ସଂସ୍କୃତରେ ଗୁରୁ (गुरु) ର ଅର୍ଥ ‘ଗୁ’ (ଅନ୍ଧକାର) ଏବଂ ‘ରୁ’ (ଆଲୋକ) । ଜଣେ ଗୁରୁଙ୍କ ଶିକ୍ଷାରେ ପ୍ରକୃତ ଜ୍ଞାନ ବା ଜ୍ଞାନର ଆଲୋକ ଦ୍ୱାରା ଅଜ୍ଞତାର ଅନ୍ଧକାର ଦୂର ହୋଇଯାଏ । ଅନ୍ଧକାରରେ ବାସ କରୁଥିବା ଲୋକଙ୍କୁ ଜ୍ଞାନ ପ୍ରଦାନ କରୁଥିବା ଯୀଶୁ ଏପରି ଚତୁର ଶିକ୍ଷା ପାଇଁ ପ୍ରସିଦ୍ଧ ତେଣୁ ତାଙ୍କୁ ଗୁରୁ କିମ୍ବା ଆଚାର୍ଯ୍ୟ ଭାବରେ ବିବେଚନା କରାଯିବା ଉଚିତ୍ । ଆସୁଥିବା ଏହି ବ୍ୟକ୍ତିଙ୍କ ବିଷୟରେ ଯିଶାଇୟ ଭବିଷ୍ୟବାଣୀ କରିଥିଲେ । ଖ୍ରୀଷ୍ଟପୂର୍ବ 700 ରେ ସେ ଏବ୍ରୀୟ ବେଦରେ ଭବିଷ୍ୟବାଣୀ କରିଥିଲେ ଯେ:
ପୂର୍ବ କାଳରେ ସେ ସବୂଲୂନ୍ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି।
… ଯିଶାଇୟ 9:1b-2
ଐତିହାସିକ ସମୟସୀମା ମଧ୍ୟରେ ୠଷି ଯିଶାଇୟ, ଦାଉଦ ଏବଂ ଅନ୍ୟ ଏବ୍ରୀୟ ୠଷିଗଣ (ଭବିଷ୍ୟଦ୍ବକ୍ତା)
ଗାଲିଲୀର ଅନ୍ଧକାରରେ ଥିବା ଲୋକମାନଙ୍କ ନିକଟକୁ ଆସିବାକୁ ଥିବା ‘ଆଲୋକ’ କ’ଣ ଥିଲା? ଯିଶାଇୟ କହନ୍ତି:
କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
ଯିଶାଇୟ 9:6
ଯିଶାଇୟ ଭବିଷ୍ୟବାଣୀ କରିଥଲେ ଯେ ଆସୁଥିବା ବ୍ୟକ୍ତି କୁମାରୀରୁ ଜନ୍ମ ହେବେ। ଏଠାରେ ସେ ଆହୁରି ମଧ୍ୟ ଉଲ୍ଲେଖ କରିନ୍ତି ଯେ ତାଙ୍କୁ ‘ପରାକ୍ରମୀ ଈଶ୍ଵର’ କୁହାଯିବ ଏବଂ ସେ ଶାନ୍ତି ଦାତା ହେବେ। ଗାଲିଲୀ ଉପକୂଳରୁ ଶିକ୍ଷାଦାନ କରିଥିବା ଏହି ଶାନ୍ତି ଗୁରୁ ବହୁ ଦୂରରୁ ଭାରତରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଭାବିତ କରିବେ।
ଗାନ୍ଧୀ ଏବଂ ଯୀଶୁଙ୍କ ପାର୍ବତ୍ୟ ଉପଦେଶ
ଇଂଲଣ୍ଡରେ, ଯୀଶୁଙ୍କ ଜନ୍ମର 1900 ବର୍ଷ ପରେ, ଭାରତର ଜଣେ ଯୁବ ଆଇନ ଛାତ୍ର, ଯିଏ ବର୍ତ୍ତମାନ ମହାତ୍ମା ଗାନ୍ଧୀ (କିମ୍ବା ମୋହନଦାସ କରମଚାନ୍ଦ ଗାନ୍ଧୀ) ଭାବରେ ଜଣାଶୁଣା, ତାଙ୍କୁ ବାଇବେଲ ଦିଆଯାଇଥିଲା । ଯେତେବେଳେ ସେ ଯୀଶୁଙ୍କ ପାର୍ବତ୍ୟ ଉପଦେଶ ଭାବରେ ଜଣାଶୁଣା ଯୀଶୁଙ୍କ ଶିକ୍ଷା ପଢିଲେ, ସେ କହନ୍ତି ।
“… ଯୀଶୁଙ୍କ ପାର୍ବତ୍ୟ ଉପଦେଶ ଯାହା ମୋ ହୃଦୟକୁ ଛୁଇଁଲା ।”
ଏମ.କେ ଗାନ୍ଧୀ, ଏକ ଆତ୍ମଜୀବନୀ କିମ୍ବା ସତ୍ୟ ସହିତ ମୋର ପରୀକ୍ଷଣର କାହାଣୀ । 1927 p. 63
‘ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ’ ବିଷୟରେ ଯୀଶୁଙ୍କ ଶିକ୍ଷା ଗାନ୍ଧୀଙ୍କୁ ଅହିଂସା (ଆଘାତ ନକରିବା ଏବଂ ହତ୍ୟା ନକରିବା) ର ପ୍ରାଚୀନ ଧାରଣା ବିଷୟରେ ଜ୍ଞାନ ଦେଇଥିଲା । ଏହି ଚିନ୍ତାଧାରା ପ୍ରସିଦ୍ଧ ବାକ୍ୟାଂଶ ‘ଅହିମସା ପରମୋ ଧର୍ମ’ ରେ ପ୍ରତିଫଳିତ ହୋଇଛି (ଅହିଂସା ହେଉଛି ସର୍ବୋଚ୍ଚ ନୈତିକ ଗୁଣ) । ପରେ ଗାନ୍ଧୀ ଏହି ଶିକ୍ଷାକୁ ସତ୍ୟଗ୍ରାହ କିମ୍ବା ସତ୍ୟାଗ୍ରାହରେ ରାଜନୈତିକ ଶିକ୍ଷାରେ ପରିଣତ କରିଥିଲେ। ଏହାକୁ ସେ ବ୍ରିଟିଶ ଶାସକମାନଙ୍କ ସହିତ ଅହିଂସା, ଅଣ-ସହଯୋଗରେ ବ୍ୟବହାର କରିଥିଲେ । ସତ୍ୟଗ୍ରାହର ଅନେକ ଦଶନ୍ଧି ପରେ ଗ୍ରେଟ ବ୍ରିଟେନରୁ ଭାରତର ସ୍ଵାଧୀନତା ମିଳିଥିଲା। ଗାନ୍ଧୀଙ୍କ ସତ୍ୟଗ୍ରାହ ଭାରତକୁ ଶାନ୍ତିପୂର୍ଣ୍ଣ ଭାବରେ ବ୍ରିଟେନରୁ ସ୍ଵାଧୀନତା ପାଇବାକୁ ସାହାଯ୍ୟ କରିଥିଲା । ଏସବୁ ଉପରେ ଯୀଶୁଙ୍କ ଶିକ୍ଷା ପ୍ରଭାବ ପକାଇଥିଲା ।
ଯୀଶୁଙ୍କ ପାର୍ବତ୍ୟ ଉପଦେଶ
ତେବେ ଗାନ୍ଧୀଙ୍କୁ ଏତେ ପ୍ରଭାବିତ କରିଥିବା ପର୍ବତ ଉପରେ ଯୀଶୁଙ୍କ ଶିକ୍ଷା କ’ଣ ଥିଲା? ସୁସମାଚାରରେ ଯୀଶୁଙ୍କର ଏହା ସବୁଠାରୁ ଲମ୍ବା ବାର୍ତ୍ତା ଭାବରେ ଉଲ୍ଲେଖିତ । ସମ୍ପୂର୍ଣ୍ଣ ପାର୍ବତ୍ୟଉପଦେଶ ଏଠାରେ ଉପଲବ୍ଧ ଆମେ ନିମ୍ନରେ କିଛି ମୁଖ୍ୟ ବିଷୟକୁ ଦିଆଯାଇଛି ।
ତୁମ୍ଭେମାନେ ଶୁଣିଅଛ ଯେ, ପୁରାକାଳରେ ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ, ଆଉ ଯେକେହି ନରହତ୍ୟା କରେ, ସେ ବିଚାରସ୍ଥାନରେ ଦଣ୍ତନୀୟ ହେବ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ତନୀୟ ହେବ। ପୁଣି, ଯେକେହି ଆପଣା ଭାଇକି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ତନୀୟ ହେବ; ଆଉ ଯେକେହି ପାଷାଣ୍ତ ବୋଲି କହେ, ସେ ଅଗ୍ନିମୟ ନରକରେ ଦଣ୍ତନୀୟ ହେବ, ଅତଏବ, ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର। ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରଗାରରେ ନିକ୍ଷିପ୍ତ ହେବ। ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ଆଉ, ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନରକରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ଆହୁରି ଉକ୍ତ ଅଛି, ଯେକେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ, ସେ ତାହାକୁ ତ୍ୟାଗପତ୍ର ଦେଉ। 32କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ, ଆଉ ଯେକେହି ପରିତ୍ୟକ୍ତା ସ୍ତ୍ରୀକି ବିବାହ କରେ, ସେ ବ୍ୟଭିଚାର କରେ। ପୁନଶ୍ଚ, ତୁମ୍ଭେମାନେ ଶୁଣିଅଛ ଯେ, ପୁରାକାଳର ଲୋକମାନଙ୍କୁ କୁହାଯାଇଥିଲା, ତୁମ୍ଭେ ମିଥ୍ୟା ଶପଥ କର ନାହିଁ, ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ଵର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ଵରଙ୍କ ସିଂହାସନ; କିମ୍ଵା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; ଅବା ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ। କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ; କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେକେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। ଆଉ, କେହି ଯଦି ତୁମ୍ଭ ସହିତ ବିଚାର ସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ। ପୁଣି, ଯେକେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ। ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକି ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁ-ମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। ଆଉ, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ? ଆଉ, ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର? ବିଜାତୀୟମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ? ଅତଏବ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
ମାଥିଉ 5:21-48
ଯୀଶୁ ଏହି ପଦ୍ଧତି ବ୍ୟବହାର କରି ଶିକ୍ଷା ଦେଲେ:
“ତୁମ୍ଭେମାନେ ଏହା କୁହାଯାଇଥିବାର ଶୁଣିଛ … କିନ୍ତୁ ମୋତେ କହିବାକୁ ଦିଅ …”
ଏହି ପଦ୍ଧତିରେ ସେ ପ୍ରଥମେ ମୋଶାଙ୍କ ବ୍ୟବସ୍ଥାରୁ ଉଦ୍ଧୃତ ପାଠାଂଶ ବ୍ୟବହାର କରନ୍ତି, ଏବଂ ତା’ପରେ ଉଦ୍ଦେଶ୍ୟ, ଧାରଣା ଏବଂ ବାକ୍ୟଗୁଡ଼ିକୁ ଆଜ୍ଞାର ପରିସରରେ ବିସ୍ତାର କରନ୍ତି । ଯୀଶୁ ମୋଶାଙ୍କ ଦ୍ୱାରା ଦିଆଯାଇଥିବା କଠୋର ଆଜ୍ଞାଗୁଡ଼ିକୁ ପାଳନ କରି ଶିକ୍ଷା ଦେଇ, ସେହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ଆହୁରି କଷ୍ଟସାଧ୍ୟ କଲେ!
ପାର୍ବତ୍ୟ ଉପଦେଶରେ ନମ୍ର ପ୍ରଭୁତ୍ୱ
ସେ ଯେପରି ବ୍ୟବସ୍ଥାର ଆଜ୍ଞାଗୁଡ଼ିକୁ ବିସ୍ତାର କରନ୍ତି ତାହା ଏଠାରେ ଉଲ୍ଲେଖନୀୟ ବିଷୟ ଅଟେ । ସେ ତାଙ୍କ ଅଧିକାର ଆଧାରରେ ଏପରି କରିଥିଲେ। କାହାରିକୁ ସେ ଯୁକ୍ତି ବା ଭୟଭୀତ ନ କରି କେବଳ କହିଥିଲେ, ‘କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି …’ ଏବଂ ଏଥିରେ ସେ ଆଜ୍ଞାକୁ ବିସ୍ତାର କରିଥିଲେ । ସେ ଏହା ନମ୍ରତାର ସହ କରିଥିଲେ କିନ୍ତୁ ଏହା ତଥାପି ଅଧିକାରଯୁକ୍ତ ଥିଲା । ଏହା ହିଁ ତାଙ୍କ ଶିକ୍ଷାଦାନରେ ଅନନ୍ୟ ଥିଲା । ଯେପରି ସୁସମାଚାର ଉଲ୍ଲେଖ କରେ, ସେ ଏହି ଉପଦେଶ ଯେବେ ଶେଷ କଲେ.
ଯୀଶୁ ଏହିସବୁ କଥା ଶେଷ କରନ୍ତେ, ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ, କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
ମାଥିଉ7:28-29
ଯୀଶୁ ଜଣେ ଗୁରୁ ଭାବରେ ଆପଣା ଅଧିକାରରେ ଶିକ୍ଷା ଦେଲେ । ଅଧିକାଂଶ ଭବିଷ୍ୟଦ୍ବକ୍ତାମାନେ ଦୂତ ଥିଲେ ଯେଉଁମାନେ ଈଶ୍ଵରଙ୍କ ବାର୍ତ୍ତା ପ୍ରଦାନ କରିଥିଲେ, କିନ୍ତୁ ଏଠାରେ ଏହା ଭିନ୍ନ ଥିଲା । ଯୀଶୁ ଏହା କାହିଁକି କଲେ? ‘ଖ୍ରୀଷ୍ଟ’ ବା ‘ମସିହ’ ଭାବରେ ତାଙ୍କର ଅଧିକାର ଥିଲା । ଏବ୍ରିୟ ବେଦର ଗୀତସଂହିତା 2, ଯେଉଁଠାରେଆଖ୍ୟା ପ୍ରଥମେ ଘୋଷଣା କରାଯାଇଥିଲା, ଈଶ୍ଵର ଖ୍ରୀଷ୍ଟଙ୍କୁ ଏହିପରି କହନ୍ତି:
ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
ଗୀତସଂହିତା 2:8
ଖ୍ରୀଷ୍ଟଙ୍କୁ ପୃଥିବୀର ସମସ୍ତ ‘ଦେଶଗୁଡ଼ିକ’ ଉପରେ ଅଧିକାର ଦିଆଗଲା। ତେଣୁ ଖ୍ରୀଷ୍ଟ ଯୀଶୁ ସେହି ପଦ୍ଧତିରେ ଶିକ୍ଷା ଦେବାକୁ ଅଧିକାର ପାଇଥିଲେ ଏବଂ ତାଙ୍କ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇଲେ।
ପ୍ରକୃତରେ, ମୋଶା ମଧ୍ୟ ଆସୁଥିବା ଜଣେ ଭବିଷ୍ୟଦ୍ବକ୍ତାଙ୍କ ବିଷୟରେ ଲେଖିଥିଲେ (1500 ଖ୍ରୀଷ୍ଟପୂର୍ବ) ଯିଏ ତାଙ୍କ ଶିକ୍ଷାରେ ଅନନ୍ୟ ଥିଲେ। ମୋଶାଙ୍କ ସହ କଥାବାର୍ତ୍ତା କରି ଈଶ୍ଵର ପ୍ରତିଜ୍ଞା କଲେ ।
ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେ ଯେ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେ ଯେ ବାକ୍ୟ କହିବେ, ତାହା ଯିଏ ଶୁଣିବ ନାହିଁ, ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା।
ଦ୍ଵିତୀୟ ବିବରଣ 18:18-19
ସେ ଯେପରି ଶିକ୍ଷା ଦେଉଥିଲେ, ଯୀଶୁ ଖ୍ରୀଷ୍ଟ ଭାବରେ ନିଜର ଅଧିକାର ବ୍ୟବହାର କରି ଆସୁଥିବା ଭବିଷ୍ୟଦ୍ବକ୍ତାଙ୍କ ବିଷୟରେ ମୋଶାଙ୍କ ଭବିଷ୍ୟବାଣୀ ପୂରଣ କରିଥିଲେ, ଯିଏ ତାଙ୍କ ମୁଖରେ ଈଶ୍ଵରଙ୍କ ବାକ୍ୟ ଶିକ୍ଷା ଦେବେ । ଯେପରି ଆଲୋକ ଅନ୍ଧକାରକୁ ଦୂର କରେ ବୋଲି ଉପରେ ଦର୍ଶାଯାଇଛି, ଶାନ୍ତି ଏବଂ ଅହିଂସା ବିଷୟରେ ଶିକ୍ଷା ଦେଇ ସେ ଯିଶାଇୟଙ୍କ ଭବିଷ୍ୟବାଣୀ ମଧ୍ୟ ପୂରଣ କଲେ । ତାଙ୍କ ଶିକ୍ଷା ଅନୁସାରେ ସେ କେବଳ ଗାନ୍ଧୀଙ୍କ ଗୁରୁ ହେବାକୁ ନୁହେଁ, ବରଂ ଆପଣଙ୍କର ଏବଂ ମୋର ମଧ୍ୟ ଗୁରୁ ହେବାକୁ ତାଙ୍କର ଅଧିକାର ଅଛି।
ଆପଣ ଏବଂ ମୁଁ ଯୀଶୁଙ୍କ ପାର୍ବତ୍ୟ ଉପଦେଶ
ଯଦି ଆପଣ ଏହାକୁ କିପରି ଅନୁସରଣ କରିବେ ତାହା ଜାଣିବା ପାଇଁ ଯଦି ଆପଣ ପାର୍ବତ୍ୟ ଉପଦେଶ ପଢନ୍ତି, ତେବେ ଆପଣ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଆମ ହୃଦୟ ଏବଂ ଆମର ଉଦ୍ଦେଶ୍ୟକୁ ଆଲୋକିତ କରୁଥିବା ଆଜ୍ଞାଗୁଡ଼ିକ ଅନୁସାରେ କିପରି ଜଣେ ବ୍ୟକ୍ତି ବଞ୍ଚି ପାରିବ? ଏହି ଉପଦେଶରେ ଯୀଶୁଙ୍କର ଉଦ୍ଦେଶ୍ୟ କ’ଣ ଥିଲା? ଆମେ ତାଙ୍କର ଶେଷ ବାକ୍ୟରୁ ତାହା ଜାଣିପାରିବା ।
ଅତଏବ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
ମାଥିଉ 5:48
ଏହା ଏକ ଆଦେଶ, ପରାମର୍ଶ ନୁହେଁ । ଆମେ ଯେପରି ସିଦ୍ଧ ହେବା ତାହା ସେ ଆମଠାରୁ ଚାହାଁନ୍ତି !
କାହିଁକି?
ଯୀଶୁ କିପରି ପାର୍ବତ୍ୟ ଉପଦେଶ ଆରମ୍ଭ କରନ୍ତି ତାହାର ଉତ୍ତର ପ୍ରକାଶ କରନ୍ତି । ସେ ତାଙ୍କ ଶିକ୍ଷାର ମୂଳ ଲକ୍ଷ୍ୟକୁ ସୂଚାଇ ଆରମ୍ଭ କରନ୍ତି ।
ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ଵର୍ଗରାଜ୍ୟ ସେମାନଙ୍କର।
ମାଥିଉ 5:3
ପାର୍ବତ୍ୟ ଉପଦେଶର ଉଦ୍ଦେଶ୍ୟ ‘ସ୍ୱର୍ଗରାଜ୍ୟ’ ବିଷୟରେ ଜ୍ଞାନ ଦେବା ଥିଲା । ସ୍ୱର୍ଗରାଜ୍ୟ ସଂସ୍କୃତ ବେଦ ପରି ଏବ୍ରୀୟ ବେଦର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଅଟେ। ଆମେ ସ୍ୱର୍ଗରାଜ୍ୟ କିମ୍ବା ବୈଇକୁଣ୍ଠ ଲୋକର ସ୍ୱଭାବକୁ ପରୀକ୍ଷଣ କରୁ, ଯେପରି ଆମେ ଦେଖୁ ଯେ ଯୀଶୁ କିପରି ତାଙ୍କର ଆରୋଗ୍ୟ ଚମତ୍କାର ମାଧ୍ୟମରେ ସେହି ରାଜ୍ୟର ସ୍ୱଭାବକୁ ପ୍ରଦର୍ଶନ କରନ୍ତି ।