Skip to content
Home » ପଦ ୨ – ପୁରୁଷ ଅମରତାର ପ୍ରଭୁ

ପଦ ୨ – ପୁରୁଷ ଅମରତାର ପ୍ରଭୁ

  • by

ଆମେମାନେ ପୁରୁଷସୁକ୍ତାର ପ୍ରଥମ ପଦରେ ଦେଖିଲୁ ଯେ ପୁରୁଷଙ୍କୁ ସର୍ବଜ୍ଞ, ସର୍ବଶକ୍ତିମାନ ଓ ସର୍ବତ୍ର ଉପସ୍ଥିତ ବୋଲି ବର୍ଣ୍ଣନା କରାଯାଇଥିଲା | ତା’ପରେ ଆମେମାନେ ପ୍ରଶ୍ନ ଉଠାଇଲୁ ଯେ ପୁରୁଷ ଯୀଶୁ ସତସଙ୍ଗ (ଯୀଶୁ ଖ୍ରୀଷ୍ଟ) ହୋଇପାରନ୍ତି ଓ ଏହି ପ୍ରଶ୍ନକୁ ଦୃଷ୍ଟିରେ ରଖି ପୁରୁଷସୁକ୍ତାକୁ ଅଧ୍ୟୟନ କରିଥିଲୁ | ତେଣୁ ଆମେମାନେ ପୁରୁଷସୁକ୍ତାର ଦ୍ୱିତୀୟ ପଦରେ ଦେଖୁ, ଯାହା ପୁରୁଷଙ୍କୁ ଅତି ଅସାଧାରଣ ଶବ୍ଦରେ ବର୍ଣ୍ଣନା କରେ | ଏଠାରେ ସଂସ୍କୃତ ଭାଷାନ୍ତର ଓ ଇଂରାଜୀ ଅନୁବାଦ ପ୍ରଦାନ କରାଯାଇଅଛି (ଯୋଷେଫ ପାଦିନଜେରେକାରା (346 ପୃଷ୍ଠା 2007)) ଦ୍ୱାରା ପ୍ରାଚୀନ ବେଦରେ ଖ୍ରୀଷ୍ଟଙ୍କ ପୁସ୍ତକ ଅଧ୍ୟୟନରୁ ସଂସ୍କୃତ ଅନୁବାଦଗୁଡ଼ିକ ଉଲ୍ଲେଖ କରାଯାଇଅଛି |

ପୁରୁଷସୁକ୍ତାର ଦ୍ୱିତୀୟ ପଦ
ଇଂରାଜୀ ଅନୁବାଦସଂସ୍କୃତ ଭାଷାନ୍ତର
ପୁରୁଷ ଏହି ସମସ୍ତ ବ୍ରହ୍ମାଣ୍ଡ ଅଟନ୍ତି, ଯାହା ହୋଇଅଛି ଓ ଯାହା ହେବ | ଓ ସେ ଅମରତାର ପ୍ରଭୁ ଅଟନ୍ତି, ଯାହାକୁ ସେ ଖାଦ୍ୟ ବିନା [ପ୍ରାକୃତିକ ପଦାର୍ଥ] ଯୋଗାନ୍ତି |ପୁରୁଷ ଇଭେଦମ ସାରଭମ୍ ୟଦ୍ଭୁତଂ ୟାକା ଭ୍ୟାଭମ୍ ଉତମ୍ରତତଭାସେସାନୋ ୟାଦାନେନାଟିରୋହାଟି

ପୁରୁଷଙ୍କର ଗୁଣ

ପୁରୁଷ ବ୍ରହ୍ମାଣ୍ଡଠାରୁ ଶ୍ରେଷ୍ଠ (ସ୍ଥାନ ଓ ବସ୍ତୁର ସମ୍ପୁର୍ଣ୍ଣ ପରିମାଣ) ଓ ସମୟର ପ୍ରଭୁ (‘ଯାହା ଅଛି ଓ ହେବ’) ଓ ‘ଅମରତାର ପ୍ରଭୁ’ – ଅନନ୍ତ ଜୀବନ | ହିନ୍ଦୁ ପୁରାଣରେ ଅନେକ ଦେବତା ଅଛନ୍ତି କିନ୍ତୁ କାହାକୁ ଏପରି ଅସୀମ ଗୁଣ ଦିଆଯାଇ ନାହିଁ |

ଏଗୁଡ଼ିକ ଏପରି ଆଶ୍ଚର୍ଯ୍ୟଜନକ ପ୍ରେରଣାଦାୟକ ଗୁଣସମୂହ ଯାହା କେବଳ ଏକ ପ୍ରକୃତ ଈଶ୍ଵରଙ୍କ – ସୃଷ୍ଟିର ପ୍ରଭୁଙ୍କର ହୋଇପାରିବ | ଏହା ୠଗ୍ ବେଦର ପ୍ରଜାପତିଙ୍କର (ଏବ୍ରୀୟ ପୁରାତନ ନିୟମର ସଦାପ୍ରଭୁଙ୍କ ସହିତ ସମକକ୍ଷ) | ଏହିପରି, ଏହି ବ୍ୟକ୍ତି, ପୁରୁଷ, କେବଳ ଏହି ଈଶ୍ୱରଙ୍କ ଦେହଧାରୀ – ସମସ୍ତ ସୃଷ୍ଟିର ପ୍ରଭୁ ରୂପେ ବିବେଚିତ  |

କିନ୍ତୁ ଆମମାନଙ୍କ ପାଇଁ ଆହୁରି ପ୍ରଯୁଜ୍ୟ ଏହା ଯେ ପୁରୁଷ ଆମମାନଙ୍କୁ ଏହି ଅମରତା (ଅନନ୍ତ ଜୀବନ) ‘ପ୍ରଦାନ କରନ୍ତି’ | ସେ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଏହା କରନ୍ତି ନାହିଁ, ଅର୍ଥାତ୍, ସେ ଅନନ୍ତ ଜୀବନ ପ୍ରଦାନ କରିବା ପାଇଁ ବ୍ରହ୍ମାଣ୍ଡର ପ୍ରାକୃତିକ ପ୍ରକ୍ରିୟା କିମ୍ବା ପ୍ରାକୃତିକ ପଦାର୍ଥ / ଶକ୍ତି ବ୍ୟବହାର କରନ୍ତି ନାହିଁ | ଆମେମାନେ ସମସ୍ତେ ମୃତ୍ୟୁ ଓ କର୍ମର ଅଭିଶାପରେ ଅଛୁ | ଏହା  ଆମମାନଙ୍କର ଅସ୍ତିତ୍ୱର ବୃଥା ଅଟେ, ଯେଉଁଥିରୁ ଆମେମାନେ ଖସିଯିବାକୁ ଇଚ୍ଛା କରୁ ଓ ଏଥିପାଇଁ ପୂଜା, ସ୍ନାନ ଓ ଅନ୍ୟାନ୍ୟ ତତ୍ପରତା ଅଭ୍ୟାସ କରିବାରେ ଆମେମାନେ କଠିନ ପରିଶ୍ରମ କରୁ | ଯଦି ସେଠାରେ ଏପରି ଗୋଟିଏ ସୁଯୋଗ ଅଛି ଓ ଏହା  ସତ୍ୟ  ଅଟେ ଓ ପୁରୁଷଙ୍କର ଉଭୟ ଶକ୍ତି ଓ ଅମରତା ପ୍ରଦାନ କରିବାର ଇଚ୍ଛା ଅଛି ତେବେ ଏ ବିଷୟରେ ଅଧିକ ଜ୍ଞାନ ଉପାର୍ଜନ କରିବା ବୁଦ୍ଧିମାନ ହେବ |

ବେଦ ପୁସ୍ତକମ୍ (ବାଇବଲ) ର ୠଷିଙ୍କ ତୁଳନାରେ

ଏହାକୁ ଦୃଷ୍ଟିରେ ରଖି ଆସନ୍ତୁ ମାନବ ଇତିହାସର ଏକ ପୁରାତନ ପବିତ୍ର ଲେଖା ମଧ୍ୟରୁ ଗୋଟିଏ ବିଷୟରେ ବିଚାର କରିବା | ଏହା ଏବ୍ରୀୟ ନିୟମ (ବାଇବଲର ପୁରୁଣା ନିୟମ ବା ବେଦ ପୁସ୍ତକମ୍ କୁହାଯାଏ) ରେ ମିଳିଥାଏ | ୠଗ୍ ବେଦ ପରି ଏହି ପୁସ୍ତକଟି ବିଭିନ୍ନ ଭିନ୍ନ ଭିନ୍ନ ୠଷିଙ୍କଠାରୁ ବାକ୍ୟ, ଭଜନ, ଇତିହାସ ଏବଂ ଭବିଷ୍ୟବାଣୀର ଏକ ସଂଗ୍ରହ ଅଟେ, ଯଦିଓ ସେମାନେ ବହୁ ପୂର୍ବରୁ ନିଶ୍ୱାସ ତ୍ୟାଗ କରିଥିଲେ, ସେମାନେ ଇତିହାସର ବିଭିନ୍ନ ଯୁଗରେ ବାସ କରିଥିଲେ ଓ ଲେଖିଥିଲେ | ତେଣୁ ପୁରାତନ ନିୟମ ଏକ ପୁସ୍ତକରେ ମିଶ୍ରିତ ବିଭିନ୍ନ ଅନୁପ୍ରାଣିତ ଲେଖାର ସଂଗ୍ରହ କିମ୍ବା ଗ୍ରନ୍ଥାଗାର ଭାବରେ ସର୍ବୋତ୍ତମ ଭାବରେ ବିବେଚନା କରାଯାଏ | ଏହି ୠଷିମାନଙ୍କର ଅଧିକାଂଶ ଲେଖା ଏବ୍ରୀୟ ଥିଲା ଓଏହିପରି ମହାନ ୠଷି ଅବ୍ରହାମଙ୍କ ବଂଶଧର ଯେଉଁମାନେ ପ୍ରାୟ 2000 ଖ୍ରୀଷ୍ଟପୂର୍ବ ବଞ୍ଚିଥିଲେ। ତଥାପି, ଗୋଟିଏ ଲେଖା ଅଛି, ୠଷି ଆୟୁବଙ୍କ ଦ୍ୱାରା ଲିଖିତ ଯିଏ ଅବ୍ରହାମଙ୍କ ଅପେକ୍ଷା ପୂର୍ବରୁ ବାସ କରୁଥିଲେ | ସେ ବଞ୍ଚିଥିବା ସମୟରେ ଏପରି କୌଣସି ଏବ୍ରୀୟ ଜାତି ନ୍ଥିଲା। ଯେଉଁମାନେ ଆୟୁବ ପୁସ୍ତକ ଅଧ୍ୟୟନ କରିଛନ୍ତି ସେମାନେ ଅନୁମାନ କରନ୍ତି ଯେ ସେ ପ୍ରାୟ 4000 ବର୍ଷ ପୂର୍ବେ ପ୍ରାୟ 2200 ଖ୍ରୀଷ୍ଟପୂର୍ବ ବଞ୍ଚିଥିଲେ।

ଆୟୁବ ପୁସ୍ତକରେ

ତାଙ୍କର ପବିତ୍ର ପୁସ୍ତକରେ ଯାହା ଆୟୁବ ପୁସ୍ତକ ଭାବରେ ପରିଚିତ ଆମେମାନେ ଆୟୁବଙ୍କୁ ଆପଣା ସାଥୀମାନଙ୍କୁ ନିମ୍ନଲିଖିତ କଥା କହୁଥିବା ଦେଖୁ:

ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି,

ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;

ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ

ମୁଁ ମାଂସବିହୀନ ହୋଇ ପରମେଶ୍ଵରଙ୍କୁ ଦେଖିବି;

ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି,

ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ।

 ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

ଆୟୁବ 19:25-27

ଆୟୁବ ଆସୁଥିବା ‘ମୁକ୍ତିଦାତା’ ଙ୍କ ବିଷୟରେ ଉଲ୍ଲେଖ କରନ୍ତି | ଆମେମାନେ ଜାଣୁ ଯେ ଆୟୁବ ଭବିଷ୍ୟତକୁ ଦୃଷ୍ଟିପାତ କରନ୍ତି କାରଣ ମୁକ୍ତିଦାତା (ଅର୍ଥାତ୍ ଭବିଷ୍ୟତ କାଳରେ) ପୃଥିବୀ ଉପରେ ଠିଆ ‘ହେବେ’ | କିନ୍ତୁ ଏହି ମୁକ୍ତିଦାତା ବର୍ତ୍ତମାନ ସୁଦ୍ଧା ‘ଜୀବିତ’ – ଯଦିଓ ପୃଥିବୀରେ ନୁହେଁ | ତେଣୁ ଏହି ମୁକ୍ତିଦାତା, ପୁରୁଷସୁକ୍ତାର ଏହି ପଦରେ ପୁରୁଷ ପରି, ସମୟର ପ୍ରଭୁ ଅଟନ୍ତି କାରଣ ତାଙ୍କ ଅସ୍ତିତ୍ୱ ଆମମାନଙ୍କ ପରି ସମୟ ମଧ୍ୟରେ ସୀମିତ ନୁହେଁ |

ଆୟୁବ ତା’ପରେ ଘୋଷଣା କରନ୍ତି ଯେ ‘ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ, (ଅର୍ଥାତ୍ ତାଙ୍କ ମୃତ୍ୟୁ ପରେ) ସେ ‘ତାଙ୍କୁ’ (ଏହି ମୁକ୍ତିଦାତା) ଦେଖିବେ ଓ ସେହି ସମୟରେ ‘ଈଶ୍ଵରଙ୍କୁ ଦେଖିବେ’ | ଅନ୍ୟ ଅର୍ଥରେ, ଏହି ଆସୁଥିବା ମୁକ୍ତିଦାତା ହେଉଛନ୍ତି ଈଶ୍ଵରଙ୍କ ଦେହଧାରୀ, ଯେପରି ପୁରୁଷ ପ୍ରଜାପତିଙ୍କ ଦେହଧାରୀ ଅଟନ୍ତି | କିନ୍ତୁ ଆୟୁବ ନିଜ ମୃତ୍ୟୁ ପରେ ତାଙ୍କୁ କିପରି ଦେଖି ପାରିବେ? ଓ ଏହା ନିଶ୍ଚିତ କରିବାକୁ ଆମେମାନେ ଏହି ବିନ୍ଦୁକୁ ହାତଛଡ଼ା କରିନାହୁଁ କାରଣ ଆୟୁବ ଘୋଷଣା କରିନ୍ତି ଯେ ‘ମୋହର ଚକ୍ଷୁ ତାହାଙ୍କୁ, ଅନ୍ୟ ନୁହେଁ’ ଏହି ମୁକ୍ତିଦାତାଙ୍କୁ ପୃଥିବୀରେ ଠିଆ ହେବାର ଦେଖିବ | ଏହାର ଏକମାତ୍ର ବ୍ୟାଖ୍ୟା ହେଉଛି ଯେ ଏହି ମୁକ୍ତିଦାତା ଆୟୁବଙ୍କୁ ଅମରତା ପ୍ରଦାନ କରିଛନ୍ତି ଓ ସେ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେ ଏହି ମୁକ୍ତିଦାତା, ଯିଏ ଈଶ୍ଵର, ପୃଥିବୀକୁ ଆଗମନ କରିବେ ଓ ଆୟୁବଙ୍କୁ ଅମରତା ପ୍ରଦାନ କଛନ୍ତି ଯାହା ଦ୍ଵାରା ସେ ପୁଣି ପୃଥିବୀରେ ରହିବେ ଓ ନିଜ ଚକ୍ଷୁରେ ମୁକ୍ତିଦାତାଙ୍କୁ ଦେଖିବେ | ଏହି ଆଶା ଆୟୁବଙ୍କୁ ଏତେ ଆକର୍ଷିତ କରିଛି ଯେ ଏହି ଦିନର ଆଶାରେ ତାଙ୍କ ‘ବକ୍ଷ ମଧ୍ୟରେ ତାହାଙ୍କ ହୃଦୟ କ୍ଷୀଣ ହୁଏ।’ | ଏହା ଏକ ମନ୍ତ୍ର ଥିଲା ଯାହା ତାଙ୍କୁ ପରିବର୍ତ୍ତନ କରିଥିଲା |

ଏବଂ ଯିଶାଇୟ

ଏବ୍ରୀୟ ୠଷି ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରନ୍ତି ଯାହା ପୁରୁଷ ଓ ଆୟୁବଙ୍କ ମୁକ୍ତିଦାତାଙ୍କର ଏହି ବର୍ଣ୍ଣନା ସହିତ ସମାନ ଅଟେ | ଯିଶାଇୟ ଏପରି ଜଣେ ୠଷି ଥିଲେ ଯିଏ ପ୍ରାୟ 750 ଖ୍ରୀଷ୍ଟପୂର୍ବେ ବଞ୍ଚିଥିଲେ। ସେ ଈଶ୍ୱରଙ୍କ ପ୍ରେରଣା ଅନୁଯାୟୀ ଅନେକ ବାକ୍ୟ ଲେଖିଥିଲେ | ସେ ଏହି ଆସୁଥିବା ବ୍ୟକ୍ତିଙ୍କୁ କିପରି ବର୍ଣ୍ଣନା କରିଛନ୍ତି:

ମାତ୍ର ପୂର୍ବେ ଯେଉଁମାନେ ବେଦନାଗ୍ରସ୍ତ ଥିଲେ, ସେମାନେ ତିମିରାବୃତ ହୋଇ ରହିବେ ନାହିଁ। ପୂର୍ବ କାଳରେ ସେ ସବୂଲୂନ୍ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ।

2 ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ,

ସେମାନେ ମହାଆଲୁଅ ଦେଖିଅଛନ୍ତି;

ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ,

ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି….

6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି,

ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି

ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ;

ପୁଣି, ତାହାଙ୍କର ନାମ

ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର,

, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।

ଯିଶାଇୟ 9:1-2,6

ଅନ୍ୟ ଅର୍ଥରେ, ୠଷି ଯିଶାଇୟ ଏକ ପୁତ୍ରର ଜନ୍ମ ବିଷୟରେ ଭବିଷ୍ୟବାଣୀ କରୁଛନ୍ତି ଓ ଘୋଷଣା କରୁଛନ୍ତି ଯେ ଏହି ପୁତ୍ରକୁ ‘ଶକ୍ତିଶାଳୀ ଈଶ୍ଵର’ କୁହାଯିବ | ଏହି ଖବର ‘ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କରୁଥିବା’ ଲୋକଙ୍କ ପାଇଁ ବିଶେଷ ସହାୟକ ହେବ | ଏହାର ଅର୍ଥ କ’ଣ? ଆମମାନଙ୍କର ଆଗାମୀ ଜୀବନ ଓ ଆମମାନଙ୍କୁ ଶାସନ କରୁଥିବା କର୍ମରୁ ରକ୍ଷା ପାଇପାରିବା ଜାଣି ଆମମାନଙ୍କ ଜୀବନ ବଞ୍ଚିଛି | ତେଣୁ ଆମେମାନେ ବାସ୍ତବରେ ‘ମୃତ୍ୟୁଚ୍ଛାୟାରେ’ ବାସ କରୁ | ଏହିପରି ଏହି ଆସୁଥିବା ପୁତ୍ର, ଯାହାକୁ ‘ପରାକ୍ରମୀ ଈଶ୍ଵର’ କୁହାଯିବ, ସେ ଆମର ଆଗାମୀ ମୃତ୍ୟୁଚ୍ଛାୟାରେବାସ କରୁଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଆଲୋକ କିମ୍ବା ଭରସା ହେବେ |

ଏବଂ ମୀଖା

ଅନ୍ୟ ଜଣେ ୠଷି, ମୀଖା, ଯିଏ ଯିଶାଇୟ (ଖ୍ରୀଷ୍ଟପୂର୍ବ 750) ସହିତ ଏକ ସମୟରେ ବାସ କରୁଥିଲେ, ଏହି ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଏକ ଈଶ୍ୱରୀୟ ବାକ୍ୟ ଲେଖିଥିଲେ | ସେ ଲେଖନ୍ତି:

ମାତ୍ର ହେ ବେଥଲିହିମ-ଉଫ୍ରାଥା,

ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ,

ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା

ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ

 ଏକ ବ୍ୟକ୍ତି ଉତ୍ପନ୍ନ ହେବେ;

ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି।

ମୀଖା 5:2

ମୀଖା କହନ୍ତି ଯେ ଇଫ୍ରାଥା ଅଞ୍ଚଳର ବେଥଲିହିମ ସହରରୁ ଜଣେ ବ୍ୟକ୍ତି ଆସିବେ ଯେଉଁଠାରେ ଯିହୁଦାର ପରିବାର (ଅର୍ଥାତ୍ ଯିହୁଦୀମାନେ) ରହୁଥିଲେ। ଏହି ବ୍ୟକ୍ତିଙ୍କ ବିଷୟରେ ଯାହା ସମ୍ପୂର୍ଣ୍ଣ ଅତୁଳନୀୟ ଅଟେ, ତାହା ଯଦିଓ ସେ ଇତିହାସର ଏକ ନିର୍ଦ୍ଦିଷ୍ଟ ସମୟରେ ବେଥଲିହିମରୁ ‘ଆସିବେ’, ତଥାପି ସେ ଏହି ଉତ୍ପତ୍ତି ସମୟ ଆରମ୍ଭରୁ ବିଦ୍ୟମାନ ଥିଲେ | ଏହିପରି, ପୁରୁଷସୁକ୍ତାର ପଦ 2 ପରି, ଓ ଆୟୁବ ପୁସ୍ତକରେ ଆସୁଥିବା ମୁକ୍ତିଦାତା ପରି, ଏହି ବ୍ୟକ୍ତି ଆମମାନଙ୍କ ପରି ସମୟ ଦ୍ୱାରା ବନ୍ଧା ହେବେ ନାହିଁ | ସେ ସମୟର ପ୍ରଭୁ ହେବେ। ଏହା ଏକ ଈଶ୍ୱରୀୟ ଦକ୍ଷତା ଅଟେ, ମଣିଷ ନୁହେଁ, ଓ ଏହିପରି ସେସମସ୍ତ ବିଷୟ ସେହି ଉକ୍ତ ବ୍ୟକ୍ତିଙ୍କୁ ସୂଚାଉଅଛି |

ଯୀଶୁ ସତସଙ୍ଗରେ ପୂର୍ଣ୍ଣ ହେଲା (ଯୀଶୁ ଖ୍ରୀଷ୍ଟ)

କିନ୍ତୁ ଏହି ବ୍ୟକ୍ତି କିଏ? ମୀଖା ଏଠାରେ ଆମମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସୂଚନା ଦିଅନ୍ତି | ଆସୁଥିବା ବ୍ୟକ୍ତି ବେଥଲିହିମରୁ ଆସିବେ | ବେଥଲିହିମ ହେଉଛି ଏକ ପ୍ରକୃତ ସହର ଯାହାକି ହଜାର ହଜାର ବର୍ଷ ଧରି ବିଦ୍ୟମାନ ଅଛି ଯାହାକୁ ଆଜି ଇସ୍ରାଏଲ୍ / ପଶ୍ଚିମବ୍ୟାଙ୍କ କୁହାଯାଏ | ଆପଣ ଏହାକୁ ଗୁଗୁଲ୍ କରି, ଏହାକୁ ଏକ ମାନଚିତ୍ରରେ ଦେଖିପାରିବେ | ଏହା ଏକ ବଡ ସହର ନୁହେଁ, ଓ କେବେ ହୋଇନାହିଁ | କିନ୍ତୁ ଏହା ସମଗ୍ର ବିଶ୍ୱରେ ଓ ବାର୍ଷିକ ଗ୍ଲୋବାଲ୍ ନ୍ୟୁଯରେ ପ୍ରସିଦ୍ଧ ଅଟେ | କାହିଁକି? କାରଣ ଏହା ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମସ୍ଥାନ (କିମ୍ବା ଯୀଶୁ ସତସଙ୍ଗ) | 2000 ବର୍ଷ ପୂର୍ବେ ସେ ଏହି ସହର ଜନ୍ମଗ୍ରହଣ କରିଥିଲେ | ଯିଶାଇୟ ଆମମାନଙ୍କୁ ଆଉ ଏକ ସୂଚନା ଦିଅନ୍ତି କାରଣ ସେ କହନ୍ତି ଯେ ଏହି ବ୍ୟକ୍ତି ଗାଲିଲୀ ଉପରେ ପ୍ରଭାବ ପକାଇବେ | ଓ ଯଦିଓ ଯୀଶୁ ସତସଙ୍ଗ (ଯୀଶୁ ଖ୍ରୀଷ୍ଟ) ବେଥଲିହିମରେ ଜନ୍ମଗ୍ରହଣ କରିଥିଲେ (ଯେପରି ମୀଖାଙ୍କ ଦ୍ୱାରା ପୂର୍ବରୁ ଭାବିଶ୍ୟବାଣୀ କରାଯାଇଥିଲା), ସେ ବୟସ ପ୍ରାପ୍ତ ହୋଇ ଗାଲିଲୀରେ ଶିକ୍ଷକ ଭାବରେ ସେବା କରିଥିଲେ, ଯେପରି ଯିଶାଇୟ ପୂର୍ବରୁ ଭାବିଶ୍ୟବାଣୀ କରିଥିଲେ | ବେଥଲିହିମ ତାଙ୍କର ଜନ୍ମସ୍ଥାନ ଓ ଗାଲିଲୀ ତାଙ୍କର ସେବା ସ୍ଥାନ ଭାବରେ ୟେଶୁ ସତସଙ୍ଗ (ଯୀଶୁ ଖ୍ରୀଷ୍ଟ) ଙ୍କ ଜୀବନର ଦୁଇଟି ଜଣାଶୁଣା ବିଷୟ ଅଟେ | ତେଣୁ ଏଠାରେ ଆମେମାନେ ଦେଖୁ ଯେ ବିଭିନ୍ନ ୠଷି ଭବିଷ୍ୟବାଣୀ ଯୀଶୁ ଖ୍ରୀଷ୍ଟ (ୟେଶୁ ସତସଙ୍ଗ) ଙ୍କ ବ୍ୟକ୍ତିତ୍ୱରେ ପୂର୍ଣ୍ଣ ହେଉଅଛି | ଏହା ହୋଇପାରେ ଯେ ଯୀଶୁ ହେଉଛନ୍ତି ସେହି ପୁରୁଷ / ମୁକ୍ତିଦାତା / ଶାସକ ଯାହା ଏହି ପ୍ରାଚୀନ ୠଷିଗଣ ଭବିଷ୍ୟବାଣୀ କରିଥିଲେ? ଏହି ପ୍ରଶ୍ନର ଉତ୍ତର ଦେବା, ଏକ ମୂଳମନ୍ତ୍ର ହୋଇପାରେ ଯାହା “ମୃତ୍ୟୁଚ୍ଛାୟା” (ଓ କର୍ମ)କୁ କିପରି “ଅମରତା” ଦିଆଯାଇପାରିବ, ଏହା ନିଶ୍ଚିତ ଭାବରେ ବିଚାର କରିବା ଆମମାନଙ୍କର ସମୟ ସଦୁପଯୋଗ କରିବା ଅଟେ | ତେଣୁ ଆମେ ଆମର ଅନୁସନ୍ଧାନ ଜାରି ରଖିଛୁ ଯେହେତୁ ଆମେ ପୁରୁଷସୁକ୍ତା ଦେଇ ଆଗକୁ ଅଧ୍ୟୟନ କରୁଛୁ ଓ ଏହାକୁ ଏବ୍ରିୟ ବେଦ ପୁସ୍ତକର ୠଷିଗଣ ସହିତ ତୁଳନା କରୁଅଛୁ |

Leave a Reply

Your email address will not be published. Required fields are marked *