ମାନବ ଇତିହାସରେ ସବୁଠୁ ବଡ ଜନସମାବେଶ ଭାରତରେ ହୁଏ ଓ ଏହି ଜନସମାବେସ ପ୍ରତି 12 ବର୍ଷରେ ଥରେ ହୁଏ | 55 ଦିନିଆ କୁମ୍ଭମେଳା ଉତ୍ସବ ପାଇଁ ଆହ୍ଲାବାଦ ସହରରେ ଥିବା ଗଙ୍ଗା ନଦୀ କୂଳରେ 100 ମିଲିୟନ ଲୋକ ଏକତ୍ର ହୁଅନ୍ତି, ଗତ କୁମ୍ଭମେଳା ଉତ୍ସବର ପ୍ରାରମ୍ଭ ଦିନରେ ଗଙ୍ଗା ନଦୀରେ 10 ନିୟୁତ ଶ୍ରଦ୍ଧାଳୁ ସ୍ନାନ କରିଥିଲେ।
ଏନ.ଡି.ଟି.ଭି. ଅନୁଯାୟୀ କୁମ୍ଭମେଳା ଉତ୍ସବର ଶେଷ ସ୍ନାନ ଦିନଗୁଡ଼ିକରେ ପ୍ରାୟ 20 ନିୟୁତ ସ୍ନାନକାରୀମାନଙ୍କୁ ଆୟୋଜକମାନେ ଆଶା କରନ୍ତି। ଏହି କୁମ୍ଭମେଳା ଉତ୍ସବର ଜନସଂଖ୍ୟା ମକ୍କାକୁ ବାର୍ଷିକ ହଜ୍ ତୀର୍ଥଯାତ୍ରୀମାନଙ୍କର ବାର୍ଷିକ ସଂଖ୍ୟା – ‘କେବଳ’ 3-4 ମିଲିୟନ୍
ମୁଁ ଆହ୍ଲାବାଦ ଯାଇଛି ଓ ମୁଁ କଳ୍ପନା କରିପାରୁ ନାହିଁ ଯେ ଏତେ ଲକ୍ଷ ଲକ୍ଷ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ କିପରି, ଭିତ୍ତି ସଂରଚନା ନ କରି ରହିପାରିବେ, କାରଣ ଆହ୍ଲାବାଦ ସହର ସେତେ ବଡ ନୁହେଁ | ବି.ବି.ସି. ରିପୋର୍ଟ କରିଅଛି ଯେ କୁମ୍ଭମେଳା ଉତ୍ସବରେ ଏହି ଲୋକମାନଙ୍କର ଦୌନିକ ଆବଶ୍ୟକତା ପୂରଣ କରିବା ପାଇଁ ଶୌଚାଳୟଗୁଡ଼ିକର ଓ ଡାକ୍ତରମାନଙ୍କୁ ନିଯୁକ୍ତି କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା।
ତେବେ 100 ମିଲିୟନ ଲୋକ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ 120 ବିଲିୟନ ଟଙ୍କା କାହିଁକି ଖର୍ଚ୍ଚ କରନ୍ତି? ନେପାଳର ଜଣେ ଭକ୍ତ ବି.ବି.ସି.କୁ ଜଣାଇଥିଲେ ଯେ
“ମୁଁ ମୋର ପାପ ଧୋଇ ଦେଇଛି”।
ରଏଟର୍ସ ରିପୋର୍ଟ କରେ ଯେ
ଶୀତରେ କମ୍ପି କମ୍ପି ଉଲଗ୍ନ ସ୍ନାନ କରୁଥିବା 77 ବର୍ଷିୟ ଭ୍ରମଣକାରି ସ୍ବାମୀ ଶଙ୍କରାନନ୍ଦ ସରସ୍ୱତୀ କହିଲେ, “ମୁଁ ଏହି ଜୀବନର ଓ ପୂର୍ବର ମୋର ସମସ୍ତ ପାପ ଧୋଇ ଦେଇଛି।“
ଏନ.ଡି.ଟି.ଭି. ଆମମାନଙ୍କୁ ତାହା କହିଥାଏ
ପୂଜକମାନେ, ଯେଉଁମାନେ ବିଶ୍ୱାସ କରନ୍ତି ଯେ ପବିତ୍ର ଜଳରେ ବୁଡ଼ିଲେ ସେମାନଙ୍କୁ ସେମାନଙ୍କର ପାପରୁ ପରିଷ୍କାର କରେ, ପୂର୍ବ କୁମ୍ଭମେଳା ଉତ୍ସବରେ ବି.ବି.ସିର ଏକ ସାକ୍ଷାତକାରରେ ତୀର୍ଥଯାତ୍ରୀ ମୋହନ ଶର୍ମା କହିଲେ ଯେ “ଆମେ ସୃଷ୍ଟି କରିଥିବା ସମସ୍ତ ପାପ ଏଠାରେ ଧୋଇହୋଇଯାଏ”।
ପାପ’ ର ବ୍ୟାପକ ମାନବୀୟ ଭାବନା
କହିବାକୁ ଗଲେ, ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଟଙ୍କା ଖର୍ଚ୍ଚ କରିବେ, ଜନଗହଳିପୂର୍ଣ୍ଣ ରେଳରେ ଯାତ୍ରା କରିବେ, ଜଟିଳ ପରିସ୍ଥିତିକୁ ସହ୍ୟ କରିବେ ଓ ଗଙ୍ଗା ନଦୀରେ ସ୍ନାନକରିବେ ଓ ସେମାନଙ୍କର ପାପ “ଧୋଇଯିବ” | ଏହି ଭକ୍ତମାନେ କ’ଣ କରୁଛନ୍ତି ତାହା ଆମେମାନେ ଦେଖିବା ପୂର୍ବରୁ, ଆସନ୍ତୁ ଜାଣିବା ସେହି ସମସ୍ୟାକୁ ଯାହା ସେମାନେ ନିଜ ନିଜ ଜୀବନରେ ଜାଣି ପାରନ୍ତି – ତାହା ‘ପାପ’ ଅଟେ |
ଶ୍ରୀ ସତ୍ୟ ସାଇ ବାବା ଓ ‘ଠିକ୍’ ପ୍ ‘ଭୁଲ’
ଜଣେ ହିନ୍ଦୁ ଶିକ୍ଷକ, ଯାହାର ଲେଖା ମୁଁ ଅଧ୍ୟୟନ କରିଛି, ସେ ହେଉଛନ୍ତି ସତ୍ୟ ସାଏ ବାବା | ମୁଁ ତାଙ୍କର ନୌତିକ ଶିକ୍ଷାଗୁଡ଼ିକୁକୁ ପ୍ରଶଂସନୀୟ ମନେ କରେ | ମୁଁ ତାଙ୍କ ଶିକ୍ଷାକୁ ନିମ୍ନରେ ସଂକ୍ଷିପ୍ତରେ ଉଲ୍ଲେଖିତ କରିଅଛି | ଆପଣ ସେହି ଶିକ୍ଷାଗୁଡ଼ିକୁ ପାଠ କଲାବେଳେ ନିଜକୁ ପଚାରନ୍ତୁ “ଏହି ଉତ୍ତମ ନୌତିକ ଶିକ୍ଷାଗୁଡ଼ିକ ବଞ୍ଚିବା ପାଇଁ କି? ମୁଁ ସେହି ଶିକ୍ଷାଗୁଡ଼ିକ ଦ୍ୱାରା ବଞ୍ଚିବା ଉଚିତ କି? ”
“ଓ ଧର୍ମ କ’ଣ (ଆମର ନୌତିକ କର୍ତ୍ତବ୍ୟ)? ଆପଣ ଯାହା ପ୍ରଚାର କରନ୍ତି ତାହା ଅଭ୍ୟାସ କରନ୍ତୁ, ଆପଣ ଯେପରି କହନ୍ତି ତାହା କରିବା, ନିର୍ଦ୍ଦେଶ ଏବଂ ଅଭ୍ୟାସକୁ ଅଭ୍ୟାସରେ ରଖିବା | ଉତ୍ତମ କର୍ମ ଉପାର୍ଜନ କରିବା, ଧାର୍ମିକତାକୁ ନୌଷ୍ଟିକ ଭାବରେ ଆଶା କରିବା, ଈଶ୍ଵରଙ୍କ ଭୟରେ ଜୀବନଯାପନ କରିବା, ଈଶ୍ଵରଙ୍କ ନିକଟରେ ପହଞ୍ଚିବା ପାଇଁ ବଞ୍ଚିବା: ତାହା ଧର୍ମ ଅଟେ ”
ସତ୍ୟ ସାଇ କୁହନ୍ତି 4, ପୃ. 339
“ପ୍ରକୃତରେ ଆପଣଙ୍କ କର୍ତ୍ତବ୍ୟ କ’ଣ?…
ପ୍ରଥମେ ଆପଣା ପିତାମାତାଙ୍କୁ ପ୍ରେମ, ସମ୍ମାନ ଓ କୃତଜ୍ଞତା ସହିତ ସେବା କରିବା |
ଦ୍ୱିତୀୟରେ, ସତ୍ୟ କହିବା ଓ ଧାର୍ମିକତାରେ କାର୍ଯ୍ୟ କରିବା |
ତୃତୀୟରେ, ଯେତେବେଳେ ଆପଣଙ୍କ ପାଖରେ କିଛି ସମୟ ଅଛି, ଆପଣଙ୍କ ମନରେ ପ୍ରଭୁଙ୍କ ନାମ ପୁନରାବୃତ୍ତି କରନ୍ତୁ |
ଚତୁର୍ଥରେ, ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବାରେ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କରେ ତ୍ରୁଟି ଆବିଷ୍କାର କରିବାକୁ ଚେଷ୍ଟା କରନ୍ତୁ ନାହିଁ |
ଓ ଶେଷରେ, ଅନ୍ୟମାନଙ୍କୁ କୌଣସି ରୂପରେ କଷ୍ଟ ଦିଅ ନାହିଁ ”ସାଥୀ ସାଇ କୁହନ୍ତି 4, ପୃ.348-349 |
“ଯିଏ ନିଜର ଅହଂକାରକୁ ବଶୀଭୂତ କରେ, ନିଜର ସ୍ୱାର୍ଥପର ଇଚ୍ଛାକୁ ପରାସ୍ତ କରେ, ନିଜର ଉତ୍ତମ ଭାବନା ଓ ପ୍ରେରଣାକୁ ନଷ୍ଟ କରେ ଓ ନିଜ ଶରୀରକୁ ପ୍ରେମ କରିବାର ପ୍ରାକୃତିକ ପ୍ରବୃତ୍ତି ତ୍ୟାଗ କରେ, ସେ ନିଶ୍ଚିତ ଭାବରେ ଧର୍ମର ପଥରେ ଅଛି” ଧର୍ମ ଭାହିନୀ, ପୃ.4
ମୁଁ ଏଗୁଡ଼ିକ ପାଠ କରିବାବେଳେ ଜାଣିବାକୁ ପାଇଲି ଯେ ଏଗୁଡ଼ିକ ହେଉଛି ନୌତିକ ଶିକ୍ଷା ଯାହାକୁ – ଏକ ସରଳ ନୌତିକ କର୍ତ୍ତବ୍ୟ ଭାବରେ ପାଳନ କରି, ମୋତେ ବଞ୍ଚିବା ଉଚିତ୍ | ଆପଣ ରାଜି ହେବେ ନାହିଁ କି? କିନ୍ତୁ କ’ଣ ଆପଣ ପ୍ରକୃତରେ ଏହି ଶିକ୍ଷା ଅନୁସାରେ ଜୀବନଯାପନ କରନ୍ତି କି? କ’ଣ ଆପଣ (ଓ ମୁଁ) ଏ ବିଷୟର କେବେ ଭାବିଛନ୍ତି କି? ଓ ଯେତେବେଳେ ଆମେମାନେ ଏହିପରି ଉତ୍ତମ ଶିକ୍ଷା ଅନୁସାରେ ଜୀବନଯାପନ କରିବାରେ ବିଫଳ ହେଉ ସେତେବେଳେ କ’ଣ ହୁଏ? ଏହି ପ୍ରଶ୍ନର ଉତ୍ତର ଦେଇ ସତ୍ୟସାଇ ବାବା ଜାରି ରଖନ୍ତି |
“ସାଧାରଣତଃ, ମୁଁ ମିଠା କଥା କହେ, କିନ୍ତୁ ଏହି ଅନୁଶାସନ ପ୍ରସଙ୍ଗରେ ମୁଁ କୌଣସି ରିହାତି ଦେବି ନାହିଁ … ମୁଁ କଠୋର ଆଜ୍ଞା ପାଳନ କରିବାରେ ଗୁରୁତ୍ଵ ଦେବି । ମୁଁ ଆପଣଙ୍କ ସ୍ତର ଅନୁଯାୟୀ କଠୋରତା ହ୍ରାସ କରିବି ନାହିଁ, ”
ସତ୍ୟସାଇ କୁହନ୍ତି 2, ପୃ.186
ଯଦି ଆପଣ ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବେ – ସେହି ସ୍ତରର କଠୋରତା ଠିକ ଅଛି | କିନ୍ତୁ ଯଦି ଆପଣ ଆବଶ୍ୟକତା ପୂରଣ କରୁନାହାଁନ୍ତି, ତେବେ କ’ଣ? ଏହିଠାରେ ‘ପାପ’ର ବିଚାରଧାରା ଆସିଥାଏ | ଯେତେବେଳେ ମୁଁ ନୌତିକତାକୁ ହରାଏ, କିମ୍ବା ମୋତେ ଯାହା କରିବା ଉଚିତ ତାହା ମୁଁ ନ କରେ, ସେତେବେଳେ ମୁଁ ‘ପାପ’ କରେ ଓ ମୁଁ ଜଣେ ପାପୀ ଅଟେ | କୌଣସି ଲୋକ ପସନ୍ଦ କରେ ନାହିଁ ଯଦି କେହି ଜଣେ ତାକୁ ‘ପାପୀ’ ବୋଲି କହେ – ଏହା ଏପରି କିଛି ଯାହା ଆମକୁ ଅସହଜ ଓ ଦୋଷୀ କରିଥାଏ, ଓ ବାସ୍ତବରେ ଆମେମାନେ ଏହି ସମସ୍ତ ଚିନ୍ତାଧାରାକୁ ଅଣଦେଖା କରିବାକୁ ଚେଷ୍ଟା କରି ବହୁ ମାନସିକ ଓ ଭାବପ୍ରବଣ ଶକ୍ତି ଖର୍ଚ୍ଚ କରିଥାଉ | ସମ୍ଭବତଃ, ଆମେମାନେ ଶ୍ରୀ ସତ୍ୟସାଇ ବାବାଙ୍କ ବ୍ୟତୀତ ଅନ୍ୟ ଜଣେ ଶିକ୍ଷକଙ୍କୁ ଦେଖିପାରିବା, କିନ୍ତୁ ଯଦି ସେ ଜଣେ “ଉତ୍ତମ” ଶିକ୍ଷକ, ତେବେ ତାଙ୍କର ନୌତିକ ଶିକ୍ଷାଗୁଡ଼ିକ ଅତ୍ୟନ୍ତ ସମାନ ହେବ ଓ ସେହି ଶିକ୍ଷାଗୁଡ଼ିକୁ ଅଭ୍ୟାସ କରିବା ମଧ୍ୟ ସେତିକି କଠିନ ହେବ |
ବାଇବଲ (ବେଦ ପୁସ୍ତକ) କୁହେ ଯେ ଧର୍ମ କିମ୍ବା ଶିକ୍ଷା ସ୍ତରକୁ ଖାତିର ନକରି ଆମେମାନେ ସମସ୍ତେ ଏହି ପାପର ଚିନ୍ତାଧାରା ଅନୁଭବ କରୁ କାରଣ ଏହି ପାପର ଭଚିନ୍ତାଧାରା ଆମମାନଙ୍କ ବିବେକରୁ ଆସିଥାଏ। ବେଦ ପୁସ୍ତକ ଏହାକୁ ଏହିପରି ପ୍ରକାଶ କରେ
ବାସ୍ତବରେ, ଯେତେବେଳେ ବିଜାତିୟମାନେ (ଅର୍ଥାତ୍ ଅଣ-ଯିହୂଦୀ), ଯେଉଁମାନଙ୍କଠାରେ ବ୍ୟବସ୍ଥା ନିୟମ ନାହିଁ (ବାଇବଲରେ ଦଶ ଆଜ୍ଞା), ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ଥିବା ବିଷୟଗୁଡ଼ିକ କରନ୍ତି, ସେମାନେ ନିଜ ପାଇଁ ଏକ ବ୍ୟବସ୍ଥା, ଯଦିଓ ସେମାନଙ୍କ ପାଖରେ ବ୍ୟବସ୍ଥା ନାହିଁ | ସେମାନେ ଦର୍ଶାନ୍ତି ଯେ ବ୍ୟବସ୍ଥାର ଆବଶ୍ୟକତା ସେମାନଙ୍କ ହୃଦୟରେ ଲେଖା ହୋଇଛି, ସେମାନଙ୍କର ବିବେକ ମଧ୍ୟ ସାକ୍ଷୀ ଅଟେ, ଓ ସେମାନଙ୍କର ଚିନ୍ତାଧାରା ବେଳେବେଳେ ସେମାନଙ୍କୁ ଦୋଷାରୋପ କରେ ଓ ଅନ୍ୟ ସମୟରେ ସେମାନଙ୍କୁ ରକ୍ଷା କରେ |
ରୋମୀୟ 2:14-15
ଏହି କାରଣରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ନିଜ ନିଜର ପାପ ଅନୁଭବ କରନ୍ତି। ଏହା ଠିକ୍ ସେହିପରି, ଯେପରି ବେଦ ପୁସ୍ତକ (ବାଇବଲ) ପ୍ରକାଶ କରେ |
ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ଵରଙ୍କ ଗୌରବରହିତ ହୋଇଅଛନ୍ତି
ରୋମୀୟ: 3:23
ପାପ ପ୍ରତସ୍ନା ମନ୍ତ୍ରରେ ପ୍ରକାଶ କରାଗଲା
ଏହି ଧାରଣା ଜଣାଶୁଣା ପ୍ରତସ୍ନା (କିମ୍ବା ପ୍ରତାସାନା) ମନ୍ତ୍ରରେ ପ୍ରକାଶିତ ହୋଇଛି ଯାହା ମୁଁ ନିମ୍ନରେ ପୁନଃ ପ୍ରକାଶ କରେ |
ମୁଁ ଜଣେ ପାପୀ ମୁଁ ପାପର ଫଳାଫଳ | ମୁଁ ପାପରେ ଜନ୍ମ ହୋଇଛି। ମୋର ଆତ୍ମା ପାପରେ ଅଛି। ମୁଁ ପାପୀମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ଅଟେ। ହେ ପ୍ରଭୁ, ଯାହାର ସୁନ୍ଦର ଆଖି ଅଛି, ମୋତେ ଉଦ୍ଧାର କର, ହେ ବଳିଦାନର ପ୍ରଭୁ
ଆପଣ ଏହି ପ୍ରାର୍ଥନାର ବିବୃତ୍ତି ଓ ଅନୁରୋଧ ସହିତ ପରିଚିତ ନୁହଁନ୍ତି କି?
ସୁସମାଚାର ‘ଆମମାନଙ୍କର ପାପ ଧୋଇଦିଏ’
ସୁସମାଚାର ଠିକ୍ ସେହି ସମସ୍ୟାର ସମାଧାନ କରେ ଯାହା କୁମ୍ବ ମେଲା ତୀର୍ଥଯାତ୍ରୀ ଓ ପ୍ରତସ୍ନା ଭକ୍ତମାନେ ନିଜ ନିଜର ‘ପାପ’ କୁ ଧୋଇବା ପାଇଁ ଅନ୍ଵେଷଣ କରନ୍ତି | ଯେଉଁମାନେ ନିଜ ନିଜର ‘ପୋଷାକ’ ଧୋଇ ଦିଅନ୍ତି (ଅର୍ଥାତ୍ ସେମାନଙ୍କର ନୌତିକ କ୍ରିୟାସମୂହ) ଏହା ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରେ | ଆଶୀର୍ବାଦ ସ୍ୱର୍ଗରେ (ନଗର) ଥିବା ଅମରତା ମଧ୍ୟରୁ ଗୋଟିଏ (ଜୀବନର ବୃକ୍ଷ) ଅଟେ |
“ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ଵାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି, ସେମାନେ ଧନ୍ୟ।“
ପ୍ରକାଶିତ ବାକ୍ୟ 22:14
କୁମ୍ବମେଳା ଉତ୍ସବ ଆମମାନଙ୍କ ପାପର ବାସ୍ତବତାର ‘ଖରାପ ଖବର’ ପ୍ରକାଶ କରେ, ଓ ଏହିପରି ଆମମାନଙ୍କୁ ସୁଦ୍ଧ ହେବାକୁ ଜାଗ୍ରତ କରିବା ଉଚିତ୍ | ଯଦିଓ କେବଳ ଏଥିରେ ସୁଦୂର ସମ୍ଭାବନା ଅଛି ଯେ ସୁସମାଚାରରୁ ଏହି ପ୍ରତିଜ୍ଞା ସତ୍ୟ ଅଟେ, କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନିଶ୍ଚିତ ଭାବରେ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ୍ | ତାହା ହିଁ ହେଉଛି ଏହି ୱେବସାଇଟ୍ ର ଉଦ୍ଦେଶ୍ୟ |
ଯଦି ଆପଣ ଅନନ୍ତ ଜୀବନ ପାଇଁ ଆଗ୍ରହୀ, ଯଦି ଆପଣ ପାପରୁ ମୁକ୍ତି ପାଇବାକୁ ଚାହୁଁଛ, ତେବେ – ଜଗତ ଓ ଆମମାନଙ୍କୁ ସୃଷ୍ଟି କରିଥିବା ପ୍ରଜାପତି ଈଶ୍ଵର କିପରି ଓ କାହିଁକି ଆମମାନଙ୍କ ନିଜେ ନିଜକୁ ବଳିଦାନ କଲେ ଯେପରି ଆମେମାନେ ସ୍ଵର୍ଗ ପ୍ରାପ୍ତ କରିବା ସେହି ବିଷୟରେ ଯାହା ପ୍ରକାଶ କରାଯାଇଅଛି ତାହା ଦେଖିବା ବୁଦ୍ଧିମାନର ବିଷୟ ହେବ | ଓ ବାଇବଲ ବେଦ ଆମମାନଙ୍କୁ ଏହା ଶିକ୍ଷା ଦିଏ | ୠଗ୍ ବେଦରେ ପୁରାସସୁକ୍ତା ଅଛି, ଯାହାକି ପ୍ରଜାପତିଙ୍କ ଦେହ ଧାରଣ ଓ ସେ ଆମମାନଙ୍କ ପାଇଁ ବଳିଦାନ କରିଥିବା ବିଷୟରେ ବର୍ଣ୍ଣନା କରାଯାଇଅଛି | ବାଇବଲ (ବେଦ ପୁସ୍ତକ) ଅଧିକ ବିସ୍ତୃତ ଭାବରେ ବର୍ଣ୍ଣନା କରେ ଯେ ଏହି ଯୋଜନା କିପରି ଦେହ ଧାରଣ ଦ୍ଵାରା, ଯୀଶୁ ତଥା ସତସଙ୍ଗ (ଯୀଶୁ ଖ୍ରୀଷ୍ଟ) ଙ୍କ ଜୀବନ ଓ ମୃତ୍ୟୁ ମାଧ୍ୟମରେ ମାନବ ଇତିହାସରେ ଅଣାଯାଇଥିଲା | ଆପଣଙ୍କ ‘ପାପ ଧୋଇ ହୋଇ ପାରିବ’ କି ନାହିଁ ତାହା ଆପଣ ଏହି ଯୋଜନାରେ ଅନୁସନ୍ଧାନ କରି ପାରିବେ ଓ ବୁଝି ପାରିବେ |