Skip to content
Home » ସ୍ୱାମୀ ଯୋହନ: ପ୍ରାୟଶ୍ଚିତ ଏବଂ ଆତ୍ମ-ଅଭିଷେକ ବିଷୟରେ ଶିକ୍ଷା ପ୍ରଦାନ କରନ୍ତି

ସ୍ୱାମୀ ଯୋହନ: ପ୍ରାୟଶ୍ଚିତ ଏବଂ ଆତ୍ମ-ଅଭିଷେକ ବିଷୟରେ ଶିକ୍ଷା ପ୍ରଦାନ କରନ୍ତି

  • by

ଆମେ କୃଷ୍ଣଙ୍କ ଜନ୍ମ ମାଧ୍ୟମରେ ଯୀଶୁ (ୟେସୁ ସତସଙ୍ଗ) ଙ୍କ ଜନ୍ମକୁ ଦେଖିଲେ । ପୁରାଣ ଉଲ୍ଲେଖ କରେ ଯେ କୃଷ୍ଣଙ୍କର ଏକ ବଡ ଭାଇ ବଳରାମ (ବଳ୍‍ରାମା) ଥିଲେ। ନନ୍ଦ କୃଷ୍ଣଙ୍କର ପାଳିତ ପିତା ଥିଲେ ଯିଏକି ବଳରାମଙ୍କୁ କୃଷ୍ଣଙ୍କ ବଡ ଭାଇ ଭାବରେ ପାଳିଥିଲେ । ଭାଇ କୃଷ୍ଣ ଏବଂ ବଳରାମଙ୍କ ଯୁଦ୍ଧରେ ଅନେକ ଅସୁରମାନକୁ ପରାସ୍ତ କରିଥିବା କାହାଣୀଗୁଡ଼ିକୁ ଉପନ୍ୟାସରେ ବର୍ଣ୍ଣନା କରାଯାଇଛି । କୃଷ୍ଣ ଏବଂ ବଳରାମ ଦୁହେଁ  ଏକତ୍ର ମନ୍ଦକୁ ପରାସ୍ତ କରିଥିଲେ।

କୃଷ୍ଣ ଏବଂ ବଳରାମଙ୍କ ପରି ଯୀଶୁ ଏବଂ ଯୋହନ

କୃଷ୍ଣଙ୍କ ପରି, ଯୀଶୁଙ୍କର ଯୋହନ ଜଣେ ଘନିଷ୍ଠ ସମ୍ପର୍କୀୟ ଥିଲେ, ଯାହାଙ୍କ ସହ ଯୀଶୁ ତାଙ୍କର ମିଶନ ଆଲୋଚନା କରିଥିଲେ । ଯୀଶୁ ଏବଂ ଯୋହନ ସେମାନଙ୍କ ମାତାମାନଙ୍କ ମାଧ୍ୟମରେ ସମ୍ପର୍କିତ ଥିଲେ ଏବଂ ଯୋହନ ଯୀଶୁଙ୍କଠାରୁ 3 ମାସ ବଡ ଥିଲେ । ସୁସମାଚାର ପ୍ରଥମେ ଯୋହନଙ୍କୁ କେନ୍ଦ୍ର କରି ଯୀଶୁଙ୍କ ଶିକ୍ଷା ଏବଂ ଆରୋଗ୍ୟ ସେବାଗୁଡ଼ିକୁ ବର୍ଣ୍ଣନା କରେ । ଯଦି ଆମେ ପ୍ରଥମେ ଯୋହନଙ୍କ ଶିକ୍ଷାକୁ ବୁଝି ନାହୁଁ, ତେବେ ଆମେ ଯୀଶୁଙ୍କ ସେବାକୁ ବୁଝିପାରିବା ନାହିଁ । ଯୋହନ ସୁସମାଚାରର ପ୍ରାରମ୍ଭରେ ଅନୁତାପ (ପ୍ରାୟଶ୍ଚିତ) ଏବଂ ପରିଷ୍କାରତା (ଆମର ଅଭିଷେକ) ଶିଖାଇବାକୁ ଚେଷ୍ଟା କରିଥିଲେ ।

ବାପ୍ତିଜକ ଯୋହନ: ଆସୁଥିବା ସ୍ଵାମୀ ଆମକୁ ପ୍ରସ୍ତୁତ କରିବାକୁ ଭବିଷ୍ୟବାଣୀ କରିଥିଲେ

ସୁସମାଚାରରେ ‘ବାପ୍ତିଜକ ଯୋହନ’ ଶୁଦ୍ଧତାକୁ ଅନୁତାପ (ପ୍ରାୟଶ୍ଚିତ)ର ଏକ ସଙ୍କେତ ଭାବରେ ପ୍ରକାଶ କରିଥିଲେ, ଯୋହନଙ୍କ ଆଗମନ ଶହ ଶହ ବର୍ଷ ପୂର୍ବେ ପ୍ରାଚୀନ ଏବ୍ରୀୟ ବେଦରେ ଭବିଷ୍ୟବାଣୀ କରାଯାଇଥିଲା ।

ଏକ ଜଣର ରବ ପ୍ରଚାର କରେ, ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିମନ୍ତେ ରାଜପଥ ସଳଖ କର। ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ; ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।

ଯିଶାଇୟ  40:3-5

ଯିଶାଇୟ ଭବିଷ୍ୟବାଣୀ କରିଥିଲେ ଯେ ଈଶ୍ଵରଙ୍କ ପାଇଁ ‘ପଥ ପ୍ରସ୍ତୁତ କରିବାକୁ’ କେହି ଜଣେ ‘ନିର୍ଜନସ୍ଥାନରେ’ ପ୍ରଚାର କରିବେ । ସେ ବାଧାବିଘ୍ନଗୁଡ଼ିକୁ ଦୂର କରିବେ ଯାହା ଦ୍ଵାରା ‘ଈଶ୍ଵରଙ୍କ ଗୌରବ ପ୍ରକାଶ ପାଇବ’।

ଐତିହାସିକ ସମୟସୀମା ସାରଣୀରେ ଯିଶାଇୟ ଏବଂ ଅନ୍ୟ ଏବ୍ରୀୟ ସାଧୁଗଣ (ଭବିଷ୍ୟ‌ଦ୍‌ବକ୍ତା) ଯୀଶୁଙ୍କ ପୂର୍ବରୁ ମଲାଖୀ ଶେଷ ଥିଲେ

ଏବ୍ରୀୟ ବେଦ (ପୁରାତନ ନିୟମ) ର ଶେଷ ପୁସ୍ତକ ଯିଶାଇୟ ଲେଖିବାର 300 ବର୍ଷ ପରେ ମଲାଖୀ ଲେଖାଯାଇଥିଲା । ଏହି ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ଯିଶାଇୟ ଯାହା କହିଥିଲେ ତାହା ଉପରେ ମଲାଖୀ ବିସ୍ତୃତ ଭାବରେ ବର୍ଣ୍ଣନା କଲେ । ସେ ଭବିଷ୍ୟବାଣୀ କଲେ:

ଦେଖ, ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ଵେଷଣ କରୁଅଛ, ସେ ଅକସ୍ମାତ୍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ଦୂତଠାରେଅ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

ମଲାଖୀ 3:1

ମୀଖା ଭବିଷ୍ୟବାଣୀ କରିଥିଲେ ଯେ ପ୍ରସ୍ତୁତ “ଦୂତ” ଆସିବା ପରେ, ଈଶ୍ଵର ନିଜେ ତାଙ୍କ ମନ୍ଦିରରେ ବିରାଜମାନ ହେବେ । ଏହା ଯୋହନଙ୍କ ପରେ ଆସୁଥିବା ଯୀଶୁ, ଈଶ୍ଵରଙ୍କ ଆବତାରକୁ ସୂଚାଏ ।

ସ୍ଵାମୀ ଯୋହନ

ସୁସମାଚାର ଯୋହନଙ୍କ ବିଷୟରେ ଉଲ୍ଲେଖ କରେ:

ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।

ଲୂକ 1:80

ସେ ନିର୍ଜନ ସ୍ଥାନରେ ରହୁଥିଲେ:

ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ତାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।

ମାଥିଉ  3:4

ବଳରାମ ଶାରୀରିକ ଭାବରେ ଶକ୍ତିଶାଳୀ ଥିଲେ । ଯୋହନଙ୍କ ମାନସିକ ଏବଂ ଆତ୍ମିକ ଶକ୍ତି ତାଙ୍କୁ ବାଲ୍ୟକାଳରୁ ଭନପ୍ରସ୍ଥା (ଜଙ୍ଗଲ ନିବାସୀ) ଆଶ୍ରମରେ ରହିବାକୁ ସାହାଯ୍ୟ କରିଥିଲା । ତାଙ୍କର ଦୃଢ଼ ଆତ୍ମା ତାଙ୍କୁ ଅବସର ପାଇଁ ନୁହେଁ ବରଂ ତାଙ୍କୁ ସେବା ପାଇଁ ପ୍ରସ୍ତୁତ କରିବାକୁ  ଭନପ୍ରସ୍ଥା ପରି ପୋଷାକ ପରିଧାନ ଏବଂ ଖାଇବାକୁ ପ୍ରେରଣ କରିଥିଲା। ତାଙ୍କର ପ୍ରାନ୍ତର ଜୀବନ ତାଙ୍କୁ ନିଜକୁ ଜାଣିବା ପାଇଁ ଏବଂ  ପ୍ରଲୋଭନକୁ ପ୍ରତିରୋଧ କରିବାକୁ ସାହାଯ୍ୟ କରିଥିଲା । ସେ ସ୍ପଷ୍ଟ ଭାବରେ କହିଲେ ଯେ ସେ ଜଣେ ଅବତାର କିମ୍ବା ମନ୍ଦିରର ଯାଜକ ନୁହଁନ୍ତି। ତାଙ୍କର ଏହି ସ୍ୱଭାବକୁ ସମସ୍ତ ମହାନ ଶିକ୍ଷକଗଣ ଦ୍ଵାରା ଗ୍ରହଣ କରାଯାଏ । ଯେହେତୁ ସ୍ଵାମୀ ସଂସ୍କୃତ (स्वामी) ରୁ ଆସିଛି ଯାହାର ଅର୍ଥ ‘ଯିଏ ନିଜକୁ ଜାଣେ କିମ୍ବା ନିଜେ ଗୁରୁ’, ତେଣୁ ଯୋହନଙ୍କୁ ସ୍ୱାମୀ ବୋଲି ଭାବିବା ଉଚିତ୍ ।

ସ୍ଵାମୀ ଯୋହନ- ଇତିହାସରେ ଦୃଢ଼ ଭାବରେ ଉଲ୍ଲେଖିତ

ସୁସମାଚାର ଉଲ୍ଲେଖ କରେ:

ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।

ଲୂକ 3:1-2  

ଏହା ଯୋହନଙ୍କ ମିଶନ ସହ ଆରମ୍ଭ ହୁଏ ଏବଂ ଏହା ତାଙ୍କୁ ଅନେକ ପ୍ରସିଦ୍ଧ ଐତିହାସିକ ଲୋକଙ୍କ ସହିତ ଅନ୍ତର୍ଭୁକ୍ତ କରେ । ସେହି ସମୟର ଶାସକମାନଙ୍କ ବିସ୍ତୃତ ସନ୍ଦର୍ଭକୁ ଧ୍ୟାନ ଦିଅନ୍ତୁ । ଏହା ଆମକୁ ଐତିହାସିକ ଭାବରେ ସୁସମାଚାରର ବିବରଣଗୁଡ଼ିକର ସଠିକତା ଯାଞ୍ଚ କରିବାକୁ ଅନୁମତି ଦିଏ । ଏହା କରିବା ଦ୍ଵାରା ଆମେ ଜାଣୁ ଯେ ତିବିରୀୟା କାଇସରିୟା, ପନ୍ତିୟ ପୀଲାତ, ହେରୋଦ, ଫିଲିପ୍, ଲୂସାନୀୟା, ଆନ୍ନାସ୍ ଏବଂ କାୟାଫା ସମସ୍ତେ ହେଉଛନ୍ତି ଧର୍ମନିରପେକ୍ଷ ରୋମାନ୍ ଏବଂ ଯିହୁଦୀ ଐତିହାସିକ ଭାବରେ ଜଣାଶୁଣା । ବିଭିନ୍ନ ଶାସକମାନଙ୍କୁ ଦିଆଯାଇଥିବା ବିଭିନ୍ନ ଆଖ୍ୟାଗୁଡ଼ିକ (ଯଥା ପନ୍ତିୟ ପୀଲାତଙ୍କ ପାଇଁ ‘ସାମନ୍ତରାଜା, ହେରୋଦଙ୍କ ପାଇଁ ଇତ୍ୟାଦି) ଐତିହାସିକ ଭାବରେ ସଠିକ୍ ପ୍ରମାଣିତ । ଏହିପରି ଆମେ ଆକଳନ କରିପାରିବା ଯେ ଏହି ବିବରଣୀ ନିର୍ଭରଯୋଗ୍ୟ ଭାବରେ ଉଲ୍ଲେଖିତ ।

14 ଖ୍ରୀଷ୍ଟାବ୍ଦରେ ତିବିରୀୟା କାଇସରିୟା ରୋମୀୟ ସିଂହାସନ ଆରୋହଣ କରିଥିଲେ। ତାଙ୍କ ରାଜତ୍ୱର 15 ତମ ବର୍ଷ ଅର୍ଥାତ୍ ଯୋହନ ତାଙ୍କର ମିଶନ 29 ଖ୍ରୀଷ୍ଟାବ୍ଦରେ ଆରମ୍ଭ କରିଥିଲେ ।

ସ୍ଵାମୀ ଯୋହନଙ୍କ ଘୋଷଣା – ମନ ପରିବର୍ତ୍ତନ ଏବଂ ସ୍ୱୀକାର କର

ଯୋହନଙ୍କ ଘୋଷଣା କ’ଣ ଥିଲା? ତାଙ୍କ ଜୀବନ ଶୈଳୀ ପରି, ତାଙ୍କ ଘୋଷଣା ସରଳ କିନ୍ତୁ ଶକ୍ତିଶାଳୀ ଥିଲା । ସୁସମାଚାର କହେ:

ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।

ମାଥିଉ 3:1-2

ତାଙ୍କର ବାର୍ତ୍ତା ପ୍ରଥମେ ଏକ ସତ୍ୟର ଘୋଷଣା ଥିଲା – ସ୍ୱର୍ଗରାଜ୍ୟ “ନିକଟତର” । କିନ୍ତୁ ଲୋକମାନେ ଯଦି ଅନୁତାପ ନକରନ୍ତି ତେବେ ଏହି ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ। ବାସ୍ତବରେ, ଯଦି ସେମାନେ ‘ଅନୁତାପ’ ନକରନ୍ତି ତେବେ ସେମାନେ ଏହି ରାଜ୍ୟକୁ ହରାଇବେ । ଅନୁତାପର ଅର୍ଥ “ମନ ପରିବର୍ତ୍ତନ କରିବା; ପୁନର୍ବିଚାର କରିବା; ଭିନ୍ନ ଭାବରେ ଚିନ୍ତା କରିବା। ” ଏହାର ଅର୍ଥ ପ୍ରାୟଶ୍ଚିତ (ପ୍ରାୟଶ୍ଚିତା) ଅଟେ । କିନ୍ତୁ ସେମାନେ କେଉଁ ବିଷୟରେ ଭିନ୍ନ ଭାବରେ ଚିନ୍ତା କରିବେ? ତାହା ଆମେ ଯୋହନଙ୍କ ବାର୍ତ୍ତାର ପ୍ରତିକ୍ରିୟାଗୁଡ଼ିକୁ ଦେଖି ଜାଣିପାରିବା । ଲୋକମାନେ ତାଙ୍କ ବାର୍ତ୍ତାକୁ ଉତ୍ତର ଦେଇଥିଲେ:

ଆଉ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।

ମାଥିଉ 3:6

ସ୍ୱାଭାବିକ ଭାବରେ ଆମେ ଆମର ପାପ ଲୁଚାଇଥାଉ ଏବଂ ଆମେ ଭୁଲ୍ କରିନାହୁଁ ବୋଲି ବାହାନା କରିଥାଉ । ଆମର ପାପ ସ୍ୱୀକାର କରିବା ଏବଂ ଅନୁତାପ କରିବା ଆମ ପାଇଁ ପ୍ରାୟ ଅସମ୍ଭବ ହୁଏ କାରଣ ଏଥିରେ ଆମକୁ ଦୋଷ ଏବଂ ଲଜ୍ଜାର ସମ୍ମୁଖିନ ହେବାକୁ ପଡିଥାଏ । ଯୋହନ ପ୍ରଚାର କଲେ ଯେ ଲୋକମାନେ ଈଶ୍ଵରଙ୍କ ରାଜ୍ୟ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଅନୁତାପ କରିବା ଆବଶ୍ୟକ (ପ୍ରାୟଶ୍ଚିତ) ।

ଅନୁତାପର ସଙ୍କେତ ଭାବରେ ସେମାନେ ନଦୀରେ ଯୋହନଙ୍କ ଦ୍ୱାରା ‘ବାପ୍ତିଜିତ’ ହେବାର ଥିଲା । ବାପ୍ତିସ୍ମ ଅର୍ଥ ରୀତି ଅନୁସାରେ ସ୍ନାନ କରିବା  କିମ୍ବା ଜଳରେ ପରିଷ୍କୃତ ହେବା । ତା’ପରେ  ସେମାନେ ଶୁଦ୍ଧ ରହିବା ପାଇଁ ରୀତି ଅନୁଯାୟୀ କପ ଏବଂ ବାସନକୁ ମଧ୍ୟ ‘ବାପ୍ତିଜିତ’ (ସଫା) କରନ୍ତି । ଯେପରି ଆମେ ସମସ୍ତେ ଜାଣୁ ଯେ ପୁରହିତମାନେ ପବିତ୍ର ତଥା ପର୍ବପର୍ବାଣୀର ପ୍ରସ୍ତୁତି ସମୟରେ ମୁର୍ତ୍ତୀଗୁଡ଼ିକୁ ଅଭିଷେକ (ଅଭିଷେକା) ସ୍ନାନ କରାନ୍ତି । ମନୁଷ୍ୟ ‘ଈଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଥିଲେ’ ଏବଂ ତେଣୁ ଯୋହନଙ୍କ ରୀତି ଅନୁଯାୟୀ ନଦୀରେ ଲୋକମାନଙ୍କୁ ସ୍ନାନ କରେଇବା ଏକ ଅଭିଷେକର ସଙ୍କେତ ଥିଲା ଏବଂ ଏହା  ଈଶ୍ଵରଙ୍କ ଅନୁତାପକାରୀମାନଙ୍କୁ ସ୍ୱର୍ଗରାଜ୍ୟ ପାଇଁ ପ୍ରସ୍ତୁତିକୁ ସୂଚାଏ । ବର୍ତ୍ତମାନ ବାପ୍ତିସ୍ମକୁ ଖ୍ରୀଷ୍ଟିୟାନମାନଙ୍କର ଅଭ୍ୟାସ ଭାବରେ ବିବେଚନା କରାଯାଏ, କିନ୍ତୁ ଏଠାରେ ଏହା ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତିକୁ ସୂଚାଏ ।

ପ୍ରାୟଶ୍ଚିତର ଫଳ

ଅନେକ ଲୋକ ବାପ୍ତିସ୍ମ ପାଇଁ ଯୋହନଙ୍କ ନିକଟକୁ ଆସିଥିଲେ, କିନ୍ତୁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ନିଜର ପାପ ସ୍ୱୀକାର କରିନଥିଲେ । ସୁସମାଚାର କହେ:

କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?

ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, ପୁଣି ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି।

ଆଉ, ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ, ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।

ମାଥିଉ 3:7-10

ଫାରୂଶୀ ଓ ସାଦ୍ଦୂକୀମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ଥିଲେ, ଏବଂ ବ୍ୟବସ୍ଥାର ସମସ୍ତ ଧାର୍ମିକ ରୀତିକୁ ପାଳନ କରିବା ପାଇଁ କଠିନ ପରିଶ୍ରମ କରୁଥିଲେ। ସମସ୍ତେ ଭାବୁଥିଲେ ଯେ ସେମାନଙ୍କର ଧାର୍ମିକ ଶିକ୍ଷା ଏବଂ ଯୋଗ୍ୟତା ଈଶ୍ଵରଙ୍କ ଦ୍ୱାରା ଅନୁମୋଦିତ ଅଟେ । କିନ୍ତୁ ଯୋହନ ସେମାନଙ୍କୁ ‘କାଳସର୍ପର ବଂଶ’ ବୋଲି ଡାକିଲେ ଏବଂ ସେମାନଙ୍କର ଆଗାମୀ ବିଚାର ବିଷୟରେ ଚେତାବନୀ ଦେଇଥିଲେ ।

କାହିଁକି? 

‘ଅନୁତାପ ଅନୁଯାୟୀ ଫଳ ଉତ୍ପାଦନ ନକରି’ ସେମାନେ ଏହା ଦର୍ଶାନ୍ତି ଯେ ସେମାନେ ପ୍ରକୃତରେ ଅନୁତାପ କରିନାହାଁନ୍ତି । ସେମାନେ ସେମାନଙ୍କର ପାପ ସ୍ୱୀକାର କରିନଥିଲେ କିନ୍ତୁ ସେମାନଙ୍କର ପାପ ଲୁଚାଇବା ପାଇଁ ସେମାନେ ଧାର୍ମିକ ରୀତିଗୁଡ଼ିକୁ ବ୍ୟବହାର କରୁଥିଲେ। ସେମାନଙ୍କର ଧାର୍ମିକ ପରମ୍ପରା, ଯଦିଓ ଉତ୍ତମ, ଏହା ସେମାନଙ୍କୁ ଅନୁତାପ କରେଇବା ପରିବର୍ତ୍ତେ ଗର୍ବିତ କରିଥିଲା ​​।

ଅନୁତାପର ଫଳ

ଅନୁତାପ କରି ନିଜର ପାପକୁ ସ୍ଵୀକାର କରିବାର ଅର୍ଥ ଜୀବନକୁ ଏକ ଭିନ୍ନ ଭାବରେ ବଞ୍ଚିବା । ଏହି ଆଲୋଚନାରେ ଲୋକମାନେ ଯୋହନଙ୍କୁ ପଚାରିଥିଲେ ଯେ ସେମାନେ କିପରି ଅନୁତାପ ଫଳଗୁଡ଼ିକୁ ପ୍ରଦର୍ଶନ କରିବେ?

ଏଥିରେ ଲୋକସମୂହ ତାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ। କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯାହା ନିରୂପିତ, ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ। ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।

ଲୂକ 3:10-14

ଯୋହନ ଖ୍ରୀଷ୍ଟ ଥିଲେ କି?

ଯୋହନଙ୍କ ବାର୍ତ୍ତାର ପ୍ରଭାବ ଦେଖି, ଅନେକ ଲୋକ ଭାବିଲେ ଯେ ସେ ପ୍ରାଚୀନ କାଳରୁ ଈଶ୍ଵରଙ୍କ ପ୍ରତିମୁର୍ତ୍ତିରେ ଅସିବାକୁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ବୋଲି  । ଏହି ଆଲୋଚନାକୁ ସୁସମାଚାର ଉଲ୍ଲେଖ କରେ:

ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ସମ୍ଵନ୍ଧରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ, ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ।

ଲୂକ 3:15-18

ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ଵାଦ ପ୍ରଚାର କରୁଥିଲେ;

ମସିହ (ଖ୍ରୀଷ୍ଟ) ଅର୍ଥାତ୍ ଯୀଶୁ ଖୁବ୍ ଶୀଘ୍ର ଆସୁଛନ୍ତି ବୋଲି ଯୋହନ ସେମାନଙ୍କୁ କହିଲେ ।

ଆମେ ଏବଂ ସ୍ଵାମୀ ଯୋହନଙ୍କ ମିଶନ

ଯୋହନ ଈଶ୍ଵରଙ୍କ ରାଜ୍ୟ ପାଇଁ ଲୋକଙ୍କୁ ପ୍ରସ୍ତୁତ କରି ଯୀଶୁଙ୍କ ସହଭାଗୀ ହୋଇଥିଲେ, ଯେପରି ବଳରାମ କୃଷ୍ଣଙ୍କ ସହ ମନ୍ଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ମିଶିଥିଲେ । ଯୋହନ ଅନେକ ବ୍ୟବସ୍ଥା ଦେଇ ସେମାନଙ୍କୁ ପ୍ରସ୍ତୁତ କରିନଥିଲେ, ବରଂ ସେମାନଙ୍କୁ ସେମାନଙ୍କର ପାପରୁ (ପ୍ରାୟଶ୍ଚିତ) ଏବଂ ନଦୀରେ ରୀତି ଅନୁଯାୟୀ ସ୍ନାନ କରିବା (ଆତ୍ମ-ଆଭିଷେକ) କୁ ଆହ୍ୱାନ ଦ୍ୱାରା ସେ ସେମାନଙ୍କର ଭିତରର ଅନୁତାପକୁ ପ୍ରକାଶ କରିଥିଲେ ।

ଏହା କରିବା କଷ୍ଟସାଧ୍ୟ ଅଟେ କାରଣ ଏହା ଆମର ଲଜ୍ଜା ଏବଂ ଦୋଷକୁ ପ୍ରକାଶ କରିଥାଏ ତେଣୁ ଧାର୍ମିକ ଗୁରୁମାନେ ସେତେବେଳେ ଅନୁତାପ ପାରିଲେ ନାହିଁ। ବରଂ ସେମାନେ ସେମାନଙ୍କର ପାପ ଲୁଚାଇବା ପାଇଁ ଧର୍ମକୁ ବ୍ୟବହାର କଲେ । ସେହି କାରଣରୁ ସେମାନେ ଯୀଶୁ ଆସିବାରୁ ଈଶ୍ଵରଙ୍କ ରାଜ୍ୟ ବିଷୟରେ ବୁଝିବାକୁ ପ୍ରସ୍ତୁତ ନଥିଲେ । ଯୋହନ ଚେତାବନୀ ଆଜି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଚାହାଁନ୍ତି ଯେ ଆମେ ଆମର ପାପରୁ ଅନୁତାପ କରୁ । ଆମେ ଅନୁତାପ କରିବା କି?

ଆମେ ଯେବେ ଶୟତାନ ଦ୍ୱାରା ପ୍ରଲୋଭିତ ହେଇଥାଉ, ଆମେ ଯୀଶୁଙ୍କ ଉପସ୍ଥିତିକୁ ଆସିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *