Skip to content
Home » ପର୍ବତକୁ ପବିତ୍ର କରୁଥିବା ବଳିଦାନ

ପର୍ବତକୁ ପବିତ୍ର କରୁଥିବା ବଳିଦାନ

  • by

ଚାଇନାର ତିବ୍ୱତୀ ଅଞ୍ଚଳରେ ଭାରତଠାରୁ ସୀମା ପାର ହୋଇ କୈଳାଶ ପର୍ବତ (କିମ୍ବା କୈଳାଶ) ଅବସ୍ତିତ। ହିନ୍ଦୁ, ବୌଦ୍ଧ ଓ ଜୈନ ଅବଲମ୍ବୀମାନେ କୈଳାଶ ପର୍ବତକୁ ଏକ ପବିତ୍ର ପର୍ବତ ବୋଲି ବିଶ୍ଵାସ କରନ୍ତି। ହିନ୍ଦୁ ଅବଲମ୍ବୀମାନେ କୈଳାଶ ପର୍ବତକୁ ଦେବୀ ପାର୍ବତୀ (ଉମା, ଗୌରୀ ନାମରେ ମଧ୍ୟ ଜଣାଶୁଣା) ଓ  ସେମାନଙ୍କର ପୁତ୍ର ପ୍ରଭୁ ଗଣେଶ (ଗଣପତି କିମ୍ବା ବିନାୟକଙ୍କ) ପ୍ରଭୁ ଶିବଙ୍କ (କିମ୍ବା ମହାଦେବ)ର ନିବାସ ସ୍ଥାନ ବୋଲି ବିଶ୍ଵାସ କରନ୍ତି । ହଜାର ହଜାର ହିନ୍ଦୁ ଓ ଜୈନ ଅବଲମ୍ବୀମାନେ ପବିତ୍ର ରୀତିନୀତିରେ କୈଳାଶ ପର୍ବତ ଚାରିପଟେ ବୁଲି ଏଥିରୁ ଆଶୀର୍ବାଦ ପାଇବା ପାଇଁ କୈଳାଶ ପର୍ବତକୁ ତୀର୍ଥଯାତ୍ରା କରଥାନ୍ତି ।

ଯେତେବେଳେ ଗଣେଶ ଶିବଙ୍କୁ ପାର୍ବତୀଙ୍କୁ ସ୍ନାନ କରୁଥିବା ସମୟରେ ଦେଖିବାରୁ ଅଟକାଇଥିଲେ, ସେତେବେଳେ ପ୍ରଭୁ ଶିବ ଗଣେଶଙ୍କର ମୁଣ୍ଡ କାଟି ତାଙ୍କୁ ଏହି କୈଳାଶ ପର୍ବତରେ ହତ୍ୟା କରିଥିଲେ । କିପରି ଗଣେଶଙ୍କ ମୁଣ୍ଡ ନଥିବା ଶରୀରେ ହାତୀ ମୁଣ୍ଡ ଯୋଡ଼ାଯାଇ ଗଣେଶଙ୍କୁ ମୃତ୍ୟୁରୁ ଶିବଙ୍କୁ ଫେରାଇ ଦିଆଯାଇଥିଲା ସେହିବିଷୟରେ ଏହି ଏହି ଅତି ଜଣାଶୁଣା କାହାଣୀ ଅଟେ । ଯେପରି ଶିବ ତାଙ୍କ ପୁତ୍ର ଗଣେଶଙ୍କୁ ମୃତ୍ୟୁରୁ ଫେରାଇ ଆଣି ପାରିବେ ସେଥିପାଇଁ ହାତୀଟି ନିଜ ମୁଣ୍ଡକୁ ବଳିଦାନକରି ମରିଗଲା ।ଏହି ବଳିଦାନ କୈଳାଶ ପର୍ବତରେ ଘଟିଥିଲା, ତେଣୁ ବର୍ତ୍ତମାନ ଏହି ପର୍ବତ ପବିତ୍ର ବୋଲି ବିଶ୍ଵାସ କରାଯାଏ । କେତେଲୋକ ଏପରିକି  କୈଳାଶ ପର୍ବତକୁ  ମେରୁ ପର୍ବତର – ବ୍ରହ୍ମାଣ୍ଡର ଆଧ୍ୟାତ୍ମିକ ଓ  ତାତ୍ତ୍ୱିକ କେନ୍ଦ୍ର – ଶାରୀରିକ ପରିପ୍ରକାଶ ବୋଲି ବିଶ୍ଵାସ କରନ୍ତି । ମେରୁ ପର୍ବତରୁ କୈଳାଶ ପର୍ବତ ଦେଇ ଏହି ଆଧ୍ୟାତ୍ମିକତାକୁ ପ୍ରତିପାଦିତ କରୁଥିବା ଚିହ୍ନ ଭାବରେ ଅନେକ ମନ୍ଦିର ଏକାଗ୍ର ବୃତ୍ତରେ ନିର୍ମିତ ।

ଗୋଟିଏ ପର୍ବତରେ ବଳିଦାନ ଦ୍ୱାରା ଈଶ୍ଵରଙ୍କ ଏହି ପ୍ରକାଶନ ଏକ ପୁତ୍ରକୁ ମୃତ୍ୟୁରୁ ଫେରାଇ ଆଣିବା ମଧ୍ୟ ଶ୍ରୀ ଅବ୍ରହାମଙ୍କ ଦ୍ୱାରା ମୋରିୟା ପର୍ବତରେ ତାଙ୍କ ପୁଅ ସହ ଏହି ଅନୁଭୁତିକୁ ଅନୁଭବ କରାଯାଇଅଛି  । ସେହି ବଳିଦାନ ମଧ୍ୟ ୟେଶୁ ସତସଙ୍ଗ – ଯୀଶୁଙ୍କ ଦେହଧାରଣକୁ ଏକ ଗଭୀର ଆଧ୍ୟାତ୍ମିକ ବାସ୍ତବତାକୁ ସୂଚାଏ । ଏବ୍ରିୟ ବେଦଗୁଡ଼ିକ 4000 ବର୍ଷ ପୂର୍ବେ ଶ୍ରୀ ଅବ୍ରହାମଙ୍କ ଅନୁଭୂତି ବିଷୟରେ ଉଲ୍ଲେଖ କରି, ଏହାର ମହତ୍ତ୍ୱକୁ ବର୍ଣ୍ଣନା କରିବା ଜାରୀ ରଖନ୍ତି । ଏହା ଘୋଷଣା କରେ ଯେ ଏହି ଚିହ୍ନକୁ ବୁଝିବା ଦ୍ୱାରା କେବଳ ସମସ୍ତ ଏବ୍ରୀୟମାନେ ନୁହଁନ୍ତି ‘ସମସ୍ତ ଜାତି’ ଆଶୀର୍ବାଦ ପ୍ରାପ୍ତ ହେବ । ତେଣୁ କାହାଣୀ ଶିଖିବା ଓ  ଏହାର ମହତ୍ତ୍ୱ ବୁଝିବା ଆମମାନଙ୍କ ଲାଭଦାୟକ ଅଟେ।

ଶ୍ରୀ ଅବ୍ରହାମଙ୍କ ବଳିଦାନର ପର୍ବତ ଚିହ୍ନ

ଆମେ ଦେଖିଲେ ଯେ କିପରି ଅନେକ ବର୍ଷ ପୂର୍ବରୁ ଅବ୍ରହାମଙ୍କୁ ଅନେକ ଜାତିମାନଙ୍କର ପ୍ରତିଜ୍ଞା ଦିଆଯାଇଥିଲା । ଯିହୁଦୀ ଓ  ଆରବ ଲୋକେ ଅବ୍ରହାମଙ୍କଠାରୁ ହିଁ ଆସିଛନ୍ତି, ତେଣୁ ଏଥିରୁ ଆମେ ଜାଣୁ ଯେ ପ୍ରତିଜ୍ଞା ପୂରଣ ହୋଇଅଛି ଓ  ସେ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। କାରଣ ଅବ୍ରହାମ ଏହି ପ୍ରତିଜ୍ଞାରେ ବିଶ୍ଵାସ କରିଥିଲେ ତେଣୁ ତାଙ୍କୁ ଧାର୍ମିକତା ଦିଆଯାଇଥିଲା – ସେ କଠୋର ଯୋଗ୍ୟତା ଦ୍ୱାରା ନୁହେଁ ବରଂ ସେ ଏକ ମୁକ୍ତ ଉପହାର ଭାବରେ ମୁକ୍ତିକୁ ଗ୍ରହଣ କରିଥିଲେ କରିଥିଲେ ।

ଅନେକ ସମୟ ପରେ, ଅବ୍ରହାମ ସେହି ବହୁ ପ୍ରତୀକ୍ଷିତ ପୁତ୍ର ଇସ୍‍ହାକଙ୍କୁ ପାଇଲେ (ଯାହାଙ୍କଠାରୁ ଆଜି ଯିହୁଦୀମାନେ ସେମାନଙ୍କର ପୂର୍ବପୁରୁଷଙ୍କୁ ଖୋଜନ୍ତି) । ଇସ୍‍ହାକ ବଡ଼ ହେଲେ। କିନ୍ତୁ ତା’ପରେ ଈଶ୍ଵର ଅବ୍ରହାମଙ୍କୁ ନାଟକୀୟ ରୀତିରେ ପରୀକ୍ଷା କଲେ । ଆପଣ ଏଠାରେ ସମ୍ପୂର୍ଣ୍ଣ ବିବରଣକୁ ପଢିପାରିବେ ଓ କିପରି ଧାର୍ମିକତା ପ୍ରଦାନ କରାଯିବ – ଏହି ରହସ୍ୟମୟ ପରୀକ୍ଷଣର ଅର୍ଥକୁ  ବୁଝିବା ପାଇଁ ଆମେ ମୁଖ୍ୟ ବିବରଣୀଗୁଡ଼ିକୁ ଦେଖିବା ।

ଅବ୍ରହାମଙ୍କ ପରୀକ୍ଷା

ଏହି ପରୀକ୍ଷା ଏକ ଭୟଙ୍କର ଆଜ୍ଞା ସହ ଆରମ୍ଭ ହେଲା:

ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ଵିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।

ଆଦି ପୁସ୍ତକ 22:2

ଅବ୍ରହାମ, ଆଜ୍ଞା ପାଳନ କରି  ‘ପରଦିନ ପ୍ରଭାତରେ ଉଠିଲେ’ ଓ ‘ତୃତୀୟ ଦିନର ଯାତ୍ରା ପରେ’ ସେମାନେ ସେହି ସ୍ଥାନରେ ପଞ୍ଚିଲେ । ତା’ପରେ

ଆଉ ପରମେଶ୍ଵରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ।

ଆଦି ପୁସ୍ତକ 22:9-10

ଅବ୍ରହାମ ଆଜ୍ଞା ପାଳନ କରି ଯାତ୍ରା କଲେ। କିନ୍ତୁ ତା’ପରେ କିଛି ଉଲ୍ଲେଖନୀୟ ଘଟଣା ଘଟିଲା:

ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ; ତହିଁରେ ସେ କହିଲେ, ଦେଖନ୍ତୁ, ମୁଁ ଏଠାରେ। ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ଵରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।

ଆଦି ପୁସ୍ତକ 22:11-13

ଶେଷ ମୁହୂର୍ତ୍ତରେ ଇସ୍‍ହାକ ମୃତ୍ୟୁରୁ ରକ୍ଷା ପାଇଲେ ଓ  ଅବ୍ରହାମ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ ଓ  ଇସ୍‍ହାକ ବଦଳରେ ମେଷକୁ  ବଳିଦାନ କଲେ । ପରମେଶ୍ୱର ଏକ ମେଷ ପ୍ରଦାନ କଲେ ଓ ମେଷ ଇସ୍‍ହାକଙ୍କ ସ୍ଥାନ ନେଲେ।

ବଳିଦାନ: ଭବିଷ୍ୟତକୁ ଦେଖିବା

ଅବ୍ରହାମ ସେହି ସ୍ଥାନର ନାମ ରଖିଲେ। ସେ ସେହି ସ୍ଥାନର ନାମ କଣ ରଖନ୍ତି ଧ୍ୟାନ ଦିଅନ୍ତୁ ।

ପୁଣି ଅବ୍ରହାମ ସେହି ସ୍ଥାନର ନାମ ସଦାପ୍ରଭୁ ଯୋଗାଇବେ ରଖିଲେ। ଏଣୁକରି ଆଜିଯାଏ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ।

ଆଦି ପୁସ୍ତକ 22:14

ଅବ୍ରହାମ ସେହି ସ୍ଥାନର ନାମ ‘ସଦାପ୍ରଭୁ ଯୋଗାଇବେ’ ରଖିଲେ। । ଏଠାରେ ଗୋଟିଏ ପ୍ରଶ୍ନ ଅଛି । ସେହି ନାମଟି ଅତୀତ କାଳରେ, ବର୍ତ୍ତମାନ କାଳରେ କିମ୍ବା ଭବିଷ୍ୟତ କାଳରେ? ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ଏହା ଭବିଷ୍ୟତ କାଳରେ ଅଛି । ସବୁ ସନ୍ଦେହଗୁଡ଼ିକୁ ଦୂର କରିବା ପାଇଁ ବାକ୍ୟାଶଂଟିକୁ ଦେଖନ୍ତୁ “… ଏହା ଯୋଗାଇଦିଆଯିବ ” । ପୁଣି ଏହି ବାକ୍ୟାଶଂ ମଧ୍ୟ ଭବିଷ୍ୟତ କାଳରେ ଅଛି – ଏହିପରି ଏହା ଭବିଷ୍ୟତ କାଳକୁ ଦର୍ଶାଏ । କିନ୍ତୁ ଏହି ନାମକରଣ ଇସ୍‍ହାକଙ୍କ ସ୍ଥାନରେ ମେଷକୁ (ଗୋଟିଏ ମେଷ) ବଳିଦାନ ପରେ ହୋଇଥିଲା ​​। ଅନେକେ ଲୋକ ଭାବନ୍ତି ଯେ ଅବ୍ରହାମ, ସେହି ସ୍ଥାନର ନାମକରଣ କରିବା ସମୟରେ, ସେହି ବୁଦାର ଲତାରେ ଧରିଥିବା ସେହି ମେଷକୁ  ସୂଚାଉ ଥିଲେ ଯାହା ସେ ତାଙ୍କ ପୁଅଙ୍କ ସ୍ଥାନରେ ବଳିଦାନ ଦେଇଥିଲେ । କିନ୍ତୁ ଏହା ପୂର୍ବରୁ ବଳି ଦିଆଯାଇ ପୋଡି ଦିଆଯାଇଥିଲା । ଯଦି ଅବ୍ରହାମ ପୂର୍ବରୁ ମୃତ, ବଳିଦାନ ଓ  ପୋଡା ଯାଇଥିବା ମେଷ ବିଷୟରେ ଭାବୁଥିଲେ – ତେବେ ସେ ସେହି ସ୍ଥାନର ନାମ ‘ପସଦାପ୍ରଭୁ ଯୋଗାଇ ଦେଇଛନ୍ତି’ ବୋଲି ରଖିଥାନ୍ତେ ଯଥା ଅତୀତ କାଳରେ ରଖିଥାନ୍ତେ । ଓ ବକ୍ୟାଂଶଟି ଏହିପରି ହୋଇଥା’ନ୍ତା ‘ଓ  ଆଜି ପର୍ଯ୍ୟନ୍ତ ଏହା କୁହାଯା’ନ୍ତା ଯେ “ସଦାପ୍ରଭୁଙ୍କ ପର୍ବତରେ ଏହା ଯୋଗାଇ ଦିଆଯାଇଥିଲା।“ କିନ୍ତୁ ଅବ୍ରହାମ ଏହାକୁ ଭବିଷ୍ୟତ କାଳରେ ସ୍ପଷ୍ଟ ଭାବରେ ନାମିତ କରିଥିଲେ ଓ ତେଣୁକରି ସେ ପୂର୍ବରୁ ମୃତ, ବଳିଦାନ ଓ  ପୋଡା ଯାଇଥିବା ମେଷ ବିଷୟରେ ଭାବୁନଥିଲେ । ସେ କିଛି ଅଲଗା ବିଷୟରେ ଆଲୋକିତ ହୋଇଥିଲେ । ଭବିଷ୍ୟତ ବିଷୟରେ ତାଙ୍କୁ ମନ୍ତ୍ରଣା ମିଳିଥିଲା । କିନ୍ତୁ କ’ଣ?

କେଉଁଠାରେ ବଳିଦାନ ଘଟିଥିଲା

ସେହି ପର୍ବତକୁ ମନେରଖନ୍ତୁ ଯେଉଁ ପର୍ବତରେ ବଳିଦାନ ପାଇଁ ଅବ୍ରହାମଙ୍କୁ ଆଜ୍ଞା ଦିଆଯାଇଥିଲା:

ସେତେବେଳେ ସଦାପ୍ରଭୁ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ଵିତୀୟ ପୁତ୍ର ଇସ୍‍ହାକକୁ ଘେନି ମୋରୀୟା ଦେଶକୁ ଯାଅ….

ପଦ.2

ଏହା ଘଟଣା  ‘ମୋରିୟା’ ପର୍ବତରେ ଘଟିଥିଲା ​​। ସେହି ପର୍ବତଟି କେଉଁଠାରେ ଅବସ୍ତିତ? ଯଦିଓ ଏହା ଅବ୍ରହାମଙ୍କ ସମୟରେ (2000 ଖ୍ରୀଷ୍ଟପୂର୍ବ) ଏକ ଜନମାନବଶୂନ୍ୟ ଅଞ୍ଚଳ ଥିଲା, ଏକ ହଜାର ବର୍ଷ ପରେ (1000 ଖ୍ରୀଷ୍ଟପୂର୍ବ) ରାଜା ଦାଉଦ ସେଠାରେ ଯିରୂଶାଲମ ସହର ପ୍ରତିଷ୍ଠା କରିଥିଲେ ଓ ତାଙ୍କ ପୁତ୍ର ଶଲୋମନ ସେଠାରେ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ଆମେ ପରେ ପୁରାତନ ନିୟମର ଐତିହାସିକ ପୁସ୍ତକଗୁଡ଼ିକରେ ଏହା ପଢିଥାଉ:

ଅନନ୍ତର ଶଲୋମନ ଯିରୂଶାଲମସ୍ଥ ମୋରୀୟା ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ, ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ, ଦାଉଦ ଯିବୂଷୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ।

2 ଦ୍ବିତୀୟ ବଂଶାବଳୀ 3:1

ଅନ୍ୟ ଅର୍ଥରେ, ଅବ୍ରହାମ (4000 ଖ୍ରୀଷ୍ଟପୂର୍ବ) ର ପୁରାତନ ନିୟମ ସମୟର ‘ମୋରିୟା ପର୍ବତ’ ଜନମାନବଶୂନ୍ୟ ଅଞ୍ଚଳ ଭାବରେ ଏକ ପୃଥକ ପର୍ବତ ଥିଲା କିନ୍ତୁ 1000 ବର୍ଷ ପରେ ଦାଉଦ ଓ  ଶଲୋମନଙ୍କ ମାଧ୍ୟମରେ ଏହା ଇସ୍ରାଏଲର କେନ୍ଦ୍ରୀୟ ସହର ହେଲା ଯେଉଁଠାରେ ସେମାନେ ସୃଷ୍ଟିକର୍ତ୍ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ । । ଆଜି ପର୍ଯ୍ୟନ୍ତ ଏହା ଯିହୁଦୀ ଲୋକ ଓ ଇସ୍ରାଏଲର ରାଜଧାନୀ ପାଇଁ ଏକ ପବିତ୍ର ସ୍ଥାନ ଅଟେ ।

ଯୀଶୁ – ୟେଶୁ ସତସଙ୍ଗ – ଓ ଅବ୍ରହାମଙ୍କ ବଳିଦାନ

ନୂତନ ନିୟମରେ ଯୀଶୁଙ୍କ ଆଖ୍ୟା ବିଷୟରେ ବର୍ତ୍ତମାନ ଭାବନ୍ତୁ । ଯୀଶୁଙ୍କର ଅନେକ ଆଖ୍ୟା ଥିଲା । ବୋଧହୁଏ ସବୁଠାରୁ ଜଣାଶୁଣା ଆଖ୍ୟା ହେଉଛି ‘ଖ୍ରୀଷ୍ଟ’ । କିନ୍ତୁ ତାଙ୍କୁ ଆଉ ଏକ ଆଖ୍ୟା ଦିଆଯାଇଥିଲା ଯାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ତାହା ଯୋହନଙ୍କ ସୁସମାଚାରରେ ଦେଖୁ ଯେତେବେଳେ ବାପ୍ତିଜକ ଯୋହନ ତାଙ୍କ ବିଷୟରେ କହନ୍ତି:

ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ଵରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି।

ଯୋହନ 1:29

ଅନ୍ୟ ଅର୍ଥରେ, ଯୀଶୁ ‘ଈଶ୍ଵରଙ୍କ ମେଷ’ ଭାବରେ ଜଣାଶୁଣା । ବର୍ତ୍ତମାନ ଯୀଶୁଙ୍କ ଜୀବନର ଶେଷ ସମୟକୁ ଭାବନ୍ତୁ । ଯୀଶୁଙ୍କୁ କେଉଁଠାରେ ଗିରଫ କରାଯାଇ କ୍ରୁଶାର୍ପଣ କରାଯାଇଥିଲା? ଏହା ଯିରୂଶାଲମରେ କରାଥିଲା (ଯାହା ଆମେ = ‘ମୋରିୟା ପର୍ବତ’ ଭାବରେ ଦେଖିଲେ) । ଏହା ସ୍ପଷ୍ଟ ଭାବରେ ତାଙ୍କ ଗିରଫ ସମୟରେ ଦର୍ଶାଯାଇଛି ଯେ:

ପୁଣି, ସେ ଯେ ହେରୋଦଙ୍କ ରାଜ୍ୟର ଲୋକ, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ।

ଲୂକ 23:7

ଯୀଶୁଙ୍କ ଗିରଫ, ବିଚାର ଏବଂ କ୍ରୁଶବିଦ୍ଧ ଯିରୂଶାଲମ ​​(= ମୋରିୟା ପର୍ବତ) ରେ ହୋଇଥିଲା । ମୋରିୟା ପର୍ବତରେ ଘଟିଥିବା ଘଟଣାଗୁଡ଼ିକୁ ସମୟସୀମା ଦର୍ଶାଏ ।

ପୁରାତନ ନିୟମରୁ ନୂତନ ନିୟମ ପର୍ଯ୍ୟନ୍ତ ମୋରିୟା ପର୍ବତର ଘଟିଥିବା ଇତିହାସର ପ୍ରମୁଖ ଘଟଣାସମୂହ

ବର୍ତ୍ତମାନ ଅବ୍ରହାମଙ୍କ ବିଷୟରେ ଭାବନ୍ତୁ । ସେ ସେହି ସ୍ଥାନର ନାମ କାହିଁକି ଭବିଷ୍ୟତର କାଳରେ ‘ସଦାପ୍ରଭୁ ଯୋଗାଇବେ’ ବୋଲି ରଖିଲେ? ସେ କିପରି ଜାଣି ପାରିଥିଲେ ଯେ ତାଙ୍କ ଭବିଷ୍ୟତରେ ସେହି ସ୍ଥାନରେ ତାଙ୍କୁ କିଛି ଯୋଗାଇ ଦିଆଯିବ ଯାହା ସେ ମୋରିୟା ପର୍ବତରେ ପ୍ରଣୟନ କରିଥିଲେ ତାହା ସଠିକ୍ ଭାବରେ ପ୍ରତିଫଳିତ ହେବ? ଏହା ବିଷୟରେ ବିଚାର କରନ୍ତୁ – ତାଙ୍କ ପରୀକ୍ଷାରେ ଇସ୍‍ହାକ (ତାଙ୍କ ପୁଅ) ଶେଷ ମୁହୂର୍ତ୍ତରେ ମୃତ୍ୟୁରୁ ରକ୍ଷା ପାଇଲେ କାରଣ ତାଙ୍କ ସ୍ଥାନରେ ଗୋଟିଏ ମେଷକୁ ବଳି ଦିଆଯାଇଥିଲା । ଦୁଇ ହଜାର ବର୍ଷ ପରେ, ଯୀଶୁଙ୍କୁ ‘ଈଶ୍ଵରଙ୍କ ମେଷ’ କୁହାଯାଏ ଓ  ସେହି ସ୍ଥାନରେ ବଳି ଦିଆଯାଏ! ଅବ୍ରହାମ କିପରି ଜାଣିଲେ ଏହା ସେହି ‘ସ୍ଥାନ’ ହେବ ବୋଲି? ଯଦି ସେ ପ୍ରଜାପତି, ସୃଷ୍ଟିକର୍ତ୍ତା ଈଶ୍ଵରଙ୍କଠାରୁ ଜ୍ଞାନ ପ୍ରାପ୍ତ କରିଥାନ୍ତେ ତେବେ  ହିଁ ସେ ଜାଣି ପାରିଥିବେ ଓ ଭବିଷ୍ୟବାଣୀ କରିବାରେ ସକ୍ଷମ ହୋଇଥିବେ ।

ଏକ ଈଶ୍ୱରୀୟ ଜ୍ଞାନ ପ୍ରକାଶିତ

ସତେ ଯେପରି ଏକ ଜ୍ଞାନ ଅଛି ଯାହାକି ଏହି ଦୁଇଟି ଘଟଣାକୁ ଅବସ୍ଥାନ ଅନୁଯାୟୀ ସଂଯୋଗ କରିଅଛି, ଏପରିକି ଯଦିଓ ସେଗୁଡ଼ିକ 2000 ବର୍ଷର ଇତିହାସ ଦ୍ୱାରା ପୃଥକ ଅଟନ୍ତି ।

ଯୀଶୁଙ୍କ ବଳିଦାନ ବିଷୟରେ ଆମକୁ ଜ୍ଞାନ ପ୍ରକାଶ କରିବାକୁ – ଅବ୍ରହାମଙ୍କ ବଳିଦାନ – 2000 ବର୍ଷକୁ ସୂଚାବା ପାଇଁ ଏକ ସଙ୍କେତ ଥିଲା  ।

ଚିତ୍ରଟି ବର୍ଣ୍ଣନା କରେ ଯେ ପୂର୍ବ ଘଟଣା (ଅବ୍ରହାମଙ୍କ ବଳିଦାନ) ପରବର୍ତ୍ତୀ ଘଟଣା (ଯୀଶୁଙ୍କ ବଳିଦାନ) କୁ କିପରି ସୂଚିତ କରେ ଓ  ଏହି ପରବର୍ତ୍ତୀ ଘଟଣାକୁ ମନେ ପକାଇବା ପାଇଁ ଗଠନ କରାଯାଇଥିଲା । ଏହା ପ୍ରମାଣ ଅଟେ ଯେ ଏହି ଜ୍ଞାନ (ସୃଷ୍ଟିକର୍ତ୍ତା ଈଶ୍ଵର) ହଜାର ହଜାର ବର୍ଷ  ପୃଥକ ହୋଇଥିଲେ ମଧ୍ୟ ଘଟଣାଗୁଡ଼ିକୁ ସଂଯୋଜନା କରି ଆମକୁ ନିଜକୁ ପ୍ରକାଶ କରୁଛନ୍ତି । ଏହା ଏକ ଚିହ୍ନ ଅଟେ ଯେଉଁଥିରେ ଈଶ୍ଵରର ଅବ୍ରହାମଙ୍କ ମାଧ୍ୟମରେ ବାର୍ତାପଳାପ କରନ୍ତି ।

ଆପଣ ଓ ମୋ ପାଇଁ ସୁସମାଚାର

ଅଧିକ ବ୍ୟକ୍ତିଗତ କାରଣ ହେତୁ ଏହି ବିବରଣ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ସମାପ୍ତ କରିବାକୁ, ଈଶ୍ଵର ଅବ୍ରହାମଙ୍କୁ ଏହା ଘୋଷଣା କରି କହିଲେ ।

“…ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।“

ଆଦି ପୁସ୍ତକ 22:18

ଆପଣ ‘ପୃଥିବୀର ଦେଶମାନ’ ମଧ୍ୟରୁ ଗୋଟିଏ ଦେଶରୁ ଅଟନ୍ତି – ଆପଣଙ୍କ ଭାଷା, ଧର୍ମ, ଶିକ୍ଷା, ବୟସ, ଲିଙ୍ଗ, କିମ୍ବା ଧନ ଯାହା ହେଉନା କାହିଁକି! ଏହି ପ୍ରତିଜ୍ଞା ଯାହା ଆପଣଙ୍କୁ ବିଶେଷ ଭାବରେ ଦିଆ ଯାଇଅଛି । ପ୍ରତିଜ୍ଞା କ’ଣ ଧ୍ୟାନ ଦିଅନ୍ତୁ – ସ୍ୱୟଂ ଈଶ୍ଵରଙ୍କଠାରୁ ଏହା  ‘ଆଶୀର୍ବାଦ’ ଅଟେ! ଏହା କେବଳ ଯିହୁଦୀମାନଙ୍କ ପାଇଁ ନଥିଲା, ବରଂ ସମଗ୍ର ପୃଥିବାର ଲୋକଙ୍କ ପାଇଁ ଥିଲା ।.

ଏହି ‘ଆଶୀର୍ବାଦ’ କିପରି ଦିଆଯାଏ? ଏଠାରେ ‘ବଂଶ’ ଶବ୍ଦ ଏକବଚନ ଅଟେ । ଏହା ଅନେକ ବଂଶଧର କିମ୍ବା ଲୋକମାନଙ୍କ ପରି ‘ବଂଶ’ ନୁହେଁ, କିନ୍ତୁ ଏକବଚନ ‘ସେ’ ଅଟେ । ଏହା ଅନେକ ଲୋକ କିମ୍ବା ଏକ ଗୋଷ୍ଠୀ ମାଧ୍ୟମରେ ନୁହେଁ ଯେପରି ‘ସେମାନେ’ । ଏହା ଇତିହାସର ପ୍ରାରମ୍ଭରେ ଦିଆଯାଇଥିବା ପ୍ରତିଜ୍ଞାକୁ  ଯଥାର୍ଥ ଭାବରେ, ଅନୁସରଣ କରେ ଯେପରି ଏବ୍ରିୟ ବେଦରେ ଲିପିବଦ୍ଧ ହୋଇଅଛି ସେ ସର୍ପର “ଗୋଇଠି ଆଘାତ କରିବ” ଓ (ସେ)  ପୁରୂଷଙ୍କର ବଳିଦାନର ପ୍ରତିଶୃତି ସହିତ ସମାନ ଅଟେ ଯେପରି ପୁରୁଷସୁକ୍ତାରେ ଲେଖାଯାଇଅଛି । ପୁରାସୁକଟା । ଏହି ସଙ୍କେତ ସହିତ ସେହି ସ୍ଥାନ – ମୋରିୟା ପର୍ବତ (= ଯିରୂଶାଲମ) – ଏହି ପ୍ରାଚୀନ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଅଧିକ ବିବରଣୀ ପ୍ରଦାନ କରି ଭବିଶ୍ୟବାଣୀ କରାଯାଇଅଛି । ଅବ୍ରହାମଙ୍କ ବଳିଦାନର ଏହି ବିବରଣ ଆମକୁ ବୁଝିବାବାରେ ସାହାଯ୍ୟ କରେ ଯେ ଏହି ଆଶୀର୍ବାଦ କିପରି ଦିଆଯାଏ, ଓ  ଧାର୍ମିକତାର ମୂଲ୍ୟ କିପରି ଦିଆଯିବ ।

ଈଶ୍ଵରଙ୍କ ଆଶୀର୍ବାଦ କିପରି ପ୍ରାପ୍ତ ହୁଏ?

ଯେପରି ମେଷ ଇସ‍ହାକଙ୍କ ସ୍ଥାନରେ ବଳିଦାନ ଦେଇ ତାଙ୍କୁ ମୃତ୍ୟୁରୁ ରକ୍ଷା କଲା, ସେହିପରି ଈଶ୍ରଙ୍କ ମେଷ, ତାଙ୍କର ବଳିକୃତ ମୃତ୍ୟୁ ଦ୍ୱାରା, ଆମକୁ ମୃତ୍ୟୁ ଶକ୍ତିରୁ ରକ୍ଷା କରେ । ବାଇବେଲ ଏହିପରି କହେ କରେ

… କାରଣ ପାପର ବେତନ ମୃତ୍ୟୁ,

ରୋମୀୟ 6:23

ଏହା କହିବାର ଅନ୍ୟ ଏକ ଉପାୟ ଯେ ଆମେ କରିଥିବା ପାପ ଏକ କର୍ମ ସୃଷ୍ଟି କରେ ଯାହା ମୃତ୍ୟୁର କାରଣ ହୋଇଥାଏ । କିନ୍ତୁ ମେଷ ଇସ୍‍ହାକଙ୍କ ବଦଳରେ ମୃତ୍ୟୁ ବେତନ ପ୍ରଦାନ କଲା। ଅବ୍ରହାମ ଏବଂ ଇସ୍‍ହାକଙ୍କୁ ଏହା କେବଳ ଗ୍ରହଣ କରିବାକୁ ପଡିଲା । ସେ ଏହା କରିନାହାଁନ୍ତି ଏବଂ ଯୋଗ୍ୟ ହୋଇପାରିଲେ ନାହିଁ । କିନ୍ତୁ ସେ ଏହାକୁ ଏକ ଉପହାର ରୂପେ ପାରିଲେ  । ଠିକ୍ ଏହିପରି ଭାବରେ ସେ ମୁକ୍ତି ହାସଲ କଲେ ।

ଏହା ନମୁନାକୁ ଆମେ ଅନୁସରଣ କରିବା ଆବଶ୍ୟକ ଅଟେ । ଯୀଶୁ ‘ଈଶ୍ଵରଙ୍କ ମେଷ’ ଥିଲେ ଯିଏ ଜଗତର ପାପ ଦୂର କରନ୍ତି’ । ଏହା ଆପଣଙ୍କ ପାପକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ତେଣୁ ଯୀଶୁ, ମେଷ, ଆପଣଙ୍କ ପାପଗୁଡ଼ିକୁ ‘ଦୂର କରିବାକୁ’ ବଳିଦାନ ଦିଅନ୍ତି । ଆପଣ ଏହାକୁ କ୍ରୟ କରି ପାରିବେ ନାହିଁ କିନ୍ତୁ ଆପଣ ଏହାକୁ ଏକ ଉପହାର ଭାବରେ ଗ୍ରହଣ କରିପାରିବେ । ଯୀଶୁ, ପୁରୁଷଙ୍କୁ ଡାକ ଓ ଆପଣଙ୍କର ପାପ ଦୂର କରିବାକୁ କୁହ । ତାଙ୍କର ବଳିଦାନ ତାଙ୍କୁ ସେହି ଶକ୍ତି ପ୍ରଦାନ କରେ । ଆମେ ଏହା ଜାଣୁ କାରଣ ମୋରିୟା ପର୍ବତରେ ଅବ୍ରହାମଙ୍କ ପୁତ୍ରଙ୍କ ବଳିଦାନର ଉଲ୍ଲେଖନୀୟ ବିବରଣରେ ଏହା ଚିତ୍ରିତ ହୋଇଥିଲା, ସେହି ସ୍ଥାନ ଯେଉଁଠାରେ 2000 ବର୍ଷ ପରେ ଏହା ଯୀଶୁଙ୍କ ଦ୍ୱାରା ‘ପ୍ରଦାନ କରାଯାଇଥିଲା’ ।

ତା’ପରେ ନିସ୍ତାରପର୍ବର ଚିହ୍ନରେ ଏହା କେବେ ଘଟିବ ବୋଲି ଭବିଶ୍ୟବାଣୀ କରାଯାଇଛି

Leave a Reply

Your email address will not be published. Required fields are marked *