ଭାରତରେ ଯିହୁଦୀମାନଙ୍କର ଏକ ଲମ୍ବା ଇତିହାସ ରହିଛି, ଏଠାରେ ହଜାରେ ବର୍ଷ ଧରି ରହି ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଏକ ଛୋଟ ମୋଜାଇକ୍ ସମ୍ପ୍ରଦାୟ ଗଠନ କରିଥିଲେ । ଯିହୁଦୀମାନେ ଅନ୍ୟ ସଂଖ୍ୟାଲଘୁମାନଙ୍କ ତୁଳନାରେ ଭିନ୍ନ (ଯେପରିକି ଜୈନ, ଶିଖ୍, ବୌଦ୍ଧଧର୍ମାବଲମ୍ବୀ), ଯିହୁଦୀମାନେ ମୂଳତ ଭାରତ ବାହାରୁ ଏଠାରେ ନିଜ ଘର କରି ରହିବାକୁ ଆସିଥିଲେ। 2017 ଗ୍ରୀଷ୍ମ କାଳରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲକୁ ଐତିହାସିକ ଗସ୍ତ କରିବା ପୂର୍ବରୁ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ମିଳିତ ଅପ-ଏଡ୍ ଲେଖିଥିଲେ। ଯେତେବେଳେ ସେମାନେ ଏହା ଲେଖିଲେ ସେତେବେଳେ ସେମାନେ ଯିହୁଦୀମାନଙ୍କର ଭାରତକୁ ପ୍ରବାସୀ ହୋଇ ଆସିଥିବା ବିଷୟକୁ ଉଲ୍ଲେଖ କରିଥିଲେ :
ଭାରତରେ ଯିହୁଦୀ ସମ୍ପ୍ରଦାୟକୁ ସର୍ବଦା ସମ୍ମାନ ସହିତ ସ୍ୱାଗତ କରାଯାଇଛି ଏବଂ ସେମାନେ କେବେ ହେଁ ନିର୍ଯାତନାର ସମ୍ମୁଖୀନ ହୋଇ ନାହାଁନ୍ତି ।
ପ୍ରକୃତରେ, ଯିହୁଦୀମାନେ ଭାରତର ଇତିହାସରେ ଗଭୀର ପ୍ରଭାବ ପକାଇ ଭାରତୀୟ ଇତିହାସରେ ରହସ୍ୟର ସମାଧାନ ପ୍ରଦାନ କରିଥିଲେ – ଲେଖନ ପ୍ରଣାଳୀ କିପରି ଭାରତରେ ବିସ୍ତାର ହେଲା ? ଏହି ପ୍ରଶ୍ନର ଉତ୍ତର ଭାରତୀୟ ସଂସ୍କୃତିର ସମସ୍ତ ଶାସ୍ତ୍ରୀୟ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ ।
ଭାରତରେ ଯିହୁଦୀ ଇତିହାସ
କେବେଠାରୁ ଯିହୁଦୀ ସମ୍ପ୍ରଦାୟ ଭାରତରେ ରହିଆସିଛନ୍ତି? ଦି ଟାଇମ୍ସ ଅଫ୍ ଇସ୍ରାଏଲ୍ ନିକଟରେ ଏକ ଆର୍ଟିକିଲ୍ ପ୍ରକାଶ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ’27 ଶତାବ୍ଦୀ ‘ ପରେ ମନଃଶି (ବେନେ ମନଃଶି) ବଂଶର ଯିହୁଦୀମାନେ ମିଜୋରାମରୁ ଇସ୍ରାଏଲକୁ ଫେରୁଛନ୍ତି। ତାହା ପ୍ରମାଣ କରେ ସେମାନଙ୍କ ପୂର୍ବପୁରୁଷମାନେ ମୂଳତ ପ୍ରାୟ 700 ଖ୍ରୀଷ୍ଟପୂର୍ବରେ ଭାରତରେ ପହଞ୍ଚିଥିଲେ । ଆନ୍ଧ୍ରପ୍ରଦେଶରେ ବାସ କରୁଥିବା ସେମାନଙ୍କ ଯିହୁଦୀ ଇଫ୍ରୟିମ ବଂଶ (ବେନେ ଇଫ୍ରୟିମ)ର ତେଲୁଗୁ ଭାଷାଭାଷୀ ସମ୍ପର୍କୀୟମାନେ ପାରସ୍ୟ, ଆଫଗାନିସ୍ତାନ, ତିବ୍ଦତ ଏବଂ ପରେ ଚାଇନାରେ ପରିଭ୍ରମଣ ପରେ 1000 ବର୍ଷରୁ ଅଧିକ ସମୟ ଭାରତରେ ରହିବାର ଏକ ସାମୂହିକ ସ୍ମୃତି ରଖିଛନ୍ତି । କେରଳରେ କୋଚିନ୍ ଯିହୁଦୀମାନେ ପ୍ରାୟ 2600 ବର୍ଷ ଧରି ସେଠାରେ ବାସ କରିଥିଲେ। ଶତାବ୍ଦୀ ମଧ୍ୟରେ ଯିହୁଦୀମାନେ ସମଗ୍ର ଭାରତରେ ଛୋଟ ସମୂହ ହିଁ ଥିଲେ କିନ୍ତୁ ଭିନ୍ନ ସମ୍ପ୍ରଦାୟ ଗଠନ କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଭାରତ ଛାଡି ଇସ୍ରାଏଲ ଦେଶକୁ ଫେରୁଛନ୍ତି।
ଯିହୁଦୀମାନେ କିପରି ଭାରତରେ ବାସ କରିବାକୁ ଆସିଲେ? ସେମାନେ ଏତେ ବର୍ଷ ବାସ କଲାପରେ ଇସ୍ରାଏଲକୁ କାହିଁକି ଫେରୁଛନ୍ତି? ଅନ୍ୟ କୌଣସି ଦେଶ ଅପେକ୍ଷା ସେମାନଙ୍କର ଇତିହାସ ବିଷୟରେ ଭାରତ ଦେଶରେ ଅଧିକ ତଥ୍ୟ ଅଛି । ଏକ ସମୟସୀମାକୁ ବ୍ୟବହାର କରି ସେମାନଙ୍କର ଇତିହାସକୁ ସଂକ୍ଷିପ୍ତ କରିବାକୁ ଆମେ ଏହି ସୂଚନା ବ୍ୟବହାର କରିଛୁ।
ଅବ୍ରହାମ: ଯିହୁଦୀ ପରିବାରର ଆରମ୍ଭ
ଅବ୍ରହାମଙ୍କ ଠାରୁ ସମୟସୀମା ଆରମ୍ଭ ହୁଏ । ତାଙ୍କୁ ଜାତିର ପ୍ରତିଜ୍ଞା ଦିଆଯାଇଥିଲା ଏବଂ ତାଙ୍କ ପୁତ୍ର ଇସ୍ହାକଙ୍କ ପ୍ରତୀକାତ୍ମକ ବଳିଦାନରେ ଈଶ୍ଵରଙ୍କ ସହିତ ସାକ୍ଷାତ ହୋଇଥିଲା । ଏହା ତାଙ୍କ ବଳିଦାନର ଭବିଷ୍ୟତ ସ୍ଥାନକୁ ଚିହ୍ନିତ କରି ଯୀଶୁ (ୟେଶୁ ସତସଙ୍ଗ) କୁ ସୂଚାଉ ଥିବା ଏକ ଚିହ୍ନ ଥିଲା । ଈଶ୍ଵର ଇସ୍ହାକଙ୍କ ପୁତ୍ରଙ୍କର ନାମ ଇସ୍ରାଏଲ ରଖିଥିଲେ । ଯେତେବେଳେ ଇସ୍ରାଏଲର ବଂଶଧରମାନେ ମିସର ଦେଶରେ ଦାସତ୍ଵ ଅବସ୍ଥାରେ ଥିଲେ, ସେହି ସମୟସୀମାକୁ ସବୁଜ ରଙ୍ଗ ଦର୍ଶାଯାଇଛି । ଏହି ଅବଧି ସେତେବେଳେ ଆରମ୍ଭ ହେଲା ଯେତେବେଳେ ଇସ୍ରାଏଲର ପୁତ୍ର ଯୋଷେଫ (ବଂଶାନୁକ୍ରମ: ଅବ୍ରହାମ -> ଇସ୍ହାକ -> ଇସ୍ରାଏଲ (ଯାହାକୁ ଯାକୁବ ମଧ୍ୟ କୁହାଯାଏ) -> ଯୋଷେଫ) ଇସ୍ରାଏଲୀୟମାନଙ୍କୁ ମିସରକୁ ଦେଶକୁ ନେଇଗଲେ, ଯେଉଁଠାରେ ପରବର୍ତ୍ତୀ ସମୟରେ ସେମାନେ କ୍ରୀତଦାସ ହୋଇଥିଲେ।
ମୋଶା: ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ଅଧୀନରେ ଏକ ଦେଶ ହେଲେ
ମୋଶା ଇସ୍ରାଏଲୀୟମାନଙ୍କୁ ନିସ୍ତାରପର୍ବର ମହାମାରୀ ସହ ମିସର ଦେଶରୁ ବାହାର କରିନେଲେ, ଯାହା ମିସରକୁ ବିନାଶ କଲା ଏବଂ ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ମୁକ୍ତ କରି ଇସ୍ରାଏଲ ଦେଶକୁ ଫେରାଇ ଆଣିଲା। ମୋଶା ମରିବା ପୂର୍ବରୁ, ସେ ଇସ୍ରାଏଲୀୟମାନଙ୍କ ଉପରେ ଆଶୀର୍ବାଦ ଏବଂ ଅଭିଶାପ ଘୋଷଣା କଲେ (ଯେତେବେଳେ ସମୟସୀମା ସବୁଜରୁ ହଳଦିଆ ହୁଏ) । ଯଦି ସେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ତେବେ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ, କିନ୍ତୁ ଯଦି ସେମାନେ ତାହା ନକରନ୍ତି ତେବେ ଅଭିଶାପ ପାଇବେ । ଇସ୍ରାଏଲର ଇତିହାସ ଏହି ଆଶୀର୍ବାଦ ଏବଂ ଅଭିଶାପରେ ସର୍ବଦା ବନ୍ଧା ଥିଲା ।
ଶହ ଶହ ବର୍ଷ ଧରି ଇସ୍ରାଏଲୀୟମାନେ ସେମାନଙ୍କ ଦେଶରେ ବାସ କଲେ କିନ୍ତୁ ସେମାନଙ୍କର ରାଜା ନଥିଲେ, କିମ୍ବା ଯିରୂଶାଲମର ରାଜଧାନୀ ନ ଥିଲା – ଏହି ସମୟରେ ଏହା ଅନ୍ୟ ଲୋକଙ୍କର ଥିଲା । ଅବଶ୍ୟ, ପ୍ରାୟ 1000 ଖ୍ରୀଷ୍ଟପୂର୍ବରେ ଏହା ରାଜା ଦାଉଦଙ୍କ ସମୟରେ ବଦଳି ଯାଇଥିଲା ।
ଦାଉଦ ଯିରୂଶାଲମରେ ଏକ ରାଜକୀୟ ରାଜବଂଶ ପ୍ରତିଷ୍ଠା କଲେ
ଦାଉଦ ଯିରୂଶାଲମକୁ ବିଜୟ ଲାଭ କରି ଏହାକୁ ଇସ୍ରାଏଲର ରାଜଧାନୀ କରିଥିଲେ। ସେ ଆସୁଥିବା ‘ଖ୍ରୀଷ୍ଟ’ର ପ୍ରତିଜ୍ଞା ଗ୍ରହଣ କରିଥିଲେ ଏବଂ ସେହି ଦିନଠାରୁ ଯିହୁଦୀ ଲୋକମାନେ’ ଖ୍ରୀଷ୍ଟ ‘ଆସିବାକୁ ଅପେକ୍ଷା କରିଥିଲେ । ତାଙ୍କ ପୁତ୍ର ଶଲୋମନ, ଧନୀ ଏବଂ ପ୍ରସିଦ୍ଧ, ତାଙ୍କ ଉତ୍ତରାଧିକାରୀ ହୋଇ ଯିରୂଶାଲମର ମୋରିୟା ପର୍ବତ ଉପରେ ପ୍ରଥମ ଯିହୁଦୀ ମନ୍ଦିର ନିର୍ମାଣ କରିଥିଲେ । ରାଜା ଦାଉଦଙ୍କ ବଂଶଧରମାନେ ପ୍ରାୟ 400 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲରେ ଶାସନ କରିଥିଲେ ଏବଂ ଏହି ଅବଧିକୁ (1000 – 600 ଖ୍ରୀଷ୍ଟପୂର୍ବ) ନୀଳହରିତ୍ ରଙ୍ଗରେ ଦର୍ଶାଯାଇଛି । ଏହା ଇସ୍ରାଏଲ ଦେଶ ପାଇଁ ଗୌରବର ସମୟ ଥିଲା – ସେମାନଙ୍କର ପ୍ରତିଜ୍ଞାତ ଆଶୀର୍ବାଦ ଥିଲା । ସେମାନେ ଏକ ଶକ୍ତିଶାଳୀ ଦେଶ ଥିଲେ; ଏକ ଉନ୍ନତ ସମାଜ, ସଂସ୍କୃତି ଏବଂ ସେମାନଙ୍କର ମନ୍ଦିର ଥିଲା । କିନ୍ତୁ ପୁରାତନ ନିୟମ ଏହି ସମୟ ମଧ୍ୟରେ ସେମାନଙ୍କର ଭ୍ରଷ୍ଟତା ବୃଦ୍ଧି ବିଷୟରେ ମଧ୍ୟ ବର୍ଣ୍ଣନା କରେ । ଏହି ସମୟର ଅନେକ ୠଷି ଇସ୍ରାଏଲୀୟମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ପରିବର୍ତ୍ତନ ନହୁଅନ୍ତି ତେବେ ମୋଶାଙ୍କ ଅଭିଶାପ ସେମାନଙ୍କ ଉପରେ ଆସିବ । ଏହି ଚେତାବନୀଗୁଡ଼ିକୁ ସେମାନେ ଅଣଦେଖା କରିଥିଲେ । ଏହି ସମୟ ମଧ୍ୟରେ ଇସ୍ରାଏଲୀୟମାନେ ଦୁଇଟି ପୃଥକ ରାଜ୍ୟରେ ବିଭକ୍ତ ହେଲେ: ଇସ୍ରାଏଲ କିମ୍ବା ଇଫ୍ରୟିମର ଉତ୍ତର ରାଜ୍ୟ ଏବଂ ଦକ୍ଷିଣ ଯିହୁଦାର ରାଜ୍ୟ (ବର୍ତ୍ତମାନର କୋରିଆମାନଙ୍କ ପରି, ଗୋଟିଏ ଲୋକ ଦୁଇ ଦେଶରେ ବିଭକ୍ତ ହେଲେ – ଉତ୍ତର ଏବଂ ଦକ୍ଷିଣ କୋରିଆ) ।
ପ୍ରଥମ ଯିହୁଦୀ ନିର୍ବାସନ: ଅଶୂର ଏବଂ ବାବିଲୀୟ
ଶେଷରେ, ଦୁଇଟି ପର୍ଯ୍ୟାୟରେ ଅଭିଶାପ ସେମାନଙ୍କ ଉପରେ ଆସିଲା । ଖ୍ରୀଷ୍ଟପୂର୍ବ 722 ମସିହାରେ ଅଶୂରୀୟମାନେ ଉତ୍ତର ରାଜ୍ୟକୁ ଧ୍ୱଂସ କଲେ ଏବଂ ସେହି ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ବିଶାଳ ସାମ୍ରାଜ୍ୟର ବହୁ ଦେଶକୁ ପଠାଇଲେ । ମିଜୋରାମରେ ଥିବା ବେନେ ମେନାସେ ଏବଂ ଆନ୍ଧ୍ରପ୍ରଦେଶର ବେନେ ଇଫ୍ରୟିମ ସେହି ନିର୍ବାସିତ ଇସ୍ରାଏଲର ବଂଶଧର ଅଟନ୍ତି । ତା’ପରେ ଖ୍ରୀଷ୍ଟପୂର୍ବ 586 ରେ ନବୂଖଦ୍ନିତ୍ସର, ଜଣେ ଶକ୍ତିଶାଳୀ ବାବିଲୀୟ ରାଜା ଆସିଥିଲେ – ଯେପରି ମୋଶା ତାଙ୍କ ଅଭିଶାପଗୁଡ଼ିକୁ ଲେଖିବା 900 ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ:
ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକି ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ; ସେହି ଗୋଷ୍ଠୀ ଭୟଙ୍କର ବଦନବିଶିଷ୍ଟ, ସେ ବୃଦ୍ଧର ମୁଖାପେକ୍ଷା କରିବ ନାହିଁ, କିଅବା ଯୁବାକୁ ଦୟା କରିବ ନାହିଁ। ପୁଣି ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଫଳ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବାଯାଏ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ, ଅବା ତୈଳ, ତୁମ୍ଭ ଗୋବତ୍ସ, ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ। ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବାଯାଏ ସେ ତୁମ୍ଭର ସମସ୍ତ ନଗରଦ୍ଵାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ଵାରରେ ସେ ତୁମ୍ଭକୁ ଅବରୋଧ କରିବ।
ଦ୍ଵିତୀୟ ବିବରଣ 28: 49-52
ନବୂଖଦ୍ନିତ୍ସର ଯିରୂଶାଲମକୁ ପରାସ୍ତ କରି ଜାଳି ଦେଲେ ଏବଂ ଶଲୋମନ ନିର୍ମାଣ କରିଥିବା ମନ୍ଦିରକୁ ଧ୍ୱଂସ କଲେ। ଏହା ପରେ ସେ ଇସ୍ରାଏଲୀୟମାନଙ୍କୁ ବାବିଲୀୟକୁ ନିର୍ବାସିତ କଲେ, ଏଥିରେ ମୋଶାଙ୍କ ଭବିଷ୍ୟବାଣୀ ପୂରଣ ହୁଏ
ଆହୁରି ଏପରି ଘଟିବ ଯେ, ତୁମ୍ଭମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ, ସେପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ। ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରୁ ଉତ୍ପାଟିତ ହେବ। ପୁଣି ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଆନ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ; ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷ-ଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।
ଦ୍ଵିତୀୟ ବିବରଣ 28:63-64
କେରଳର କୋଚିନ୍ ଥିବା ଯିହୁଦୀମାନେ ଏହି ନିର୍ବାସିତ ଇସ୍ରାଏଲର ବଂଶଧର ଅଟନ୍ତି । 70 ବର୍ଷ ଧରି, ଲାଲ ରଙ୍ଗରେ ସୂଚାଉ ଥିବା ଅବଧି, ଏହି ଇସ୍ରାଏଲୀୟମାନେ (କିମ୍ବା ଯିହୂଦୀମାନେ) ଅବ୍ରହାମ ଏବଂ ତାଙ୍କ ବଂଶଧରମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ବାହାରେ ନିର୍ବାସିତ ହୋଇଥିଲେ ।
ଭାରତୀୟ ସମାଜ ପାଇଁ ଯିହୁଦୀମାନଙ୍କର ଅବଦାନ
ଆମେ ଲେଖାର ପ୍ରଶ୍ନ ନେଇଛୁ ଯାହା ଭାରତରେ ବିସ୍ତାର ହୋଇଥିଲା । ଭାରତର ଆଧୁନିକ ଭାଷା ତଥା ହିନ୍ଦୀ, ବଙ୍ଗାଳୀ, ମରାଠୀ, ଗୁଜରାତି, ତେଲୁଗୁ, କନ୍ନାଡା, ମାଲାୟାଲମ୍ ଏବଂ ତାମିଲ ସହ ପ୍ରାଚୀନ ସଂସ୍କୃତ ଯେଉଁଥିରେ ୠଗ୍ ବେଦ ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ସାହିତ୍ୟ ଲେଖାଯାଇଥିଲା, ସେଗୁଡ଼ିକୁ ବ୍ରାହ୍ମଣ ଲିପି ଭାବରେ ବର୍ଗୀକୃତ କରାଯାଇଥିଲା କାରଣ ସେ ସମସ୍ତେ ପୈତୃକ ଲିପିରୁ ଆସିଥିଲା। ଯାହାକୁ ବ୍ରାହ୍ମୀ ଲିପି ମଧ୍ୟ କୁହାଯାଏ । ବ୍ରହ୍ମୀ ଲିପି ଆଜି କେବଳ ଅଶୋକା ସମ୍ରାଟଙ୍କ ସମୟରୁ କିଛି ପ୍ରାଚୀନ ସ୍ମାରକୀରେ ଦେଖାଯାଏ ।
ଯଦିଓ ବ୍ରାହ୍ମୀ ଲିପି କିପରି ଏହି ଆଧୁନିକ ଲିପିରେ ବଦଳିଗଲା ତାହା ଲୋକେ ଜାଣନ୍ତି, କିନ୍ତୁ ଭାରତରେ ଲୋକେ କିପରି ବ୍ରାହ୍ମୀ ଲିପିକୁ ଗ୍ରହଣ କଲେ ତାହା ସ୍ପଷ୍ଟ ନୁହେଁ । ପଣ୍ଡିତମାନେ ଦାବୀ କରନ୍ତି ଯେ ବ୍ରାହ୍ମୀ ଲିପି ଏବ୍ରୀୟ-ଫୋନିସିଆନ୍ ଲିପି ସହିତ ସଂପୃକ୍ତ, ଯେଉଁ ଲିପିକୁ ଇସ୍ରାଏଲର ଯିହୁଦୀମାନେ ଭାରତକୁ ନିର୍ବାସିତ ହେବା ସମୟରେ ବ୍ୟବହୃତ କରିଥିଲେ । ଇତିହାସ ଲେଖକ ଡ. ଆଭିଗଡୋର ଶଚାନ୍ (1) ପ୍ରସ୍ତାବ ଦିଅନ୍ତି ଯେ ଭାରତରେ ଅବସ୍ଥାପିତ ନିର୍ବାସିତ ଇସ୍ରାଏଲମାନେ ସେମାନଙ୍କ ହିବ୍ରୁ-ଫୋନିସିଆନ୍ ଆଣିଥିଲେ – ଯାହା ବ୍ରାହ୍ମୀ ଲିପିରେ ପରିଣତ ହୋଇଥିଲା। ସେମାନେ ବ୍ରାହ୍ମୀ ଲିପିକୁ ନାମକରଣ କରାଯାଇଥିବା ରହସ୍ୟକୁ ମଧ୍ୟ ସମାଧାନ କରିଥିଲେ । ଏହା କେବଳ ଏକ ସଂଯୋଗର ବିଷୟ ଯେ ବ୍ରାହ୍ମୀ ଲିପିକୁ ସେହି ସମୟରେ ଉତ୍ତର ଭାରତରେ ଲୋକେ ବ୍ୟବହାର କରିବା ଆରମ୍ଭ କଲେ ଯେଉଁ ସମୟରେ ଯିହୁଦୀମାନେ ସେମାନଙ୍କ ପିତୃପୁରୁଷ ଅବ୍ରହାମଙ୍କ ଦେଶରୁ ନିର୍ବାସନ ହୋଇ ଭାରତରେ ବସବାସ କଲେ? ଅବ୍ରହାମଙ୍କ ବଂଶଧରଙ୍କ ଲିପିକୁ ଗ୍ରହଣ କରିଥିବା ଦେଶବାସୀ ଏହାକୁ (ଏ) ବ୍ରାହ୍ମଣ ଲିପି ବୋଲି କହିଥିଲେ। ଅବ୍ରହାମଙ୍କ ଧର୍ମ ଏକ ଈଶ୍ଵରଙ୍କ ଉପରେ ବିଶ୍ୱାସ କରିବା ଥିଲା ଯାହାର ଭୂମିକା ସୀମିତ ନୁହେଁ । ସେ ପ୍ରଥମ, ଶେଷ ଏବଂ ଅନନ୍ତ ଅଟନ୍ତି । ବୋଧହୁଏ ଏଠାରେ (ଏ) ଅବ୍ରହାମଙ୍କ ଧର୍ମରୁ ବ୍ରାହ୍ମଣଙ୍କ ଉପରେ ବିଶ୍ୱାସ ମଧ୍ୟ ଆରମ୍ଭ ହୋଇଥିଲା । ଅନେକ ଆକ୍ରମଣକାରୀ ଯେଉଁମାନେ ଭାରତକୁ ଜୟ କରିବାକୁ ଏବଂ ଶାସନ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ଅପେକ୍ଷା ଯିହୁଦୀମାନେ ସେମାନଙ୍କର ମୌଳିକ ଲିପି ଏବଂ ଧର୍ମକୁ ଭାରତକୁ ଆଣି, ଏହାର ଚିନ୍ତାଧାରା ଏବଂ ଇତିହାସକୁ ଗଠନ କରିଥିଲେ । ଏବ୍ରୀୟ ବେଦ, ମୂଳତ ଏବ୍ରୀୟ-ଫୋନିସିଆନ୍ / ବ୍ରାହ୍ମୀ ଲିପିରେ ଆସୁଥିବା ବ୍ୟକ୍ତି ବିଷୟରେ ଉଲ୍ଲେଖ ଅଛି, ଯେପରି ସଂସ୍କୃତ ୠଗ୍ ବେଦରେ ଆସୁଥିବା ପୁରୂଷାଙ୍କର ବିଷୟରେ ଉଲ୍ଲେଖିତ । କିନ୍ତୁ ଆମେ ସେମାନଙ୍କ ପୂର୍ବଜ ଦେଶରୁ ନିର୍ବାସିତ ହେବା ପରେ ମଧ୍ୟ ପୂର୍ବର ଯିହୁଦୀମାନଙ୍କ ଇତିହାସକୁ ଫେରିବା ।
ପାରସ୍ୟ ଅଧୀନରେ ନିର୍ବାସନରୁ ପ୍ରତ୍ୟାବର୍ତନ
ତା’ପରେ, ପାରସ୍ୟ ସମ୍ରାଟ ସାଇରସ୍ ବାବିଲୀୟକୁ ଜୟ କଲେ ଏବଂ ସାଇରସ୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହେଲେ । ସେ ଯିହୂଦୀମାନଙ୍କୁ ସେମାନଙ୍କ ଦେଶକୁ ଫେରିବାକୁ ଅନୁମତି ଦେଲେ।
ତଥାପି ସେମାନେ ଆଉ ଏକ ସ୍ୱାଧୀନ ଦେଶ ନଥିଲେ, ସେମାନେ ବର୍ତ୍ତମାନ ପାରସ୍ୟ ସାମ୍ରାଜ୍ୟର ଏକ ପ୍ରଦେଶ ଥିଲେ । ସେମାନେ 200 ବର୍ଷ ପର୍ଯ୍ୟନ୍ତ ପ୍ରଦେଶ ଭାବରେ ରହିଲେ ଏବଂ ଏହା ସମୟସୀମାରେ ଗୋଲାପୀ ରଙ୍ଗର ସୂଚାଯାଇଛି । ଏହି ସମୟ ମଧ୍ୟରେ ଯିହୁଦୀ ମନ୍ଦିର (2ୟ ମନ୍ଦିର ଭାବରେ ଜଣାଶୁଣା) ଏବଂ ଯିରୂଶାଲମ ସହର ପୁନଃନିର୍ମାଣ କରାଯାଇଥିଲା । ଯଦିଓ ଯିହୁଦୀମାନଙ୍କୁ ଇସ୍ରାଏଲକୁ ଫେରିବାକୁ ଅନୁମତି ଦିଆଯାଇଥିଲା, ଅନେକେ ନିର୍ବାସନରେ ବିଦେଶରେ ହିଁ ରହିଥିଲେ ।
ଗ୍ରୀକ୍ମାନଙ୍କ ସମୟ
ଆଲେକ୍ସଜାଣ୍ଡାର୍ ପାରସ୍ୟ ସାମ୍ରାଜ୍ୟକୁ ପରାସ୍ତ କରି ଇସ୍ରାଏଲକୁ ଗ୍ରୀକ୍ ସାମ୍ରାଜ୍ୟରେ 200 ବର୍ଷ ପାଇଁ ଏକ ପ୍ରଦେଶରେ ପରିଣତ କରିଥିଲେ । ଏହାକୁ ଘନନୀଳ ରଙ୍ଗରେ ଦର୍ଶାଯାଇଛି ।
ରୋମୀୟମାନଙ୍କ ସମୟ
ତା’ପରେ ରୋମୀୟମାନେ ଗ୍ରୀକ୍ ସାମ୍ରାଜ୍ୟକୁ ପରାସ୍ତ କଲେ ଏବଂ ସେମାନେ ସମଗ୍ର ବିଶ୍ଵକୁ ନିଜ ଅଧିନରେ ରଖିଲେ । ଯିହୁଦୀମାନେ ପୁନର୍ବାର ଏହି ସାମ୍ରାଜ୍ୟର ଏକ ପ୍ରଦେଶ ହେଲେ ଏବଂ ଏହା ହଳଦିଆ ରଙ୍ଗରେ ଦର୍ଶାଯାଇଛି । ଏହି ସମୟରେ ଯୀଶୁ ଜୀବିତ ଥିଲେ। ସୁସମାଚାରରେ ରୋମୀୟ ସୈନ୍ୟବାହିନୀ କାହିଁକି ଅଛନ୍ତି ତାହା ଏହା ବ୍ୟାଖ୍ୟା କରେ – କାରଣ ରୋମୀୟମାନେ ଯୀଶୁଙ୍କ ସମୟରେ ଇସ୍ରାଏଲର ଯିହୁଦୀମାନଙ୍କୁ ଶାସନ କରୁଥିଲେ ।
ରୋମୀୟ ସାମ୍ରାଜ୍ୟର ଏକ ଅଂଶ ଭାବରେ ଦେଶରେ ବାସ ।
ରୋମୀୟଙ୍କ ଅଧୀନରେ ଦ୍ୱିତୀୟ ଯିହୁଦୀ ନିର୍ବାସନ
ବାବିଲୀୟମାନଙ୍କ ସମୟରୁ (ଖ୍ରୀଷ୍ଟପୂର୍ବ 586) ଯିହୁଦୀମାନେ ଦାଉଦଙ୍କ ରାଜାମାନଙ୍କ ପରି ସ୍ୱାଧୀନ ନଥିଲେ। ସ୍ୱାଧୀନତା ପୂର୍ବରୁ ବ୍ରିଟିଶମାନେ ଭାରତକୁ ଯେପରି ଶାସନ କରିଥିଲେ ସେହିପରି ସେମାନେ ଅନ୍ୟ ସାମ୍ରାଜ୍ୟ ଦ୍ୱାରା ଶାସିତ ହେଉଥିଲେ। ଯିହୁଦୀମାନେ ଏଥିରେ ବିରକ୍ତ ହୋଇ ରୋମୀୟ ଶାସନ ବିରୁଦ୍ଧରେ ବିଦ୍ରୋହ କଲେ। ରୋମୀୟମାନେ ଆସି ଯିରୂଶାଲମକୁ ଧ୍ୱଂସ କଲେ (70 ଖ୍ରୀଷ୍ଟାବ୍ଦ), ଦ୍ୱିତୀୟ ମନ୍ଦିରକୁ ଜାଳି ଦେଲେ ଏବଂ ରୋମୀୟ ସାମ୍ରାଜ୍ୟରେ ଯିହୁଦୀମାନଙ୍କୁ ଦାସ ଭାବରେ ନିର୍ବାସିତ କଲେ। ଏହା ଥିଲା ଦ୍ୱିତୀୟ ଯିହୁଦୀ ନିର୍ବାସନ। ରୋମୀୟ ବହୁତ ବଡ ଥିବାରୁ ଯିହୁଦୀମାନେ ଶେଷରେ ସମଗ୍ର ବିଶ୍ୱରେ ସବୁଆଡ଼େ ବିଛାଡ଼ି ହେଲେ ।
ଏହିପରି ଯିହୁଦୀ ଲୋକମାନେ ପ୍ରାୟ 2000 ବର୍ଷ ରହିଥିଲେ: ବିଦେଶୀ ଦେଶଗୁଡ଼ିକରେ ବିଭିନ୍ନ ସ୍ଥାନରେ ରଖାଯାଇଥିଲା ଏବଂ ଏହି ଦେଶଗୁଡିକରେ କଦାପି ଏମାନଙ୍କୁ ଗ୍ରହଣ କରାଯାଇ ନଥିଲା । ଏହି ବିଭିନ୍ନ ଦେଶରେ ସେମାନେ ନିୟମିତ ଭାବରେ ବଡ଼ ନିର୍ଯ୍ୟାତନା ଭୋଗୁଥିଲେ । ଯିହୁଦୀମାନଙ୍କ ଉପରେ ଏହି ନିର୍ଯ୍ୟାତନା ୟୁରୋପରେ ବିଶେଷ ସତ୍ୟ ଥିଲା । ସ୍ପେନଠାରୁ, ପଶ୍ଚିମ ୟୁରୋପରେ, ରୁଷ ପର୍ଯ୍ୟନ୍ତ ଯିହୂଦୀମାନେ ଏହି ରାଜ୍ୟଗୁଡ଼ିକରେ ଅନେକ ସମୟରେ ବିପଦପୂର୍ଣ୍ଣ ପରିସ୍ଥିତିରେ ବାସ କରୁଥିଲେ । ଏହି ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଯିହୁଦୀମାନେ କୋଚିନକୁ ପଳେଇ ଆସିଥିଲେ । ମଧ୍ୟ ପୂର୍ବର ଯିହୁଦୀମାନେ ଅନ୍ୟ ଅଞ୍ଚଳରେ ପହଞ୍ଚିଥିଲେ ।
ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଭାରତ ଏବଂ ବାଗଦାଦୀ ଯିହୁଦୀ ଭାବରେ ଖ୍ୟାତ ଥିଲା, ଯେଉଁମାନେ ମୁଖ୍ୟତ ମୁମ୍ବାଇ, ଦିଲ୍ଲୀ ଏବଂ କଲିକତାରେ ଅବସ୍ଥାନ କରିଥିଲେ । ଖ୍ରୀଷ୍ଟପୂର୍ବ 1500 ମସିହାରେ ମୋଶାଙ୍କ ଅଭିଶାପ ସେମାନେ କିପରି ଜୀବନଯାପନ କରିଥିଲେ ତାହାର ସଠିକ୍ ବର୍ଣ୍ଣନା ଥିଲା ।
ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ; ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍କମ୍ପ ଓ ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।
ଦ୍ଵିତୀୟ ବିବରଣ 28:65
ଲୋକମାନଙ୍କୁ ଜଣେଇବା ପାଇଁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଶାପ ଦିଆଯାଇଥିଲା:
ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକ୍ରୋଧ ପ୍ରଜ୍ଵଳିତ ହେବାର କାରଣ କଅଣ?
ଦ୍ଵିତୀୟ ବିବରଣ 29:24
ଏବଂ ଉତ୍ତର:
ତହିଁରେ ଲୋକମାନେ କହିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ମିସର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହା ସେମାନେ ତ୍ୟାଗ କରିଅଛନ୍ତି; ପୁଣି ଯେଉଁ ଦେବତାମାନଙ୍କୁ ସେମାନେ ଜାଣି ନ ଥିଲେ ଓ ସେ ସେମାନଙ୍କୁ ଦେଇ ନ ଥିଲେ, ସେମାନେ ଯାଇ ସେହି ଅନ୍ୟ ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ। ଏହେତୁ ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା। ପୁଣି ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ତତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ଆଜିର ପରି ଅନ୍ୟ ଦେଶରେ ସେମାନଙ୍କୁ ନିକ୍ଷେପ କଲେ।
ଦ୍ଵିତୀୟ ବିବରଣ 29:25-28
ନିମ୍ନରେ ଥିବା ସମୟସୀମା ଏହି 1900 ବର୍ଷ ଅବଧିକୁ ଦେଖାଏ । ଏହି ଅବଧି ଏକ ଲମ୍ବା ଲାଲ୍ ଦଣ୍ଡରେ ଦର୍ଶାଯାଇଛି ।
ଆପଣ ଦେଖିପାରିବେ ଯେ ଯିହୁଦୀ ଇତିହାସରେ ଯିହୁଦୀ ଲୋକମାନେ ନିର୍ବାସନର ଦୁଇ ଅବଧି ଦେଇ ଗତି କରିଥିଲେ କିନ୍ତୁ ଦ୍ୱିତୀୟ ନିର୍ବାସନ ପ୍ରଥମ ନିର୍ବାସନ ଅପେକ୍ଷା ବହୁତ ଲମ୍ବା ଥିଲା ।
ବିଂଶ ଶତାବ୍ଦୀର ହୋଲକୋଷ୍ଟ
ନାଜି ଜର୍ମାନୀ ମାଧ୍ୟମରେ ହିଟଲର ୟୁରୋପରେ ରହୁଥିବା ସମସ୍ତ ଯିହୁଦୀମାନଙ୍କୁ ବିନାଶ କରିବାକୁ ଚେଷ୍ଟା କଲାବେଳେ ଯିହୁଦୀମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଥିଲା। ସେ ପ୍ରାୟ ସଫଳ ହୋଇଥିଲେ କିନ୍ତୁ ସେ ପରାସ୍ତ ହୋଇଥିଲେ ଏବଂ ଅବଶିଷ୍ଟ ଯିହୁଦୀ ରହିଥିଲେ ।
ଆଧୁନିକ ଇସ୍ରାଏଲର ପୁନଃଜନ୍ମ
ହଜାର ହଜାର ବର୍ଷ ପରେ ମାତୃଭୂମି ବିନା ନିଜକୁ ‘ଯିହୁଦୀ’ ଭାବରେ ପରିଚିତ କରୁଥିବା ବ୍ୟକ୍ତିମାନେ ଉଲ୍ଲେଖନୀୟ ଥିଲେ। କିନ୍ତୁ ଏହା 3500 ବର୍ଷ ପୂର୍ବେ ଲିଖିତ ମୋଶାଙ୍କର ଅନ୍ତିମ ଶବ୍ଦକୁ ସତ୍ୟ ପ୍ରମାଣ କଲା । ଯେପରି ମୋଶା ଶତାବ୍ଦୀ ପୂର୍ବରୁ ଲେଖିଥିଲେ: 1948 ମସିହାରେ, ମିଳିତ ଜାତିସଂଘ ମାଧ୍ୟମରେ ବିଶ୍ଵ, ଆଧୁନିକ ଇସ୍ରାଏଲ୍ ରାଜ୍ୟର ଅବିଶ୍ୱାସନୀୟ ପୁନଃଜନ୍ମ ଦେଖିଲା:
ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ବନ୍ଦୀତ୍ଵ ଫେରାଇବେ ଓ ତୁମ୍ଭକୁ କରୁଣା କରିବେ ଓ ଫେରି ଆସି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ। ଯେବେ ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ତଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସେଠାରୁ ହିଁ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ। ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ।
ଦ୍ଵିତୀୟ ବିବରଣ 30:3-5
ବହୁ ବିରୋଧ ସତ୍ତେ ଏହି ରାଜ୍ୟ ପ୍ରତିଷ୍ଠା ହୋଇଥିବାରୁ ଏହା ମଧ୍ୟ ଉଲ୍ଲେଖନୀୟ ଥିଲା। ଆଖପାଖର ଅଧିକାଂଶ ଦେଶ 1948 ରେ… 1956 ରେ… 1967 ରେ ଏବଂ ପୁନର୍ବାର 1973 ରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଇସ୍ରାଏଲ୍, ଏକ ଛୋଟ ଦେଶ, ବେଳେବେଳେ ସେହି ସମୟରେ ପାଞ୍ଚଟି ଦେଶ ସହିତ ଯୁଦ୍ଧ କରୁଥିଲା। ତଥାପି କେବଳ ଇସ୍ରାଏଲ ସୁରକ୍ଷିତ ନଥିଲା, ତା’ର ଅଞ୍ଚଳ ବୃଦ୍ଧି ପାଇଲା। 1967 ଛଅ ଦିନିଆ ଯୁଦ୍ଧରେ, ଇସ୍ରାଏଲ୍ ଯିରୂଶାଲମକୁ ପୁନଃପ୍ରାପ୍ତ କଲା, ଏହାର ଐତିହାସିକ ରାଜଧାନୀ ଦାଉଦ 3000 ବର୍ଷ ପୂର୍ବେ ପ୍ରତିଷ୍ଠା କରିଥିଲେ । ଇସ୍ରାଏଲ୍ ଏହି ରାଜ୍ୟ ନିର୍ମାଣ କରିବାର ଫଳାଫଳ ଏବଂ ଏହି ଯୁଦ୍ଧଗୁଡ଼ିକର ପରିଣାମ ଆଜି ଆମ ଦୁନିଆର ସବୁଠାରୁ କଠିନ ରାଜନୈତିକ ସମସ୍ୟା ସୃଷ୍ଟି କରିଛି ।
ଯେପରି ମୋଶାଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିଲା ଏବଂ ଏଠାରେ ଅଧିକ ବ୍ୟାଖ୍ୟା କରାଯାଇଛି, ଇସ୍ରାଏଲର ପୁନଃଜନ୍ମ ଭାରତର ଯିହୁଦୀମାନଙ୍କ ପାଇଁ ଇସ୍ରାଏଲକୁ ଫେରିବା ପାଇଁ ଏକ ପ୍ରେରଣା ସୃଷ୍ଟି କରିଥିଲା । ବର୍ତ୍ତମାନ ଇସ୍ରାଏଲରେ 80 000 ଯିହୁଦୀ ବାସ କରୁଛନ୍ତି ଯାହାର ଭାରତରୁ ଜଣେ ପିତାମାତା ଅଛନ୍ତି ଏବଂ ଭାରତରେ କେବଳ 5000 ଯିହୁଦୀ ରହିଛନ୍ତି। ମୋଶାଙ୍କ ଆଶୀର୍ବାଦ ଅନୁଯାୟୀ ସେମାନେ ବହୁ ଦୂର ଦେଶରୁ (ମିଜୋରାମ ପରି) ଏକତ୍ରିତ ହୋଇ ସେମାନଙ୍କୁ ଫେରାଇ ନିଆଯାଉଅଛି । ମୋଶା ଲେଖିଛନ୍ତି ଯେ ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀମାନେ ଏହାର ପ୍ରଭାବ ଧ୍ୟାନ ଦେବା ଉଚିତ୍ ।
(1) ଡ଼. ଆଭିଗଡୋର ଶଚାନ୍ । ଇନ୍ ଦି ଫୂଟସ୍ଟେପସ୍ ଅପ୍ ଦି ଲୋଷ୍ଟ୍ ଟେନ୍ ଟ୍ରାଇବ୍ସ p 261