀର ବାସ୍ତବତାକୁ ନିଏ, ଯେଉଁଠାରେ ସେମାନେ ଆତ୍ମିକ ଏବଂ ନୈତିକ ପ୍ରଶ୍ନ ଉପରେ ପ୍ରତିଫଳିତ କରନ୍ତି ।

ଶିବଙ୍କ ତାଣ୍ଡଭାର ନଟରାଜ

ଶିବଙ୍କ ଡାହାଣ ପାଦ ଭୂତକୁ ଦଳି ଦେଉଛି

ତେବେ ଈଶ୍ଵରୀୟ ନୃତ୍ୟ କିପରି ଦେଖାଯାଏ? ଦେବତାମାନଙ୍କ ନୃତ୍ୟ ସହିତ ତାଣ୍ଡଭ (ତାଣ୍ଡବମ୍, ତାଣ୍ଡବ ନାଟ୍ୟମ୍ କିମ୍ବା ନଦାନ୍ତ) ଜଡିତ ଅଟେ । ଆନନ୍ଦ ତାଣ୍ଡବ ଆନନ୍ଦରେ ନାଚୁଥିବା ବେଳେ ରୁଦ୍ର ତାଣ୍ଡବ କ୍ରୋଧରେ ନାଚନ୍ତି । ନଟରାଜ ଈଶ୍ୱରୀୟ ନୃତ୍ୟ ସହ ଶିବଙ୍କୁ ତାଙ୍କର ପରିଚିତ ମୁଦ୍ରାରେ (ହାତ ଏବଂ ପାଦର ସ୍ଥିତି) ନୃତ୍ୟର ପ୍ରଭୁ ଭାବରେ ପ୍ରତିପାଦିତ କରେ । ତାଙ୍କ ଡାହାଣ ଗୋଡ ଭୂତ ଆପସ୍ମାର କିମ୍ବା ମୁୟାଲାକାକୁ ପଦଦଳିତ କରୁଛି। ତଥାପି, ଆଙ୍ଗୁଠିଗୁଡ଼ିକ ବାମ ପାଦକୁ ସୂଚାଏ, ଯାହା ଭୂମିରୁ ଉପରକୁ ଉଠେ ।

ଶିବ ନୃତ୍ୟର ସର୍ବୋତ୍କୃଷ୍ଟ ନଟରାଜ ପ୍ରତିଛବି

ସେ କାହିଁକି ଏହା ସୂଚିତ କରନ୍ତି?

କାରଣ ଉଠାଯାଇଥିବା ଗୋଡ, ମାଧ୍ୟାକର୍ଷଣ ଶକ୍ତିକୁ ବିରୋଧ କରି, ପରିତ୍ରାଣର ପ୍ରତୀକକୁ ଦର୍ଶାଏ । ଯେପରି ଉନମାଇ ଉଲଖାମ ବ୍ୟାଖ୍ୟା କରନ୍ତି:

” ନାଗରାରୁ ସୃଷ୍ଟି ଆରମ୍ଭ ହୁଏ; ଆଶାର ହସ୍ତ ସୁରକ୍ଷା ଦିଏ; ଅଗ୍ନି ବିନାଶ କରେ; ମାଲାୟାହାନରେ ଲଗାଯାଇଥିବା ପାଦ ମନ୍ଦକୁ ନଷ୍ଟ କରେ; ଉପରେ ରଖାଯାଇଥିବା ପାଦ ପରିତ୍ରାଣ ଦିଏ … ..”

ଭୂତ-ସର୍ପ କାଳିଆର ମସ୍ତକ ଉପରେ କୃଷ୍ଣଙ୍କର ନୃତ୍ୟ

 କୃଷ୍ଣ କାଳିଆ ସର୍ପ ଉପରେ ନୃତ୍ୟ କରନ୍ତି

ଅନ୍ୟ ଏକ ଉତ୍କୃଷ୍ଟ ଈଶ୍ୱରୀୟ ନୃତ୍ୟ, କାଳିଆ ଉପରେ କୃଷ୍ଣଙ୍କ ନୃତ୍ୟ ଅଟେ  । ପୁରାଣଶାସ୍ତ୍ର ଅନୁଯାୟୀ, କାଳିଆ ଯମୁନା ନଦୀରେ ବାସ କରି ଜନସଂଖ୍ୟାକୁ ଭୟଭୀତ କରି ସାରା ଦେଶରେ ନିଜର ବିଷ ବିସ୍ତାର କରିଥିଲା।

ଯେତେବେଳେ କୃଷ୍ଣ ନଦୀକୁ ଡେଇଁଲେ ତାଙ୍କୁ କାଳିଆ କାବୁ କଲା  । କାଳିଆ ପୁଣି କୃଷ୍ଣଙ୍କୁ ଡଙ୍କ ମାରି, କୃଷ୍ଣଙ୍କୁ ନିଜ କୋଇଲିରେ ବାନ୍ଧି ଦର୍ଶକଙ୍କୁ ଚିନ୍ତାରେ ପକାଇଲା। କୃଷ୍ଣ ଏହାକୁ ଅନୁମତି ଦେଲେ, କିନ୍ତୁ ଲୋକଙ୍କ ଚିନ୍ତା ଦେଖି ସେମାନଙ୍କୁ ଆଶ୍ୱାସନା ଦେବାକୁ ସ୍ଥିର କଲେ । ଏହିପରି ଭାବରେ, କୃଷ୍ଣ ସର୍ପର ଫଣା ଉପରେ ଚଢ଼ିଗଲେ, ତାଙ୍କର ପ୍ରସିଦ୍ଧ ନୃତ୍ୟ, ପ୍ରଭୁଙ୍କ ଲୀଲା (ଈଶ୍ୱରୀୟ ନୃତ୍ୟ) ର ପ୍ରତୀକ ଅଟେ, ଯାହାକୁ “ଆରାଭାଟି” କୁହାଯାଏ ଆରମ୍ଭ କଲେ । ସଙ୍ଗୀତର ତାଳରେ କୃଷ୍ଣ ତାକୁ ପରାସ୍ତ କରି କାଳିଆର ପ୍ରତ୍ୟେକ ଫଣା ଉପରେ ନାଚିଲେ ।

ସର୍ପର ମସ୍ତକ ଉପରେ କ୍ରୁଶର ଏକ ତାଳଯୁକ୍ତ ନୃତ୍ୟ

ସୁସମାଚାର ଘୋଷଣା କରେ ଯେ ଯୀଶୁଙ୍କ କ୍ରୁଶବିଦ୍ଧ ଏବଂ ପୁନରୁତ୍ଥାନ  ତାଙ୍କର ନୃତ୍ୟ ପରି ସର୍ପକୁ ପରାସ୍ତ କଲା । ଏହି ଆନନ୍ଦ ତାଣ୍ଡବ ଏବଂ ରୁଦ୍ର ତାଣ୍ଡବ, ପ୍ରଭୁଙ୍କଠାରେ ଉଭୟ ଆନନ୍ଦ ଏବଂ କ୍ରୋଧ ସୃଷ୍ଟି କରିଥିଲା । ମାନବ ଇତିହାସର ଆରମ୍ଭରେ ଆମେ ଏହା ଦେଖୁ, ଯେତେବେଳେ ପ୍ରଥମ ମନୁ ଆଦମ ସର୍ପ ନିକଟରେ ବଶୀଭୂତ ହେଲେ । ଈଶ୍ଵର (ଏଠାରେ ସବିଶେଷ ତଥ୍ୟ ଉପଲବ୍ଧ) ସର୍ପକୁ କହିଥିଲେ ।

 ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।

ଆଦି ପୁସ୍ତକ 3:15
ନାରୀର ବଂଶ ସର୍ପର ମସ୍ତକକୁ ଆଘାତ କରିବ

ତେଣୁ ଏହି ନାଟକ ସର୍ପ ଏବଂ ମହିଳାଙ୍କ ବୀଜ କିମ୍ବା ବଂଶ ମଧ୍ୟରେ ଏକ ବିବାଦର ପୂର୍ବାନୁମାନ କରିଥିଲା ​​।  ଏହି ବୀଜ ଯୀଶୁ ଥିଲା ଏବଂ କ୍ରୁଶରେ ତାଙ୍କର ସଙ୍ଘର୍ଷ ସମାପ୍ତ ହେଲା। ଯେପରି କୃଷ୍ଣ କାଳିଆକୁ ତାଙ୍କୁ ଆଘାତ କରିବାକୁ ଅନୁମତି ଦେଇଥିଲେ, ସେପରି ଯୀଶୁ ମଧ୍ୟ ସର୍ପକୁ ତାଙ୍କୁ ଆଘାତ କରିବାକୁ ଅନୁମତି ଦେଲେ, କାରଣ ତାଙ୍କର ଶେଷ ବିଜୟ ଉପରେ ସେ  ନିଶ୍ଚିତ ଥିଲେ । ଯେପରି ଶିବ ମୋକ୍ଷଙ୍କୁ ସୂଚାଇ ଆପାସ୍ମାର ଉପରେ ପଦଦଳିଥିଲେ, ସେହିପରି ଯୀଶୁ ସର୍ପକୁ ପଦଦଳିତ କରି ଜୀବନର ପଥ ପ୍ରସ୍ତୁତ କଲେ। ବାଇବେଲ ତାଙ୍କର ବିଜୟ ଏବଂ ଏହିପରି ଆମ ଜୀବନର ପଥ ବର୍ଣ୍ଣନା କରେ:

 ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ଵର ତାହାଙ୍କ ସହିତ ସଜୀବ କରିଅଛନ୍ତି; ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି; ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟଯାତ୍ରା କରିଅଛନ୍ତି।

କଲସୀୟ 2:13-15

ସେମାନଙ୍କର ସଂଗ୍ରାମ ‘ସାତ’ ଏବଂ ‘ତିନି’ର ଏକ ଛନ୍ଦଯୁକ୍ତ ନୃତ୍ୟରେ ଉନ୍ମୋଚିତ ହୋଇଥିଲା, ଯାହାକି ସୃଷ୍ଟି ମାଧ୍ୟମରେ ଯୀଶୁଙ୍କ ଶେଷ ସପ୍ତାହରେ ଦେଖାଯାଇଥିଲା ।

ଈଶ୍ଵରଙ୍କ ପୂର୍ବଜ୍ଞାନ ଏବ୍ରୀୟ ବେଦ ଆରମ୍ଭରୁ ପ୍ରକାଶିତ ହୋଇଥିଲା’

ସମସ୍ତ ପବିତ୍ର ପୁସ୍ତକ ମଧ୍ୟରୁ (ସଂସ୍କୃତ ଏବଂ ଏବ୍ରୀୟ ବେଦ, ସୁସମାଚାରରେ) କେବଳ ଦୁଇ ସପ୍ତାହ ଅଛି ଯେଉଁଠାରେ ସପ୍ତାହରେ ପ୍ରତ୍ୟେକ ଦିନର ଘଟଣା ବର୍ଣ୍ଣନା କରାଯାଇଅଛି । ଏହିପରି ପ୍ରଥମ ସପ୍ତାହ ବିଷୟରେ ଏବ୍ରୀୟ ବେଦର ଆରମ୍ଭରେ ଲିପିବଦ୍ଧ ହୋଇଅଛି ଯାହା ଈଶ୍ଵ କିପରି ସମସ୍ତ ବିଷୟକୁ ସୃଷ୍ଟି କଲେ ତାହା ବର୍ଣ୍ଣନା କରେ । ଯୀଶୁଙ୍କ ଶେଷ ସପ୍ତାହରେ ତାଙ୍କର ଦୈନିକ ଘଟଣାଗୁଡ଼ିକ ଲିପିବଦ୍ଧ ଅଟେ । ଅନ୍ୟ କୌଣସି ସାଧୁ, ୠଷି କିମ୍ବା ଭବିଷ୍ୟ‌ଦ୍‌ବକ୍ତାଙ୍କର ଗୋଟିଏ ସପ୍ତାହର ଦୈନନ୍ଦିନ କାର୍ଯ୍ୟକଳାପକୁ ବର୍ଣ୍ଣନା କରାଯାଇ ନାହିଁ । ଏବ୍ରୀ ବେଦର ସୃଷ୍ଟି ବିବରଣୀ ଏଠାରେ ପ୍ରଦାନ କରାଯାଇଅଛି । ଯୀଶୁଙ୍କ ଶେଷ ସପ୍ତାହକୁ ଆମେ ଯୀଶୁଙ୍କ ଦୈନନ୍ଦିନ ଜୀବନର ଘଟଣାଗୁଡ଼ିକ ଦେଖିଲୁ ଏବଂ ଏହି ସାରଣୀ ଏହି ଦୁଇ ସପ୍ତାହରେ ପ୍ରତ୍ୟେକ ଦିନର ବିବରଣୀକୁ ଏଠାରେ ପ୍ରଦାନ କରେ  । ଶୁଭ ସଂଖ୍ୟା ‘ସାତ’, ଯାହାକି ଏକ ସପ୍ତାହକୁ ଗଠନ କରେ ଯାହା ସୃଷ୍ଟିକର୍ତ୍ତା ତାଙ୍କ ସମୟକୁ ଛନ୍ଦଯୁକ୍ତ ଉପରେ ଆଧାର କରିଥିଲେ ।

ସପ୍ତାହର ଦିନସୃଷ୍ଟି ସପ୍ତାହଯୀଶୁଙ୍କର ଶେଷ ସପ୍ତାହ
ଦିନ 1ଘେରି ରହିଥିବା ଅନ୍ଧକାରକୁ ଈଶ୍ଵର କହଲେ, ‘“ଦୀପ୍ତି ହେଉ,” ତହିଁରେ ଅନ୍ଧକାରରେ ଦୀପ୍ତି ହେଲା ।ଯୀଶୁ କହନ୍ତି, “ମୁଁ ଜଗତକୁ ଆଲୋକ ରୂପେ ଆସିଅଛି…” ଅନ୍ଧକାରରେ ଆଲୋକ ଅଛି
 ଦିନ 2ଈଶ୍ଵର ପୃଥିବୀକୁ ସ୍ଵର୍ଗଠାରୁ ପୃଥକ କରନ୍ତି।ଯୀଶୁ ମନ୍ଦିରକୁ ପ୍ରାର୍ଥନା ସ୍ଥାନ ଭାବରେ ପରିଷ୍କାର କରି ପୃଥିବୀକୁ ସ୍ୱର୍ଗଠାରୁ ପୃଥକ କଲେ
ଦିନ 3ଈଶ୍ଵର କହନ୍ତି ଏବଂ ସମୁଦ୍ରରୁ ପୃଥିବୀ ଉତ୍ପନ୍ନ ହୁଏ  ।ଯୀଶୁ ବିଶ୍ଵାସ ଦ୍ଵାରା ପର୍ବତଗୁଡ଼ିକୁ ସମୁଦ୍ରରେ ନିକ୍ଷେପ  କରିବା ବିଷୟରେ କହନ୍ତି ।
 ଈଶ୍ଵର ପୁନର୍ବାର କହନ୍ତି “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ ସ୍ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁଯୀଶୁ ଏକ ଅଭିଶାପ ଦିଅନ୍ତି ଏବଂ ବୃକ୍ଷ ଶୁଖିଯାଏ ।
ଦିନ 4ଈଶ୍ଵର  କହନ୍ତି “ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ ଏବଂ ତାରାମାନେ ଆକାଶକୁ ଆଲୋକିତ କରନ୍ତିଯୀଶୁ ନିଜର ଫେରିବାର ସଙ୍କେତଗୁଡ଼ିକ ବିଷୟରେ କହିଲେ – ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାଗୁଡ଼ିକ ଅନ୍ଧକାରମୟ ହେବେ ।
ଦିନ 5ଉଡ଼ୁଥିବା ଡାଇନୋସର ସରୀସୃପ କିମ୍ବା ଡ୍ରାଗନ୍ ସମେତ ଈଶ୍ର ଉଡ଼ୁଥିବା ଅନେକ ପ୍ରାଣୀ ସୃଷ୍ଟି କରନ୍ତିଶୟତାନ, ମହାନ ନାଗ, ଖ୍ରୀଷ୍ଟଙ୍କୁ ଆଘାତ କରିବା ପାଇଁ ଅଗ୍ରସର ହୁଏ ।
ଦିନ 6ଈଶ୍ଵର କହନ୍ତି ଏବଂ ପଶୁମାନେ ଉତ୍ପନ ହୁଅନ୍ତି ।ନିସ୍ତାରପର୍ବର ମେଷଶାବକମାନଙ୍କୁ ମନ୍ଦିରରେ ବଧ କରାଯାଏ।
  ‘ପ୍ରଭୁ ଈଶ୍ଵର… ଆଦମଙ୍କ ନାକରୁ ଜୀବନ ଦେଲେ’ ଆଦମ ଜୀବନ୍ତ ହେଲେ“ଉଚ୍ଚ ସ୍ୱରରେ ଯୀଶୁ ଶେଷ ନିଶ୍ୱାସ ତ୍ୟାଗ କଲେ।” (ମାର୍କ 15: 37)
 ଈଶ୍ଵର ଆଦମଙ୍କୁ ଉଦ୍ୟାନରେ ରଖନ୍ତି ।ଯୀଶୁ ବିନା ମୂଲ୍ୟରେ ଉଦ୍ୟାନରେ ପ୍ରବେଶ କରନ୍ତି ।
 ଆଦମଙ୍କୁ ଅଭିଶାପ ସହିତ ଜ୍ଞାନ ବୃକ୍ଷଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଏ ।ଯୀଶୁ ଖୁଣ୍ଟରେ ଟଙ୍ଗାଯାଏ ହୋଇ ଅଭିଶପ୍ତ ହେଲେ  ।  (ଗାଲାତୀୟ 3:13[Ma1] ) ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଅବ୍ରହାମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ଵାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,
 ଆଦମ ପାଇଁ କୌଣସି ପ୍ରାଣୀ ଉପଯୁକ୍ତ ନଥିଲେ । ଅନ୍ୟ ଜଣେ ବ୍ୟକ୍ତିର ଆବଶ୍ୟକ ଥିଲା ।ନିସ୍ତାରପର୍ବର ପଶୁ ବଳି ଯଥେଷ୍ଟ ନଥିଲା । ଜଣେ ବ୍ୟକ୍ତିର ଆବଶ୍ୟକ ଥିଲା ।
 (ଏବ୍ରୀ 10:4-5[Ma2] ) କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
 ଈଶ୍ଵର ଆଦମଙ୍କୁ ଗଭୀର ନିଦରେ ରଖନ୍ତି ।ଯୀଶୁ ମୃତ୍ୟୁ ନିଦ୍ରାରେ ପ୍ରବେଶ କରନ୍ତି ।
 ଈଶ୍ଵର ଆଦମଙ୍କ ପାର୍ଶ୍ୱକୁ ଆଘାତ କରନ୍ତି ଯାହାଦ୍ଵାରା ସେ ଆଦମଙ୍କ ସାଥୀକୁ ସୃଷ୍ଟି କରନ୍ତି ।ଯୀଶୁଙ୍କ ପାର୍ଶ୍ୱରେ ଏକ କ୍ଷତ ସୃଷ୍ଟି ହୋଇଛି । ତାଙ୍କ ବଳିଦାନରୁ ଯୀଶୁ ତାଙ୍କ କନ୍ୟା ଅର୍ଥାତ ଯେଉଁମାନେ ତାଙ୍କର ଅଟନ୍ତି ଜିତନ୍ତି ।
(ପ୍ରକାଶିତ ବାକ୍ୟ
21:9[Ma3] ) ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଳେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି।
ଦିନ 7ଈଶ୍ଵର ସମସ୍ତ କର୍ମରୁ ବିଶ୍ରାମ ନିଅନ୍ତି ।ଯୀଶୁ ମୃତ୍ୟୁରେ ବିଶ୍ରାମ କରନ୍ତି

ସୃଷ୍ଟି ସପ୍ତାହ ସହିତ ଯୀଶୁଙ୍କ ଶେଷ ସପ୍ତାହ ତାଳଯୁକ୍ତ

ଆଦମଙ୍କ ଦିନ 6 ଯୀଶୁଙ୍କ ସହିତ ନୃତ୍ୟ

ଏହି ଦୁଇ ସପ୍ତାହ ପାଇଁ ପ୍ରତ୍ୟେକ ଦିନର ଘଟଣାଗୁଡ଼ିକ ପରସ୍ପର ସହିତ ମେଳ ହୁଏ ଏବଂ ତାଳଯୁକ୍ତ ସମୃଦ୍ଧତା ପ୍ରଦାନ କରେ ।  ଏହି 7 ଦିନର ଚକ୍ରର ଶେଷରେ, ନୂତନ ଜୀବନର ପ୍ରଥମ ଫଳଗୁଡିକ ଏକ ନୂତନ ସୃଷ୍ଟିକୁ ସୃଷ୍ଟି କରିବାକୁ ଏବଂ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ । ତେଣୁ, ଆଦମ ଏବଂ ଯୀଶୁ ଏକତ୍ର ନୃତ୍ୟ କରି, ଏକ ମିଶ୍ରିତ ନାଟ୍ୟକୁ ପ୍ରସ୍ତୁତ କରୁଛନ୍ତି ।

ଆଦମ ବିଷୟରେ ବାଇବେଲ କହେ ଯେ

… …ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ।

ରୋମୀୟ 5:14

ଏବଂ

କାରଣ ମନୁଷ୍ୟ ଦ୍ଵାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ଵାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ଯେଣୁ ଆଦମ ଦ୍ଵାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତେ ସଜୀବ ହେବେ।

1 କରିନ୍ଥୀୟ 15:21-22

ଏହି ଦୁଇ ସପ୍ତାହ ତୁଳନା କରି ଆମେ ଦେଖୁ ଯେ ଆଦମ ଯୀଶୁଙ୍କ ସହିତ ରସ ପ୍ରଦାନ କରୁଥିବା ଏକ ଡ଼ାଞ୍ଚାକୁ ନାଟକ କରିଥିଲେ । ଜଗତକୁ ସୃଷ୍ଟି କରିବାକୁ ଈଶ୍ଵରଙ୍କୁ ଛଅ ଦିନ ଦରକାର ଥିଲା କି? ସେ ଗୋଟିଏ ଆଦେଶରେ ସମସ୍ତ ବିଷୟକୁ କରିପାରି ନଥାନ୍ତେ କି? ତା’ହେଲେ ସେ କାହିଁକି ସମସ୍ତ ବିଷୟକୁ କ୍ରମରେ ସୃଷ୍ଟି କଲେ? ଈଶ୍ଵର ସପ୍ତମ ଦିନରେ କାହିଁକି ବିଶ୍ରାମ ନେଲେ ଯଦି ସେ କ୍ଳାନ୍ତ ହୋଇପାରିବେ ନାହିଁ? ସେ ସମସ୍ତ ବିଷୟକୁ ସମୟ ଏବଂ କ୍ରମରେ କରିଥିଲେ କାରଣ ସୃଷ୍ଟି ସପ୍ତାହରେ ଯୀଶୁଙ୍କ ଅନ୍ତିମ ସପ୍ତାହ ପୂର୍ବରୁ ପ୍ରତ୍ୟାଶିତ ଥିଲା ।

ବିଶେଷ କରି ଷଷ୍ଠ ଦିନର ଏହା ସତ୍ୟ ଅଟେ। ବ୍ୟବହୃତ ଶବ୍ଦରେ ଆମେ ସିଧାସଳଖ ସମୃଦ୍ଧତା ଦେଖୁ । ଉଦାହରଣ ସ୍ୱରୂପ, କେବଳ ‘ଯୀଶୁ ମରିଗଲେ’ କହିବା ପରିବର୍ତ୍ତେ ସୁସମାଚାର କହେ ଯେ ସେ ‘ଶେଷ ନିଶ୍ୱାସ ତ୍ୟାଗ କଲେ’, ଏହା ‘ଜୀବନର ନିଶ୍ୱାସ’ ଗ୍ରହଣ କରିଥିବା ଆଦମଙ୍କ ପ୍ରତ୍ୟକ୍ଷ ବିପରୀତ ଡ଼ାଞ୍ଚା ଅଟେ । ସମୟର ଆରମ୍ଭରୁ ଏହିପରି ଏକ ଡ଼ାଞ୍ଚା ପୂର୍ବ ସମୟ ଏବଂ ଜଗତକୁ ଦର୍ଶାଏ ।  ସଂକ୍ଷେପରେ, ଏହା ଈଶ୍ୱରଙ୍କ ନୃତ୍ୟ ଅଟେ ।

 ‘ତିନି’ ଅବଧିରେ ନୃତ୍ୟ

ସଂଖ୍ୟା ତିନିକୁ ଶୁଭ ବୋଲି ବିବେଚନା କରାଯାଏ ଯେହେତୁ ତ୍ରିୟ ରାତମକୁ ଦର୍ଶାଏ, କ୍ରମ ଏବଂ ନିୟମିତତା ସହ ସୃଷ୍ଟିକୁ ନିଜେ ସଂରକ୍ଷଣ କରେ । ରାତମ ସମଗ୍ର ସୃଷ୍ଟିରେ ବ୍ୟାପିଥିବା ଅନ୍ତର୍ନିହିତ କମ୍ପନ ଅଟେ । ତେଣୁ, ସମୟ ଏବଂ ଘଟଣାଗୁଡ଼ିକର କ୍ରମାଗତ ଅଗ୍ରଗତି ଭାବରେ ଏହା ନିଜକୁ ଅନେକ ଉପାୟରେ ପ୍ରକାଶ କରେ ।

ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ସୃଷ୍ଟିର ପ୍ରଥମ 3 ଦିନ ଏବଂ ମୃତ୍ୟୁରେ ଯୀଶୁଙ୍କ ତିନି ଦିନ ମଧ୍ୟରେ ଏହି ସମାନ ସମୟ ଦେଖିବାକୁ ମିଳେ । ଏହି ସାରଣୀ ଏହି  ଡ଼ାଞ୍ଚାକୁ ଆଲୋକିତ କରେ ।

 ସୃଷ୍ଟି ସପ୍ତାହମୃତ୍ୟୁରେ ଯୀଶୁଙ୍କ ଦିନ
ପ୍ରଥମ ଦିନ ଏବଂ ଶୁଭ ଶୁକ୍ରବାରଦିନ ଅନ୍ଧକାରରେ ଆରମ୍ଭ ହୁଏ । ଈଶ୍ର କହଲେ, ‘“ଦୀପ୍ତି ହେଉ,” ତହିଁରେ ଅନ୍ଧକାରରେ ଦୀପ୍ତି ହେଲା ଅନ୍ଧକାରରେ ଆଲୋକ (ଯୀଶୁ) ରୁ ଦିନ ଆରମ୍ଭ ହୁଏ । ତାଙ୍କ ମୃତ୍ୟୁରେ ଆଲୋକ ଲିଭିଗଲା ଏବଂ ଜଗତ ଅନ୍ଧକାରମୟ ହେଲା ।
ଦ୍ିତୀୟ ଦିନ ଏବଂ ବିଶ୍ରାମ ବାରଈଶ୍ଵର ପୃଥିବୀକୁ ଆକାଶରୁ ପୃଥକ କରି ପୃଥିବୀକୁ ଆକାଶରୁ ପୃଥକ କରନ୍ତି ।ତାଙ୍କ ଶରୀର ବିଶ୍ରାମ ନେଉଥିବାବେଳେ, ଯୀଶୁଙ୍କ ଆତ୍ମା ପୃଥିବୀ ଭିତରେ ବନ୍ଦୀ ମୃତମାନଙ୍କୁ ସ୍ୱର୍ଗକୁ ଯିବାକୁ ମୁକ୍ତ କରେ ।
ତୃତୀୟ ଦିନ 3 ଏବଂ ପୁନରୁତ୍ଥାନ ପ୍ରଥମ ଫଳଈଶ୍ଵର କହନ୍ତି “ପୃଥିବୀ ବୀଜ ସମ୍ବଳିତ ସ୍ ସ୍ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁମରିଯାଇଥିବା ବିହନ ନୂତନ ଜୀବନରେ ବଢେ, ଯେଉଁମାନେ ଏହାକୁ ଗ୍ରହଣ କରିବେ ସେସମସ୍ତଙ୍କ ପାଇଁ ଏହା ଉପଲବ୍ଧ ଅଟେ ।

ଏହିପରି ଈଶ୍ଵର ଏକ ପ୍ରମୁଖ ଅବଧିରେ (ସାତ ଦିନ ପର୍ଯ୍ୟନ୍ତ) ଏବଂ ଏକ ଛୋଟ ଅବଧିରେ (ତିନି ଦିନରେ) ନୃତ୍ୟ କରନ୍ତି ଯେପରି ନୃତ୍ୟଶିଳ୍ପୀମାନେ ଅନେକ ସମୟ ନିଜ ଶରୀରକୁ ଚଳାନ୍ତି ।

ପରବର୍ତ୍ତୀ ମୁଦ୍ରାଗୁଡ଼ିକ

ଏବ୍ରୀ ବେଦ ନିର୍ଦ୍ଦିଷ୍ଟ ଘଟଣା ଏବଂ ପର୍ବଗୁଡ଼ିକ ଯୀଶୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଚିତ୍ରଣ କରିଥିଲେ । ଆମେ ଯେପରି ଜାଣିପାରିବା ଯେ ଏହା ମନୁଷ୍ୟର କାର୍ଯ୍ୟ ନୁହଁ କିନ୍ତୁ ଈଶ୍ଵରଙ୍କ କାର୍ଯ୍ୟ ଥିଲା ସେଥିପାଇଁ ଈଶ୍ଵର ଏଗୁଡ଼ିକୁ ପ୍ରଦାନ କଲେ । ନିମ୍ନ ସାରଣୀଟି କେତେକ ବିଷୟକୁ ସଂକ୍ଷିପ୍ତରେ ପ୍ରକାଶ କରେ, ଯୀଶୁଙ୍କ ଶହ ଶହ ବର୍ଷ ପୂର୍ବରୁ ଏହି ମହାନ ସଙ୍କେତଗୁଡ଼ିକର ଲିପିବଦ୍ଧ କରାଯାଇଥିଲା ।

ଏବ୍ରୀ ବେଦଏହା କିପରି ଯୀଶୁଙ୍କ ଆଗମନକୁ ଅଧିକ ଗୁରୁତ୍ ପ୍ରଦାନ କରେ
ଆଦମଙ୍କ ଚିହ୍ନଈଶ୍ଵର ସର୍ପର ଦଣ୍ଡଦେଲେ ଏବଂ ସର୍ପର ମସ୍ତକକୁ ଆଘାତ କରିବାକୁ ଆସୁଥିବା ବୀଜକୁ ଘୋଷଣା କଲେ ।
ନୋହ ମହା ପ୍ଲାବନରୁ ଉଦ୍ଧାର ହେଲେବଳି ଉତ୍ସର୍ଗଗୁଡ଼ିକ ଯୀଶୁଙ୍କ ଆଗାମୀ ବଳିଦାନକୁ ସୂଚାଇ ।
ଅବ୍ରହାମଙ୍କ ବଳିଦାନର ଚିହ୍ନଅବ୍ରହାମଙ୍କ ବଳିଦାନର ସ୍ଥାନ ସେହି ପର୍ବତ ଥିଲା ଯେଉଁଠାରେ ହଜାର ହଜାର ବର୍ଷ ପରେ ଯୀଶୁଙ୍କୁ ବଳି ଦିଆଯିବ । ଶେଷ ମୁହୂର୍ତ୍ତରେ ମେଷଶାବକକୁ ବଦଳାଗଲା ତେଣୁ ପୁତ୍ର ଜୀବିତ ରହିଲେ, ସେହିପରି ଯୀଶୁ ଈଶ୍ଵରଙ୍କ ମେଷଶାବକ ନିଜକୁ ବଳିଦାନ ଦେବେ ଯାହା ଫଳରେ ଆମେ ଜୀବିତ ରହି ପାରିବା ।
ନିସ୍ତାରପର୍ବର ଚିହ୍ନଏକ ନିର୍ଦ୍ଦିଷ୍ଟ ଦିନ – ନିସ୍ତାରପର୍ବରେ ମେଷଶାବକମାନଙ୍କୁ ବଳି ଦିଆଯାଉଥିଲା । ଯେଉଁମାନେ ପାଳନ କରୁଥିଲେ ସେମାନେ ମୃତ୍ୟୁରୁ ରକ୍ଷା ପାଉଥିଲେ, କିନ୍ତୁ ଯେଉଁମାନେ ପାଳନ କରୁ ନଥିଲେ ସେମାନେ ମୃତ୍ୟୁ ବରଣ କରୁଥିଲେ। ଶହ ଶହ ବର୍ଷ ପରେ ଏହି ଦିନ- ନିସ୍ତାରପର୍ବରେ ଯୀଶୁଙ୍କୁ ବଳି ଦିଆଗଲା ।
ୟୋମ୍ କିପୁରବାର୍ଷିକ ଉତ୍ସବ ଅନ୍ୟମାନଙ୍କ ପାପର ପରିଣାମ ଭୋଗୁଥିବା ବ୍ୟକ୍ତି ଅର୍ଥାତ ଯୀଶୁଙ୍କ ବଳିଦାନକୁ ସୂଚାଇଥାଏ ।
ରାଜା’ ପରି: ‘ଖ୍ରୀଷ୍ଟ’ ର ଅର୍ଥ କ’ଣ?‘ଖ୍ରୀଷ୍ଟ’ ଆଖ୍ୟା ତାଙ୍କ ଆସିବାର ପ୍ରତିଜ୍ଞା ସହିତ ଉଦ୍ଘାଟିତ ହେଲା ।
କୁରୁକ୍ଷେତ୍ର ଯୁଦ୍ଧ ପରି‘ଖ୍ରୀଷ୍ଟ’ ଯୁଦ୍ଧ ପାଇଁ ପ୍ରସ୍ତୁତ ରାଜା ଦାଉଦଙ୍କଠାରୁ ଆସିବେ
ଶାଖାର ଚିହ୍ନ‘ଖ୍ରୀଷ୍ଟ’ ଏକ ମୃତ ବୃକ୍ଷ ମୂଳରୁ ଶାଖା ପରି ଫୁଟିବେ ।
ଆସୁଥିବା ଶାଖା ନାମିତଏହି ‘ଶାଖା’କୁ ସେ ଆସିବାର  500 ବର୍ଷ ପୂର୍ବରୁ ନାମିତ କରାଯାଇଥିଲା ।
ସମସ୍ତଙ୍କ ପାଇଁ ଯନ୍ତ୍ରଣା ଭୋଗୁଥିବା ଦାସଏହି ବ୍ୟକ୍ତି କିପରି ସମସ୍ତ ମାନବଜାତିର ସେବା କରନ୍ତି ତାହା ବାକ୍ୟ ବର୍ଣ୍ଣନା କରେ ।
ପବିତ୍ର ସାତରେ ଆସିସାତ ଚକ୍ରରେ ଦିଆଯାଇଥିବା ସମୟ ସେ କେବେ ଆସିବେ ତାହା ପ୍ରକାଶ କରେ  ।
ଜନ୍ମ ଭବିଷ୍ୟବାଣୀ କରାଯାଇଥିଲାତାଙ୍କର କୁମାରୀ ଜନ୍ମ ଏବଂ ଜନ୍ମ ସ୍ଥାନ ତାଙ୍କ ଜନ୍ମର ବହୁ ପୂର୍ବରୁ ପ୍ରକାଶ ପାଇଥିଲା ।

ନୃତ୍ୟରେ ମୁଦ୍ରା ପରି ଯୀଶୁଙ୍କୁ ସୂଚୀତ କରୁଥିବା ପର୍ବ ଏବଂ ବାକ୍ୟ

ନୃତ୍ୟରେ, ଗୋଡ ଏବଂ ତଳର ପ୍ରମୁଖ ଗତିବିଧି ଅଛି, କିନ୍ତୁ ହାତ ଏବଂ ଆଙ୍ଗୁଠି ମଧ୍ୟ ଏହି ଗତିଗୁଡ଼ିକୁ ଅତି ସୁନ୍ଦର ଭାବରେ ପରିବେଷଣ କରିବା ପାଇଁ ବ୍ୟବହୃତ ହୁଏ ।  ଆମେ ଏହି ବିଭିନ୍ନ ଭଙ୍ଗୀ କୁହାତ ଏବଂ ଆଙ୍ଗୁଠି ମୁଦ୍ରା ବୋଲି କହିଥାଉ । ଏହି ବାକ୍ୟ ଏବଂ ପର୍ବଗୁଡ଼ିକ ଈଶ୍ୱରୀୟ ନୃତ୍ୟର ମୁଦ୍ରା ପରି ଅଟେ । କଳାତ୍ମକ ଭାବରେ, ସେମାନେ ଯୀଶୁଙ୍କ ବ୍ୟକ୍ତି ଏବଂ କାର୍ଯ୍ୟର ସବିଶେଷ ବିବରଣୀ ସୂଚାଇଥାନ୍ତି । ଯେପରି ନାଟ୍ୟ ଶାସ୍ତ୍ର ନୃତ୍ୟ ଉପଭୋଗ କରେ, ଈଶ୍ଵର ଆମକୁ ମନୋରଞ୍ଜନ ବାହାରେ ରସକୁ ଆମନ୍ତ୍ରଣ କରି ତାଳଯୁକ୍ତ କରିଛନ୍ତି ।

ଆମର ନିମନ୍ତ୍ରଣ

ଈଶ୍ଵରର ଆମକୁ ତାଙ୍କ ନୃତ୍ୟରେ ଯୋଗଦେବାକୁ ଆମନ୍ତ୍ରଣ କରନ୍ତି । ଆମେ ଭକ୍ତି ଦୃଷ୍ଟିରୁ ଆମର ପ୍ରତିକ୍ରିୟା ବୁଝିପାରିବା ।

ସେ ଆମକୁ  ରାମ ଏବଂ ସୀତାଙ୍କ ପରି ଗଭୀର ପ୍ରେମ ପରି ତାଙ୍କ ପ୍ରେମରେ ପ୍ରବେଶ କରିବାକୁ ଆମନ୍ତ୍ରଣ କରନ୍ତି ।

ଯୀଶୁଙ୍କ ଦ୍ୱାରା ଦିଆଯାଇଥିବା ଅନନ୍ତ ଜୀବନର ଉପହାର କିପରି ପାଇବେ ଏଠାରେ ବୁଝନ୍ତୁ ।

Leave a Reply

Your email address will not be published. Required fields are marked *