Skip to content
Home » କାଳୀ, ମୃତ୍ୟୁ ଓ ନିସ୍ତାରପର୍ବର ଚିହ୍ନ

କାଳୀ, ମୃତ୍ୟୁ ଓ ନିସ୍ତାରପର୍ବର ଚିହ୍ନ

  • by

କାଳୀକୁ ସମସ୍ତେ ମୃତ୍ୟୁର ଦେବୀ ବୋଲି ଜାଣନ୍ତି, କିନ୍ତୁ କାଳୀ ଶବ୍ଦଟି ସଂସ୍କୃତ ଶବ୍ଦ କାଲରୁ ଆସିଛି ଯାହାର ଅର୍ଥ ସମୟ ଅଟେ । କାଳୀର ଚିତ୍ରସଂକେତଗୁଡ଼ିକ ଭୟାନକ ଥାଏ କାରଣ ସେ ସାଧାରଣତଃ କଟାଯାଇଥିବା ମୁଣ୍ଡର ହାର ଓ  କଟାଯାଇଥିବା ବାହୁର ସ୍କର୍ଟ ପିନ୍ଧି, ରକ୍ତ ବହୁଥିବା, ସତେଜ କଟା ମୁଣ୍ଡ ଧରି ସ୍ୱାମୀ ଶିବର ଶରୀର ଉପରେ ଗୋଟିଏ ପାଦ ରଖି ଛିଡା ହେବାର ଚିତ୍ରଣ କରାଯାଇଥାଏ  । ଏବ୍ରୀୟ ବେଦ – ବାଇବେଲରେ ମୃତ୍ୟୁର ଆଉ ଏକ କାହାଣୀ ବୁଝିବାରେ କାଳୀ ଆମକୁ ସାହାଯ୍ୟ କରେ ।

କାଳୀ ଶିବ ଉପରେ କଟିଯାଇଥିବା ମୁଣ୍ଡ ଓ ଅଙ୍ଗରେ ସଜ୍ଜିତ ।

କାଳୀ ପୁରାଣରେ କୁହାଯାଇଛି ଯେ ଭୂତମାନଙ୍କର-ରାଜା ମହିଷାସୁର ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଧମକ ଦେଇଥିଲା। ତେଣୁ ବେବତାମାନେ ନିଜର ତତ୍ତ୍ଵରେ କାଳୀକୁ ସୃଷ୍ଟି କରିଥିଲେ । କାଳୀ ଏକ ବିଶାଳ ରକ୍ତପାତରେ ଭୂତ-ସୈନ୍ୟବାହିନୀରେ ଅତିଷ୍ଠ ହୋଇ ତା’ର ପଥରେ ବାଧା ଦେଉଥିବା ସମସ୍ତଙ୍କୁ ଧ୍ୱଂସ କଲା। ଯୁଦ୍ଧର ଶେଷରେ ସେ ଭୂତ-ରାଜା ମହିଷାସୁର ସହ ଯୁଦ୍ଧ କଲା, ସେହି ଯୁଦ୍ଧରେ କାଳୀ ମହିଷାସୁରକୁ ଏକ ହିଂସାତ୍ମକ ମୁକାବିଲା କରି ଧ୍ୱଂସ କଲା । କାଳୀ ତା’ର ଶତ୍ରୁମାନଙ୍କୁ ରକ୍ତାକ୍ତ ଶରୀରର ଅଂଶରେ ପରିଣତ କରୁଥିଲା, କିନ୍ତୁ ସେ ସମସ୍ତ ରକ୍ତରେ ରକ୍ତ ପିପାଶୀ ହେଲା ତେଣୁ ସେ ତା’ର ମୃତ୍ୟୁ ଓ ବିନାଶର ପଥକୁ ଅଟକାଇ ପାରିନଥିଲା। ଯୁଦ୍ଧକ୍ଷେତ୍ରରେ ଶିବ ସ୍ୱେଚ୍ଛାକୃତ ଭାବେ ଶୋଇବା ପର୍ଯ୍ୟନ୍ତ ଦେବତାମାନେ କାଳୀକୁ କିପରି ଅଟକାଇବେ ତାହା ଜାଣି ପାରିନଥିଲା । ତେଣୁ ଯେତେବେଳେ କାଳୀ, ତା’ର ମୃତ ଶତ୍ରୁମାନଙ୍କର ମୁଣ୍ଡ ଓ  ବାହୁରେ ସଜ୍ଜିତ ହୋଇ ଶିବ ଉପରେ ଗୋଟିଏ ପାଦ ରଖି ଶିବକୁ ଚାହିଁଲା ସେତେବେଳେ ସେ ପୁଣିଥରେ ତା’ର ଇନ୍ଦ୍ରିୟ ବୋଧଶକ୍ତିକୁ ଫେରି ପାଇଲା ଓ  ବିନାଶ ହେଲା ।

ଏବ୍ରୀୟ ବେଦରେ ନିସ୍ତାରପର୍ବର ବିବରଣ କାଳୀ ଓ  ଶିବର ଏହି କାହାଣୀକୁ ପ୍ରତିବିମ୍ବିତ କରେ । ନିସ୍ତାରପର୍ବର କାହାଣୀ ଜଣେ ଦୂତକୁ ବର୍ଣ୍ଣନା କରେ ଯାହା କାଳୀ ପରି ଏକ ମନ୍ଦ ରାଜାକୁ ବିରୋଧ କରି ବ୍ୟାପକ ମୃତ୍ୟୁକୁ ଆଣଇ । କାଳୀକୁ ଅଟକାଇବା ପାଇଁ ଶିବ ଏକ ଦୁର୍ବଳ ସ୍ଥିତିକୁ ଗ୍ରହଣ କରେ, ସେହିପରି ମୃତ୍ୟୁର ଏହି ଦୂତ, ଯେଉଁଠାରେ ଏକ ଅସହାୟ ମେଷକୁ ବଳି ଦିଆଯାଇଥାଏ ସେହି ଘରୁକୁ ଅବରୋଧ କରଇ ।  ବିଜ୍ଞବ୍ୟକ୍ତିମାନେ କୁହନ୍ତି ଯେ ଏହି କାଳୀ କାହାଣୀର ଅର୍ଥ ଅହଂକୁ ପରାସ୍ତ କରିବା । ନିସ୍ତାରପର୍ବର କାହାଣୀ ମଧ୍ୟ ନାଜରିତର ଯୀଶୁଙ୍କ ଆଗମନ – ୟେଶୁ ସତସଙ୍ଗ – ଏବଂ ନିଜର ଅହଂକୁ ତ୍ୟାଗ କରି ଆମ ବଦଳରେ ନିଜକୁ ବଳିଦାନ ଦେବାକୁ ନିଜକୁ ନମ୍ର କରିବା ବିଷୟକୁ ବର୍ଣ୍ଣନା କରେ । ନିସ୍ତାରପର୍ବର କାହାଣୀ ଜାଣିବା ଯୋଗ୍ୟ ଅଟେ ।

ନିସ୍ତାରପର୍ବ ଯାତ୍ରା

ଆମେ ଦେଖିଲୁ ଯେ କିପରି ୠଷି ଅବ୍ରହାମ ତାଙ୍କ ପୁଅର ବଳିଦାନ, ଯୀଶୁଙ୍କ ବଳିଦାନକୁ ସୂଚାଇଥାଏ । ଅବ୍ରହାମଙ୍କ ପରେ, ଏହି ପୁତ୍ର ଇସ୍‍ହାକଙ୍କ ଦ୍ଵାରା ତାଙ୍କର ବଂଶଧରମାନଙ୍କୁ ଇସ୍ରାଏଲ ନାମରେ ଡକାଗଲା ଓ ସେମାନେ  ବହୁ ସଂଖ୍ୟାର ଲୋକ ହୋଇଥିଲେ କିନ୍ତୁ ମିସରରେ ଦାସତ୍ଵ ଅବସ୍ଥାରେ ଥିଲେ ।

ଏବେ  ଆମେ ଏକ ନାଟକୀୟ ସଂଗ୍ରାମକୁ ଦେଖୁ ଯାହା ଇସ୍ରାଏଲ୍ ନେତା ମୋଶାଙ୍କ ଦ୍ୱାରା ନିଆଯାଇଅଛି ଯାହା ଏବ୍ରୀୟ ବେଦ ବାଇବେଲର ଯାତ୍ରା ପୁସ୍ତକରେ ଲିପିବଦ୍ଧ ହୋଇଛି । ପ୍ରାୟ 1500 ଖ୍ରୀଷ୍ଟପୂର୍ବ ଅବ୍ରହାମଙ୍କ 500 ବର୍ଷ ପରେ ମୋଶା କିପରି ଇସ୍ରାଏଲୀୟମାନଙ୍କୁ ମିସରର ଦେଶର ଦାସତ୍ୱରୁ ବାହାର କରି ଆଣିଥିଲେ ଏହା ସେହି ବିଷୟରେ ବର୍ଣ୍ଣନା କରେ । ମିସରର ଫାରୋ (ଶାସକ) ସହିତ ମୁହାଁମୁହିଁ ହେବାକୁ ସୃଷ୍ଟିକର୍ତ୍ତା ମୋଶାଙ୍କୁ ଆଜ୍ଞା ଦେଇଥିଲେ ଓ  ଏହା ଉଭୟ ମୋଶା ଓ ଫାରୋ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା ଯାହା ମିସର ଦେଶଉପରେ ନଅଗୋଟି ମହାମାରୀ କିମ୍ବା ବିପର୍ଯ୍ୟୟ ଆଣିଥିଲା। କିନ୍ତୁ ଫାରୋ ଇସ୍ରାଏଲୀୟମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇ ନ ଥିଲା ତେଣୁ ଈଶ୍ଵର ଏକ ଦଶମ ତଥା ଅନ୍ତିମ ମହାମାରୀ ମିସର ଦେଶ ଉପରକୁ ଆଣିବାକୁ ଯାଉଛନ୍ତି । ଦଶମ ମହାମାରୀର ସମ୍ପୂର୍ଣ୍ଣ ବିବରଣ  ଏଠାରେ ଅଛି ।

ଈଶ୍ଵର ଆଦେଶ ଦେଲେ ଯେ ଦଶମ ମହାମାରୀ ପାଇଁ ମୃତ୍ୟୁର ଜଣେ ଦୂତ (ଆତ୍ମା) ମିସରର ମଧ୍ୟଦେଇ ଗମନ କରିବ । ମିସରରେ ଯେଉଁ ଘରେ ବଳି ଦିଆଯାଇଥିଲା ଗୋଟିଏ ମେଷ ରକ୍ତରୁ ଘରର ଦ୍ୱାରରେ ଚିହ୍ନ ଦିଆଯାଇଥିବ ସେହି ବ୍ୟତିତ ଆଉ ସମଗ୍ର ଦେଶରେ ଥିବା ପ୍ରତ୍ୟେକ ଘରେ ପ୍ରଥମଜାତ ପୁତ୍ର ଏକ ନିର୍ଦ୍ଦିଷ୍ଟ ରାତିରେ ମରିବେ । ଫାରୋଙ୍କର ଦଣ୍ଡ, ଯଦି ସେ ତାହା ପାଳନ ନକରେ ଓ ମେଷ ରକ୍ତକୁ ନିଜ ଘରର ଦ୍ୱାରରେ ରଙ୍ଗ ନ କରେ, ତେବେ ତା’ର ପୁତ୍ର ଓ  ସିଂହାସନର ଉତ୍ତରାଧିକାରୀ ମରିଯିବ । ଓ ମିସରର ପ୍ରତ୍ୟେକ ଘର ନିଜର ପ୍ରଥମଜାତ ପୁତ୍ରକୁ ହରାଇଥା’ନ୍ତା – ଯଦି ବଳି ଦିଆଯାଇଥିବା ମେଷର ରକ୍ତ ଦ୍ଵାରା ଘରର କବାଟରେ ରଙ୍ଗ କରି ନ ଥା’ନ୍ତେ । ମିସର ଦେଶ ଏକ ଜାତୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

କିନ୍ତୁ ବଳି ଦିଆଯାଇଥିବା ଏକ ମେଷର ରକ୍ତରେ ଘରର ଦ୍ୱାରରେ ରଙ୍ଗ ଦିଆଯାଇଥିବା ପ୍ରତିଶୃତି ଏହା ଥିଲା ଯେ ସମସ୍ତେ ସୁରକ୍ଷିତ ରହିବେ। ମୃତ୍ୟୁ ଦୂତ ସେହି ଘର ଉପରେ ଅତିକ୍ରମ କରିବେ । ତେଣୁ ସେହି ଦିନକୁ ନିସ୍ତାରପର୍ବ କୁହାଯାଉଥିଲା (ଯେହେତୁ ମୃତ୍ୟୁ ମେଷଙ୍କ ରକ୍ତରେ ରଙ୍ଗ ଦିଆଯାଇଥିବା ସମସ୍ତ ଘର ଦେଇ ଅତିକ୍ରମ କରିଥିଲା ) ।

ନିସ୍ତାରପର୍ବର ଚିହ୍ନ

ଯେଉଁମାନେ ଏହି କାହାଣୀ ଶୁଣିଛନ୍ତି ସେମାନେ ଅନୁମାନ କରନ୍ତି ଯେ ଘରର ଦ୍ଵାରରେ ଥିବା ରକ୍ତ ମୃତ୍ୟୁ ଦୂତଙ୍କ ପାଇଁ ଏକ ସଙ୍କେତ ଥିଲା । କିନ୍ତୁ 3500 ବର୍ଷ ପୂର୍ବେ ଲେଖାଯାଇଥିବା ବିବରଣରୁ ନିଆଯାଇଥିବା ବିଚିତ୍ର ବିବରଣୀକୁ ଧ୍ୟାନ ଦିଅନ୍ତୁ ।

ସଦାପ୍ରଭୁ ମୋଶାଙ୍କୁକହିଲେ……”ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ଵରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ତ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା।

ଯାତ୍ରା ପୁସ୍ତକ 12:13

ଯଦିଓ ଈଶ୍ଵର ଦ୍ୱାରରେ ରକ୍ତ ଦେଖୁଥିଲେ, ଓ  ଯେତେବେଳେ ସେ ଏହା ଦେଖିବେ ମୃତ୍ୟୁ ଅତିକ୍ରମ କରିବ, ରକ୍ତ ଈଶ୍ଵରଙ୍କ ପାଇଁ ଚିହ୍ନ ସ୍ଵରୂପ ନଥିଲା। ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବରେ କହେ ଯେ ‘ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ସ୍ଵରୂପ’ ହେବ । ଏହି ବିବରଣ ଆମ ସମସ୍ତଙ୍କ ପାଇଁ ମଧ୍ୟ ଚିହ୍ନ ସ୍ଵରୂପ’ ଅଟେ । କିନ୍ତୁ ଏହା କିପରି ଏକ ଚିହ୍ନ? ଏହାପରେ ସଦାପ୍ରଭୁ ସେମାନଙ୍କୁ ଆଜ୍ଞା ଦେଲେ:

ପୁଣି ତୁମ୍ଭେମାନେ ଓ ଯୁଗାନୁକ୍ରମେ ତୁମ୍ଭମାନଙ୍କ ସନ୍ତାନମାନେ ବିଧିମତେ ଏହି ରୀତି ପାଳନ କରିବ। ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ; ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ସେଠାରେ ପ୍ରବେଶ କଲେ, ଏହି ସେବା ସାଧନ କରିବ। ପୁଣି ତୁମ୍ଭମାନଙ୍କ ଏହି ସେବାର ଅଭିପ୍ରାୟ କଅଣ? ଏହା ତୁମ୍ଭମାନଙ୍କ ସନ୍ତାନମାନେ ପଚାରିଲେ, ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବୀୟ ବଳିଦାନ; କାରଣ ମିସ୍ରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିସରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ। ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ।

ଯାତ୍ରା ପୁସ୍ତକ 12:24-27
Jewish man with lamb at Passover
ନିସ୍ତାରପର୍ବରେ ମେଷକୁ ଧରିଥିବା ଥିବା ଏକ ଯିହୁଦୀ ବ୍ୟକ୍ତି

ଇସ୍ରାଏଲୀୟମାନଙ୍କୁ ପ୍ରତିବର୍ଷ ଏହି ଦିନରେ ନିସ୍ତାରପର୍ବ ପାଳନ କରିବାକୁ ଆଜ୍ଞା ଦିଆଯାଇଥିଲା । ଯିହୁଦୀ କ୍ୟାଲେଣ୍ଡର, ହିନ୍ଦୁ କ୍ୟାଲେଣ୍ଡର ପରି ଏକ ଚନ୍ଦ୍ର କ୍ୟାଲେଣ୍ଡର ଅଟେ, ତେଣୁ ଏହା ପାଶ୍ଚାତ୍ୟ କ୍ୟାଲେଣ୍ଡରଠାରୁ ଟିକିଏ ଭିନ୍ନ ଅଟେ, ଓ  ପର୍ବର ଦିନ ପ୍ରତିବର୍ଷ ପାଶ୍ଚାତ୍ୟ କ୍ୟାଲେଣ୍ଡର ଆନୁସାରେ ବଦଳିଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ, 3500 ବର୍ଷ ପରେ, ଯିହୁଦୀ ଲୋକମାନେ ଏହି ଘଟଣାର ସ୍ମୃତିରେ ଓ  ସେତେବେଳେ ଦିଆଯାଇଥିବା ଆଜ୍ଞାକୁ ପାଳନ କରି,  ନିସ୍ତାରପର୍ବକୁ ବର୍ଷର ସେହି ତାରିଖରେ ଏକ ଉତ୍ସବ ଭାବରେ ପାଳନ କରନ୍ତି  ।

ପ୍ରଭୁ ଯୀଶୁଙ୍କୁ ସୂଚାଉ ଥିବା ନିସ୍ତାରପର୍ବର ଚିହ୍ନ

ଇତିହାସ ମାଧ୍ୟମରେ ଏହି ପର୍ବକୁ ଅଧ୍ୟୟନ କଲେ ଆମେ କିଛି ଅସାଧାରଣ ବିଷୟକୁ ଲକ୍ଷ୍ୟ କରିପାରିବା । ଆପଣ ଏହାକୁ ସୁସମାଚାରରେ ଲକ୍ଷ୍ୟ କରିପାରିବେ ଯେଉଁଠାରେ ଏହା ଯୀଶୁଙ୍କ ଗିରଫ ଓ  ବିଚାରର ବିବରଣୀ (ସେହି ପ୍ରଥମ ନିସ୍ତାରପର୍ବର 1500 ବର୍ଷ ପରେ)କୁ ଲିପିବଦ୍ଧ କରିଥାଏ:

ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରି ପାରନ୍ତି, ଏଥି-ନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।

ଯୋହନ 18:28

କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା?

ଯୋହନ 18:39

ଅନ୍ୟ ଅର୍ଥରେ, ଯିହୁଦୀ କ୍ୟାଲେଣ୍ଡରରେ ନିସ୍ତାରପର୍ବ ଦିନ ଯୀଶୁଙ୍କୁ କ୍ରୁଶବିଦ୍ଧ ପାଇଁ ପଠାଯାଇଥିଲା । ଯୀଶୁଙ୍କୁ ଦିଆଯାଇଥିବା ଆଖ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା

ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ଵରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି। ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।

ଯୋହନ 1:29-30

ନିସ୍ତାରପର୍ବ ଆମ ପାଇଁ କିପରି ଏକ ଚିହ୍ନ, ଏଠାରେ ଆମେ ତାହା ଦେଖୁ । ଯୀଶୁ, ‘ଈଶ୍ଵରଙ୍କ ମେଷ’, ସେହି ବର୍ଷର ସେହି ଦିନ କ୍ରୁଶରେ ମୃତ୍ୟୁବରଣ କରିଥିଲେ (ଅର୍ଥାତ୍ ବଳି ଦିଆଗଲେ) ଯେବେ ସମସ୍ତ ଯିହୁଦୀମାନେ 1500 ବର୍ଷ ପୂର୍ବେ ଘଟିଥିବା ପ୍ରଥମ ନିସ୍ତାରପର୍ବ ସ୍ମୃତିରେ ଏକ ମେଷଶାବକୁ ବଳି ଦେଉଥିଲେ। ଏହା ଦୁଇଟି ଛୁଟିଦିନର ବାର୍ଷିକ ସମୟକୁ ବର୍ଣ୍ଣନା କରେ ଯାହା ପ୍ରତିବର୍ଷ ପାଳିତ ହୁଏ । ଯିହୁଦୀ ନିସ୍ତାର ପର୍ବ ପ୍ରାୟ ପ୍ରତିବର୍ଷ ଇଷ୍ଟର ପରି ସେହି ସମୟରେ ହୋଇଥାଏ – ଗୋଟିଏ କ୍ୟାଲେଣ୍ଡରରେ ଦେଖନ୍ତୁ । (ପ୍ରତ୍ୟେକ ଊନବିଂଶତମ ବର୍ଷରେ ଯିହୁଦୀ କ୍ୟାଲେଣ୍ଡରରେ ଚନ୍ଦ୍ର ଭିତ୍ତିକ ଲମ୍ଫ ବର୍ଷର ଚକ୍ର ହେତୁ ଏକ ମାସର ଭିନ୍ନତା ଥାଏ) । ଏହି କାରଣରୁ ଇଷ୍ଟର ପ୍ରତିବର୍ଷ ପାଳନ ହୁଏ କାରଣ ଏହା ନିସ୍ତାରପର୍ବ ଉପରେ ଆଧାରିତ ଅଟେ ଓ ନିସ୍ତାରପର୍ବ ଯିହୁଦୀ କ୍ୟାଲେଣ୍ଡର ଦ୍ଵାରା ନିର୍ମିତ ହୋଇଛି ଯାହା ପାଶ୍ଚାତ୍ୟ କ୍ୟାଲେଣ୍ଡର ଅପେକ୍ଷା ବର୍ଷକୁ ଭିନ୍ନ ଭାବରେ ଗଣନା କରିଥାଏ ।

ବର୍ତ୍ତମାନ ‘ଚିହ୍ନ’ କ’ଣ କରେ ସେ ବିଷୟରେ ଏକ ମିନିଟ୍ ଆପଣ ବିଚାର କରନ୍ତୁ । ଆପଣ ନିମ୍ନରେ କିଛି ଚିହ୍ନ ଦେଖିପାରିବେ ।

 

ଭାରତର ଏକ ଚିହ୍ନ

 

Signs
ମ୍ୟାକଡୋନାଲ୍ଡ ଓ ନାଇକ୍ ବିଷୟରେ ଭାବିବାକୁ ଆମ ପାଇଁ ବ୍ୟବସାୟିକ ଚିହ୍ନ

ପତାକା ଭାରତର ଏକ ଚିହ୍ନ ବା ପ୍ରତୀକ ଅଟେ । ଆମେ କେବଳ କମଳା ଓ  ସବୁଜ ରଙ୍ଗର ବ୍ୟାଣ୍ଡ ସହ ଏକ ଆୟତକ୍ଷେତ୍ରକୁ ‘ଦେଖୁନାହୁଁ’ । ନା, ଯେତେବେଳେ ଆମେ ଏହି ପତାକା ଦେଖୁ ସେତେବେଳେ ଆମେ ଭାରତ ବିଷୟରେ ଭାବିଥାଉ । ‘ଗୋଲଡେନ୍ ଆର୍ଚସ୍’ର ଚିହ୍ନ ଦେଖିଲେ ଆମେ ମ୍ୟାକଡୋନାଲ୍ଡସ୍ ବିଷୟରେ ଭାବିଥାଉ । ନାଡାଲଙ୍କ ହେଡବ୍ୟାଣ୍ଡରେ ଥିବା ‘√’ ଚିହ୍ନ ହେଉଛି ନାଇକ୍ ପାଇଁ ଚିହ୍ନ । ନାଡାଲଙ୍କ ଉପରେ ଏହି ଚିହ୍ନ ଦେଖିଲେ ଆମେ ନାଇକ୍ ବିଷୟରେ ଭାବିଥାଉ । ଆମର ଚିନ୍ତାଧାରାକୁ ଇଚ୍ଛାକୃତ ବିଷୟକୁ ନିର୍ଦ୍ଦେଶ କରିବା ପାଇଁ ଚିହ୍ନଗୁଡିକ ଆମ ମନର ସୂଚକ  ।

ଏବ୍ରୀୟ ବେଦରେ ନିସ୍ତାରପର୍ବର ବିବରଣ ସ୍ପଷ୍ଟ ଭାବରେ ପ୍ରକାଶ କରେ ଯେ ସେହି ଚିହ୍ନ ଲୋକମାନଙ୍କ ପାଇଁ ଥିଲା ଏହା ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ପାଇଁ ନଥିଲା (ଯଦିଓ ସେ ରକ୍ତ ଦେଖିବେ ଓ  ଯଦି ସେ ଘରର ଦ୍ଵାରରେ ରକ୍ତ ଚିହ୍ନ ଦେଖିଥିବେ ତେବେ ଘର ଦେଇ ଯିବେ)। ଯେତେବେଳେ ଆମେ ସମସ୍ତ ଚିହ୍ନ ସହ, ନିସ୍ତାରପର୍ବକୁ ଦେଖୁ ସେତେବେଳେ ଆମେ କ’ଣ ସ୍ମରଣ କରୁ ବୋଲି ସେ ଚାହିଁନ୍ତି? ସେହି ଦିନ ମେଷଶାବକଙ୍କ ଅର୍ଥାତ ଯୀଶୁଙ୍କ ବଳିଦାନର ଉଲ୍ଲେଖନୀୟ ସମୟ, ଏହା ଯୀଶୁଙ୍କ ବଳିଦାନକୁ ସୂଚାଏ

ଯେପରି ମୁଁ ନିମ୍ନରେ ଉଲ୍ଲେଖ କରିଛି ସେହିପରି ଏହା ଆମ ମନରେ କାମ କରେ । ଚିହ୍ନ ଆମକୁ ଯୀଶୁଙ୍କ ବଳିଦାନକୁ ସୂଚାଇଥାଏ ।

ନିସ୍ତାରପର୍ବ ଯୀଶୁଙ୍କ ବଳିଦାନର ପ୍ରକୃତ ସମୟର ଏକ ଚିହ୍ନ ଅଟେ

ସେହି ପ୍ରଥମ ନିସ୍ତାରପର୍ବରେ ମେଷଶାବକମାନଙ୍କୁ ବଳି ଦିଆଗଲା ଓ  ରକ୍ତ ଲୋକମାନଙ୍କ ଉପରେ ସିଞ୍ଚନ କରାଗଲା ଯାହା ଦ୍ଵାରା ଲୋକେ ଜୀବିତ ରହିବେ ଓ ଏହିପରି, ଯୀଶୁଙ୍କୁ ସୂଚାଉଥିବା ଏହି ଚିହ୍ନର ଅର୍ଥ ଏହା ଯେ ସେ, ‘ଈଶ୍ଵରଙ୍କ ମେଷଶାବକ’,  ମୃତ୍ୟୁର ବଳିଦାନ ଭାବରେ ବଳି ଦିଆଯାଇଥିଲା ଓ  ତାଙ୍କ ରକ୍ତ ସିଞ୍ଚନ କରାଯିବା ଦ୍ଵାରା ଆମେ ଜୀବିତ ଅଟୁ ।

ଅବ୍ରହାମଙ୍କ ଚିହ୍ନରେ ଯେଉଁଠାରେ ଅବ୍ରହାମ ତାଙ୍କ ପୁତ୍ରଙ୍କ ବଳିଦାନ ସହିତ ପରୀକ୍ଷା କରାଯାଇଥିଲେ, ସେହି ସ୍ଥାନ ମୋରିୟା ପର୍ବତ ଥିଲା । ଅବ୍ରହାମଙ୍କ ପୁତ୍ରଙ୍କୁ ଜୀବିତ ରଖିବା ପାଇଁ ଏକ ମେଷଶାବକ ମୃତ୍ୟୁବରଣ କଲା।

            ଅବ୍ରହାମଙ୍କ ଚିହ୍ନ ସେହି ସ୍ଥାନକୁ ସୂଚାଉଥିଲା ।

ମୋରିୟା ପର୍ବତ ସେହି ସ୍ଥାନ ଯେଉଁଠାରେ ଯୀଶୁଙ୍କୁ ବଳି ଦିଆଯାଇଥିଲା । ସେହି ସ୍ଥାନକୁ ସୂଚାଇ ତାଙ୍କ ମୃତ୍ୟୁର ଅର୍ଥ ଆମକୁ ‘ଦେଖିବା’ ପାଇଁ ଏହା ଏକ ସଙ୍କେତ ଥିଲା । ନିସ୍ତାରପର୍ବରେ ଆମେ ଯୀଶୁଙ୍କ ବଳିଦାନର ଆଉ ଏକ ସୂଚକ ପାଇଥାଉ – ତାହା ବର୍ଷର ସେହି ଦିନ ଅଟେ । ଯୀଶୁଙ୍କ ବଳିଦାନକୁ ସୂଚାଇବା କେବଳ ଏକ ଘଟଣାର ସମକକ୍ଷ ନୁହେଁ ବୋଲି ଏକ ମେଷଶାବକ ବଳି ପୁଣି ଥରେ ଦର୍ଶାଇବାକୁ ବ୍ୟବହୃତ ହୁଏ । ଦୁଇଟି ଭିନ୍ନ ଉପାୟରେ (ଅବସ୍ଥାନ ଓ ସମୟ ମାଧ୍ୟମରେ) ପବିତ୍ର ଏବ୍ରୀୟ ବେଦଗୁଡ଼ିକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ବ ସିଧାସଳଖ ଯୀଶୁଙ୍କ ବଳିଦାନକୁ ସୂଚଏ । ଇତିହାସର ଅନ୍ୟ  କୌଣସି ବ୍ୟକ୍ତିଙ୍କ ବିଷୟରେ ମୁଁ ଭାବିପାରିବି ନାହିଁ, ଯାହାର ମୃତ୍ୟୁ ଏତେ ନାଟକୀୟ ରୀତିରେ ସମାନ୍ତରାଳ ଭାବରେ ଚିତ୍ରିତ ହୋଇଅଛି । ଆପଣ କରି ପାରିବେ କି?

ଦିଆଯାଇଥିବା ଚିହ୍ନଗୁଡ଼ିକ ଦ୍ଵାରା ଯେପରି ଆମର ଆତ୍ମବିଶ୍ୱାସ ରହିପାରିବ ଯେ ଯୀଶୁଙ୍କ ବଳିଦାନ ପ୍ରକୃତରେ ଈଶ୍ଵରଙ୍କ ଦ୍ଵାରା ଯୋଜନା ଓ ସ୍ଥିର କରାଯାଇଥିଲା। ଯୀଶୁଙ୍କ ବଳିଦାନ ଆମକୁ ମୃତ୍ୟୁରୁ କିପରି ରକ୍ଷା କରେ ଓ ଆମକୁ ପାପରୁ ମୁକ୍ତ କରେ – ଈଶ୍ଵରଙ୍କଠାରୁ ପ୍ରାପ୍ତ ଉପହାର, ଯେଉଁମାନେ ଏହାକୁ ଗ୍ରହଣ କରିବେ  ସେବିଷୟରେ ଏହା ଏକ ଦୃଷ୍ଟାନ୍ତ ଥିଲା ଯାହା ଆମକୁ କଳ୍ପନା କରିବାରେ ସାହାଯ୍ୟ କରେ ।

Leave a Reply

Your email address will not be published. Required fields are marked *