Skip to content
Home » ଚିରକାଳ ଓ ସମସ୍ତ ଲୋକଙ୍କ ପାଇଁ ତୀର୍ଥଯାତ୍ରା: ଅବ୍ରହାମଙ୍କ ଦ୍ୱାରା ଆରମ୍ଭ

ଚିରକାଳ ଓ ସମସ୍ତ ଲୋକଙ୍କ ପାଇଁ ତୀର୍ଥଯାତ୍ରା: ଅବ୍ରହାମଙ୍କ ଦ୍ୱାରା ଆରମ୍ଭ

  • by

କାଟାରାଗାମା ମହୋତ୍ସବକୁ ଯାଉଥିବା ତୀର୍ଥଯାତ୍ରା (ପଦଯାତ୍ରା) ଭାରତ ବାହାରେ ମଧ୍ୟ ପ୍ରସିଦ୍ଧ ଅଟେ । ଏହି ତୀର୍ଥଯାତ୍ରା ପ୍ରଭୁ ମୁରୁଗାନଙ୍କ (ପ୍ରଭୁ କାଟାରାଗାମା, କାର୍ତ୍ତିକେୟ କିମ୍ବା ସ୍କଣ୍ଡା) ତୀର୍ଥଯାତ୍ରାକୁ ସ୍ମରଣ କରିଥାଏ ଯେବେ ସେ ତାହାଙ୍କର ପ୍ରେମିକା ଭାଲୀଙ୍କ ପ୍ରେମରେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବା ସମୟରେ ତାଙ୍କ ପିତା-ମାତା (ଶିବ ଏବଂ ପାର୍ବତୀ) ହିମାଳୟ ଗୃହରେ ଛାଡିଥିଲେ । ଶ୍ରୀଲଙ୍କାର କାଟାରାଗାମା ମନ୍ଦିରରେ କାଟାରାଗାମା ପେରେହେରା ଉତ୍ସବରେ ସେମାନଙ୍କର ପ୍ରେମ ଓ ବିବାହ ସ୍ମରଣୀୟ ଅଟେ ।

ବେଳେବେଳେ ଭକ୍ତମାନେ ଶହ ଶହ କିଲୋମିଟର ଯାତ୍ରା କରି କାଟାରାଗାମାରେ ପହଞ୍ଚିବାକୁ, ଏହି ଉତ୍ସବର 45 ଦିନ ପୂର୍ବରୁ ସେମାନଙ୍କର ତୀର୍ଥଯାତ୍ରାକୁ ଆରମ୍ଭ କରିଥା’ନ୍ତି । ପ୍ରଭୁ ମୁରୁଗାନ, ସଂଗ୍ରାମର ଦେବତାଙ୍କ ସ୍ମୃତିରେ ଅନେକ ଭକ୍ତମାନେ ତାହାଙ୍କ ପାଇଁ ଏକ ଭେଲ (ବର୍ଚ୍ଛା) ବହନ ଆସନ୍ତି କାରଣ ଯେତେବେଳେ ସେମାନେ ସୁରକ୍ଷିତ ଏକ ସ୍ଥାନ ଛାଡି ଏହି ତୀର୍ଥଯାତ୍ରାରେ ଅଜ୍ଞାତ ସ୍ଥାନଗୁଡ଼ିକ ଦେଇ  ଯାଇଥାନ୍ତି ।

ତୀର୍ଥଯାତ୍ରୀମାନେ ଅମାବାସ୍ୟାରେ କାଟାରାଗାମା ଉତ୍ସବରେ ଅଂଶଗ୍ରହଣ କରିବାକୁ କାଟାରାଗାମା ପର୍ବତକୁ ଟ୍ରେକିଂ କରି ସେମାନଙ୍କର ତୀର୍ଥଯାତ୍ରା ସମାପ୍ତ କରନ୍ତି । କାରଣ 14 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଭାଲିଙ୍କ ମନ୍ଦିର ପର୍ଯ୍ୟନ୍ତ ମୁରୁଗାନଙ୍କ ମୁର୍ତିର ପେରାହେରାର ପାଳନ କରାଯାଏ । ପୂର୍ଣ୍ଣିମାର ଶେଷ ସକାଳେ ଜଳ କାଟିବା ସମାରୋହର ଶେଷରେ ପହଞ୍ଚି ଯେଉଁଠାରେ

ଏହି ପର୍ବର ଅନ୍ୟ ଏକ ବିଶେଷତ୍ୱ ହେଉଛି ଅଗ୍ନିଉ ପରେ-ଚାଲିବା ସମାରୋହ ଯେଉଁଠାରେ ଭକ୍ତମାନେ ଜଳନ୍ତା କୋଇଲାର ଅଗ୍ନି ଉପରେ ଚାଲନ୍ତି, ଅବିଶ୍ୱାସନୀୟ ଭାବରେ ଉପାଦାନଗୁଡ଼ିକୁ ଦୂର କରିବା ପାଇଁ ସେମାନଙ୍କର ବିଶ୍ୱାସ ପ୍ରଦର୍ଶନ କରନ୍ତି ।

ବିଭିନ୍ନ ଭାଷା, ଧର୍ମ ଓ ଜାତିର ଲୋକମାନେ ଏହି ବାର୍ଷିକ ତୀର୍ଥଯାତ୍ରାରେ ଏକତ୍ରିତ ହୋଇ ମାର୍ଗଦର୍ଶନ, ଆଶୀର୍ବାଦ, ଆରୋଗ୍ୟ ଓ ସେମାନଙ୍କର ବିଶ୍ୱାସ ପରୀକ୍ଷା କରିବାକୁ ଚେଷ୍ଟା କରନ୍ତି । ସେହି ଦୃଷ୍ଟିରୁ ସେମାନେ 4000 ବର୍ଷ ପୂର୍ବେ ଅବ୍ରହାମଙ୍କ ଦ୍ୱାରା ବ୍ୟବସ୍ଥିତ ନମୁନାକୁ ଅନୁସରଣ କରନ୍ତି । ସେ ଏକ ତୀର୍ଥଯାତ୍ରାରେ ଯାଇଥିଲେ ଏହା କେବଳ କିଛି ମାସ ପାଇଁ ନ ଥିଲା କିନ୍ତୁ ଏହା ତାଙ୍କର ସାରା ଜୀବନ ପାଇଁ ଥିଲା । ଏହି ତୀର୍ଥଯାତ୍ରାର ପ୍ରଭାବ 4000 ବର୍ଷ ପରେ ମଧ୍ୟ ଆପଣଙ୍କ ଜୀବନ ଓ ମୋର ଜୀବନ ଉପରେ ପ୍ରଭାବ ପକାଇଥାଏ । ତାଙ୍କର ଏହି ତୀର୍ଥଯାତ୍ରା ମଧ୍ୟ ତାଙ୍କୁ ଗୋଟିଏ ପବିତ୍ର ପର୍ବତରେ ଏକ ଅବିଶ୍ୱସନୀୟ ବଳି ଉତ୍ସର୍ଗ କରି ଈଶ୍ଵରଙ୍କ ଉପରେ ତାଙ୍କର ବିଶ୍ଵାସ ପ୍ରଦର୍ଶନ କରିବାର ଥିଲା । ଏହା ସମୁଦ୍ରକୁ କାଟି, ଅଗ୍ନିରେ ଚାଲିବା ଦ୍ୱାରା ଏକ ଦେଶ ସୃଷ୍ଟି କଲା – ତାପରେ ସମଗ୍ର ଦକ୍ଷିଣ ଏସିଆକୁ ପ୍ରଭାବିତ କଲା । ତାଙ୍କର ତୀର୍ଥଯାତ୍ରା କିପରି ଗତିଶୀଳ ହେଲା ତାହା ବୁଝିବା, ଆଜି ଆମମାନଙ୍କୁ ଆଶୀର୍ବାଦ ଓ  ମାର୍ଗଦର୍ଶନ କରେ, ଏଥିରୁ ହିଁ ଆମମାନଙ୍କର ଜ୍ଞାନୋଦୟ ଆରମ୍ଭ ହେଇପାରେ । ଅବ୍ରହାମଙ୍କ ତୀର୍ଥଯାତ୍ରା ଆମେମାନେ ଅନୁସନ୍ଧାନ କରିବା ପୂର୍ବରୁ, ବେଦ ପୁସ୍ତାକାନରୁ କିଛି ପ୍ରସଙ୍ଗ ଆମେମାନେ ପାଇଥାଉ, ଯାହା ତାଙ୍କର ତୀର୍ଥଯାତ୍ରା ଲିପିବଦ୍ଧ କରେ ।

ମନୁଷ୍ୟର ସମସ୍ୟା – ଈଶ୍ଵରଙ୍କ ଯୋଜନା

ପୂର୍ବରୁ ଆମେମାନେ ଦେଖିଛେ ଯେ ମାନବଜାତି ସୃଷ୍ଟିକର୍ତ୍ତା ପ୍ରଜାପତିଙ୍କ ଉପାସନାକୁ ତାରା ଓ ଗ୍ରହଗୁଡ଼ିକୁ ଉପାସନା କରି ଭ୍ରଷ୍ଟ କରିଥିଲେ । ଏହି କାରଣରୁ ପ୍ରଜାପତି ମନୁ /ନୋହଙ୍କ ତିନିପୁତ୍ରଙ୍କ ବଂଶଧରମାନଙ୍କୁ ସେମାନଙ୍କ ଭାଷାରେ ବିଭ୍ରାନ୍ତ କରି ଛିନ୍ନଭିନ୍ନ କରି ଦେଇଥିଲେ। ଏହି କାରଣରୁ ଆଜି ଅନେକ ଦେଶ ଭାଷା ଦ୍ୱାରା ପୃଥକ ଅଟେ । ମାନବଜାତିର ସାଧାରଣ ଅତୀତର ପ୍ରତିଧ୍ୱନୀ ଆଜି ସମଗ୍ର ବିଶ୍ୱରେ ବ୍ୟବହୃତ 7 ଦିନିଆ କ୍ୟାଲେଣ୍ଡରରେ ଓ ସେହି ବଡ଼ ଜଳପ୍ଲାବନର ବିଭିନ୍ନ ସ୍ମୃତିରେ ଦେଖିବାକୁ ମିଳେ

ଇତିହାସର ଆରମ୍ଭରେ ପ୍ରଜାପତି ପ୍ରତିଶ୍ରୁତି ଦେଇଥିଲେ ଯେ ଜଣେ ସିଦ୍ଧ ପୁରୁଷଙ୍କ ବଳିଦାନ ଦ୍ୱାରା ‘ସାଧୁମାନେ ଅମରତା ଲାଭ କରିବେ’। ଏହି ବଳିଦାନ ଆମମାନଙ୍କୁ କେବଳ ବାହାରେ ନୁହେଁ ବରଂ ଭିତରେ ମଧ୍ୟ ସଫା କରିବାରେ ପୂଜା ପରି କାର୍ଯ୍ୟ କରିବ । ଅବଶ୍ୟ, ସୃଷ୍ଟିକର୍ତ୍ତାଙ୍କ ଉପାସନା ଭ୍ରଷ୍ଟ ହେଲାପରେ, ନୂଆନୂଆ ଛିନ୍ନଭିନ୍ନ ହୋଇଥିବା ରାଷ୍ଟ୍ରଗୁଡ଼ିକ ଏହି ପ୍ରାରମ୍ଭିକ ପ୍ରତିଜ୍ଞାକୁ ଭୁଲିଗଲେ । ଏହା କେବଳ ପ୍ରାଚୀନ ୠଗ୍ ବେଦ ଓ ବେଦ ପୁସ୍ତକାନ୍ – ବାଇବେଲ ବ୍ୟତିତ ଅଳ୍ପ କିଛି ଉତ୍ସରେ ସ୍ମରଣୀୟ ଅଟେ ।

କିନ୍ତୁ ପ୍ରଜାପତି /ଈଶ୍ଵରଙ୍କର ଏକ ଯୋଜନା ଥିଲା। ଏହି ଯୋଜନା ଏପରି କିଛି ବିଷୟ ନ ଥିଲା ଯାହାକୁ ଆପଣ ଓ ମୁଁ ଆଶା କରିଥାନ୍ତେ କାରଣ ଏହା (ଆମମାନଙ୍କ ପାଇଁ) ବହୁତ ଛୋଟ ଓ ଅର୍ଥହୀନ ମନେହୋଇ ଥାନ୍ତା। କିନ୍ତୁ ଯୋଜନାଟି ଏହିପରି ଥିଲା ଯାହା ସେ ସେ ନିଜେ ବାଛିଥିଲେ। ଏହି ଯୋଜନାରେ ପ୍ରାୟ 2000 ଖ୍ରୀଷ୍ଟପୂର୍ବ (ଅର୍ଥାତ୍ 4000 ବର୍ଷ ପୂର୍ବେ) ଜଣେ ବ୍ୟକ୍ତି ଓ ତାଙ୍କ ପରିବାରକୁ ଆହ୍ୱାନ କରିଥିଲେ  ଓ ଯଦି ସେ ଆଶୀର୍ବାଦ ପାଇବାକୁ ପସନ୍ଦ କରନ୍ତି ତେବେ ତାଙ୍କୁ ଓ ତାଙ୍କ ବଂଶଧରଙ୍କୁ ଆଶୀର୍ବାଦ ଦେବାକୁ  ପ୍ରତିଶୃତି ଦେଇଥିଲେ । ବାଇବେଲ ଏହାକୁ କିପରି ବର୍ଣ୍ଣନା କରେ ତାହା ଏଠାରେ ଅଛି ।

ଅବ୍ରହାମଙ୍କୁ ପ୍ରତିଜ୍ଞା

ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ। ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ। 6ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ। ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ। ଅନନ୍ତର ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ।

ଆଦି ପୁସ୍ତକ12:1-7

ବର୍ତ୍ତମାନ କିଛି ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏପରି ଜଣେ ବ୍ୟକ୍ତିଗତ ଈଶ୍ଵର ଅଛନ୍ତି ଯିଏ ଆମମାନଙ୍କର ଜୀବନର କଠିନ ସମୟରେ ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହୁଅନ୍ତି । ଏହି ବିବରଣରେ ଆମେମାନେ ଏହି ପ୍ରଶ୍ନକୁ ପରୀକ୍ଷା କରିପାରିବା କାରଣ ଏଥିରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଏକ ବ୍ୟକ୍ତିଗତ ପ୍ରତିଜ୍ଞା କରାଯାଇଅଛି, ଯାହାର କିଛି ଅଂଶ ଆମେମାନେ ଯାଞ୍ଚ କରିପାରିବା । ଏହି ବିବରଣ ଲିପିବଦ୍ଧ କରେ ଯେ ସଦାପ୍ରଭୁ ଅବ୍ରହାମଙ୍କୁ ସିଧାସଳଖ ପ୍ରତିଜ୍ଞା କରିଥିଲେ ଯେ ‘ଆମ୍ଭେ ତୁମ୍ଭର ନାମ ମହତ କରିବା ‘। ଆମେମାନେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ – 4000 ବର୍ଷ ପରେ – ଏବଂ ଅବ୍ରହାମ / ଅବ୍ରାମଙ୍କ ନାମ ଇତିହାସର ବ୍ୟାପକ ସ୍ତରରେ ସ୍ୱୀକୃତିପ୍ରାପ୍ତ ନାମ ମଧ୍ୟରୁ ଅନ୍ୟାତମ ଅଟେ । ଏହି ପ୍ରତିଜ୍ଞା ଆକ୍ଷରିକ, ଐତିହାସିକବାସ୍ତବରେ ପ୍ରମାଣ ସିଦ୍ଧ ହୋଇଅଛି ।

ବାଇବେଲର ଉପଲବ୍ଧ ଥିବା ସର୍ବପ୍ରଥମ ପୁସ୍ତକ ମୃତ ସାଗର ସ୍କ୍ରୋଲରୁ ଅଟେ ଯାହାକି 200-100 ଖ୍ରୀଷ୍ଟପୂର୍ବର ବୋଲି କୁହାଯାଏ । ଏହାର ଅର୍ଥ, ଏହି ପ୍ରତିଜ୍ଞା ନୂତନ ଭାବରେ ସେହି ସମୟରୁ ହିଁ ଲିପିବଦ୍ଧ ହୋଇସାରିଛି । କିନ୍ତୁ 200 ଖ୍ରୀଷ୍ଟପୂର୍ବରେ ମଧ୍ୟ ଅବ୍ରହାମ ଓ ତାହାଙ୍କ ନାମ ଏତେ ଜଣାଶୁଣା ନଥିଲା – କେବଳ ଅଳ୍ପ ସଂଖ୍ୟକ ଯିହୁଦୀମାନଙ୍କ ମଧ୍ୟରେ ପରିଚିତ ଥିଲା । ତେଣୁ ବର୍ତ୍ତମାନ ଆମେମାନେ ଜାଣୁ ଯେ ପ୍ରତିଜ୍ଞାଗୁଡ଼ିକ ଲେଖାଯିବା ପରେ ହିଁ ପୂରଣ ହୋଇଥିଲା । ଏହି ପ୍ରତିଜ୍ଞାଗୁଡ଼ିକ ପୂରଣ ହେଲାପରେ ଏଗୁଡ଼ିକୁ ଲେଖାଯାଇ ନାହିଁ ।

… ତାଙ୍କର ମହାନ ଜାତି ମାଧ୍ୟମରେ

ଆଶ୍ଚର୍ଯ୍ୟଜନକ ବିଷୟ ଏହା ଯେ ଅବ୍ରହାମ ପ୍ରକୃତରେ ତାଙ୍କ ଜୀବନରେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିନଥିଲେ – ଯାହା ସାଧାରଣତଃ ଏକ ବ୍ୟକ୍ତିକୁ ‘ମହାନ’ କରିଥାଏ । ସେ ଅସାଧାରଣ ବିଷୟ କିଛି ଲେଖିନଥିଲେ (ଯେପରି ବ୍ୟାସ ମହାଭାରତ ଲେଖିଥିଲେ), ସେ ଉଲ୍ଲେଖନୀୟ ବିଷୟ କିଛି ନିର୍ମାଣ କରିନଥିଲେ (ଶାହ ଜାହାନଙ୍କ ପରି ଯିଏ ତାଜମହଲ ନିର୍ମାଣ କରିଥିଲେ), ସେ ପ୍ରଭାବଶାଳୀ ସାମରିକ ଦକ୍ଷତା ସହ ଏକ ସୈନ୍ୟବାହିନୀର ନେତୃତ୍ୱ ନେଇ ନଥିଲେ (ଭଗବଦ୍ ଗୀତାରେ ଅର୍ଜୁନଙ୍କ ପରି) କିମ୍ବା ରାଜନୈତିକ ସ୍ତରରେ (ମହାତ୍ମା ଗାନ୍ଧୀଙ୍କ ପରି) ସେ ନେତୃତ୍ୱ ନେଇନଥିଲେ । ସେ ରାଜା ପରି ଏକ ରାଜ୍ୟକୁ ମଧ୍ୟ ଶାସନ କରିନଥିଲେ। ସେ ପ୍ରକୃତରେ ଜନମାନବଶୂନ୍ୟ ଅଞ୍ଚଳକୁ ଯାଇ ତମ୍ବୁରେ ବାସ ଓ ପ୍ରାର୍ଥନା କରି ଏକ ପୁତ୍ର ସନ୍ତାନ ଲାଭ କରିଥିଲେ ।

ଯଦି କେହି ହଜାରେ ବର୍ଷ ପରେ ଅଧିକ ସ୍ମରଣୀୟ ହେବେ ବୋଲି, ଆପଣ ତାଙ୍କ ସମୟରେ ଭବିଷ୍ୟବାଣୀ କରୁଥାନ୍ତେ, ତେବେ ଆପଣ ସେହି ସମୟର ରାଜା, ସେନାଧ୍ୟକ୍ଷ, ଯୋଦ୍ଧା କିମ୍ବା କୋର୍ଟ କବିମାନେ ଇତିହାସରେ ସ୍ମରଣୀୟ ହେବେ ବାଜି ଲଗାଇଥାନ୍ତେ । କିନ୍ତୁ ସେମାନଙ୍କର ନାମ ସମସ୍ତେ ଭୁଲିଯାଆନ୍ତି – କିନ୍ତୁ  ଜନମାନବଶୂନ୍ୟ ଅଞ୍ଚଳକୁ ଯାଇ, ନିଜ ପରିବାରର ପାଳନ ପଷଣ କରିଥିବା ଏକ ବ୍ୟକ୍ତି ସାରା ବିଶ୍ୱରେ ସ୍ମରଣୀୟ  । ତାଙ୍କ ନାମ କେବଳ ଏଥିପାଇଁ ମହାନ କାରଣ ସେ ଯେଉଁ ଜାତି (ସମୂହ)କୁ ଉତ୍ପନ କଲେ ସେ ଜାତିର ବିବରଣକୁ ଲିପିବଦ୍ଧ କଲେ – ଓ ତା’ପରେ ତାଙ୍କଠାରୁ ଆସିଥିବା ବ୍ୟକ୍ତିସମୂହ ଓ  ରାଷ୍ଟ୍ରମାନେ ମହାନ ହେଲେ । ବହୁ ପୂର୍ବରୁ ଏହା ହିଁ ପ୍ରତିଜ୍ଞା କରାଯାଇଥିଲା (“ଆମ୍ଭେ ତୁମ୍ଭକୁ ଏକ ମହାଗୋଷ୍ଠୀରେ ଉତ୍ପନ୍ନ କରିବା………….. ଆମ୍ଭେ ତୁମ୍ଭର ନାମ ମହତ କରିବା”) । ମୁଁ ସମସ୍ତ ଇତିହାସରେ ଅନ୍ୟ ଆଉ କାହାକୁ ଭାବି ପାରିବି ନାହିଁ, ଯିଏ ନିଜ ଜୀବନରେ ବଡ଼ ସଫଳତା ଅପେକ୍ଷା ତାଙ୍କଠାରୁ ଆସୁଥିବା ବଂଶଧରମାନଙ୍କ କାରଣରୁ ହିଁ ପ୍ରସିଦ୍ଧ ଅଟନ୍ତି ।

… ପ୍ରତିଜ୍ଞାକାରୀଙ୍କ ଇଚ୍ଛା ମାଧ୍ୟମରେ

ଓ  ଆଜି ଯେଉଁ ଲୋକମାନେ – ଯିହୁଦୀମାନେ – ଅବ୍ରହାମଙ୍କଠାରୁ ଆସିଥିଲେ ପ୍ରକୃତରେ ଏକ ରାଷ୍ଟ୍ର ନଥିଲେ ଯାହାକୁ ଆମେମାନେ ସାଧାରଣତଃ ମହାନତା ସହ ଜଡିଥାଉ । ସେମାନେ ମିଶରୀୟମାନଙ୍କ ପିରାମିଡ୍ ପରି ମହାନ ସ୍ଥାପତ୍ୟ ଗଠନ କରିନଥିଲେ – ଓ  ନିଶ୍ଚିତ ଭାବରେ ତାଜମହଲ ପରି କିଛି ନୁହେଁ, ସେମାନେ ଗ୍ରୀକମାନନଙ୍କ ପରି ଦର୍ଶନଶାସ୍ତ୍ର ଲେଖି ନଥିଲେ କିମ୍ବା ବ୍ରିଟିଶମାନଙ୍କ ପରି ଦୂରଦୂରାନ୍ତର ଅଞ୍ଚଳଗୁଡ଼ିକରେ ମଧ୍ୟ ପରିଚାଳନା କରିନଥିଲେ । ଏହି ସମସ୍ତ ରାଷ୍ଟ୍ର ବିଶ୍ଵଶକ୍ତି ସାମ୍ରାଜ୍ୟ ପରିପ୍ରେକ୍ଷୀରେ ଏପରି କରିଥିଲା ଯାହା ଅସାଧାରଣ ସାମରିକ ଶକ୍ତି ମାଧ୍ୟମରେ ସେମାନଙ୍କର ବ୍ୟାପକ ସୀମା ବିସ୍ତାର କରିଥିଲା – ଯାହା ଯିହୁଦୀମାନେ କେବେ ପାଇ ନଥିଲେ । ଯିହୁଦୀ ଲୋକମାନଙ୍କର ମହାନତା ମୁଖ୍ୟତ ବ୍ୟବସ୍ଥା ଓ ପୁସ୍ତକ (ବେଦ ପୁସ୍ତକାନ୍ କିମ୍ବା ବାଇବେଲ) ହେତୁ ହୋଇଥାଏ; ସେମାନଙ୍କ ଦେଶରୁ ଆସିଥିବା କିଛି ଉଲ୍ଲେଖନୀୟ ବ୍ୟକ୍ତିଙ୍କଠାରୁ; ଓ ସେମାନେ ଏକ ଭିନ୍ନ ଓ ଏକ  ଭିନ୍ନ ଲୋକ ଗୋଷ୍ଠୀ ଭାବରେ ହଜାରେ ବର୍ଷ ଧରି ବାସ କରିଛନ୍ତି । ସେମାନଙ୍କର ମହାନତା ପ୍ରକୃତରେ ସେମାନେ କରିଥିବା କୌଣସି କାରଣରୁ ନୁହେଁ, ବରଂ ସେମାନଙ୍କ ପାଇଁ ଓ ସେମାନଙ୍କ ମାଧ୍ୟମରେ ଯାହା କରାଯାଇଥିଲା ସେଥିପାଇଁ ଅଟେ।

ବର୍ତ୍ତମାନ ସେହି ପ୍ରତିଜ୍ଞା ପୂରଣ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଦେଖନ୍ତୁ । ସେଠାରେ, କଳା-ଧଳା, ଏହା ବାରମ୍ବାର କହିଥାଏ ଯେ “ମୁଁ କରିବି …” । ଇତିହାସରେ ସେମାନଙ୍କର ମହାନତା ଦେଖାଇଥିବା ଅନନ୍ୟ ଉପାୟ ଏହି ଘୋଷଣାର ଏକ ଉଲ୍ଲେଖନୀୟ ଉପାୟରେ ପୁଣି ଥରେ ମେଳଖାଏ ଯେ ସୃଷ୍ଟିକର୍ତ୍ତା ହିଁ ଏହି ‘ରାଷ୍ଟ୍ର’ର କିଛି ଅନ୍ତର୍ନିହିତ ଦକ୍ଷତା, ବିଜୟ କିମ୍ବା ଶକ୍ତି ପରିବର୍ତ୍ତେ ଏହା କରିବାକୁ ଯାଉଛନ୍ତି । ଆଧୁନିକ ଯିହୁଦୀ ରାଷ୍ଟ୍ର ଇସ୍ରାଏଲର ଘଟଣାଗୁଡ଼ିକ ଉପରେ ଆଜି ସାରା ବିଶ୍ୱରେ ଗଣମାଧ୍ୟମର ଧ୍ୟାନ ଅଛି। ହଙ୍ଗେରୀ, ନରୱେ, ପାପୁଆ ନ୍ୟୁ ଗିନିୟା, ବୋଲିଭିଆ, କିମ୍ବା ମଧ୍ୟ ଆଫ୍ରିକୀୟ ଗଣତନ୍ତ୍ର- ହଙ୍ଗେରୀ, ନରୱେ, ପାପୁଆ ନ୍ୟୁ ଗିନି, ବୋଲିଭିଆ, କିମ୍ବା ମଧ୍ୟ ଆଫ୍ରିକୀୟ ଗଣତନ୍ତ୍ରରେ ସମ୍ବାଦ ଇଭେଣ୍ଟ ବିଷୟରେ ଆପଣ ନିୟମିତ ଭାବରେ ଶୁଣୁଛନ୍ତି କି?

ସମଗ୍ର ବିଶ୍ୱରେ ସମାନ ଜନସଂଖ୍ୟା ଥିବା ଦେଶଗୁଡିକର ସମ୍ବାଦଗୁଡ଼ିକ ବିଷୟରେ ଆପଣ ନିୟମିତ ଭାବରେ ଶୁଣୁଛନ୍ତି କି? କିନ୍ତୁ 8 ନିୟୁତ ଏକ କ୍ଷୁଦ୍ର ରାଷ୍ଟ୍ର ଇସ୍ରାଏଲ୍ କ୍ରମାଗତ ଭାବରେ ଓ  ନିୟମିତ ଖବରରେ ରହିଥାଏ ।

ଇତିହାସ କିମ୍ବା ମାନବୀୟ ଘଟଣାଗୁଡ଼ିକରେ ଏପରି କିଛି ନାହିଁ ଯାହା ଏହି ପ୍ରାଚୀନ ପ୍ରତିଜ୍ଞାର ଉନ୍ମୋଚିତ କରିବ, ଯେପରି ଏହି ପ୍ରାଚୀନ ବ୍ୟକ୍ତିଙ୍କୁ ଏହା ଘୋଷଣା କରାଯାଇଥିଲା, କାରଣ ସେ ଏହି ପ୍ରତିଜ୍ଞାଉପରେ ବିଶ୍ୱାସ କରି ଏକ ସ୍ୱତନ୍ତ୍ର ପଥ ବାଛିଥିଲେ । ଭାବି ଦେଖନ୍ତୁ ଯେ ଏହି ପ୍ରତିଜ୍ଞା ବିଫଳ ହେବାର କେତେ ସମ୍ଭାବନା ରହିଥିଲା? କିନ୍ତୁ ଏହା ବଦଳରେ ଏହା ଉନ୍ମୋଚିତ ହୋଇଛି  ଓ ଏହା ହଜାର ହଜାର ବର୍ଷ ପୂର୍ବେ ଘୋଷିତ ହୋଇଥିବାରୁ ଏହା ଉନ୍ମୋଚିତ ହୋଇ ଚାଲିଛି । ଏହି ବିଷୟଟି ପ୍ରକୃତରେ କେବଳ ପ୍ରତିଜ୍ଞା-ନିର୍ମାତାଙ୍କ ଶକ୍ତି ଏବଂ ଅଧିକାର ଉପରେ ନିର୍ଭର କରେ ଓ ଏହା ସଫଳ ମଧ୍ୟ ହୋଇସାରିଛି ।

ତୀର୍ଥଯାତ୍ରା ଯାହା ଆଜି ମଧ୍ୟ ସାରା ବିଶ୍ୱକୁ ବିଚଳିତ କରେ

This map shows the route of Abraham's Journey
ଏହି ମାନଚିତ୍ରରେ ଅବ୍ରହାମଙ୍କ ତୀର୍ଥଯାତ୍ରାର ମାର୍ଗଗୁଡ଼ିକୁ ଦର୍ଶାଏ

ବାଇବେଲ ଲିପିବଦ୍ଧ କରେ ଯେ “ତେଣୁ ଅବ୍ରାମଙ୍କୁ ସଦାପ୍ରଭୁ ଯେପରି କହିଥିଲେ, ସେପରି ସେ ସେଠାରୁ ଚାଲିଗଲେ” (ପଦ 4) । ସେ ଏକ ତୀର୍ଥଯାତ୍ରାରେ ଯାତ୍ରା କରିଥିଲେ, ମାନଚିତ୍ରରେ ଦର୍ଶାଯାଇଅଛି ଯାହା ବର୍ତ୍ତମାନ ମଧ୍ୟ ଇତିହାସ ସୃଷ୍ଟି କରୁଛି ।

ଆମମାନଙ୍କୁ ଆଶୀର୍ବାଦ

କିନ୍ତୁ ସେଠାରେ ଆଉ ଏକ ବିଷୟ ପ୍ରତିଜ୍ଞା କରାଯାଇ ଥିବାରୁ ଏହା ସେଠାରେ ଶେଷ ହୁଏ ନାହିଁ । ଆଶୀର୍ବାଦ କେବଳ ଅବ୍ରହାମଙ୍କ ପାଇଁ ନଥିଲା କାରଣ ଏହା ଏହିପରି ମଧ୍ୟ କହେ

“ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”.

ପଦ. 4

ଏହା ଆପଣଙ୍କୁ ଓ ମୋତେଧ୍ୟାନ ହେବା ଉଚିତ । ଆମେମାନେ ଆର୍ଯ୍ୟ, ଦ୍ରାବିଡ଼, ତାମିଲ, ନେପାଳୀ, କିମ୍ବା ଅନ୍ୟ କିଛି ହେଉନା କାହିଁକି; ଆମମାନଙ୍କର ଜାତି ଯାହା ହେଉନା କାହିଁକି; ଆମମାନଙ୍କର ଧର୍ମ ଯାହା ହେଉନା କାହିଁକି, ହିନ୍ଦୁ, ମୁସଲମାନ, ଜୈନ, ଶିଖ୍ କିମ୍ବା ଖ୍ରୀଷ୍ଟିଆନ; ଆମେମାନେ ଧନୀ କି ଗରିବ, ସୁସ୍ଥ କିମ୍ବା ଅସୁସ୍ଥ; ଶିକ୍ଷିତ କି ଅଶିକ୍ଷିତ ଥାଉ ନା କାହିଁକି – ‘ପୃଥିବୀର ସମସ୍ତ ଲୋକ’  ଆମ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଡିବ । ଆଶୀର୍ବାଦର ଏହି ପ୍ରତିଜ୍ଞା ଅତୀତରୁ ଆଜି ପର୍ଯ୍ୟନ୍ତ ଜୀବିତ ଥିବା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ – ଯାହାର ଅର୍ଥ ଆପଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କିପରି? କେବେ? କି ପ୍ରକାର ଆଶୀର୍ବାଦ? ଏହା କେବଳ ଏଠାରେ ସ୍ପଷ୍ଟ ଭାବରେ ଦର୍ଶାଯାଇ ନାହିଁ କିନ୍ତୁ ଏହା ଏପରି ଏକ ବିଷୟର ଉତ୍ପନ୍ନ ଅଟେ ଯାହା ଆପଣଙ୍କୁ ଓ ମୋତେ ପ୍ରଭାବିତ କରେ ।

ଆମେମାନେ କେବଳ ଐତିହାସିକ ଓ ଆକ୍ଷରିକ ଭାବରେ ଯାଞ୍ଚ କଲେ ଯେ ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞାର ପ୍ରଥମ ଭାଗ ସତ୍ୟ ଅଟେ । ତେବେ କ’ଣ ଆମମାନଙ୍କୁ ଦିଆଯାଇଥିବା ପ୍ରତିଜ୍ଞାକୁ ଆମେମାନେ ବିଶ୍ଵାସ କରିବା ଉଚିତ, ଏହା କ’ଣ ସଫଳ ହେବ ନାହିଁ କି?  କାରଣ ଏହି ପ୍ରତିଜ୍ଞା ବ୍ୟାପକ ଓ  ଅପରିବର୍ତ୍ତିତ ସତ୍ୟ ଅଟେ  । କିନ୍ତୁ ଆମେମାନେ ସତ୍ୟର ପ୍ରତିଜ୍ଞାକୁ ବୁଝିବାକୁ ଏହା ବିଶ୍ଵାସ କରିବା ଆବଶ୍ୟକ । ଏହି ପ୍ରତିଜ୍ଞା କିପରି ଆମମାନଙ୍କୁ ‘ସ୍ପର୍ଶ’ କରିପାରିବ ସେଥିପାଇଁ ଆମମାନଙ୍କୁ ଜ୍ଞାନର ଆବଶ୍ୟକତା ଅଛି । ଅବ୍ରହାମଙ୍କ ତୀର୍ଥଯାତ୍ରାକୁ ଜାରୀ ରଖିବାରେ ଆମେମାନେ ଏହି ଜ୍ଞାନ ପ୍ରାପ୍ତ କରୁ । ମୁକ୍ତିର ଚାବି, ଯାହା ପ୍ରାପ୍ତ କରିବା ପାଇଁ ସାରା ବିଶ୍ୱରେ ଅନେକ ଲୋକ କଠିନ ପରିଶ୍ରମ କରୁଛନ୍ତି, ଏହି ଉଲ୍ଲେଖନୀୟ ବ୍ୟକ୍ତିଙ୍କୁ ଅନୁସରଣ କରିବା ଜାରି ରଖିବା ରେ ଆମ ସମସ୍ତଙ୍କୁ ପ୍ରକାଶ କରାଯାଇଅଛି ।

Leave a Reply

Your email address will not be published. Required fields are marked *