ବୋଧହୁଏ ବହୁ ଚର୍ଚ୍ଚିତ ଛୁଟିଦିନ ବଡ଼ଦିନ ପର୍ବ ତଥା ଖ୍ରୀଷ୍ଟମାସରେ ବିଶ୍ୱସ୍ତରୀୟ ଛୁଟିଦିନର କାରଣ କେବଳ ଯୀଶୁଙ୍କ ଜନ୍ମ (ୟେଶୁ ସତସଙ୍ଗ) ଅଟେ। ଯଦିଓ ଖ୍ରୀଷ୍ଟମାସ ବିଷୟରେ ଅନେକ ଲୋକ ଜାଣନ୍ତି, କିନ୍ତୁ ସୁସମାଚାରରୁ ଯୀଶୁଙ୍କ ଜନ୍ମ ବିଷୟରେ ଅତି ଅଳ୍ପସଂଖ୍ୟକ ଲୋକ ଜାଣନ୍ତି । ଯୀଶୁଙ୍କ ଜନ୍ମ କାହାଣୀ, ସାଣ୍ଟା ଏବଂ ଉପହାର ସହିତ ଆଧୁନିକ ଖ୍ରୀଷ୍ଟମାସ ଅପେକ୍ଷା ବହୁତ ଭଲ ଏବଂ ଏ ବିଷୟରେ ଜାଣିବା ଆବଶ୍ୟକ ଅଟେ ।
ବାଇବେଲରେ ଯୀଶୁଙ୍କ ଜନ୍ମ ବିଷୟରେ ଜାଣିବାକୁ ହେଲେ ଯୀଶୁଙ୍କ ଜନ୍ମକୁ କୃଷ୍ଣଙ୍କ ଜନ୍ମ ସହିତ ତୁଳନା କରିବା ଆବଶ୍ୟକ କାରଣ ଏହି ଦୁଇଟି କାହାଣୀ ମଧ୍ୟରେ ଅନେକ ସମାନତା ରହିଛି ।
କୃଷ୍ଣଙ୍କ ଜନ୍ମ
କୃଷ୍ଣଙ୍କ ଜନ୍ମ ବିଷୟରେ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ବିବରଣୀ ଦେଖିବାକୁ ମିଳେ । ହରିବଂଶରେ ବିଷ୍ଣୁଙ୍କୁ ସୂଚନା ଦିଆଯାଏ ଯେ ଭୂତ କାଲନେମିନ୍ ଦୁଷ୍ଟ ରାଜା କଂସ ଭାବରେ ପୁନଃଜନ୍ମ ହୋଇଅଛି। କଂସକୁ ବିନାଶ କରିବାକୁ ନିଷ୍ପତ୍ତି ନେଇ ବିଷ୍ଣୁ କୃଷ୍ଣ ଭାବରେ ଭାସୁଦେବ (ଜଣେ ପୂର୍ବତନ ସାଧୁ ପୁନର୍ବାର ଗାଈ ଚରିଆ ଭାବରେ ଜନ୍ମଗ୍ରହଣ କରିଥିଲେ) ଏବଂ ତାଙ୍କ ପତ୍ନୀ ଦେବକୀଙ୍କ ଘରେ ଜନ୍ମ ନିଅନ୍ତି ।
ଯେବେ କଂସ ଜାଣିପାରିନ୍ତି ଯେ ଦେବକୀଙ୍କ ପୁତ୍ର ତାଙ୍କୁ ହତ୍ୟା କରିବେ, ସେବେଠାରୁ ପୃଥିବୀରେ, କଂସ-କୃଷ୍ଣ ବିବାଦ ଆରମ୍ଭ ହୁଏ। ତେଣୁ କଂସ ଦେବକୀଙ୍କ ବଂଶକୁ ଭୟଭୀତ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ କାରାଗାରରେ ରଖି ବିଷ୍ଣୁଙ୍କ ଅବତାରକୁ ହତ୍ୟା କରିବା ପାଇଁ ତାଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି।
ଅବଶ୍ୟ, କୃଷ୍ଣ ଦେବକୀଙ୍କ ଘରେ ଜନ୍ମ ହେଇଥିଲେ ଏବଂ ବୈଷ୍ଣବ ଭକ୍ତଙ୍କ ଅନୁଯାୟୀ ତାଙ୍କ ଜନ୍ମ ମୁହୂର୍ତ୍ତରେ ସମୃଦ୍ଧତା ଏବଂ ଶାନ୍ତିର ପରିବେଶ ସୃଷ୍ଟି ହୋଇଥିଲା ଯେହେତୁ ଗ୍ରହମାନେ ତାଙ୍କ ଜନ୍ମ ପାଇଁ ସ୍ୱୟଂ ନିୟନ୍ତ୍ରିତ ହେଇଥିଲେ।
ତା’ପରେ ପୁରାଣଗୁଡ଼ିକ ନବଜାତ ଶିଶୁକୁ କଂସ ଦ୍ୱାରା ବିନାଶରୁ ରକ୍ଷା କରିବା ପାଇଁ ଭାସୁଦେବ (କୃଷ୍ଣଙ୍କ ପାର୍ଥିବ ପିତା) ଙ୍କ ପଳାୟନକୁ ବର୍ଣ୍ଣନା କରେ । ଯେଉଁଠାରେ ସେ ଏବଂ ଦେବକୀ ଦୁଷ୍ଟ ରାଜାଙ୍କ ଦ୍ଵାରା ବନ୍ଦୀ କରାଯାଇଥିଲେ, ସେସ୍ଥାନରୁ ଭାସୁଦେବ ଶିଶୁଟିକୁ ଧରି ନଦୀ ପାର ହୋଇ ପଳାଇଥିଲେ। ଏକ ଗାଁରେ ସୁରକ୍ଷିତ ପହଞ୍ଚିଲା ପରେ ଶିଶୁ କୃଷ୍ଣଙ୍କୁ ସ୍ଥାନୀୟ ଶିଶୁ କନ୍ୟା ସହିତ ଅଦଳବଦଳ କରାଯାଇଥିଲା। ପରେ କଂସ ଅଦଳବଦଳ ହୋଇଥିବା ଶିଶୁ କନ୍ୟାକୁ ପାଇ, ହତ୍ୟା କରିଥିଲେ। ଶିଶୁମାନଙ୍କର ଅଦଳବଦଳକୁ ଅଣଦେଖା କରି ନନ୍ଦ ଏବଂ ଯୋସଦା (ଶିଶୁ କନ୍ୟାଙ୍କର ପିତାମାତା) କୃଷ୍ଣଙ୍କୁ ନିଜର ନମ୍ର ଗାଈ ଚରିଆ ଭାବରେ ପ୍ରତିପାଳନ କଲେ। କୃଷ୍ଣଙ୍କ ଜନ୍ମ ଦିନକୁ କୃଷ୍ଣ ଜନମାଷ୍ଟମୀ ଭାବରେ ପାଳନ କରାଯାଏ।
ଏବ୍ରୀୟ ବେଦରେ ଯୀଶୁଙ୍କ ଜନ୍ମ ବିଷୟରେ ଭବିଷ୍ୟବାଣୀ ହୋଇଥିଲା
କଂସଙ୍କୁ ଭବିଷ୍ୟବାଣୀ କରାଗଲା ଯେ ଦେବକୀଙ୍କର ଜଣେ ପୁତ୍ର ତାଙ୍କୁ ହତ୍ୟା କରିବେ, ଏବ୍ରୀୟ ସାଧୁମାନେ ଆସୁଥିବା ମସିହ / ଖ୍ରୀଷ୍ଟଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ । ତଥାପି, ଏହି ଭବିଷ୍ୟବାଣୀଗୁଡ଼ିକ ଯୀଶୁଙ୍କ ଜନ୍ମର ଶହ ଶହ ବର୍ଷ ପୂର୍ବରୁ ଅନେକ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ଲେଖାଯାଇଥିଲା । ସମୟସୀମା ସାରଣୀ ଏବ୍ରୀୟ ବେଦର ଅନେକ ଭବିଷ୍ୟଦ୍ବକ୍ତାଙ୍କୁ ଏବଂ ସେମାନଙ୍କର ଭବିଷ୍ୟବାଣୀଗୁଡ଼ିକ ପ୍ରକାଶନ ଏବଂ ଲିପିବଦ୍ଧକୁ ସୂଚାଏ । ସେମାନେ ମୃତ ମୂଳରୁ ଉତ୍ପନ୍ନ ହୋଇ ଆସୁଥିବା ବ୍ୟକ୍ତି ବିଷୟରେ ତାଙ୍କ ନାମ ଯୀଶୁ ବୋଲି ଭବିଷ୍ୟବାଣୀ କଲେ ।
ଇତିହାସରେ ଯିଶାଇୟ ଏବଂ ଅନ୍ୟ ଏବ୍ରୀୟ ୠଷି (ଭବିଷ୍ୟଦ୍ବକ୍ତା) । ଧ୍ୟାନ ଦିଅନ୍ତୁ ଯେ ଯିଶାଇୟଙ୍କ ସମୟରେ ମୀଖା ମଧ୍ୟ ଥିଲେ
ଏହି ଆସୁଥିବା ବ୍ୟକ୍ତିଙ୍କ ଜନ୍ମର ସ୍ୱଭାବ ବିଷୟରେ ଯିଶାଇୟ ଆଉ ଏକ ଉଲ୍ଲେଖନୀୟ ଭବିଷ୍ୟବାଣୀ କରିଥିଲେ । ଯେପରି ଲେଖା ଅଛି:
ଯିଶାଇୟ
ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କୁମାରୀ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ଵର) ରଖିବ।
7:14[Ma1]
ଏହା ପ୍ରାଚୀନ ଏବ୍ରୀୟମାନଙ୍କୁ ବିସ୍ମିତ କଲା । ଜଣେ କୁମାରୀ କିପରି ପୁତ୍ର ପ୍ରସବ କରି ପାରିବ? ତାହା ଅସମ୍ଭବ ଥିଲା । ତଥାପି ଭବିଷ୍ୟବାଣୀ ଅନୁସାରେ ଏହି ପୁତ୍ରର ନାମ ଇମ୍ମାନୁୟେଲ ହେବ, ଯାହାର ଅର୍ଥ ‘ଆମ୍ଭମାନଙ୍କ ସହିତ ପରମେଶ୍ଵର’ । ଯଦି ସର୍ବୋପରିସ୍ଥ ଈଶ୍ଵର, ଯିଏ ଜଗତ ସୃଷ୍ଟି କଲେ, ସେ ହିଁ ଜନ୍ମ ହେବାର ଥିଲେ ତେଣୁ ଏହା ଧାରଣାଯୋଗ୍ୟ ଥିଲା । ତେଣୁ ସାଧୁ ଓ ଶାସ୍ତ୍ରୀମାନେ, ଯେଉଁମାନେ ଏବ୍ରୀୟ ବେଦକୁ ନକଲ କରିଥିଲେ, ସେମାନେ ବେଦରୁ ଭବିଷ୍ୟବାଣୀକୁ ହଟାଇବାକୁ ସାହସ କଲେ ନାହିଁ, ଏବଂ ଭବିଷ୍ୟବାଣୀ ସେଠାରେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଏହାର ପୂର୍ଣ୍ଣତାକୁ ଅପେକ୍ଷା କରିଥିଲା ।
କୁମାରୀ ଗର୍ଭବତୀ ବିଷୟରେ ଯିଶାଇୟ ଭବିଷ୍ୟବାଣୀ କରିବା ସମୟରେ ହିଁ, ଅନ୍ୟ ଜଣେ ଭବିଷ୍ୟଦ୍ବକ୍ତା ମୀଖା ଭବିଷ୍ୟବାଣୀ କରିଥିଲେ:
ମାତ୍ର ହେ ବେଥଲିହିମ-ଉଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି।
ମୀଖା 5:2[Ma2]
ବେଥଲିହିମ, ମହାନ ରାଜା ଦାଉଦଙ୍କ ପୈତୃକ ସହରରୁ, ଶାସକ ଆସିବେ ଯାହାର ଉତ୍ପତ୍ତି ‘ପ୍ରାଚୀନ କାଳରୁ’ – ଶାରୀରିକ ଜନ୍ମର ବହୁ ପୂର୍ବରୁ ହୋଇଥିଲା।
ଖ୍ରୀଷ୍ଟଙ୍କ ଜନ୍ମ – ଦେବମାନଙ୍କ ଦ୍ୱାରା ଘୋଷିତ ହୋଇଥିଲା
ଶହ ଶହ ବର୍ଷ ଧରି ଯିହୁଦୀ / ଏବ୍ରୀୟମାନେ ଏହି ଭବିଷ୍ୟବାଣୀର ପୂରା ହେବାକୁ ଅପେକ୍ଷା କରିଥିଲେ । ଅନେକ ଲୋକ ଆଶା ଛାଡିଦେଲେ ଏବଂ ଅନ୍ୟମାନେ ସେଗୁଡ଼ିକୁ ଭୁଲିଗଲେ, କିନ୍ତୁ ଭବିଷ୍ୟବାଣୀଗୁଡ଼ିକ ଆସିବାକୁ ଥିବା ଦିନକୁ ନୀରବ ସାକ୍ଷୀ ଭାବରେ ଆପେକ୍ଷା କଲେ । ଶେଷରେ, ପ୍ରାୟ ଖ୍ରୀଷ୍ଟପୂର୍ବ 5 ରେ ଏକ ସ୍ୱତନ୍ତ୍ର ଦୂତ ଜଣେ ଯୁବତୀଙ୍କୁ ଏକ ଆଶ୍ଚର୍ଯ୍ୟଜନକ ବାର୍ତ୍ତା ଦେଲେ । ଯେପରି କଂସ ଆକାଶରୁ ଏକ ସ୍ୱର ଶୁଣିଥିଲେ, ସେହିପରି ଏହି ମହିଳା ସ୍ୱର୍ଗରୁ ଏକ ଦୂତ, ଗାବ୍ରିଏଲ୍ ନାମକ ଏକ ଦେବ କିମ୍ବା ଦୂତଠାରୁ ଏହି ବାର୍ତ୍ତା ପ୍ରାପ୍ତ କଲେ । ସୁସମାଚାର ପ୍ରକାଶ କରେ:
ପରେ ଷଷ୍ଠ ମାସରେ ଗାବ୍ରିଏଲ ଦୂତ ଈଶ୍ଵରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ; ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ। ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ। କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦ୍ବିଗ୍ନ ହୋଇ ଏହା କିପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ। ସେଥିରେ ଦୂତ ତାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ଵରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ଵର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବବଂଶ ଉପରେ ଯୁଗେ ଯୁଗେ ରାଜତ୍ଵ କରବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ। ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପୁଣି ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଷଷ୍ଠ ମାସ ହେଲାଣି; କାରଣ ଈଶ୍ଵରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ।
ଲୂକ 1:26-38
ଗାବ୍ରିଏଲଙ୍କ ବାର୍ତ୍ତାର ନଅ ମାସ ପରେ, ଯୀଶୁ ଯିଶାଇୟଙ୍କ ଭବିଷ୍ୟବାଣୀ ପୂରଣ କରି କୁମାରୀ ମରିୟମ ଦ୍ଵାରା ଜନ୍ମ ହେବେ । କିନ୍ତୁ ମୀଖା ଭବିଷ୍ୟଦ୍ବାଣୀ କରିଥିଲେ ଯେ ଜନ୍ମ ବେଥଲିହିମରେ ହେବ ଏବଂ ମରିୟମ ନାଜରିତରେ ରହିବେ। ମୀଖାଙ୍କ ଭବିଷ୍ୟବାଣୀ ବିଫଳ ହେବ କି? ସୁସମାଚାର ଜାରିରୁହେ:
ସେସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କ୍ଵିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରରୁ ଯିହୁଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ; ତାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ। ସେମାନେ ସେହି ସ୍ଥାନରେ ଥିବା ସମୟରେ ତାଙ୍କର ପ୍ରସବକାଳ ଉପସ୍ଥିତ ହେଲା, ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ତରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା। ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
ଲୂକ 2:1-20
ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟ; ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ,। ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ଵରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ତରେ ଶୋଇଥିବାର ଦେଖିବ। ପୁଣି, ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ଵର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ଵରଙ୍କ ସ୍ତବଗାନ କରୁ କରୁ କହିଲେ, ଊର୍ଦ୍ଧ୍ଵଲୋକରେ ଈଶ୍ଵରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଦୂତମାନେ ସେମାନଙ୍କଠାରୁ ସ୍ଵର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା। ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ଵେଷଣ କରି ମରୀୟମ ଓ ଯୋଷେଫଙ୍କୁ, ପୁଣି ଗୁହାଳକୁଣ୍ତରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ଵନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, ପୁଣି ଯେତେ ଲୋକ ମେଷପାଳକମାନଙ୍କଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ। କିନ୍ତୁ ମରୀୟମ ଏହିସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲେ। ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେସମସ୍ତ ସକାଶେ ଈଶ୍ଵରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁଡ଼ିଗଲେ।
ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି, ରୋମାନ୍ ସମ୍ରାଟ ନିଜେ ଏକ ସାମ୍ରାଜ୍ୟର ଆଦେଶ ଜାରି କଲେ, ଯେଉଁଥିପାଇଁ ମରିୟମ ଏବଂ ଯୋଷେଫ ନାଜରିତରୁ ବେଥଲିହିମକୁ ଯାତ୍ରା କଲେ, ଏବଂ ଯୀଶୁଙ୍କ ଜନ୍ମ ପାଇଁ ସଠିକ୍ ସମୟରେ ସେଠାରେ ପହଞ୍ଚିଲେ । ଏଥିରେ ମୀଖାଙ୍କ ଭବିଷ୍ୟବାଣୀ ମଧ୍ୟ ପୂରା ହେଲା ।
କୃଷ୍ଣଙ୍କ ପରି ଜଣେ ନମ୍ର ଗାଈ ଚରିଆ ଭାବରେ ଯୀଶୁ ମଧ୍ୟ ନମ୍ରତାରେ ଜନ୍ମ ହୋଇଥିଲେ – ଯେଉଁଠାରେ ଗାଈ ଏବଂ ଅନ୍ୟ ପଶୁମାନେ ରଖାଯାଇଥିଲେ, ଏବଂ ତାଙ୍କୁ ନମ୍ର ମେଷପାଳକମାନେ ଦେଖା କରିଥିଲେ । ତଥାପି ସ୍ୱର୍ଗଦୂତ ବା ସ୍ୱର୍ଗର ଦେବମାନେ ତାଙ୍କ ଜନ୍ମ ବିଷୟରେ ଗୀତ ଗାଇଲେ ।
ମନ୍ଦ ଦ୍ୱାରା ଆତଙ୍କ ସୃଷ୍ଟି କରାଯାଇଥିଲା
ରାଜା କଂସଙ୍କଠାରୁ କୃଷ୍ଣଙ୍କ ଜନ୍ମ ସମୟରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା, ଯିଏ ତାଙ୍କ ଆଗମନ ଦ୍ୱାରା ବିପଦ ଅନୁଭବ କରିଥିଲେ। ସେହିଭଳି, ଯୀଶୁଙ୍କ ଜନ୍ମ ସମୟରେ ସ୍ଥାନୀୟ ରାଜା ହେରୋଦଙ୍କଠାରୁ ତାଙ୍କ ଜୀବନ ବିପଦରେ ଥିଲା। ହେରୋଦ ଚାହୁଁ ନଥିଲେ ଯେ ଅନ୍ୟ କୌଣସି ରାଜା (ଅର୍ଥାତ୍ ‘ଖ୍ରୀଷ୍ଟ’) ତାଙ୍କ ଶାସନକୁ ଆତଙ୍କ ଜନ୍ମାଉ। ସୁସମାଚାର ବ୍ୟାଖ୍ୟା କରେ:
1ହେରୋଦ ରାଜାଙ୍କ ସମୟରେ ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ଣପରେ, ଦେଖ, ପୂର୍ବଦେଶର କେତେକ ପଣ୍ତିତ ଯିରୂଶାଲମକୁ ଆସି କହିଲେ, ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖାଅଛି, ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଉତ୍ପନ୍ନ ହେବେ। ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ।
ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ଵନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ଵାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।
ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା।
ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ। ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ। ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ଵାନ କଲୁ। ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ। ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।
ମାଥିଉ 2:1-18
ଯୀଶୁ ଏବଂ କୃଷ୍ଣଙ୍କର ଜନ୍ମରେ ଅନେକ ସମାନତା ଅଛି । କୃଷ୍ଣଙ୍କୁ ବିଷ୍ଣୁଙ୍କର ଅବତାର ରୂପେ ସ୍ମରଣ କରାଯାଏ । ଲୋଗୋସ୍ (ବାକ୍ୟ) ଭାବରେ, ଯୀଶୁଙ୍କ ଜନ୍ମ ସର୍ବୋପରିସ୍ଥ ଈଶ୍ଵରଙ୍କ ଜଗତର ସୃଷ୍ଟିକର୍ତ୍ତା ଥିଲା । ଉଭୟ ଜନ୍ମ ପୂର୍ବରୁ ଭବିଷ୍ୟବାଣୀ ହୋଇଥିଲା, ସ୍ୱର୍ଗୀୟ ଦୂତମାନଙ୍କୁ ବ୍ୟବହାର କରାଯାଇଥିଲା ଏବଂ ସେମାନଙ୍କ ଆଗମନକୁ ମନ୍ଦ ରାଜାମାନେ ଧମକ ଦେଇ ବିରୋଧ କରିଥିଲେ।
କିନ୍ତୁ ଯୀଶୁଙ୍କ ବିସ୍ତୃତ ଜନ୍ମ ପଛରେ ଉଦ୍ଦେଶ୍ୟ କ’ଣ ଥିଲା? ସେ କାହିଁକି ଆସିଥିଲେ? ମାନବ ଇତିହାସର ଆରମ୍ଭରୁ, ସର୍ବୋପରିସ୍ଥ ଈଶ୍ଵରର ଘୋଷଣା କଲେ ଯେ ସେ ଆମର ସମସ୍ତ ଆବଶ୍ୟକତା ପୂରଣ କରିବେ । ଯେପରି କୃଷ୍ଣ କାଲନେମିନଙ୍କୁ ଧ୍ୱଂସ କରିବାକୁ ଆସିଲେ, ଯୀଶୁ ଆମର ଶତ୍ରୁକୁ ବିନାଶ କରିବାକୁ ଆସିଥିଲେ, ଯିଏ ଆମକୁ ବନ୍ଦୀ କରି ରଖିଥିଲା। ସୁସମାଚାରରେ ପ୍ରକାଶିତ ଯୀଶୁଙ୍କ ଜୀବନକୁ ଅନୁସନ୍ଧାନ ଜାରି ରଖିବାବେଳେ ଏହା କିପରି ଉନ୍ମୁକ୍ତ ହୁଏ ଏବଂ ଆଜି ଆମ ପାଇଁ ଏହାର ଅର୍ଥ କ’ଣ ଆମେ ଶିଖୁ ।