ଆମର ପୂର୍ବ ଆର୍ଟିକାଲରେ ଆମେମାନେ ଦେଖିଲୁ ଯେ ବାଇବଲ କିପରି ଆମମାନଙ୍କୁ ଓ ଅନ୍ୟମାନଙ୍କୁ ଚିତ୍ରଣ କରେ – ଯେ ଆମେମାନେ ଈଶ୍ଵରଙ୍କ ପ୍ରତିମୂର୍ତ୍ତୀରେ ନିର୍ମିତ । କିନ୍ତୁ ବେଦ ପୁସ୍ତକମ୍ (ବାଇବଲ) ଏହି ମୂଳଦୁଆ ଉପରେ ଅଧିକ ବିବରଣ ପ୍ରଦାନ କରେ । ଗୀତସଂହିତା ପବିତ୍ର ଗୀତ ଓ ଭଜନଗୁଡ଼ିକର ଏକ ସଂଗ୍ରହ ଅଟେ ଯାହା ପୁରାତନ ନିୟମର ଏବ୍ରୀୟମାନେ ଈଶ୍ଵରଙ୍କ ଉପାସନାରେ ବ୍ୟବହାର କରୁଥିଲେ । ଗୀତସଂହିତା 14 ରାଜା ଦାଉଦଙ୍କ ଦ୍ଵାରା ଲେଖାଯାଇଥିଲା (ଯିଏକି ଜଣେ ୠଷି ମଧ୍ୟ ଥିଲେ) ପ୍ରାୟ 1000 ଖ୍ରୀଷ୍ଟପୂର୍ବେ, ଓ ଏହି ଭଜନ ଲିପିବଦ୍ଧ କରେ ଯେ ଈଶ୍ଵରଙ୍କ ଦୃଷ୍ଟିକୋଣରୁ ସମସ୍ତ ବିଷୟ କିପରି ଦେଖାଯାଏ ।
ବିବେଚକ ଓ ପରମେଶ୍ଵରଙ୍କ ଅନ୍ଵେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ଵର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ। ସେସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।
ଗୀତସଂହିତା 14:2-3
‘ଦୁର୍ନୀତିଗ୍ରସ୍ତ ହୁଅ’ ବାକ୍ୟାଂଶ ସମଗ୍ର ମାନବ ଜାତିକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ । ଯେହେତୁ ଏହା ଏହିପରି ଏକ ବିଷୟ ଯାହା ‘ଆମେମାନେ’ ଦୁର୍ନୀତିଗ୍ରସ୍ତ ହେଲୁ ତାହା ‘ଈଶ୍ଵରଙ୍କ ପ୍ରତିମୂର୍ତ୍ତୀର ସେହି ପ୍ରାରମ୍ଭିକ ସ୍ଥିତିକୁ ଦର୍ଶାଏ । ଏହା ପ୍ରକାଶ କରେ ଯେ ଆମମାନଙ୍କର ଭ୍ରଷ୍ଟାଚାର ଆମମାନଙ୍କୁ ଈଶ୍ଵରଙ୍କଠାରୁ ଏକ ନିରପେକ୍ଷ ସ୍ୱାଧୀନତାକୁ ଦେଖାଏ (‘ସମସ୍ତେ’ ‘ଈଶ୍ଵରଙ୍କ ’ଠାରୁ ଦୂରେଇ ଯାଇଛନ୍ତି) ଓ ‘ଉତ୍ତମ’ କର୍ମ କରିବାରେ ମଧ୍ୟ ।
ଏଲଭସ୍ ଓ ଅର୍କସ୍ ବିଚାର
ଏକ ଦୃଷ୍ଟାନ୍ତ ଭାବରେ ଲର୍ଡ ଅଫ୍ ଦି ରିଙ୍ଗ୍ କିମ୍ବା ହବିଟ୍ ରେ ମଧ୍ୟମ ପୃଥିବୀର ଅର୍କସ୍ ବିଷୟରେ ଏହି ଚିନ୍ତାକୁ ଭଲ ଭାବରେ ବୁଝିବାକୁ । ଅର୍କସମାନେ ରୂପରେ, ଆଚରଣରେ ଓ ପୃଥିବୀର ଚିକିତ୍ସାରେ ଘୃଣ୍ୟ ପ୍ରାଣୀ ଅଟନ୍ତି । ତଥାପି ଅର୍କସମାନେ ଦୁର୍ନୀତିଗ୍ରସ୍ତ ଏଲଭସମାନଙ୍କର ବଂଶଧର ।
ସାଉରୋନ୍ ଦ୍ଵାରା । ଯେତେବେଳେ ତୁମେ ପ୍ରକୃତିର ମହାନତା, ଐକ୍ୟତାନ ଓ ପ୍ରକୃତି ସହିତ ସମ୍ପର୍କ ଦେଖିବ ଯାହା ଏଲଭସ୍ (ଲିଗାଲୋସ୍ ବିଷୟରେ ବିଚାର) ଓ ହୃଦୟଙ୍ଗମ କର ଯେ ଖରାପ ଅର୍କସମାନେ ଏକଦା ଏଲଭ୍ସ ଥିଲେ ଯେଉଁମାନେ ‘ଦୁର୍ନୀତିଗ୍ରସ୍ତ’ ହୋଇଥିଲେ, ତୁମେମାନେ ଏଠାରେ ଲୋକମାନଙ୍କ ବିଷୟରେ କ’ଣ କୁହାଯାଇଛି ତାହା ଅନୁଭବ କରିବ । ଈଶ୍ଵର ଏଲଭ୍ସମାନଙ୍କୁ ସୃଷ୍ଟି କରିଥିଲେ କିନ୍ତୁ ସେମାନେ ଅର୍କସ୍ ହେଲେ ।
ଆମମାନଙ୍କ ପାପ ବିଷୟରେ ସଚେତନ ହେବା ଓ ଶୁଦ୍ଧ ହେବାର ଆବଶ୍ୟକତା-କୁମ୍ବମେଳା ପର୍ବରେ ବର୍ଣ୍ଣିତ ବିଷୟରେ ଜାଣିବା ପାଇଁ ଯାହା ଆମେମାନେ ଲୋକମାନଙ୍କ ମଧ୍ୟରେ ଏକ ବ୍ୟାପକ ପ୍ରବୃତ୍ତି ଭାବରେ ଲକ୍ଷ୍ୟ କରିଥିଲୁ ତାହା ଠିକ୍ ଭାବରେ ମେଳ ଖାଏ । ତେଣୁ ଏଠାରେ ଆମେମାନେ ଏକ ଦୃଷ୍ଟିକୋଣରେ ପହଞ୍ଚିଲୁ ଯାହା ଅତ୍ୟନ୍ତ ଶିକ୍ଷଣୀୟ ଅଟେ: ବାଇବଲ ଲୋକମାନଙ୍କଠାରୁ ସମ୍ବେଦନଶୀଳ, ବ୍ୟକ୍ତିଗତ ଓ ନୌତିକ ଭାବରେ ପ୍ରାରମ୍ଭ ହୁଏ, କିନ୍ତୁ ତା’ପରେ ଦୁର୍ନୀତିଗ୍ରସ୍ତ ମଧ୍ୟ ହୁଏ, ଓ ଏହା ଆମେମାନେ ନିଜ ବିଷୟରେ ଯାହା ଦେଖୁ ତାହା ସହିତ ମେଳ ଖାଏ । ଲୋକଙ୍କ ମୂଲ୍ୟାଙ୍କନରେ ବାଇବଲ ଅଧିକ ସଠିକ୍ ଅଟେ, ଯେପରି ଆମମାନଙ୍କ ଭିତରେ ଥିବା ଏକ ଅନ୍ତର୍ନିହିତ ନୌତିକ ପ୍ରକୃତିକୁ ପ୍ରକାଶ କରେ ଯାହାକୁ ସହଜରେ ଅଣଦେଖା କରାଯାଇପାରେ କାରଣ ଆମମାନଙ୍କର କାର୍ଯ୍ୟକଳାପ ପ୍ରକୃତରେ ଏହି ପ୍ରକୃତି ଆମମାନଙ୍କ ପାଇଁ ଯାହା ଆବଶ୍ୟକ କରେ ତାହା ଏହି ଦୁର୍ନୀତି ହେତୁ ମେଳ ଖାଉ ନାହିଁ । ବାଇବଲ ଜୋତା ମଣିଷର ପାଦ ସହିତ ମେଳ ଖାଏ । ତଥାପି, ଏହା ଏକ ସ୍ପଷ୍ଟ ପ୍ରଶ୍ନ ଉଠାଏ: ଈଶ୍ଵର ଆମମାନଙ୍କୁ କାହିଁକି ଏପରି ସୃଷ୍ଟି କଲେ – ଏକ ନୌତିକ କମ୍ପାସ୍ ସହ ଓ ତଥାପି ଏଥିରୁ ଭ୍ରଷ୍ଟ ହୋଇଗଲେ? ଯେପରି ଜଣେ ଜଣାଶୁଣା ନାସ୍ତିକ ଖ୍ରୀଷ୍ଟୋଫର୍ ହିଚେନ୍ସ ଅଭିଯୋଗ କରନ୍ତି:
“… ଯଦି ଈଶ୍ଵର ପ୍ରକୃତରେ ଚାହାଁନ୍ତି ଯେ ଲୋକମାନେ ଏହିପରି ଚିନ୍ତାଧାରାରୁ ମୁକ୍ତ ହୁଅନ୍ତୁ, [ଅର୍ଥାତ୍ ଦୁର୍ନୀତିଗ୍ରସ୍ତ], ସେ ଏକ ଭିନ୍ନ ପ୍ରଜାତିର ଉଦ୍ଭାବନ ପାଇଁ ଅଧିକ ଯତ୍ନବାନ ହେଇଥା’ନ୍ତେ।” ଖ୍ରୀଷ୍ଟୋଫର୍ ହିଚେନ୍ସ 2007. ଗୋଡ଼ ଇଜ୍ ନୋଟ୍ ଗ୍ରେଟ୍: ହାଉ ରିଲିଜିଅନ୍
ସ୍ପୋଇଲସ୍ ଏବ୍ରୀଥିନ୍ଗସ୍ । ପୃ 100
କିନ୍ତୁ ଏହିଠାରେ ସେ ବାଇବଲକୁ ସମାଲୋଚନା କରିବାକୁ ତତ୍ପର ହୋଇ, ସେ ବହୁତ ଗୁରୁତ୍ୱପୂର୍ଣ୍ଣ କିଛି ହରାଇଲେ । ବାଇବଲ କହେ ନାହିଁ ଈଶ୍ଵର ଆମମାନଙ୍କୁ ଏହିପରି ସୃଷ୍ଟି କରିଛନ୍ତି, କିନ୍ତୁ ଏହି କଠିନ ପରିସ୍ଥିତିକୁ ଆଣିବା ପାଇଁ ପ୍ରାରମ୍ଭିକ ସୃଷ୍ଟି ପରଠାରୁ କିଛି ଭୟଙ୍କର ଘଟଣା ଘଟିଛି । ଆମମାନଙ୍କ ସୃଷ୍ଟି ପରେ ମାନବ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଅଛି । ପ୍ରଥମ ମନୁଷ୍ୟ ଈଶ୍ଵରଙ୍କୁ ଅସମ୍ମାନ କଲେ, ଯେପରି ଆଦି ପୁସ୍ତକ – ବାଇବଲର ପ୍ରଥମ ଏବଂ ସର୍ବପ୍ରଥମ ପୁସ୍ତକରେ (ବେଦ ପୁସ୍ତକମ୍) ଲିପିବଦ୍ଧ ହୋଇଅଛି, ଓ ସେମାନଙ୍କର ଅବମାନନାରେ ସେମାନେ ପରିବର୍ତ୍ତନ ହୋଇ ଦୁର୍ନୀତିଗ୍ରସ୍ତ ହେଲେ । ଏହି କାରଣରୁ ଆମେମାନେ ବର୍ତ୍ତମାନ ତମାସ୍, କିମ୍ବା ଅନ୍ଧକାରରେ ବାସ କରୁଅଛୁ ।
ମାନବଜାତିର ପତନ
ମାନବ ଇତିହାସରେ ଏହି ଘଟଣାକୁ ପ୍ରାୟତ ପତନ କୁହାଯାଏ । ଆଦମ, ପ୍ରଥମ ମଣିଷ, ଈଶ୍ଵରଙ୍କ ଦ୍ୱାରା ସୃଷ୍ଟି ହୋଇଥିଲେ । ଈଶ୍ଵର ଓ ଆଦମଙ୍କ ମଧ୍ୟରେ ଏକ ଚୁକ୍ତି ଥିଲା, ଯେପରି ବିବାହ ବିଶ୍ୱସ୍ତତାର ଚୁକ୍ତି, ଓ ଆଦମ ଏହାକୁ ଭାଙ୍ଗିଲେ । ବାଇବଲ ଲିପିବଦ୍ଧ କରେ ଯେ ଆଦମ ‘ବୁଦ୍ଧି ଓ ମନ୍ଦ ଜ୍ଞାନର ବୃକ୍ଷ‘ ରୁ ଖାଇଥିଲେ ହେଁ ସେ ସେହି ଗଛରୁ ଖାଇବେ ନାହିଁ ବୋଲି ସହମତ ହୋଇଥିଲେ । ଚୁକ୍ତି ଓ ବୃକ୍ଷ ନିଜେ, ଆଦମଙ୍କୁ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଏକ ମୁକ୍ତ ପସନ୍ଦ ଦେଇଥିଲା । ଆଦମ ଈଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଥିଲେ ଓ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । କିନ୍ତୁ ଆଦମଙ୍କର ସୃଷ୍ଟି ବିଷୟରେ କୌଣସି ବିକଳ୍ପ ନଥିଲା, ତେଣୁ ଈଶ୍ଵର ତାଙ୍କୁ ଈଶ୍ଵରଙ୍କ ସହିତ ତାଙ୍କର ବନ୍ଧୁତା ବିଷୟରେ ବାଛିବାକୁ ଅନୁମତି ଦେଲେ । ଯେପରି ଠିଆ ହେବାର ପସନ୍ଦ ବାସ୍ତବ ନୁହେଁ ଯଦି ବସିବା ଅସମ୍ଭବ, ଆଦମଙ୍କ ଈଶ୍ଵରଙ୍କ ପ୍ରତି ବନ୍ଧୁତା ଓ ବିଶ୍ୱାସ ଏକ ପସନ୍ଦ ହେବାର ଆବଶ୍ୟକ ଥିଲା । ଏହି ପସନ୍ଦ ସେହି ଗୋଟିଏ ବୃକ୍ଷରୁ ନ ଖାଇବାକୁ ନିର୍ଦ୍ଦେଶକୁ କେନ୍ଦ୍ର କରେ । କିନ୍ତୁ ଆଦମ ବିଦ୍ରୋହ କରିବାକୁ ମନୋନୀତ କଲେ। ଆଦମ ତାଙ୍କ ବିଦ୍ରୋହରୁ ଯାହା ଆରମ୍ଭ କରିଥିଲେ ତାହା ସବୁ ପିଢ଼ି ମଧ୍ୟରେ ଅଟକି ଯାଇଛି ଓ ଆଜି ମଧ୍ୟ ଆମ ସହିତ ଜାରି ରହିଛି । ଏହାର ଅର୍ଥ କ’ଣ ଆମେମାନେ ପରବର୍ତ୍ତୀ ଆର୍ଟିକାଲରେ ଦେଖିବା ।