ଆମେ ହିନ୍ଦୁ କ୍ୟାଲେଣ୍ଡରର ଶେଷ ପୂର୍ଣ୍ଣିମା ଦିନ ହୋଲି ପାଳନ କରୁ । ଏହାର ଚନ୍ଦ୍ର-ସୈର ଉତ୍ପତ୍ତି ସହିତ ହୋଲି ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁସାରେରେ ଦିନ ବା ତିଥି ପରିବର୍ତ୍ତନ କରେ, ଯାହା ସାଧାରଣତଃ ମାର୍ଚ୍ଚ ମାସର ବସନ୍ତର ଆଗମନ ସହିତ ଏକ ଆନନ୍ଦଦାୟକ ପର୍ବ ଭାବରେ ଆସେ। ଯଦିଓ ଅନେକ ଲୋକ ହୋଲି ପାଳନ କରନ୍ତି ହେଲେ ଅଲ୍ପସଂଖ୍ଯକ ଲୋକ ଏହାର ପ୍ରଥମ ଫଳ ସହିତ ପରବର୍ତ୍ତୀ ଉତ୍ସବ, ଇଷ୍ଟର ସମାନ୍ତରାଳକୁ ଅନୁଭବ କରନ୍ତି । ଏହି ଉତ୍ସବଗୁଡ଼ିକ ବସନ୍ତ ପୂର୍ଣ୍ଣିମାରେ ହୁଏ ଏବଂ ପ୍ରାୟତଃ ସମକକ୍ଷ ଥାଏ ।
ହୋଲି ଉତ୍ସବ ପାଳନ
ଲୋକମାନେ ହୋଲିକୁ ବସନ୍ତ ୠତୁର ଏକ ଆନନ୍ଦ ପର୍ବ, ପ୍ରେମ ପର୍ବ, କିମ୍ବା ରଙ୍ଗର ପର୍ବ ଭାବରେ ପାଳନ କରନ୍ତି । ଏହାର ପ୍ରମୁଖ ଉଦ୍ଦେଶ୍ୟ ବସନ୍ତର ଆରମ୍ଭକୁ ଅମଳ ରୀତି ଭାବରେ ପାଳନ କରେ । ପାରମ୍ପାରିକ ସାହିତ୍ୟ, ହୋଲିକୁ ଏକ ବସନ୍ତ ଅମଳ ଉତ୍ସବ ଭାବରେ ଚିହ୍ନିତ କରେ ।
ମନ୍ଦ ଉପରେ ଭଲର ବିଜୟ ଉତ୍ସବ ଭାବରେ ମଧ୍ୟ ହୋଲି ପାଳନ କରାଯାଏ । ହୋଲିକା ଦାହନର ସନ୍ଧ୍ୟା ପରେ ହୋଲି (କିମ୍ବା ରଙ୍ଗୱାଲି ହୋଲି, ଧୂଲେଟି, ଧୂଲାଣ୍ଡି, କିମ୍ବା ଫାଗୱା) ପରଦିନ ଦିନ ପର୍ଯ୍ୟନ୍ତ ଜାରିରହେ ।
ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି । ସେମାନେ ପରସ୍ପରକୁ ରଙ୍ଗ କରିବା ପାଇଁ ଜଳ ବନ୍ଧୁକ ଏବଂ ପାଣି ଭର୍ତ୍ତି ବେଲୁନ୍ ମଧ୍ୟ ବ୍ୟବହାର କରନ୍ତି ।ଏହା ଜଳ ଯୁଦ୍ଧ ପରି, କିନ୍ତୁ ରଙ୍ଗୀନ ପାଣିରେ ପାଳନ ହୁଏ । ଯେକେହି ହେଉ ନା କାହିଁକି ଏକ ସାଧାରଣ ଖେଳ ଅଟେ, ବନ୍ଧୁ କିମ୍ବା ଅପରିଚିତ, ଧନୀ କିମ୍ବା ଗରିବ, ପୁରୁଷ କିମ୍ବା ସ୍ତ୍ରୀ, ପିଲା କିମ୍ବା ବୟସ୍କ ସମସ୍ତେ ଖେଳନ୍ତି । ରଙ୍ଗ ଖୋଲା ରାସ୍ତା, ପାର୍କ, ମନ୍ଦିର ବାହାରେ ଏବଂ ଅଟ୍ଟାଳିକାରେ ଦେଖାଯାଏ । ଲୋକଗୋଷ୍ଠୀ ଡ୍ରମ୍ ଏବଂ ବାଦ୍ୟଯନ୍ତ୍ର ବହନ କରନ୍ତି, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ଗୀତ ବୋଲି, ନାଚନ୍ତି । ବନ୍ଧୁ ଏବଂ ଶତ୍ରୁମାନେ ଏକାଠି ହୋଇ ପରସ୍ପର ଉପରେ ରଙ୍ଗୀନ ପାଉଡର ପକାଇବା, ହସିବା, ଗପିବା, ତା’ପରେ ହୋଲି ସୁସ୍ୱାଦୁ ଖାଦ୍ୟ, ଖାଦ୍ୟ ଏବଂ ପାନୀୟ ବାଣ୍ଟନ୍ତି ।ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ରଙ୍ଗପୂର୍ଣ୍ଣ ଦେଖାଯାନ୍ତି, ତେଣୁ ହୋଲିକୁ “ରଙ୍ଗର ପର୍ବ” ବୋଲି କୁହାଯାଏ ।
ବୋଧହୁଏ ହୋଲିର ସବୁଠାରୁ ଅନନ୍ୟତା ଏହାର ସାମାଜିକ ଭୂମିକାର ବିପରୀତ ଅଟେ । କାରଣ ଜଣେ ଶୌଚାଳୟ ଝାଡ଼ୁଦାର ଜଣେ ବ୍ରାହ୍ମଣ ବ୍ୟକ୍ତିଙ୍କୁ ସ୍ପର୍ସ କରିପାରେ ଏବଂ ଏହା ଉତ୍ସବର ଭୂମିକା ପ୍ରତ୍ୟାବର୍ତ୍ତନର ଏକ ଅଂଶ ଅଟେ । ପିତାମାତା ଏବଂ ପିଲା, ଭାଇଭଉଣୀ, ପଡ଼ୋଶୀ ଏବଂ ବିଭିନ୍ନ ଜାତି ମଧ୍ୟରେ ପ୍ରେମ ଏବଂ ସମ୍ମାନର ପାରମ୍ପାରିକ ଅଭିବ୍ୟକ୍ତିର ବିପରୀତ ଅଟେ ।
ହୋଲି ପୁରାଣ
ହୋଲି ବିଷୟରେ ଅନେକ ପୁରାଣ ଅଛି । ହୋଲିକା ଦାହାନ ଠାରୁ କାହାଣୀ ଆରମ୍ଭ କରି ରାଜା ହିରନ୍ୟକଶ୍ୟପୁଙ୍କ ଭାଗ୍ୟ ସହିତ ଜଡିତ ହୋଇଅଛି, ଏବଂ ତାଙ୍କର ବିଶେଷ ଶକ୍ତିରେ ପ୍ରହ୍ଲାଦଙ୍କୁ ହତ୍ୟା କରିବାର ଯୋଜନାକୁ ଅନ୍ତର୍ଭୁକ୍ତ କରେ । ତାଙ୍କୁ ହତ୍ୟା କରାଯାଇପାରିବ ନାହିଁ: ମଣିଷ କିମ୍ବା ପଶୁ, ଘର ଭିତରେ କିମ୍ବା ବାହାରେ, ଦିନରେ କିମ୍ବା ରାତିରେ, କୌଣସି ଅସ୍ତ୍ର ଦ୍ୱାରା, ସ୍ଥଳ, ଜଳ କିମ୍ବା ବାୟୁରେ ନୁହେଁ । ହୋଲିକା ପ୍ରହ୍ଲାଦଙ୍କୁ ଜାଳିଦେବା ଉଦ୍ୟମ ବିଫଳ ହେବା ପରେ ବିଷ୍ଣୁ ନରସିଂହ, ଅର୍ଦ୍ଧ-ମାନବ ଏବଂ ଅର୍ଦ୍ଧ ସିଂହ (ନା ମଣିଷ କି ପଶୁ), ସନ୍ଧ୍ୟା ସମୟରେ (ନା ଦିନ କିମ୍ବା ରାତି), ହିରନ୍ୟକାଶ୍ୟପୁଙ୍କୁ ଏକ ଦ୍ୱାରକୁ (ନା ଘର ଭିତରେ କିମ୍ବା ବାହାରେ) ନେଇଗଲେ, ତାଙ୍କୁ ନିଜ କୋଳରେ ରଖିଲେ (ନା ଭୂମି, ଜଳ କିମ୍ବା ବାୟୁ), ଏବଂ ତା’ପରେ ରାଜାଙ୍କୁ ସିଂହର ଖଞ୍ଜା ସାହାଯ୍ୟରେ ବାହାର କରିଦେଲେ (କୌଣସି ଅସ୍ତ୍ରଶସ୍ତ୍ର ବିନା) । ଏହି କାହାଣୀରେ ହୋଲି ମନ୍ଦ ଉପରେ ଭଲ ଉତ୍ସବ ପାଳନ କରେ ।
ସେହିଭଳି, ପ୍ରଥମ ଫଳ ଏକ ବିଜୟ ପାଳନ କରେ, କିନ୍ତୁ ଦୁଷ୍ଟ ରାଜା ଉପରେ ନୁହେଁ, ବରଂ ମୃତ୍ୟୁ ଉପରେ । ସୁସମାଚାର ବ୍ୟାଖ୍ୟା କରେ ଯେ କିପରି ପ୍ରଥମ ଫଳ, ଯାହା ବର୍ତ୍ତମାନ ଇଷ୍ଟର ରବିବାର ଭାବରେ ପରିଚିତ, ତାହା ବର୍ତ୍ତମାନ ମୋତେ ଏବଂ ଆପଣଙ୍କୁ ନୂତନ ଜୀବନ ପ୍ରଦାନ କରିବା ବିଷୟକୁ ସ୍ପଷ୍ଟ କରେ ।
ପ୍ରାଚୀନ ଏବ୍ରୀୟ ବେଦ ପର୍ବ
ଆମେ ଗତ ସପ୍ତାହରେ ଯୀଶୁଙ୍କ ଦୈନନ୍ଦିନ ଘଟଣା ବିଷୟରେ ଦେଖିଥିଲୁ । ଏକ ପବିତ୍ର ଯିହୁଦୀ ପର୍ବ ନିସ୍ତାରପର୍ବରେ କ୍ରୁଶବିଦ୍ଧ କରାଗଲେ ଯାହା ସପ୍ତାହର ସପ୍ତମ ଦିନ ଅର୍ଥାତ ବିଶ୍ରାମବାରରେ ମୃତ୍ୟୁବରଣ କଲେ । ଈଶ୍ଵର ଏହି ପବିତ୍ର ଦିନଗୁଡ଼ିକୁ ବହୁ ପୂର୍ବରୁ ଏବ୍ରିୟ ବେଦରେ ପ୍ରତିଷ୍ଠା କରିଥିଲେ । ସେହି ନିର୍ଦ୍ଦେଶଗୁଡ଼ିକ ହେଲା:
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେହି ସକଳ ପର୍ବ ଏହି। ଛଅ ଦିନ କର୍ମ କରାଯିବ; ମାତ୍ର ସପ୍ତମ ଦିନ ମହାବିଶ୍ରାମ, ଅର୍ଥାତ୍, ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ; ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ। ତୁମ୍ଭେମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ, ଅର୍ଥାତ୍, ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି। ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ।
ଲେବୀୟ ପୁସ୍ତକ 23:1-5
1500 ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଏହି ଦୁଇଟି ପବିତ୍ର ପର୍ବରେ ଉଭୟ କ୍ରୁଶବିଦ୍ଧ ଏବଂ ଯୀଶୁଙ୍କ ବିଶ୍ରାମର ଘଟଣା ଘଟିଥିବା ବିଷୟୟ ଆଶ୍ଚର୍ଯ୍ୟଜନକ ନୁହେଁ କି?
କାହିଁକି? ଏହାର ଅର୍ଥ କ ‘ଣ?
ପ୍ରାଚୀନ ଏବ୍ରିୟ ବେଦ ପର୍ବ ସହିତ ଏହି ସମୟ ମେଳଖାଏ । ନିସ୍ତାରପର୍ବ ଏବଂ ବିଶ୍ରାମବାରର ପରବର୍ତ୍ତୀ ପର୍ବ ‘ପ୍ରଥମ ଫଳ’ ଥିଲା । ଏବ୍ରିୟ ବେଦଗୁଡ଼ିକ ଏହି ବିଷୟରେ ଏହି ନିର୍ଦ୍ଦେଶନାମା ପ୍ରଦାନ କରେ ।
ଏବ୍ରିୟ ପ୍ରଥମ ଫଳ ପର୍ବ
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ; ବିଶ୍ରାମବାରର ପରଦିନ ଯାଜକ ତାହା ଦୋଳାଇବ।
ଲେବୀୟ ପୁସ୍ତକ 23:9-11[Ma1]
ପୁଣି, ତୁମ୍ଭେମାନେ ଯେଉଁ ଦିନଯାଏ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣିନାହଁ, ସେହି ଦିନଯାଏ ତୁମ୍ଭେମାନେ ରୋଟୀ କି ଭଜାଶସ୍ୟ କି ଛିଣ୍ତା ଶିଷା ଖାଇବ ନାହିଁ; ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
ଲେବୀୟ ପୁସ୍ତକ 23:14
ନିସ୍ତାରପର୍ବର ‘ବିଶ୍ରାମ ଦିନ’ ଏକ ତୃତୀୟ ପବିତ୍ର ପର୍ବ, ପ୍ରଥମ ଫଳ ଥିଲା । ପ୍ରତିବର୍ଷ ଏହି ଦିନ ମହାଯାଜକ ପବିତ୍ର ମନ୍ଦିରରେ ପ୍ରବେଶ କରି ଈଶ୍ଵରଙ୍କୁ ପ୍ରଥମ ବସନ୍ତ ଶସ୍ୟ ଅମଳ ଉତ୍ସର୍ଗ କରନ୍ତି । ହୋଲି ପରି, ଏହା ଶୀତ ପରେ ନୂତନ ଜୀବନର ଆରମ୍ଭକୁ ସୂଚାଇଥାଏ, ଯାହା ପ୍ରଚୁର ଅମଳ, ଲୋକଙ୍କୁ ସନ୍ତୁଷ୍ଟ ଭାବରେ ଖାଇବାକୁ ପ୍ରଦାନ କରିଥାଏ ।
ଏକ ନୂତନ ସପ୍ତାହ ରବିବାର, ନିସାନ୍ 16, ଏହା ବିଶ୍ରାମବାରର ଠିକ୍ ଗୋଟିଏ ଦିନ ପରେ ଥିଲା ଯେବେ ଯୀଶୁ ମୃତ୍ୟୁରେ ବିଶ୍ରାମ କଲେ । ଏହି ଦିନ ମହାଯାଜକ ନୂତନ ଜୀବନର ‘ପ୍ରଥମ ଫଳ’ ଅର୍ପଣ କରିବାକୁ ମନ୍ଦିରକୁ ଯିବାପରେ କ’ଣ ଘଟିଥିଲା ତାହା ସୁସମାଚାରରେ ଲିପିବଦ୍ଧ କରେ ।
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ
ଆଉ, ବିଶ୍ରାମବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି ନିକଟକୁ ଗଲେ। ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ। ଆଉ, ସେମାନେ ସେସମ୍ଵନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ଵଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ, ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ଵେଷଣ କରୁଅଛ? ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି। ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ, ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର। ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, ପୁଣି ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହିସବୁ ସମ୍ଵାଦ ଦେଲେ। ଏମାନେ ମଗ୍ଦଲୀନୀ ମରୀୟମ, ଯୋହାନା, ଯାକୁବଙ୍କ ମାତା ମରୀୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ, ଏମାନେ ପ୍ରେରିତମାନଙ୍କୁ ଏହିସବୁ ବିଷୟ ଜଣାଇଲେ। ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ ପ୍ରଳାପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ଅବିଶ୍ଵାସ କଲେ। [କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ, ପୁଣି ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ।] ଆଉ ଦେଖ, ସେହିଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ଚାରି କ୍ରୋଶ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ। ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ; କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେସବୁ କଅଣ? ସେଥିରେ ସେମାନେ ବିଷର୍ଣ୍ଣ ମୁଖରେ ଠିଆ ହୋଇ ରହିଲେ। ଆଉ, ସେମାନଙ୍କ ମଧ୍ୟରୁ କ୍ଳେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କଅଣ ଏକାକୀ ସେସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ? ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ଵର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ, ଆଉ ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ତ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହିସମସ୍ତ ବିଷୟ। କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହା ଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା। ଆହୁରି ମଧ୍ୟ, ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଵିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ, ଆଉ ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି। ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ତାହାଙ୍କୁ ଦେଖିଲେ ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ଵାରା କଥିତ ସମସ୍ତ ବାକ୍ୟରେ ବିଶ୍ଵାସ କରିବାକୁ ଶିଥିଳଚିତ୍ତମାନେ, ଏହିସମସ୍ତ ଦୁଃଖ ଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କଅଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା? ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ଵନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ। ଆଉ, ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ, ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ। କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭ-ମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇଆସୁଅଛି ଓ ବେଳ ଗଡ଼ିଗଲାଣି। ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ। ଆଉ, ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୋଟୀ ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ। ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ, ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା? ଆଉ, ସେମାନେ ସେହି ଦଣ୍ତରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; ସେମାନେ କହୁଥିଲେ, ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି। ଆଉ, ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୋଟୀ ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ଵାରା ଚିହ୍ନାଗଲେ, ସେହିସବୁ ବର୍ଣ୍ଣନା କରିବାକୁ ଲାଗିଲେ। କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ। ମାତ୍ର ସେମାନେ ତ୍ରାସଯୁକ୍ତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ। ସେଥିରେ ସେ ସେମାନଙ୍କୁ କହିଲେ, କାହିଁକି ଉଦ୍ବିଗ୍ନ ହେଉଅଛ, ପୁଣି ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି? ଏ ଯେ ସ୍ଵୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ। [ଆଉ, ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ଵାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଦ୍ୟ ଅଛି? ସେଥିରେ ସେମାନେ ତାହାଙ୍କୁ ଖଣ୍ତେ ଭଜା ମାଛ ଦେଲେ। ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ। ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥା ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖା ଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି। ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ବୁଦ୍ଧିରୂପ ଦ୍ଵାର ଉନ୍ମୁକ୍ତ କଲେ; ଆଉ, ସେ ସେମାନଙ୍କୁ କହିଲେ, ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରିବେ, ପୁଣି ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପକ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ।
ଲୂକ 24:1-48
ଯୀଶୁଙ୍କ ପ୍ରଥମ ଫଳ ବିଜୟ
‘ପ୍ରଥମ ଫଳ’ ପବିତ୍ର ଦିନରେ ଯୀଶୁ ମୃତ୍ୟୁ ଉପରେ ବିଜୟୀ ହେଲେ, ଯାହା ତାଙ୍କର ଶତ୍ରୁ ଏବଂ ଶିଷ୍ୟମାନେ ଅସମ୍ଭବ ବୋଲି ଭାବିଥିଲେ । ଯେପରି ହୋଲି ମନ୍ଦ ଉପରେ ଭଲର ଜୟନ୍ତୀ ପାଳନ କରେ, ଏହି ଦିନ ଯୀଶୁଙ୍କ ବିଜୟ ଭଲର ବିଜୟ ଥିଲା ।
କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ, “ଜୟ ମୃତ୍ୟୁକୁ ଗ୍ରାସ କରିଅଛି।” “ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼ଣ?” ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ବ୍ୟବସ୍ଥା;
1 କରିନ୍ଥୀୟ 15:54-56
ଯେପରି ଆମେ ବ୍ୟବସ୍ଥାର ନିୟମ ବିପରୀତରେ ହୋଲି ପାଳନ କରୁ, ଏହି ‘ପ୍ରଥମ ଫଳ’ ସବୁଠୁ ବଡ ଭୂମିକାର ବିପରୀତ ଫଳ ଅଣିଥିଲା । ପୂର୍ବରୁ ମୃତ୍ୟୁର ମାନବଜାତି ଉପରେ ସମ୍ପୂର୍ଣ୍ଣ ଅଧିକାର ଥିଲା । ବର୍ତ୍ତମାନ ଯୀଶୁ ମୃତ୍ୟୁ ଉପରେ ଅଧିକାର ହାସଲ କରିଛନ୍ତି। ସେ ସେହି ଅଧିକାରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଯେପରି ନରସିଂହ ହିରାନାକଶ୍ୟପୁଙ୍କ ଅଧିକାର ବିରୁଦ୍ଧର ସମ୍ମୁଖିନ ହୋଇଥିଲେ, ଯୀଶୁ, ପାପ ବିନା ମୃତ୍ୟୁଭୋଗ କରି, ଏକ ଅବିସ୍ମରଣୀୟ ମୃତ୍ୟୁକୁ ପରାସ୍ତ କଲେ ।
ଆପଣଙ୍କ ଏବଂ ମୋ ପାଇଁ ବିଜୟ
କିନ୍ତୁ ଏହା କେବଳ ଯୀଶୁଙ୍କ ପାଇଁ ଏକ ବିଜୟ ନଥିଲା । ଏହା ଆପଣ ଏବଂ ମୋ ପାଇଁ ମଧ୍ୟ ଏକ ବିଜୟ, ପ୍ରଥମ ଫଳ ସହିତ ଏହାର ସମୟ ଦ୍ୱାରା ନିଶ୍ଚିତ କରାଯାଇଥିଲା । ବାଇବେଲ ବ୍ୟାଖ୍ୟା କରେ:
କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ଵରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। କାରଣ ମନୁଷ୍ୟ ଦ୍ଵାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ଵାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ଯେଣୁ ଆଦମ ଦ୍ଵାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତେ ସଜୀବ ହେବେ। କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା ଶ୍ରେଣୀରେ ପ୍ରଥମ ଫଳ ସ୍ଵରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ; ତତ୍ପରେ ଯୁଗା; ଉପସ୍ଥିତ ହେବ, ସେସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ଵରଙ୍କୁ ରାଜତ୍ଵ ସମର୍ପଣ କରିବେ। କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ଵ କରିବାକୁ ହେବ। ଶେଷ ଶତ୍ରୁ ସ୍ଵରୂପେ ମୃତ୍ୟୁକୁ ଲୋପ କରାଯିବ;
1 କରିନ୍ଥୀୟ 15:20-26
ଯୀଶୁ ପ୍ରଥମ ଫଳ ଉପରେ ପୁନରୁତ୍ଥିତ ହେଲେ ଯାହା ଦ୍ଵୀରା ସେ ମୃତ୍ୟୁରୁ ପୁନରୁତ୍ଥାନରେ ଭାଗ ନେବାକୁ ଆମକୁ ଆମନ୍ତ୍ରଣ କରନ୍ତି । ଯେପରି ପ୍ରଥମ ଫଳ ଏକ ନୂତନ ଅମଳର ଆଶା ସହିତ ନୂତନ ବସନ୍ତ ଜୀବନର ଏକ ନୈବେଦ୍ୟ ଥିଲା, ସେହିପରି ଯୀଶୁଙ୍କର “ପ୍ରଥମ ଫଳ” ଉପରେ ପୁନରୁତ୍ଥାନ ପରେ “ଯେଉଁମାନେ ତାଙ୍କର” ସେସମସ୍ତଙ୍କ ପାଇଁ ପୁନରୁତ୍ଥାନର ଏକ ଆଶା ମଧ୍ୟ ପ୍ରଦାନ କରେ ।
ବସନ୍ତ ବୀଜ…
କିମ୍ବା ଏହାକୁ ଏହିପରି ଭାବନ୍ତୁ । ପ୍ରଥମ ଦିନରେ ଯୀଶୁ ନିଜକୁ ‘ବୀଜ’ ବୋଲି କହନ୍ତି। ଯେପରି ହୋଲି ବସନ୍ତରେ ବୀଜରୁ ନୂତନ ଜୀବନର ଉତ୍ସବ ପାଳନ କରେ, ତେଣୁ ହୋଲି ମଧ୍ୟ ଯୀଶୁଙ୍କ ନୂତନ ଜୀବନ, ସେହି “ବିହନ”କୁ ସୂଚାଏ, ଯିଏ କି ବସନ୍ତରେ ପୁନର୍ବାର ଜୀବିତ ହୋଇଥିଲେ ।
ପରବର୍ତ୍ତୀ ମନୁ…
ମନୁଙ୍କ ଧାରଣା ବ୍ୟବହାର କରି ବାଇବେଲ ଯୀଶୁଙ୍କ ପୁନରୁତ୍ଥାନକୁ ମଧ୍ୟ ବ୍ୟାଖ୍ୟା କରେ । ପ୍ରାଚୀନ ବେଦରେ ମନୁ ସମସ୍ତ ମାନବଜାତିର ବଂଶଧର ଥିଲେ। ଆମେ ସମସ୍ତେ ତାଙ୍କର ସନ୍ତାନ ଅଟୁ । ପୁରାଣ ତା’ପରେ ପ୍ରତ୍ୟେକ କଳ୍ପ କିମ୍ବା ଯୁଗ (ଶ୍ରଦ୍ଧାଦେବ ମନୁ ଏହି କଳ୍ପରେ ମାନଭନ୍ତରା) ପାଇଁ ଏକ ନୂତନ ମନୁ ଅନ୍ତର୍ଭୁକ୍ତ କଲା । ଏବ୍ରିୟ ବେଦ ବ୍ୟାଖ୍ୟା କରେ ଯେ ଆଦମ ଏହି ମନୁ ଥିଲେ, ମୃତ୍ୟୁ ତାଙ୍କ ସହିତ ତାଙ୍କ ସନ୍ତାନମାନଙ୍କ ନିକଟକୁ ଗ୍ରାସ କରିବା ପରଠାରୁ ସମସ୍ତ ମାନବଜାତିକୁ ଗ୍ରାସ କଲା।
କିନ୍ତୁ ଯୀଶୁ ପରବର୍ତ୍ତୀ ମନୁ ଅଟନ୍ତି । ମୃତ୍ୟୁ ଉପରେ ତାଙ୍କର ବିଜୟ ସହ ସେ ଏକ ନୂତନ କଳ୍ପ ଉଦ୍ଘାଟନ କରିଥିଲେ । ଯେପରି ତାଙ୍କ ସନ୍ତାନ ଭାବରେ ଆମେ ମଧ୍ୟ ଯୀଶୁଙ୍କ ପରି ପୁନରୁତ୍ଥାନ କରି ମୃତ୍ୟୁ ଉପରେ ଏହି ବିଜୟରେ ଅଂଶୀଦାର ହେବା । ସେ ପ୍ରଥମେ ପୁନରୁତ୍ଥାନ ହେଲେ ଏବଂ ଆମର ପୁନରୁତ୍ଥାନ ପରେ ହେବ । ସେ ଆମକୁ ତାଙ୍କ ନୂତନ ଜୀବନର ପ୍ରଥମ ଫଳ ଅନୁସରଣ କରିବାକୁ ଆମନ୍ତ୍ରଣ କରନ୍ତି ।
ଇଷ୍ଟର: ସେହି ରବିବାରର ପୁନରୁତ୍ଥାନକୁ ପାଳନ କରେ
ଆଜି, ଆମେ ପ୍ରାୟତଃ ଯୀଶୁଙ୍କ ପୁନରୁତ୍ଥାନକୁ ଇଷ୍ଟର ବୋଲି କହିଥାଉ, ଏବଂ ଇଷ୍ଟର ରବିବାର ସେ ପୁନରୁତ୍ଥାନ ହୋଇଥିବା ରବିବାରକୁ ସ୍ମରଣ କରୁ । ଅନେକ ଲୋକ ନିଜ ନିଜ ଘରେ ନୂତନ ଜୀବନର ପ୍ରତୀକ ଭାବରେ ରଙ୍ଗ ଦେଇ ଇଷ୍ଟର ପାଳନ କରନ୍ତି । ଯେପରି ଆମେ ହୋଲିକୁ ରଙ୍ଗରେ ପାଳନ କରୁ, ସେପରି ଇଷ୍ଟରକୁ ମଧ୍ୟ ପାଳନ କରୁ । ଯେପରି ହୋଲି ନୂତନ ଆରମ୍ଭ ଉତ୍ସବ ପାଳନ କରେ, ସେପରି ଇଷ୍ଟର୍ ମଧ୍ୟ ପାଳନ କରେ । ଇଷ୍ଟର ପାଳନ କରିବାର ନିର୍ଦ୍ଦିଷ୍ଟ ଉପାୟ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ ପ୍ରଥମ ଫଳର ପୂର୍ଣ୍ଣତା ଭୋଳି ଯୀଶୁଙ୍କ ପୁନରୁତ୍ଥାନ ଏବଂ ଏହାର ଲାଭ ଉଠାଇବା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଆମେ ଏହାକୁ ସପ୍ତାହର ସମୟ ସାରଣୀରେ ଦେଖୁ:
‘ଶୁଭ ଶୁକ୍ରବାର’ ଉତ୍ତର ପ୍ରଦାନ କରେ
‘ଶୁଭ ଶୁକ୍ରବାର’ କାହିଁକି ‘ଭଲ’ ଅଟେ ଏହା ଆମର ପ୍ରଶ୍ନର ଉତ୍ତର ପ୍ରଦାନ କରେ ।
କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ଵରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ଵାଦନ କରନ୍ତି।
ଏବ୍ରୀ 2:9[Ma2]
ଯେବେ ଯୀଶୁ ‘ମୃତ୍ୟୁର ସ୍ୱାଦ’ ନେଲେ, ସେ ଆପଣଙ୍କ ପାଇଁ, ମୋ ପାଇଁ ଏବଂ ‘ସମସ୍ତଙ୍କ ପାଇଁ’ ଏପରି କଲେ । ଶୁଭ ଶୁକ୍ରବାର ‘ଭଲ’ କାରଣ ଏହା ଆମ ପାଇଁ ଭଲ ଥିଲା ।
ଯୀଶୁଙ୍କ ପୁନରୁତ୍ଥାନର ବିଚାର
ଯୀଶୁ ନିଜର ପୁନରୁତ୍ଥାନକୁ ପ୍ରମାଣ କରିବା ପାଇଁ ଅନେକ ଦିନ ମୃତ୍ୟୁରୁ ଜୀବିତ ଦେଖାଇଲେ, ଏଠାରେ ଉଲ୍ଲେଖିତ । କିନ୍ତୁ ଶିଷ୍ୟମାନଙ୍କ ନିକଟରେ ତାଙ୍କର ପ୍ରଥମ ପ୍ରକାଶନ:
…ଏହା ସେମାନଙ୍କୁ ବ୍ୟର୍ଥ ପ୍ରତୀତ ହେଲା
ଲୂକ 24: 10
ଯୀଶୁ କହିଲେ:
ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ଵନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ।
ଲୂକ 24:27
ତା’ପରେ ପୁଣି:
ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥା ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖା ଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।
ଲୂକ 24:44
ଆମକୁ ଅନନ୍ତ ଜୀବନ ଦେବା ପାଇଁ ଏହା ପ୍ରକୃତରେ ଈଶ୍ଵରଙ୍କ ଯୋଜନା ବୋଲି ଆମେ କିପରି ନିଶ୍ଚିତ ହୋଇପାରିବା? କେବଳ ଈଶ୍ଵର ହିଁ ଭବିଷ୍ୟତକୁ ଜାଣନ୍ତି । ସାଧୁମାନେ ଶହ ଶହ ବର୍ଷ ପୂର୍ବରୁ ଚିହ୍ନ ଏବଂ ଭବିଷ୍ୟବାଣୀ ବିଷୟରେ ଲେଖିଥିଲେ ତେଣୁ ଯୀଶୁ ସେଗୁଡ଼ିକୁ ପୂରଣ କରିଛନ୍ତି କି ନାହିଁ ଆମେ ଯାଞ୍ଚ କରିପାରିବା…
ଯେପରି ଆପଣ ଯେସମସ୍ତ ବିଷୟ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ସେସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି।
ଲୂକ 1:4
ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ ଅବଗତ ହେବା ପାଇଁ, ଆମେ ଅନୁସନ୍ଧାନ କରୁ:
- ଏବ୍ରୀ ଭେଦ ଦୁଃଖଭୋଗ ସପ୍ତାହକୁ ସୃଷ୍ଟିରୁ ନୃତ୍ୟ ଭାବରେ ଦର୍ଶାଏ ।
- ଐତିହାସିକ ଦୃଷ୍ଟିକୋଣରୁ ପୁନରୁତ୍ଥାନର ପ୍ରମାଣ ।
- ପୁନରୁତ୍ଥିତ ଜୀବନର ଏହି ଉପହାର କିପରି ପାଇବେ ।
- ଭକ୍ତି ମାଧ୍ୟମରେ ଯୀଶୁଙ୍କୁ ଜାଣନ୍ତୁ ।
- ରାମାୟଣର ମାଧ୍ୟମରେ ସୁସମାଚାର ।
[Ma1]Underline ‘the day after the sabbath’ in v11
[Ma2]Underline ‘taste death for everyone’